ଅନ୍ତର୍ଜାତୀୟ |

ମୁକ୍ୱେଜ୍‌, ମୁରାଦ୍‌ଙ୍କୁ ନୋବେଲ ଶାନ୍ତି

ମୁକ୍ୱେଜ୍‌, ମୁରାଦ୍‌ଙ୍କୁ ନୋବେଲ ଶାନ୍ତି

ଓସ୍‌ଲୋ,୧୧।୧୨:କଙ୍ଗୋ ଡାକ୍ତର ଡେନିସ ମୁକ୍ୱେଜ ଏବଂ ୟାଜିଦିର ବିଶିଷ୍ଟ ସାମାଜିକ କର୍ମୀ ନାଦିଆ ମୁରାଦ୍‌ଙ୍କୁ ସୋମବାର ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ମୁକ୍ୱେଜ୍‌ ଯୌନ ହିଂସା ପ୍ରପୀଡିତ ମହିଳାଙ୍କ ଚିକିତ୍ସା କରି ‘ଡକ୍ଟର ମିରାକଲ୍‌’ ଆଖ୍ୟା ଅର୍ଜନ କରିଥିବା ବେଳେ ମୁରାଦ କୁଖ୍ୟାତ ଆତଙ୍କବାଦୀ ଗୋଷ୍ଠୀ ଆଇଏସ୍‌ର ଯୌନଦାସତ୍ୱରୁ ମୁକ୍ତିପାଇ ନିଜକୁ ସମାଜସେବାରେ ନିୟୋଜିତ କରିଥିଲେ। ସେ ଅତି ସନ୍ତର୍ପଣରେ ଆଇଏସ୍‌ କବଳରୁ ଖସିଆସି ନିଜ ଜନ୍ମଭୂମି ୟାଜିଦି ବାସୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିଆସୁଛନ୍ତି। 

ନରଓ୍ବେ ନୋବେଲ କମିଟି ଅକ୍ଟୋବରରେ ଶାନ୍ତି ପୁରସ୍କାର ପାଇଁ ଏହି ଦୁଇ ସାମାଜିକ କର୍ମୀଙ୍କୁ ଚୟନ କରିଥିଲା। ଯୌନହିଂସା ହେଉଛି ଯୁଦ୍ଧାସ୍ତ୍ର ଏବଂ ସଶସ୍ତ୍ର ବିପ୍ଳବ ଭଳି। ଏହାର ପରିସମାପ୍ତି ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ଏହା ଅଭିପ୍ରେତ ବୋଲି ନୋବେଲ କମିଟି ପ୍ରକାଶ କରିଥିଲା। ଦୁଇ ନୋବେଲ ବିଜୟୀ ସେମାନଙ୍କ ପୁରସ୍କାର ବିଶ୍ୱର ଯୌନ ପୀଡିତଙ୍କ କଲ୍ୟାଣ ନିମନ୍ତେ ଉତ୍ସର୍ଗ କରିବା ସହିତ ଯୌନ ହିଂସା ଦୂର ପାଇଁ ସଚେତନତା ସୃଷ୍ଟି କରିବାରେ ଏହା  ସହାୟକ ହେବ ବୋଲି ଆଶା ପ୍ରକାଶ କରିଛନ୍ତି। 

ଏ ସମ୍ପର୍କରେ ବର୍ତ୍ତମାନ ଅନ୍ତର୍ଜାତୀୟ ସମୁଦାୟର ଦାୟିତ୍ୱ ରହିଛି ବୋଲି ମୁକ୍ୱେଜ୍‌ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଉକ୍ତ ପୁରସ୍କାର ଯୌନ ଉତ୍ପୀଡନ ବିରୋଧରେ ବିଜୟ ନୁହେଁ ବରଂ ଏହିଠାରୁ ହିଁ ନୂଆ ସଂଗ୍ରାମ ଆରମ୍ଭ ହେଲା ବୋଲି ସେ ପ୍ରକାଶ କରିଛନ୍ତି। ଯୁଦ୍ଧ ବିଧ୍ୱସ୍ତ କଙ୍ଗୋରେ ଦୀର୍ଘ ୨୦ବର୍ଷ ଧରି ମୁକ୍ୱେଜ ଯୌନ ହିଂସାର ଶିକାର ମହିଳାଙ୍କୁ ଚିକିତ୍ସା କରିବା ସହିତ ସେମାନଙ୍କୁ ଲାଗିଥିବା ମାନସିକ ଧକ୍କା ଦୂର କରିବାରେ ସହାୟକ ହୋଇଛନ୍ତି। 

ସେହିପରି ନାଦିଆ ମୁରାଦ ୟାଜିଦି ବାସିନ୍ଦାଙ୍କ କଲ୍ୟାଣ ପାଇଁ ସଚେତନତା ସୃଷ୍ଟି କରିଆସୁଛନ୍ତି। ୨୦୧୪ରେ ଦୁର୍ଦ୍ଧର୍ଷ ଆଇଏସ୍‌ ଆତଙ୍କବାଦୀ ଗୋଷ୍ଠୀ ଇରାକ୍‌ ଓ ସିରିଆରେ ଆତଙ୍କରାଜ ଚଳାଇଥିବା ବେଳେ ତାଙ୍କ କୁର୍ଦ୍ଦିସି ଭାଷାଭାଷୀ ସମ୍ପ୍ରଦାୟ ଉପରେ ଆକ୍ରମଣ କରିଥିଲେ। ବହୁ ଝିଅବୋହୂଙ୍କୁ ନେଇ ଯୌନଦାସୀ କରି ରଖିଥିଲେ। ଏଥିରୁ ବାଦ୍‌ ପଡି ନ ଥିଲେ ମୁରାଦ୍‌। ତାଙ୍କୁ ବଳପୂର୍ବକ ବିବାହ, ଗଣବଳାତ୍କାର କରାଯିବା ସହିତ ମାଡ ମରାଯାଇଥିଲା। ଜିହାଦୀଙ୍କ୍‌ କବଳରେ ଥିବା ହଜାର ହଜାର ମହିଳାଙ୍କ ନିମନ୍ତେ ନୋବେଲ ଶାନ୍ତି ପୁରସ୍କାର ଏକ ‘ଶୁଭ ସଂକେତ’ ବୋଲି ମୁରାଦ୍‌ ପ୍ରକାଶ କରିଛନ୍ତି।

All Right Reserved By

ଅନ୍ତର୍ଜାତୀୟ |

ସୋମାଲିଆରେ ଆମେରିକା ବାୟୁସେନାର ବୋମାମାଡ଼: ୫୦ରୁ ଅଧିକ ଆତଙ୍କବାଦୀ ନିହତ

ସୋମାଲିଆରେ ଆମେରିକା ବାୟୁସେନାର ବୋମାମାଡ଼: ୫୦ରୁ ଅଧିକ ଆତଙ୍କବାଦୀ ନିହତ

ଓ୍ବାଶିଂଟନ,୨୦।୧: ସୋମାଲିଆରେ ଆମେରିକା ବାୟୁସେନା ବୋମାମାଡ଼ରେ ୫୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନେ ଅଲ୍‌-କାଇଦା ଆତଙ୍କବାଦୀ ସଂଗଠନର ସହଯୋଗୀ ସଂସ୍ଥା ଅଲ୍‌-ସବାବ୍‌ର ସଦସ୍ୟ ବୋଲି କୁହାଯାଉଛି। 

ଫେବୃୟାରୀରେ ଉନ୍‌ଙ୍କୁ ଭେଟିବେ ଟ୍ରମ୍ପ୍‌

ଫେବୃୟାରୀରେ ଉନ୍‌ଙ୍କୁ ଭେଟିବେ ଟ୍ରମ୍ପ୍‌

ଓ୍ବାଶିଂଟନ, ୨୦-୧(ପି.ଟି.): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆସନ୍ତା ଫେବୃୟାରୀରେ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌-ଉନ୍‌ଙ୍କୁ ଭେଟିବେ।

ସିରିଆରେ ଆକ୍ରମଣ:୪ ଶିଶୁଙ୍କ ସମେତ ୬  ମୃତ

ସିରିଆରେ ଆକ୍ରମଣ:୪ ଶିଶୁଙ୍କ ସମେତ ୬ ମୃତ

ବେରୁଟ,୨୦-୧: ସିରିଆରେ ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ (ଆଇଏସ୍‌) ଆତଙ୍କବାଦୀ ଗ୍ରୁପ୍‌ଙ୍କ ଉପରେ ଆମେରିକା ପକ୍ଷରୁ ହୋଇଥିବା ବିମାନ ଆକ୍ରମଣରେ ୧୦ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ୪ ଶିଶୁଙ୍କ ସମେତ ୬ ସାଧାରଣ ନାଗରିକଙ୍କ ଜୀବନ ଯାଇଛି। 

ଜଳିଲା ତେଲ ପାଇପ୍‌ଲାଇନ : ୨୧ ମୃତ

ଜଳିଲା ତେଲ ପାଇପ୍‌ଲାଇନ : ୨୧ ମୃତ

ମେକ୍କିକୋ, ୨୦-୧:ସେଣ୍ଟ୍ରାଲ୍‌ ମେକ୍ସିକୋରେ ତେଲ ଚୋରି ନେଇ ଚଢ଼ାଉ ଅଭିଯାନ ଜାରି ରହିଥିବାବେଳେ ଏକ ବେଆଇନ ତେଲ ପାଇପ୍‌ଲାଇନ ଜଳିଯାଇଛି। ଏଥିରେ ୨୧ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୧ ଗୁରୁତର ଆହତ ହୋଇଛନ୍ତି। 

କର୍ମଚାରୀଙ୍କୁ ପିଜା ବାଣ୍ଟିଲେ ବୁଶ୍‌

କର୍ମଚାରୀଙ୍କୁ ପିଜା ବାଣ୍ଟିଲେ ବୁଶ୍‌

ଓ୍ବାସିଂଟନ୍‌, ୧୯।୧: ଆମେରିକାର ଗୁଇନ୍ଦା ବିଭାଗ କର୍ମଚାରୀଙ୍କୁ ପିଜା ବାଣ୍ଟିଛନ୍ତି ଦେଶର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ୍‌। 

ବର୍ଗର ପାଇଁ ଲାଇନ୍‌ରେ ଠିଆ ହେଲେ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି

ବର୍ଗର ପାଇଁ ଲାଇନ୍‌ରେ ଠିଆ ହେଲେ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି

ଓ୍ବାସିଂଟନ୍‌, ୧୯।୧: ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ବିଲ ଗେଟସ ବର୍ଗର ପାଇଁ ଲାଇନରେ ଛିଡା ହୋଇଛନ୍ତି। କଥାଟା ସହଜରେ ହଜମ ହେଉ ନ ଥିଲେ ମଧ୍ୟ ସତ।

ଜାପାନ ସାଗର ଉପରେ ପରସ୍ପର ସହ ଧକ୍କା ହେଲେ ୨ ଯୁଦ୍ଧ ବିମାନ

ଜାପାନ ସାଗର ଉପରେ ପରସ୍ପର ସହ ଧକ୍କା ହେଲେ ୨ ଯୁଦ୍ଧ ବିମାନ

ମସ୍କୋ,୧୯।୧: ଜାପାନ ସାଗର ଉପରେ ଶୁକ୍ରବାର ରୁଷର ୨ଟି ସୁଖୋଇ ଏସ୍‌ୟୁ-୩୪ ବୋମା ବର୍ଷି ବିମାନ ପରସ୍ପର ମଧ୍ୟରେ ଧକ୍କା ହୋଇଛନ୍ତି। ଯୁଦ୍ଧାଭ୍ୟାସ କରିବା ସମୟରେ ଭୂଲ୍‌ ବଶତଃ ବିମାନ ଦୁଇଟି ପରସ୍ପର ସହ ଧକ୍କା ହୋଇଥିବା ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ। 

ଟ୍ରେନ୍‌ ବିଳମ୍ବ ହେଲେ ବୁଣୁଥିଲେ ସ୍କାର୍ଫ: ବିକ୍ରିହେଲା ୬ଲକ୍ଷରେ

ଟ୍ରେନ୍‌ ବିଳମ୍ବ ହେଲେ ବୁଣୁଥିଲେ ସ୍କାର୍ଫ: ବିକ୍ରିହେଲା ୬ଲକ୍ଷରେ

ଲଣ୍ଡନ,୧୯।୧: ଟ୍ରେନ୍‌ରେ ଯାତାୟତ କରୁଥିବା ଲୋକେ ବିଳମ୍ବକୁ ସାମ୍ନା କରିବା ଏକ ସାଧାରଣ ଘଟଣା। ହେଲେ ଏହି ସମୟକୁ ଦେଖି ଜର୍ମାନୀର ଜଣେ ମହିଳା ସ୍କାର୍ଫ ବୁଣିବା କାମ କରୁଥିଲେ। 

ପତ୍ନୀଙ୍କ ଜନ୍ମଦିନରେ ୨୯ ବର୍ଷ ତଳର ଫଟୋ ଶେୟାର କଲେ ଓବାମା

ପତ୍ନୀଙ୍କ ଜନ୍ମଦିନରେ ୨୯ ବର୍ଷ ତଳର ଫଟୋ ଶେୟାର କଲେ ଓବାମା

ଓ୍ବାଶିଂଟନ,୧୮।୧: ଆମେରିକାର ପୂର୍ବତନ ଫାଷ୍ଟ ଲେଡି ମିଶେଲ ଓବାମାଙ୍କର ଗୁରୁବାର ଜନ୍ମଦିନ ଥିଲା। ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ନିକଟକୁ ଆସିଥିଲା ଅନେକ ଶୁଭେଚ୍ଛା ବାର୍ତ୍ତା। 

ଅପସ୍କ୍ରିଟିଂ ବ୍ରିଟେନରେ ଅପରାଧ

ଅପସ୍କ୍ରିଟିଂ ବ୍ରିଟେନରେ ଅପରାଧ

ଲଣ୍ଡନ,୧୮।୧: ବ୍ରିଟେନରେ ଏବେ ଅପସ୍କ୍ରିଟିଂକୁ ଆଇନତଃ ଅପରାଧ ବୋଲି ଘୋଷଣା କରାଯାଇଛି। ଗୁରୁବାର ବ୍ରିଟେନର ହାଉସ୍‌ ଅଫ୍‌ ଲର୍ଡସରେ ଅପସ୍କ୍ରିଟିଂକୁ ନେଇ ବିଲ୍‌ ପାସ୍‌ କରାଯାଇଛି।

ସ୍ମାର୍ଟ ଫୋନ୍‌ ମାନିଆ: ପାସ୍‌ଓ୍ବାର୍ଡ ନ କହିବାରୁ ସ୍ବାମୀଙ୍କୁ ପେଟ୍ରୋଲରେ ଜୀବନ୍ତ ଜଳାଇଲେ ମହିଳା

ସ୍ମାର୍ଟ ଫୋନ୍‌ ମାନିଆ: ପାସ୍‌ଓ୍ବାର୍ଡ ନ କହିବାରୁ ସ୍ବାମୀଙ୍କୁ ପେଟ୍ରୋଲରେ ଜୀବନ୍ତ ଜଳାଇଲେ ମହିଳା

ଜାକର୍ତ୍ତା,୧୮।୧: ଏବେ ଲୋକଙ୍କ ମଧ୍ୟରେ ସ୍ମାର୍ଟ ଫୋନ୍‌ ମାନିଆ ବଢ଼ିବାରେ ଲାଗିଛି। ସ୍ମାର୍ଟଫୋନ୍‌ ପାଇଁ ଘଟୁଛି ଅନକ ଅଭାବନୀୟ ଘଟଣା। ଇଣ୍ଡୋନେସିଆରେ ଇହ୍ଲାନ ଅୟାନୀ ନାମକ ଜଣେ ୨୫ ବର୍ଷ ବୟସ୍କା ମହିଳା ତାଙ୍କ ସ୍ବାମୀ ଡେଡି ପୁରନାମାଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଛନ୍ତି। 

୭୭.୩ କୋଟି ଇମେଲ୍‌, ୨.୧ କୋଟି ପାସ୍‌ଓ୍ବର୍ଡ ହ୍ୟାକ୍‌

୭୭.୩ କୋଟି ଇମେଲ୍‌, ୨.୧ କୋଟି ପାସ୍‌ଓ୍ବର୍ଡ ହ୍ୟାକ୍‌

ସାନଫ୍ରାନ୍ସିସକୋ,୧୭-୧: ଚଳିତ ବର୍ଷ ଆରମ୍ଭରେ ସବୁଠାରୁ ବଡ଼ ଡାଟା ଲିକ୍‌ ସାମ୍ନାକୁ ଆସିଛି। ଗବେଷକ ଟ୍ରୟ ହଣ୍ଟ ଡାଟା ଲିକ୍‌ ସମ୍ପର୍କରେ ଜାଣି ପାରି ନିଜର ଓ୍ବେବସାଇଟ ଟ୍ରୟହଣ୍ଟ ଡଟ୍‌ କମ୍‌ରେ ଏହାକୁ ଉଲ୍ଲେଖ କରିଛନ୍ତି। ପ୍ରାୟ ୭୭ କୋଟି ୩୦ ଲକ୍ଷ ଇମେଲ୍‌ ଆଇଡି ଓ ୨କୋଟି ୧୦ ଲକ୍ଷ ପାସଓ୍ବର୍ଡ ହ୍ୟାକ୍‌ ହୋଇଯାଇଛି ବୋଲି ସେ ଦର୍ଶାଇଛନ୍ତି। ଗବେଷକ ଟ୍ରୟ ହଣ୍ଟ ଏହାକୁ କଲେକ୍ସନ #୧ ଭାବେ ଉପସ୍ଥାପନ କରିଛନ୍ତି।