ସମ୍ପାଦକୀୟ |

୫ ଫଳ

୫ ଫଳ

ସମ୍ପାଦକୀୟ/ ତଥାଗତ ସତପଥୀ

ନିକଟରେ ଶେଷ ହୋଇଥିବା ନିର୍ବାଚନ କୌଣସି ସାଧାରଣ ନିର୍ବାଚନ ନ ଥିଲା ଏବଂ ଏହାର ଫଳାଫଳରୁ ଯେଉଁ ସୂଚନା ମିଳୁଛି, ତାକୁ ମଧ୍ୟ ଉପେକ୍ଷା କରାଯାଇ ନ ପାରେ। କେବଳ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ୬୫ ଲୋକ ସଭା ଆସନ ଥିବାରୁ ଏହା ଭବିଷ୍ୟତ ପାଇଁ ଭାବିବାର ଖୋରାକ ଯୋଗାଉଛି। ଗୋଟିଏ ବଡ଼କଥା ହେଉଛି, ଏହି ରାଜ୍ୟଗୁଡ଼ିକରୁ ୨୦୧୪ ନିର୍ବାଚନରେ କଂଗ୍ରେସ ମାତ୍ର ୩ଟି ଲୋକ ସଭା ଆସନ ଜିତିଥିଲା। ଆଗକୁ ସାଧାରଣ ନିର୍ବାଚନ ଆଉ ମାତ୍ର କେଇ ମାସ ବାକି ଥିବାବେଳେ ଏହି ଫଳାଫଳରୁ ଜଣାପଡ଼ୁଛି, ସରକାରଙ୍କର ଧନୀ-ସପକ୍ଷବାଦୀ ମନୋଭାବ ଓ ଧନୀ-ସପକ୍ଷବାଦୀ ନୀତି ନିର୍ଦ୍ଧାରଣ କରିବାର ମାନସିକତାକୁ ଜନତା ଗ୍ରହଣ କରୁନାହାନ୍ତି। ଏଥର ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଗ୍ରାମାଞ୍ଚଳ ଲୋକ ଭାଜପା ପ୍ରତି କିପରି ବୀତସ୍ପୃହ ହୋଇପଡ଼ିଛନ୍ତି, ତାହା ମଧ୍ୟ ନିର୍ବାଚନ ଫଳାଫଳରୁ ଜଣାପଡ଼ୁଛି। 

କେବଳ ତେଲେଙ୍ଗାନା, ଯେଉଁଠି ପ୍ରାୟ ୨୨ ଲକ୍ଷ ଲୋକଙ୍କୁ ଭୋଟର ତାଲିକାରୁ ବାଦ୍‌ ଦିଆଯାଇଥିବା ନେଇ ଅଭିଯୋଗ ଆସିଛି, ତାକୁ ଛାଡ଼ିଦେଲେ ଏ ନିର୍ବାଚନଗୁଡ଼ିକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ବୋଲି ବିବେଚନା କରାଯାଇପାରେ। କୌତୂହଳର ବିଷୟ ହେଉଛି, କେବଳ ସେଇ ତେଲେଙ୍ଗାନାକୁ ଛାଡ଼ିଦେଲେ ଅନ୍ୟ କେଉଁଠି ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌)ରେ କାରସାଦି କରାଯାଇଥିବା ନେଇ ସେମିତି କିଛି ଅଭିଯୋଗ ଆସିନାହିଁ। ଏଥିରୁ ସ୍ପଷ୍ଟ ବାର୍ତ୍ତା ମିଳୁଛି ଯେ, ପ୍ରଯୁକ୍ତିବିଦ୍ୟାକୁ ଦୋଷ ଦେବା ବୁଦ୍ଧିମାନର କାମ ନୁହେଁ। ବରଂ ସେଥିରେ ତ୍ରୁଟି ସେତିକିବେଳେ ଦିଶେ, ଯେତେବେଳେ ତାହାକୁ ପରିଚାଳନା କରୁଥିବା ବ୍ୟକ୍ତିବିଶେଷର ମନ୍ଦ ଉଦ୍ଦେଶ୍ୟ ଥିବ। 

ମିଜୋରାମରେ କଂଗ୍ରେସ ହାରିଯାଇଥିଲେ ବି ଅବଶିଷ୍ଟ ଭାରତ କଂଗ୍ରେସମୁକ୍ତ ହୋଇନାହିଁ, ଯାହା ଭାଜପା ନେତାମାନେ ଆଶା କରୁଥିଲେ। ଏଥିରୁ ପ୍ରମାଣ ମିଳୁଛି ଯେ, କଂଗ୍ରେସ ନିକଟ ଅତୀତରେ ଉପା ସରକାର ସମୟରେ ପ୍ରବଳ ଦୁର୍ନୀତିରେ ବୁଡ଼ିଥିବା ସତ୍ତ୍ୱେ ଭାରତ ପରି ଗଣତାନ୍ତ୍ରିକ ଦେଶରେ ଜନସାଧାରଣ ମୁକ୍ତ ବିଚାରଧାରାକୁ ମୂଲ୍ୟ ଦେଇଥାନ୍ତି। ଭାଜପା କେନ୍ଦ୍ରରେ ସରକାର ଗଢ଼ିବା ପରଠାରୁ ଗତ ସାଢ଼େ ଚାରିବର୍ଷ ଭିତରେ ନିଜର ଏକଚ୍ଛତ୍ରବାଦର ଛବି ପ୍ରଦର୍ଶନ କରିବାକୁ ପସନ୍ଦ କରିଥିବାରୁ ତାହା ଦଳର ନିର୍ବାଚନୀ ଭବିଷ୍ୟତକୁ ଆଘାତ ଦେଇଛି। ତା’ଛଡ଼ା ଭାଜପାର ଦେଶକୁ ଭାଗ ଭାଗ କରିବାର ଚିନ୍ତାଧାରା ନକାରାତ୍ମକ ପ୍ରଭାବ ପକାଇଛି। ସେହିପରି ବିକାଶ କିମ୍ବା କଳାଧନର ମୂଳୋତ୍ପାଟନ ନେଇ ଭାଜପା ଯେଉଁ ବାହୁସ୍ଫୋଟ ମାରୁଥିଲା, ତାହା ନିଷ୍ଫଳ ହୋଇଛି। ବିମୁଦ୍ରୀକରଣ ଓ ଜିଏସ୍‌ଟି ଭଳି ପଦକ୍ଷେପ ଯୋଗୁ ଗରିବ ଓ ଗ୍ରାମୀଣ ଭୋଟରମାନେ ଘୋର ପ୍ରଭାବିତ ହୋଇଛନ୍ତି। 

ଭାଜପା ସମ୍ଭବତଃ କେବଳ ହିନ୍ଦୁତ୍ୱ କାର୍ଯ୍ୟସୂଚୀକୁ ନେଇ ଆଗେଇଚାଲିଥିଲା। ଧର୍ମ ଖେଳ ସମସ୍ତେ ସହଜରେ ଖେଳିପାରନ୍ତି। ରାହୁଲ ଗାନ୍ଧୀ ବିଭିନ୍ନ ମନ୍ଦିର ପରିଦର୍ଶନ କରିବା ସହ ପୂଜା କରିବାକୁ ଆରମ୍ଭ କରିବା ହେତୁ ସେହି ଖେଳରେ ସାମିଲ ହୋଇଯାଇଛନ୍ତି। ବିଶେଷକରି ଭାଜପାକୁ ସମର୍ଥନ କରୁଥିବା ହିନ୍ଦୁମାନେ ଆଶା କରିଥିଲେ ଯେ, ମୋଦିଙ୍କ ନେତୃତ୍ୱାଧୀନ ଭାଜପା ଷୋଡ଼ଶ ଲୋକ ସଭା ଏବଂ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବୃହତ୍‌ ଜନାଦେଶ ପାଇଥିବାରୁ ନିଶ୍ଚୟ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିଦେବ। କିନ୍ତୁ ତାହା ହେଲା ନାହିଁ। ସେଥିପାଇଁ ସମ୍ଭବତଃ ଏକ ବଡ଼ ସଂଖ୍ୟାର ହିନ୍ଦୁ ଭୋଟର ଭାଜପାଠାରୁ ଦୂରେଇଗଲେ। ଏହାକୁ ବୁଝିପାରିଥିବା ଭାଜପା ନେତୃତ୍ୱ ହିନ୍ଦୁତ୍ୱ ଧ୍ୱନିକୁ ଶକ୍ତିଶାଳୀ କରିବା ପାଇଁ ଯୋଗୀ ଆଦିତ୍ୟନାଥଙ୍କ ଭଳି ଲୋକଙ୍କୁ ନିର୍ବାଚନ ପ୍ରଚାରରେ ନିୟୋଜିତ କଲା। ସେଥିରେ ସଫଳତା ମିଳିଥିବା ଭଳି ମନେହେଉ ନାହିଁ। ଅପରପକ୍ଷରେ ଅନୁସୂଚିତ ଜାତି ଓ ଉପଜାତିଙ୍କୁ ଦମନ କରୁଥିବାର ଭାବମୂର୍ତ୍ତି ଭାଜପାକୁ ଅଧିକ କ୍ଷତିଗ୍ରସ୍ତ କରିଛି। ଏଥିସହ ହିନ୍ଦୁମାନଙ୍କର ହତାଶାଭାବ ମଧ୍ୟ ଦୂର ହୋଇପାରିନାହିଁ। ତେବେ ତେଲେଙ୍ଗାନା ଓ ମିଜୋରାମରେ ଆଞ୍ଚଳିକ ଦଳଗୁଡ଼ିକ ଦୃଢ଼ ଥିବାରୁ ସେଠାରେ କଂଗ୍ରେସ ପରାସ୍ତ ହୋଇଛି ବୋଲି ଅନୁମାନ କରିବାରେ କିଛି ଭୁଲ ନାହିଁ। ସେହିପରି ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ପାରମ୍ପରିକ ହିନ୍ଦୁ ଓ ବ୍ୟବସାୟୀ ବର୍ଗ ଏହି ଗୈରିକ ଦଳଠାରୁ ଦୂରେଇଯିବାରୁ ଭାଜପା ପରାସ୍ତ ହୋଇଛି। ମଧ୍ୟପ୍ରଦେଶର ଇନ୍ଦୋରରୁ ନିର୍ବାଚିତ ହୋଇଥିବା ଲୋକ ସଭା ବାଚସ୍ପତି ସୁମିତ୍ରା ମହାଜନ କହିଛନ୍ତି ଯେ, ଏହି ଜନାଦେଶ ଗଣତନ୍ତ୍ର ପାଇଁ ଉତ୍ତମ। ତାଙ୍କ ମତକୁ ହାଲୁକା ଭାବେ ଗ୍ରହଣ କରାଯାଇ ନ ପାରେ। 

ଯୁକ୍ତି କରାଯାଉଛି ଯେ, ଏହି ଫଳାଫଳ କେବଳ ସ୍ଥାନୀୟ ନେତାଙ୍କ ପାଇଁ ମାର୍କଶିଟ୍‌ ସଦୃଶ ଏବଂ ଏହା ନରେନ୍ଦ୍ର ଦାମୋଦରଦାସ ମୋଦି ସରକାରଙ୍କ ପ୍ରଦର୍ଶନକୁ କୌଣସିଭାବେ ମଳିନ କଲାଭଳି ସଙ୍କେତ ଦେଉନାହିଁ। ଏହା ଏକ ଦୁର୍ବଳ ଯୁକ୍ତି, ଯାହା ଗ୍ରହଣୀୟ ନୁହେଁ। ସ୍ଥାନୀୟ ନେତାଙ୍କ ଉପରେ ଲୋକମାନେ ଖୁବ୍‌ ଅସନ୍ତୁଷ୍ଟ ହୋଇଥାଇପାରନ୍ତି, ଏଥିରେ ସନ୍ଦେହ ନାହିଁ। ୨୦୧୯ ନିର୍ବାଚନ ବେଳକୁ ଏହା କିଛି ପରିମାଣରେ ହ୍ରାସ ପାଇଯାଇପାରେ। କିନ୍ତୁ ଆମେ ଭୁଲିଯିବା ଉଚିତ ନୁହେଁ ଯେ, ଏହି ଅସନ୍ତୋଷ କେବଳ ରମଣ ସିଂ ବା ଶିବରାଜ ସିଂ ଚୌହାନଙ୍କ ପ୍ରଦର୍ଶନ ବିରୋଧରେ ନ ଥିଲା। ଉକ୍ତ ଦଳ ଦ୍ୱାରା ଯେଉଁ ବୃହତ୍‌ ଛବି ଅଙ୍କାଯାଇଛି, ତାହା ସଚେତନଭାବେ ସ୍ଥାନୀୟ ନେତାଙ୍କ ଭାବମୂର୍ତ୍ତିକୁ ମଳିନ କରୁଛି, ଯାହା ଆମେ ଓଡ଼ିଶାରେ ମଧ୍ୟ ଦେଖୁଛୁ। ମୋଦି ଓ ଅମିତ ଶାହଙ୍କ ଉପସ୍ଥିତି ଏଠି ଲୋକଙ୍କୁ ଯାହାକିଛି ପ୍ରଭାବିତ କରୁଛି। ବ୍ୟଙ୍ଗ କରି କୁହାଯାଇପାରେ ଯେ, ମୋଦି-ଶାହ ଏହି ଫଳାଫଳକୁ ନେଇ ଭାରି ଖୁସି ହୋଇପାରନ୍ତି। ୨୦୧୯ ନିର୍ବାଚନ ପରେ ଏକ ଶକ୍ତିଶାଳୀ ଶିବରାଜ କିମ୍ବା ବସୁନ୍ଧରା ଦଳ ଭିତରୁ ମୋଦିଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରିଥାନ୍ତେ। ସେହି ସମ୍ଭାବନା ଦୂରେଇଗଲା। ଉକ୍ତ ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ସ୍ପଷ୍ଟ କରୁଛି ଯେ, ଭାଜପା ଆସନ୍ତା ଲୋକ ସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ପାଇବ ନାହିଁ। ଯଦି ତାହା ଘଟେ, ତେବେ ଭାଜପା ଭିତରେ ମୋଦି ଓ ଶାହଙ୍କ ବିରୋଧରେ ନିଶ୍ଚୟ ଅସନ୍ତୋଷ ଦେଖାଦେବ। ଫଳରେ ଉଭୟଙ୍କୁ ଦଳ ଭିତରୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିପାରେ।

ଏହି ଫଳାଫଳ ଭାରତର ପ୍ରତ୍ୟେକ ରାଜନୈତିକ ଦଳକୁ ଏକ ଶିକ୍ଷା ଦେଉଛି ଯେ, ସମସ୍ତ କ୍ଷମତାକୁ ସମ୍ପୂର୍ଣ୍ଣଭାବେ ଅକ୍ତିଆର କରିବାର ଇଚ୍ଛା, ବିରୋଧୀଙ୍କ ପ୍ରତି ଅସହିଷ୍ଣୁ ଭାବ ଏବଂ ଭିନ୍ନମତର ସ୍ବରକୁ ଚାପିଦେବାରୁ କିଛି ସୁଫଳ ମିଳି ନ ଥାଏ। ଏହା ପ୍ରମାଣିତ କରୁଛି ଯେ, ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରିବା ଏବଂ ଧନବଳ ପ୍ରୟୋଗ ଦ୍ୱାରା  ସବୁକିଛି ହାସଲ କରାଯାଇପାରିବ ନାହିଁ।

All Right Reserved By

ସମ୍ପାଦକୀୟ |

ଚାଷୀଙ୍କୁ ବାଉଳା

ଚାଷୀଙ୍କୁ ବାଉଳା

ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ବାଲାକୋଟ କାର୍ଯ୍ୟାନୁଷ୍ଠାନ ଉତ୍ତର ଭାରତରେ ସମ୍ଭବତଃ ଆଖିଦୃଶିଆ ପ୍ରଭାବ ପକାଇ ନାହିଁ। ଏଭଳି ଧାରଣା ସୃଷ୍ଟି କରିବା ପାଇଁ କୌଣସି ଅତ୍ୟଧିକ ରାଜନୈତିକ ବୁଦ୍ଧି ଦରକାର ନାହିଁ। ଉତ୍ତରପ୍ରଦେଶ ଭଳି କୃଷିଭିତ୍ତିକ ରାଜ୍ୟରେ ଚାଷୀ ଅସନ୍ତୋଷର ଭୂମିକା ଆସନ୍ତା ନିର୍ବାଚନରେ ଅଧିକ ରହିବ ବୋଲି ସ୍ପଷ୍ଟ ଜଣାପଡ଼ୁଛି।

ଅବାଞ୍ଛିତ ନାବାଳିକା ମାତୃତ୍ୱ

ଅବାଞ୍ଛିତ ନାବାଳିକା ମାତୃତ୍ୱ

ନାରାୟଣ ପଣ୍ଡା 

ସନ୍ତାନକୁ ଜନ୍ମ ଦେଉଥିବା ମା’ ଏକ ମଧୁରତମ ଶବ୍ଦ, ଯାହାର ବିକଳ୍ପ ହୁଏତ ଶବ୍ଦକୋଷରେ ନ।ହିଁ। ମା’ ବକ୍ଷର ଅମୃତ ପାନକରି ଶୈଶବର ବେଶ୍‌ କିଛିବର୍ଷ ଅବୋଧ ଶିଶୁଟି ଜୀବନ ଧାରଣକରେ। ସେ ବିଶ୍ୱ ନିର୍ମାଣର ଜନ୍ମବେଦି। ନାରୀ ଅଦିତି-ଅଖଣ୍ଡନୀୟା। 

ମା’ଙ୍କ ବିଚିତ୍ର ବେଶ

ମା’ଙ୍କ ବିଚିତ୍ର ବେଶ

ମାନସ କୁମାର ପାଢ଼ୀ

ରାଜଧାନୀ ଭୁବନେଶ୍ୱର। ସର୍ବବିଦ୍ୟା ମନ୍ଦିରର ମୁଖ୍ୟ ପୂଜାରୀ ସର୍ବଗିଳା ସକାଳୁ ନିତ୍ୟକର୍ମ ସାରି ମନ୍ଦିରର କବାଟ ଖୋଲି ଦେଖିଲେ ଶିକ୍ଷାମାତାଙ୍କ ଅପୂର୍ବ ବେଶ। ପଦ୍ମ ଉପରେ ନ ବସି ଗେଣ୍ଡୁମାଳ ଗଳାରେ ଲମ୍ବାଇ ଗୋଟିଏ ଗଧ ପାଖରେ ଛିଡ଼ା ହୋଇଛନ୍ତି ମା’। 

ଏଇ ଭାରତରେ

ଏଇ ଭାରତରେ

ପରିବର୍ତ୍ତିତ ସମୟ ସହିତ ଲୋକଙ୍କ ରୁଚି ତଥା ପେସା ବଦଳିବାରେ ଲାଗିଛି। ଏବେ କେତେକ ଭିକ୍ଷାବୃତ୍ତିକୁ ନିଜର ପେସା ଭାବେ ଗ୍ରହଣ କରିବାକୁ ପସନ୍ଦ କରୁଛନ୍ତି। ଏଥିରେ ଅର୍ଥ ବିନିଯୋଗ କରିବାର ଆବଶ୍ୟକତା ନାହିଁ। 

ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା

ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା

ଆକାର ପଟେଲ

ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଚାଲିଛି ଏବଂ ପ୍ରାର୍ଥୀମାନଙ୍କୁ ମାର୍ଚ୍ଚ ୨୫ ସୋମବାର ପୂର୍ବରୁ ଏହା ଦାଖଲ କରିବାକୁ ପଡ଼ିବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲର ଧାର୍ଯ୍ୟ ଅନ୍ତିମ ଦିବସ ହେଉଛି ମଙ୍ଗଳବାର। ମୁଁ ଏଠାରେ କେତେକ ବିଷୟ ଆଲୋଚନା କରିବାକୁ ଚାହୁଁଛି, ଯାହା ପ୍ରାର୍ଥୀମାନଙ୍କ ପାଇଁ ସା..

କିଓ୍ବି ଆଖିରେ ଲୁହ

କିଓ୍ବି ଆଖିରେ ଲୁହ

ପ୍ରକାଶ ତ୍ରିପାଠୀ

ମାତ୍ର ପାଞ୍ଚ ମିନିଟ୍‌ର ଭିଡିଓଟି କୌଣସି ଏକ ଆକ୍ସନଧର୍ମୀ ସିନେମାର ଲୋମ ଟାଙ୍କୁରା ଦୃଶ୍ୟଠାରୁ କମ୍‌ ନ ଥିଲା। ଏକ ଅତ୍ୟାଧୁନିକ ବନ୍ଧୁକ ହାତରେ ଧରି ବୀରଠାଣିରେ ଦୁଇ ଦୁଇଟି ମସଜିଦ୍‌ ଭିତରେ ଶାନ୍ତିର ରାହା ଖୋଜୁଥିବା ମଣିଷଗୁଡାଙ୍କୁ ପୋକମାଛି ପରି ମାରି ପକାଇବାଠାରୁ ବଳି ନାରକୀୟ ହିଂସା ଆଉ କ’ଣ ହୋଇପାରେ। ଘଟଣାଟି ଘଟିଛି ବିଶ୍ୱର ସର୍ବାଧି..

ପରିବେଶ ଚିନ୍ତକ

ପରିବେଶ ଚିନ୍ତକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ପରିବେଶ ପ୍ରସଙ୍ଗକୁ ନେଇ ଏବେ ପୃଥିବୀବ୍ୟାପୀ ଆଲୋଚନା ହେଉଛି। ବିଭିନ୍ନ କାରଣ ଯୋଗୁ ପରିବେଶ ପ୍ରଦୂଷିତ ହେବା ଚିନ୍ତାର ବିଷୟ ହୋଇଥିବା ବେଳେ ଏ ଦିଗରେ କ୍ୱଚିତ ଭାବୁଛନ୍ତି। ଏଭଳି ସମୟରେ ୪ ଜଣ ଭାରତୀୟ ଆ..

ଏଇ ଭାରତରେ

ଏଇ ଭାରତରେ

କଥାରେ ଅଛି-‘ପରଜାପତି ତରକା ଅତି।’ ଅର୍ଥାତ୍‌ ପ୍ରଜାପତିକୁ ଧରିବାକୁ ଗଲେ ତାହା ସହଜରେ ଧରା ଦିଏନାହିଁ।  ସାମାନ୍ୟ ଆଭାସ ପାଇବା ମାତ୍ରେ ଏହି ସୁନ୍ଦର ପତଙ୍ଗଟି ଉଡି ପଳାଇଯାଇଥାଏ। ତଥାପି ପିଲାମାନେ ପ୍ରଜାପତି ଧରିବାକୁ ଖୁବ୍‌ ଆଗ୍ରହ ସହକାରେ ତା’ ପଛରେ ଧାଇଁଥାଆନ୍ତି। ଏପରି ଜଣେ ପିଲାକୁ ପ୍ରଜାପତିମାନେ ଡରି ନ ଯାଇ ବରଂ ତା’ର ସାଥୀ ..

ଶବଦାହରେ ଘଷି

ଶବଦାହରେ ଘଷି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମରୁଛନ୍ତି। ମୁସଲମାନମାନେ ମୃତ ଲୋକର ଶବକୁ ପୋତିଦିଅନ୍ତି ଏବଂ ହିନ୍ଦୁମାନେ ତାକୁ ଅଗ୍ନିରେ ଦାହ କରନ୍ତି। ପାରମ୍ପରିକ ଭାବେ ଦାହ ପାଇଁ କାଠ ବ୍ୟବହୃତ ହୋଇ ଆସୁଥିବା ବେଳେ ଆଜିକାଲି ବିଦ୍ୟୁତ୍‌ଶକ୍ତି ଓ ଗ୍ୟାସ୍‌ ମଧ୍ୟ ବ୍ୟବହୃତ ହେଲାଣି।  କିନ୍ତୁ ଆଜିକାଲି ଜାଳେଣି କାଠର ଘୋର ଅଭାବ। ଦିଲ୍ଲୀରେ ସରକାରୀ ଗାର୍ଡନରମାନେ ଗଛର ଅଳ୍ପ କିଛି ଛୋଟ ଡାଳ କାଟିବାର ଛଳନା କରନ୍ତି। କିନ୍ତୁ ସେମାନେ ପ୍ରାୟ ସବୁ ବଡ଼ ବଡ଼ ଡାଳ କାଟନ୍ତି ଓ ସେସବୁକୁ ନିଗମବୋଧ ଘା..

ଅଶ୍ଳୀଳତାକୁ ନେଇ ଛଳନା

ଅଶ୍ଳୀଳତାକୁ ନେଇ ଛଳନା

ଡ. ସୁବାସ ଚନ୍ଦ୍ର ପାତ୍ର

ଅଶ୍ଳୀଳତାକୁ ନେଇ ମଣିଷର ଛଳନା ଇତିହାସ ପରି ପୁରୁଣା। କିଛିଦିନ ତଳେ ଖଣ୍ଡଗିରି ଯାତ୍ରା ମହୋତ୍ସବ ଅବସରରେ କୌଣସି ଏକ ଅପେରା ମଞ୍ଚ ଉପରେ ମନୋରଞ୍ଜନ ଆଳରେ ଜଣେ ମହିଳା କଳାକାର ଅଙ୍ଗ ପ୍ରଦର୍ଶନ ସହ ଅଶ୍ଳୀଳ ନୃତ୍ୟ ପରିବେଷଣ କରିବାର ଅଭିଯୋଗ ଆସିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ଟିଭି ଚ୍ୟାନେଲ ତାଙ୍କ ସହ ସାକ୍ଷାତ୍‌କାର ପ୍ରସାରଣ କଲେ ଏବଂ ଆଉ କେତେକ ଚ୍ୟାନେଲ ପ୍ରତିବାଦ ବାହାନାରେ ସେହି ତଥାକଥିତ ନଗ୍ନ ନୃତ୍ୟକୁ ବାରମ୍ବାର ପ୍ରଦର୍ଶନ ମଧ୍ୟ କଲେ। ଜଣେ ରାଜାଙ୍କୁ ଯଦି ତାଙ୍କ ପାର୍ଷଦ କହେ, ‘ମଣିମା, ଆପଣଙ୍କ ବଡ଼ଗୁଣ ହେଲା ଆପଣ ତୋଷାମଦି ଭଲପାଆନ୍ତି ନାହିଁ,’ ଏ କଥାଟି ଯେମିତି ଏକ ତୋଷା..

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର


ବିକାଶ କୁମାର ପତି

ଚିରନ୍ତନ ବିକାଶ ଲକ୍ଷ୍ୟ ସମସ୍ତଙ୍କୁ ୨୦୩୦ ସୁଦ୍ଧା ପାନୀୟ ଜଳ ଯୋଗାଇବା ପାଇଁ ଉଦ୍ଦିଷ୍ଟ। ଅର୍ଥାତ୍‌, କେହି ବି ପାନୀୟ ଜଳ ପାଇବାରୁ ବଞ୍ଚିତ ହେବେନି। କିନ୍ତୁ ଆଜି ବି ଲକ୍ଷ ଲକ୍ଷ ଲୋକ ସ୍ବଚ୍ଛ ପାନୀୟ ଜଳ ବିନା ବଞ୍ଚୁଛନ୍ତି- ତାଙ୍କ ପରିବାର, ବିଦ୍ୟାଳୟ, କର୍ମକ୍ଷେତ୍ର, ସବୁଠି ବଞ୍ଚିବା ପାଇଁ ଓ ତୃଷ୍ଣା ମେଣ୍ଟେଇବା ପାଇଁ କଷ୍ଟ କରୁଛନ୍ତି। ଜାତିସଂଘର ଜଳ ଉପରେ କାମ କରୁ..

ଏଇ ଭାରତରେ

ଏଇ ଭାରତରେ

କୁହାଯାଏ ବିବାହ ଯୋଡ଼ି ଈଶ୍ୱରଙ୍କ ଦରବାରରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ। ଏହାକୁ ଖଣ୍ଡନ କରିବା ସହଜ ନୁହେଁ। ମଧ୍ୟପ୍ରଦେଶର ଖଣ୍ଡଓ୍ବାରେ ଏପରି ଏକ ବିରଳ ବାହାଘର ସମ୍ପନ୍ନ ହୋଇଛି। ଖଣ୍ଡଓ୍ବା ଅନ୍ତର୍ଗତ ପୁନାସା ଗଁାର ବାସିନ୍ଦା ଧନେଶ ରାଜବୈଦ ନିମାଡ ନିବାସୀ ଚେତନା ଶର୍ମାଙ୍କୁ ବିବାହ କରିଛନ୍ତି। ଉଭୟ କନ୍ୟା ଓ ବରଙ୍କ ଉଚ୍ଚତା ୩୬ ଇଞ୍ଚ। ଉଚ୍ଚତା କମ୍‌ ..


Model This Week

ରଶ୍ମି
Why Dharitri