ଅପରାଧ | ସମ୍ବଲପୁର

ବିଲ୍‌ଡରଙ୍କ ଗାଡ଼ି ଉପରକୁ ଗୁଳିମାଡ଼, ଦେହରକ୍ଷୀ ଗୁରୁତର

ବେଦବ୍ୟାସ,୧୧।୧୨: ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବେଲଡିହି ଛକରେ ଅନ୍‌ମୋଲ ସିଂ ନାମକ ଜଣେ ବିଲ୍‌ଡରଙ୍କ ଗାଡ଼ି ଉପରକୁ ସୋମବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି। ଏଥିରେ ତାଙ୍କ ଦେହରକ୍ଷୀ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଆର୍‌ଜିଏଚ୍‌ରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ, ଅନ୍‌ମୋଲ ସୁନ୍ଦରଗଡ଼ ପାର୍ଶ୍ୱରୁ ନିଜ ବାସଭବନ ରାଉରକେଲା ସିଭିଲ ଟାଉନ୍‌ଶିପ୍‌ ଅଭିମୁଖେ ଯାଉଥିଲେ। ପୂର୍ବ ଯୋଜନା ମୁତାବକ ବେଲଡିହି ଛକରେ ରହିଥିବା ଦୁର୍ବୃତ୍ତମାନେ ତାଙ୍କ ଗାଡ଼ି ଉପରକୁ ଗୁଳିମାଡ଼ କରିଥିଲେ। ଏଥିରୁ ଅନ୍‌ମୋଲ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଖବର ପାଇଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

All Right Reserved By

ଅପରାଧ | ସମ୍ବଲପୁର

ଠିକା ସଂସ୍ଥା ସାମଗ୍ରୀ ଚୋରି, ଅଭିଯୁକ୍ତ ଗିରଫ

ଠିକା ସଂସ୍ଥା ସାମଗ୍ରୀ ଚୋରି, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୮ା୧(ବ୍ୟୁରୋ)- ଖାରବେଳନଗର ଥାନା ଅଞ୍ଚଳରେ ଏକ ଠିକାସଂସ୍ଥାର କାମ ଚାଲିଥିବା ବେଳେ ଇଲେକ୍ଟ୍ରି କେବୁଲ ଏବଂ ଯନ୍ତ୍ରପାତି ଚୋରି କରିନେଇଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। 

ନିଅଁ।ରେ ପୋଡ଼ି ମହିଳାଙ୍କ ମୃତ୍ୟୁ ଘଟଣା: ଡାକ୍ତରଖାନା ନେବାରେ ଅବହେଳା କରିଥିବାରୁ ସ୍ବାମୀ ଗିରଫ

ନିଅଁ।ରେ ପୋଡ଼ି ମହିଳାଙ୍କ ମୃତ୍ୟୁ ଘଟଣା: ଡାକ୍ତରଖାନା ନେବାରେ ଅବହେଳା କରିଥିବାରୁ ସ୍ବାମୀ ଗିରଫ

ଭୁବନେଶ୍ୱର, ୧୮।୧(ବ୍ୟୁରୋ)- ଚନ୍ଦ୍ରଶେଖରପୁର ଥାନା ବିରୁବାସା ବସ୍ତିରେ କୁକୁଡ଼ା ପୋଡ଼ୁଥିବାବେଳେ ମାନି ପ୍ରଧାନ ନାମ୍ନୀ ମହିଳା ନିଅଁାରେ ପୋଡ଼ିଯାଇ ପ୍ରାଣ ହରାଇଥିଲେ।

ନକଲି ମସଲା  କାରଖାନା ଠାବ ଘଟଣା: ଜଣେ ଗିରଫ, ମାନ ପରୀକ୍ଷା ପାଇଁ ଲାବୋରେଟୋରୀ ପଠାଗଲା ମସଲା

ନକଲି ମସଲା କାରଖାନା ଠାବ ଘଟଣା: ଜଣେ ଗିରଫ, ମାନ ପରୀକ୍ଷା ପାଇଁ ଲାବୋରେଟୋରୀ ପଠାଗଲା ମସଲା

ଜୟପୁର, ୧୮।୧(ନି.ପ୍ର.)-ନକଲି ମସଲା କାରଖାନାରେ ଗୁରୁବାର ଜୟପୁର ଟାଉନ ପୋଲିସ ଚଢ଼ାଉ କରି ବିଭିନ୍ନ ବ୍ରାଣ୍ଡର ଜରି ପ୍ୟାକେଟ ଏବଂ ମସଲା ଜବତ କରିଥିବାବେଳେ ଶୁକ୍ରବାର ଏଥିରେ ସମ୍ପୃକ୍ତି ଥିବା ଅଭିଯୋଗରେ ବ୍ରହ୍ମପୁରର ହରିହର ପାତ୍ରଙ୍କୁ ଗିରଫ କରିଛି। 

ନାବାଳିକା ଅପହରଣ ମାମଲା: ଦୋଷୀଙ୍କୁ ୧୦ ବର୍ଷ ଜେଲ୍‌

ନାବାଳିକା ଅପହରଣ ମାମଲା: ଦୋଷୀଙ୍କୁ ୧୦ ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ,୧୮।୧-ଏକ ନାବାଳିକା ଅପହରଣ ମାମଲାର ବିଚାର କରି ବାଲେଶ୍ୱର ଅତିରିକ୍ତ ଦୌରାଜଜ୍‌ କମ୍‌ ପୋକ୍ସୋ ସ୍ପେଶାଲ ଜଜ୍‌ ଅଜନ୍ତା ଷଡ଼ଙ୍ଗୀ ଶୁକ୍ରବାର ଜିଲାରେ ପ୍ରଥମଥର ପାଇଁ ବାଲ୍ୟ ବିବାହ ନିରୋଧ ଆଇନ୍‌ ଅନୁଯାୟୀ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ନାବାଳିକାଙ୍କୁ ବଳାତ୍କାର ମାମଲା: ଜେଲ୍‌ ଗଲେ ସମ୍ପର୍କୀୟ ମାମୁ

ନାବାଳିକାଙ୍କୁ ବଳାତ୍କାର ମାମଲା: ଜେଲ୍‌ ଗଲେ ସମ୍ପର୍କୀୟ ମାମୁ

ରୂପ୍‌ସା,୧୮।୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରାଇସୁଆଁ ପଞ୍ଚାୟତ କଳମା ଗାଁରେ ମକର ମେଳା ଉପଲକ୍ଷେ ଅନୁଷ୍ଠିତ ଯାତ୍ରା ଦେଖିବାକୁ ଆସିଥିବା ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଅଭିଯୁକ୍ତ ସମ୍ପର୍କୀୟ ମାମୁ ହାଉଡ଼ା ସିଂଙ୍କୁ ବସ୍ତା ଥାନା ପୋଲିସ ଗିରଫ କରିଛି। 

୩ ହଜାର ଲାଞ୍ଚ ନେବା ମହଙ୍ଗା ପଡ଼ିଲା: ଭିଜିଲାନ୍ସ ଜାଲରେ ଦର୍ପନାରାୟଣପୁର ଫାଣ୍ଡି ଅଧିକାରୀ

୩ ହଜାର ଲାଞ୍ଚ ନେବା ମହଙ୍ଗା ପଡ଼ିଲା: ଭିଜିଲାନ୍ସ ଜାଲରେ ଦର୍ପନାରାୟଣପୁର ଫାଣ୍ଡି ଅଧିକାରୀ

ରଣପୁର,୧୮।୧(ସ୍ବ.ପ୍ର.):  ନୟାଗଡ଼ ଜିଲା ରଣପୁର ଥାନା ଅଧୀନରେ କାର୍ଯ୍ୟ କରୁଥିବା ଦର୍ପନାରାୟଣପୁର ଫାଣ୍ଡି ଅଧିକାରୀ ବାଳକୃଷ୍ଣ ଦାସଙ୍କୁ ଶୁକ୍ରବାର ଲାଞ୍ଚ ନେଉଥିବା ବେଳେ  ଭୁବନେଶ୍ୱର  ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସର ୬ ଜଣିଆ ଟିମ୍‌ ତାଙ୍କୁ ଗିରଫ କରିଛନ୍ତି।

ଚକୋଲେଟ ଦେବାକୁ ଡାକିନେଇ  ୭ ବର୍ଷର ନାବାଳିକାକୁ ବଳାତ୍କାର ଉଦ୍ୟମ କଲେ ଦାଦା

ଚକୋଲେଟ ଦେବାକୁ ଡାକିନେଇ ୭ ବର୍ଷର ନାବାଳିକାକୁ ବଳାତ୍କାର ଉଦ୍ୟମ କଲେ ଦାଦା

ଛେଣ୍ଡିପଦା,୧୮।୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା  ଅଞ୍ଚଳରେ ଜଣେ ୭ବର୍ଷର ନାବାଳିକାକୁ ବଳାତ୍କାର ଉଦ୍ୟମ କରାଯାଇଥିବା ନେଇ ଗୁରୁବାର ଥାନାରେ ଅଭିଯୋଗ ହୋଇଛି।

ରାଜଧାନୀରେ ମାତିଲେ ଚୋର: ଗୋଟିଏ ରାତିରେ ୭ ଦୋକାନରୁ ଚୋରି

ରାଜଧାନୀରେ ମାତିଲେ ଚୋର: ଗୋଟିଏ ରାତିରେ ୭ ଦୋକାନରୁ ଚୋରି

ଭୁବନେଶ୍ୱର, ୧୮ା୧(ବ୍ୟୁରୋ)- ରାଜଧାନୀରେ ମାତିଛନ୍ତି ଚୋର। ଗୋଟିଏ ରାତିରେ ନୟାପଲ୍ଲୀ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ କଳାକନା ବୁଲାଇଥିବା ବେଳେ କଂଗ୍ରେସ ଭବନ ନିକଟରେ ଥିବା ୭ଟି ଦୋକାନରୁ ଚୋରି କରିଛନ୍ତି।

ପିପିଲି ଗଣବଳାତ୍କାର, ହତ୍ୟା ମାମଲା: ତଳକୋର୍ଟଙ୍କ ରାୟ ବିରୋଧରେ କ୍ରାଇମବ୍ରାଞ୍ଚ ହାଇକୋର୍ଟଙ୍କ ଦ୍ୱାରସ୍ଥ

ପିପିଲି ଗଣବଳାତ୍କାର, ହତ୍ୟା ମାମଲା: ତଳକୋର୍ଟଙ୍କ ରାୟ ବିରୋଧରେ କ୍ରାଇମବ୍ରାଞ୍ଚ ହାଇକୋର୍ଟଙ୍କ ଦ୍ୱାରସ୍ଥ

କଟକ ଅଫିସ, ୧୭।୧- ବହୁଚର୍ଚ୍ଚିତ ପିପିଲି ଗଣବଳାତ୍କାର ଓ ହତ୍ୟା ମାମଲା ଏବେ ହାଇକୋର୍ଟରେ ପହଞ୍ଚତ୍ଛି। ଭୁବନେଶ୍ୱର ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍‌ଙ୍କ ରାୟ ବିରୋଧରେ କ୍ରାଇମବ୍ରାଞ୍ଚ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ତଳ କୋର୍ଟଙ୍କ ରାୟକୁ ରଦ୍ଦ କରିବା ସହିତ ନିର୍ଦ୍ଦୋଷରେ କୋର୍ଟରୁ ମୁକୁଳିଥିବା ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଦଣ୍ଡବିଧାନ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଛି। 

 ୨ ବିଦେଶୀ ମୃତ ପକ୍ଷୀ ଜବତ, ଜଣେ ଗିରଫ

୨ ବିଦେଶୀ ମୃତ ପକ୍ଷୀ ଜବତ, ଜଣେ ଗିରଫ

ଟାଙ୍ଗୀ(ଖୋର୍ଦ୍ଧା),୧୭ା୧(ଡି.ଏନ.ଏ.)-ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ଗୁରୁବାର ଭୋର ସମୟରେ ଚିଲିକା ଉପକୂଳ ଅଭିମାନପୁର ରିଂ ବନ୍ଧ ଅଞ୍ଚଳରୁ ୨ ବିଦେଶୀ ମୃତ ପକ୍ଷୀ ଜବତ କରିଛନ୍ତି।

ନାବାଳିକା ବଳାତ୍କାର ମାମଲା: ୨ ଦୋଷୀଙ୍କୁ ୨୦ବର୍ଷ ଲେଖାଏଁ ଜେଲ୍‌

ନାବାଳିକା ବଳାତ୍କାର ମାମଲା: ୨ ଦୋଷୀଙ୍କୁ ୨୦ବର୍ଷ ଲେଖାଏଁ ଜେଲ୍‌

ବାଲେଶ୍ୱର ଅଫିସ, ୧୭।୧-ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ବାଲେଶ୍ୱର ଅତିରିକ୍ତ ଦୌରାଜଜ୍‌ କମ୍‌ ପୋକ୍ସୋ ସ୍ପେଶାଲ ଜଜ୍‌ ଅଜନ୍ତା ଷଡ଼ଙ୍ଗୀ ଗୁରୁବାର ୨ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଉଭୟଙ୍କୁ ୨୦ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ଆଦେଶ ଦିଆଯାଇଛି। ଜରିମାନା ଅନାଦେୟ ଆଉ ୩ମାସ ଜେଲ୍‌ ଭୋଗିବାକୁ ରାୟରେ କୁହାଯାଇଛି। 

୨ ସାହି ମଧ୍ୟରେ ସଂଘର୍ଷ

ନବରଙ୍ଗପୁର,୧୭।୧(ବି.ପ୍ର)- ନବରଙ୍ଗପୁର ସହରସ୍ଥିତ ବଡହରିଜନ ସାହି ଓ ଦଣ୍ଡାସାହି ମଧ୍ୟରେ ବୁଧବାର ରାତିରେ ସଂର୍ଘଷ ଘଟିଛି। ଉଭୟ ଗୋଷ୍ଠୀ ପରସ୍ପରକୁ ଢେଲା ଓ ପଥର ଫିଙ୍ଗିଥିଲେ। ପୋଲିସ ଉତ୍ତେଜନାକୁ ନିୟନ୍ତ୍ରଣ କରିବାକୁ ପହଞ୍ଚିଥିଲା।