ଫୁରସତ |

ଝିଅକୁ ଶିଖାନ୍ତୁ ସମ୍ପର୍କ ଯୋଡ଼ି ରଖିବାର କଳା

ଝିଅକୁ ଶିଖାନ୍ତୁ  ସମ୍ପର୍କ ଯୋଡ଼ି ରଖିବାର କଳା

ଝିଅଟିଏ ବୋହୂ ହୋଇ ଶାଶୁଘରକୁ ଗଲେ ତାହାର ଦାୟିତ୍ୱ ବଢ଼ିଯାଏ। ଶାଶୁଘର ସଦସ୍ୟଙ୍କ ସହ ମନ ମିଳାଇ ତାକୁ ଚାଲିବାକୁ ପଡ଼େ। ତେବେ ସେଠାରେ ସେ କିପରି ସୁସମ୍ପର୍କ ରଖିପାରିବ, ସେନେଇ ତାକୁ ବିବାହ ପୂର୍ବରୁ କିଛି ଶିଖିବାକୁ ପଡିଥାଏ। ସେ ସମ୍ପର୍କରେ...

ସାବଧାନତା

ଝିଅର ସୁରକ୍ଷା ଏବଂ ତା’ର ଭବିଷ୍ୟତ ପାଇଁ ଜନ୍ମଦାତ୍ରୀ ମା’ ସବୁପ୍ରକାର ଚେଷ୍ଟା କରିଥାଏ। ଯେତେବେଳେ ଝିଅର ବାହାଘର ହୋଇଯାଉଛି ତାକୁ ଆଉ ଏକ ଘରର ଦାୟିତ୍ୱ ତୁଲାଇବାକୁ ପଡିଥାଏ। ତେଣୁ ଏହି ସମୟରେ ମାପିଚୁପି ଚାଲିବାକୁ ପଡେ। ଟିକେ ଟିକେ ଅସାବଧାନତା ଏପରି ସମସ୍ୟା ସୃଷ୍ଟି କରେ, ଯାହା ପରବର୍ତ୍ତୀ ସମୟରେ ତାକୁ ଅଡୁଆରେ ପକାଇବାର ସମ୍ଭାବନା ରହିଛି। ତେଣୁ ଏହି ଦିଗ ପ୍ରତି ଦୃଷ୍ଟି ଦେବା ନିହାତି ଜରୁରୀ। ବିବାହ ପୂର୍ବରୁ ଯଦି ମା’ ତାକୁ ଏ ନେଇ କିଛି ଟିପ୍ସ ଦେଇଥାଆନ୍ତି କିମ୍ବା ସେ ନିଜର ଉପସ୍ଥିତ ବୁଦ୍ଧିକୁ ଠିକ୍‌ ଭାବରେ ଉପଯୋଗ କରେ, ତେବେ ତାହାର ବ୍ୟକ୍ତିତ୍ୱ ଆହୁରି ପ୍ରଶଂସିତ ହୋଇଥାଏ।  

ଝିଅକୁ ଦିଅନ୍ତୁ ନିଜକୁ ଗଢ଼ି 

ତୋଳିବାର ସ୍ବାଧୀନତା

ଝିଅଟି ଯେତେବେଳେ ବାପଘରୁ ଶାଶୁ ଘରକୁ ଯାଉଛି, ତାକୁ ପ୍ରତ୍ୟେକ କ୍ଷେତ୍ରରେ ନଜର ରଖିଲେ ସେ ନିଜ ବୁଦ୍ଧି ଖଟାଇବାକୁ ସମୟ ପାଇ ନ ଥାଏ। ହେଲେ ସେହି ବୁଦ୍ଧିକୁ ଭଲ ବାଟରେ ଉପଯୋଗ କରିବା ଦରକାର। ତେଣୁ ଝିଅଟି ନିଜ ଜୀବନକୁ କିପରି ନିଜେ ଗଢ଼ୁଛି ତାହା ଭଲ ଭାବରେ ଲକ୍ଷ୍ୟ କରନ୍ତୁ। ଯଦି ସେଥିରେ କିଛି ଦୋଷତ୍ରୁଟି ପରିଲକ୍ଷିତ ହେଉଛି ତେବେ ତାହାକୁ ତୁରନ୍ତ ସମାଧାନ କରନ୍ତୁ। ନିଜ ସମସ୍ୟାକୁ ଯଦି ସେ ଭଲ ଭାବରେ ସମାଧାନ କରିପାରୁଛି, ତେବେ ନିଜ ନୂଆ ଜୀବନକୁ ଆଗେଇ ନେବାରେ ସେ ଅସୁବିଧାର ସମ୍ମୁଖୀନ ହୋଇ ନ ଥାଏ।  ପ୍ରତିଟି କଥାରେ ଯଦି ମା’ ଝିଅକୁ ଉପଦେଶ ଦେବା ଆରମ୍ଭ କରନ୍ତି ତେବେ ଝିଅ ନିଜ ବୁଦ୍ଧି ଖଟାଇବାକୁ ସମୟ ପାଇ ନ ଥାଏ। ତାକୁ ଯେମିତି ଏକ ପଞ୍ଜୁରି ଭିତରେ ଆବଦ୍ଧ ହୋଇ ରହିବା ପରି ଲାଗିଥାଏ। ତେଣୁ ତାକୁ ଗାଇଡ୍‌ କରନ୍ତୁ-ଏଥିରେ ଦ୍ୱିମତ ନାହିଁ। ହେଲେ ସବୁ କଥାରେ ମୁଣ୍ଡ ଖେଳାଇଲେ ତାହା ତାଙ୍କର ବ୍ୟକ୍ତିଗତ ଜୀବନକୁ ଅନେକାଂଶରେ ପ୍ରଭାବିତ କରିଥାଏ।  

ଶାଶୁଘର ନୁହେଁ ନିଜ ଘର

ଯେତେବେଳେ ଝିଅଟିଏ ବାହାହୋଇ ଶାଶୁଘରକୁ  ଆସେ ସେତେବେଳେ ସେ ଘରକୁ ନିଜର ବୋଲି ଭାବିବା ଦରକାର। ନୂଆ ଘର, ନୂଆ ଲୋକ, ଆଉ ତା’ ଭିତରେ ତାକୁ ଆଗେଇବାକୁ ପଡ଼େ। ତେଣୁ ସେହି ଲୋକଙ୍କ ସହ ଭଲ ଭାବରେ ମିଶି କିପରି ଶାଶୁଘରକୁ ଆହୁରି ସୁନ୍ଦର କରି ଗଢ଼ି ତୋଳିବ, ସେନେଇ ତାକୁ ଭଲ ଉପଦେଶ ଦିଅନ୍ତୁ। ଯଦି ସେ କିଛି ଭଲ କଥା କହୁଛି ତେବେ ତାକୁ ଆହୁରି ଉତ୍ସାହିତ କରନ୍ତୁ। ଶାଶୁଘରକୁ ନେଇ ତାକୁ ଏଭଳି ଉପଦେଶ ଦିଅନ୍ତୁ ନାହିଁ, ଯାହାଦ୍ୱାରା ସମ୍ପର୍କ ପ୍ରଭାବିତ ହେବ ଏବଂ ସେ ସେଠାରେ ଅଣନିଃଶ୍ୱାସୀ ଅନୁଭବ କରିବ।  

ଅଯଥା ହସ୍ତକ୍ଷେପ ନ ହେଉ

କେତେକ ମା’ ନିଜ ଝିଅ ଶାଶୁଘରେ କିପରି ଚଳୁଛି ତାହାର ଟିକିନିଖି ଖବର ରଖିଥାଆନ୍ତି। ହେଲେ ଛୋଟ ଛୋଟ କଥାକୁ ଆଳକରି ସେମାନେ ସେଠାରେ ଅଯଥା ସମସ୍ୟା ସୃଷ୍ଟି କରନ୍ତି, ଯାହାଦ୍ୱାରା ଝିଅ ସେଠାରେ ଉପହସିତ ହୋଇଥାଏ। ତେଣୁ ଏଭଳି ଅଯଥା ହସ୍ତକ୍ଷେପ ନ କରିବା ଭଲ। ଝିଅଟି ଶାଶୁଘରେ ଭଲରେ ରହୁ ଏ କଥା ପ୍ରତ୍ୟେକ ମା’ ଚାହାନ୍ତି। ହେଲେ ତା’ର ଅର୍ଥ ନୁହେଁ ଯେ ପ୍ରତିଟି କଥାରେ ମୁଣ୍ଡ ଖେଳାଇ ସେଠାରେ ନିଜର ଆଧିପତ୍ୟ ଜାହିର କରିବା ଆଦୌ ସମୀଚୀନ ନୁହେଁ।  


କିଛି ଟିପ୍ସ

ଘରେ ଯଦି କୌଣସି ସମସ୍ୟା ହୋଇଛି ତେବେ ତା’ର ସମାଧାନ ପାଇଁ ସବୁବେଳେ ମା’ଙ୍କ ନିକଟକୁ ଫୋନ୍‌ ନ କରି ନିଜେ ସମାଧାନର ବାଟ ଖୋଜନ୍ତୁ। ସ୍ବାମୀ ଏବଂ ଶାଶୁଙ୍କ ସାମ୍ନାରେ ନିଜର ଆତ୍ମବଡ଼ିମା ନ ଦେଖାଇ ତାଙ୍କ ସହ ବିନମ୍ରତାର ସହ କଥା ହୁଅନ୍ତୁ ଏବଂ ଯଦି କିଛି ଭୁଲ୍‌ କରିଛନ୍ତି ତେବେ ଆବଶ୍ୟକ ପଡିଲେ ତାଙ୍କଠାରୁ କ୍ଷମା ମାଗିନିଅନ୍ତୁ।  

ନିଜ ବ୍ୟକ୍ତିଗତ କଥା ସବୁବେଳେ ମା’ଙ୍କୁ କହିବା ଠିକ୍‌ ବୋଲି ଧାରଣାକୁ ମନରୁ ଦୂରେଇବାକୁ ଚେଷ୍ଟା କରନ୍ତୁ।   

ନୂଆ ରୋଷେଇ ବିଷୟରେ ମା’ଙ୍କ ସହ କଥା ହେଲେ କିଛି କ୍ଷତି ନାହିଁ। କେବେ କେବେ ଶାଶୁଙ୍କ ରୋଷେଇର କଳା ଶିଖନ୍ତୁ ଏବଂ ତାଙ୍କୁ ମଧ୍ୟ ପ୍ରଂଶସା କରିବାକୁ ଭୁଲନ୍ତୁ ନାହିଁ। 

କେବେ ବି ଶାଶୁଘର ଲୋକଙ୍କ ସାମ୍ନାରେ ମା’ଙ୍କର ପ୍ରଶଂସା ବାରମ୍ବାର କରନ୍ତୁ ନାହିଁ।  

ବାପଘରକୁ ଆସିଲେ ପୂରା ସମୟ ମା’ ସହିତ କଥାବାର୍ତ୍ତାରେ କଟାଇ ଦିଅନ୍ତୁ। କିନ୍ତୁ ଶାଶୁଘରେ ଥାଇ ସବୁ ସମୟ ମା’ ସହ ଫୋନ୍‌ରେ କଥା ହେବା କିମ୍ବା ଭିଡିଓ ଚାଟିଂରେ ଘରର ସବୁ କଥା କହିବା ଜରୁରୀ ନୁହେଁ। ଏହାଦ୍ୱାରା ଶାଶୁଘର ଲୋକ ହୁଏତ ଏହି କଥାକୁ ଭିନ୍ନ ଅର୍ଥରେ ନେବା ଅସମ୍ଭବ ନୁହେଁ। 

All Right Reserved By

ଫୁରସତ |

ସକାଳେ ବିଛଣାଛାଡ଼ି  ଏସବୁ କାହିଁକି  ମନା...

ସକାଳେ ବିଛଣାଛାଡ଼ି ଏସବୁ କାହିଁକି ମନା...

ସକାଳେ ବିଛଣା ଛାଡିବା ପରେ ନିରୋଗ ଜୀବନଚର୍ଯ୍ୟା ଆପଣେଇବା ଆବଶ୍ୟକ। ଏହାଦ୍ୱାରା ମନ ଓ ଶରୀର ଉପରେ ପଡ଼ିଥାଏ ସକାରାତ୍ମକ ପ୍ରଭାବ।

ଚୁମ୍ବନ ଦେଇ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଯୁବକ

ଚୁମ୍ବନ ଦେଇ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଯୁବକ

କ୍ରିସ୍‌ ମୋନରୋ ନାମକ ଜଣେ ଯୁବକ ଏବେ ଇଣ୍ଟରନେଟର କିସିଂ ବୟ ଭାବେ ବେଶ୍‌ ପରିଚିତ। ସେ ଚୁମ୍ବନ ଦେଇ ଏବେ କୋଟି କୋଟି ଟଙ୍କା ରୋଜଗାର କରୁଥିବା କୁହନ୍ତି। ଏମିତିକି ବଲିଉଡ୍‌ ଷ୍ଟାର ତଥା ସିରିୟଲ କିସର୍‌ ଇମ୍ରାନ ହାସମିଙ୍କୁ ଏବେ ପଛରେ ପକାଇ ଦେଇଛନ୍ତି କିସିଂ ବୟ କ୍ରିସ୍‌।

ସାଙ୍ଗିଆ ପରିବର୍ତ୍ତନ

ସାଙ୍ଗିଆ ପରିବର୍ତ୍ତନ

ନିଜ ସାଙ୍ଗିଆକୁ କିଏ ବା ଭଲ ନ ପାଏ । କାରଣ ନାଁ ପରେ ଏହା ବି ମଣିଷର ପରିଚୟ ପାଲଟିଥାଏ। ତେବେ ପୁରୁଷମାନଙ୍କ କ୍ଷେତ୍ରରେ ଏହା ଶୈଶବରୁ ଆରମ୍ଭ କରି ଜୀବନର ଶେଷ ସମୟ ଯାଏ ଅପରିବର୍ତ୍ତିତ ରହିଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ଅନେକ ସମୟରେ ଏହା ବଦଳି ଯାଇଥାଏ...

ପାଠପଢ଼ା ଚାପ ବି ସ୍ମରଣ ଶକ୍ତିକୁ କରେ ପ୍ରଭାବିତ...

ପାଠପଢ଼ା ଚାପ ବି ସ୍ମରଣ ଶକ୍ତିକୁ କରେ ପ୍ରଭାବିତ...

ପିଲାଙ୍କ ସ୍ମରଣ ଶକ୍ତି ହ୍ରାସ ପଛରେ ଅଭିଭାବକ ହିଁ ଦାୟୀ ଥାଆନ୍ତି।  ପିଲାଟି ଉପରେ ଷ୍ଟଡିପେସର୍‌ ବା ପାଠପଢ଼ା ଚାପ ବଢ଼ାଇବାରେ ସେମାନଙ୍କର ଥାଏ ମୁଖ୍ୟ ଭୂମିକା। 

ଏମିତି ମନ୍ଦିର ଯେଉଁଠି ମୁସଲମାନ ମହିଳା ଶିବରାତ୍ରୀରେ କରନ୍ତି ମହାଦେବଙ୍କୁ ଜଳଲାଗି...

ଏମିତି ମନ୍ଦିର ଯେଉଁଠି ମୁସଲମାନ ମହିଳା ଶିବରାତ୍ରୀରେ କରନ୍ତି ମହାଦେବଙ୍କୁ ଜଳଲାଗି...

ଦେଶରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବିବାଦ ଜାରି ରହିଥିବାବେଳେ ଉତ୍ତରପ୍ରଦେଶ କନୌଜରେ ଥିବା ମହାଦେବଙ୍କ ମନ୍ଦିର ପାଲଟିଛି ସର୍ବଧର୍ମସମନ୍ବୟର ପବିତ୍ର କ୍ଷେତ୍ର। 

ଯେଉଁଠି ବିବାହ ପୂର୍ବରୁ ଝିଅ ହୁଅନ୍ତି ବିଦା...

ଯେଉଁଠି ବିବାହ ପୂର୍ବରୁ ଝିଅ ହୁଅନ୍ତି ବିଦା...

ସାଧାରଣତଃ ବିବାହ ପରେ କନ୍ୟା ବିଦା ହୋଇଥାଏ। ତେବେ ଝାଡ଼ଖଣ୍ଡ ଉତ୍ତର ଛୋଟନାଗପୁର ଅଞ୍ଚଳରେ ରହିଛି ଏକ ପରମ୍ପରା। ଏଠାରେ ବିବାହର କିଛି ଦିନ ପୂର୍ବରୁ ବରଘର ଲୋକେ କନ୍ୟାଘରେ ପହଞ୍ଚିଥାନ୍ତି।

ପ୍ରେମରେ ବିଫଳ ଏହିସବୁ କ୍ରିକେଟ୍‌ର

ପ୍ରେମରେ ବିଫଳ ଏହିସବୁ କ୍ରିକେଟ୍‌ର

ନୂଆଦିଲ୍ଲୀ, ୨୧।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର କ୍ରିକେଟରମାନେ ପଡିଆରେ ଯେତିକି ଲୋକପ୍ରିୟତା ଅର୍ଜନ କରିଛନ୍ତି ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥାନ୍ତି। ଖାସ୍‌ ଭାବେ ପ୍ରେମ ସମ୍ପର୍କକୁ ନେଇ ଅତୀତରେ କିଛି କ୍ରିକେଟର ବେଶ୍‌ ଚର୍ଚ୍ଚାରେ ଥିଲେ।  

ପ୍ରାକୃତିକ ପେନ୍‌କିଲର

ପ୍ରାକୃତିକ ପେନ୍‌କିଲର

”ଆଜିର ଆଧୁନିକ ଚିକିତ୍ସା ବିଜ୍ଞାନରେ ଚିକିତ୍ସା ଦ୍ୱାରା କେତେକ ରୋଗରୁ ସାମୟିକ ଉପଶମ ମିଳୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ଆଶା କ୍ଷୀଣ। କିନ୍ତୁ ଏପରି ଆୟୁର୍ବେଦ ଶାସ୍ତ୍ରରେ ଲକ୍ଷାଧିକ ଔଷଧ ଦ୍ରବ୍ୟର ବର୍ଣ୍ଣନା ରହିଅଛି ଯାହାକି ବ୍ୟକ୍ତିଙ୍କୁ ଜରାବ୍ୟାଧିରୁ ମୁକ୍ତି ଦେଇ ନୀରୋଗ କରିପାରିବ, ଏହା ମୁନି ଋଷିମାନଙ୍କ ଦିବ୍ୟ ଦୃଷ୍ଟି ଓ ସାଧନା ବଳରେ ସମ୍ଭବ ହୋଇପାରିଛି, ଯାହାକି ଦୁରାରୋଗ୍ୟ ବ୍ୟାଧି ମଧ୍ୟ ଚିର ଆରୋଗ୍ୟ ହୋଇପାରିବ।“

ବର୍ଷା ପାଣିରେ ଗାଧୋଇଲେ ବିବାହ ହୁଏ ଶୀଘ୍ର...

ବର୍ଷା ପାଣିରେ ଗାଧୋଇଲେ ବିବାହ ହୁଏ ଶୀଘ୍ର...

ବର୍ଷା ପାଣିକୁ ଅତି ପବିତ୍ର ଭାବେ ବିବେଚନା କରାଯାଇଥାଏ। ତେବେ ଏହାର ବିଧିବଦ୍ଧ ଉପଯୋଗ ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ଅଛି। 

କାହିଁକି ଫୁଲରେ ସଜାଯାଏ ନବବିବାହିତଙ୍କ ବେଡରୁମ୍‌

କାହିଁକି ଫୁଲରେ ସଜାଯାଏ ନବବିବାହିତଙ୍କ ବେଡରୁମ୍‌

ଭାରତୀୟ ପରମ୍ପରା ଅନୁଯାୟୀ ବିବାହ ହେଉଛି ଏକ ମଙ୍ଗଳ କାର୍ଯ୍ୟ। ଏହା ଶୁଦ୍ଧ ଓ ପବିତ୍ର। ଏଥିରେ ୨ଟି ଆତ୍ମାର ମିଳନ ହୋଇଥାଏ। ୨ଟି ଅପରିଚିତ ପରିବାର ମଧ୍ୟରେ ଗଢାହୁଏ ନିବିଡ ସମ୍ପର୍କ। ସେଥିପାଇଁ ହିନ୍ଦୁଘରେ ବିଭିନ୍ନ ରୀତିନୀତି ଦେଇ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥାଏ। 

ହାର୍ଟ ଆଟାକ୍‌ରୁ ଦୂରେଇ ରଖେ ନିୟମିତ ରକ୍ତଦାନ ...

ହାର୍ଟ ଆଟାକ୍‌ରୁ ଦୂରେଇ ରଖେ ନିୟମିତ ରକ୍ତଦାନ ...

ସମ୍ପ୍ରତି ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ହାର୍ଟ ଆଟାକ୍‌ ଭଳି ସମସ୍ୟା ଦେଖାଦେଇଥାଏ। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ନିମୟିତ ରକ୍ତଦାନ କରିବା ଅବାଶ୍ୟକ ବୋଲି ମିସିଗାନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଗାଧୋଇବାବେଳେ ଏହି ଅଙ୍ଗରେ ପ୍ରଥମେ ପାଣି ପକାଇବା ମନା କାହିଁକି...

ଗାଧୋଇବାବେଳେ ଏହି ଅଙ୍ଗରେ ପ୍ରଥମେ ପାଣି ପକାଇବା ମନା କାହିଁକି...

ଗାଧୋଇବା ସମୟରେ କେତେକ ସାବଧାନତା ପ୍ରତି ଦୃଷ୍ଟି ହେବାର ରହିଛି ଆବଶ୍ୟକତା