ସମ୍ପାଦକୀୟ |

ଆଜିର ଯୁବବର୍ଗ କ୍ରୋଧିତ କାହଁକି

 ଆଜିର ଯୁବବର୍ଗ କ୍ରୋଧିତ କାହଁକି

ସହଦେବ ସାହୁ

ଭାରତ ଏକ ପ୍ରାଚୀନ ସଭ୍ୟତା କିନ୍ତୁ ଏକ ଯୁବରାଷ୍ଟ୍ର। ଚାଇନା ବି ଏକ ପ୍ରାଚୀନ ସଭ୍ୟତା, କିନ୍ତୁ ସେଠାକାର କମ୍ୟୁନିଷ୍ଟ ସରକାର ପରିବାର ନିୟନ୍ତ୍ରଣ କଡ଼ାକଡ଼ି ଲାଗୁ କରିଥିବାରୁ ତାହାର ଜନସଂଖ୍ୟାରେ ବୃଦ୍ଧଙ୍କ ସଂଖ୍ୟା କାଳକ୍ରମେ ବଢ଼ିଚାଲିଲା। ଚାଇନାରେ କାମିକା ଲୋକ (୨୦ରୁ ୫୦ ବର୍ଷ)ଙ୍କ ସଂଖ୍ୟା କମିବାରେ ଲାଗିଛି। ୨୦୧୨ରେ ଦେଶରେ କାମକରିପାରିବା ଲୋକଙ୍କ ସଂଖ୍ୟା ୩୦ ଲକ୍ଷ କମିଯିବା ଦେଖି ଚାଇନା ସରକାର ଚିନ୍ତିତ ହୋଇପଡ଼ିଲେ। ଏ ଦୃଷ୍ଟିରୁ ଭାରତ ଉତ୍ତମ ସ୍ଥିତିରେ ଅଛି ବୋଲି ବିଲାତର ପ୍ରସିଦ୍ଧ ପତ୍ରିକା ‘ଦି ଇକୋନମିଷ୍ଟ’ ଏକ ଅଗ୍ରଲେଖାରେ ସେହି ସମୟରେ କହିଥିଲା। ଭାରତରେ ପ୍ରତିବର୍ଷ କୋଟିଏ ତିରିଶ ଲକ୍ଷ କାମ କରିପାରିବା ଲୋକ ବାହାରୁଛନ୍ତି। ଆଗେ ଗୋଟିଏ ରୋଜଗାରୀ ଲୋକ ଉପରେ ବହୁତ ଲୋକ ନିର୍ଭର କରୁଥିଲେ, ପରିବାର ଚଳାଇବା କଷ୍ଟକର ହେବା ସଙ୍ଗେ ସଙ୍ଗେ ଦେଶର ଇକୋନମି ବଢୁ ନ ଥିଲା। ଯୁବତୀଯୁବକଙ୍କ ସଂଖ୍ୟା ବଢ଼ିଲେ ପରିବାରରେ କାମ କରିପାରିବା ଲୋକଙ୍କ ସଂଖ୍ୟା ବଢ଼ିବ, ବହୁତ ରୋଜଗାରୀ ଲୋକଙ୍କ ଉପରେ ଗୋଟିଏ ଲୋକ ନିର୍ଭର କରିବ। ଅର୍ଥାତ୍‌ ଆୟରୁ ବେଶି ସଞ୍ଚୟ ହେବ। ଏହାକୁ କହନ୍ତି ଡିମୋଗ୍ରାଫିକ୍‌ ଡିଭିଡେଣ୍ଡ, ଜନବୃଦ୍ଧିର ଲାଭାଂଶ। ଏହା ହିଁ ପୂର୍ବ ଏସିଆର ଅଭିବୃଦ୍ଧିର କାରଣ। କିନ୍ତୁ ଦୁଃଖର କଥା ଯୁବଗୋଷ୍ଠୀ ଉପରେ ଆସ୍ଥା ରଖିବାର ସ୍ବପ୍ନ ଦେଖୁଥିବା ନେତାମାନଙ୍କୁ ଯୁବଗୋଷ୍ଠୀ ସନ୍ଦେହ କରୁଛନ୍ତି। ଇକୋନମି ବୃଦ୍ଧି ପାଇଲେ ସେମାନଙ୍କୁ କାମ ମିଳିବ, କିନ୍ତୁ ତାହା ହେଉନାହିଁ ବୋଲି ଯୁବଗୋଷ୍ଠୀ କ୍ଷୁବ୍ଧ। ଭାରତୀୟ ସମାଜରେ ଯାବତୀୟ ବିଶୃଙ୍ଖଳାର କାରଣ କ୍ରୋଧାନ୍ବିତ ଯୁବସମାଜ। 

ଆମ ଦେଶରେ ୨୦୦୫ରୁ ୨୦୦୭ ଭିତରେ ବର୍ଷକୁ ଶତକଡା ୯ ଭାଗ ଅଭିବୃଦ୍ଧି ଘଟିଲା, ଏପରିକି ୨୦୧୦ରେ ଭାରତର ଅଭିବୃଦ୍ଧି ହାର ଚାଇନାର ହାରଠାରୁ ବେଶି ହୋଇଥିଲା, କିନ୍ତୁ କର୍ମସଂସ୍ଥାନ ସେହି ପରିମାଣରେ ବଢ଼ିଲା ନାହିଁ। ୨୦୧୦ ପରେ ଅଭିବୃଦ୍ଧି ହାର ଅଧାକୁ ଖସିଲା, ସଞ୍ଚୟ ହାର ବି କମିଲା। ପାରିବାରିକ ସଞ୍ଚୟର ଯେତେ ଅଂଶ ଆର୍ଥିକ ଅଭିବୃଦ୍ଧିରେ ଲାଗୁଥିଲା ତାହା ଏବେ ମୁଦ୍ରାସ୍ଫୀତି ଡରରେ ସୁନା, ଘର, ଜମି ଆଦି ନିକମା ସାମଗ୍ରୀ କିଣିବାରେ ଲଗାଗଲା। ଏଭଳି ସଞ୍ଚୟ ପୁଞ୍ଜିନିବେଶ ନୁହେଁ, ତହିଁରେ ଆୟ ନାହିଁ, ଧନ ସ୍ଥାଣୁ ହୋଇ ରହିଯାଏ, ଦେଶର ଗ୍ରସ୍‌ ଡୋମେଷ୍ଟିକ୍‌ ପ୍ରଡକ୍ଟ (ଜିଡିପି) ସେହି ପରିମାଣରେ କମିଯାଏ। ଏସବୁର କାରଣ ଜଳଜଳ ଦିଶୁଛି।

୧୯୯୧ରେ ଆଜିର ଭାରତୀୟମାନଙ୍କ ଭିତରୁ ଶତକଡା ୪୦ ଭାଗ ଜନ୍ମ ହୋଇ ନ ଥିଲେ। ସେମାନେ ଏବେ ଆବଶ୍ୟକ ରୋଜଗାର ପନ୍ଥା ପାଉନାହାନ୍ତି, ତେଣୁ ସେମାନଙ୍କୁ ଦୁଶ୍ଚିନ୍ତା ଘାରିଛି - ଏ କଥା ଆମ ଦେଶର ବୁଢ଼ା ନେତାମାନଙ୍କ ଆଖିକୁ ଦିଶୁନାହିଁ। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ହାରାହାରି ବୟସ ୬୦। ସ୍ବାଧୀନ ଭାରତରେ ଜନ୍ମ ହୋଇଥିବା ଗୋଟିଏ ବି ଲୋକ ୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ହୋଇ ନ ଥିଲେ। ମୋଦି ହେଲେ। କିନ୍ତୁ ତାଙ୍କ ପୃଷ୍ଠଭାଗରେ ପରମ୍ପରାବାଦୀ ଗୋଷ୍ଠୀମାନେ ଭୁସା ମାରୁଛନ୍ତି। ଯୁବତୀମାନେ ଅତ୍ୟାଚାରର ସମ୍ମୁଖୀନ ହେବା, ନିଜ ଆକାଙ୍‌କ୍ଷାର କାମ ନ ପାଇ ରାସ୍ତାଘାଟରେ ମହିଳାଙ୍କ ହାର ଛିିଡାଇନେବାଠାରୁ ଏଟିଏମ୍‌ ଖୋଳିତାଡି ଟଙ୍କା ଲୁଟ୍‌ କରିବା ବେଳେ ପୋଲିସ୍‌ ଯେଭଳି ମୁହଁ ବୁଲାଇଦେଉଛି ସେଥିରୁ ଜଣାପଡ଼େ ପୁରୁଣା ଭାରତ ନୂଆ ଭାରତକୁ ସୁରକ୍ଷା ଦେଉନାହିଁ ା ସମାଜର ଅର୍ଦ୍ଧାଙ୍ଗ ମହିଳାମାନେ ଇକୋନମିର ଅଭିବୃଦ୍ଧିରେ ସମ୍ପୂର୍ଣ୍ଣ ଭାଗ ନେଇପାରୁନାହାନ୍ତି। ଶିକ୍ଷା ଓ ସ୍ବାସ୍ଥ୍ୟ ନାଗରିକର ମୌଳିକ ଅଧିକାର, ତାହାର ବାବସାୟୀକରଣ ହେଲା। ଖାଦ୍ୟସୁରକ୍ଷା ବା କ୍ଷୁଧାରୁ ମୁକ୍ତି ପାଇବା ବ୍ୟବସ୍ଥାରେ ଭ୍ରଷ୍ଟାଚାର ପଶି ଖାଦ୍ୟ ଉପତ୍ାଦକ ଚାଷୀକୁ ହେୟ ମନେକରି ତା’ର ଅଭାବଜନିତ ଆତ୍ମହତ୍ୟାପ୍ରବଣତାକୁ ବଢ଼ାଇ ଦିଆଗଲା। ଘରୋଇ ମାଲିକାନାରେ ଚାଲିଥିବା ବ୍ୟବସାୟ ତଥା ଶିଳ୍ପ ମାଲିକଙ୍କୁ ମୁଣ୍ଡରେ ବସାଗଲା, ଫଳ ହେଲା- ଉପତ୍ାଦନ କମ୍‌, ଦର ବେଶି, ଅଧିକାରର ଫଳ ବା ପ୍ରାପ୍ୟ ମିଳିବାରେ ଅନଟନ। ସରକାରୀ ଉପତ୍ୀଡନର ଔଷଧ ହେଉଛି ଲାଞ୍ଚ।

କ’ଣ ସଂସ୍କାର ଦରକାର ସମସ୍ତେ ଜାଣନ୍ତି- ଯଥାଶୀଘ୍ର ନିଷ୍ପତ୍ତି ନିଅ, ଭ୍ରଷ୍ଟାଚାର କମାଅ, ଆର୍ଥିକ ଶୃଙ୍ଖଳା ଆଣ, ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାକୁ କେନ୍ଦ୍ରୀୟ ବ୍ୟାଙ୍କକୁ ସମର୍ଥ କର, ଅନାଦେୟ ଋଣ (ଏନ୍‌ପିଏ) କମାଇବାକୁ ବ୍ୟାଙ୍କଗୁଡ଼ିକର ସଂସ୍କାର କର, ବିଜୁଳି ଉପତ୍ାଦନ କ୍ଷେତ୍ରରେ ମାନ୍ଦାବସ୍ଥା ଦୂର କର, କର୍ମ ଯୋଗାଣ ପାଇଁ ସାମଗ୍ରୀ ତିଆରି କାରଖାନାମାନ ପ୍ରତିଷ୍ଠା କର ଅର୍ଥାତ୍‌ ମାନୁଫାକ୍ଚରିଂ ସେକ୍ଟର ବଢ଼ାଅ ଆଦି। ସ୍ବାଧୀନତୋତ୍ତର ପିଢ଼ିର ପ୍ରଧାନମନ୍ତ୍ରୀଟିଏ ତାହା କରିବାକୁ ଲାଗିଛନ୍ତି, କିନ୍ତୁ ଶାସକଦଳର ପୁରୁଣାକାଳିଆ ଲୋକ ଏବଂ ପ୍ରଶାସନରେ ଥିବା କର୍ମଚାରୀମାନେ ଏ ପ୍ରକ୍ରିୟାଗୁଡ଼ିକୁ ଅବାଟରେ ନେଇଯାଉଛନ୍ତି। ଚାଇନାରେ ମାନୁଫାକ୍ଚରିଂ ସେକ୍ଟର ବେଶ୍‌ ଚଳଚଞ୍ଚଳ, ତା’ର ସାମଗ୍ରୀମାନ ଆମ ଦେଶରେ ଶସ୍ତାରେ ମିଳୁଛି। ପ୍ରକାଣ୍ଡକାୟ ଭୂଖଣ୍ଡରେ ପରିବହନ ଖର୍ଚ୍ଚ ଜିନିଷପତ୍ରର ଦାମ୍‌ ବଢ଼ାଏ। କୋଲକାତାରେ ତିଆରି ଜିନିଷ ଟନ୍‌ ପିଛା ସଡ଼କ ପଥରେ ବା ରେଳରେ ମୁମ୍ବାଇରେ ପହଞ୍ଚିିବାକୁ ଯେତିକି ଖର୍ଚ୍ଚ ପଡ଼େ, ଚାଇନାରୁ ଜଳପଥରେ ଜାହାଜେ ଜିନିଷ ମୁମ୍ବାଇରେ ପହଞ୍ଚିବାକୁ ଟନ୍‌ ପିଛା ପ୍ରାୟ ସେତିକି ବା ତାହାଠାରୁ କମ୍‌ ଖର୍ଚ୍ଚ ପଡ଼େ। ତେଣୁ ଚାଇନା ଜିନିଷ ମୁମ୍ବାଇବାସୀଙ୍କ ପାଇଁ କଲିକତି ଜିନିଷଠାରୁ ଶସ୍ତା । ଏଥିପାଇଁ ଦରକାର ଜଳପଥର ପ୍ରସାର। ସୁଖର କଥା ଏବେ ଗଙ୍ଗାକୁ ସୁନାବ୍ୟା କରାଯାଉଛି। 

ଶ୍ରମଭିତ୍ତିକ ମାନୁଫାକ୍ଚରିଂ ସେକ୍ଟର ଦରକାର, ନ ହେଲେ କୋଟି କୋଟି ଯୁବକ କାମ ପାଇବେ ନାହିଁ। ଆମ ରାଜ୍ୟରେ ଅନ୍ୟ ରାଜ୍ୟ ଭଳି ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧରେ ଯେଉଁସବୁ ଶିଳ୍ପ ବସାଇବାକୁ କୁବେରମାନେ ଆସୁଛନ୍ତି ତାହା ସବୁ ଜଟିଳ ମେଶିନ୍‌ ଦ୍ୱାରା ଚାଲିବ। ଲୋକ ବେଶି ଦରକାର ନାହିଁ, କର୍ମନିଯୁକ୍ତି ବଢ଼ିବ କିପରି? ୪୦ ହଜାର କୋଟି ଟଙ୍କାର ପ୍ରକଳ୍ପରେ ହଜାରେ ସ୍ଥାନୀୟ ଲୋକ ବି ଚାକିରି ପାଇବେ ନାହିଁ। ବଡ଼ ବଡ଼ ପଦବୀ ପାଇଁ ଆଗେ ଉପଯୁକ୍ତ ଶିକ୍ଷା ବନ୍ଦୋବସ୍ତ ନ କରି କାରଖାନା ବସାଇଲେ ଓଡ଼ିଶା ବାହାରର ଲୋକେ (କମ୍ପାନୀ ମାଲିକର ଚିହ୍ନା ଲୋକେ) ହିଁ କାମ ପାଇବେ। ଆମ ଦେଶରେ ଏବେ ଯାହା ଜିଡିପି ଅଭିବୃଦ୍ଧି ଦେଖାଯାଉଛି ତାହା ବିଭିନ୍ନ କନ୍‌ଷ୍ଟ୍ରକଶନ୍‌ କାମର ବହୁଳତା ଯୋଗୁ, ମାନୁଫାକ୍ଚରିଂ ସେକ୍ଟର ଯୋଗୁ ନୁହେଁ। ରାସ୍ତା ଓ ଗୃହ ନିର୍ମାଣ କାମରେ ଭୀମକାୟ ଯନ୍ତ୍ର ଲାଗୁଛି। ଆମର ଅଗଣିତ ଯୁବତୀଯୁବକ ଇଟା, ପଥର କି ସିମେଣ୍ଟ ବୋହିବା କାମରେ ନିଯୁକ୍ତ, ଅର୍ଥାତ୍‌ ଆମର ଯୁବତୀଯୁବକମାନେ ମୁଣ୍ଡବୋଝରେ ତଳମୁହାଁ ହୋଇ ଚାଲିବେ, ଉପରକୁ ଚାହିଁବା ଅଭ୍ୟାସ, ଉଚ୍ଚାଭିଳାଷ ଉଭେଇଯିବ। ଲେବର୍‌ ଆଇନ ଶିଳ୍ପପତିମାନଙ୍କ ଗୋଡ଼ହାତ ବାନ୍ଧି ରଖିଛି। ତେଣୁ ସେମାନେ ସିଧାସଳଖ ନିଯୁକ୍ତି ନ ଦେଇ ତୃତୀୟ ପକ୍ଷ (ଠିକାଦାରମାନଙ୍କ)ଠାରୁ ଠିକା କର୍ମଚାରୀ ନେଉଛନ୍ତି, ଏଭଳି ଶ୍ରମିକକୁ କୁଶଳୀ କରିବା ବା ତାଲିମ ଦେବା କମ୍ପାନୀର ସ୍ବାର୍ଥରେ ନୁହେଁ। ତାଲିମ ସମୟଟା କ୍ଷତି ବଢ଼ାଏ, ତେଣୁ କର୍ମକୁଶଳୀ ଯୁବତୀଯୁବକ ଯୋଗ୍ୟତା ଲୁଚାଇ ନିମ୍ନତର ମଜୁରିର କାମରେ ଯୋଗଦେଉଛନ୍ତି। ଆମ ଶିକ୍ଷା ବ୍ୟବସ୍ଥା ବି ପିଲାଙ୍କୁ ଚାକିରିକ୍ଷମ କରୁନାହିଁ। ସ୍କୁଲ ସ୍ତରରୁ ପିଲାଏ ଜୀବିକାନିର୍ବାହର ସାମର୍ଥ୍ୟ ହରାଉଛନ୍ତି। ଆନୁଆଲ୍‌ ଷ୍ଟାଟସ୍‌ ଅଫ୍‌ ଏଜୁକେଶନ୍‌ ରିପୋର୍ଟରୁ ଜଣାଯାଏ ଗାଁଗହଳର ପିଲାଙ୍କ ଭିତରୁ ଅଧେ କହିପାରୁନାହାନ୍ତି ୪୩ରୁ ୨୪ ଗଲେ କେତେ ରହିବ? ବିନା ପରୀକ୍ଷାରେ ଅଷ୍ଟମ ଶ୍ରେଣୀକୁ ଉଠିଥିବା ପିଲା ତୃତୀୟ ଶ୍ରଣୀର ବହି ପଢ଼ିପାରୁନାହିଁ। ନେତାମାନେ ଯୁବଗୋଷ୍ଠୀକୁ ଅଣଦେଖା କରୁଥିବାରୁ ଯୁବଗୋଷ୍ଠୀ ସରକାର ଉପରେ କ୍ରୋଧାନ୍ବିତ। 

ଗାଁରେ ଓ ସହରତଳି ଅଞ୍ଚଳରେ ଅବିରତ ବିଜୁଳି, ମାଗଣା ବ୍ରଡ୍‌ବ୍ୟାଣ୍ଡ ସେବା, ଉତ୍ତମ ବିଦ୍ୟାଳୟ, ଗାଁ ଓ ସହରୀ ବସ୍ତିର ପିଲାଙ୍କୁ ମାଗଣା କଲେଜ ଶିକ୍ଷା, ସେମାନଙ୍କୁ ସେବା ଯୋଗାଇବାରେ ଅମଲାତାନ୍ତ୍ରିକ ବିଳମ୍ବର ହ୍ରାସ ବା ଗାଁ ସ୍କୁଲର କମ୍ପ୍ୟୁଟର ପ୍ରକୋଷ୍ଠରୁ ବା ପଞ୍ଚାୟତ ଘରୁ ସିଧାସଳଖ ଇ-ପ୍ରଶାସନ ମିଳିଲେ ଆମ ପିଲାମାନେ ରୋଜଗାରକ୍ଷମ ଶିକ୍ଷା ପାଇପାରିବେ, କର୍ମକ୍ଷମ ବୟସ ହେଲା ବେଳକୁ ସେମାନେ ବିଭିନ୍ନ କର୍ମରେ ଯୋଗ ଦେଇ ଦେଶର ଜିଡିପି ବୃଦ୍ଧିରେ ଅଂଶୀଦାର ହୋଇପାରିବେ। ଜୀବନରେ ସଫଳ ନାଗରିକଟିଏ ଶୃଙ୍ଖଳାର ସ୍ତମ୍ଭ। ଯୁବଶକ୍ତିକୁ ସଫଳ ଜୀବନଶୈଳୀ ଦେଇପାରିଲେ ଗଣତନ୍ତ୍ର ଦୃଢ଼ ହେବ, ସମାଜରେ ଶାନ୍ତିଶୃଙ୍ଖଳାଜନିତ ସମୃଦ୍ଧି ଭାରତର ହୃତଗୌରବ ଫେରାଇଆଣିବ।

ଇ-ମେଲ୍‌: sahadevas@yahoo.com

All Right Reserved By

ସମ୍ପାଦକୀୟ |

ଚାଷୀଙ୍କୁ ବାଉଳା

ଚାଷୀଙ୍କୁ ବାଉଳା

ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ବାଲାକୋଟ କାର୍ଯ୍ୟାନୁଷ୍ଠାନ ଉତ୍ତର ଭାରତରେ ସମ୍ଭବତଃ ଆଖିଦୃଶିଆ ପ୍ରଭାବ ପକାଇ ନାହିଁ। ଏଭଳି ଧାରଣା ସୃଷ୍ଟି କରିବା ପାଇଁ କୌଣସି ଅତ୍ୟଧିକ ରାଜନୈତିକ ବୁଦ୍ଧି ଦରକାର ନାହିଁ। ଉତ୍ତରପ୍ରଦେଶ ଭଳି କୃଷିଭିତ୍ତିକ ରାଜ୍ୟରେ ଚାଷୀ ଅସନ୍ତୋଷର ଭୂମିକା ଆସନ୍ତା ନିର୍ବାଚନରେ ଅଧିକ ରହିବ ବୋଲି ସ୍ପଷ୍ଟ ଜଣାପଡ଼ୁଛି।

ଅବାଞ୍ଛିତ ନାବାଳିକା ମାତୃତ୍ୱ

ଅବାଞ୍ଛିତ ନାବାଳିକା ମାତୃତ୍ୱ

ନାରାୟଣ ପଣ୍ଡା 

ସନ୍ତାନକୁ ଜନ୍ମ ଦେଉଥିବା ମା’ ଏକ ମଧୁରତମ ଶବ୍ଦ, ଯାହାର ବିକଳ୍ପ ହୁଏତ ଶବ୍ଦକୋଷରେ ନ।ହିଁ। ମା’ ବକ୍ଷର ଅମୃତ ପାନକରି ଶୈଶବର ବେଶ୍‌ କିଛିବର୍ଷ ଅବୋଧ ଶିଶୁଟି ଜୀବନ ଧାରଣକରେ। ସେ ବିଶ୍ୱ ନିର୍ମାଣର ଜନ୍ମବେଦି। ନାରୀ ଅଦିତି-ଅଖଣ୍ଡନୀୟା। 

ମା’ଙ୍କ ବିଚିତ୍ର ବେଶ

ମା’ଙ୍କ ବିଚିତ୍ର ବେଶ

ମାନସ କୁମାର ପାଢ଼ୀ

ରାଜଧାନୀ ଭୁବନେଶ୍ୱର। ସର୍ବବିଦ୍ୟା ମନ୍ଦିରର ମୁଖ୍ୟ ପୂଜାରୀ ସର୍ବଗିଳା ସକାଳୁ ନିତ୍ୟକର୍ମ ସାରି ମନ୍ଦିରର କବାଟ ଖୋଲି ଦେଖିଲେ ଶିକ୍ଷାମାତାଙ୍କ ଅପୂର୍ବ ବେଶ। ପଦ୍ମ ଉପରେ ନ ବସି ଗେଣ୍ଡୁମାଳ ଗଳାରେ ଲମ୍ବାଇ ଗୋଟିଏ ଗଧ ପାଖରେ ଛିଡ଼ା ହୋଇଛନ୍ତି ମା’। 

ଏଇ ଭାରତରେ

ଏଇ ଭାରତରେ

ପରିବର୍ତ୍ତିତ ସମୟ ସହିତ ଲୋକଙ୍କ ରୁଚି ତଥା ପେସା ବଦଳିବାରେ ଲାଗିଛି। ଏବେ କେତେକ ଭିକ୍ଷାବୃତ୍ତିକୁ ନିଜର ପେସା ଭାବେ ଗ୍ରହଣ କରିବାକୁ ପସନ୍ଦ କରୁଛନ୍ତି। ଏଥିରେ ଅର୍ଥ ବିନିଯୋଗ କରିବାର ଆବଶ୍ୟକତା ନାହିଁ। 

ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା

ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା

ଆକାର ପଟେଲ

ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଚାଲିଛି ଏବଂ ପ୍ରାର୍ଥୀମାନଙ୍କୁ ମାର୍ଚ୍ଚ ୨୫ ସୋମବାର ପୂର୍ବରୁ ଏହା ଦାଖଲ କରିବାକୁ ପଡ଼ିବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲର ଧାର୍ଯ୍ୟ ଅନ୍ତିମ ଦିବସ ହେଉଛି ମଙ୍ଗଳବାର। ମୁଁ ଏଠାରେ କେତେକ ବିଷୟ ଆଲୋଚନା କରିବାକୁ ଚାହୁଁଛି, ଯାହା ପ୍ରାର୍ଥୀମାନଙ୍କ ପାଇଁ ସା..

କିଓ୍ବି ଆଖିରେ ଲୁହ

କିଓ୍ବି ଆଖିରେ ଲୁହ

ପ୍ରକାଶ ତ୍ରିପାଠୀ

ମାତ୍ର ପାଞ୍ଚ ମିନିଟ୍‌ର ଭିଡିଓଟି କୌଣସି ଏକ ଆକ୍ସନଧର୍ମୀ ସିନେମାର ଲୋମ ଟାଙ୍କୁରା ଦୃଶ୍ୟଠାରୁ କମ୍‌ ନ ଥିଲା। ଏକ ଅତ୍ୟାଧୁନିକ ବନ୍ଧୁକ ହାତରେ ଧରି ବୀରଠାଣିରେ ଦୁଇ ଦୁଇଟି ମସଜିଦ୍‌ ଭିତରେ ଶାନ୍ତିର ରାହା ଖୋଜୁଥିବା ମଣିଷଗୁଡାଙ୍କୁ ପୋକମାଛି ପରି ମାରି ପକାଇବାଠାରୁ ବଳି ନାରକୀୟ ହିଂସା ଆଉ କ’ଣ ହୋଇପାରେ। ଘଟଣାଟି ଘଟିଛି ବିଶ୍ୱର ସର୍ବାଧି..

ପରିବେଶ ଚିନ୍ତକ

ପରିବେଶ ଚିନ୍ତକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ପରିବେଶ ପ୍ରସଙ୍ଗକୁ ନେଇ ଏବେ ପୃଥିବୀବ୍ୟାପୀ ଆଲୋଚନା ହେଉଛି। ବିଭିନ୍ନ କାରଣ ଯୋଗୁ ପରିବେଶ ପ୍ରଦୂଷିତ ହେବା ଚିନ୍ତାର ବିଷୟ ହୋଇଥିବା ବେଳେ ଏ ଦିଗରେ କ୍ୱଚିତ ଭାବୁଛନ୍ତି। ଏଭଳି ସମୟରେ ୪ ଜଣ ଭାରତୀୟ ଆ..

ଏଇ ଭାରତରେ

ଏଇ ଭାରତରେ

କଥାରେ ଅଛି-‘ପରଜାପତି ତରକା ଅତି।’ ଅର୍ଥାତ୍‌ ପ୍ରଜାପତିକୁ ଧରିବାକୁ ଗଲେ ତାହା ସହଜରେ ଧରା ଦିଏନାହିଁ।  ସାମାନ୍ୟ ଆଭାସ ପାଇବା ମାତ୍ରେ ଏହି ସୁନ୍ଦର ପତଙ୍ଗଟି ଉଡି ପଳାଇଯାଇଥାଏ। ତଥାପି ପିଲାମାନେ ପ୍ରଜାପତି ଧରିବାକୁ ଖୁବ୍‌ ଆଗ୍ରହ ସହକାରେ ତା’ ପଛରେ ଧାଇଁଥାଆନ୍ତି। ଏପରି ଜଣେ ପିଲାକୁ ପ୍ରଜାପତିମାନେ ଡରି ନ ଯାଇ ବରଂ ତା’ର ସାଥୀ ..

ଶବଦାହରେ ଘଷି

ଶବଦାହରେ ଘଷି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମରୁଛନ୍ତି। ମୁସଲମାନମାନେ ମୃତ ଲୋକର ଶବକୁ ପୋତିଦିଅନ୍ତି ଏବଂ ହିନ୍ଦୁମାନେ ତାକୁ ଅଗ୍ନିରେ ଦାହ କରନ୍ତି। ପାରମ୍ପରିକ ଭାବେ ଦାହ ପାଇଁ କାଠ ବ୍ୟବହୃତ ହୋଇ ଆସୁଥିବା ବେଳେ ଆଜିକାଲି ବିଦ୍ୟୁତ୍‌ଶକ୍ତି ଓ ଗ୍ୟାସ୍‌ ମଧ୍ୟ ବ୍ୟବହୃତ ହେଲାଣି।  କିନ୍ତୁ ଆଜିକାଲି ଜାଳେଣି କାଠର ଘୋର ଅଭାବ। ଦିଲ୍ଲୀରେ ସରକାରୀ ଗାର୍ଡନରମାନେ ଗଛର ଅଳ୍ପ କିଛି ଛୋଟ ଡାଳ କାଟିବାର ଛଳନା କରନ୍ତି। କିନ୍ତୁ ସେମାନେ ପ୍ରାୟ ସବୁ ବଡ଼ ବଡ଼ ଡାଳ କାଟନ୍ତି ଓ ସେସବୁକୁ ନିଗମବୋଧ ଘା..

ଅଶ୍ଳୀଳତାକୁ ନେଇ ଛଳନା

ଅଶ୍ଳୀଳତାକୁ ନେଇ ଛଳନା

ଡ. ସୁବାସ ଚନ୍ଦ୍ର ପାତ୍ର

ଅଶ୍ଳୀଳତାକୁ ନେଇ ମଣିଷର ଛଳନା ଇତିହାସ ପରି ପୁରୁଣା। କିଛିଦିନ ତଳେ ଖଣ୍ଡଗିରି ଯାତ୍ରା ମହୋତ୍ସବ ଅବସରରେ କୌଣସି ଏକ ଅପେରା ମଞ୍ଚ ଉପରେ ମନୋରଞ୍ଜନ ଆଳରେ ଜଣେ ମହିଳା କଳାକାର ଅଙ୍ଗ ପ୍ରଦର୍ଶନ ସହ ଅଶ୍ଳୀଳ ନୃତ୍ୟ ପରିବେଷଣ କରିବାର ଅଭିଯୋଗ ଆସିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ଟିଭି ଚ୍ୟାନେଲ ତାଙ୍କ ସହ ସାକ୍ଷାତ୍‌କାର ପ୍ରସାରଣ କଲେ ଏବଂ ଆଉ କେତେକ ଚ୍ୟାନେଲ ପ୍ରତିବାଦ ବାହାନାରେ ସେହି ତଥାକଥିତ ନଗ୍ନ ନୃତ୍ୟକୁ ବାରମ୍ବାର ପ୍ରଦର୍ଶନ ମଧ୍ୟ କଲେ। ଜଣେ ରାଜାଙ୍କୁ ଯଦି ତାଙ୍କ ପାର୍ଷଦ କହେ, ‘ମଣିମା, ଆପଣଙ୍କ ବଡ଼ଗୁଣ ହେଲା ଆପଣ ତୋଷାମଦି ଭଲପାଆନ୍ତି ନାହିଁ,’ ଏ କଥାଟି ଯେମିତି ଏକ ତୋଷା..

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର


ବିକାଶ କୁମାର ପତି

ଚିରନ୍ତନ ବିକାଶ ଲକ୍ଷ୍ୟ ସମସ୍ତଙ୍କୁ ୨୦୩୦ ସୁଦ୍ଧା ପାନୀୟ ଜଳ ଯୋଗାଇବା ପାଇଁ ଉଦ୍ଦିଷ୍ଟ। ଅର୍ଥାତ୍‌, କେହି ବି ପାନୀୟ ଜଳ ପାଇବାରୁ ବଞ୍ଚିତ ହେବେନି। କିନ୍ତୁ ଆଜି ବି ଲକ୍ଷ ଲକ୍ଷ ଲୋକ ସ୍ବଚ୍ଛ ପାନୀୟ ଜଳ ବିନା ବଞ୍ଚୁଛନ୍ତି- ତାଙ୍କ ପରିବାର, ବିଦ୍ୟାଳୟ, କର୍ମକ୍ଷେତ୍ର, ସବୁଠି ବଞ୍ଚିବା ପାଇଁ ଓ ତୃଷ୍ଣା ମେଣ୍ଟେଇବା ପାଇଁ କଷ୍ଟ କରୁଛନ୍ତି। ଜାତିସଂଘର ଜଳ ଉପରେ କାମ କରୁ..

ଏଇ ଭାରତରେ

ଏଇ ଭାରତରେ

କୁହାଯାଏ ବିବାହ ଯୋଡ଼ି ଈଶ୍ୱରଙ୍କ ଦରବାରରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ। ଏହାକୁ ଖଣ୍ଡନ କରିବା ସହଜ ନୁହେଁ। ମଧ୍ୟପ୍ରଦେଶର ଖଣ୍ଡଓ୍ବାରେ ଏପରି ଏକ ବିରଳ ବାହାଘର ସମ୍ପନ୍ନ ହୋଇଛି। ଖଣ୍ଡଓ୍ବା ଅନ୍ତର୍ଗତ ପୁନାସା ଗଁାର ବାସିନ୍ଦା ଧନେଶ ରାଜବୈଦ ନିମାଡ ନିବାସୀ ଚେତନା ଶର୍ମାଙ୍କୁ ବିବାହ କରିଛନ୍ତି। ଉଭୟ କନ୍ୟା ଓ ବରଙ୍କ ଉଚ୍ଚତା ୩୬ ଇଞ୍ଚ। ଉଚ୍ଚତା କମ୍‌ ..


Model This Week

ରଶ୍ମି
Why Dharitri