ବାଣିଜ୍ୟ |

ଶକ୍ତିକାନ୍ତଙ୍କ ଯାତ୍ରା; ନର୍ଥ ବ୍ଲକରୁ ମିଣ୍ଟ ଷ୍ଟ୍ରିଟ୍‌

ଶକ୍ତିକାନ୍ତଙ୍କ ଯାତ୍ରା; ନର୍ଥ ବ୍ଲକରୁ ମିଣ୍ଟ ଷ୍ଟ୍ରିଟ୍‌

ନୂଆଦିଲ୍ଲୀ,୧୨-୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଗଭର୍ନର ଉର୍ଜିତ ପଟେଲଙ୍କ ଇସ୍ତଫା ପରେ କେନ୍ଦ୍ରୀୟ ବ୍ୟାଙ୍କର ମଙ୍ଗ ଧରିଛନ୍ତି ଅବସରପ୍ରାପ୍ତ ଓଡିଆ ଆଇଏସ୍‌ ଅଧିକାରୀ ଶକ୍ତିକାନ୍ତ ଦାସ। ଦ୍ୱନ୍ଦ୍ୱଠାରୁ ଦୂରରେ ରହି ସମାଧାନ ଲାଗି ସହମତି ଉପରେ ଜୋର ଦେଉଥିବା ଶକ୍ତିକାନ୍ତ ଜଣେ ବ୍ୟୁରୋକ୍ରାଟ୍‌ ଭାବେ ନର୍ଥ ବ୍ଲକରୁ ମିଣ୍ଟ ଷ୍ଟ୍ରିଟରେ ପଦାର୍ପଣ କରିଛନ୍ତି। ସେହିଭଳି କେନ୍ଦ୍ରୀୟ ବ୍ୟାଙ୍କର ସର୍ବୋଚ୍ଚ ପଦରେ ଅବସ୍ଥାପିତ ହେବାରେ ସେ ପ୍ରଥମ ଓଡ଼ିଆ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ମଙ୍ଗଳବାର ତାଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛି। ସର୍ବଦା ଟିମ୍‌କୁ ନେଇ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଉଥିବା ଶକ୍ତିକାନ୍ତ ଏକ ଘଡିସନ୍ଧି ମୁହୁର୍ତ୍ତରେ କେନ୍ଦ୍ରୀୟ ବ୍ୟାଙ୍କର ଭାର ସମ୍ଭାଳିଛନ୍ତି। ୧୯୮୦ ବ୍ୟାଚ୍‌ର ତାମିଲନାଡୁ କ୍ୟାଡରର ଏହି ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ଅଧିକାରୀ ଉଭୟ ତାମିଲନାଡୁ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଛନ୍ତି। 

 ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଦାସ ତାଙ୍କ କ୍ୟାରିୟରେ ଅର୍ଥ ମନ୍ତ୍ରଣାଳୟ ସହ ଜଡିତ ବିଭିନ୍ନ ବିଭାଗରେ କାର୍ଯ୍ୟକରିବାର ଅଭିଜ୍ଞତା ହାସଲ କରିଛନ୍ତି। ତତ୍କାଳିନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ସମୟରେ ୨୦୦୮ରେ ସେ ଯୁଗ୍ମ ସଚିବ ଭାବେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟରେ ଯୋଗ ଦେଇଥିଲେ। ଉଭୟ ଚିଦାମ୍ବରମ ଓ ପ୍ରଣବ ମୁଖାର୍ଜୀ ଅର୍ଥମନ୍ତ୍ରୀ ଥିବା ବେଳେ ଦୀର୍ଘ ୫ ବର୍ଷ ଧରି ସେ କ୍ରମାଗତ ଭାବେ ବଜେଟ ପ୍ରସ୍ତୁତି ପ୍ରକ୍ରିୟାରେ ଯୁଗ୍ମ ସଚିବ ଓ ପରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରିଥିଲେ। ୨୦୧୩ ଡିସେମ୍ବରରେ ସେ ରସାୟନ ଓ ସାର ମନ୍ତ୍ରଣାଳୟ ସଚିବ ଭାବେ ପଦୋନ୍ନତି ପାଇଥିଲେ। ତେବେ ୨୦୧୪ ମଧ୍ୟ ଭାଗରେ ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପରେ ତାଙ୍କୁ ଅର୍ଥ ମନ୍ତ୍ରଣାଳୟ ଅଧୀନନ୍ଥ ରାଜସ୍ବ ବିଭାଗର ସଚିବ ଭାବେ ବଦଳି କରାଯାଇଥିଲା। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳାଧନ ବିରୋଧୀ ଅଭିଯାନ ବିମୁଦ୍ରୀକରଣର ମୁଖ୍ୟ ପୁରୋଧା ଥିଲେ। ଦେଶରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗୁ କରିବା ନେଇ ସେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହମତି ଆଣିବାରେ ପ୍ରମୁଖ ଭୁମିକା ଗ୍ରହଣ କରିବା ସହ ଜିଏସ୍‌ଟିର ଚିଠା ପ୍ରସ୍ତୁତ କରିଥିଲେ। ଏହି ସମୟରେ କେନ୍ଦ୍ରର ପାଓ୍ବାର କରିଡରରେ ଦେଶର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି ଭାବେ ତାଙ୍କୁ ବିଚାର କରାଯାଉଥିଲା।

 ୨୦୧୫ ସେପ୍ଟେମ୍ବରରେ ଆର୍ଥତ୍କ ବ୍ୟାପାର ବିଭାଗରେ ସଚିବ ଭାବେ ସ୍ଥାନାନ୍ତର କରାଯିବା ପରେ ଦେଶରେ ବିମୁଦ୍ରୀକରଣ ଲାଗୁ କରିବା ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା। ଏଥିପାଇଁ ସେ ରଣନୀତି ପ୍ରସ୍ତୁତ କରିବା ପରେ କେନ୍ଦ୍ର ସରକାର ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା କରିଥିଲେ। ଫଳରେ ଦେଶରେ ପ୍ରଚଳନରେ ଥିବା ୮୬% ୫୦୦ ଓ ୧୦୦୦ ଟଙ୍କିଆ ନୋଟ ରାତାରାତି ଅଚଳ ହୋଇଯାଇଥିଲା। ଏହି କାରଣରୁ ନଗଦ ସଙ୍କଟ ଦୂର କରିବା ଉଦ୍ଦେଶ୍ୟରେ ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ ଛାପିବା ଓ ଯୋଗାଣ ଦିଗରେ ସେ ପ୍ରମୁଖ ଦାୟିତ୍ୱ ନେଇଥିଲେ। ଘଡିସନ୍ଧି ମୁହୁର୍ତ୍ତରେ ଅବିଚଳିତ ଭାବେ କାର୍ଯ୍ୟ କରିବା ତାଙ୍କର ବିଶେଷ ଗୁଣ ରହିଛି। ମୃଦୁ ସ୍ବଭାବ ତଥା ମିଷ୍ଟଭାଷୀ ଦାସ ଅଧୈର୍ଯ୍ୟ ହେବା ପରିବର୍ତ୍ତେ ସମସ୍ୟା ସମାଧାନ ଉପରେ ଦୃଷ୍ଟିନିବଦ୍ଧ କରିଥାନ୍ତି। କେନ୍ଦ୍ର ସହ ଆରବିଆଇର ବିବାଦ ବଢିବା କାରଣରୁ ତାଙ୍କ ପୂର୍ବସୂରୀ ଉର୍ଜିତ ପଟେଲ ଇସ୍ତଫା ଦେଲେ। ଏଥି ପୂର୍ବରୁ ଦାସ ୨୦୧୫ରେ ଆର୍‌ବିଆଇର ବୋର୍ଡ ଅଫ୍‌ ଡାଇରେକ୍ଟର୍ସକୁ ମନୋନୀତ ହୋଇଥିଲେ। ସରକାର ଏବଂ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଜଣେ ଉତ୍ତମ ସମନ୍ବୟ ରକ୍ଷାକାରୀ ଭାବେ ତାଙ୍କର ଭଲ ଟ୍ରାକ୍‌ ରେକର୍ଡ ରହିଛି। ଏହା ବିବାଦ ସମାଧାନରେ ସହାୟକ ହେବ ବୋଲି ନୀତିନିର୍ଦ୍ଧାରକ ମାନେ ଅନୁମାନ କରୁଛନ୍ତି। ଭାରତୀୟ ପ୍ରଶାସନିକ ସେବାରୁ ଅବସର ନେବା ପରେ ପଞ୍ଚଦଶ ଅର୍ଥ କମିଶନର ସଦସ୍ୟ, ଏବଂ ଜି-୨୦ ଲାଗି ଭାରତର ସେର୍‌ପା ଭାବେ ସେ ଅବସ୍ଥାପିତ ହୋଇଥିଲେ। ଦୀର୍ଘ ୩୭ ବର୍ଷ ଧରି କେନ୍ଦ୍ର ତଥା ରାଜ୍ୟ ସ୍ତରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଥିବା ଦାସଙ୍କ ନୂଆ ନିଯୁକ୍ତି ଆର୍‌ବିଆଇକୁ ନୂଆ ଦିଗନ୍ତ ଦେବ ବୋଲି ଆଶା କରାଯାଉଛି। 




All Right Reserved By

ବାଣିଜ୍ୟ |

ଆସୁଛି ନୂଆ ୨୦୦,୫୦୦ଟଙ୍କିଆ ନୋଟ୍‌

ଆସୁଛି ନୂଆ ୨୦୦,୫୦୦ଟଙ୍କିଆ ନୋଟ୍‌

ମୁମ୍ବାଇ,୨୫-୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଖୁବଶୀଘ୍ର ମହାତ୍ମା  ଗାନ୍ଧୀ ସିରିଜରେ ନୂଆ ୨୦୦ ଓ ୫୦୦ ଟଙ୍କିଆ ନୋଟ୍‌ ଜାରି କରିବାକୁ ଯାଉଛି। ପୂର୍ବରୁ ପ୍ରଚଳିତ ନୋଟ୍‌ ସହ ନୂଆ ନୋଟ୍‌ର ବହୁ ସାମଞ୍ଜସ୍ୟ ରହିଛି। ତେବେ ନୂଆରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। 

ଟିକ୍‌ଟକ୍‌ ଉପରୁ ବ୍ୟାନ ହଟିଲା

ଟିକ୍‌ଟକ୍‌ ଉପରୁ ବ୍ୟାନ ହଟିଲା

ଚେନ୍ନାଇ,୨୫-୪: ଲୋକପ୍ରିୟ ଭିଡ଼ିଓ ଆପ୍‌ ଟିକ୍‌ଟକ୍‌ ଉପରୁ ବ୍ୟାନ ହଟିଯାଇଛି। ବୁଧବାର ଜଷ୍ଟିସ ଏନ.କିରୁବାକରନ ଏବଂ ଜଷ୍ଟିସ ଏସ୍‌.ଏସ୍‌. ସୁନ୍ଦରଙ୍କୁ ନେଇ ଗଠିତ ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ଖଣ୍ଡପୀଠ ଏହି ବ୍ୟାନକୁ ହଟାଇ ଦେଇଛନ୍ତି। 

୨୩୪୮କୋଟି ଜାଲିଆତି ମାମଲା: ଭୂଷଣ ଷ୍ଟିଲ ଅଧ୍ୟକ୍ଷଙ୍କ ବିରୋଧରେ ଲୁକ୍‌ଆଉଟ ସର୍କୁଲାର ଜାରି

୨୩୪୮କୋଟି ଜାଲିଆତି ମାମଲା: ଭୂଷଣ ଷ୍ଟିଲ ଅଧ୍ୟକ୍ଷଙ୍କ ବିରୋଧରେ ଲୁକ୍‌ଆଉଟ ସର୍କୁଲାର ଜାରି

ନୂଆଦିଲ୍ଲୀ,୨୫-୪: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ୨୩୪୮ କୋଟି ଟଙ୍କାର ବ୍ୟାଙ୍କ ଜାଲିଆତି ମାମଲାରେ ଭୂଷଣ ପାଓ୍ବାର ଆଣ୍ଡ ଷ୍ଟିଲ୍‌ ଲିମିଟେଡର ଅଧ୍ୟକ୍ଷ ସଞ୍ଜୟ ସିଂଘଲ ଏବଂ ତାଙ୍କ ସ୍ତ୍ରୀ ଆରତୀ ସିଂଘଲଙ୍କ ବିରୋଧରେ ଲୁକ୍‌ଆଉଟ ସର୍କୁଲାର ଜାରି କରିଛି।

ଭାରତୀୟ ଷ୍ଟେଟ ବ୍ୟାଙ୍କର ‘ସବୁଜ କାର ଋଣ’ ଯୋଜନା

ଭାରତୀୟ ଷ୍ଟେଟ ବ୍ୟାଙ୍କର ‘ସବୁଜ କାର ଋଣ’ ଯୋଜନା

ମୁମ୍ବାଇ, ୨୪।୪: ନିର୍ମଳ ତଥା ସବୁଜ ପରିବେଶ ପାଇଁ ପ୍ରତିଶ୍ରୁତିବଦ୍ଧ ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ବିଶ୍ୱ ଧରିତ୍ରୀ ଦିବସ ଅବସରରେ ଗ୍ରାହକଙ୍କ ପାଇଁ ଦେଶର ପ୍ରଥମ ସବୁଜ କାର (ବିଦ୍ୟୁତ ଚାଳିତ) ଋଣର ଶୁଭାରମ୍ଭ କରିଛି ା

‘ବଜାଜ ଆଲିଆଞ୍ଜ୍‌ ଟୋଟାଲ ହେଲଥ୍‌ ସିକ୍ୟୁର ଗୋଲ’ର ଶୁଭାରମ୍ଭ

‘ବଜାଜ ଆଲିଆଞ୍ଜ୍‌ ଟୋଟାଲ ହେଲଥ୍‌ ସିକ୍ୟୁର ଗୋଲ’ର ଶୁଭାରମ୍ଭ

ପୁଣେ,୨୪।୪: ଦେଶର ଅଗ୍ରଣୀ ଘରୋଇ ସାଧାରଣ ବୀମା କମ୍ପାନୀ ବଜାଜ ଆଲିଆଞ୍ଜ ସାଧାରଣ ବୀମା ଓ ଅଗ୍ରଣୀ ଘରୋଇ ଜୀବନ ବୀମା କମ୍ପାନୀ ବଜାଜ ଆଲିଆଞ୍ଜ  ଜୀବନ ବୀମା ମିଳିତ ଭାବେ ପ୍ରଥମ ଯୁଗ୍ମ ଉତ୍ପାଦ ‘ବଜାଜ ଆଲିଆଞ୍ଜ ଟୋଟାଲ ହେଲଥ୍‌ ସିକ୍ୟୁର ଗୋଲ’ର ଶୁଭାରମ୍ଭ କରିଛି ା 

ଭିଡିଓକନ ମାମଲା;ସ୍ବାମୀଙ୍କ ସହ ଚନ୍ଦା କୋଚ୍ଚରଙ୍କୁ ଇଡି ସମନ

ଭିଡିଓକନ ମାମଲା;ସ୍ବାମୀଙ୍କ ସହ ଚନ୍ଦା କୋଚ୍ଚରଙ୍କୁ ଇଡି ସମନ

ନୂଆଦିଲ୍ଲୀ,୨୪-୪: ଭିଡିଓକନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ସମନ ଜାରି କରିଛନ୍ତି। 

ଜେଟ୍‌ ଏୟାରଓ୍ବେଜ ପୁନରୁଦ୍ଧାର ଆଶା କ୍ଷୀଣ

ଜେଟ୍‌ ଏୟାରଓ୍ବେଜ ପୁନରୁଦ୍ଧାର ଆଶା କ୍ଷୀଣ

ନୂଆଦିଲ୍ଲୀ,୨୪-୪: ଜେଟ୍‌ ଏୟାରଓ୍ବେଜର ପୁନରୁଦ୍ଧାର ଆଶା କ୍ଷୀଣ ହେବାରେ ଲାଗିଛି। ଏହାର ବିମାନ ପୁଣିଥରେ ଉଡ଼ିବାର ସମ୍ଭାବନା ନ ଥିଲା ଭଳି ମନେ ହେଉଛି। 

ଆସିଲା ହୋଣ୍ଡାର ନୂଆ ଆମେଜ୍‌ ଭିଏକ୍ସ ସିଭିଟି 

ଆସିଲା ହୋଣ୍ଡାର ନୂଆ ଆମେଜ୍‌ ଭିଏକ୍ସ ସିଭିଟି 

ନୂଆଦିଲ୍ଲୀ,୨୪-୪:ପ୍ରମୁଖ ଅଟୋମୋବାଇଲ ମାନୁଫାକ୍‌ଚରର ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ(ଏଚ୍‌ସିଆଇଏଲ୍‌) ପକ୍ଷରୁ ନୂଆ ଆମେଜ୍‌ ଭିକ୍ସ ସିଭିଟି ବଜାରକୁ ଆସିଛି। 

ପ୍ରତି ମାସରେ ୨୬% ହାରରେ କମୁଛି ନିଯୁକ୍ତି

ପ୍ରତି ମାସରେ ୨୬% ହାରରେ କମୁଛି ନିଯୁକ୍ତି

ନୂଆଦିଲ୍ଲୀ,୨୪-୪: ବିଗତ କିଛି ମାସ ହେବା ଦେଶରେ ଧିମା ହୋଇଛି ନିଯୁକ୍ତି। କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫଓ)ର ସଦ୍ୟତମ ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ଏହା ଜଣାପଡୁଛି। 

ରେନୋ ପକ୍ଷରୁ ଦେଶବ୍ୟାପୀ ସମର ସର୍ଭିସ କ୍ୟାମ୍ପ ଘୋଷଣା

ରେନୋ ପକ୍ଷରୁ ଦେଶବ୍ୟାପୀ ସମର ସର୍ଭିସ କ୍ୟାମ୍ପ ଘୋଷଣା

ଭୁବନେଶ୍ୱର,୨୪-୪: ୟୁରୋପୀୟ ଅଟୋମୋଟିଭ୍‌ ବ୍ରାଣ୍ଡ ରେନୋ ଇଣ୍ଡିଆ ପକ୍ଷରୁ ଦେଶବ୍ୟାପୀ ସମର ସର୍ଭିସ କ୍ୟାମ୍ପର ଶୁଭାରମ୍ଭ ଘୋଷଣା କରାଯାଇଛି। ମାସ ୨୨ ଏପ୍ରିଲଠାରୁ ୨୮ ଏପ୍ରିଲ ଯାଏ କମ୍ପାନୀର ସର୍ଭିସ ଫାସିଲିଟିଗୁଡିକରେ ଅନୁଷ୍ଠିତ ହେବ। 

ଜେଏମ୍‌ଜି ହିରୋରେ ଗ୍ରାହକ ସମ୍ମିଳନୀ

ଜେଏମ୍‌ଜି ହିରୋରେ ଗ୍ରାହକ ସମ୍ମିଳନୀ

କଟକ,୨୪-୪:ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଲିମିଟେଡର ଅଧିକୃତ ବିକ୍ରେତା ଜେଏମ୍‌ଜି ହିରୋ ପକ୍ଷରୁ ଗୁଡ୍‌ ଲାଇଫ ଗ୍ରାହକମାନଙ୍କୁ ନେଇ ଏକ  ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। 

ଆଧାର ଏକ ପରିଚୟ ପତ୍ର: ନିଲେକାନି

ଆଧାର ଏକ ପରିଚୟ ପତ୍ର: ନିଲେକାନି

ବେଙ୍ଗାଲୁରୁ,୨୪-୪: ଆଧାର କୌଣସି ବ୍ୟକ୍ତିର ଗୋପନୀୟତା ବା ତାଙ୍କ ଉପରେ ନଜର ରଖିବାର ମାଧ୍ୟମ ନୁହେଁ, ବରଂ ଏହା ଏକ ପରିଚୟ ମାତ୍ର ବୋଲି ଆଇଟି କମ୍ପାନୀ ଇନ୍‌ଫୋସିସ୍‌ର ସହପ୍ରତିଷ୍ଠାତା ତଥା ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ(ୟୁଆଇଡିଏଆଇ)ର ପୂର୍ବତନ ଅଧ୍ୟକ୍ଷ ନନ୍ଦନ ନିଲେକାନି କହିଛନ୍ତି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri