ସମ୍ପାଦକୀୟ |

ମ୍ୟାଗଟ୍‌ ସଂକ୍ରମଣ

ମ୍ୟାଗଟ୍‌ ସଂକ୍ରମଣ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ପିପୁଲ ଫର୍‌ ଆନିମଲ୍‌ସ, ମହୀଶୂର ଶାଖାର କର୍ମୀମାନେ ଏକ ଘୋଡ଼ା ଉଦ୍ଧାର କରିଥିଲେ, ଯାହାର ମୁଣ୍ଡକୁ ପରଜୀବୀ (ପାରାସାଇଟ୍‌)ମାନଙ୍କ ଦ୍ୱାରା ଅଧା ଖିଆଯାଇ ସାରିଥିଲା। ମୁଁ ତା’ର ପୂର୍ବ ଓ ପର ଅବସ୍ଥାର ଛବି ଏଥିରେ ପ୍ରଦାନ କରୁଛି। ଏହା ଏକ ସଫଳତାର କାହାଣୀ, ମାତ୍ର ଅନେକ ପ୍ରାଣୀଙ୍କ ଦେହରେ ପରଜୀବୀ ପୂରା ଭିତରକୁ ପ୍ରବେଶ କରିସାରିଥିବାରୁ ସେମାନଙ୍କ ବଞ୍ଚିବା ଅସମ୍ଭବ ହୋଇପଡ଼ୁଛି। ଏଭଳି ରୋଗ ସଂକ୍ରମଣ ହେଲେ ମଣିଷଙ୍କଠାରୁ ପ୍ରାଣୀମାନେ ବେଶି କଷ୍ଟ ପାଇଥାନ୍ତି, କାରଣ ସେମାନଙ୍କ ପାଖରେ କିଛି ବିକଳ୍ପ ନ ଥାଏ। ସେମାନଙ୍କର ଚିକିତ୍ସା କରିବା ପାଇଁ ଡାକ୍ତର ନ ଥାନ୍ତି। ରୋଗଗ୍ରସ୍ତ ହୋଇପଡ଼ିଲେ ଅଧିକାଂଶ ମାଲିକ ଏପରି ପ୍ରାଣୀମାନଙ୍କୁ ପରିତ୍ୟାଗ କରିଥାନ୍ତି। 

ରାସ୍ତାରେ ବୁଲୁଥିବା ପରିତ୍ୟକ୍ତ ପ୍ରାଣୀମାନଙ୍କ ପାଇଁ ତିନୋଟି ମାରକ ରହିଛି- ଡିସ୍‌ଟେମ୍ପର (ଭୂତାଣୁଜନିତ ସଂକ୍ରାମକ ରୋଗ), ପାର୍ଭୋ (ପାର୍ଭୋଭାଇରସ୍‌ ଦ୍ୱାରା ହେଉଥିବା ରୋଗ) ଏବଂ ମ୍ୟାଗଟ୍‌ (ମାଛିଙ୍କ ଲାର୍ଭା ଯାହା ପଚନଶୀଳ ଜୈବିକ ବସ୍ତୁରେ ଦେଖିବାକୁ ମିଳେ)। ଆପଣ କେବେ କୁକୁର ପିଠିରେ ଗାତ ହୋଇଯାଇଥିବା, ଗାଈର ତଳିପେଟରେ ଗାତ ହୋଇଯାଇଥିବା ବା ଗଧର ବେକରେ  ଚାଟି ଚାଟି ଘାଆ ହୋଇଯାଇଥିବା ଦେଖିଛନ୍ତି କି? ଏହା ସବୁ ମ୍ୟାଗଟ୍‌ ଯୋଗୁ ହୋଇଥାଏ। ଦିଲ୍ଲୀସ୍ଥିତ ମୋର ପ୍ରାଣୀ ଆଶ୍ରୟସ୍ଥଳରେ ଏପରି ଅନେକ ରୋଗଗ୍ରସ୍ତ ପ୍ରାଣୀ ଆଶ୍ରୟ ନେଇଛନ୍ତି। ଆମେ ପୋଷା ପ୍ରାଣୀମାନଙ୍କୁ ଏପରି ଅବସ୍ଥାରେ ପହଞ୍ଚିବା ପାଇଁ ଛାଡ଼ିଦେବା ଅତ୍ୟନ୍ତ ଦୁଃଖର ବିଷୟ। କଳ୍ପନା କରନ୍ତୁ ଆପଣଙ୍କ ନିଜ ଦେହରେ ଯଦି ଗୋଟିଏ ଛୋଟିଆ ଘାଆ ଉପରେ ମାଛିମାନେ ତାଙ୍କ ଲାର୍ଭା (ଶୂକ)କୁ ନେଇ ବସିବେ ଓ ଭିତରୁ ଭିତରୁ କଣା କରି ମାଂସ ଖାଇଚାଲିବେ ଏବଂ ଆପଣଙ୍କ ଦେହରୁ ପଚା ଗନ୍ଧ ବାହାରୁଥିବା ଯୋଗୁ ଲୋକମାନେ ଆପଣଙ୍କ ଉପରେ ଟେକାପଥର ପକାଇବେ, ଦୂର ଦୂର ମାର ମାର କରିବେ, ତେବେ ଅବସ୍ଥା କ’ଣ ହେବ? 

ମୋ ଆଶ୍ରୟସ୍ଥଳକୁ ଅଣାଯାଇଥିବା ଏକ ଘୋଡ଼ାର ମୁଣ୍ଡରେ ମୁଠି ଆକାରର କଣା ହୋଇଯାଇଥିଲା ଏବଂ ତା’ ମସ୍ତିଷ୍କ ବାହାରକୁ ଦେଖାଯାଉଥିଲା। ଆମେ ତାକୁ ଏକ ପରିତ୍ୟକ୍ତ କୋଠାରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରିଥିଲୁ। ମାଛିମାନେ ତା’ କାନ ପାଖରେ ହୋଇଥିବା ଏକ ଘାଆରେ ଅଣ୍ଡା ଦେବା ପରେ ମ୍ୟାଗଟ୍‌ମାନେ ତାକୁ ଖାଇଚାଲିଲେ। ଆମେ ତାକୁ ଉଦ୍ଧାର କରି ଦିଲ୍ଲୀସ୍ଥିତ ଆଶ୍ରୟଗୃହକୁ ଆଣିଲୁ ଓ ତା’ର ନାଁ ଦେଲୁ ବାଳି। ସେଠାରେ ତାକୁ ଭଲ କରିବା ପାଇଁ ତିନିମାସ ଲାଗିଲା।  

ବୁଲା ପଶୁଙ୍କଠାରେ ଏ ମାଛି ଓ ମ୍ୟାଗଟ୍‌ଜନିତ ରୋଗ ଅତି ସାଧାରଣ କଥା। ତେବେ ମାଛିମାନେ ପ୍ରାଣୀଙ୍କ ଦେହରେ କାହିଁକି ଅଣ୍ଡା ଦିଅନ୍ତି ଓ ତା’ପରେ କ’ଣ ହୁଏ? ପ୍ରାଣୀଙ୍କ ଦେହରେ ଯଦି କୌଣସି ଖୋଲା ଘାଆ ଥାଏ, ସେ ଘାଆର ଯଦି କୌଣସି ଚିକିତ୍ସା କରା ନ ଯାଏ, ତେବେ ତା’ ପ୍ରତି ମାଛିମାନେ ଆକର୍ଷିତ ହୁଅନ୍ତି। କେବଳ କୁକୁର ନୁହେଁ, ବିରାଡ଼ି, ଗୋରୁ, ଘୋଡ଼ା, ମେଣ୍ଢା ଓ ଛେଳିମାନଙ୍କ କ୍ଷେତ୍ରରେ ଏପରି ହୋଇପାରେ। ପାଗ ଆର୍ଦ୍ର ଓ ଉଷୁମ ଥିଲେ ସେହି ଘାଆ ଭିତରେ ମାଛିମାନେ ଦେଇଥିବା ଅଣ୍ଡା ଫୁଟି ଚାରିଘଣ୍ଟା ଭିତରେ ସେଥିରୁ ଲାର୍ଭା ବାହାରେ। ଲାର୍ଭାଗୁଡ଼ିକ ଭିତରେ ଭିତରେ କଣା କରି ମାଂସ ଖାଇବାକୁ ଆରମ୍ଭ କରିଦିଅନ୍ତି। ଅପରିଚ୍ଛନ୍ନ, ଦୁର୍ବଳ ଓ ରୋଗଣା ପ୍ରାଣୀମାନେ ବେଶି ଏହାର ଶିକାର ହୁଅନ୍ତି। ଖୋଲା ଘାଆ ବା ମଳମୂତ୍ରରେ ଭିଜିଥିବା ଆର୍ଦ୍ର ଚର୍ମ ମାଛିମାନେ ଅଣ୍ଡା ଦେବାର ପ୍ରକୃଷ୍ଟ ସ୍ଥାନ। 

ତେବେ କେବଳ ବୁଲା ପଶୁମାନେ ଏହାର ଶିକାର ହୁଅନ୍ତି ନାହିଁ। ଅନେକ ପୋଷା ପ୍ରାଣୀ ବି ହୁଅନ୍ତି। ସେମାନଙ୍କ ମାଲିକମାନେ ସେମାନଙ୍କୁ ବର୍ଷ ସାରା ସବୁ ଋତୁରେ ବାହାରେ ବାନ୍ଧି ରଖନ୍ତି, ସେମାନଙ୍କ ଲୋମକୁ କେବେ ବ୍ରଶ୍‌ କରନ୍ତି ନାହିଁ କିମ୍ବା ଉତ୍ତମ ଖାଦ୍ୟ ଖାଇବାକୁ ଦିଅନ୍ତି ନାହିଁ। ସବୁବେଳେ ବନ୍ଧା ହୋଇ ରହିବା ଯୋଗୁ ବିରକ୍ତିରେ ଏହି ପ୍ରାଣୀମାନେ ନିଜ ଦେହକୁ ଘଷନ୍ତି କିମ୍ବା କାମୁଡ଼ନ୍ତି କିମ୍ବା ଚେନ୍‌ ଘଷି ହୋଇ ତାଙ୍କ ବେକରେ ଘାଆ ହୋଇଯାଏ। ଫଳରେ ମାଛିମାନେ ସେଥିରେ ଅଣ୍ଡା ଦେବାକୁ ସୁଯୋଗ ପାଆନ୍ତି। କେବଳ ସେମାନେ ଗନ୍ଧେଇବା ପରେ ହିଁ ମାଲିକମାନେ ଘରକୁ ଆଣନ୍ତି। କେତେକ ସେମାନଙ୍କୁ ଚିକିତ୍ସା କରାଇବାକୁ ଚାହାନ୍ତି। ଆଉ କେତେକ ନିଜ ପୋଷା ପଶୁକୁ ଚିକିତ୍ସା ପାଇଁ ଆଣି ଧାଡ଼ିରେ ଛିଡ଼ା ହୁଅନ୍ତି ଓ ମଉକା ଦେଖି ତାକୁ ସବୁଦିନ ପାଇଁ ପରିତ୍ୟାଗ କରି ଚାଲିଯାଆନ୍ତି। 

ଆପଣ ଏକ ମ୍ୟାଗଟ୍‌-ସଂକ୍ରମିତ ଘାଆକୁ କିପରି ଚିହ୍ନିବେ ଓ ଚିକିତ୍ସା କରିବେ? ଏହି ଘାଆ ସହଜରେ ଚିହ୍ନିହୁଏ। ପ୍ରାଣୀଙ୍କ ଦେହରେ ହୋଇଥିବା କୌଣସି ପଚା ଘାଆକୁ ଦେଖନ୍ତୁ। ସେଥିରୁ ଦୁର୍ଗନ୍ଧ ବାହାରୁଥିବ। ଭଲ କରି ନିରୀକ୍ଷଣ କଲେ ଦେଖିପାରିବେ, ଧଳା ଧଳା ମ୍ୟାଗଟ୍‌ ସେହି ଘାଆ ଭିତରେ ଚାଲୁଛନ୍ତି। କୁକୁରମାନଙ୍କର ଗୋଡ଼ ନଖ ଓ ପଞ୍ଝା ତଳେ, ଲାଞ୍ଜ ତଳେ ଏବଂ ମୁଣ୍ଡରେ ସାଧାରଣତଃ ମ୍ୟାଗଟ୍‌ ହୋଇଥାଏ। ଯଦି ଦେଖିବେ କୌଣସି ପ୍ରାଣୀ ଚାରିପଟେ ମାଛିମାନେ ଗୁଣୁଗୁଣୁ ଶବ୍ଦ କରି ଉଡ଼ୁଛନ୍ତି, ତେବେ ସେ ପ୍ରାଣୀ ଦେହରେ କେଉଁଠି ଘାଆ ଅଛି କି ନାହିଁ ଦେଖନ୍ତୁ। ସେଥିରେ ମାଛିମାନେ ଅଣ୍ଡା ଦେଇଥିବେ। ସେହିସବୁ ଅଣ୍ଡା ଫୁଟି ଲାର୍ଭା ବାହାରିବା ପୂର୍ବରୁ ତା’ର ଚିକିତ୍ସା କରାନ୍ତୁ। 

ଏହାର ଚିକିତ୍ସା ମଧ୍ୟ ସହଜ। କିନ୍ତୁ ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ପାଇଁ ୧ରୁ ୩ ମାସ ପର୍ଯ୍ୟନ୍ତ ସମୟ ଲାଗିଯାଇପାରେ। ତାହା ମ୍ୟାଗଟ୍‌ମାନେ କେତେ ଗଭୀରକୁ ଯାଇଛନ୍ତି, ତା’ ଉପରେ ନିର୍ଭର କରେ। ଚିକିତ୍ସକ ପ୍ରଥମେ ଘାଆ ଉପରେ କିଛି କ୍ଲୋରୋଫର୍ମ ପ୍ରୟୋଗ କରେ ଏବଂ କିଛି ସମୟ ଅପେକ୍ଷା କରି ମ୍ୟାଗଟ୍‌ଗୁଡ଼ାଙ୍କୁ ଗୋଟିକ ପରେ ଗୋଟିଏ କାଢ଼େ। ଆମ ଆଶ୍ରୟଗୃହରେ ମ୍ୟାଗଟ୍‌ ସଂକ୍ରମଣ ଘଟଣା ବହୁତ ହେଉଥିବାରୁ ଆମେ କ୍ଲୋରୋଫର୍ମ ସହ ସମାନ ପରିମାଣର ଟର୍ପେଣ୍ଟାଇନ୍‌ ବ୍ୟବହାର କରି ମ୍ୟାଗଟ୍‌ଗୁଡ଼ାଙ୍କୁ ମାରିପକାଉ। କୁକୁର ପରି ଛୋଟ ପ୍ରାଣୀଙ୍କ ଦେହରୁ ମ୍ୟାଗଟ୍‌ କାଢ଼ିବା ପୂର୍ବରୁ ଚିକିତ୍ସକ ପ୍ରଥମେ ଘାଆକୁ ଆଣ୍ଟିସେପ୍ଟିକ୍‌ ଦେଇ ସଫା କରେ। ତା’ପରେ ସେ ଲରେକ୍ସିନ୍‌ ବା ମାଗୋସାଇଡ୍‌ ମଲମ ଲଗାଏ, ଯାହା ମ୍ୟାଗଟ୍‌ମାନଙ୍କୁ ମାରିବା ପାଇଁ ଉଦ୍ଦିଷ୍ଟ। ଘାଆ ସଫା କରି ମଲମ ଲଗାଇବା ପରେ ଡାକ୍ତର ଘାଆ ଉପରେ କଟନ ଗଜ୍‌ କନା ଗୁଡ଼ାଇ ବ୍ୟାଣ୍ଡେଜ୍‌ କରିଦିଅନ୍ତି। ସେ ଏପରି ବ୍ୟାଣ୍ଡେଜ୍‌ କରନ୍ତି, ଯେପରି ଭିତରକୁ ପବନ ପ୍ରବେଶ କରିପାରିବ ନାହିଁ। ଫଳରେ ମ୍ୟାଗଟ୍‌ମାନେ ଭିତରେ ଅମ୍ଳଜାନ ବିନା ଅଣନିଃଶ୍ୱାସୀ ହୋଇ ମରିଯାନ୍ତି। ସଂକ୍ରମଣ ଅତି ସାଙ୍ଘାତିକ ହୋଇଥିଲେ ଚିକିତ୍ସକ ଦିନକୁ ଥରେ ବା ଦୁଇଥର ବ୍ୟାଣ୍ଡେଜ ବଦଳାନ୍ତି ଏବଂ ପ୍ରତିଥର ନୂଆ ବ୍ୟାଣ୍ଡେଜ୍‌ କରିବା ପୂର୍ବରୁ ଘାଆରୁ ମ୍ୟାଗଟ୍‌ମାନଙ୍କୁ କାଢ଼ନ୍ତି। 

ସହାୟକ ପଦ୍ଧତି ହିସାବରେ ଘାଆ ଶୀଘ୍ର ଭଲ କରିବାରେ ଜିଙ୍କୋଲାକ୍‌ ସାହାଯ୍ୟ କରିପାରେ। ସଲ୍‌ଫରଯୁକ୍ତ ଆଣ୍ଟିବାୟୋଟିକ୍ସ ବା ଆମୋକ୍ସିଲିନ୍‌, ଯାହା ପେଶୀ ସୁସ୍ଥକାରକ ଭାବେ କାମ କରେ, ଚିକିତ୍ସକ ତାହା ପ୍ରୟୋଗ କରନ୍ତି। ଥରେ ସୁସ୍ଥ ହେବାର ପ୍ରକ୍ରିୟା ଆରମ୍ଭ ହୋଇଗଲେ ଶୀଘ୍ର ଭଲ ହେବା ପାଇଁ ଆମେ ହସ୍ପିଟାଲରେ ସାଧାରଣତଃ ବେଟାଡିନ୍‌ ଓ ଫ୍ୟୁରାସିନ୍‌ ମଲମ ଲଗାଇଥାଉ। 

ବାଳି ହେଉଛି ଅତି କମ୍‌ ସଂଖ୍ୟକ ଭାଗ୍ୟଶାଳୀଙ୍କ ଭିତରେ ଅନ୍ୟତମ ଯିଏ ଆରୋଗ୍ୟ ଲାଭ କରିପାରିଲା ଓ ବଞ୍ଚିଗଲା। ଏଥିପାଇଁ ତିନିମାସ ତା’ର ନିରବଚ୍ଛିନ୍ନ ଯତ୍ନ ନେବାକୁ ପଡ଼ିଲା। ପ୍ରାଣୀମାନେ ଅତିଶୟ କଷ୍ଟ ପାଉଥିଲେ ଓ ସବୁ ଆଶା ଛାଡ଼ି ଦେଇଥିଲେ, ସେମାନେ ଅନ୍ଧାରରେ ଲୁଚନ୍ତି। ତେବେ ଦୁର୍ଭାଗ୍ୟର ବିଷୟ ହେଉଛି ମ୍ୟାଗଟ୍‌ମାନେ କୋରି କୋରି ଭିତରୁ ଖାଇବା ସହ ନିଜର ବୃଦ୍ଧି ଘଟାଇବା ପାଇଁ ଏହା ଅନୁକୂଳ ପରିବେଶ। ଫଳରେ ପ୍ରାଣୀଟି ଶୀଘ୍ର ଶୀଘ୍ର ମୃତ୍ୟୁ ଆଡ଼କୁ ଗତି କରିବାକୁ ଲାଗେ। ଯଦି ଆପଣ ରାସ୍ତାରେ ଏମିତି କୌଣସି ଘାଆଯୁକ୍ତ ପ୍ରାଣୀକୁ ଦେଖିବେ, ତେବେ ତା’ର ଜୀବନ ବଞ୍ଚାଇବା ପାଇଁ ଦୟାକରି ମୋ ପ୍ରାଣୀ ଆଶ୍ରୟସ୍ଥଳକୁ ଫୋନ୍‌ କରି ଜଣାଇବେ। 

Email: gandhim@nic.in

All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..

ଆତଙ୍କର ସିଧା ପ୍ରସାରଣ

ଆତଙ୍କର ସିଧା ପ୍ରସାରଣ

ଆତଙ୍କବାଦ କାର୍ଯ୍ୟକଳାପକୁ ବର୍ଣ୍ଣଭିତ୍ତିକ ଘୃଣା ପୁନଶ୍ଚ ଖୋରାକ ଯୋଗାଇଲାଣି। ୧୫ ମାର୍ଚ୍ଚ ୨୦୧୯ରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହରର ଦୁଇଟି ମସ୍‌ଜିଦ୍‌ରେ ଘଟିଥିବା ଗଣହତ୍ୟା ଏହାର ସଦ୍ୟ ଦୃଷ୍ଟାନ୍ତ। ଏଥିରେ ୫ଜଣ ଭାରତୀୟଙ୍କ ସମେତ ପ୍ରାୟ ୫୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଏହି ଅପରାଧ ଭିଆଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ କାଣ୍ଡ ସୋସିଆଲ ମିଡିଆରେ ଲାଇଭ୍‌ ଷ୍ଟ୍ରିମିଂ କରିଥିଲେ । 

ପାନପିକର କାହାଣୀ

ପାନପିକର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା

ରାସ୍ତାରେ ଯାଉ ଯାଉ ଆମ ଆଗରେ ଚାଲୁଥିବା ଲୋକଟି ହଠାତ୍‌ ପାନପିକ ଲଣ୍ଡାଏ ଛାଡିଦେବା ଏବଂ ତହିଁରୁ କିଛି ପବନରେ ଉଡିଆସି ଆମ ଦେହ ବା ମୁହଁରେ ପଡିବା ଏକ ବିରଳ ଅନୁଭୂତି ନୁହେଁ। 

ଖୋଇଲେ ମନ ପୂରେ

ଖୋଇଲେ ମନ ପୂରେ

ଅଲେଖ ଚନ୍ଦ୍ର ମିଶ୍ର

କୃଷ୍ଣସୁଦାମା ଚରିତ କିଏ ବା ନ ଜାଣେ? ଯାହା ସୁଦାମାଙ୍କୁ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତିଦେଇ ସକଳ ଐଶ୍ୱର୍ଯ୍ୟର ଅଧିକାରୀ କରିଥିଲା, ସ୍ଥୂଳ ଦୃଷ୍ଟିରେ ତାହା ଥିଲା ମୁଠାଏ ଖୁଦଭଜା। କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ତାହା ଥିଲା ସୁଦାମାଙ୍କର କୃତକର୍ମର ପ୍ରାୟଶ୍ଚିତ୍ତ ଏବଂ ଋଣ ପରିଶୋଧର ନିଦର୍ଶନ। 

ଏଇ ଭାରତରେ

ଏଇ ଭାରତରେ

ବିଦେଶ ଭ୍ରମଣରେ ଯିବା ପାଇଁ ଅଧିକାଂଶ ବ୍ୟକ୍ତି ଆଗ୍ରହ ପ୍ରକାଶ କରିଥାଆନ୍ତି। ତେବେ ସେଥିପାଇଁ ଆବଶ୍ୟକ ହୋଇଥାଏ ଟଙ୍କା। ଇଚ୍ଛାଥିଲେ ମଧ୍ୟ ଅର୍ଥ ଅଭାବରେ ବିଦେଶ ଭ୍ରମଣ ଆଶା ସାକାର ହୋଇପାରେ ନାହିଁ। ତେଣୁ ଅଳ୍ପ ଅଳ୍ପ ଟଙ୍କା ସଞ୍ଚୟ କରି ଅଧିକ ପୁଞ୍ଜି କଲେ ଯାଇ ବିଦେଶ ଭ୍ରମଣ ସମ୍ଭବ ହୋଇପାରିବ। ବିଦେଶ ଭ୍ରମଣକୁ ସାକାର ରୂପ ଦେଇପାରିଛନ୍ତି କେରଳର ଏକ ଦମ୍ପତି।

ଆପ୍ରବାସୀଙ୍କ ପ୍ରତି ଘୃଣା

ଆପ୍ରବାସୀଙ୍କ ପ୍ରତି ଘୃଣା

ଆକାର ପଟେଲ

ନ୍ୟୁଜିଲାଣ୍ଡ ଗଣହତ୍ୟା ଖବର ଶୁକ୍ରବାର ସକାଳେ ରେଡିଓରୁ ଜାଣିଲି। ଶନିବାର ସକାଳେ ଖବରକାଗଜରୁ ପଢ଼ିଲି ଯେ ଆକ୍ରମଣ ପରେ ୯ ଜଣ ଭାରତୀୟ ମଧ୍ୟ ନିଖୋଜ ଅଛନ୍ତି। ସେମାନେ ଅହମଦାବାଦ ଓ ହାଇଦ୍ରାବାଦର ଲୋକ। ସବୁଦିନ ସକାଳେ ମୁଁ ବିବିସି ରେଡିଓରୁ ଖବର ଶୁଣେ। ଗୁଳିକାଣ୍ଡ ଖବର ପ୍ରସାରଣ ପରେ କମେଣ୍ଟାରୀ (ବ୍ୟାଖ୍ୟାନ) ଅନ୍ୟ କାହାଣୀ ଆଡ଼କୁ ଗତି କରିଥିଲା। 

ଅଷ୍ଟ୍ରେଲିଆକୁ ଆସିଥିବା ପ୍ରଥମ ପିଆନୋ ମରାମତି ପାଇଁ ଇଂଲଣ୍ଡ ପଠାଯାଇଥିଲା। କାରଣ ଏହା ସେ..

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଚିତ୍ର-ଚରିତ୍ର/ ନିରଞ୍ଜନ ପାଢ଼ୀ

ସାମ୍ପ୍ରତିକ ଜନଜୀବନରେ ପ୍ରତିନିୟତ ଅନେକ ଘଟଣା ଆମ ଆଖିରେ ପଡୁଛି। ଘୃଣା, ଈର୍ଷା, ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା, ଜନ୍ମଦାତା ମାତାପିତାଙ୍କୁ ନିର୍ଯାତନା- ଏସବୁ ଘଟଣାର ଦୃଷ୍ଟାନ୍ତ ଆଦୌ ଦୁର୍ଲଭ ନୁହେଁ। ଅପରପକ୍ଷେ ଏହାର ବିପରୀତ ଦୃଷ୍ଟାନ୍ତଗୁଡ଼ିକ ଅତ୍ୟନ୍ତ ଦୁର୍ଲଭ ହୋଇ ଲୋକଲୋଚନରୁ ଦୂରେଇ ଗଲେଣି। ଦାରିଦ୍ର୍ୟର ଦାରୁଣ ଦୁର୍ଭାଗ୍ୟକୁ ସାଥିରେ ଧରି ମୁଣ୍ଡ ପୋତି କାନ୍ଦୁଥିବା ଲୋକଟିକୁ ଦେଖି ହସି ହସି ଚାଲିଯାଉଥିବା ଲୋକମାନଙ୍କ ଦୃଷ୍ଟାନ୍ତ ଅତ୍ୟନ୍ତ ସୁଲଭ ହୋଇଥିଲାବେଳେ,..

 ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ବିଶ୍ୱ ସୀମାଶୁଳ୍କ ସଙ୍ଗଠନ (ଡବ୍ଲ୍ୟୁସିଓ) ବେଲ୍‌ଜିୟମ୍‌ର ବ୍ରସେଲ୍ସଠାରେ  ଅବସ୍ଥିତ। ଏହି ଅନ୍ତର୍ଜାତୀୟ ସଙ୍ଗଠନରେ ୧୮୨ ସଦସ୍ୟ ରାଷ୍ଟ୍ର ଅଛନ୍ତି। ସୀମାଶୁଳ୍କ ଆଦାୟ, ଯୋଗାଣ ଶୃଙ୍ଖଳ ସୁରକ୍ଷା, ଅନ୍ତର୍ଜାତୀୟ ବାଣିଜ୍ୟ ସୁବିଧା, ସୀମାଶୁଳ୍କ ପ୍ରବର୍ତ୍ତନ କାର୍ଯ୍ୟଧାରା, ବୌଦ୍ଧିକ ସମ୍ପତ୍ତି ଅଧିକାର (ଆଇପିଆର୍‌), ଡ୍ରଗ୍ସ ଏନ୍‌ଫୋର୍ସମେଣ୍ଟ, ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଭଳି ବହୁ ବାଣିଜି୍ୟକ ପ୍ରସଙ୍ଗ ଉପରେ ଡବ୍ଲ୍ୟୁସିଓ କାର୍ଯ୍ୟ କରିଆସୁଛି। ବିଶ୍ୱ ସ୍ତରରେ ସୀମାଶୁଳ୍କ ସମ୍ବନ୍ଧୀୟ ବିବାଦ ସମାଧାନରେ ଏହାର ଭୂମି..

ଏଇ ଭାରତରେ

ଏଇ ଭାରତରେ

ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀ ଉତ୍ତମ ଆଚରଣ କରନ୍ତି। କିନ୍ତୁ କଲେଜ ମାଟି ମାଡ଼ିବା ବେଳକୁ ଅଧିକାଂଶ ଛାତ୍ରୀଛାତ୍ର ବିପଥଗାମୀ ହେଉଥିବା ଦେଖିବାକୁ ମିଳୁଛି। ଗୋଆ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ରେ ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଛି, ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଠାରେ ଶିକ୍ଷା ନେଉଥିବା ଛାତ୍ରୀମାନେ ଛାତ୍ରଙ୍କ ଅପେକ୍ଷା ଅଧିକ ମାତ୍ରାରେ ନିଶାସେବ..


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା