ସମ୍ପାଦକୀୟ |

ଆର୍ଥିକ ଉପନିବେଶବାଦ ଓ ଭାରତ

ଆର୍ଥିକ ଉପନିବେଶବାଦ ଓ ଭାରତ

ଅରୁଣ କୁମାର ପଣ୍ଡା

ସ୍ବାଧୀନତାକୁ ୭୨ବର୍ଷ ହେବା ପରେ ବି ଭାରତୀୟ ଅର୍ଥ ବ୍ୟବସ୍ଥା ସିଦ୍ଧାନ୍ତ ରୂପରେ ଉପନିବେଶବାଦ ଟ୍ରାକ୍‌ରୁ ଓହ୍ଲାଇ ନୂଆ ମାର୍ଗରେ ଚାଲିବା ପାଇଁ ଏ ପର୍ଯ୍ୟନ୍ତ ସମର୍ଥ ହୋଇପାରିନାହିଁ। ଦୀର୍ଘ ଦିନର ଗୋଲାମି କାରଣରୁ ଦେଶର ଅର୍ଥ ବ୍ୟବସ୍ଥା ଲମ୍ବା ସମୟ ଧରି ଘୁଷୁଡ଼ି ଘୁଷୁଡି ଏବେ ବିଶ୍ୱର ଷଷ୍ଠ ସବୁଠାରୁ ବଡ଼ ଆର୍ଥିକ ପ୍ରଗତିର ରାଷ୍ଟ୍ରରେ ପରିଣତ ହୋଇଛି। ଏହି ୭୨ବର୍ଷରେ ଦେଶରେ ଅର୍ଥ ବ୍ୟବସ୍ଥାର ବିସ୍ତାର ନିଶ୍ଚିତ ଭାବରେ ହୋଇଛି। ପରନ୍ତୁ ଆମକୁ ଅପେକ୍ଷିତ ସଫଳତା ମିଳିପାରିନାହିଁ।

ଉପନିବେଶବାଦ କାଳରେ ଇଂରେଜ ଶାସନ ଭାରତର ଅର୍ଥ ବ୍ୟବସ୍ଥାକୁ ଏଭଳି ନଷ୍ଟବିନଷ୍ଟ କରିଦେଇଥିଲା ଯେ, ସପ୍ତଦଶ ଶତାବ୍ଦୀ ପର୍ଯ୍ୟନ୍ତ ଯେଉଁ ଦେଶ କେବଳ ରପ୍ତାନି କରି ଆସୁଥିଲା ସ୍ବାଧୀନତାପ୍ରାପ୍ତି ବେଳକୁ ସେହି ଦେଶ କେବଳ ଆମଦାନୀ କ୍ଷେତ୍ରରେ ପରିଣତ ହୋଇସାରିଥିଲା। ଛୋଟଛୋଟ ସାମଗ୍ରୀ ପାଇଁ ଆମେ ଇଂଲଣ୍ଡ ଉପରେ ନିର୍ଭର କରୁଥିଲୁ। ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଭାରତରେ ପୁଞ୍ଜିନିବେଶ ହେବା ଆରମ୍ଭ ହେଲା। କିନ୍ତୁ ଦେଶରେ ଥିବା ଉଦ୍ୟୋଗଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଇଂରେଜମାନଙ୍କ ହାତରେ ହିଁ ଥିଲା। ସେହି ସମୟରେ କିଛି ଭାରତୀୟ ଉଦ୍ୟୋଗପତି ଶିଳ୍ପରେ ପୁଞ୍ଜିନିବେଶ କରିଥିଲେ ମଧ୍ୟ ଇଂରେଜଙ୍କ ନିୟନ୍ତ୍ରଣ କାରଣରୁ ବିଶେଷ ସଫଳତା ହାସଲ କରିପାରି ନ ଥିଲେ। ଇଂରେଜ ସରକାର ନିଜ ହିତ ଦୃଷ୍ଟିରୁ ଯେଉଁ ନୀତି ନିର୍ଦ୍ଧାରଣ କରିଥିଲେ ଭାରତୀୟ ଉଦ୍ୟୋଗପତିମାନଙ୍କୁ ବାଧ୍ୟହୋଇ ସେ ସବୁକୁ ମାନିବାକୁ ପଡୁଥିଲା। ଦେଶର ନୀତି ନିର୍ଦ୍ଧାରକଙ୍କ ବିଚାରଧାରା ସେତେବେଳେ ପାଶ୍ୱାତ୍ୟ ଦେଶଗୁଡ଼ିକର ବିକାଶ ଦ୍ୱାରା ଅଧିକ ପ୍ରଭାବିତ ଥିଲା। ସେଥିପାଇଁ ଗ୍ରାମୋଦ୍ୟୋଗ, ଗ୍ରାମ୍ୟବିକାଶ ଏବଂ କୁଟୀରଶିଳ୍ପର ସଶକ୍ତୀକରଣ ଉପରେ ବିଶେଷ ଦୃଷ୍ଟି ଦେବା ପରିବର୍ତ୍ତେ ସେଗୁଡ଼ିକୁ ଉପେକ୍ଷା କରାଗଲା।

ଧୀରେ ଧୀରେ ଉଦ୍ୟୋଗୀକରଣର ଧାରା ତୀବ୍ର ହେଲା। କିନ୍ତୁ ଆର୍ଥିକ ବିକାଶ ଦୃଷ୍ଟିରୁ ଦେଶ ପଛରେ ପଡିରହିଲା। ସତୁରି ଦଶକ ପର୍ଯ୍ୟନ୍ତ ଦେଶରେ ଆର୍ଥିକ ବିକାଶର ଢାଞ୍ଚା ସମ୍ପୂର୍ଣ୍ଣ ଭାବରେ ଔଦ୍ୟୋଗିକ କ୍ରାନ୍ତି ବା ଶିଳ୍ପବିପ୍ଳବର ଅନୁକରଣ ହିଁ ଥିଲା। ମହାତ୍ମା ଗାନ୍ଧୀ ଏବଂ ତାଙ୍କ ପରେ ବିନୋବା ଭାବେ, ରାମମନୋହର ଲୋହିଆ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପରି ଚିନ୍ତାନାୟକ ଗଣ କୁଟୀରଶିଳ୍ପ ଏବଂ ହସ୍ତଶିଳ୍ପକୁ ଭାରତୀୟ ଅର୍ଥ ବ୍ୟବସ୍ଥାର ପ୍ରମୁଖ ଆଧାର ସ୍ତମ୍ଭ ବୋଲି କହିଥିବା ବେଳେ ପଣ୍ଡିତ ନେହେରୁ ଏବଂ ପରେ ଇନ୍ଦିରା ଗାନ୍ଧୀ ପାଶ୍ଚାତ୍ୟ ଶିଳ୍ପ ବିପ୍ଳବ ନୀତିକୁ ଅଧିକ ପସନ୍ଦ କଲେ। ସ୍ବାଧୀନତା ଆନ୍ଦୋଳନ ସମୟରେ ଯେଉଁ ଗ୍ରାମ୍ୟ ବିକାଶ ଓ ଗ୍ରାମ୍ୟସ୍ବରାଜର କଳ୍ପନା କରାଯାଇଥିଲା, ସେ ବିଷୟରେ ଆଉ ଚିନ୍ତା କରାଗଲା ନାହିଁ।

ପରିଣତି ଯାହା ହେଲା ତାହା ସମସ୍ତଙ୍କୁ ଜଣା। ଶିଳ୍ପ ବିକାଶର ବାଞ୍ଛିତ ସଫଳତା ତ ମିଳିଲା ନାହିଁ, ଖାଦ୍ୟଶସ୍ୟ ଉତ୍ପାଦନରେ ମଧ୍ୟ ଭାରତ ନିଜର ଆବଶ୍ୟକତା ପୂରଣ କରିପାରିଲା ନାହିଁ। ହରିତ୍‌ କ୍ରାନ୍ତି ଅଭିଯାନ ପରେ ଦେଶ ଏ ଦିଗରେ କିଛିଟା ସଫଳତା ଅବଶ୍ୟ ହାସଲ କଲା। ମାତ୍ର ଔଦ୍ୟୋଗିକ କ୍ରାନ୍ତି ଦୃଷ୍ଟିରୁ ଭାରତ ବିକଶିତ ଦେଶଗୁଡ଼ିକଠାରୁ ପଛୁଆ ହୋଇ ରହିଗଲା। ୯୦ ଦଶକରେ ଉଦାରୀକରଣ ଏବଂ ଜଗତୀକରଣ ନୀତିକୁ ଭାରତ ଗ୍ରହଣ କଲା। ଏହାପରେ ଉଦାରୀକରଣ ନାମରେ ସ୍ବଦେଶୀ ଉଦ୍ୟୋଗଗୁଡ଼ିକ ଉପରେ କୁଠାରାଘାତ ଆରମ୍ଭ ହେଲା।

ଏଭଳି ସ୍ଥିତି ଉତ୍ପନ୍ନ ହେଲା, ଯାହାଫଳରେ ଅନେକ ସ୍ବଦେଶୀ ଶିଳ୍ପକାରଖାନାକୁ ବହୁରାଷ୍ଟ୍ରୀୟ କମ୍ପାନୀମାନେ ଅଧିଗ୍ରହଣ କରିନେଲେ ଏବଂ ଭାରତୀୟ ବଜାରରେ ବିଦେଶୀ କମ୍ପାନୀଗୁଡ଼ିକର ପ୍ରଭାବ ବଢ଼ିବାକୁ ଲାଗିଲା। ପୁଣି ଥରେ ଇଷ୍ଟଇଣ୍ଡିଆ କମ୍ପାନୀର ସମୟ ଆସିଗଲା ବୋଲି ଧାରଣା ସୃଷ୍ଟି ହେଲା। ପରେ ପରେ ଜଗତୀକରଣ ନାଁରେ ଡବ୍ଲ୍ୟୁଟିଓ ଏବଂ ଗୈଟ୍‌ ବୁଝାମଣା ଭାରତୀୟ ଅର୍ଥ ବ୍ୟବସ୍ଥାକୁ ପୂରା ଭାବରେ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ପାଇଁ ଉନ୍ମୁକ୍ତ କରିଦେଲା। ଅବଶ୍ୟ କେତେକ ଉଦ୍ୟୋଗରେ ସଂରକ୍ଷଣ ନୀତିର ଅନୁପାଳନ କରାଗଲା, କିନ୍ତୁ ଏହି ସଂରକ୍ଷଣବାଦୀ ନୀତି ରକ୍ଷା ଉତ୍ପାଦନ ଭଳି କିଛି ଖାସ୍‌ ଉଦ୍ୟୋଗ ପାଇଁ ସୀମିତ ରହିଲା।

ଏହା କହିଲେ ଅନୁଚିତ ହେବ ନାହିଁ ଯେ, ଦେଶରେ ଏବେ ଉପନିବେଶବାଦୀ କାଳର ପୁନରାବୃତ୍ତି ହେବାରେ ଲାଗିଛି। ବିଦେଶୀ ପୁଞ୍ଜି ନିବେଶକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଇଷ୍ଟଇଣ୍ଡିଆ କମ୍ପାନୀ ପରି ଏହି ବହୁରାଷ୍ଟ୍ରୀୟ ବିଦେଶୀ ପୁଞ୍ଜିନିବେଶକାରୀ ସଂସ୍ଥାଗୁଡ଼ିକ ଭାତରୀୟ ବଜାରକୁ ଉପଯୋଗ କରିବାରେ ତୀବ୍ର ପ୍ରତଦ୍ୱନ୍ଦ୍ୱିତା ଆରମ୍ଭ କରିଦେଇଛନ୍ତି। ମେକ୍‌ ଇନ୍‌ ଇଣ୍ଡିଆ ଭଳି ନୀତି କେବଳ ସ୍ଲୋଗାନରେ ପରିଣତ ହୋଇଛି।

ଏହା ସତ୍ୟ ଯେ, ବିଦେଶୀ ପୁଞ୍ଜିନିବେଶ ସହିତ ଦେଶରେ ନୂତନ ଔଦ୍ୟୋଗିକ ପ୍ରବେଶ ଘଟିଛି। ଏହାଦ୍ୱାରା ରୋଜଗାର ସମ୍ଭବ ହୋଇଛି। କିନ୍ତୁ ଏହାକୁ ଅସ୍ବୀକାର କରିହେବ ନାହିଁ ଯେ ଭାରତୀୟ ପୁଞ୍ଜି ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକର ଲାଭାଂଶ ଭାବରେ ନିୟମିତ ଦେଶ ବାହାରକୁ ଚାଲିଯାଉଛି। ଯେଉଁ ଅର୍ଥବ୍ୟବସ୍ଥା ଉପରେ କେବଳ ଭାରତର ନିୟନ୍ତ୍ରଣ ରହିବା ଉଚିତ, ତାହାକୁ ପୂରା ବିଦେଶୀ ନିବେଶକଙ୍କ ପାଇଁ ଉନ୍ମୁକ୍ତ କରିଦିଆଯାଇଛି। ଏବର କେନ୍ଦ୍ର ସରକାର ମଧ୍ୟ ଏହି ନୀତିର ଅନୁସରଣ କରୁଛି। ବିଦେଶୀ ମୁଦ୍ରା ଆହରଣର ଏହା ଏକ ଶ୍ରେଷ୍ଠ ମାର୍ଗ ବୋଲି ଆମର ସରକାରୀ ଅର୍ଥଶାସ୍ତ୍ରୀମାନେ ବିଚାର କରୁଛନ୍ତି। ଏହାଦ୍ୱାରା ଆମର ମୁଦ୍ରାକୋଷ ବିଦେଶୀ ଧନରେ ଭରପୂର ହେବ ବୋଲି ସେମାନେ ଆଶା ରଖିଛନ୍ତି। ବର୍ତ୍ତମାନ ସମୟରେ ଜଗତୀକରଣରୁ ସମ୍ପୂର୍ଣ୍ଣ ମୁକ୍ତି ଅସମ୍ଭବ, ପରନ୍ତୁ ଏହି ସମୟରେ ସବୁଠାରୁ ଅଧିକ ଧ୍ୟାନ ଦେବାକୁ ହେବ କୁଟୀର ଏବଂ ହସ୍ତଶିଳ୍ପକୁ। ଏହା ହେଲେ ଦେଶର ପୁଞ୍ଜି ତଳସ୍ତର ପର୍ଯ୍ୟନ୍ତ ଆବଣ୍ଟିତ ହୋଇପାରିବ। ଏହାଦ୍ୱାରା ଗାଁର କୁଶଳୀ କାରିଗର, କ୍ଷୁଦ୍ର ବ୍ୟବସାୟୀ ଏବଂ ଗାଁ ଲୋକେ ଉପକୃତ ହୋଇପାରିବେ ତଥା ଦେଶରେ ଆତ୍ମବିଶ୍ୱାସ ସହ ଅସ୍ଥିରତାର  ଅବସାନ ହେବ। ବଡ଼ ଶିଳ୍ପ ସହ ଗ୍ରାମୋଦ୍ୟୋଗରେ ଅଧିକ ଧ୍ୟାନ କେନ୍ଦ୍ରିତ ହେବା ଦେଶ ପାଇଁ ଲାଭଜନକ ହେବ।

ମର୍କତନଗର, କଟକ, ମୋ: ୯୪୩୭୨୭୦୬୦୫

All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..

ଆତଙ୍କର ସିଧା ପ୍ରସାରଣ

ଆତଙ୍କର ସିଧା ପ୍ରସାରଣ

ଆତଙ୍କବାଦ କାର୍ଯ୍ୟକଳାପକୁ ବର୍ଣ୍ଣଭିତ୍ତିକ ଘୃଣା ପୁନଶ୍ଚ ଖୋରାକ ଯୋଗାଇଲାଣି। ୧୫ ମାର୍ଚ୍ଚ ୨୦୧୯ରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହରର ଦୁଇଟି ମସ୍‌ଜିଦ୍‌ରେ ଘଟିଥିବା ଗଣହତ୍ୟା ଏହାର ସଦ୍ୟ ଦୃଷ୍ଟାନ୍ତ। ଏଥିରେ ୫ଜଣ ଭାରତୀୟଙ୍କ ସମେତ ପ୍ରାୟ ୫୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଏହି ଅପରାଧ ଭିଆଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ କାଣ୍ଡ ସୋସିଆଲ ମିଡିଆରେ ଲାଇଭ୍‌ ଷ୍ଟ୍ରିମିଂ କରିଥିଲେ । 

ପାନପିକର କାହାଣୀ

ପାନପିକର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା

ରାସ୍ତାରେ ଯାଉ ଯାଉ ଆମ ଆଗରେ ଚାଲୁଥିବା ଲୋକଟି ହଠାତ୍‌ ପାନପିକ ଲଣ୍ଡାଏ ଛାଡିଦେବା ଏବଂ ତହିଁରୁ କିଛି ପବନରେ ଉଡିଆସି ଆମ ଦେହ ବା ମୁହଁରେ ପଡିବା ଏକ ବିରଳ ଅନୁଭୂତି ନୁହେଁ। 

ଖୋଇଲେ ମନ ପୂରେ

ଖୋଇଲେ ମନ ପୂରେ

ଅଲେଖ ଚନ୍ଦ୍ର ମିଶ୍ର

କୃଷ୍ଣସୁଦାମା ଚରିତ କିଏ ବା ନ ଜାଣେ? ଯାହା ସୁଦାମାଙ୍କୁ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତିଦେଇ ସକଳ ଐଶ୍ୱର୍ଯ୍ୟର ଅଧିକାରୀ କରିଥିଲା, ସ୍ଥୂଳ ଦୃଷ୍ଟିରେ ତାହା ଥିଲା ମୁଠାଏ ଖୁଦଭଜା। କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ତାହା ଥିଲା ସୁଦାମାଙ୍କର କୃତକର୍ମର ପ୍ରାୟଶ୍ଚିତ୍ତ ଏବଂ ଋଣ ପରିଶୋଧର ନିଦର୍ଶନ। 

ଏଇ ଭାରତରେ

ଏଇ ଭାରତରେ

ବିଦେଶ ଭ୍ରମଣରେ ଯିବା ପାଇଁ ଅଧିକାଂଶ ବ୍ୟକ୍ତି ଆଗ୍ରହ ପ୍ରକାଶ କରିଥାଆନ୍ତି। ତେବେ ସେଥିପାଇଁ ଆବଶ୍ୟକ ହୋଇଥାଏ ଟଙ୍କା। ଇଚ୍ଛାଥିଲେ ମଧ୍ୟ ଅର୍ଥ ଅଭାବରେ ବିଦେଶ ଭ୍ରମଣ ଆଶା ସାକାର ହୋଇପାରେ ନାହିଁ। ତେଣୁ ଅଳ୍ପ ଅଳ୍ପ ଟଙ୍କା ସଞ୍ଚୟ କରି ଅଧିକ ପୁଞ୍ଜି କଲେ ଯାଇ ବିଦେଶ ଭ୍ରମଣ ସମ୍ଭବ ହୋଇପାରିବ। ବିଦେଶ ଭ୍ରମଣକୁ ସାକାର ରୂପ ଦେଇପାରିଛନ୍ତି କେରଳର ଏକ ଦମ୍ପତି।

ଆପ୍ରବାସୀଙ୍କ ପ୍ରତି ଘୃଣା

ଆପ୍ରବାସୀଙ୍କ ପ୍ରତି ଘୃଣା

ଆକାର ପଟେଲ

ନ୍ୟୁଜିଲାଣ୍ଡ ଗଣହତ୍ୟା ଖବର ଶୁକ୍ରବାର ସକାଳେ ରେଡିଓରୁ ଜାଣିଲି। ଶନିବାର ସକାଳେ ଖବରକାଗଜରୁ ପଢ଼ିଲି ଯେ ଆକ୍ରମଣ ପରେ ୯ ଜଣ ଭାରତୀୟ ମଧ୍ୟ ନିଖୋଜ ଅଛନ୍ତି। ସେମାନେ ଅହମଦାବାଦ ଓ ହାଇଦ୍ରାବାଦର ଲୋକ। ସବୁଦିନ ସକାଳେ ମୁଁ ବିବିସି ରେଡିଓରୁ ଖବର ଶୁଣେ। ଗୁଳିକାଣ୍ଡ ଖବର ପ୍ରସାରଣ ପରେ କମେଣ୍ଟାରୀ (ବ୍ୟାଖ୍ୟାନ) ଅନ୍ୟ କାହାଣୀ ଆଡ଼କୁ ଗତି କରିଥିଲା। 

ଅଷ୍ଟ୍ରେଲିଆକୁ ଆସିଥିବା ପ୍ରଥମ ପିଆନୋ ମରାମତି ପାଇଁ ଇଂଲଣ୍ଡ ପଠାଯାଇଥିଲା। କାରଣ ଏହା ସେ..

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଚିତ୍ର-ଚରିତ୍ର/ ନିରଞ୍ଜନ ପାଢ଼ୀ

ସାମ୍ପ୍ରତିକ ଜନଜୀବନରେ ପ୍ରତିନିୟତ ଅନେକ ଘଟଣା ଆମ ଆଖିରେ ପଡୁଛି। ଘୃଣା, ଈର୍ଷା, ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା, ଜନ୍ମଦାତା ମାତାପିତାଙ୍କୁ ନିର୍ଯାତନା- ଏସବୁ ଘଟଣାର ଦୃଷ୍ଟାନ୍ତ ଆଦୌ ଦୁର୍ଲଭ ନୁହେଁ। ଅପରପକ୍ଷେ ଏହାର ବିପରୀତ ଦୃଷ୍ଟାନ୍ତଗୁଡ଼ିକ ଅତ୍ୟନ୍ତ ଦୁର୍ଲଭ ହୋଇ ଲୋକଲୋଚନରୁ ଦୂରେଇ ଗଲେଣି। ଦାରିଦ୍ର୍ୟର ଦାରୁଣ ଦୁର୍ଭାଗ୍ୟକୁ ସାଥିରେ ଧରି ମୁଣ୍ଡ ପୋତି କାନ୍ଦୁଥିବା ଲୋକଟିକୁ ଦେଖି ହସି ହସି ଚାଲିଯାଉଥିବା ଲୋକମାନଙ୍କ ଦୃଷ୍ଟାନ୍ତ ଅତ୍ୟନ୍ତ ସୁଲଭ ହୋଇଥିଲାବେଳେ,..

 ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ବିଶ୍ୱ ସୀମାଶୁଳ୍କ ସଙ୍ଗଠନ (ଡବ୍ଲ୍ୟୁସିଓ) ବେଲ୍‌ଜିୟମ୍‌ର ବ୍ରସେଲ୍ସଠାରେ  ଅବସ୍ଥିତ। ଏହି ଅନ୍ତର୍ଜାତୀୟ ସଙ୍ଗଠନରେ ୧୮୨ ସଦସ୍ୟ ରାଷ୍ଟ୍ର ଅଛନ୍ତି। ସୀମାଶୁଳ୍କ ଆଦାୟ, ଯୋଗାଣ ଶୃଙ୍ଖଳ ସୁରକ୍ଷା, ଅନ୍ତର୍ଜାତୀୟ ବାଣିଜ୍ୟ ସୁବିଧା, ସୀମାଶୁଳ୍କ ପ୍ରବର୍ତ୍ତନ କାର୍ଯ୍ୟଧାରା, ବୌଦ୍ଧିକ ସମ୍ପତ୍ତି ଅଧିକାର (ଆଇପିଆର୍‌), ଡ୍ରଗ୍ସ ଏନ୍‌ଫୋର୍ସମେଣ୍ଟ, ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଭଳି ବହୁ ବାଣିଜି୍ୟକ ପ୍ରସଙ୍ଗ ଉପରେ ଡବ୍ଲ୍ୟୁସିଓ କାର୍ଯ୍ୟ କରିଆସୁଛି। ବିଶ୍ୱ ସ୍ତରରେ ସୀମାଶୁଳ୍କ ସମ୍ବନ୍ଧୀୟ ବିବାଦ ସମାଧାନରେ ଏହାର ଭୂମି..

ଏଇ ଭାରତରେ

ଏଇ ଭାରତରେ

ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀ ଉତ୍ତମ ଆଚରଣ କରନ୍ତି। କିନ୍ତୁ କଲେଜ ମାଟି ମାଡ଼ିବା ବେଳକୁ ଅଧିକାଂଶ ଛାତ୍ରୀଛାତ୍ର ବିପଥଗାମୀ ହେଉଥିବା ଦେଖିବାକୁ ମିଳୁଛି। ଗୋଆ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ରେ ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଛି, ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଠାରେ ଶିକ୍ଷା ନେଉଥିବା ଛାତ୍ରୀମାନେ ଛାତ୍ରଙ୍କ ଅପେକ୍ଷା ଅଧିକ ମାତ୍ରାରେ ନିଶାସେବ..


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା