ସମ୍ପାଦକୀୟ |

ଅସୁରକ୍ଷିତ ଆଶ୍ରମ ଗୃହ

ଅସୁରକ୍ଷିତ ଆଶ୍ରମ ଗୃହ

ପ୍ରୀତିଛନ୍ଦା ଧଳ

ନିକଟରେ ହଇଚଇ ସୃଷ୍ଟି କରିଛି ବେଲ୍‌ଟିକିରି ସେଲ୍‌ଟର ହୋମ୍‌ କାରନାମା। ‘ହାପି ଆଣ୍ଡ ହୋଲି ହୋମ୍‌’ ନାମକ ଆଶ୍ରମରେ ନାବାଳିକାମାନଙ୍କୁ ଯୌନ ନିର୍ଯାତନାର କଥା ଶୁଣି ସାଧାରଣ ଜନତାଙ୍କ ଲୋମ ଟାଙ୍କୁରି ଉଠୁଛି। କେତେ ଅସୁରକ୍ଷିତ ଆମର ଆଶ୍ରମ ଉଭୟ ଝିଅ ଓ ପୁଅମାନଙ୍କ ପାଇଁ ଏବେ ଏଠାରେ ଏକ ବଡ଼ ପ୍ରଶ୍ନ। ପ୍ରକୃତରେ ଦେଖିବାକୁ ଗଲେ ଲାଜ ଲାଗେ ଯେ ଏତେସବୁ ହୋଇଥାଏ ଆଶ୍ରମ ଗୃହରେ କିନ୍ତୁ ଆମର ପ୍ରଶାସନ ପାଖରେ କିଛି ଖବର ନ ଥାଏ। ଏହାର ଉତ୍ତର କିଏ ଦେବ ଏବଂ ଏହାର ଗୁରୁଦାୟିତ୍ୱ କାହାର? 

ଆଶ୍ରମରେ ଝିଅ ଓ ପୁଅ ଉଭୟ ସବୁବେଳେ ଅସୁରକ୍ଷିତ ଏବଂ ସମସ୍ତେ ଶୋଷଣର ଶିକାର ହୋଇଥାନ୍ତି, ଏ କଥା ଆମେ ସମସ୍ତେ ଜାଣିଛେ। କିନ୍ତୁ ନ ଜାଣିବାର ଏ ଯେଉଁ ଅଭିନୟ ଏଇଟା ସବୁବେଳେ ସମସ୍ତଙ୍କୁ ବ୍ୟଥିତ କରିଥାଏ। ଆମ ରାଜ୍ୟରେ ରହିଛି ଅନେକ ସେଲ୍‌ଟର ହୋମ୍‌। ଏହାକୁ ପରିଚାଳନା କରିବା ପାଇଁ କୋଟି କୋଟି ଟଙ୍କା ବାହାରୁ ଅର୍ଥାତ୍‌ ବିଦେଶରୁ ଆସିଥାଏ ଏବଂ ଏସବୁ ବ୍ୟାଙ୍କ ମାଧ୍ୟମରେ ଡିପୋଜିଟ୍‌ ହୋଇଥାଏ। କିନ୍ତୁ ସବୁକଥା ସମସ୍ତେ ଜାଣି ମଧ୍ୟ ନୀରବଦ୍ରଷ୍ଟା ସାଜିଥାନ୍ତି। କାରଣ ଆମେ କେହି କାଦୁଅକୁ ଯିବାନି କି ଗୋଡ଼ ଧୋଇବାନି। ଅସୁବିଧାରେ ଯେ ପଡ଼ିଥିବ ତାକୁ ଉଦ୍ଧାର କରିବାର ମନୋବୃତ୍ତିରୁ ଆମେ ବହୁତ ଦୂରରେ ରହିଲେଣି। ତେଣୁ ଯେତେବେଳେ ଗଣମାଧ୍ୟମ ଏସବୁ ଜିନିଷକୁ ପଦାକୁ ଆଣେ ତାକୁ ଦେଖି ଆମେ ବିଭିନ୍ନ ପ୍ରକାର ସମାଲୋଚନା କରି ତା’ପରେ ପୂର୍ବାବସ୍ଥାକୁ ଫେରିଆସୁଛେ। ଆମେ ତ ସାଧାରଣ ଜନତା। ଆଉ ରାଜନୈତିକ ଦଳଗୁଡ଼ିକର କଥା ନ କହିଲେ ଭଲ। ଯେତେବେଳେ ସାମ୍‌ନାକୁ ଆସେ ଏଇଭଳି ଘଟଣା ଗଣମାଧ୍ୟମରେ, ଟିଭିରେ ବସି ଏଇଭଳି ଯୁକ୍ତି ଉପସ୍ଥାପନା କରିଥାନ୍ତି ଏବଂ ସେହି ସଂସ୍ଥାର ଚଉଦ ପୁରୁଷ ଓଗାଳିଥାନ୍ତି। ସତେଯେମିତି ସେ ସଂସ୍ଥା ସବୁ କିଛି ଏଇମାନଙ୍କର ଜାଣତରେ କରୁଥିଲା। ଲଜ୍ଜା ନ ଥାଏ ଏଇ ରାଜନୈତିକ ଦଳର ବ୍ୟକ୍ତିବିଶେଷମାନଙ୍କୁ, ଯେଉଁମାନେ ଭୁଲି ଯାଇଥାନ୍ତି ଏହି ଛୋଟ ଛୋଟ ପିଲାମାନଙ୍କ ସାଙ୍ଗରେ କ’ଣ ଘଟିଛି ଏବଂ ତାଙ୍କର ଭବିଷ୍ୟତ। ୫ରୁ ୧୦ ବର୍ଷ ବସୟର ଶିଶୁମାନେ, ସମାଜ, ଜାତି, ଗୋତ୍ର, ଧର୍ମ କ’ଣ ଜାଣିବା ଆଗରୁ ସେମାନଙ୍କ ମୁଣ୍ଡରେ କଳଙ୍କ ଭରି ଦିଆଯାଇଛି। ବାଛ ବିଚାର, ଧର୍ମ ନାମରେ ମିଛ କଥା, ଯାହାର ପରିଣାମସ୍ବରୂପ ବେଲ୍‌ଟିକିରି ହୋମ୍‌ରୁ ଉଦ୍ଧାର କରାଯାଇଥିବା କିଛି ପିଲା ଜଗନ୍ନାଥଙ୍କ ଜଣାଣ ଗାଇବାକୁ କୁଣ୍ଠିତ ହେଉଛନ୍ତି। ଏହି ‘ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆ’ର ମାଲିକଙ୍କୁ ଗିରଫ କରାଯାଇଛି ସତ କିନ୍ତୁ ଗିରଫର କିଛି ମାସ ବା ବର୍ଷ ପରେ ନିଶ୍ଚୟ ସେ ବେଲ୍‌ରେ ବାହାରକୁ ଆସି ପୁଣି ତାଙ୍କ କାର୍ଯ୍ୟରେ ଲିପ୍ତ ରହିବେ। ସେଥିରେ କୌଣସି ପ୍ରକାର ସନ୍ଦେହ ନାହିଁ। ଫୟାଦ୍‌ ରହମାନ୍‌ ଯେ ଗୋଟିଏ ଲୋକ ତା’ ନୁହେଁ, ତାଙ୍କ ଭଳି ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଏଇଭଳି ଆଶ୍ରମ କରି ଆମର କୁନିକୁନି ପିଲାମାନଙ୍କ ଭବିଷ୍ୟତକୁ ଉଜାଡ଼ି ଦେଉଛନ୍ତି। ବେଲ୍‌ଟିକିରି ଘଟଣା ପରେ ପରେ ସୋନପୁର ଜିଲା ବଡ଼ଝିଙ୍କରେ ୨୨ଜଣ ଛାତ୍ରୀଙ୍କର ପତ୍ତା ମିଳୁନାହିଁ। ଏସବୁ ପାଇଁ କିଏ ଦାୟୀ? ରାଜନୈତିକ ଦଳଗୁଡ଼ିକର ଚିତ୍କାର କାହିଁକି ପୂର୍ବରୁ ପିଲାମାନଙ୍କ ପାଇଁ ଶୁଣାଯାଏ ନାହିଁ? 

କେଉଁ କେଉଁ ଜିଲାରେ କେତେ ଆଶ୍ରମ ଗୃହ ଅଛି, କେତେ ପିଲା ସେଠାରେ ଅଛନ୍ତି ଏବଂ ସେମାନଙ୍କର ସୁରକ୍ଷା କାହା ହାତରେ, ଆଶ୍ରମ ଗୃହର ମାଲିକଙ୍କ ହାତରେ ନା ପ୍ରଶାସନ ହାତରେ- ଏବେ ଏହି ପ୍ରଶ୍ନ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି। ଆଦିବାସୀ ଅଞ୍ଚଳରେ ଝିଅମାନେ ଯେତେବେଳେ ଘରେ ଆସି ଏଇକଥା କହିଥାନ୍ତି ଅର୍ଥାତ୍‌ ସେମାନେ କେଉଁଭଳି ଭାବରେ ଆଶ୍ରମରେ ଶୋଷିତ ହୋଇଥାନ୍ତି, ସେତେବେଳେ ମା’ବାପା ଆଉ ପାଠ ନ ପଢ଼େଇ ଅଧାରୁ ପାଠପଢ଼ା ବନ୍ଦ କରିଦେଇଥାନ୍ତି। କାରଣ ଦାରିଦ୍ର୍ୟ ଓ ଲୋକଲଜ୍ଜା କାରଣରୁ ମା’ବାପା ଝିଅକୁ ନ୍ୟାୟ ନ ଦେଇ ଚୁପ୍‌ ହୋଇଯିବାକୁ ପରାମର୍ଶ ଦେଇଥାନ୍ତି ଓ ଏହାର ଫାଇଦା ଏଇଭଳି କୁତ୍ସିତ ମାନସିକତାର ଲୋକମାନେ ନେଇଥାନ୍ତି। 

ପ୍ରତ୍ୟେକ ଜିଲାରେ ଏହି ଆଶ୍ରମଗୃହ ସବୁ ରହିଛି ଏବଂ ପ୍ରତ୍ୟେକ ଜାଗାରେ ଏହି କେଳେଙ୍କାରୀ ଚାଲିଛି ଏବଂ ‘ସଭିଏଁ ପଢ଼ିବେ ଓ ସଭିଏଁ ବଢ଼ିବେ’ ଓ ‘କନ୍ୟା ରତନ କର ଯତନ’କୁ ପ୍ରଶାସନ ହିଁ ଶକ୍ତ ଚାପୁଡା ପରେ ଚାପୁଡା ମାରୁଛି। ଆମର ଚାଇଲ୍ଡ ପ୍ରୋଟେକ୍ସନ ୟୁନିଟି କ’ଣ କରୁଛି? ପ୍ରତ୍ୟେକ ଜିଲାର ଚାଇଲ୍ଡ ପ୍ରୋଟେକ୍ସନ ଅଫିସ୍‌ରମାନଙ୍କର କାମ କ’ଣ? କେଉଁଠି ଆଶ୍ରମ ଗୃହ ଖୋଲିଲା, କେତେ ପିଲା ସେଠାକୁ ଗଲେ, ପୁଣି ପର ମାସରେ କେତେ ପିଲା କୁଆଡେ ଅନ୍ତର୍ଦ୍ଧାନ ହୋଇଗଲେ, ତା’ର ହିସାବ ରଖିବା କ’ଣ ଏଇ ଡିସିପିଓମାନଙ୍କର ଗୁରୁଦାୟିତ୍ୱ ନୁହେଁ? ଏମାନଙ୍କର କାମ ଖାଲି ଫାଇଲ୍‌ ଚାଷ ମଧ୍ୟରେ ସୀମିତ ରହିଯାଉଛି। ବରଂ ପଚାରିଲେ ଉତ୍ତର ଆସେ ହଁ, ଆମେ ଯାଉ ଦେଖୁ, ତଦାରଖ କରୁ। ସବୁ ଯଦି କରୁଥାନ୍ତି ତା’ହେଲେ ଏହି କୁନିକୁନି ପିଲାମାନେ କାହିଁକି ଶୋଷଣର ଶିକାର ହୋଇଥାନ୍ତି? ଯଦି ପ୍ରତ୍ୟେକ ଜିଲାରେ ଡିସିପିଓମାନେ ସଜାଗ ହେବେ ତା’ହେଲେ ଫୟାଜ୍‌ ରହମାନ୍‌ଙ୍କ ଭଳି ଲୋକମାନଙ୍କ କୁକାର୍ଯ୍ୟ କମିବାରେ ଲାଗିବ। ଖାଲି ମୋଟା ଅଙ୍କର ଦରମା ସରକାରଙ୍କଠାରୁ ନେଇ ନିଜ ପିଲାଙ୍କ ଭବିଷ୍ୟତ ଚିନ୍ତା କରିବା ସାଙ୍ଗରେ ଶହଶହ ପିଲାଙ୍କ ଭବିଷ୍ୟତ ଯେପରି ନ ଉଜୁଡୁ ସେଥିପ୍ରତି ମଧ୍ୟ ଦୃଷ୍ଟିି ଦେବା ଦରକାର। ସରକାରଙ୍କର ମଧ୍ୟ ଚେତା ପଶିବା ଦରକାର ଯେ, ଏଇଭଳି ଦାୟିତ୍ୱରେ ଥିବା ଅଫିସରମାନେ କେମିତି ସମସ୍ତ ଆଶ୍ରମ ଗୃହର ତଦାରଖ ନିଜେ କରିବେ, ଖାଲି ‘ଆହାର’ ଦୁଇବେଳା ଦେଇଦେଲେ ହେବନାହିଁ। ସରକାରଙ୍କର ଚିନ୍ତା କରିବାର ଏହା ଏକ ପ୍ରକୃଷ୍ଟ ସମୟ ଯେ ଆହାରକୁ ଆମ ଭବିଷ୍ୟତ ବଞ୍ଚତ୍ଥିଲେ ଦେଖିବେ ତ? ପରିଶେଷରେ ଏହି ଯେଉଁ ପିଲାମାନେ ଶୋଷଣର ଶିକାର ହେଉଛନ୍ତି ତାଙ୍କୁ ଏବଂ ତାଙ୍କ ପରିବାରବର୍ଗଙ୍କୁ ସହଯୋଗର ହାତ ସମସ୍ତେ ବଢ଼େଇବା ଦରକାର। ଗଣମାଧ୍ୟମ ମଧ୍ୟ ସବୁବେଳେ ଏହି ଘଟଣା ଉପରେ ନଜର ରଖିବା ଦରକାର। ତା’ହେଲେ ଯାଇ ଏଇ କଦର୍ଯ୍ୟ ମନୋବୃତ୍ତିକୁ ନେଇ ଲୋକମାନଙ୍କ ମନରେ ଟିକେ ଭୟ ସୃଷ୍ଟି ହେବ।    

ମୋ-୯୯୩୭୭୩୪୪୬୧

All Right Reserved By

ସମ୍ପାଦକୀୟ |

ଚାଷୀଙ୍କୁ ବାଉଳା

ଚାଷୀଙ୍କୁ ବାଉଳା

ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ବାଲାକୋଟ କାର୍ଯ୍ୟାନୁଷ୍ଠାନ ଉତ୍ତର ଭାରତରେ ସମ୍ଭବତଃ ଆଖିଦୃଶିଆ ପ୍ରଭାବ ପକାଇ ନାହିଁ। ଏଭଳି ଧାରଣା ସୃଷ୍ଟି କରିବା ପାଇଁ କୌଣସି ଅତ୍ୟଧିକ ରାଜନୈତିକ ବୁଦ୍ଧି ଦରକାର ନାହିଁ। ଉତ୍ତରପ୍ରଦେଶ ଭଳି କୃଷିଭିତ୍ତିକ ରାଜ୍ୟରେ ଚାଷୀ ଅସନ୍ତୋଷର ଭୂମିକା ଆସନ୍ତା ନିର୍ବାଚନରେ ଅଧିକ ରହିବ ବୋଲି ସ୍ପଷ୍ଟ ଜଣାପଡ଼ୁଛି।

ଅବାଞ୍ଛିତ ନାବାଳିକା ମାତୃତ୍ୱ

ଅବାଞ୍ଛିତ ନାବାଳିକା ମାତୃତ୍ୱ

ନାରାୟଣ ପଣ୍ଡା 

ସନ୍ତାନକୁ ଜନ୍ମ ଦେଉଥିବା ମା’ ଏକ ମଧୁରତମ ଶବ୍ଦ, ଯାହାର ବିକଳ୍ପ ହୁଏତ ଶବ୍ଦକୋଷରେ ନ।ହିଁ। ମା’ ବକ୍ଷର ଅମୃତ ପାନକରି ଶୈଶବର ବେଶ୍‌ କିଛିବର୍ଷ ଅବୋଧ ଶିଶୁଟି ଜୀବନ ଧାରଣକରେ। ସେ ବିଶ୍ୱ ନିର୍ମାଣର ଜନ୍ମବେଦି। ନାରୀ ଅଦିତି-ଅଖଣ୍ଡନୀୟା। 

ମା’ଙ୍କ ବିଚିତ୍ର ବେଶ

ମା’ଙ୍କ ବିଚିତ୍ର ବେଶ

ମାନସ କୁମାର ପାଢ଼ୀ

ରାଜଧାନୀ ଭୁବନେଶ୍ୱର। ସର୍ବବିଦ୍ୟା ମନ୍ଦିରର ମୁଖ୍ୟ ପୂଜାରୀ ସର୍ବଗିଳା ସକାଳୁ ନିତ୍ୟକର୍ମ ସାରି ମନ୍ଦିରର କବାଟ ଖୋଲି ଦେଖିଲେ ଶିକ୍ଷାମାତାଙ୍କ ଅପୂର୍ବ ବେଶ। ପଦ୍ମ ଉପରେ ନ ବସି ଗେଣ୍ଡୁମାଳ ଗଳାରେ ଲମ୍ବାଇ ଗୋଟିଏ ଗଧ ପାଖରେ ଛିଡ଼ା ହୋଇଛନ୍ତି ମା’। 

ଏଇ ଭାରତରେ

ଏଇ ଭାରତରେ

ପରିବର୍ତ୍ତିତ ସମୟ ସହିତ ଲୋକଙ୍କ ରୁଚି ତଥା ପେସା ବଦଳିବାରେ ଲାଗିଛି। ଏବେ କେତେକ ଭିକ୍ଷାବୃତ୍ତିକୁ ନିଜର ପେସା ଭାବେ ଗ୍ରହଣ କରିବାକୁ ପସନ୍ଦ କରୁଛନ୍ତି। ଏଥିରେ ଅର୍ଥ ବିନିଯୋଗ କରିବାର ଆବଶ୍ୟକତା ନାହିଁ। 

ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା

ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା

ଆକାର ପଟେଲ

ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଚାଲିଛି ଏବଂ ପ୍ରାର୍ଥୀମାନଙ୍କୁ ମାର୍ଚ୍ଚ ୨୫ ସୋମବାର ପୂର୍ବରୁ ଏହା ଦାଖଲ କରିବାକୁ ପଡ଼ିବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲର ଧାର୍ଯ୍ୟ ଅନ୍ତିମ ଦିବସ ହେଉଛି ମଙ୍ଗଳବାର। ମୁଁ ଏଠାରେ କେତେକ ବିଷୟ ଆଲୋଚନା କରିବାକୁ ଚାହୁଁଛି, ଯାହା ପ୍ରାର୍ଥୀମାନଙ୍କ ପାଇଁ ସା..

କିଓ୍ବି ଆଖିରେ ଲୁହ

କିଓ୍ବି ଆଖିରେ ଲୁହ

ପ୍ରକାଶ ତ୍ରିପାଠୀ

ମାତ୍ର ପାଞ୍ଚ ମିନିଟ୍‌ର ଭିଡିଓଟି କୌଣସି ଏକ ଆକ୍ସନଧର୍ମୀ ସିନେମାର ଲୋମ ଟାଙ୍କୁରା ଦୃଶ୍ୟଠାରୁ କମ୍‌ ନ ଥିଲା। ଏକ ଅତ୍ୟାଧୁନିକ ବନ୍ଧୁକ ହାତରେ ଧରି ବୀରଠାଣିରେ ଦୁଇ ଦୁଇଟି ମସଜିଦ୍‌ ଭିତରେ ଶାନ୍ତିର ରାହା ଖୋଜୁଥିବା ମଣିଷଗୁଡାଙ୍କୁ ପୋକମାଛି ପରି ମାରି ପକାଇବାଠାରୁ ବଳି ନାରକୀୟ ହିଂସା ଆଉ କ’ଣ ହୋଇପାରେ। ଘଟଣାଟି ଘଟିଛି ବିଶ୍ୱର ସର୍ବାଧି..

ପରିବେଶ ଚିନ୍ତକ

ପରିବେଶ ଚିନ୍ତକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ପରିବେଶ ପ୍ରସଙ୍ଗକୁ ନେଇ ଏବେ ପୃଥିବୀବ୍ୟାପୀ ଆଲୋଚନା ହେଉଛି। ବିଭିନ୍ନ କାରଣ ଯୋଗୁ ପରିବେଶ ପ୍ରଦୂଷିତ ହେବା ଚିନ୍ତାର ବିଷୟ ହୋଇଥିବା ବେଳେ ଏ ଦିଗରେ କ୍ୱଚିତ ଭାବୁଛନ୍ତି। ଏଭଳି ସମୟରେ ୪ ଜଣ ଭାରତୀୟ ଆ..

ଏଇ ଭାରତରେ

ଏଇ ଭାରତରେ

କଥାରେ ଅଛି-‘ପରଜାପତି ତରକା ଅତି।’ ଅର୍ଥାତ୍‌ ପ୍ରଜାପତିକୁ ଧରିବାକୁ ଗଲେ ତାହା ସହଜରେ ଧରା ଦିଏନାହିଁ।  ସାମାନ୍ୟ ଆଭାସ ପାଇବା ମାତ୍ରେ ଏହି ସୁନ୍ଦର ପତଙ୍ଗଟି ଉଡି ପଳାଇଯାଇଥାଏ। ତଥାପି ପିଲାମାନେ ପ୍ରଜାପତି ଧରିବାକୁ ଖୁବ୍‌ ଆଗ୍ରହ ସହକାରେ ତା’ ପଛରେ ଧାଇଁଥାଆନ୍ତି। ଏପରି ଜଣେ ପିଲାକୁ ପ୍ରଜାପତିମାନେ ଡରି ନ ଯାଇ ବରଂ ତା’ର ସାଥୀ ..

ଶବଦାହରେ ଘଷି

ଶବଦାହରେ ଘଷି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମରୁଛନ୍ତି। ମୁସଲମାନମାନେ ମୃତ ଲୋକର ଶବକୁ ପୋତିଦିଅନ୍ତି ଏବଂ ହିନ୍ଦୁମାନେ ତାକୁ ଅଗ୍ନିରେ ଦାହ କରନ୍ତି। ପାରମ୍ପରିକ ଭାବେ ଦାହ ପାଇଁ କାଠ ବ୍ୟବହୃତ ହୋଇ ଆସୁଥିବା ବେଳେ ଆଜିକାଲି ବିଦ୍ୟୁତ୍‌ଶକ୍ତି ଓ ଗ୍ୟାସ୍‌ ମଧ୍ୟ ବ୍ୟବହୃତ ହେଲାଣି।  କିନ୍ତୁ ଆଜିକାଲି ଜାଳେଣି କାଠର ଘୋର ଅଭାବ। ଦିଲ୍ଲୀରେ ସରକାରୀ ଗାର୍ଡନରମାନେ ଗଛର ଅଳ୍ପ କିଛି ଛୋଟ ଡାଳ କାଟିବାର ଛଳନା କରନ୍ତି। କିନ୍ତୁ ସେମାନେ ପ୍ରାୟ ସବୁ ବଡ଼ ବଡ଼ ଡାଳ କାଟନ୍ତି ଓ ସେସବୁକୁ ନିଗମବୋଧ ଘା..

ଅଶ୍ଳୀଳତାକୁ ନେଇ ଛଳନା

ଅଶ୍ଳୀଳତାକୁ ନେଇ ଛଳନା

ଡ. ସୁବାସ ଚନ୍ଦ୍ର ପାତ୍ର

ଅଶ୍ଳୀଳତାକୁ ନେଇ ମଣିଷର ଛଳନା ଇତିହାସ ପରି ପୁରୁଣା। କିଛିଦିନ ତଳେ ଖଣ୍ଡଗିରି ଯାତ୍ରା ମହୋତ୍ସବ ଅବସରରେ କୌଣସି ଏକ ଅପେରା ମଞ୍ଚ ଉପରେ ମନୋରଞ୍ଜନ ଆଳରେ ଜଣେ ମହିଳା କଳାକାର ଅଙ୍ଗ ପ୍ରଦର୍ଶନ ସହ ଅଶ୍ଳୀଳ ନୃତ୍ୟ ପରିବେଷଣ କରିବାର ଅଭିଯୋଗ ଆସିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ଟିଭି ଚ୍ୟାନେଲ ତାଙ୍କ ସହ ସାକ୍ଷାତ୍‌କାର ପ୍ରସାରଣ କଲେ ଏବଂ ଆଉ କେତେକ ଚ୍ୟାନେଲ ପ୍ରତିବାଦ ବାହାନାରେ ସେହି ତଥାକଥିତ ନଗ୍ନ ନୃତ୍ୟକୁ ବାରମ୍ବାର ପ୍ରଦର୍ଶନ ମଧ୍ୟ କଲେ। ଜଣେ ରାଜାଙ୍କୁ ଯଦି ତାଙ୍କ ପାର୍ଷଦ କହେ, ‘ମଣିମା, ଆପଣଙ୍କ ବଡ଼ଗୁଣ ହେଲା ଆପଣ ତୋଷାମଦି ଭଲପାଆନ୍ତି ନାହିଁ,’ ଏ କଥାଟି ଯେମିତି ଏକ ତୋଷା..

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର


ବିକାଶ କୁମାର ପତି

ଚିରନ୍ତନ ବିକାଶ ଲକ୍ଷ୍ୟ ସମସ୍ତଙ୍କୁ ୨୦୩୦ ସୁଦ୍ଧା ପାନୀୟ ଜଳ ଯୋଗାଇବା ପାଇଁ ଉଦ୍ଦିଷ୍ଟ। ଅର୍ଥାତ୍‌, କେହି ବି ପାନୀୟ ଜଳ ପାଇବାରୁ ବଞ୍ଚିତ ହେବେନି। କିନ୍ତୁ ଆଜି ବି ଲକ୍ଷ ଲକ୍ଷ ଲୋକ ସ୍ବଚ୍ଛ ପାନୀୟ ଜଳ ବିନା ବଞ୍ଚୁଛନ୍ତି- ତାଙ୍କ ପରିବାର, ବିଦ୍ୟାଳୟ, କର୍ମକ୍ଷେତ୍ର, ସବୁଠି ବଞ୍ଚିବା ପାଇଁ ଓ ତୃଷ୍ଣା ମେଣ୍ଟେଇବା ପାଇଁ କଷ୍ଟ କରୁଛନ୍ତି। ଜାତିସଂଘର ଜଳ ଉପରେ କାମ କରୁ..

ଏଇ ଭାରତରେ

ଏଇ ଭାରତରେ

କୁହାଯାଏ ବିବାହ ଯୋଡ଼ି ଈଶ୍ୱରଙ୍କ ଦରବାରରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ। ଏହାକୁ ଖଣ୍ଡନ କରିବା ସହଜ ନୁହେଁ। ମଧ୍ୟପ୍ରଦେଶର ଖଣ୍ଡଓ୍ବାରେ ଏପରି ଏକ ବିରଳ ବାହାଘର ସମ୍ପନ୍ନ ହୋଇଛି। ଖଣ୍ଡଓ୍ବା ଅନ୍ତର୍ଗତ ପୁନାସା ଗଁାର ବାସିନ୍ଦା ଧନେଶ ରାଜବୈଦ ନିମାଡ ନିବାସୀ ଚେତନା ଶର୍ମାଙ୍କୁ ବିବାହ କରିଛନ୍ତି। ଉଭୟ କନ୍ୟା ଓ ବରଙ୍କ ଉଚ୍ଚତା ୩୬ ଇଞ୍ଚ। ଉଚ୍ଚତା କମ୍‌ ..


Model This Week

ରଶ୍ମି
Why Dharitri