ସମ୍ପାଦକୀୟ |

ଅସ୍ପୃଶ୍ୟତା, ଲକ୍ଷ୍ମୀପୁରାଣ ଓ ବଳରାମ

ଅସ୍ପୃଶ୍ୟତା, ଲକ୍ଷ୍ମୀପୁରାଣ ଓ ବଳରାମ

ନାରାୟଣ ପଣ୍ଡା 

ଉତ୍କଳ ପଞ୍ଚସଖାଙ୍କ ମହାପାତ୍ର, ଖୁଣ୍ଟିଆ, ମହାନ୍ତି, ଦାସ ଓ ମୁନି ଇତ୍ୟାଦି ସଂଜ୍ଞା ଥିଲା। ସେମାନେ କିନ୍ତୁ ସମସ୍ତେ ନିଜକୁ ଶୂଦ୍ର ବୋଲି ପରିଚିତ କରାଇଛନ୍ତି। ସନ୍ଥ ଅଚ୍ୟୁତାନନ୍ଦଙ୍କ ଉଦୟ କାହାଣୀ ଗ୍ରନ୍ଥରେ ପଞ୍ଚସଖାମାନଙ୍କର ଜାତି ପ୍ରସଙ୍ଗରେ କୁହାଯାଇଛି, ସେମାନେ ସତ୍ୟଯୁଗରେ ବ୍ରାହ୍ମଣ, ତ୍ରେତୟାରେ କ୍ଷତ୍ରିୟ, ଦ୍ୱାପରରେ ବୈଶ୍ୟ ଓ କଳିଯୁଗରେ ଶୂଦ୍ର। ଭକ୍ତି ଧର୍ମର ବର୍ଣ୍ଣ ହେଉଛି ଶୂଦ୍ର ବର୍ଣ୍ଣ। ସେମାନଙ୍କର ସ୍ବଭାବ ମିଷ୍ଟ, ବିନୟୀ ଓ ସରଳ। ଶୂଦ୍ର ନିଜର ନିର୍ଲିପ୍ତ ସେବା ଦ୍ୱାରା ଈଶ୍ୱର ସାନ୍ନିଧ୍ୟ ଓ ଚତୁର୍ବର୍ଗ ଫଳପ୍ରାପ୍ତ ହୋଇଥାଏ। ପଞ୍ଚଦଶ ଶତାବ୍ଦୀରେ ଜନ୍ମିତ ଉତ୍କଳର ପଞ୍ଚସଖା- ବଳରାମ ଦାସ ୧୪୮୨, ଯଶୋବନ୍ତ ଦାସ ୧୪୮୨, ଅଚ୍ୟୁତାନନ୍ଦ ଦାସ ୧୪୮୫, ଶିଶୁ ଅନନ୍ତ ୧୪୮୫ ଓ ଜଗନ୍ନାଥ ଦାସ ୧୪୯୦- ସାହିତ୍ୟ ଓ ସମାଜ ସଂସ୍କାର କ୍ଷେତ୍ରରେ ତାଙ୍କର ଅମଳିନ ସ୍ବାକ୍ଷର ରଖିଛନ୍ତି। ଶ୍ରୀଜଗନ୍ନାଥ ଓ ବୈଷ୍ଣବ ଧର୍ମକୁ କେନ୍ଦ୍ରକରି ସେମାନଙ୍କର ସିଦ୍ଧି ଓ ସାଧନା। ବଳରାମ ଦାସଙ୍କୁ ଏମାନଙ୍କ ମଧ୍ୟରେ ବରିଷ୍ଠ କୁହାଯାଇଥାଏ। ଷୋଡଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ସେମାନେ ଉତ୍କଳର ଧର୍ମ, ରାଜନୀତି, ସମାଜସଂସ୍କାର ଓ ସାରସ୍ବତ ଜଗତକୁ ଗଭୀର ଭାବରେ ପ୍ରଭାବିତ କରି ରଖିଥିଲେ। 

ବଳରାମଙ୍କ ଦ୍ୱାରା ଜଗମୋହନ ରାମାୟଣ, ଲକ୍ଷ୍ମୀପୁରାଣ, ଭାବସମୁଦ୍ର, ବିରାଟଗୀତା, ଛତିଶ ଗୁପ୍ତଗୀତା, ପଣସଚୋରି, କୃଷ୍ଣଗର୍ଭ ଗୀତା ଓ ମୃଗୁଣୀ ସ୍ତୁତି ଇତ୍ୟାଦି ଅର୍ଦ୍ଧଶତ ପୁସ୍ତକ ରଚିତ। ତାଙ୍କର ଅନେକ ପୁସ୍ତକରେ ତତ୍କାଳୀନ ସମାଜର ତ୍ରୁଟିବିଚ୍ୟୁତିିକୁ ସଂଶୋଧନ କରିବା ପାଇଁ ସଂସ୍କାରର ବାର୍ତ୍ତା ପ୍ରତିଫଳିତ। ବଳରାମ ଦାସଙ୍କୁ ଜୀବନରେ ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। ଏକ ଭେଦଭାବଶୂନ୍ୟ ସାର୍ବଜନୀନ ସମାଜ ଗଠନ କରିବା ତାଙ୍କର ଲକ୍ଷ୍ୟ ଥିଲା। ସେହି ସମୟରେ ଛୁଆଁଅଛୁଆଁ ଭେଦଭାବ, ଜାତିବାଦ ସମାଜର ମେରୁଦଣ୍ଡରେ ଗଭୀର ଆଘାତ କରୁଥିଲା। ନିମ୍ନ ଶ୍ରେଣୀର ଲୋକେ ଯେତେ ପ୍ରତିଭାବାନ୍‌ ହେଲେ ମଧ୍ୟ ମୁଣ୍ଡ ଟେକି ଚାଲିବାକୁ ସୁଯୋଗ ଦିଆଯାଉ ନ ଥିଲା ସେମାନଙ୍କୁ। ପ୍ରତି କ୍ଷେତ୍ରରେ ସେମାନେ ଗତିରୋଧର ସମ୍ମୁଖୀନ ହେଉଥିଲେ। ଜଗନ୍ନାଥଙ୍କ ପରମ ଉପାସକ ବଳରାମଙ୍କ ହୃଦୟତନ୍ତ୍ରୀରେ ଏହି ବୈଷମ୍ୟ ଗଭୀର ଆଘାତ ଦେଇଥିଲା। ସମାଜ ବିରୋଧରେ ବିପ୍ଳବର ଝଙ୍କାର ତୋଳି ଏଥିରେ ସଂସ୍କାର ଆଣିବାକୁ ସେ ନିଜକୁ ପ୍ରସ୍ତୁତ କରିଥିଲେ । 

ରାଜା ପ୍ରତାପରୁଦ୍ର ଦେବଙ୍କ ନିକଟରେ ଅଭିଯୋଗ ଆସିଲା, ଶୂଦ୍ର ବଳରାମ ବେଦ ଓ ଶାସ୍ତ୍ରର ଭୁଲ ବ୍ୟାଖ୍ୟା କରୁଛନ୍ତି, ଉତ୍କଳର ଧର୍ମ ଓ ପରମ୍ପରା କ୍ଷତିଗ୍ରସ୍ତ ହେଉଛି। ବଳରାମ ରାଜା ପ୍ରତାପରୁଦ୍ର ଦେବଙ୍କ ଦ୍ୱାରା ରାଜସଭାକୁ ଆହୂତ ହୋଇ ଏହାର ଉତ୍ତର ରଖିବାକୁ ଆଦିଷ୍ଟ ହୁଅନ୍ତି। ଶ୍ରୀଜଗନ୍ନାଥଙ୍କ କରୁଣାପ୍ରାପ୍ତ ହେଲେ ମୂକ ମଧ୍ୟ ମୁଖର ହୋଇପାରେ, ଉତ୍ତର ରଖିଲେ ବଳରାମ। ତଦନନ୍ତର ରାଜସଭାରେ ହରିଦାସ ନାମକ ଜନୈକ ଜଡା ବ୍ରାହ୍ମଣଙ୍କୁ ଉପସ୍ଥାପିତ କରାଗଲା। ରାଜା ବଳରାମଙ୍କୁ ଆଦେଶ ଦେଲେ ଜଗନ୍ନାଥଙ୍କ କୃପାରୁ ଏହାଙ୍କ ମୁଖରୁ ବେଦ ଉଚ୍ଚାରିତ ହେଉ। ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରି ହରିଦାସଙ୍କ ମସ୍ତକରେ ହସ୍ତ ସ୍ଥାପନପୂର୍ବକ ବଳରାମ ନିର୍ଦ୍ଦେଶ ଦେଲେ ବେଦପାଠ କରିବା ପାଇଁ। ରାଜସଭାକୁ ବିସ୍ମୟାଭିଭୂତ କରି ହରିଦାସ ଅନର୍ଗଳ ଭାବରେ ବେଦପାଠ କରିଚାଲିଲେ। ବଳରାମଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିଥିବା ବ୍ରାହ୍ମଣମାନଙ୍କର ଶୋଚନୀୟ ପରାଜୟ ଘଟିଲା। 

ବଳରାମଙ୍କ ବେଦାନ୍ତସାର ଗୀତାର ପ୍ରତି ଛତ୍ରରେ ତାଙ୍କ ପ୍ରତି ଜଗନ୍ନାଥଙ୍କ କୃପାର ଉଦ୍‌ଘୋଷ ପରିଲକ୍ଷିତ ହୁଏ। ମଧ୍ୟଯୁଗରେ ନାରୀମାନଙ୍କୁ ଅବଳା ଦୁର୍ବଳା ମନେକରାଯାଇ ଗୃହର ଚାରିକାନ୍ଥ ମଧ୍ୟରେ ବନ୍ଦୀ କରି ରଖାଯାଉଥିଲା। ଭାରତର ବେଦଶାସ୍ତ୍ର ନାରୀମାନଙ୍କର ମହିମା ବର୍ଣ୍ଣନାରେ କେବେ କୁଣ୍ଠିତ ନ ଥିଲା। ନାରୀଙ୍କୁ ପୁରୁଷର ଅର୍ଦ୍ଧାଙ୍ଗିନୀ ସ୍ବୀକାର କରାଯାଇ ପରିବାର ଓ ସମାଜର ମୁକୁଟ ରୂପେ ଦେଖାଯାଉଥିଲା। ମଧ୍ୟଯୁଗର ପୁରୁଷପ୍ରଧାନ ସମାଜ ଓ ବିଜାତୀୟ ଶାସନ ବ୍ୟବସ୍ଥା ନାରୀମାନଙ୍କୁ ପଦଦଳିତ କରି ରଖିଥିଲା। ଛୁଆଁଅଛୁଆଁ ଭେଦଭାବ ସହିତ ଗୃହସ୍ଥାଶ୍ରମର ଆଦର୍ଶରୁ ବିଚ୍ୟୁତ ହୋଇପଡିଲା ସମାଜ। ସମାଜ ସଂସ୍କାରକ ବଳରାମ ଦାସ ଲକ୍ଷ୍ମୀପୁରାଣ ଆଖ୍ୟାୟିକାରେ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କୁ ସର୍ବହରା କରି ପଥପାର୍ଶ୍ୱର ଭିକାରିରେ ପରିଣତ କଲେ। ପତି-ପରିତ୍ୟକ୍ତା ହେଲେ ମହାଲକ୍ଷ୍ମୀ। ନାରୀ ଆଦର୍ଶର ଶିରୋମଣି ମହାଲକ୍ଷ୍ମୀଙ୍କୁ ଛାଡିବାକୁ ପଡ଼ିଲା ପତିଗୃହ-ଶ୍ରୀମନ୍ଦିର। ଲକ୍ଷ୍ମୀ ଐଶ୍ୱର୍ଯ୍ୟର ମହାଦେବୀ ହେଲେ ମଧ୍ୟ ସେ ଚଣ୍ଡାଳଙ୍କ ଘରକୁ ଯିବେ ନାହିଁ, ଫତୁଆ ଜାରି କରିଥିଲେ ବଡଠାକୁର ବଳଭଦ୍ର। ଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରୁ ବହିଷ୍କାର କଲେ ଜଗନ୍ନାଥଙ୍କ ପାଇଁ କନ୍ୟାର ଅଭାବ ରହିବ ନାହିଁ। ନାରୀ ପୁରୁଷ ପାଦର ପାଣ୍ଢୋଇ। ଯେ କୌଣସି ସମୟରେ ଏମାନଙ୍କୁ ତ୍ୟାଗ କରାଯାଇପାରେ। ତତ୍କାଳୀନ ଉଚ୍ଚବର୍ଗର ମାନସିକତାର ପୂର୍ଣ୍ଣ ପ୍ରତିଫଳନ ବଳଭଦ୍ରଙ୍କ ଉକ୍ତିରେ ପ୍ରତିବିମ୍ବିତ ହୋଇଥିଲା। ଲକ୍ଷ୍ମୀଛଡା ଭ୍ରାତୃଦ୍ୱୟ ଅନ୍ନ ମୁଠିଏ ପାଇଁ ବାରଦୁଆର ଶୁଣ୍ଢିପିଣ୍ଡା ହେଲେ। ପରିଶେଷରେ ମହାଲକ୍ଷ୍ମୀଙ୍କ ଦ୍ୱାରସ୍ଥ ହୁଅନ୍ତି ଦୁଇଭାଇ। ଏହା ଥିଲା ବିଧିର ବିଧାନ। ସ୍ବାମୀସ୍ତ୍ରୀଙ୍କ ସୁଖଦ ମିଳନ ସମାଜରେ ଏକ ନୂତନ ସଂସ୍କାରକୁ ଜନ୍ମଦେଲା। ସମାଜରେ ଛୁଆଁଅଛୁଆଁ ଭେଦଭାବ ରହିବ ନାହିଁ, ଶ୍ରୀମନ୍ଦିରରେ ସମସ୍ତଙ୍କ ପ୍ରବେଶାଧିକାର ରହିବ, ଜାତିବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଆଲିଙ୍ଗନାବଦ୍ଧ ହେବେ। ଯେଉଁଠି ସ୍ବଚ୍ଛ ଓ ନିର୍ମଳ ପରିବେଶ ରହିବ- ଲକ୍ଷ୍ମୀ ଅବାଧରେ ପ୍ରବେଶ କରିପାରିବେ, ଏହି କଠିନ ସର୍ତ୍ତଗୁଡ଼ିକୁ ଅଙ୍ଗୀକାର କରି ମହାଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରକୁ ଆଣିଲେ ଦୁଇଭାଇ। ବଳରାମଙ୍କ ଲକ୍ଷ୍ମୀପୁରାଣ ପ୍ରଚଳିତ ସମାଜର ବିଧିବ୍ୟବସ୍ଥା ବିରୋଧରେ ଥିଲା ସଂଗ୍ରାମ। ଥିଲା ବିପ୍ଳବର ଶାଣିତ ଇସ୍ତାହାର। 

ବଳରାମ ଜଗମୋହନ ରାମାୟଣ ରଚନା କରି ସ୍ବୀୟ ଜ୍ଞାନର ପରାକାଷ୍ଠା ପ୍ରଦର୍ଶନ କରିଥିଲେ। କେତେକ ଅସୂୟାପରାୟଣ ଗର୍ବୋଦ୍ଧତ ବ୍ରାହ୍ମଣଙ୍କ ପ୍ରରୋଚନାରେ ରଥରୁ ତାଙ୍କୁ ତଡି ଦିଆଗଲା। ସ୍ବୟଂ ରାଜା ତାଙ୍କୁ ହାବୁଡା ମାରି ଅପମାନିତ କଲେ। ଦୁଃଖ ଓ ଅପମାନରେ ଜର୍ଜରିତ ବଳରାମ ସମୁଦ୍ର ବେଳାରେ ବାଲିରଥ ନିର୍ମାଣ କରି ମହାପ୍ରଭୁଙ୍କୁ ପ୍ରାର୍ଥନା କଲେ। ବଡ଼ଦାଣ୍ଡରେ ଗଡ଼ିଲା ନାହିଁ ରଥ। ଅଟକିଗଲା ସମୟ। ବିଚଳିତ ହେଲେ ଭକ୍ତସମାଜ। ଶୂଦ୍ର ଭକ୍ତଙ୍କ ଟେକ ରଖିବା ପାଇଁ ସ୍ବପ୍ନାଦିଷ୍ଟ ହେଲେ ରାଜା। ଅବଶେଷରେ ମୁହଁରେ ତିରଣ ଧରି ରାଜାଙ୍କୁ କ୍ଷମା ମାଗିବାକୁ ପଡ଼ିଲା ବଳରାମଙ୍କ ନିକଟରେ। ବନ୍ଧା ପଡ଼ିଥିବା ମହାପ୍ରଭୁମାନେ ମୁକ୍ତ ହେଲେ ବାଲୁକା ରଥରୁ। ଭାବସମୁଦ୍ର ରଚନା କରି ଭକ୍ତଙ୍କର ଜୟଜୟକାର କଲେ ବଳରାମ। 

ଭକ୍ତିର ଶକ୍ତି ସବୁ ଯୁଗରେ ବଳୀୟାନ୍‌। ଭକ୍ତଙ୍କର ମାନ ବଢ଼େଇବା ପାଇଁ ଶ୍ରୀଜଗନ୍ନାଥ ବଳରାମଙ୍କୁ ପଣସ ଖାଇବାର ମଜା ନେବା ପାଇଁ ଡାକିନିଅନ୍ତି ଅଳସା ତୋଟାକୁ। ସଦା ଜାଗ୍ରତ ପ୍ରହରୀ ସହସା ନିଦ୍ରାଚ୍ଛନ୍ନ ହୁଏ। ଭକ୍ତ ଓ ଭଗବାନ ନିର୍ବିଘ୍ନରେ ପଣସ ଖାଇବାକୁ ଲାଗିଲେ। ଜଗନ୍ନାଥଙ୍କ ସ୍ଥୂଳସାନ୍ନିଧ୍ୟ ପାଇ ହୁଏତ ବଳରାମଙ୍କ ହୃଦୟରେ କେଉଁଠି କେମିତି ଗର୍ବ ଆସିଲା। ଆରମ୍ଭ ହେଲା ଲୀଳା। ବଳରାମଙ୍କ ଅଜାଣତରେ ଶ୍ରୀମନ୍ଦିର ଫେରିଆସିଲେ ଭକ୍ତବତ୍ସଳ ମହାପ୍ରଭୁ। ସହସା ପ୍ରହରୀମାନେ ଜାଗ୍ରତ ହେଲେ। ଚୋରଖଣ୍ଟଙ୍କ ପରି କେହି ପଶିଆସି ପଣସ ଖାଉଛି। ଆରମ୍ଭ ହେଲା ମାଡ଼, ଦେହ ମୁଣ୍ଡରୁ ରକ୍ତ ବୋହିଲା। ଅଶ୍ରୁ ବହିଗଲା ବଳରାମଙ୍କ ଆଖିରୁ। ଶକ୍ତ ଦଉଡିରେ ବନ୍ଧାହୋଇ ଅଶେଷ ଯନ୍ତ୍ରଣା ସହିଲେ ବଳରାମ- ଡାକିଲେ ଜଗନ୍ନାଥଙ୍କୁ। ପଣସ ମିଶି ଖାଇଲେ, ଅଠାବୋଳିଲ ମୋ ମୁଣ୍ଡରେ। ଅସହ୍ୟ ହେଲାଣି ଯନ୍ତ୍ରଣା। ଭାବଗ୍ରାହୀଙ୍କୁ ଅବିଦିତ ନ ଥିଲା କିଛି। ସ୍ବପ୍ନାଦେଶ ଦେଲେ ରାଜାଙ୍କୁ। ଭକ୍ତଙ୍କୁ ବନ୍ଧନମୁକ୍ତ କର। ପଣସଚୋରି ଗ୍ରନ୍ଥରେ ଉଚ୍ଚକଣ୍ଠରେ ବଳରାମ କହିଲେ, ଦେଖୁଥାଅ ବ୍ରାହ୍ମଣମାନେ- ଅନ୍ତର୍ଯ୍ୟାମୀ ଶୂଦ୍ର ଭକ୍ତଙ୍କୁ ବନ୍ଧେଇଲେ, ପିଟେଇଲେ ଓ ଶେଷରେ ରାଜାଙ୍କୁ ସ୍ବପ୍ନକରି ମୁକୁଳେଇଲେ। ଶୂଦ୍ର କେବେ ଅଛୁଆଁ ନୁହେଁ ଭଗବାନଙ୍କ ପାଖରେ। 

ନୂଆବନ୍ଧ ସାହି, ନବରଙ୍ଗପୁର, ମୋ- ୯୪୩୭୧୧୮୯୬୨ 

All Right Reserved By

ସମ୍ପାଦକୀୟ |

ଚାଷୀଙ୍କୁ ବାଉଳା

ଚାଷୀଙ୍କୁ ବାଉଳା

ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ବାଲାକୋଟ କାର୍ଯ୍ୟାନୁଷ୍ଠାନ ଉତ୍ତର ଭାରତରେ ସମ୍ଭବତଃ ଆଖିଦୃଶିଆ ପ୍ରଭାବ ପକାଇ ନାହିଁ। ଏଭଳି ଧାରଣା ସୃଷ୍ଟି କରିବା ପାଇଁ କୌଣସି ଅତ୍ୟଧିକ ରାଜନୈତିକ ବୁଦ୍ଧି ଦରକାର ନାହିଁ। ଉତ୍ତରପ୍ରଦେଶ ଭଳି କୃଷିଭିତ୍ତିକ ରାଜ୍ୟରେ ଚାଷୀ ଅସନ୍ତୋଷର ଭୂମିକା ଆସନ୍ତା ନିର୍ବାଚନରେ ଅଧିକ ରହିବ ବୋଲି ସ୍ପଷ୍ଟ ଜଣାପଡ଼ୁଛି।

ଅବାଞ୍ଛିତ ନାବାଳିକା ମାତୃତ୍ୱ

ଅବାଞ୍ଛିତ ନାବାଳିକା ମାତୃତ୍ୱ

ନାରାୟଣ ପଣ୍ଡା 

ସନ୍ତାନକୁ ଜନ୍ମ ଦେଉଥିବା ମା’ ଏକ ମଧୁରତମ ଶବ୍ଦ, ଯାହାର ବିକଳ୍ପ ହୁଏତ ଶବ୍ଦକୋଷରେ ନ।ହିଁ। ମା’ ବକ୍ଷର ଅମୃତ ପାନକରି ଶୈଶବର ବେଶ୍‌ କିଛିବର୍ଷ ଅବୋଧ ଶିଶୁଟି ଜୀବନ ଧାରଣକରେ। ସେ ବିଶ୍ୱ ନିର୍ମାଣର ଜନ୍ମବେଦି। ନାରୀ ଅଦିତି-ଅଖଣ୍ଡନୀୟା। 

ମା’ଙ୍କ ବିଚିତ୍ର ବେଶ

ମା’ଙ୍କ ବିଚିତ୍ର ବେଶ

ମାନସ କୁମାର ପାଢ଼ୀ

ରାଜଧାନୀ ଭୁବନେଶ୍ୱର। ସର୍ବବିଦ୍ୟା ମନ୍ଦିରର ମୁଖ୍ୟ ପୂଜାରୀ ସର୍ବଗିଳା ସକାଳୁ ନିତ୍ୟକର୍ମ ସାରି ମନ୍ଦିରର କବାଟ ଖୋଲି ଦେଖିଲେ ଶିକ୍ଷାମାତାଙ୍କ ଅପୂର୍ବ ବେଶ। ପଦ୍ମ ଉପରେ ନ ବସି ଗେଣ୍ଡୁମାଳ ଗଳାରେ ଲମ୍ବାଇ ଗୋଟିଏ ଗଧ ପାଖରେ ଛିଡ଼ା ହୋଇଛନ୍ତି ମା’। 

ଏଇ ଭାରତରେ

ଏଇ ଭାରତରେ

ପରିବର୍ତ୍ତିତ ସମୟ ସହିତ ଲୋକଙ୍କ ରୁଚି ତଥା ପେସା ବଦଳିବାରେ ଲାଗିଛି। ଏବେ କେତେକ ଭିକ୍ଷାବୃତ୍ତିକୁ ନିଜର ପେସା ଭାବେ ଗ୍ରହଣ କରିବାକୁ ପସନ୍ଦ କରୁଛନ୍ତି। ଏଥିରେ ଅର୍ଥ ବିନିଯୋଗ କରିବାର ଆବଶ୍ୟକତା ନାହିଁ। 

ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା

ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା

ଆକାର ପଟେଲ

ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଚାଲିଛି ଏବଂ ପ୍ରାର୍ଥୀମାନଙ୍କୁ ମାର୍ଚ୍ଚ ୨୫ ସୋମବାର ପୂର୍ବରୁ ଏହା ଦାଖଲ କରିବାକୁ ପଡ଼ିବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲର ଧାର୍ଯ୍ୟ ଅନ୍ତିମ ଦିବସ ହେଉଛି ମଙ୍ଗଳବାର। ମୁଁ ଏଠାରେ କେତେକ ବିଷୟ ଆଲୋଚନା କରିବାକୁ ଚାହୁଁଛି, ଯାହା ପ୍ରାର୍ଥୀମାନଙ୍କ ପାଇଁ ସା..

କିଓ୍ବି ଆଖିରେ ଲୁହ

କିଓ୍ବି ଆଖିରେ ଲୁହ

ପ୍ରକାଶ ତ୍ରିପାଠୀ

ମାତ୍ର ପାଞ୍ଚ ମିନିଟ୍‌ର ଭିଡିଓଟି କୌଣସି ଏକ ଆକ୍ସନଧର୍ମୀ ସିନେମାର ଲୋମ ଟାଙ୍କୁରା ଦୃଶ୍ୟଠାରୁ କମ୍‌ ନ ଥିଲା। ଏକ ଅତ୍ୟାଧୁନିକ ବନ୍ଧୁକ ହାତରେ ଧରି ବୀରଠାଣିରେ ଦୁଇ ଦୁଇଟି ମସଜିଦ୍‌ ଭିତରେ ଶାନ୍ତିର ରାହା ଖୋଜୁଥିବା ମଣିଷଗୁଡାଙ୍କୁ ପୋକମାଛି ପରି ମାରି ପକାଇବାଠାରୁ ବଳି ନାରକୀୟ ହିଂସା ଆଉ କ’ଣ ହୋଇପାରେ। ଘଟଣାଟି ଘଟିଛି ବିଶ୍ୱର ସର୍ବାଧି..

ପରିବେଶ ଚିନ୍ତକ

ପରିବେଶ ଚିନ୍ତକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ପରିବେଶ ପ୍ରସଙ୍ଗକୁ ନେଇ ଏବେ ପୃଥିବୀବ୍ୟାପୀ ଆଲୋଚନା ହେଉଛି। ବିଭିନ୍ନ କାରଣ ଯୋଗୁ ପରିବେଶ ପ୍ରଦୂଷିତ ହେବା ଚିନ୍ତାର ବିଷୟ ହୋଇଥିବା ବେଳେ ଏ ଦିଗରେ କ୍ୱଚିତ ଭାବୁଛନ୍ତି। ଏଭଳି ସମୟରେ ୪ ଜଣ ଭାରତୀୟ ଆ..

ଏଇ ଭାରତରେ

ଏଇ ଭାରତରେ

କଥାରେ ଅଛି-‘ପରଜାପତି ତରକା ଅତି।’ ଅର୍ଥାତ୍‌ ପ୍ରଜାପତିକୁ ଧରିବାକୁ ଗଲେ ତାହା ସହଜରେ ଧରା ଦିଏନାହିଁ।  ସାମାନ୍ୟ ଆଭାସ ପାଇବା ମାତ୍ରେ ଏହି ସୁନ୍ଦର ପତଙ୍ଗଟି ଉଡି ପଳାଇଯାଇଥାଏ। ତଥାପି ପିଲାମାନେ ପ୍ରଜାପତି ଧରିବାକୁ ଖୁବ୍‌ ଆଗ୍ରହ ସହକାରେ ତା’ ପଛରେ ଧାଇଁଥାଆନ୍ତି। ଏପରି ଜଣେ ପିଲାକୁ ପ୍ରଜାପତିମାନେ ଡରି ନ ଯାଇ ବରଂ ତା’ର ସାଥୀ ..

ଶବଦାହରେ ଘଷି

ଶବଦାହରେ ଘଷି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମରୁଛନ୍ତି। ମୁସଲମାନମାନେ ମୃତ ଲୋକର ଶବକୁ ପୋତିଦିଅନ୍ତି ଏବଂ ହିନ୍ଦୁମାନେ ତାକୁ ଅଗ୍ନିରେ ଦାହ କରନ୍ତି। ପାରମ୍ପରିକ ଭାବେ ଦାହ ପାଇଁ କାଠ ବ୍ୟବହୃତ ହୋଇ ଆସୁଥିବା ବେଳେ ଆଜିକାଲି ବିଦ୍ୟୁତ୍‌ଶକ୍ତି ଓ ଗ୍ୟାସ୍‌ ମଧ୍ୟ ବ୍ୟବହୃତ ହେଲାଣି।  କିନ୍ତୁ ଆଜିକାଲି ଜାଳେଣି କାଠର ଘୋର ଅଭାବ। ଦିଲ୍ଲୀରେ ସରକାରୀ ଗାର୍ଡନରମାନେ ଗଛର ଅଳ୍ପ କିଛି ଛୋଟ ଡାଳ କାଟିବାର ଛଳନା କରନ୍ତି। କିନ୍ତୁ ସେମାନେ ପ୍ରାୟ ସବୁ ବଡ଼ ବଡ଼ ଡାଳ କାଟନ୍ତି ଓ ସେସବୁକୁ ନିଗମବୋଧ ଘା..

ଅଶ୍ଳୀଳତାକୁ ନେଇ ଛଳନା

ଅଶ୍ଳୀଳତାକୁ ନେଇ ଛଳନା

ଡ. ସୁବାସ ଚନ୍ଦ୍ର ପାତ୍ର

ଅଶ୍ଳୀଳତାକୁ ନେଇ ମଣିଷର ଛଳନା ଇତିହାସ ପରି ପୁରୁଣା। କିଛିଦିନ ତଳେ ଖଣ୍ଡଗିରି ଯାତ୍ରା ମହୋତ୍ସବ ଅବସରରେ କୌଣସି ଏକ ଅପେରା ମଞ୍ଚ ଉପରେ ମନୋରଞ୍ଜନ ଆଳରେ ଜଣେ ମହିଳା କଳାକାର ଅଙ୍ଗ ପ୍ରଦର୍ଶନ ସହ ଅଶ୍ଳୀଳ ନୃତ୍ୟ ପରିବେଷଣ କରିବାର ଅଭିଯୋଗ ଆସିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ଟିଭି ଚ୍ୟାନେଲ ତାଙ୍କ ସହ ସାକ୍ଷାତ୍‌କାର ପ୍ରସାରଣ କଲେ ଏବଂ ଆଉ କେତେକ ଚ୍ୟାନେଲ ପ୍ରତିବାଦ ବାହାନାରେ ସେହି ତଥାକଥିତ ନଗ୍ନ ନୃତ୍ୟକୁ ବାରମ୍ବାର ପ୍ରଦର୍ଶନ ମଧ୍ୟ କଲେ। ଜଣେ ରାଜାଙ୍କୁ ଯଦି ତାଙ୍କ ପାର୍ଷଦ କହେ, ‘ମଣିମା, ଆପଣଙ୍କ ବଡ଼ଗୁଣ ହେଲା ଆପଣ ତୋଷାମଦି ଭଲପାଆନ୍ତି ନାହିଁ,’ ଏ କଥାଟି ଯେମିତି ଏକ ତୋଷା..

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର


ବିକାଶ କୁମାର ପତି

ଚିରନ୍ତନ ବିକାଶ ଲକ୍ଷ୍ୟ ସମସ୍ତଙ୍କୁ ୨୦୩୦ ସୁଦ୍ଧା ପାନୀୟ ଜଳ ଯୋଗାଇବା ପାଇଁ ଉଦ୍ଦିଷ୍ଟ। ଅର୍ଥାତ୍‌, କେହି ବି ପାନୀୟ ଜଳ ପାଇବାରୁ ବଞ୍ଚିତ ହେବେନି। କିନ୍ତୁ ଆଜି ବି ଲକ୍ଷ ଲକ୍ଷ ଲୋକ ସ୍ବଚ୍ଛ ପାନୀୟ ଜଳ ବିନା ବଞ୍ଚୁଛନ୍ତି- ତାଙ୍କ ପରିବାର, ବିଦ୍ୟାଳୟ, କର୍ମକ୍ଷେତ୍ର, ସବୁଠି ବଞ୍ଚିବା ପାଇଁ ଓ ତୃଷ୍ଣା ମେଣ୍ଟେଇବା ପାଇଁ କଷ୍ଟ କରୁଛନ୍ତି। ଜାତିସଂଘର ଜଳ ଉପରେ କାମ କରୁ..

ଏଇ ଭାରତରେ

ଏଇ ଭାରତରେ

କୁହାଯାଏ ବିବାହ ଯୋଡ଼ି ଈଶ୍ୱରଙ୍କ ଦରବାରରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ। ଏହାକୁ ଖଣ୍ଡନ କରିବା ସହଜ ନୁହେଁ। ମଧ୍ୟପ୍ରଦେଶର ଖଣ୍ଡଓ୍ବାରେ ଏପରି ଏକ ବିରଳ ବାହାଘର ସମ୍ପନ୍ନ ହୋଇଛି। ଖଣ୍ଡଓ୍ବା ଅନ୍ତର୍ଗତ ପୁନାସା ଗଁାର ବାସିନ୍ଦା ଧନେଶ ରାଜବୈଦ ନିମାଡ ନିବାସୀ ଚେତନା ଶର୍ମାଙ୍କୁ ବିବାହ କରିଛନ୍ତି। ଉଭୟ କନ୍ୟା ଓ ବରଙ୍କ ଉଚ୍ଚତା ୩୬ ଇଞ୍ଚ। ଉଚ୍ଚତା କମ୍‌ ..


Model This Week

ରଶ୍ମି
Why Dharitri