ଅନ୍ତର୍ଜାତୀୟ |

ସରକାର କହୁଛନ୍ତି ବିଳମ୍ବ ନ କରି ସନ୍ତାନ ପ୍ରସବ କର

ସରକାର କହୁଛନ୍ତି ବିଳମ୍ବ ନ କରି ସନ୍ତାନ ପ୍ରସବ କର

ବେଲଗ୍ରେଡ,୧୧।୧୨: ୟୁରୋପର ସର୍ବିୟାରେ ଦିନକୁ ଦିନ ଜସସଂଖ୍ୟା ଏତେ ପରିମାଣରେ କମି ଯାଉଛି ଯେ ଏବେ ଏହା ସରକାରଙ୍କୁ ଚିନ୍ତାରେ ପକାଇଛି। ଭାରତ ଓ ଚାଇନାରେ ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ଯୋଜନା ପ୍ରଚଳିତ ହେବା ବେଳେ ସର୍ବିୟାରେ କିନ୍ତୁ ଏହାର ଓଲଟା ଛବି ଦେଖିବାକୁ ମିଳିଛି। ଏଠାକାର ସରକାର ଦମ୍ପତିମାଙ୍କୁ ବିଳମ୍ବ ନ କରି ଶୀଘ୍ର ସନ୍ତାନ ପ୍ରସବ କରିବା ପାଇଁ କହୁଛନ୍ତି। କୁହାଯାଉଛି ଆସନ୍ତୁ ଶିଶୁଙ୍କର କୁଆଁ କୁଆଁ ଶବ୍ଦ ଶୁଣିବା। ଅନ୍ୟପଟେ କିନ୍ତୁ ଏଠାକାର ମହିଳାମାନେ କହିଛନ୍ତି କେବଳ ପ୍ରେରଣା ନୁହେଁ ଏଥିପାଇଁ ସହଯୋଗର ମଧ୍ୟ ଆବଶ୍ୟକତା ରହିଛି। ସୂଚନାଯୋଗ୍ୟ, ସର୍ବିୟାରେ ଅନେକ ଲୋକ ଦେଶଛାଡି ଅନ୍ୟତ୍ର ଚାଲି ଯାଉଛନ୍ତି। ଏହାସହ ସନ୍ତାନ ଜନ୍ମର ହାର ମଧ୍ୟ କମିଯାଉଛି। ବର୍ତ୍ତମାନ ଏଠାରେ ୨ଟି ପରିବାରରେ ମାତ୍ର ୩ଟି ସନ୍ତାନ ଦେଖିବାକୁ ମିଳୁଛି। ଯାହା ୟୁରୋପରେ ସବୁଠାରୁ କମ୍‌। ଅନ୍ୟପଟେ ଏବେ ସର୍ବିୟାର ଜନସଂଖ୍ୟା ଖସିଆସି ୭୦ ଲକ୍ଷ୍ୟରେ ପହଞ୍ଚିଥିବା ସରକାର କହିଛନ୍ତି। 


All Right Reserved By

ଅନ୍ତର୍ଜାତୀୟ |

ଫେବୃୟାରୀରେ ଉନ୍‌ଙ୍କୁ ଭେଟିବେ ଟ୍ରମ୍ପ୍‌

ଫେବୃୟାରୀରେ ଉନ୍‌ଙ୍କୁ ଭେଟିବେ ଟ୍ରମ୍ପ୍‌

ଓ୍ବାଶିଂଟନ, ୨୦-୧(ପି.ଟି.): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆସନ୍ତା ଫେବୃୟାରୀରେ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌-ଉନ୍‌ଙ୍କୁ ଭେଟିବେ।

ସିରିଆରେ ଆକ୍ରମଣ:୪ ଶିଶୁଙ୍କ ସମେତ ୬  ମୃତ

ସିରିଆରେ ଆକ୍ରମଣ:୪ ଶିଶୁଙ୍କ ସମେତ ୬ ମୃତ

ବେରୁଟ,୨୦-୧: ସିରିଆରେ ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ (ଆଇଏସ୍‌) ଆତଙ୍କବାଦୀ ଗ୍ରୁପ୍‌ଙ୍କ ଉପରେ ଆମେରିକା ପକ୍ଷରୁ ହୋଇଥିବା ବିମାନ ଆକ୍ରମଣରେ ୧୦ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ୪ ଶିଶୁଙ୍କ ସମେତ ୬ ସାଧାରଣ ନାଗରିକଙ୍କ ଜୀବନ ଯାଇଛି। 

ଜଳିଲା ତେଲ ପାଇପ୍‌ଲାଇନ : ୨୧ ମୃତ

ଜଳିଲା ତେଲ ପାଇପ୍‌ଲାଇନ : ୨୧ ମୃତ

ମେକ୍କିକୋ, ୨୦-୧:ସେଣ୍ଟ୍ରାଲ୍‌ ମେକ୍ସିକୋରେ ତେଲ ଚୋରି ନେଇ ଚଢ଼ାଉ ଅଭିଯାନ ଜାରି ରହିଥିବାବେଳେ ଏକ ବେଆଇନ ତେଲ ପାଇପ୍‌ଲାଇନ ଜଳିଯାଇଛି। ଏଥିରେ ୨୧ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୧ ଗୁରୁତର ଆହତ ହୋଇଛନ୍ତି। 

କର୍ମଚାରୀଙ୍କୁ ପିଜା ବାଣ୍ଟିଲେ ବୁଶ୍‌

କର୍ମଚାରୀଙ୍କୁ ପିଜା ବାଣ୍ଟିଲେ ବୁଶ୍‌

ଓ୍ବାସିଂଟନ୍‌, ୧୯।୧: ଆମେରିକାର ଗୁଇନ୍ଦା ବିଭାଗ କର୍ମଚାରୀଙ୍କୁ ପିଜା ବାଣ୍ଟିଛନ୍ତି ଦେଶର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ୍‌। 

ବର୍ଗର ପାଇଁ ଲାଇନ୍‌ରେ ଠିଆ ହେଲେ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି

ବର୍ଗର ପାଇଁ ଲାଇନ୍‌ରେ ଠିଆ ହେଲେ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି

ଓ୍ବାସିଂଟନ୍‌, ୧୯।୧: ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ବିଲ ଗେଟସ ବର୍ଗର ପାଇଁ ଲାଇନରେ ଛିଡା ହୋଇଛନ୍ତି। କଥାଟା ସହଜରେ ହଜମ ହେଉ ନ ଥିଲେ ମଧ୍ୟ ସତ।

ଜାପାନ ସାଗର ଉପରେ ପରସ୍ପର ସହ ଧକ୍କା ହେଲେ ୨ ଯୁଦ୍ଧ ବିମାନ

ଜାପାନ ସାଗର ଉପରେ ପରସ୍ପର ସହ ଧକ୍କା ହେଲେ ୨ ଯୁଦ୍ଧ ବିମାନ

ମସ୍କୋ,୧୯।୧: ଜାପାନ ସାଗର ଉପରେ ଶୁକ୍ରବାର ରୁଷର ୨ଟି ସୁଖୋଇ ଏସ୍‌ୟୁ-୩୪ ବୋମା ବର୍ଷି ବିମାନ ପରସ୍ପର ମଧ୍ୟରେ ଧକ୍କା ହୋଇଛନ୍ତି। ଯୁଦ୍ଧାଭ୍ୟାସ କରିବା ସମୟରେ ଭୂଲ୍‌ ବଶତଃ ବିମାନ ଦୁଇଟି ପରସ୍ପର ସହ ଧକ୍କା ହୋଇଥିବା ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ। 

ଟ୍ରେନ୍‌ ବିଳମ୍ବ ହେଲେ ବୁଣୁଥିଲେ ସ୍କାର୍ଫ: ବିକ୍ରିହେଲା ୬ଲକ୍ଷରେ

ଟ୍ରେନ୍‌ ବିଳମ୍ବ ହେଲେ ବୁଣୁଥିଲେ ସ୍କାର୍ଫ: ବିକ୍ରିହେଲା ୬ଲକ୍ଷରେ

ଲଣ୍ଡନ,୧୯।୧: ଟ୍ରେନ୍‌ରେ ଯାତାୟତ କରୁଥିବା ଲୋକେ ବିଳମ୍ବକୁ ସାମ୍ନା କରିବା ଏକ ସାଧାରଣ ଘଟଣା। ହେଲେ ଏହି ସମୟକୁ ଦେଖି ଜର୍ମାନୀର ଜଣେ ମହିଳା ସ୍କାର୍ଫ ବୁଣିବା କାମ କରୁଥିଲେ। 

ପତ୍ନୀଙ୍କ ଜନ୍ମଦିନରେ ୨୯ ବର୍ଷ ତଳର ଫଟୋ ଶେୟାର କଲେ ଓବାମା

ପତ୍ନୀଙ୍କ ଜନ୍ମଦିନରେ ୨୯ ବର୍ଷ ତଳର ଫଟୋ ଶେୟାର କଲେ ଓବାମା

ଓ୍ବାଶିଂଟନ,୧୮।୧: ଆମେରିକାର ପୂର୍ବତନ ଫାଷ୍ଟ ଲେଡି ମିଶେଲ ଓବାମାଙ୍କର ଗୁରୁବାର ଜନ୍ମଦିନ ଥିଲା। ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ନିକଟକୁ ଆସିଥିଲା ଅନେକ ଶୁଭେଚ୍ଛା ବାର୍ତ୍ତା। 

ଅପସ୍କ୍ରିଟିଂ ବ୍ରିଟେନରେ ଅପରାଧ

ଅପସ୍କ୍ରିଟିଂ ବ୍ରିଟେନରେ ଅପରାଧ

ଲଣ୍ଡନ,୧୮।୧: ବ୍ରିଟେନରେ ଏବେ ଅପସ୍କ୍ରିଟିଂକୁ ଆଇନତଃ ଅପରାଧ ବୋଲି ଘୋଷଣା କରାଯାଇଛି। ଗୁରୁବାର ବ୍ରିଟେନର ହାଉସ୍‌ ଅଫ୍‌ ଲର୍ଡସରେ ଅପସ୍କ୍ରିଟିଂକୁ ନେଇ ବିଲ୍‌ ପାସ୍‌ କରାଯାଇଛି।

ସ୍ମାର୍ଟ ଫୋନ୍‌ ମାନିଆ: ପାସ୍‌ଓ୍ବାର୍ଡ ନ କହିବାରୁ ସ୍ବାମୀଙ୍କୁ ପେଟ୍ରୋଲରେ ଜୀବନ୍ତ ଜଳାଇଲେ ମହିଳା

ସ୍ମାର୍ଟ ଫୋନ୍‌ ମାନିଆ: ପାସ୍‌ଓ୍ବାର୍ଡ ନ କହିବାରୁ ସ୍ବାମୀଙ୍କୁ ପେଟ୍ରୋଲରେ ଜୀବନ୍ତ ଜଳାଇଲେ ମହିଳା

ଜାକର୍ତ୍ତା,୧୮।୧: ଏବେ ଲୋକଙ୍କ ମଧ୍ୟରେ ସ୍ମାର୍ଟ ଫୋନ୍‌ ମାନିଆ ବଢ଼ିବାରେ ଲାଗିଛି। ସ୍ମାର୍ଟଫୋନ୍‌ ପାଇଁ ଘଟୁଛି ଅନକ ଅଭାବନୀୟ ଘଟଣା। ଇଣ୍ଡୋନେସିଆରେ ଇହ୍ଲାନ ଅୟାନୀ ନାମକ ଜଣେ ୨୫ ବର୍ଷ ବୟସ୍କା ମହିଳା ତାଙ୍କ ସ୍ବାମୀ ଡେଡି ପୁରନାମାଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଛନ୍ତି। 

୭୭.୩ କୋଟି ଇମେଲ୍‌, ୨.୧ କୋଟି ପାସ୍‌ଓ୍ବର୍ଡ ହ୍ୟାକ୍‌

୭୭.୩ କୋଟି ଇମେଲ୍‌, ୨.୧ କୋଟି ପାସ୍‌ଓ୍ବର୍ଡ ହ୍ୟାକ୍‌

ସାନଫ୍ରାନ୍ସିସକୋ,୧୭-୧: ଚଳିତ ବର୍ଷ ଆରମ୍ଭରେ ସବୁଠାରୁ ବଡ଼ ଡାଟା ଲିକ୍‌ ସାମ୍ନାକୁ ଆସିଛି। ଗବେଷକ ଟ୍ରୟ ହଣ୍ଟ ଡାଟା ଲିକ୍‌ ସମ୍ପର୍କରେ ଜାଣି ପାରି ନିଜର ଓ୍ବେବସାଇଟ ଟ୍ରୟହଣ୍ଟ ଡଟ୍‌ କମ୍‌ରେ ଏହାକୁ ଉଲ୍ଲେଖ କରିଛନ୍ତି। ପ୍ରାୟ ୭୭ କୋଟି ୩୦ ଲକ୍ଷ ଇମେଲ୍‌ ଆଇଡି ଓ ୨କୋଟି ୧୦ ଲକ୍ଷ ପାସଓ୍ବର୍ଡ ହ୍ୟାକ୍‌ ହୋଇଯାଇଛି ବୋଲି ସେ ଦର୍ଶାଇଛନ୍ତି। ଗବେଷକ ଟ୍ରୟ ହଣ୍ଟ ଏହାକୁ କଲେକ୍ସନ #୧ ଭାବେ ଉପସ୍ଥାପନ କରିଛନ୍ତି। 

ଆମେରିକାରେ ଦୁର୍ଦ୍ଦଶା ଭୋଗୁଛନ୍ତି ଏଚ୍‌-୧ବି ଭିଜାଧାରକ

ଆମେରିକାରେ ଦୁର୍ଦ୍ଦଶା ଭୋଗୁଛନ୍ତି ଏଚ୍‌-୧ବି ଭିଜାଧାରକ

ଓ୍ବାଶିଂଟନ,୧୮-୧: ଏଚ୍‌-୧ବି ଭିଜା ମାଧ୍ୟମରେ ଆମେରିକାରେ କାମ କରିବା ଲାଗି ସ୍ବପ୍ନ ଦେଖୁଥିବା ଯୁବତୀଯୁବକମାନେ ଆମେରିକାର ଥିଙ୍କଟ୍ୟାଙ୍କ ସାଉଥ ଏସିଆ ସେଣ୍ଟର ଅଫ୍‌ ଦ ଆଟ୍‌ଲାଣ୍ଟିକ କାଉନସିଲ୍‌ର ରିପୋର୍ଟ ଥରେ ପଢ଼ି ନେବା ଉଚିତ୍‌ ହେବ।