ସମ୍ପାଦକୀୟ |

ସାଧକ ଶ୍ରୀଯଶୋବନ୍ତ ସ୍ମରଣେ

ସାଧକ ଶ୍ରୀଯଶୋବନ୍ତ ସ୍ମରଣେ

ଡ. ଜ୍ୟୋତିର୍ମୟୀ ମହାନ୍ତି

ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀରେ ଗଜପତି ପ୍ରତାପରୁଦ୍ରଦେବଙ୍କ ରାଜତ୍ୱ କାଳରେ ସିଦ୍ଧ ସାଧକ, ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ପଞ୍ଚସଖାଙ୍କର ଆବିର୍ଭାବ ଘଟିଥିଲା। ଯେଉଁମାନେ କି ନିଜ ନିଜର ସାଧନା ବଳରେ ଓଡ଼ିଶାରେ ଆଧ୍ୟାତ୍ମିକ ଚେତନା ଓ ଧାର୍ମିକ ଭାବନାରେ ଆଲୋଡ଼ନ ସୃଷ୍ଟି କରିଥିଲେ। ଏମାନଙ୍କ ମଧ୍ୟରେ ମାନବ ଜୀବନ ଦର୍ଶନ ସମ୍ପର୍କରେ ବିଶ୍ଳେଷଣ କରି ତତ୍କାଳୀନ ସମାଜରେ ଏକ ଯୁଗାନ୍ତକାରୀ ସ୍ବର ତୋଳିଥିବା ସାଧକଶ୍ରେଷ୍ଠ ଶ୍ରୀଯଶୋବନ୍ତ ଗୋସେଇଁ ଅନ୍ୟତମ। ତାଙ୍କର ଜନ୍ମସ୍ଥାନ ଅବିଭକ୍ତ କଟକ ତଥା ବର୍ତ୍ତମାନର ଜଗତ୍‌ସିଂହପୁର ଜିଲା ଅନ୍ତର୍ଗତ ଅଢ଼ଙ୍ଗ ଗ୍ରାମ। ଜନ୍ମ ସମୟ ଓ ପିତାଙ୍କ ନାମ ସମ୍ପର୍କରେ ଉଦୟ କାହାଣୀ, ଭକ୍ତି ଚନ୍ଦ୍ରିକା, ଶୂନ୍ୟସଂହିତା ଆଦି ଗ୍ରନ୍ଥରୁ ବିଭିନ୍ନ ପ୍ରକାର ତଥ୍ୟ ମିଳିଥାଏ। ଆଲୋଚକଗଣ ତାଙ୍କ ଜନ୍ମ ସମୟ ୧୪୭୦ରୁ ୧୫୫୦ ଖ୍ରୀଷ୍ଟାବ୍ଦ ବୋଲି ଧରିଥାଆନ୍ତି ତ କେହି କେହି ୧୪୮୭ ଖ୍ରୀଷ୍ଟାବ୍ଦ ବୋଲି କୁହନ୍ତି। ଗବେଷକମାନେ ପିତାଙ୍କ ନାମ ବଳଭଦ୍ର ମଲ୍ଲ ଓ ମାତା ରେଖା ଦେବୀ ବୋଲି ମତବ୍ୟକ୍ତ କରିବା ସତ୍ତ୍ୱେ କିଛି ଗବେଷକ ପିତାଙ୍କ ନାମ ଜଗୁ ମଲ୍ଲିକ ବୋଲି କୁହନ୍ତି।

ତାଙ୍କ ଜୀବନର ଏକ ଅଲୌକିକ ଘଟଣା। ପକ୍ୱ ଧାନକେଣ୍ଡାରେ ପୂରିଥିଲା ଧାନ କିଆରି। ସୁନା ରଙ୍ଗର ଧାନକେଣ୍ଡାମାନ ପବନରେ ଦୋଳି ଖେଳୁଥାଏ। ଏହାକୁ ଦେଖି ଜଣେ ବ୍ୟକ୍ତି ଦାଆଟିଏ ଧରି ଧାନକେଣ୍ଡାମାନ କାଟିବାରେ ଲାଗିଲେ। କି ଅଦ୍ଭୁତ, ଦାଆରେ ଧାନ କାଟିବାର ଶବ୍ଦରୁ ରାମ...ରାମ... ଉତ୍ପନ୍ନ ହେଉଛି। ଆତ୍ମବିସ୍ମୃତ ହୋଇ ସେ ଛିଡ଼ା ହେଲେ ସାରା ରାତି। ରାମ ନାମରେ ଆତ୍ମବିସ୍ମୃତ ସେ ବ୍ୟକ୍ତିଙ୍କୁ ଧାନଚୋରି ଅପରାଧରେ ରାଜା ରଘୁରାମଙ୍କ ପାଖକୁ ନିଆଗଲା। ମାତ୍ର ରାଜା ସେହି ବ୍ୟକ୍ତିଙ୍କ ଶରୀରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ପରମ ଆଶ୍ଚର୍ଯ୍ୟ ହେଲେ ଓ ଭକ୍ତି ଗଦ୍‌ ଗଦ୍‌ ହୋଇ ତାଙ୍କୁ ପ୍ରଣାମ ଜଣାଇଲେ। ସେ ବ୍ୟକ୍ତି ଜଣକ ହେଉଛନ୍ତି ସିଦ୍ଧ ଯୋଗୀ ପୁଣ୍ୟଶ୍ଳୋକ ଶ୍ରୀଯଶୋବନ୍ତ, ଏ କଥା ସେ ତାଙ୍କ ଲିଖିତ ଚଉରାଅଶୀ ଆଜ୍ଞାରେ ବର୍ଣ୍ଣନା କରିଛନ୍ତି-

”ସେ ଧାନ ରାମ ରାମ ଭାଷି, ମୁଁ ଶୁଣି ହୋଇଲି ସନ୍ନ୍ୟାସୀ,

ହସ୍ତୁ ପଡ଼ିଲା ଦାଆ ତଳେ, ମୁଁ ଭୋଳ ହେଲି ରାମ ତାଳେ।“

କଠୋର ସାଧନା ବଳରେ ନିଜ ଶରୀରର ଷଡ଼ଚକ୍ର ମଧ୍ୟ ଦେଇ କୁଣ୍ଡଳିନୀଶକ୍ତି ଜାଗ୍ରତ କରି ବହୁ ଅଲୌକିକ ପ୍ରତିଭାର ଅଧିକାରୀ ହୋଇଥିଲେ ସେ। ତାଙ୍କ ଆଜ୍ଞାରେ ମେଘ ତାଙ୍କର ଅଛୁଆଣି କୁଡ଼ିଆକୁ ଛାଡ଼ି ଅନ୍ୟତ୍ର ବର୍ଷା କରିବା, ଖଣ୍ଡିଆ କାନ୍ଥ ଚାଲିବା, ବ୍ରହ୍ମରାକ୍ଷସ ବଶହେବା, ଫଳନ୍ତି ନଡ଼ିଆ ଗଛ ନଇଁ ପଡ଼ିବା ଇତ୍ୟାଦି ଘଟଣାବଳୀ ତାଙ୍କୁ ଅସାଧାରଣ ତନ୍ତ୍ରସିଦ୍ଧ ପୁରୁଷ ରୂପେ ପରିଚିତ କରାଏ। ଯୋଗୀ ଶ୍ରୀଯଶୋବନ୍ତଙ୍କ ଯୋଗମାର୍ଗରେ ସାଧନାର ପ୍ରଧାନ ଦିଗ ହେଉଛି ମନକୁ ସମସ୍ତ ବିଷୟବାସନାରୁ ନିବୃତ୍ତ କରିବା। ମନକୁ ଥରେ ନିୟନ୍ତ୍ରଣ କରିପାରିଲେ ସାଧକ ନିକଟରେ ସମସ୍ତ ସତ୍ୟ ସ୍ବତଃ ଉଦ୍‌ଭାସିତ ହୋଇଉଠେ। ଆଜିର ଯୁକ୍ତିଜୀବୀ ବିଜ୍ଞାନଧର୍ମୀ ଲୋକେ ହୁଏତ ଏହାକୁ ଅସ୍ବୀକାର କରି ପାରନ୍ତି, ମାତ୍ର କଠୋର ସାଧନା ଦ୍ୱାରା ଆମ ଇସ୍ରୋର ବୈଜ୍ଞାନିକମାନେ ଯେମିତି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ମଙ୍ଗଳ ଯାନକୁ ସଫଳତାର ସହ ଉତ୍‌କ୍ଷେପଣ କରିପାରିଛନ୍ତି, ସେହିପରି ଏହି ବ୍ରହ୍ମଦର୍ଶୀ ଯୋଗ ସାଧନା ଦ୍ୱାରା ନାନା ଅସାଧ୍ୟ ସାଧନ କରିବା ସହ ଭବିଷ୍ୟତ ଦର୍ଶନ କରିପାରିଥିଲେ। ତାଙ୍କ ଆତ୍ମାରେ ସେ ପରମାତ୍ମାଙ୍କୁ ଅନୁଭବ କରି ଆମକୁ ପରମତତ୍ତ୍ୱ ପ୍ରଦାନ କରିଛନ୍ତି ତାଙ୍କ ଲେଖନୀ ମାଧ୍ୟମରେ।

ଅନନ୍ୟ ତାଙ୍କର କାଳଜୟୀ ସୃଷ୍ଟି ଶିବ ସ୍ବରୋଦୟରେ ସୃଷ୍ଟି ତତ୍ତ୍ୱ, ଶୂନ୍ୟରେ ଭଗବାନଙ୍କ ଅବସ୍ଥିତି, ଶ୍ରୀକୃଷ୍ଣଙ୍କ ଶାଶ୍ୱତ ପ୍ରେମର ମନୋଜ୍ଞ ଅବତାରଣା, ପ୍ରେମଭକ୍ତି ବ୍ରହ୍ମଗୀତାରେ ନିରାକାର ବ୍ରହ୍ମ ଓ ଶୂନ୍ୟରୁ ଉଦ୍ଭବ ଭଗବତ୍‌ ଜ୍ୟୋତିର ବର୍ଣ୍ଣନା ଓ ଆତ୍ମ ପରତେ ଗୀତା, ଗୋବିନ୍ଦଚନ୍ଦ୍ର ବଣଭୋଜି ଇତ୍ୟାଦିରେ ସନ୍ନିବେଶିତ ବିଷୟବସ୍ତୁ ତାତ୍ତ୍ୱିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିସହ ତାଙ୍କର ରହିଛି ଏଗାରଗୋଟି ଶରୀରଭେଦୀ ଭଜନ, ଯାହାର ଭାବଗର୍ଭକ ଅନବଦ୍ୟ କବିତା ପଂକ୍ତି ଜୀବନଦର୍ଶନର ଗଭୀର ରହସ୍ୟ ଉପରେ ଆଧାରିତ। ଯଥା-

‘ଓଲଟ ବୃକ୍ଷେ ଖେଳୁଛି ଲୋଟଣୀ ପାରା/ଅଠାକାଠି ପଞ୍ଜୁରିରେ ନ ଦିଏ ଧରା’ ଇତ୍ୟାଦି।

ଏହି ସାଧକଶ୍ରେଷ୍ଠଙ୍କ ଗୂଢ଼ତତ୍ତ୍ୱ ସମ୍ବଳିତ ଲେଖାଗୁଡ଼ିକର ଅନୁଶୀଳନ ଓ ବିଶ୍ଳେଷଣ ବର୍ତ୍ତମାନ ଯୁଗରେ ଏକାନ୍ତ କାମ୍ୟ।

ମାର୍ଗଶିର ଶୁକ୍ଳଷଷ୍ଠୀ ବା ପ୍ରାବରଣଷଷ୍ଠୀ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଡ଼ଲାଗି ପର୍ବ। ଏହି ପବିତ୍ର ଦିନ ପୁଣ୍ୟଶ୍ଳୋକ ଯୋଗୀ ଶ୍ରୀଯଶୋବନ୍ତଙ୍କର ମହାପ୍ରୟାଣ ଘଟିଥିଲା। ଏହାର ପୂର୍ବ କଳନା କରି ସେ ଲେଖିଥିଲେ-

‘ଲିଭିଯିବ ଜ୍ୟୋତି ଜଳୁଛି ପ୍ରଭୁ ନିକର ଦିନେ,

ମାର୍ଗଶିର ମାସ ନିଦାନ ଯିବି ଉତ୍ତରାୟଣେ।

ବାର କଳା ରବିବାରରେ ରବିବାର ଦିବସ,

ପିଣ୍ଡରୁ ପ୍ରାଣ ଛାଡ଼ିଯିବ, ମୁଁ ହେବି ହରଷ।’ 

ତାଙ୍କ ପବିତ୍ର ସମାଧି ପୀଠରେ, ଯଶୋବନ୍ତ ଗାଦିରେ ଓଢ଼ଣଷଷ୍ଠୀ ଦିନ ତାଙ୍କ ଶ୍ରାଦ୍ଧୋତ୍ସବ ସ୍ଥାନୀୟ ଶ୍ରଦ୍ଧାଳୁ ଜନତାଙ୍କ ଦ୍ୱାରା ମହା ସମାରୋହରେ ପାଳିତ ହୁଏ। ଏହି ଉପଲକ୍ଷେ ସେଠାରେ ବହୁ ସାଧୁସନ୍ଥଙ୍କର ସମାଗମ ହୁଏ। ପବିତ୍ର ଅଢ଼ଙ୍ଗମାଟି ସେଦିନ ଶ୍ରୀକ୍ଷେତ୍ର ପାଲଟେ। ଧାଇଁ ଆସନ୍ତି ମହାବାହୁ ଶ୍ରୀଜଗନ୍ନାଥ ରତ୍ନସିଂହାସନ ଛାଡ଼ି ଭକ୍ତର ସମାଧି ପୀଠକୁ, ଅପୂର୍ବ ଭାବାବେଶରେ ଉଛୁଳି ଉଠେ ସେଦିନ ଭକ୍ତମାନଙ୍କ ପ୍ରାଣ। ତୁଳସୀ, ଚନ୍ଦନ, ଦୟଣାର ମହ ମହ ବାସ୍ନାରେ ମହକିତ ହୁଏ ସମାଧି ପୀଠ। ଏସବୁ ଅନୁଭବର କଥା। ଏହି ମହାପୁରୁଷଙ୍କ ଶ୍ରାଦ୍ଧୋତ୍ସବ ପାଳନ ଅବସରରେ ତାଙ୍କ ପାଦ ତଳେ ଆଜି ଆମେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ଏବଂ ସେ ମହାମାନବଙ୍କ ପବିତ୍ର ଆତ୍ମା ସମଗ୍ର ମନୁଷ୍ୟ ସମାଜକୁ ଆଲୋକର ପଥ ଦେଖାଉ, ଏହାହିଁ ସେ ସିଦ୍ଧ ସାଧକଙ୍କ ପଦ ତଳେ ପ୍ରାର୍ଥନା।

ବାଗ ସାହି, ଜଗତ୍‌ସିଂହପୁର, ମୋ-୯୦୪୦୫୭୮୭୭୨

All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..

ଆତଙ୍କର ସିଧା ପ୍ରସାରଣ

ଆତଙ୍କର ସିଧା ପ୍ରସାରଣ

ଆତଙ୍କବାଦ କାର୍ଯ୍ୟକଳାପକୁ ବର୍ଣ୍ଣଭିତ୍ତିକ ଘୃଣା ପୁନଶ୍ଚ ଖୋରାକ ଯୋଗାଇଲାଣି। ୧୫ ମାର୍ଚ୍ଚ ୨୦୧୯ରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହରର ଦୁଇଟି ମସ୍‌ଜିଦ୍‌ରେ ଘଟିଥିବା ଗଣହତ୍ୟା ଏହାର ସଦ୍ୟ ଦୃଷ୍ଟାନ୍ତ। ଏଥିରେ ୫ଜଣ ଭାରତୀୟଙ୍କ ସମେତ ପ୍ରାୟ ୫୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଏହି ଅପରାଧ ଭିଆଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ କାଣ୍ଡ ସୋସିଆଲ ମିଡିଆରେ ଲାଇଭ୍‌ ଷ୍ଟ୍ରିମିଂ କରିଥିଲେ । 

ପାନପିକର କାହାଣୀ

ପାନପିକର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା

ରାସ୍ତାରେ ଯାଉ ଯାଉ ଆମ ଆଗରେ ଚାଲୁଥିବା ଲୋକଟି ହଠାତ୍‌ ପାନପିକ ଲଣ୍ଡାଏ ଛାଡିଦେବା ଏବଂ ତହିଁରୁ କିଛି ପବନରେ ଉଡିଆସି ଆମ ଦେହ ବା ମୁହଁରେ ପଡିବା ଏକ ବିରଳ ଅନୁଭୂତି ନୁହେଁ। 

ଖୋଇଲେ ମନ ପୂରେ

ଖୋଇଲେ ମନ ପୂରେ

ଅଲେଖ ଚନ୍ଦ୍ର ମିଶ୍ର

କୃଷ୍ଣସୁଦାମା ଚରିତ କିଏ ବା ନ ଜାଣେ? ଯାହା ସୁଦାମାଙ୍କୁ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତିଦେଇ ସକଳ ଐଶ୍ୱର୍ଯ୍ୟର ଅଧିକାରୀ କରିଥିଲା, ସ୍ଥୂଳ ଦୃଷ୍ଟିରେ ତାହା ଥିଲା ମୁଠାଏ ଖୁଦଭଜା। କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ତାହା ଥିଲା ସୁଦାମାଙ୍କର କୃତକର୍ମର ପ୍ରାୟଶ୍ଚିତ୍ତ ଏବଂ ଋଣ ପରିଶୋଧର ନିଦର୍ଶନ। 

ଏଇ ଭାରତରେ

ଏଇ ଭାରତରେ

ବିଦେଶ ଭ୍ରମଣରେ ଯିବା ପାଇଁ ଅଧିକାଂଶ ବ୍ୟକ୍ତି ଆଗ୍ରହ ପ୍ରକାଶ କରିଥାଆନ୍ତି। ତେବେ ସେଥିପାଇଁ ଆବଶ୍ୟକ ହୋଇଥାଏ ଟଙ୍କା। ଇଚ୍ଛାଥିଲେ ମଧ୍ୟ ଅର୍ଥ ଅଭାବରେ ବିଦେଶ ଭ୍ରମଣ ଆଶା ସାକାର ହୋଇପାରେ ନାହିଁ। ତେଣୁ ଅଳ୍ପ ଅଳ୍ପ ଟଙ୍କା ସଞ୍ଚୟ କରି ଅଧିକ ପୁଞ୍ଜି କଲେ ଯାଇ ବିଦେଶ ଭ୍ରମଣ ସମ୍ଭବ ହୋଇପାରିବ। ବିଦେଶ ଭ୍ରମଣକୁ ସାକାର ରୂପ ଦେଇପାରିଛନ୍ତି କେରଳର ଏକ ଦମ୍ପତି।

ଆପ୍ରବାସୀଙ୍କ ପ୍ରତି ଘୃଣା

ଆପ୍ରବାସୀଙ୍କ ପ୍ରତି ଘୃଣା

ଆକାର ପଟେଲ

ନ୍ୟୁଜିଲାଣ୍ଡ ଗଣହତ୍ୟା ଖବର ଶୁକ୍ରବାର ସକାଳେ ରେଡିଓରୁ ଜାଣିଲି। ଶନିବାର ସକାଳେ ଖବରକାଗଜରୁ ପଢ଼ିଲି ଯେ ଆକ୍ରମଣ ପରେ ୯ ଜଣ ଭାରତୀୟ ମଧ୍ୟ ନିଖୋଜ ଅଛନ୍ତି। ସେମାନେ ଅହମଦାବାଦ ଓ ହାଇଦ୍ରାବାଦର ଲୋକ। ସବୁଦିନ ସକାଳେ ମୁଁ ବିବିସି ରେଡିଓରୁ ଖବର ଶୁଣେ। ଗୁଳିକାଣ୍ଡ ଖବର ପ୍ରସାରଣ ପରେ କମେଣ୍ଟାରୀ (ବ୍ୟାଖ୍ୟାନ) ଅନ୍ୟ କାହାଣୀ ଆଡ଼କୁ ଗତି କରିଥିଲା। 

ଅଷ୍ଟ୍ରେଲିଆକୁ ଆସିଥିବା ପ୍ରଥମ ପିଆନୋ ମରାମତି ପାଇଁ ଇଂଲଣ୍ଡ ପଠାଯାଇଥିଲା। କାରଣ ଏହା ସେ..

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଚିତ୍ର-ଚରିତ୍ର/ ନିରଞ୍ଜନ ପାଢ଼ୀ

ସାମ୍ପ୍ରତିକ ଜନଜୀବନରେ ପ୍ରତିନିୟତ ଅନେକ ଘଟଣା ଆମ ଆଖିରେ ପଡୁଛି। ଘୃଣା, ଈର୍ଷା, ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା, ଜନ୍ମଦାତା ମାତାପିତାଙ୍କୁ ନିର୍ଯାତନା- ଏସବୁ ଘଟଣାର ଦୃଷ୍ଟାନ୍ତ ଆଦୌ ଦୁର୍ଲଭ ନୁହେଁ। ଅପରପକ୍ଷେ ଏହାର ବିପରୀତ ଦୃଷ୍ଟାନ୍ତଗୁଡ଼ିକ ଅତ୍ୟନ୍ତ ଦୁର୍ଲଭ ହୋଇ ଲୋକଲୋଚନରୁ ଦୂରେଇ ଗଲେଣି। ଦାରିଦ୍ର୍ୟର ଦାରୁଣ ଦୁର୍ଭାଗ୍ୟକୁ ସାଥିରେ ଧରି ମୁଣ୍ଡ ପୋତି କାନ୍ଦୁଥିବା ଲୋକଟିକୁ ଦେଖି ହସି ହସି ଚାଲିଯାଉଥିବା ଲୋକମାନଙ୍କ ଦୃଷ୍ଟାନ୍ତ ଅତ୍ୟନ୍ତ ସୁଲଭ ହୋଇଥିଲାବେଳେ,..

 ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ବିଶ୍ୱ ସୀମାଶୁଳ୍କ ସଙ୍ଗଠନ (ଡବ୍ଲ୍ୟୁସିଓ) ବେଲ୍‌ଜିୟମ୍‌ର ବ୍ରସେଲ୍ସଠାରେ  ଅବସ୍ଥିତ। ଏହି ଅନ୍ତର୍ଜାତୀୟ ସଙ୍ଗଠନରେ ୧୮୨ ସଦସ୍ୟ ରାଷ୍ଟ୍ର ଅଛନ୍ତି। ସୀମାଶୁଳ୍କ ଆଦାୟ, ଯୋଗାଣ ଶୃଙ୍ଖଳ ସୁରକ୍ଷା, ଅନ୍ତର୍ଜାତୀୟ ବାଣିଜ୍ୟ ସୁବିଧା, ସୀମାଶୁଳ୍କ ପ୍ରବର୍ତ୍ତନ କାର୍ଯ୍ୟଧାରା, ବୌଦ୍ଧିକ ସମ୍ପତ୍ତି ଅଧିକାର (ଆଇପିଆର୍‌), ଡ୍ରଗ୍ସ ଏନ୍‌ଫୋର୍ସମେଣ୍ଟ, ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଭଳି ବହୁ ବାଣିଜି୍ୟକ ପ୍ରସଙ୍ଗ ଉପରେ ଡବ୍ଲ୍ୟୁସିଓ କାର୍ଯ୍ୟ କରିଆସୁଛି। ବିଶ୍ୱ ସ୍ତରରେ ସୀମାଶୁଳ୍କ ସମ୍ବନ୍ଧୀୟ ବିବାଦ ସମାଧାନରେ ଏହାର ଭୂମି..

ଏଇ ଭାରତରେ

ଏଇ ଭାରତରେ

ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀ ଉତ୍ତମ ଆଚରଣ କରନ୍ତି। କିନ୍ତୁ କଲେଜ ମାଟି ମାଡ଼ିବା ବେଳକୁ ଅଧିକାଂଶ ଛାତ୍ରୀଛାତ୍ର ବିପଥଗାମୀ ହେଉଥିବା ଦେଖିବାକୁ ମିଳୁଛି। ଗୋଆ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ରେ ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଛି, ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଠାରେ ଶିକ୍ଷା ନେଉଥିବା ଛାତ୍ରୀମାନେ ଛାତ୍ରଙ୍କ ଅପେକ୍ଷା ଅଧିକ ମାତ୍ରାରେ ନିଶାସେବ..


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା