ଅପରାଧ | ବାଲେଶ୍ୱର

୭ ଚୋରା ମଦ ବେପାରୀ ଗିରଫ

୭ ଚୋରା ମଦ ବେପାରୀ ଗିରଫ

ନୀଳଗିରି, ୧୦ା୧୨(ଡି.ଏନ.ଏ.)-ନୀଳଗିରି  ଅବକାରୀ ବିଭାଗ ପକ୍ଷରୁ ଥାନାର ବିଭିନ୍ନ ଗାଁରେ ସୋମବାର ଚଢାଉ କରାଯାଇ ୭ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ସମୁଦାୟ ୪୪ଲିଟର ଦେଶୀ ମହୁଲି ମଦ ଜବତ ହୋଇଛି। ଏନେଇ ବିଭାଗରେ ମାମଲା (ନଂ. ୩୧/୧୮,  ୩୨/୧୮,  ୮୩/୧୮, ୮୪/୧୮, ୮୫/୧୮, ୮୬/୧୮ ଓ ୮୭/୧୮ ) ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଛି। ସେମାନେ ହେଲେ ଗୋପାଳପୁର ଗାଁର ବୀରଭଦ୍ର ସିଂ, କରଞ୍ଜିଆ ଗାଁର ମୀନତି ଜେନା, ଗୁଜୁଡିହା ଗାଁର ସୁକାନ୍ତି ବେହେରା, ପୋଡାଶୂଳ ଗାଁର ସଞ୍ଜୟ କୁମାର ବେହେରା, ବିଟୁସାହି ଗାଁର ସୁମିତ୍ରା ସିଂ, ଜଡିବାଲି ଗାଁର କୃଷ୍ଣଚନ୍ଦ୍ର ମହାନ୍ତି  ଓ ସଜନାଗଡ ଗାଁର ସୋମନାଥ ରାଉତ। ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ପୂର୍ବାହ୍ନରେ ନିରୀକ୍ଷକ କରୁଣାଶଙ୍କର ତିୱାରୀଙ୍କ ନେତୃତ୍ୱରେ ଉପନିରୀକ୍ଷକ ଲକ୍ଷେସାଧବ ପ୍ରଧାନ, ସହକାରୀ ଉପନିରୀକ୍ଷକ ଜୟନ୍ତୀ ଆଚାର୍ଯ୍ୟଙ୍କ ସମେତ ଅବକାରୀ ଟିମ୍‌ ଚଢାଉରେ ସାମିଲ ଥିଲେ ା 

All Right Reserved By

ଅପରାଧ | ବାଲେଶ୍ୱର

୫ ବର୍ଷର ନାବାଳିକାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

୫ ବର୍ଷର ନାବାଳିକାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

କଟକ ଅଫିସ,୨୧।୩: କଟକ ଜିଲା ଜଗତପୁର ଅଞ୍ଚଳରେ ୫ ବର୍ଷର ଜଣେ ନାବାଳିକାକୁ ବୁଧବାର ବଳାତ୍କାର ହୋଇଥିବା ଅଭିଯୋଗ ହୋଇଥିଲା। ଘଟଣାରେ ୪୦ ବର୍ଷର ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। 

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼: ଜଣେ ମୃତ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼: ଜଣେ ମୃତ

ଝାରସୁଗୁଡା,୨୧।୩: ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅଞ୍ଚଳର ମଣ୍ଡଳିଆସ୍ଥିତ ଏକ ଜଳାଶୟ ନିକଟରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି  ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି। 

ମହିଳାଙ୍କୁ ଗଳାକାଟି ବଳାତ୍କାର ଅଭିଯୋଗ

ମହିଳାଙ୍କୁ ଗଳାକାଟି ବଳାତ୍କାର ଅଭିଯୋଗ

ଖୁଣ୍ଟୁଣୀ,୨୧।୩(ଡି.ଏନ୍‌.ଏ.): କଟକ ଜିଲା ଖୁଣ୍ଟୁଣୀ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଜଣେ ମହିଳାଙ୍କୁ ଗଳାକାଟି  ବଳାତ୍କାର କରାଯାଇଥିବା ଗୁରୁବାର ଖୁଣ୍ଟୁଣୀ ଥାନାରେ ଅଭିଯୋଗ ହୋଇଛି। 

ବଡ଼ଭାଈ ଆକ୍ରମଣରେ ସାନଭାଈ ମୃତ

ବଡ଼ଭାଈ ଆକ୍ରମଣରେ ସାନଭାଈ ମୃତ

ପାରାଦୀପ, ୨୧।୩ (ସ୍ବ.ପ୍ର.)- ପାରାଦୀପ ମଡେଲ ଥାନା ଅଧୀନ ନୂଆବଜାର ସାଇମନ୍ଦିର ନିକଟସ୍ଥ କଲୋନୀରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବଡ଼ଭାଈ ଆକ୍ରମଣରେ ସାନଭାଈର ମୃତ୍ୟୁବରଣ କରିଛି। ମୃତକ ଜଣକ ହେଲେ ସୁଦୀପ୍ତ ସ୍ବାଇଁ(୩୨)।

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ୫ ଅଟକ

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ୫ ଅଟକ

ବଲାଙ୍ଗୀର ଅଫିସ,୨୧।୩ : ବଲାଙ୍ଗୀର ମାଲଗୋଦାମପଡ଼ାରୁ ଚାଲାଣ ହେଉଥିବା ବିପୁଳ ପରିମାଣର ବେଆଇନ କଫ୍‌ ସିରପ୍‌କୁ ଗୁରୁବାର ବଲାଙ୍ଗୀର ପୋଲିସ ଜବତ କରିବା ସହ ଏହି ମାମଲାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରିରଖିଛି।

ଉପକାରାଗାରରୁ କଏଦୀ ଫେରାର ଘଟଣାକୁ ବର୍ଷେ, ହାତବାନ୍ଧି ବସିଛି ପୋଲିସ

ଉପକାରାଗାରରୁ କଏଦୀ ଫେରାର ଘଟଣାକୁ ବର୍ଷେ, ହାତବାନ୍ଧି ବସିଛି ପୋଲିସ

କେନ୍ଦ୍ରାପଡ଼ା ଅଫିସ, ୨୧।୩-କେନ୍ଦ୍ରାପଡ଼ା ଜିଲା ବାରିମୂଳସ୍ଥିତ ଉପକାରାଗାରରୁ ହତ୍ୟା ଅଭିଯୁକ୍ତ ନିକିରାଇ ଥାନା ମିର୍ଜାପୁର ଗ୍ରାମର ରଙ୍ଗାଧର ବିଶ୍ୱାଳ ୨୦୧୮ ମାର୍ଚ୍ଚ ୧୮ ତାରିଖରେ ପାଚେରି ଡେଇଁ ଫେରାର ହୋଇଯାଇଥିଲେ। ଇତିମଧ୍ୟରେ ଏହି ଘଟଣାକୁ ବର୍ଷେ ପୂରିଥିଲେ ହେଁ ରଙ୍ଗାଧରଙ୍କୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇନାହିଁ। 

ଚୋର ସନ୍ଦେହ: ଯୁବକଙ୍କୁ ଲଣ୍ଡାକରି ମାଡ଼

ଚୋର ସନ୍ଦେହ: ଯୁବକଙ୍କୁ ଲଣ୍ଡାକରି ମାଡ଼

କବିସୂର୍ଯ୍ୟନଗର,୨୦।୩- କବିସୂର୍ଯ୍ୟନଗର ନନ୍ଦିଆଗଡ଼ା ଗ୍ରାମରେ ଜଣେ ଯୁବକଙ୍କୁ ଚୋର ସନ୍ଦେହରେ ମଙ୍ଗଳବାର ରାତିରେ ଲଣ୍ଡା କରି ନିସ୍ତୁକ ମାଡ ମାରିବା ସହ ବୁଧବାର ସକାଳେ ପୋଲିସକୁ ହସ୍ତାନ୍ତର କରାଯାଇଛି। ପୋଲିସ ଗ୍ରାମରେ ପହଞ୍ଚତ୍ ଯୁବକଙ୍କୁ ଥାନାକୁ ଆଣିଥିଲା। ମାତ୍ର ସମ୍ପୃକ୍ତ ଯୁବକ ଜଣକ ପାଲଟା ଅଭିଯୋଗ କରିଛନ୍ତି, ସେ ରାତିରେ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସିଥିବାବେଳେ ଲୋକମାନେ ତାଙ୍କୁ ବାନ୍ଧି ମାଡ ମାରିଛନ୍ତି। ଏନେଇ ନଂ.୬୯/୧୯ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।

୪ କୁଇଣ୍ଟାଲ ଗଞ୍ଜେଇ ସହ ଟ୍ରକ୍‌ ଜବତ, ଜଣେ ଗିରଫ

୪ କୁଇଣ୍ଟାଲ ଗଞ୍ଜେଇ ସହ ଟ୍ରକ୍‌ ଜବତ, ଜଣେ ଗିରଫ

ଗଞ୍ଜାମ,୨୦।୩(ଡି.ଏନ.ଏ.)- ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ କୌଣସି ସୂତ୍ରରୁ ଖବର ପାଇ ଗଞ୍ଜେଇ ବୋଝେଇ ଏକ ଟ୍ରକର ପିଛା କରି ଗଞ୍ଜାମ ଥାନା ପୁଇଁତୋଳା ଛକଠାରେ ଧରିଛି। ଜବତ ଟ୍ରକରୁ ୪କୁଇଣ୍ଟାଲ (୧୬ବସ୍ତା) ଗଞ୍ଜେଇ ଜବତ ହୋଇଛି। ଗିରଫ ବ୍ୟକ୍ତି ଜଣକ ହେଲେ ହରିୟାଣାର ପାଲୱାଲା ଜିଲା କୋଟ-୨୮୦ ଗ୍ରାମର ନାସିର (୨୨)। ଚଢାଉ କରିଥିବା ଅଧିକାରୀଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଦିଗପହଣ୍ଡି ଏବଂ ଚିକିଟି ଅଞ୍ଚଳରୁ ଉକ୍ତ ଗାଡ଼ିରେ ଗଞ୍ଜେଇ ଲୋଡ ହୋଇ ହରିୟାଣା ଯାଉଥିଲା।

ସ୍ବୟଂସହାୟିକା ସଭାନେତ୍ରୀଙ୍କଠାରୁ ଲୁଟ୍‌

ସ୍ବୟଂସହାୟିକା ସଭାନେତ୍ରୀଙ୍କଠାରୁ ଲୁଟ୍‌

ବଇଣ୍ଡା, ୨୦।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ଅନ୍ତର୍ଗତ ବଇଣ୍ଡା ପୋଖରୀ ନିକଟରେ ଥିବା ସାହୁ ଲେଡିଜ୍‌ କନର୍ର୍ର ନିକଟରୁ ଜଣେ ମହିଳାଙ୍କଠାରୁ ବୁଧବାର ଅପରାହ୍ନରେ ୧ ଲକ୍ଷ ୬୫ ହଜାର ଟଙ୍କା ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ଆନନ୍ଦମୁଣ୍ଡା ଗ୍ରାମ ମା’ ମହାଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଲକିନ୍‌ ସାହୁ(୨୪)। 

ଭିଜିଲାନ୍ସ ଜାଲରେ ବ୍ରାହ୍ମଣୀତରଙ୍ଗ ଥାନା ଏସ୍‌ଆଇ

ଭିଜିଲାନ୍ସ ଜାଲରେ ବ୍ରାହ୍ମଣୀତରଙ୍ଗ ଥାନା ଏସ୍‌ଆଇ

ବେଦବ୍ୟାସ,୨୦।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଉରକେଲା ଅନ୍ତର୍ଗତ ବ୍ରାହ୍ମଣୀତରଙ୍ଗ ଥାନାର ଯୁବ ଏସ୍‌ଆଇ ମଧୁ ପାତ୍ର ବୁଧବାର ଲାଞ୍ଚ ନେଉଥିବା ବଳେ ରାଉରକେଲା ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି।

ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ:  ଜଣେ ଗିରଫ

ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ: ଜଣେ ଗିରଫ

ଗଞ୍ଜାମ,୨୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଇଁତୋଳା ଛକ ନିକଟରୁ ବୁଧବାର ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟର ନାର୍କୋଟିସ୍‌  କଣ୍ଟ୍ରୋଲ  ଦ୍ୱାରା ଏକ  ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ ହୋଇଛି। 

ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ: ପଗଡ଼ିରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ: ପଗଡ଼ିରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର, ୨୦।୩(ବ୍ୟୁରୋ): ଭୁବନେଶ୍ବର ବିମାନବନ୍ଦରରୁ ପୁଣି ସୁନା ଜବତ ହୋଇଛି। ବୁଧବାର ଜଣେ ଯାତ୍ରୀଙ୍କ ନିକଟରୁ ୬୧୦ ଗ୍ରାମ ଓଜନର ୨ ଖଣ୍ଡ ସୁନା ବିସ୍କୁଟ ଜବତ କରାଯାଇଛି। ଉକ୍ତ ଯାତ୍ରୀଜଣଙ୍କ ହେଲେ ଅମରଜିତ ସିଂହ। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା