ଜୀବନଚର୍ଯ୍ୟା |

ଶୀତଦିନେ ଫ୍ୟାଶନ

ଶୀତଦିନେ ଫ୍ୟାଶନ

ଶୀତଦିନ ଆସିଗଲାଣି । ଶୀତଦିନେ ସମସ୍ତେ ସ୍ମାର୍ଟ  ଏବଂ ଆକର୍ଷକ ଦେଖାଯିବାକୁ ଚାହାନ୍ତି । ଏଥିପାଇଁ  ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି..

ଏହି ଦିନେ ଆପଣ ସ୍ବେଟର ପିନ୍ଧି ବି ନିଜକୁ  ଷ୍ଟାଇଲିଶ୍‌ ଲୁକ୍‌ ଦେଇ ପାରିବେ। ବେଲ୍‌ଟେଡ୍‌ ସ୍ବେଟର ପିନ୍ଧିବା ଦ୍ୱାରା ଆପଣ ଆହୁରି ଷ୍ଟାଇଲିଶ୍‌ ଦେଖାଯିବେ। ଆପଣ ଏହାକୁ ଜିନ୍ସ, ସ୍କର୍ଟ ଟ୍ରାଉଜର ସହିତ ମଧ୍ୟ ପିନ୍ଧିପାରିବେ। 

ଏବେ ବଜାରରେ ସୋଲଡର ପ୍ୟାଡ୍‌ ଜ୍ୟାକେଟ୍‌ର ଚାହିଦା ବଢ଼ିଛି। ଏହି ଜ୍ୟାକେଟ୍‌କୁ ଡ୍ରେସ ଓ ଜିନ୍ସ ସହ ମଧ୍ୟ ପିନ୍ଧିପାରିବେ। 

ଡେନିମ୍‌ ସହ ଡେନିମ୍‌ ପିନ୍ଧିବା ଯେମିତି ଫ୍ୟାଶନ୍‌, ସେମିତି ଲେଦର ସହ ଲେଦର ପିନ୍ଧିବା ମଧ୍ୟ ଏକ ଫ୍ୟାଶନ୍‌ ହୋଇଯାଇଛି। ଲେଦର ଜ୍ୟାକେଟ୍‌କୁ ଜିନ୍ସ କିମ୍ବା ଲେଦର ସ୍କର୍ଟକୁ ସିର୍ଟିନ୍‌ ଟପ୍‌ରେ ପିନ୍ଧିପାରିବେ। 

ଓ୍ବିଣ୍ଟର ସିଜନ୍‌ରେ ମୁଣ୍ଡଠୁ ଆରମ୍ଭ କରି ପାଦ ପର୍ଯ୍ୟନ୍ତ ଲେଦର ଆଉଟ୍‌ ଫିଟ୍‌ ପିନ୍ଧିବା ଫ୍ୟାଶନ୍‌ ଚାଲିଛି। 

ଆପଣ କଳା ରଙ୍ଗ ସହ ବରଗଣ୍ଡି,ବ୍ରାଉନ୍‌ କଲର  ଲେଦର ଆଉଟ୍‌ ଫିଟ୍‌  ବି ପିନ୍ଧିପାରିବେ।  

ଏହି ଦିନେ ଆନିମଲ ପ୍ରିଣ୍ଟେଡ୍‌ ପ୍ୟାଟର୍ନର ଆଉଟ୍‌ ଫିଟ୍‌ ପ୍ରଚଳନ ବେଶି  ଚାଲିଛି। ବ୍ରାଉନ୍‌ ସ୍ପଟ ପ୍ୟାଟର୍ନ ଥିବା ଡ୍ରେସ ସବୁଠୁ ଭଲ ଅପଶନ୍‌। ଲିଓପାର୍ଡ ପ୍ରିଣ୍ଟ ଥିବା ମିଡ୍ଡି ସ୍କର୍ଟ ପିନ୍ଧି ଆପଣ ସ୍ମାର୍ଟ ଲୁକ୍‌ ପାଇପାରିବେ। 

ଏହି ସିଜନ୍‌ରେ ବ୍ରାଉନ୍‌ ଶେଡ୍‌ ଟ୍ରେଣ୍ଡ ଚାଲିଛି। ଟ୍ରେଞ୍ଚ କୋର୍ଟଠୁ ଆରମ୍ଭ କରି ଜମ୍ପ ସୁଟ୍‌ ପର୍ଯ୍ୟନ୍ତ, ଜିପ୍‌ କୋର୍ଟରେ ସବୁ ଷ୍ଟାଇଲ୍‌ରେ ବ୍ରାଉନ୍‌ ଶେଡ୍‌ ଦେଖିବାକୁ ମିଳିବ।

All Right Reserved By

ଜୀବନଚର୍ଯ୍ୟା |

ଏହି ସବୁ ସମସ୍ୟାରୁ ମୁକ୍ତିଦିଏ ସୋରିଷ ତେଲ

ଏହି ସବୁ ସମସ୍ୟାରୁ ମୁକ୍ତିଦିଏ ସୋରିଷ ତେଲ

ସୋରିଷ ତେଲ, ଘିଅ, ରିଫାଇନ୍‌ ଆଦି ତେଲକୁ ଆମେ ଖାଦ୍ୟ ପ୍ରସ୍ତୁତିରେ  ବ୍ୟବହାର କରିଥାଉ। କେତେକ ସ୍ଥାନରେ ନଡ଼ିଆ ତେଲ ବ୍ୟବହାର କରାଯାଇ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ପ୍ରତ୍ୟେକ ତେଲରେ ବିଭିନ୍ନ ଖାଦ୍ୟସାର ରହୁଥିଲେ ହେଁ ସୋରିଷ ତେଲରେ ପ୍ରସ୍ତୁତ ବ୍ୟଞ୍ଜନ ଶରୀର ପାଇଁ ବିଶେଷ ଉପକାରୀ ହୋଇଥାଏ। 

ଉଡେନ୍‌ ବାସନର ଯତ୍ନ

ଉଡେନ୍‌ ବାସନର ଯତ୍ନ

ଲେମ୍ବୁ: ଉଡେନ ବାସନକୁ ସଫା କରିବାକୁ ହେଲେ ଲେମ୍ବୁରସର ବ୍ୟବହାର କରିବା ବହୁତ ଭଲ। ଏଥିପାଇଁ ଆପଣ ଗରମପାଣିରେ ଲେମ୍ବୁରସ କେଇ ବୁନ୍ଦା ମିଶାଇ ଦିଅନ୍ତୁ। ଏଥିରେ ୧୫ମିନିଟ୍‌ ବୁଡ଼ାଇ ଛାଡ଼ି ଦିଅନ୍ତୁ। ପୁଣି ଏହାକୁ କାଢ଼ି ଶୁଖିଲା କପଡ଼ାରେ ପୋଛି ସଫାକରି ଦିଅନ୍ତୁ। 

ସୋୟା ୬୫,ପ୍ରସ୍ତୁତି ପ୍ରଣାଳୀ

ସୋୟା ୬୫,ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପାତ୍ରରେ କିଛି ପାଣି ଗ୍ୟାସରେ ଗରମ କରନ୍ତୁ। ପାଣି ଫୁଟିବାକୁ ଆରମ୍ଭ କଲେ ଆଞ୍ଚ ବନ୍ଦ କରି ଦିଅନ୍ତୁ। ଏହାପରେ ସୋୟାବିନ୍‌କୁ ପକାଇ ୧୦-୧୫ ମିନିଟ୍‌ ପର୍ଯ୍ୟନ୍ତ ଢାଙ୍କି ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ ସୋୟାବିନ୍‌କୁ ପାଣିରୁ କାଢ଼ି ତାକୁ ଭଲଭାବେ ହାତରେ ଚିପୁଡି  ଏକ ପାତ୍ରରେ ରଖନ୍ତୁ। ଏବେ ସେହି ପାତ୍ରରେ ଅଦା ରସୁଣ ପେଷ୍ଟ, ହଳଦୀ, ଦହି, ବେସନ, କର୍ନଫ୍ଲୋର,

ହୋଲି ସମୟରେ  କେଶର ଯତ୍ନ

ହୋଲି ସମୟରେ କେଶର ଯତ୍ନ

ହୋଲି ରଙ୍ଗର ଖେଳ। ଏହି ପର୍ବରେ ଚାରିଆଡ଼େ ଖାଲି ରଙ୍ଗ। ଏଥିରେ ସମସ୍ତେ ସମସ୍ତଙ୍କୁ ରଙ୍ଗ ଲଗାଇଥାନ୍ତି। କେମିକାଲଯୁକ୍ତ ରଙ୍ଗରୁ କିପରି କେଶକୁ ରକ୍ଷା କରିବେ । କେଶରେ ରଙ୍ଗ ଲଗାଇବା ଦ୍ୱାରା କେଶ ଡ୍ରାଏ ହୋଇଯାଏ,କେଶ ଝଡ଼ିବା,କେଶର ଚମକ କମିବା ଏକ ସାଧାରଣ ସମସ୍ୟା ।

ଅସ୍ବାଭାବିକ ଗର୍ଭାଶୟ, ଗର୍ଭପାତ

ଅସ୍ବାଭାବିକ ଗର୍ଭାଶୟ, ଗର୍ଭପାତ

ଡା. ଲିପ୍‌ସା ମିଶ୍ର 

ବେଳେବେଳେ ଗର୍ଭାଶୟରେ ହେଉଥିବା ବନ୍ଧ୍ୟାତ୍ୱ ଜନ୍ମଜାତ ହୋଇପାରେ (ଜନ୍ମଗତ ତ୍ରୁଟି) । ବନ୍ଧ୍ୟାତ୍ୱ ବ୍ୟତୀତ, ସେଗୁଡ଼ିକ ଅସ୍ବାଭାବିକ ଗର୍ଭପାତର କାରଣ ହୋଇପାରେ ଏବଂ ଗର୍ଭଧାରଣ ପାଇଁ ଅସୁବିଧା ସୃଷ୍ଟିକରିପାରେ।

ଏକ ଅସ୍ବାଭାବିକ ଗର୍ଭାଶୟ ସହିତ ସମ୍ପୂର୍ଣ୍ଣ ଗର୍ଭଧାରଣର ସମ୍ଭାବନା ଖୁବ୍‌ କମ୍‌ ରହିଥାଏ । 

ହୋଲି ଖେଳିବା ପୂର୍ବରୁ..

ହୋଲି ଖେଳିବା ପୂର୍ବରୁ..

ହୋଲି ଖେଳିବା ପୂର୍ବରୁ ଆପଣ ନିଜ ଶରୀର ଏବଂ କେଶରେ ଭଲ ଭାବରେ  ତେଲ ଲଗାଇ ଦିଅନ୍ତୁ। ତେଲ ଲଗାଇବା ଦ୍ୱାରା ଏହା ଶରୀର ସଂସ୍ପର୍ଶରେ ଏତେଟା ଆସି ନ ଥାଏ ଫଳରେ ତ୍ୱଚା ଏବଂ କେଶକୁ ରଙ୍ଗ ଦାଉରୁ ରକ୍ଷା ମିଳିଥାଏ। 

ଅର୍ଶରୁ ଦୂରେଇ ରହିବା ପାଇଁ ଦରଫୁଟା ଭାତ ଉତୁରା ପେଜରେ ପିଅନ୍ତୁ ଚାମଚେ ଏହି କ୍ଷୀର...

ଅର୍ଶରୁ ଦୂରେଇ ରହିବା ପାଇଁ ଦରଫୁଟା ଭାତ ଉତୁରା ପେଜରେ ପିଅନ୍ତୁ ଚାମଚେ ଏହି କ୍ଷୀର...

ଅମୃତଭଣ୍ଡାରେ ଭରି ରହିଛି ଅନେକ ଅମୃତ ଗୁଣ। ଏହାର ବହୁ ଔଷଧୀୟ ଗୁଣ ଥିବାରୁ ଖାଦ୍ୟରେ ଏହାକୁ ନିୟମିତ ଗ୍ରହଣ କଲେ ଅନେକ ରୋଗ ଦୂର ହୁଏ। 

ମୁଖମଣ୍ଡଳରେ  ଚମକ ଆଣିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ମୁଖମଣ୍ଡଳରେ ଚମକ ଆଣିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ସ୍ବାସ୍ଥ୍ୟ ସମ୍ବନ୍ଧିତ ଛୋଟ ଛୋଟ ସମସ୍ୟା ପାଇଁ କେତେକ ଡାକ୍ତରଙ୍କ ସହିତ ପରାମର୍ଶ କରିଥାନ୍ତି । କିନ୍ତୁ କେତେକ ସମସ୍ୟା ଘରୋଇ ଉପଚାରରେ ସହଜରେ ଦୂର ହୋଇପାରିଥାଏ। 

ଗୋରା ହେବା ପାଇଁ ଖାଆନ୍ତୁ ଏହି ଲଡ଼ୁ

ଗୋରା ହେବା ପାଇଁ ଖାଆନ୍ତୁ ଏହି ଲଡ଼ୁ

ଚିନାବାଦାମ, କାହାକୁ ଭଜା ପସନ୍ଦ ତ କାହାକୁ କଞ୍ଚା। ତେବେ ଏହି ବାଦାମ ଲଡୁର ରହିଛି ଅନେକ ଉପକାରୀ ଗୁଣ। ଜାଣନ୍ତୁ ସେ ସମ୍ପର୍କରେ...

ଶାଓ୍ବାରରେ ଗାଧୋଇଲେ ମିଳିଥାଏ ଏହି ଫାଇଦା

ଶାଓ୍ବାରରେ ଗାଧୋଇଲେ ମିଳିଥାଏ ଏହି ଫାଇଦା

ଝିଅମାନେ ସବୁବେଳେ ଚାହିଁଥାନ୍ତି କେମିତି ତାଙ୍କ ତ୍ୱଚା ଗ୍ଲୋ କରୁ। ଖାସ୍‌ ଏଥିପାଇଁ ଭଲ ବ୍ରାଣ୍ଡର ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ସହ ଉତ୍ତମ ଖାଦ୍ୟ ଏବଂ ବ୍ୟାୟାମ ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି ତ୍ୱଚାର ଯତ୍ନ ନେବା ପାଇଁ ଶାଓ୍ବାରଠାରୁ ଆଉ ଭଲ କିଛି ଉପାୟ ନାହିଁ। ସ୍କିନ୍‌ ଆଣ୍ଡ ବ୍ୟୁଟି ବିଶେଷଜ୍ଞ ବିଶାଲ ମୁଦ୍‌ଗିଲ୍‌ କୁହନ୍ତି ଯଦି ତ୍ୱଚାର ଯତ୍ନ ନେବାକୁ ଚାହୁଁଛନ୍ତି ତେବେ ଶାଓ୍ବାରରେ ଗାଧୋଇବା ପ୍ରତି ଧ୍ୟାନ ଦିଅନ୍ତୁ।

୪ ରୋଗ ଦୂର କରେ ପାନପତ୍ର

୪ ରୋଗ ଦୂର କରେ ପାନପତ୍ର

ପାନ ଖାଲି ଖାଇବା ପାଇଁ ନୁହେଁ। ଯେ କୌଣସି ପୂଜାପାଠ ପୂର୍ବରୁ ପ୍ରଥମେ ପାନପତ୍ରର ମଧ୍ୟ ଆବଶ୍ୟକତା ପଡ଼ିଥାଏ। ଏହା ବ୍ୟତୀତ ପାନର ଅନେକ ଔଷଧୀୟ ଗୁଣ ରହିଛି। 


ଥଣ୍ଡା ପାନୀୟ ପିଉଥିଲେ

ଥଣ୍ଡା ପାନୀୟ ପିଉଥିଲେ

ସମଗ୍ର ବିଶ୍ୱକୁ ଥଣ୍ଡା ପାନୀୟର ଆକର୍ଷଣୀୟ ବିଜ୍ଞାପନ ପାଗଳ କରିଦେଇଛି। ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ପାର୍ଟି, ପିକ୍‌ନିକ୍‌ ସବୁଠି ଥଣ୍ଡା ପାନୀୟର ଆଦର ରହିଛି। ଏପରିକି ଛୋଟ ପିଲାମାନେ କ୍ଷୀର ବଦଳରେ ଥଣ୍ଡା ପାନୀୟକୁ ବେଶି ପସନ୍ଦ କରୁଛନ୍ତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା