ସମ୍ପାଦକୀୟ |

ସମ୍ପାଦକୀୟ/ଆସ୍ଥା ତୁଟୁଛି

ସମ୍ପାଦକୀୟ/ଆସ୍ଥା ତୁଟୁଛି

ସାଧାରଣ ନିର୍ବାଚନ ପ୍ରାୟ ୫ ମାସ ଥିବାବେଳେ ଏବେଠାରୁ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଲାଣି। କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସରକାରକୁ ଟକ୍କରଦେବା ଲାଗି ବିରୋଧୀ ଦଳଗୁଡ଼ିକ ଡିସେମ୍ବର ୧୦ରେ ନୂଆଦିଲ୍ଲୀଠାରେ ଏକତ୍ରିତ ହୋଇଛନ୍ତି। ବିଜୁ ଜନତା ଦଳ (ବିଜେଡି), ସମାଜବାଦୀ ପାର୍ଟି(ଏସ୍‌ପି) ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‌ପି)କୁ ଛାଡ଼ିଦେଲେ ଟିଡିପି ମୁଖ୍ୟ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ନେତୃତ୍ୱରେ ଅନ୍ୟାନ୍ୟ ବିରୋଧୀ ଦଳଗୁଡ଼ିକ ଶୀତକାଳୀନ ଅଧିବେଶନର ଅବ୍ୟବହିତ ପୂର୍ବରୁ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି। ଏଭଳି ସମୟରେ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆର୍‌ଏଲ୍‌ଏସ୍‌ପି) ସଭାପତି ଉପେନ୍ଦ୍ର କୁଶ୍‌ଓ୍ବାହା ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ଭାଜପା ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ମୋଦି ସରକାର ତାଙ୍କୁ ଧୋକାଦେବା ସହ ଜନସାଧାରଣଙ୍କ ଆକାଂକ୍ଷା ପୂରଣ କରିବାରେ ଅସମର୍ଥ ହେବାରୁ ଇସ୍ତଫା ଦେବାକୁ ବାଧ୍ୟ ହେଲେ ବୋଲି କୁଶ୍‌ଓ୍ବାହା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ବିଶେଷଜ୍ଞଙ୍କ ମତରେ କୁଶ୍‌ଓ୍ବାହାଙ୍କ ଆର୍‌ଏଲ୍‌ଏସ୍‌ପି ଓ ଭାଜପା ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆସନ ବୁଝାମଣାରେ ସମସ୍ୟା ଦେଖାଦେବାରୁ ସେ ଇସ୍ତଫା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବିହାରରେ ୪୦ ଲୋକ ସଭା ଆସନରୁ  ଭାଜପା କେବଳ ୨ଟି ଆସନ ଆର୍‌ଏଲ୍‌ଏସ୍‌ପିକୁ ନିର୍ବାଚନ ପାଇଁ ଛାଡ଼ିଦେବ ବୋଲି କହିବା ପରେ କୁଶ୍‌ଓ୍ବାହା ଅମଙ୍ଗ ହୋଇ ଏଭଳି ପଦକ୍ଷେପ ନେଇଛନ୍ତି । ୨୦୧୭ ଜୁଲାଇରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ ଏନ୍‌ଡିଏରେ ମିଶିବା ପରେ ଭାଜପା କୁଶ୍‌ଓ୍ବାହାଙ୍କୁ ଅଣଦେଖା କରୁଥିବା ଆଲୋଚନା ହେଉଛି। 

ଡିସେମ୍ବର ୧୧ରେ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନ ଭୋଟଗଣତି ହେବ। ସାଧାରଣ ନିର୍ବାଚନ ପୂର୍ବରୁ ଏହି ୫ ରାଜ୍ୟର ଫଳାଫଳ କେଉଁଆଡ଼କୁ ଯିବ ତାହା ଏକ ନୂଆ ସମୀକରଣ ସୃଷ୍ଟି କରିବ। ତେବେ ବର୍ତ୍ତମାନ ମୋଦି ସରକାରଙ୍କ କାର୍ଯ୍ୟଶୈଳୀକୁ ଦେଖିଲେ ତାହା ଜନସାଧାରଣଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ ବିଫଳ ହୋଇଛି। କ୍ରମାଗତ କୃଷକଙ୍କ ସମସ୍ୟାକୁ ଗୁରୁତ୍ୱ ଦିଆ ନ ଯିବା, ବେକାରି ସମସ୍ୟା ବୃଦ୍ଧି, ଶିଶୁ ଓ ମହିଳା ଅସୁରକ୍ଷିତ ମନେକରିବା, ବିମୁଦ୍ରୀକରଣ ଯୋଗୁ ସାଧାରଣ ଲୋକ ହଇରାଣ ହରକତ ହେବାଠାରୁ ଆରମ୍ଭ କରି ଦେଶର ଅଭିବୃଦ୍ଧି ହ୍ରାସ ପାଇବା ଆଦି ବିଭିନ୍ନ ଦିଗକୁ ଦେଖିଲେ ଦେଶବାସୀ  ଭାଜପା ସରକାର ଉପରୁ ବିଶ୍ୱାସ ତୁଟାଇଲେଣି। ଏଭଳି ସ୍ଥଳେ କୁଶ୍‌ଓ୍ବାହା ସିଧାସଳଖ ସରକାରଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିବା, ଟିଡିପି ନେତା ଚନ୍ଦ୍ରାବାବୁ ନାଇଡୁ ଏବଂ ଉଦ୍ଧବ ଠାକ୍‌ରେଙ୍କ ଶିବସେନା ବାରମ୍ବାର ଭାଜପାକୁ ଟାର୍ଗେଟ କରିବା ଦର୍ଶାଉଛି ଯେ ସାଧାରଣ ନିର୍ବାଚନ ପୂର୍ବରୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଦୁର୍ବଳ ହେବାରେ ଲାଗିଲାଣି। 

ଏଭଳି ପ୍ରଚ୍ଛଦପଟରେ ଡିସେମ୍ବର ୧୦ରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ନର ଉର୍ଜିତ ପଟେଲ ପଦବୀରୁ ଇସ୍ତଫା ଦେବା ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ଓ ସରକାରଙ୍କ ଆର୍ଥିକ ନୀତି ଉପରେ ପ୍ରଶ୍ନ ସୃଷ୍ଟି କରିଛି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଗଭର୍ନର ପଦବୀରୁ ଇସ୍ତଫା ଦେଇଥିଲେ ହେଁ ଆର୍‌ବିଆଇ ଛାଡ଼ିବା ପଛରେ ଅନ୍ୟ ଉଦ୍ଦେଶ୍ୟ ଥାଇପାରେ। ଗତ କିଛି ମାସ ହେବ ସରକାରଙ୍କ ସହ ଆର୍‌ବିଆଇର ମତଭେଦ ପଦାରେ ପଡ଼ିଯିବା ପରେ ଉର୍ଜିତଙ୍କ ଉପରେ ଚାପ ବଢ଼ିଯାଇଥିଲା। ଆର୍‌ବିଆଇ ଏକ ସ୍ବାଧୀନ ସଂସ୍ଥା ହୋଇଥିଲେ ମଧ୍ୟ ସରକାର ତା’ର ଗଚ୍ଛିତ ପାଣ୍ଠି ଉପରେ ଆଖି ପକାଇବା ପରେ ଉର୍ଜିତଙ୍କ ଅସୁବିଧା ହୋଇଥାଇପାରେ। ବ୍ୟକ୍ତିଗତ କାରଣ ଯୋଗୁ ଆର୍‌ବିଆଇ ଗଭର୍ନର ପଦବୀ ଛାଡ଼ିବା ଯେତିକି ବିଶ୍ୱସନୀୟ ହେଉନାହିଁ, ତା’ଠାରୁ ଅଧିକ ସମ୍ଭବ ଲାଗୁଛି ଉର୍ଜିତଙ୍କ ଆତ୍ମସମର୍ପଣ କରିବାକୁ ଅନିଚ୍ଛା। ବିଶେଷଜ୍ଞଙ୍କ ମତରେ ସରକାର କେନ୍ଦ୍ରୀୟ ବ୍ୟାଙ୍କ ବ୍ୟାପାରରେ ମୁଣ୍ଡ ଖେଳାଇବା ଯୋଗୁ ଆର୍‌ବିଆଇ କ୍ରମଶଃ ସ୍ବାୟତ୍ତତା ହରାଇ ଦୁର୍ବଳ ହେବାରେ ଲାଗିଛି। ଅର୍ଥ ଜଗତରେ ଏହାର ଛବି ମଳିନ ହୋଇଛି। ମୋଦି ସରକାରଙ୍କ ପଦକ୍ଷେପ ଯୋଗୁ ସମସ୍ତ ସାମ୍ବିଧାନିକ ସଂସ୍ଥା ଆଜି ବିପଦରେ ପଡ଼ିଛି। ଅର୍ଥନୀତି ସମ୍ବନ୍ଧରେ ସାଧାରଣ ଭାରତୀୟଙ୍କ ସେଭଳି ଜ୍ଞାନ ନ ଥିଲେ ମଧ୍ୟ ମୋଦି ସରକାରଙ୍କ ଦ୍ୱାରା ନିଆଯାଉଥିବା ପଦକ୍ଷେପ କିଭଳି ଦେଶକୁ ଦୀର୍ଘମିଆଦୀ କ୍ଷତି ପହଞ୍ଚାଉଛି ଉର୍ଜିତଙ୍କ ଇସ୍ତଫା ତାହା ଦର୍ଶାଇଥାଇପାରେ।

All Right Reserved By

ସମ୍ପାଦକୀୟ |

ଡ୍ୟାନ୍ସ ବାର୍‌ ସଂସ୍କୃତି

ଡ୍ୟାନ୍ସ ବାର୍‌ ସଂସ୍କୃତି

ଆକାର ପଟେଲ

ଡ୍ୟାନ୍ସ ବାର୍‌ ସଂସ୍କୃତି ମୁମ୍ବାଇରୁ, ବିଶେଷତଃ କେନ୍ଦ୍ରୀୟ ମୁମ୍ବାଇ ଅଞ୍ଚଳରୁ ଆରମ୍ଭ ହୋଇଥିଲା। ଏହି ପରମ୍ପରା ସହ ସମ୍ଭବତଃ ଲାଓ୍ବଣୀର ସମ୍ପର୍କ ଅଛି। ଢୋଲକୀ ବାଜାର ତାଳେ ତାଳେ ନାଚ-ଗୀତକୁ ଲାଓ୍ବଣୀ କହନ୍ତି, ଯାହା ହେଉଛି ମହାରାଷ୍ଟ୍ରର ଏକ ପ୍ରାଚୀନ ଲୋକନୃତ୍ୟ। ପୁରୁଷମାନଙ୍କର ଛୋଟ ଛୋଟ ଦଳ ଏବଂ ବେଳେବେଳେ ସେମାନଙ୍କ ପରିବାର ଟେବୁଲରେ ବସି ଏକ ଖୋଲା ସ୍ଥାନ ଆଡ଼କୁ ଚାହିଁଥାନ୍ତି, ଯେଉଁଠି ଅଧ ଡଜନ ମହିଳା ହିନ୍ଦୀ ଗୀତର ତାଳେ ତାଳେ ନୃତ୍ୟ କରୁଥାନ୍ତି। ନୃତ୍ୟାଙ୍ଗନାମାନେ ସମ୍ପୂର୍ଣ୍ଣ ଦେହକୁ ଆବୃତ କଲାଭଳି ବସ୍ତ୍ର ପନ୍ଧିଥାନ୍ତି। ପରିଚାରିକାମାନେ ଦର୍ଶକମାନଙ୍କ ଟେବୁଲ ଉପରେ ମଦ ପରଷନ୍ତି। ଏଠାରେ ଏପରି କି ମୃଦୁ ପାନୀୟ ପାଇଁ ମଧ୍ୟ ବିୟର ଭଳି ମୂଲ୍ୟ ନିଆଯାଏ। କିଛି ପୁ..

ଅସତ୍ୟ ସହରର ରାତି

ଅସତ୍ୟ ସହରର ରାତି

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

କେଇଦିନ ପୂର୍ବରୁ ଆମ ରାଜଧାନୀ ସହରର ଚେହେରା ଦେଖିଥିବା ଲୋକ ଏ ସହରର ବାସିନ୍ଦା ହୋଇ ନ ପାରିଥିବାର ଦୁଃଖରେ ନିଜ ଭାଗ୍ୟକୁ ନିନ୍ଦିବାର କାରଣ ଥିଲା ବେଶ୍‌ ଯୁକ୍ତିଯୁକ୍ତ। ବିଶ୍ୱକପ୍‌ ହକି ଅନୁଷ୍ଠିତ  ହେଉଥିବାର ବିରଳ ଗୌରବବୋଧ ନେଇ ଏ ସ୍ମାର୍ଟ ସହର ଯେମିତି ସୁସଜ୍ଜିତ ତୋରଣ ଓ ରଙ୍ଗ ବେରଙ୍ଗର ଆଲୋକମାଳାରେ ଆକର୍ଷଣୀୟ ରୂପରେ ସଜେଇ ହୋଇଥିଲା, ତହିଁରେ ଏଠାରେ ରହୁ ନ ଥିବା ଯେ କୌଣସି ଲୋକ ମନରେ ଈର୍ଷାର ଅସୁରଟିଏ ମୁଣ୍ଡ ଟେକିବା ସ୍ବାଭାବିକ। ମାତ୍ର ସ୍ମାର୍ଟ..

କୁଷ୍ଠରୋଗୀଙ୍କ ସାହାରା

କୁଷ୍ଠରୋଗୀଙ୍କ ସାହାରା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ

ବିଶ୍ୱକୁ ମହାତ୍ମା ଗାନ୍ଧୀଙ୍କ ଅବଦାନ ଅତୁଳନୀୟ। ତାଙ୍କ ଆଦର୍ଶକୁ ସ୍ମରଣୀୟ ରଖିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ୧୯୯୫ରୁ ପ୍ରତିବର୍ଷ ଅନ୍ତର୍ଜାତୀୟ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଆସୁଛି। ମହାତ୍ମାଙ୍କ ୧୨୫ତମ ଜନ୍ମବାର୍ଷିକୀରୁ ସଂସ୍ଥାପିତ ଏହି ସମ୍ମାନ ଅହିଂସା ଓ ଗାନ୍ଧୀବାଦ ଜରିଆରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ରୂପାନ୍ତରଣ ଆଣିପାରୁଥିବା ବ୍ୟକ୍ତି ଓ ସଙ୍ଗଠନକୁ ଦିଆଯାଉଛି। ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟ ବିରୋଧୀ ବିପ୍ଳବୀ ନେଲ୍‌ସନ ମଣ୍ଡେଲା, ଭାରତର ‘ଚିପ୍‌କୋ’ ଆନ୍ଦୋଳନର ପୁରୋଧା ଚଣ୍ଡିପ୍ରସାଦ ଭଟ୍ଟଙ୍କଠାରୁ ଆରମ୍ଭ କରି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଭଳି ସଙ୍ଗଠନ ଏଭଳି ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ୨୦୧୯ ଜା..

ଏଇ ଭାରତରେ

ଏଇ ଭାରତରେ

ଭାରତୀୟ ସମାଜ ପିତୃକୈନ୍ଦ୍ରିକ ପରିବାରକୁ ନେଇ ଗଢ଼ିଉଠିଛି। କାରଣ ଆମ ଦେଶର ପରିବାରରେ ପୁରୁଷ ହେଉଛି ମୁଖ୍ୟ ବ୍ୟକ୍ତି। ତାଙ୍କ ନାମରେ ମୁଖ୍ୟତଃ ସମ୍ପତ୍ତିର ମାଲିକାନା ରହିଥାଏ। ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ମାନି ଚଳିଥାଆନ୍ତି। ତେଣୁ ଭାରତୀୟ ସମାଜ ଏକ ପୁରୁଷପ୍ରଧାନ ସମାଜ ଭାବରେ ଗଣ୍ୟ ହୋଇଥାଏ। ନିକଟରେ ଝିଅ ନାମରେ ସମ୍ପତ୍ତି କରିବାରୁ ଖାପ୍‌ ପଞ୍ଚାୟତରେ ବାପାଙ୍କ ପ୍ରତି ଦଣ୍ଡାଦେଶ ହୋଇଛି। ଏପରି ଏକ ଘଟଣା ଘଟିଛି ରାଜସ୍ଥାନ ରାଜ୍ୟର ଯୋଧପୁର ଅଞ୍ଚଳରେ। ସ୍ଥାନୀୟ ବିଲାଡା ତହସିଲ ଖେଜଡଲାରେ ଜଣେ ପିତା ତାଙ୍କ ସମ୍ପତ୍ତିର କିଛି ଅଂଶ ଝିଅ ନାମରେ କରିଥିଲେ। ତେବେ ଏହାକୁ ତାଙ୍କର ସରଗରା ସମାଜ ପକ୍ଷରୁ ପସନ୍ଦ କରାଯାଇ ନ ଥିଲା। କାରଣ ସମାଜରେ ପ୍ରଚଳିତ ପୁରୁଣା..

ସଂସ୍କାର ପାଇଁ ତରତର ନାହିଁ

ସଂସ୍କାର ପାଇଁ ତରତର ନାହିଁ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ନୀତି ଆୟୋଗର ଷ୍ଟ୍ରାଟେଜି ଡକୁମେଣ୍ଟ ‘Strategy for New India@75’ରେ ଭାରତୀୟ ଅମଲାତନ୍ତ୍ରରେ ସଂସ୍କାର ଆଣିବା ପାଇଁ ବହୁବିଧ ପଦକ୍ଷେପ ନେବା ଲାଗି ସୁପାରିସ କରାଯାଇଛି। ସେଗୁଡ଼ିକ ମଧ୍ୟରେ ରହିଛି ଅପାରଗ ବାବୁମାନଙ୍କୁ ବାଧ୍ୟତାମୂଳକ ଅବସର ଦେବା, ବର୍ତ୍ତମାନ ପ୍ରଚଳିତ ପ୍ରଶାସନିକ ସେବା ସଂଖ୍ୟା କମାଇଦେବା, ପ୍ରଶାସନିକ ସେବା ପରୀକ୍ଷା ଦେବା ଲାଗି ସାଧାରଣ ପ୍ରାର୍ଥୀମାନଙ୍କ ସର୍ବୋଚ୍ଚ ବୟସ ସୀମା ୩୨ରୁ ୨୭ ବର୍ଷକୁ ହ୍ରାସ କରିବା ଇତ୍ୟାଦି। ଉଭୟ ରାଜ୍ୟ ଓ କେନ୍ଦ୍ରୀୟ ପ୍ରଶାସନିକ ସେବା ପାଇଁ ଗୋଟିଏ ସର୍ବଭାରତୀୟ ପରୀକ୍ଷା କରିବା ଲାଗି ମଧ୍ୟ ବିଶେଷଜ୍ଞମଣ୍ଡଳୀ ପ୍ରସ୍ତାବ ଦେଇଛନ୍ତି। ଆମ ରୁଗ୍ଣ ପ୍ରଶାସନିକ ସେବା ବ୍ୟବସ୍ଥାକୁ ସୁଧାରିବା ଲାଗି ଡାକ୍ତରଙ୍କ ବ୍ୟବସ୍ଥାପତ୍ର ଭଳି ବିଶେଷଜ୍ଞମାନେ ସିନା ସଂସ୍କାର-ପ୍ରସ୍ତାବମାନ ଦେଇଦେଲେ, ହେଲେ ମିଳିଥି..

ଆଧ୍ୟାତ୍ମିକତାର ମର୍ମ

ଆଧ୍ୟାତ୍ମିକତାର ମର୍ମ

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ସମ୍ପ୍ରତି ଧର୍ମ ଓ ଆଧ୍ୟାତ୍ମିକତା ସମାର୍ଥବାଚକ ଶବ୍ଦ ଭାବରେ ବ୍ୟବହୃତ ହେଉଛି। ମାତ୍ର ସାମାଜିକ ଧର୍ମାନୁଷ୍ଠାନ ସହ ଆଧ୍ୟାତ୍ମିକତାର ବିଶେଷ ସମ୍ପର୍କ ନାହିଁ। ଆଜିକାଲି ଭଗବାନଙ୍କ ଉପରେ ଉପରଠାଉରିଆ ବିଶ୍ୱାସ। ମନ୍ଦିର, ମସ୍‌ଜିଦ ବା ଗୀର୍ଜାରେ ପହଞ୍ଚି ଉପାସନା କରିବାକୁ ଧର୍ମନିଷ୍ଠା କୁହାଯାଉଛି। ଏହା ସହ ଆଧ୍ୟାତ୍ମିକତାର ସିଧାସଳଖ କୌଣସି ସମ୍ପର୍କ ନାହିଁ। ବିଶେଷଣ ପଦ ରୂପେ ଅଧ୍ୟାତ୍ମ ଶବ୍ଦର ଅର୍ଥ ହେଲା ‘ଆତ୍ମ ବିଷୟକ’। ବିଶେଷ୍ୟ ପଦ ଭାବରେ ଏହାର ଅର୍ଥ ହେଲା ପରମାତ୍ମା ବା ବ୍ରହ୍ମ। ଆଧ୍ୟାତ୍ମିକ ମାନେ ‘ବ୍ରହ୍ମ ବା ପରମାତ୍ମା ବିଷୟକ’। ଏହି ବ୍ରହ୍ମ ବିଷୟକ ଭାବ ହେଉଛି ଆଧ୍ୟାତ୍ମିକତା। ଏଣୁ ଆଧ୍ୟାତ୍ମିକତାର ମର୍ମ..

ବାଂଲାଦେଶ ନିର୍ବାଚନ

ବାଂଲାଦେଶ ନିର୍ବାଚନ

ଶରତ ଚନ୍ଦ୍ର ମିଶ୍ର

ଡିସେମ୍ବର ୩୦, ୨୦୧୮ରେ ବାଂଲାଦେଶରେ ଏକାଦଶ ଜାତୀୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ସଦ୍ୟ ସମାପ୍ତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଆଓ୍ବାମୀ ଲିଗ୍‌ ୩୦୦ରୁ ୨୬୭ଟି ସ୍ଥାନ ଅଧିକାର କରି ଅଭୂତପୂର୍ବ ସଫଳତା ହାସଲ କରିଛି। ତାଙ୍କର ସହଯୋଗୀ ଦଳ ଜାତୀୟ ପାର୍ଟି ୨୦ଟି ସ୍ଥାନ ପ୍ରାପ୍ତ ହୋଇଛି। ଜାତୀୟ ପାର୍ଟିର ନେତା ହେଉଛନ୍ତି ପୂର୍ବତନ ମିଲିଟାରୀ ଶାସକ ଜେନେରାଲ ଏରସାଦ। ଦେଶର ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ଜାତୀୟ ଦଳ ଅନ୍ୟାନ୍ୟ ଛୋଟ ଛୋଟ ୧୦ଟି ଦଳ ସହିତ ମିଶି ଜାତୀୟ ମିଳିତ ସାମ୍ମୁଖ୍ୟ ଗଠନ କରି ପ୍ରମୁଖ ବିରୋଧୀ ଭାବରେ ନିର୍ବାଚନରେ ଅବତୀର୍ଣ୍ଣ ହୋଇ..

ଏଇ ଭାରତରେ

ଏଇ ଭାରତରେ

ବିବାହ ଏକ ପବିତ୍ର ବନ୍ଧନ। ଏହା ପୁରୁଷ ଓ ସ୍ତ୍ରୀ ମଧ୍ୟରେ ଦୃଢ଼ ସମ୍ପର୍କ ସ୍ଥାପନ କରେ। କାହିଁ କେଉଁ ଅନାଦି କାଳରୁ ଏହି ପରମ୍ପରା ଚଳିଆସୁଛି। ବିବାହ ପରେ ପୁରୁଷ-ସ୍ତ୍ରୀ ମଧ୍ୟରେ ଦୈହିକ ସମ୍ପର୍କ ପବିତ୍ର। କିନ୍ତୁ ରାଞ୍ଚତ୍ର ଜନଜାତି ସମ୍ପ୍ରଦାୟ ବିବାହ ନ କରି ଦୀର୍ଘବର୍ଷ ଧରି ଏକତ୍ର ରହି ଆସୁଛନ୍ତି। ଏହା ପଛର ଅସଲ କାରଣ ହେଉଛି ବିବାହ ଉତ୍ସବରେ ଖର୍ଚ୍ଚକରିବା ଲାଗି ସେମାନଙ୍କ ପାଖରେ ଟଙ୍କା ନାହଁ। ସେମାନଙ୍କ ଅସୁବିଧା ସମ୍ପର୍କରେ ଅବଗତ ହେବା ପରେ ଏଠାରେ ସାମାଜିକ ସେବା ଜାରି ରଖୁଥିବା ଏକ ସଂଗଠନ ଅଭାବୀ ଲୋକମାନଙ୍କର ବିବାହ କରାଉଛି। କେତେକ ଲୋକ ଏଠାରେ ୪୦ବର୍ଷରୁ ଅଧିକ ହେଲା ଏକାଠି ରହି ଆସୁଛନ୍ତି। ପିଲା..

ଆଜିର ଅର୍ଥନୀତି/ଲେଖାନୁଦାନରେ ସୀମିତ ରୁହ

ଆଜିର ଅର୍ଥନୀତି/ଲେଖାନୁଦାନରେ ସୀମିତ ରୁହ

ସାଧାରଣ ନିର୍ବାଚନ ଆଉ ଅଳ୍ପ କେଇମାସ ବାକି ରହିଲା। ନିର୍ବାଚନ ଆୟୋଗ ପକ୍ଷରୁ ଏ ନେଇ ଯଥାସମୟରେ ବିଜ୍ଞପ୍ତି ଜାରି ହେବ। ତେବେ ଏହି ନିର୍ବାଚନ ପୂର୍ବରୁ ସରକାର ଲେଖାନୁଦାନ ନା ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ, ତାହା ଜଣାପଡ଼ି ନାହିଁ। ବଜେଟ୍‌ ପାଇଁ ଆଉ ମାତ୍ର ପ୍ରାୟ ଦୁଇ ସପ୍ତାହ ବାକି ଥିବାବେଳେ ହଠାତ୍‌ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଅସୁସ୍ଥ ହୋଇପଡ଼ିବାରୁ ଏ ନେଇ ଅନିଶ୍ଚିତତା ଦେଖାଦେଇଛି। ଆମେ ଆଶା କରୁଛୁ ଓ ପ୍ରାର୍ଥନା କରୁଛୁ ଯେ, ଜେଟ୍‌ଲୀ ଖୁବ୍‌ଶୀଘ୍ର ସୁସ୍ଥ ହୋଇଉଠନ୍ତୁ ଓ ଫେବୃୟାରୀ..

ଜଳବାୟୁ ପରିବର୍ତ୍ତନ ଚୁକ୍ତି: ପ୍ୟାରିସରୁ ପୋଲାଣ୍ଡ

ଜଳବାୟୁ ପରିବର୍ତ୍ତନ ଚୁକ୍ତି: ପ୍ୟାରିସରୁ ପୋଲାଣ୍ଡ

ଡ. ରମେଶ ଚନ୍ଦ୍ର ପରିଡ଼ା

ବିଶ୍ୱ ସମ୍ମୁଖରେ ଏବେ ସବୁଠାରୁ ଜଟିଳ ସମସ୍ୟା ରୂପେ ମୁଣ୍ଡ ଟେକିଥିବା ଜାଗତିକ ଉଷ୍ମତା ବୃଦ୍ଧି ଏବଂ ସେଥିସହିତ ସମ୍ପୃକ୍ତ ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରା ନ ଗଲେ ତାହା ଯେ ଅଚିରେ ଏକ ପ୍ରଚଣ୍ଡ ଧ୍ୱଂସକାରୀ ଶକ୍ତିରୂପେ ଉଭା ହେବ ଏ କଥା ସ୍ବୀକୃତ ହୋଇସାରିଲାଣି। ତେଣୁ ଏହାର ପଥ ନିର୍ଦ୍ଧାରଣ ଲାଗି ଜାତୀୟ ତଥା ଆନ୍ତର୍ଜାତିକ ସ୍ତରରେ ଚାଲିଛି ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା ଏବଂ ସମ୍ପାଦିତ ହେବାରେ ଲାଗିଛି ନାନାଦି ଚୁକ୍ତି। ଏଗୁଡିକ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ‘ୟୁଏନ୍‌ ଫ୍ରେ..

ଆଧୁନିକ ବେଣ୍ଟ

ଆଧୁନିକ ବେଣ୍ଟ

ଦ୍ୱିତୀ ଚନ୍ଦ୍ର ସାହୁ

ଘର ସାମ୍ନା ଗେଟ୍‌ ଦେଇ ବଜାରକୁ ବାହାରିଲା ବେଳେ ନିକଟରେ ଥିବା କଲେଜକୁ ଯାଉଥିଲେ ପଞ୍ଝାଏ କଲେଜ ପଢୁଆ ପିଲା। ସମସ୍ତଙ୍କ ହାତରେ ମୋବାଇଲ। ମୋବାଇଲକୁ ଖେଳାଇ ଖେଳାଇ ଜଣେ କହିଲା ଆଜି ବେଣ୍ଟ (ଶିକାର) କରିବା। ପଛରୁ ଶୁଣି ଟିକେ ଚକିତ ହେଲି। ତା’ ପରେ ସେମାନଙ୍କ ବାର୍ତ୍ତାଳାପରୁ ଯାହା ଜାଣିଲି ସେମାନେ କଲେଜର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦଳଗତ ଭାବେ ଠିଆ ହେବେ। କଲେଜ ଭିତରକୁ ପ୍ରବେଶ କରୁଥିବା ଝିଅମାନଙ୍କୁ ଚାହିଁବେ। ସେମାନଙ୍କୁ ପରଖିବେ। ସେଥିରୁ ସୁନ୍ଦରୀ ଲଳନାଙ୍କୁ ବାଛିବେ..

ଏଇ ଭାରତରେ

ଏଇ ଭାରତରେ

ଯୌତୁକ ନିରୋଧୀ ଆଇନ ୧୯୬୧ର ଧାରା ୩ ଅନୁସାରେ ଯୌତୁକ ନେବା କିମ୍ବା ଦେବା ଉଭୟ ଅପରାଧ। ସମ୍ପ୍ରତି ସମାଜରେ ଯୌତୁକ ଦାବିରେ ବହୁ ଅପରାଧ ଘଟୁଛି।  ଏନେଇ ବହୁ ମାମଲା ମଧ୍ୟ ଅଦାଲତରେ ବିଚାରାଧୀନ ରହିଛି। ବିଶେଷକରି ଯୌତୁକ ଦାବି ବିରୋଧରେ ମହିଳାମାନେ ସ୍ବାମୀ ଓ ଶାଶୁଘର ଲୋକଙ୍କ ବିରୋଧରେ ମାମଲା ରୁଜୁ କରୁଥିବା ଦେଖିବାକୁ ମିଳେ। ଏବେ କିନ୍ତୁ ..