ଅନଗୁଳ-ଢେଙ୍କାନାଳ

ଶେଲଟର ହୋମ୍‌ ଯୌନଶୋଷଣ ମାମଲା; ଫୟାଜ୍‌ଙ୍କ ଜାମିନ ଆବେଦନ ଖାରଜ

ଶେଲଟର ହୋମ୍‌ ଯୌନଶୋଷଣ ମାମଲା; ଫୟାଜ୍‌ଙ୍କ ଜାମିନ ଆବେଦନ ଖାରଜ

ଢେଙ୍କାନାଳ ଅଫିସ, ୧୨ା୧୨-ଢେଙ୍କାନାଳ ସଦର ଥାନା ବେଲଟିକିରିସ୍ଥିତ ‘ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆ ଡ୍ରିମ୍‌ ସେଣ୍ଟର’ ଶେଲ୍‌ଟର ହୋମ୍‌  ଯୌନଶୋଷଣ ଏବଂ ଶିଶୁ ନିର୍ଯାତନା ମାମଲାରେ ଗିରଫ ହୋଇଥିବା ଅନୁଷ୍ଠାନର ଚେୟାରମ୍ୟାନ ଫୟାଜ୍‌ ରେହମାନଙ୍କର ଜାମିନ ଆବେଦନ ଖାରଜ ହୋଇଯାଇଛି। ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ବିଚାରପତି ଦାୟିତ୍ୱରେ ଥିବା ଅତିରିକ୍ତ ଜିଲା ଦୌରାଜଜ୍‌ କ୍ଷୀରୋଦ କୁମାର ଦାସ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।

ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ପବ୍ଲିକ ପ୍ରସିକ୍ୟୁଟର ସୁଲେମାନ ଖାଁ ଜାମିନ ଆବେଦନ ବିରୋଧରେ ପ୍ରବଳ ଯୁକ୍ତି ବାଢ଼ିଥିଲେ। ମାମଲା ତଦନ୍ତ ପରିସରଭୁକ୍ତ ରହିଛି। ରେହମାନ୍‌ଙ୍କୁ ଜାମିନ ମିଳିଲେ ସାକ୍ଷୀମାନେ ପ୍ରଭାବିତ ହେବା  ଆଶଙ୍କା ରହିଥିବା ସେ ଦର୍ଶାଇଥିଲେ। ଏଥିସହ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପୋଲିସ ପକ୍ଷରୁ କେସ ଡାଏରି ଦାଖଲ କରାଯାଇଥିଲା। ଅନ୍ୟପଟେ  କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧୀଙ୍କ ନିର୍ଦ୍ଦେଶରେ ଗୁରୁବାର ଜାତୀୟ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟ ଘଟଣାର ତଦନ୍ତ ପାଇଁ ଢେଙ୍କାନାଳ ଆସୁଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।


All Right Reserved By

ଅନଗୁଳ-ଢେଙ୍କାନାଳ

ମହିମା ବ୍ରହ୍ମଜ୍ୟୋତିକୁ ଭବ୍ୟ ସମ୍ବର୍ଦ୍ଧନା

ମହିମା ବ୍ରହ୍ମଜ୍ୟୋତିକୁ ଭବ୍ୟ ସମ୍ବର୍ଦ୍ଧନା

ଢେଙ୍କାନାଳ ଅଫିସ, ୨୦ା୩: ମହିମାଧର୍ମର ମୌଳିକ ତତ୍ତ୍ୱକୁ ଜନମାନସରେ ପ୍ରଚାର କରିବା ଉଦ୍ଦେଶ୍ୟରେ  କାମାକ୍ଷାନଗର ବ୍ଲକ ରାୟନୃସିଂହପୁର ପଞ୍ଚାୟତର କମଗରାପାଟଣା ମହିମା ଟୁଙ୍ଗିରୁ ବାହାରିଥିବା ମହିମା ବ୍ରହ୍ମଜ୍ୟୋତିକୁ ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।  

ସ୍ବଂୟ ସହାୟିକା ସଭାନେତ୍ରୀଙ୍କଠାରୁ ଟଙ୍କା ଲୁଟ୍‌

ସ୍ବଂୟ ସହାୟିକା ସଭାନେତ୍ରୀଙ୍କଠାରୁ ଟଙ୍କା ଲୁଟ୍‌

ବଇଣ୍ଡା, ୨୦ା୩(ଡି.ଏନ.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ବଇଣ୍ଡା ଚନ୍ଦନ ପୋଖରୀ ନିକଟରେ ଥିବା ସାହୁ ଲେଡିଜ କର୍ଣ୍ଣରଠାରୁ ଆନନ୍ଦମୁଣ୍ଡା ଗ୍ରାମ ମା’ ମହାଲକ୍ଷ୍ମୀ ସ୍ବଂୟ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଲକିନ ସାହୁ(୨୪)ଙ୍କଠାରୁ ୧ ଲକ୍ଷ ୬୫ ହଜାର ଟଙ୍କା ଲୁଟ୍‌ ହୋଇଛି। 

ସ୍ବୟଂସହାୟିକା ସଭାନେତ୍ରୀଙ୍କଠାରୁ ଲୁଟ୍‌

ସ୍ବୟଂସହାୟିକା ସଭାନେତ୍ରୀଙ୍କଠାରୁ ଲୁଟ୍‌

ବଇଣ୍ଡା, ୨୦।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ଅନ୍ତର୍ଗତ ବଇଣ୍ଡା ପୋଖରୀ ନିକଟରେ ଥିବା ସାହୁ ଲେଡିଜ୍‌ କନର୍ର୍ର ନିକଟରୁ ଜଣେ ମହିଳାଙ୍କଠାରୁ ବୁଧବାର ଅପରାହ୍ନରେ ୧ ଲକ୍ଷ ୬୫ ହଜାର ଟଙ୍କା ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ଆନନ୍ଦମୁଣ୍ଡା ଗ୍ରାମ ମା’ ମହାଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଲକିନ୍‌ ସାହୁ(୨୪)। 

ଓଡିଶାକୁ କେନ୍ଦ୍ର କରିଛି ଅବହେଳା: ଛାତ୍ର ଓ ଯୁବ ବିଜେଡି ନେତା

ଓଡିଶାକୁ କେନ୍ଦ୍ର କରିଛି ଅବହେଳା: ଛାତ୍ର ଓ ଯୁବ ବିଜେଡି ନେତା

ପରଜଙ୍ଗ,୨୦।୩(ଡି.ଏନ.ଏ): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ୩ ନଂ ଜୋନ୍‌ର ସାଆନ୍ଦା ପଞ୍ଚାୟତ ସାଆନ୍ଦା ହାଟ ପଡ଼ିଆରେ ବୁଧବାର ପରଜଙ୍ଗ ବ୍ଲକ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ  "ହକ୍‌ ମାଗୁଛି ଓଡିଶା"ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। 

ଢେଙ୍କାନାଳ ଲୋକ ସଭା : ବିଜେଡିରୁ  କେପିଙ୍କ ପୁତ୍ରବଧୂ ପ୍ରାର୍ଥୀ ହେବା ଚର୍ଚ୍ଚା

ଢେଙ୍କାନାଳ ଲୋକ ସଭା : ବିଜେଡିରୁ କେପିଙ୍କ ପୁତ୍ରବଧୂ ପ୍ରାର୍ଥୀ ହେବା ଚର୍ଚ୍ଚା

ଢେଙ୍କାନାଳ ଅଫିସ, ୨୦ା୩: ବିଜେଡିର ଅନ୍ୟତମ ହେଭିଓ୍ବେଟ ନେତା ତଥା ୪ ଥର ଏମ୍‌ପି ରହି ଆସିଥିବା ତଥାଗତ ସତପଥୀ ୨୦୧୯ ନିର୍ବାଚନରେ ଭାଗ ନେବେନାହିଁ ବୋଲି କହିବା ପରେ ଢେଙ୍କାନାଳରୁ ଶାସକ ଦଳରୁ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଲାଗିରହିଛି କଳ୍ପନାଜଳ୍ପନା। ସହରର ଜନଗହଳିପୂର୍ଣ୍ଣ ସ୍ଥାନ, ଖଟି ପଏଣ୍ଟ ସବୁଠି ଏବେ ଗୋଟିଏ ପ୍ରସଙ୍ଗ, ତଥାଗତଙ୍କ ବିକଳ୍ପ ହେବେ କିଏ।

ଘୋଷିତ ପ୍ରାର୍ଥୀ ତାଲିକାକୁ ନେଇ ଆଗୁଆ ଅଙ୍କକଷା: ଅନୁଗୋଳ ରାଜନୀତି ପାଣିପାଗ ସରଗରମ

ଘୋଷିତ ପ୍ରାର୍ଥୀ ତାଲିକାକୁ ନେଇ ଆଗୁଆ ଅଙ୍କକଷା: ଅନୁଗୋଳ ରାଜନୀତି ପାଣିପାଗ ସରଗରମ

ଅନୁଗୋଳ ଅଫିସ, ୨୦।୩- ରାଜ୍ୟରେ ହେବାକୁ ଥିବା ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାର ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି।

ଟ୍ରକ୍‌ ଲୁଟ୍‌ ଉଦ୍ୟମ, ୨ ଗିରଫ

ଟ୍ରକ୍‌ ଲୁଟ୍‌ ଉଦ୍ୟମ, ୨ ଗିରଫ

ଛେଣ୍ଡିପଦା,୨୦ା୩(ଡି.ଏନ.ଏ.)(ସ୍ବ.ପ୍ର.)- ଛେଣ୍ଡିପଦା-ଅନୁଗୋଳ ପୂର୍ତ୍ତ ରାସ୍ତାର ପଳାଶବଣିଆ ଗ୍ରାମ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ଟ୍ରକ୍‌ ଲୁଟ୍‌ ଉଦ୍ୟମ କରିଥିବା ଦୁଇ ରାଜପଥ ଲୁଟେରାଙ୍କୁ ଛେଣ୍ଡିପଦା ପୋଲିସ ଗିରଫ କରିଛି। ଏଥିସହ ଜଙ୍ଗଲ ମଧ୍ୟରେ ଲୁଚା ଯାଇଥିବା ଟ୍ରକ୍‌କୁ ପୋଲିସ ଉଦ୍ଧାର କରିଛି।

ନିର୍ବାଚନ ପାଇଁ ପୋଲିସର ବ୍ଲକିଂ: ବେଆଇନ ଅର୍ଥ, ଅପରାଧ ରୋକିବା ଉପରେ ନଜର

ନିର୍ବାଚନ ପାଇଁ ପୋଲିସର ବ୍ଲକିଂ: ବେଆଇନ ଅର୍ଥ, ଅପରାଧ ରୋକିବା ଉପରେ ନଜର

ଅନୁଗୋଳ ଅଫିସ, ୨୦।୩- ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅନୁଗୋଳ ପୋଲିସ ପକ୍ଷରୁ ମଙ୍ଗଳବାରଠାରୁ ବିଭିନ୍ନ ସ୍ଥାନରେ ନାକାବନ୍ଦୀ ଆରମ୍ଭ ହୋଇଛି।

ବାଙ୍କୁଆଳ ଘରପୋଡ଼ି ମାମଲା: ନ୍ୟାୟ ଦାବିରେ ଗ୍ରାମବାସୀ ଏସ୍‌ପିଙ୍କ ଦ୍ୱାରସ୍ଥ

ବାଙ୍କୁଆଳ ଘରପୋଡ଼ି ମାମଲା: ନ୍ୟାୟ ଦାବିରେ ଗ୍ରାମବାସୀ ଏସ୍‌ପିଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଅଫିସ,୨୦।୩- ଢେଙ୍କାନାଳ ସଦର ଥାନା ବାଙ୍ଗୁଆଳ ଗ୍ରାମରେ ଟଙ୍କା ଧାର ନେବାକୁ କେନ୍ଦ୍ର କରି ସଙ୍ଗଠିତ ଘରପୋଡ଼ି ମାମଲାରେ ଛନ୍ଦି ହୋଇପଡ଼ିଥିବା ଗ୍ରାମବାସୀ ନ୍ୟାୟ ଦାବି କରିଛନ୍ତି। ଏ ନେଇ ସେମାନେ ମଙ୍ଗଳବାର ଏସ୍‌ପିଙ୍କୁ ଭେଟି ଗୁହାରି କରିଛନ୍ତି।

୬ଷ୍ଠ ମହିମା ଜ୍ୟୋତିଯାତ୍ରା: 'ବିଶ୍ୱକଲ୍ୟାଣ ମହିମାଧର୍ମର ମୂଳମନ୍ତ୍ର’

୬ଷ୍ଠ ମହିମା ଜ୍ୟୋତିଯାତ୍ରା: 'ବିଶ୍ୱକଲ୍ୟାଣ ମହିମାଧର୍ମର ମୂଳମନ୍ତ୍ର’

ଢେଙ୍କାନାଳ ଅଫିସ, ୨୦।୩- ଢେଙ୍କାନାଳ ଜିଲା ଭୁବନ ବ୍ଲକ ସୁରପ୍ରତାପପୁର ଗ୍ରାମରେ ସୋମବାର ମଧ୍ୟାହ୍ନରେ ୬ଷ୍ଠ ମହିମା ଜ୍ୟୋତିଯାତ୍ରା ଅନୁଷ୍ଠିତ ହୋଇଯାଇଛି। 

ବଢୁଛି ଚୋରା କାଠ ଚାଲାଣ:ଜିଲାପାଳଙ୍କୁ ଅଭିଯୋଗ କଲା ନାଗରିକ ମଞ୍ଚ

ବଇଣ୍ଡା,୨୦।୩(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ ଥିବା ମଇମୁରା, କେଞ୍ଚୁଆନାଳୀ, ବିପ୍ରଡ଼ିହ, କଂସାବ ଜଙ୍ଗଲରୁ କିଛି ମାସ ହେବ ମୂଲ୍ୟବାନ କାଠ ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି।

ଚାଳକଙ୍କୁ ମାଡ଼ମାରି ଟ୍ରକ୍‌ ଲୁଟ୍‌

ଚାଳକଙ୍କୁ ମାଡ଼ମାରି ଟ୍ରକ୍‌ ଲୁଟ୍‌

ତାଳଚେର,୧୯ା୩(ନି.ପ୍ର.)- ତାଳଚେର ବ୍ଲକ ଚାଇଁପାଳ ଗ୍ରାମ ନିକଟରୁ ସୋମବାର ରାତିରେ ଏକ କୋଇଲା ବୋଝେଇ ଟ୍ରକ୍‌ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା