ସମ୍ପାଦକୀୟ |

ଦେଶ, ରାଜନୀତି ଓ ଆଜିର ଶିକ୍ଷା

ଦେଶ, ରାଜନୀତି ଓ ଆଜିର ଶିକ୍ଷା


ଡ. ଶରତ ଚନ୍ଦ୍ର ରଥ

ଦେଶର ଅଛି ଅର୍ଥ ସମସ୍ୟା। ଅତୀତରେ ସମସ୍ୟା ଥିଲା ଆଜି ମଧ୍ୟ ଅଛି। ପ୍ରଥମେ ସମସ୍ୟାଗୁଡ଼ିକର ତାଲିକା କରିବା ଦରକାର। ତା’ପରେ ସମାଧାନର ସୂତ୍ର ବିଷୟରେ ଚିନ୍ତା, ଆଲୋଚନା ଓ ପଦକ୍ଷେପ ଗ୍ରହଣର ବ୍ୟବସ୍ଥା। ଯେହେତୁ ଆଜିକାଲି ସମସ୍ତ କ୍ଷମତା ରାଜନେତାମାନଙ୍କ ହାତରେ ଠୁଳ, ସେମାନଙ୍କର ଏସବୁ ସର୍ବାଦୌ କରଣୀୟ। ସେମାନଙ୍କୁ ବୁଦ୍ଧିଜୀବୀମାନେ ସହଯୋଗ କରିପାରନ୍ତି।

ରାଜନେତାମାନଙ୍କର ଦାୟିତ୍ୱ ହେଉଛି ଦେଶର ବିକାଶ। କେଉଁ କେଉଁ ସମସ୍ୟା ଦେଶର ସାମଗ୍ରିକ ବିକାଶରେ ବାଧା ସୃଷ୍ଟି କରୁଛି, ସେହି ବିଷୟରେ ଗଭୀର ଅନୁଧ୍ୟାନ। ଦଳର ପ୍ରଚାର, ଗାଦିରକ୍ଷାର ବିକଳଭାବ, ଆତ୍ମବିଜ୍ଞାପନ, ସ୍ବାର୍ଥସିଦ୍ଧିର ଚିନ୍ତାରେ ନେତା ବ୍ୟସ୍ତ ରହିଲେ ଦେଶ ଆଗେଇ ପାରେନାହିଁ। ଦେଶର ସମସ୍ୟା ସମାଧାନପୂର୍ବକ ବିକାଶ ପାଇଁ ଚିନ୍ତା କରିବା ହିଁ ନେତାପଣର ସାର୍ଥକତା। ମୁଦ୍ରାସ୍ଫୀତି, ଛାତ୍ର ରାଜନୀତି, ବସ୍ତିରେ ଜନ ବିସ୍ଫୋରଣ, ଦେଶବାସୀଙ୍କ ମନରେ ଦେଶାତ୍ମବୋଧର ଅଭାବ, ବିଭିନ୍ନ ପ୍ରଦେଶରେ ନଦୀଜଳ ବଣ୍ଟନ, ସୀମାପାର ବିବାଦ, ଅଶିକ୍ଷାର ପ୍ରାବଲ୍ୟ ସମେତ ବହୁ ସମସ୍ୟାରେ ସମାଜ ଓ ଦେଶ ଆକ୍ରାନ୍ତ। ସମସ୍ୟାର ସମାଧାନ ପାଇଁ ସୀମିତ ସମୟସୀମା ଭିତରେ ଯଥାଯଥ ପଦକ୍ଷେପ ଏକାନ୍ତ ଜରୁରୀ। ଦୃଢ଼ ମନୋବଳ ମାଧ୍ୟମରେ କ୍ଷମତାର ଉଚିତ ପ୍ରୟୋଗ ହିଁ ବିକାଶର ଚାବିକାଠି। କେବଳ ଭୋଟ୍‌କୁ ଦୃଷ୍ଟିରେ ରଖି ଗଛରେ ପାଣି ସିଞ୍ଚତ୍ଦେଲେ ବିଶେଷ କିଛି ଲାଭନାହିଁ, ଗଛମୂଳରେ ପାଣି ଦେଲେ ଗଛ ବଢ଼େ ଓ ଫୁଲଫଳରେ ଭରିଯାଏ। 

ଯେତିକି ସୁବିଧା ଦେଶ ତରଫରୁ ସେମାନଙ୍କୁ ମିଳୁଛି, ସେମାନେ ତାହା ଭାବିବା ଆବଶ୍ୟକ। ତଦନୁସାରେ ଦେଶ ପ୍ରତି କର୍ତ୍ତବ୍ୟ କରିବା ବିବେକର କାର୍ଯ୍ୟ। ଦେଶର କଲ୍ୟାଣ ପାଇଁ ଯେତେ ସୁଯୋଗ ସେମାନଙ୍କୁ ମିଳିଛି, ତାହାର ସଦ୍‌ବ୍ୟବହାର ହିଁ ଯଥାର୍ଥ ନେତାପଣ। ସମସ୍ତଙ୍କୁ ସେ ସୁଯୋଗ ମିଳିନାହିଁ, ଯାହା ନେତାଙ୍କୁ ପ୍ରାପ୍ତ ହୋଇଛି। ସେମାନେ ଦେଶ ବିକାଶର ଚାବିକାଠି- ଏ କଥା ବୁଝି ନିଜକୁ ଭାଗ୍ୟବାନ୍‌ ମନେକରିବା ଉଚିତ। ପୋଲିସ ବିଭାଗର କଥା ଦେଖାଯାଉ। ପୋଲିସ କର୍ମଚାରୀମାନଙ୍କର ସାଧୁତା, କାର୍ଯ୍ୟଦକ୍ଷତା, ଲୋକପ୍ରିୟତା ପାଇଁ ଅନେକ ସୁବିଧା ସୁଯୋଗ ରହିଛି। ମାତ୍ର ଏ ଦିଗରେ ପ୍ରତିବନ୍ଧକ ସୃଷ୍ଟି କରୁଛି କେତୋଟି କଥା, ଯାହା ସମସ୍ତେ ଜାଣନ୍ତି। ସେମାନଙ୍କ ସଚ୍ଚୋଟପଣିଆ ହିଁ ସେମାନଙ୍କର ଲୋକପ୍ରିୟତା ଓ କାର୍ଯ୍ୟଦକ୍ଷତାର ମାପଦଣ୍ଡ। ମାତ୍ର ତାହା ରଖିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୁଏନାହିଁ। ଦୁର୍ନୀତି ନିବାରଣ ପୁଣି ଦୁର୍ନୀତି ଦୋଷରେ ଯୁକ୍ତ ହୋଇଯାଏ। ରାଜନେତାମାନଙ୍କର ପ୍ରଭାବ ସେମାନଙ୍କ କାର୍ଯ୍ୟଦକ୍ଷତାକୁ ସଙ୍କୁଚିତ କରିଦିଏ। କହି ହୁଏନାହିଁ କି ସହି ହୁଏନାହିଁ। ବାଟ ତିଆରି କରିବାକୁ ପଡ଼େ ଦୋଷୀକୁ ଖସାଇବା ପାଇଁ।

ଏ ସବୁ କଥା ଔଷଧ ସ୍ବରୂପ ରହିଛି, ମାତ୍ର ପ୍ରତିଷେଧକ କଥା କେହି ଭାବୁନାହିଁ। ଦେଶରେ ଜନସଂଖ୍ୟା ବଢ଼ିଚାଲିଛି। ଏଇ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଶୃଙ୍ଖଳିତ, ମାର୍ଜିତ କରିବାର ପ୍ରୟାସ ନାହିଁ। ନୈତିକତାର ମଞ୍ଜି କିଶୋର ଓ ଯୁବକ ମନରେ ବୁଣିବାର ବ୍ୟବସ୍ଥା ନାହିଁ। ସ୍ବାଧୀନତା ମିଳିଛି ବୋଲି ଯିଏ ଯାହା ଇଚ୍ଛା ତାହା କରିବାର ସ୍ବାଧୀନତା ଅଛି, ଏ ଭାବନା ମନ ଭିତରେ ବସା ବାନ୍ଧୁଛି। ଯୁବକଟିଏ ରାସ୍ତାକଡ଼ ଦୋକାନରୁ ଚା’ ପିଇ ୟୁଜ୍‌ ଆଣ୍ଡ ଥ୍ରୋ କପ୍‌ଟିକୁ ରାସ୍ତାକୁ ଫିଙ୍ଗିଦେବା ସ୍ବାଧୀନତାର ଅନ୍ୟନାମ କି? କହିବ ବା କିଏ? ଯଦି କିଏ କହିବ ତେବେ ଉତ୍ତର ମିଳିବ- ‘ମୁଁ କାହା ଦୁଆର ମୁହଁରେ ପକାଇନାହିଁ, ରାସ୍ତାରେ ପକାଇଛି, କହିଲେ ମ୍ୟୁନିସିପାଲିଟି କହିବ ଇତ୍ୟାଦି। ଶିକ୍ଷିତ ବୋଲାଉଥିବା ଯୁବକ ତ ଏହିପରି, ଆଉ ଲୋକଙ୍କ କଥା କ’ଣ କହିବା? 

ଶିକ୍ଷା ବ୍ୟବହାର ଶିଖାନ୍ତା, ରୁଚି ଶିଖାନ୍ତା, ସ୍ଥାନକାଳପାତ୍ରର ବିଚାର ଶିଖାଇ ଦେଶପ୍ରେମ ଶିଖାନ୍ତା, ଉଦାରତା ଶିଖାନ୍ତା, ବିଶ୍ୱ ନାଗରିକତ୍ୱର ଦୀକ୍ଷା ଦିଅନ୍ତା। ଏଇସବୁ ହେଉଛି ନୈତିକତାର କଥା, ଧର୍ମ ସହିତ ଏସବୁର ସମ୍ପର୍କ ନାହିଁ, ପ୍ରତ୍ୟେକ ମଣିଷ ସହିତ ଏହାର ସମ୍ପର୍କ ରହିଛି, ଏହା ମାନବିକତାର କଥା। ପ୍ରକୃତରେ ଆଜିକାଲିର ଶିକ୍ଷା ଭିତରେ ଏସବୁ କଥା ନାହିଁ। ଶିକ୍ଷା କହିଲେ ତଥ୍ୟ ଓ ଖବର ସଂଗ୍ରହକୁ ବୁଝାଉଛି। ଏହା ଶିକ୍ଷାର ବାହାର ଦିଗ, ଆଉ ଏକ ଭିତର ଦିଗ ରହିଛି ଶିକ୍ଷାର, ଯାହାର ଅନ୍ତର୍ଭୁକ୍ତ ନୈତିକ ଶିକ୍ଷା ଅଥବା ମାନବିକତାର ଶିକ୍ଷା। ବାହାର ଦିଗ ରହୁ ଏହା ସହିତ ଭିତର ଦିଗ ବି ରହୁ। ତେବେ ଯାଇ ଶିକ୍ଷା ଗଠନମୂଳକ ହେବ। ଆଶାନୁରୂପ ଭାବେ କ୍ରିୟାଶୀଳ ହୋଇପାରିବ। ଖାଲି ଦୁଇ ଚାରି ଛଅ, ତିନି ତିନି ଛଅ, ଚାରି ଦୁଇ ଛଅ ହେଲେ ତାହା ଶିକ୍ଷା ସଂସ୍କାର ନୁହେଁ, ଶିକ୍ଷା ସଂସ୍କାରର ଅର୍ଥ ହେଉଛି ବ୍ୟକ୍ତି ଚରିତ୍ର ଗଠନର ଶିକ୍ଷା, ଦେଶ ଗଠନର ଶିକ୍ଷା, ବିଶ୍ୱ ପରିବାରର ଶିକ୍ଷାର ସମ୍ପୃକ୍ତି। କିଏ କାହାକୁ ବୁଝାଇବ, କିଏ ବା ବୁଝିବ? 

ଶିକ୍ଷା ବ୍ୟବସ୍ଥା ଏକପ୍ରକାର ବିପର୍ଯ୍ୟସ୍ତ। ଶିକ୍ଷାନୁଷ୍ଠାନରେ ଭୋଟ ରାଜନୀତି କ’ଣ ନିହାତି ଦରକାର? ଶିକ୍ଷକମାନଙ୍କ ଅବସ୍ଥା ମଧ୍ୟ ବିଭିନ୍ନ ଦୃଷ୍ଟିରୁ ଅସମ୍ଭାଳ। ଦୀର୍ଘଦିନର ଶିକ୍ଷକତା ପରେ ଛତା ଥିଲେ ଜୋତା ନାହିଁ କି ଜୋତା ଥିଲେ ଛତା ନାହିଁ। ଶିକ୍ଷକମାନଙ୍କ ଭିତରେ କେତେକ କ୍ଷେତ୍ରରେ ନିଯୁକ୍ତି ବଡ଼ ବିଚିତ୍ର ଧରଣର। ଶିକ୍ଷକତା ଏକ ପ୍ରବୃତ୍ତି। ବୃତ୍ତି ସହିତ ପ୍ରବୃତ୍ତି ମିଶିଲେ ଶିକ୍ଷକତା ସାର୍ଥକ ହୁଏ। ଆଜିକାଲି ପ୍ରବୃତ୍ତି ନ ଥାଇ ବୃତ୍ତିଧାରୀ ଶିକ୍ଷକଙ୍କ ସଂଖ୍ୟା ଅଧିକ। ବିଶେଷତଃ ଗାଁ ଗହଳିରେ ଡିଗ୍ରୀଗତ ଯୋଗ୍ୟତା ଥିଲେ ପାଖଆଖ ସ୍କୁଲ କଲେଜରେ ‘ଯା ରହିଯା’। ଖାଲି ବୃତ୍ତି ପାଇଁ ରହିଯା, ପ୍ରବୃତ୍ତି ଥାଉ କି ନ ଥାଉ। ବ୍ୟବସ୍ଥା ଏହିପରି, ଅବସ୍ଥା ମଧ୍ୟ ଏହିପରି। ବ୍ୟବସ୍ଥାରୁ ଅବସ୍ଥା ଅଥବା ଅବସ୍ଥାରୁ ବ୍ୟବସ୍ଥା, ବୁଝି ହେଉନାହିଁ। ସତରେ- ଶ୍ରୋତା ବକତା କେହି ନାହିଁ, ରୋଦନ କରୁ କାହିଁ ପାଇଁ?

ଭୁବନେଶ୍ୱର, ମୋ-୯୪୩୭୭୫୬୨୪୦

All Right Reserved By

ସମ୍ପାଦକୀୟ |

ଚାଷୀଙ୍କୁ ବାଉଳା

ଚାଷୀଙ୍କୁ ବାଉଳା

ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ବାଲାକୋଟ କାର୍ଯ୍ୟାନୁଷ୍ଠାନ ଉତ୍ତର ଭାରତରେ ସମ୍ଭବତଃ ଆଖିଦୃଶିଆ ପ୍ରଭାବ ପକାଇ ନାହିଁ। ଏଭଳି ଧାରଣା ସୃଷ୍ଟି କରିବା ପାଇଁ କୌଣସି ଅତ୍ୟଧିକ ରାଜନୈତିକ ବୁଦ୍ଧି ଦରକାର ନାହିଁ। ଉତ୍ତରପ୍ରଦେଶ ଭଳି କୃଷିଭିତ୍ତିକ ରାଜ୍ୟରେ ଚାଷୀ ଅସନ୍ତୋଷର ଭୂମିକା ଆସନ୍ତା ନିର୍ବାଚନରେ ଅଧିକ ରହିବ ବୋଲି ସ୍ପଷ୍ଟ ଜଣାପଡ଼ୁଛି।

ଅବାଞ୍ଛିତ ନାବାଳିକା ମାତୃତ୍ୱ

ଅବାଞ୍ଛିତ ନାବାଳିକା ମାତୃତ୍ୱ

ନାରାୟଣ ପଣ୍ଡା 

ସନ୍ତାନକୁ ଜନ୍ମ ଦେଉଥିବା ମା’ ଏକ ମଧୁରତମ ଶବ୍ଦ, ଯାହାର ବିକଳ୍ପ ହୁଏତ ଶବ୍ଦକୋଷରେ ନ।ହିଁ। ମା’ ବକ୍ଷର ଅମୃତ ପାନକରି ଶୈଶବର ବେଶ୍‌ କିଛିବର୍ଷ ଅବୋଧ ଶିଶୁଟି ଜୀବନ ଧାରଣକରେ। ସେ ବିଶ୍ୱ ନିର୍ମାଣର ଜନ୍ମବେଦି। ନାରୀ ଅଦିତି-ଅଖଣ୍ଡନୀୟା। 

ମା’ଙ୍କ ବିଚିତ୍ର ବେଶ

ମା’ଙ୍କ ବିଚିତ୍ର ବେଶ

ମାନସ କୁମାର ପାଢ଼ୀ

ରାଜଧାନୀ ଭୁବନେଶ୍ୱର। ସର୍ବବିଦ୍ୟା ମନ୍ଦିରର ମୁଖ୍ୟ ପୂଜାରୀ ସର୍ବଗିଳା ସକାଳୁ ନିତ୍ୟକର୍ମ ସାରି ମନ୍ଦିରର କବାଟ ଖୋଲି ଦେଖିଲେ ଶିକ୍ଷାମାତାଙ୍କ ଅପୂର୍ବ ବେଶ। ପଦ୍ମ ଉପରେ ନ ବସି ଗେଣ୍ଡୁମାଳ ଗଳାରେ ଲମ୍ବାଇ ଗୋଟିଏ ଗଧ ପାଖରେ ଛିଡ଼ା ହୋଇଛନ୍ତି ମା’। 

ଏଇ ଭାରତରେ

ଏଇ ଭାରତରେ

ପରିବର୍ତ୍ତିତ ସମୟ ସହିତ ଲୋକଙ୍କ ରୁଚି ତଥା ପେସା ବଦଳିବାରେ ଲାଗିଛି। ଏବେ କେତେକ ଭିକ୍ଷାବୃତ୍ତିକୁ ନିଜର ପେସା ଭାବେ ଗ୍ରହଣ କରିବାକୁ ପସନ୍ଦ କରୁଛନ୍ତି। ଏଥିରେ ଅର୍ଥ ବିନିଯୋଗ କରିବାର ଆବଶ୍ୟକତା ନାହିଁ। 

ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା

ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା

ଆକାର ପଟେଲ

ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଚାଲିଛି ଏବଂ ପ୍ରାର୍ଥୀମାନଙ୍କୁ ମାର୍ଚ୍ଚ ୨୫ ସୋମବାର ପୂର୍ବରୁ ଏହା ଦାଖଲ କରିବାକୁ ପଡ଼ିବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲର ଧାର୍ଯ୍ୟ ଅନ୍ତିମ ଦିବସ ହେଉଛି ମଙ୍ଗଳବାର। ମୁଁ ଏଠାରେ କେତେକ ବିଷୟ ଆଲୋଚନା କରିବାକୁ ଚାହୁଁଛି, ଯାହା ପ୍ରାର୍ଥୀମାନଙ୍କ ପାଇଁ ସା..

କିଓ୍ବି ଆଖିରେ ଲୁହ

କିଓ୍ବି ଆଖିରେ ଲୁହ

ପ୍ରକାଶ ତ୍ରିପାଠୀ

ମାତ୍ର ପାଞ୍ଚ ମିନିଟ୍‌ର ଭିଡିଓଟି କୌଣସି ଏକ ଆକ୍ସନଧର୍ମୀ ସିନେମାର ଲୋମ ଟାଙ୍କୁରା ଦୃଶ୍ୟଠାରୁ କମ୍‌ ନ ଥିଲା। ଏକ ଅତ୍ୟାଧୁନିକ ବନ୍ଧୁକ ହାତରେ ଧରି ବୀରଠାଣିରେ ଦୁଇ ଦୁଇଟି ମସଜିଦ୍‌ ଭିତରେ ଶାନ୍ତିର ରାହା ଖୋଜୁଥିବା ମଣିଷଗୁଡାଙ୍କୁ ପୋକମାଛି ପରି ମାରି ପକାଇବାଠାରୁ ବଳି ନାରକୀୟ ହିଂସା ଆଉ କ’ଣ ହୋଇପାରେ। ଘଟଣାଟି ଘଟିଛି ବିଶ୍ୱର ସର୍ବାଧି..

ପରିବେଶ ଚିନ୍ତକ

ପରିବେଶ ଚିନ୍ତକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ପରିବେଶ ପ୍ରସଙ୍ଗକୁ ନେଇ ଏବେ ପୃଥିବୀବ୍ୟାପୀ ଆଲୋଚନା ହେଉଛି। ବିଭିନ୍ନ କାରଣ ଯୋଗୁ ପରିବେଶ ପ୍ରଦୂଷିତ ହେବା ଚିନ୍ତାର ବିଷୟ ହୋଇଥିବା ବେଳେ ଏ ଦିଗରେ କ୍ୱଚିତ ଭାବୁଛନ୍ତି। ଏଭଳି ସମୟରେ ୪ ଜଣ ଭାରତୀୟ ଆ..

ଏଇ ଭାରତରେ

ଏଇ ଭାରତରେ

କଥାରେ ଅଛି-‘ପରଜାପତି ତରକା ଅତି।’ ଅର୍ଥାତ୍‌ ପ୍ରଜାପତିକୁ ଧରିବାକୁ ଗଲେ ତାହା ସହଜରେ ଧରା ଦିଏନାହିଁ।  ସାମାନ୍ୟ ଆଭାସ ପାଇବା ମାତ୍ରେ ଏହି ସୁନ୍ଦର ପତଙ୍ଗଟି ଉଡି ପଳାଇଯାଇଥାଏ। ତଥାପି ପିଲାମାନେ ପ୍ରଜାପତି ଧରିବାକୁ ଖୁବ୍‌ ଆଗ୍ରହ ସହକାରେ ତା’ ପଛରେ ଧାଇଁଥାଆନ୍ତି। ଏପରି ଜଣେ ପିଲାକୁ ପ୍ରଜାପତିମାନେ ଡରି ନ ଯାଇ ବରଂ ତା’ର ସାଥୀ ..

ଶବଦାହରେ ଘଷି

ଶବଦାହରେ ଘଷି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମରୁଛନ୍ତି। ମୁସଲମାନମାନେ ମୃତ ଲୋକର ଶବକୁ ପୋତିଦିଅନ୍ତି ଏବଂ ହିନ୍ଦୁମାନେ ତାକୁ ଅଗ୍ନିରେ ଦାହ କରନ୍ତି। ପାରମ୍ପରିକ ଭାବେ ଦାହ ପାଇଁ କାଠ ବ୍ୟବହୃତ ହୋଇ ଆସୁଥିବା ବେଳେ ଆଜିକାଲି ବିଦ୍ୟୁତ୍‌ଶକ୍ତି ଓ ଗ୍ୟାସ୍‌ ମଧ୍ୟ ବ୍ୟବହୃତ ହେଲାଣି।  କିନ୍ତୁ ଆଜିକାଲି ଜାଳେଣି କାଠର ଘୋର ଅଭାବ। ଦିଲ୍ଲୀରେ ସରକାରୀ ଗାର୍ଡନରମାନେ ଗଛର ଅଳ୍ପ କିଛି ଛୋଟ ଡାଳ କାଟିବାର ଛଳନା କରନ୍ତି। କିନ୍ତୁ ସେମାନେ ପ୍ରାୟ ସବୁ ବଡ଼ ବଡ଼ ଡାଳ କାଟନ୍ତି ଓ ସେସବୁକୁ ନିଗମବୋଧ ଘା..

ଅଶ୍ଳୀଳତାକୁ ନେଇ ଛଳନା

ଅଶ୍ଳୀଳତାକୁ ନେଇ ଛଳନା

ଡ. ସୁବାସ ଚନ୍ଦ୍ର ପାତ୍ର

ଅଶ୍ଳୀଳତାକୁ ନେଇ ମଣିଷର ଛଳନା ଇତିହାସ ପରି ପୁରୁଣା। କିଛିଦିନ ତଳେ ଖଣ୍ଡଗିରି ଯାତ୍ରା ମହୋତ୍ସବ ଅବସରରେ କୌଣସି ଏକ ଅପେରା ମଞ୍ଚ ଉପରେ ମନୋରଞ୍ଜନ ଆଳରେ ଜଣେ ମହିଳା କଳାକାର ଅଙ୍ଗ ପ୍ରଦର୍ଶନ ସହ ଅଶ୍ଳୀଳ ନୃତ୍ୟ ପରିବେଷଣ କରିବାର ଅଭିଯୋଗ ଆସିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ଟିଭି ଚ୍ୟାନେଲ ତାଙ୍କ ସହ ସାକ୍ଷାତ୍‌କାର ପ୍ରସାରଣ କଲେ ଏବଂ ଆଉ କେତେକ ଚ୍ୟାନେଲ ପ୍ରତିବାଦ ବାହାନାରେ ସେହି ତଥାକଥିତ ନଗ୍ନ ନୃତ୍ୟକୁ ବାରମ୍ବାର ପ୍ରଦର୍ଶନ ମଧ୍ୟ କଲେ। ଜଣେ ରାଜାଙ୍କୁ ଯଦି ତାଙ୍କ ପାର୍ଷଦ କହେ, ‘ମଣିମା, ଆପଣଙ୍କ ବଡ଼ଗୁଣ ହେଲା ଆପଣ ତୋଷାମଦି ଭଲପାଆନ୍ତି ନାହିଁ,’ ଏ କଥାଟି ଯେମିତି ଏକ ତୋଷା..

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର


ବିକାଶ କୁମାର ପତି

ଚିରନ୍ତନ ବିକାଶ ଲକ୍ଷ୍ୟ ସମସ୍ତଙ୍କୁ ୨୦୩୦ ସୁଦ୍ଧା ପାନୀୟ ଜଳ ଯୋଗାଇବା ପାଇଁ ଉଦ୍ଦିଷ୍ଟ। ଅର୍ଥାତ୍‌, କେହି ବି ପାନୀୟ ଜଳ ପାଇବାରୁ ବଞ୍ଚିତ ହେବେନି। କିନ୍ତୁ ଆଜି ବି ଲକ୍ଷ ଲକ୍ଷ ଲୋକ ସ୍ବଚ୍ଛ ପାନୀୟ ଜଳ ବିନା ବଞ୍ଚୁଛନ୍ତି- ତାଙ୍କ ପରିବାର, ବିଦ୍ୟାଳୟ, କର୍ମକ୍ଷେତ୍ର, ସବୁଠି ବଞ୍ଚିବା ପାଇଁ ଓ ତୃଷ୍ଣା ମେଣ୍ଟେଇବା ପାଇଁ କଷ୍ଟ କରୁଛନ୍ତି। ଜାତିସଂଘର ଜଳ ଉପରେ କାମ କରୁ..

ଏଇ ଭାରତରେ

ଏଇ ଭାରତରେ

କୁହାଯାଏ ବିବାହ ଯୋଡ଼ି ଈଶ୍ୱରଙ୍କ ଦରବାରରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ। ଏହାକୁ ଖଣ୍ଡନ କରିବା ସହଜ ନୁହେଁ। ମଧ୍ୟପ୍ରଦେଶର ଖଣ୍ଡଓ୍ବାରେ ଏପରି ଏକ ବିରଳ ବାହାଘର ସମ୍ପନ୍ନ ହୋଇଛି। ଖଣ୍ଡଓ୍ବା ଅନ୍ତର୍ଗତ ପୁନାସା ଗଁାର ବାସିନ୍ଦା ଧନେଶ ରାଜବୈଦ ନିମାଡ ନିବାସୀ ଚେତନା ଶର୍ମାଙ୍କୁ ବିବାହ କରିଛନ୍ତି। ଉଭୟ କନ୍ୟା ଓ ବରଙ୍କ ଉଚ୍ଚତା ୩୬ ଇଞ୍ଚ। ଉଚ୍ଚତା କମ୍‌ ..


Model This Week

ରଶ୍ମି
Why Dharitri