ଜୀବନଚର୍ଯ୍ୟା |

ଆକ୍ୟୁପେସନାଲ ଥେରାପି

ଆକ୍ୟୁପେସନାଲ ଥେରାପି

ବର୍ତ୍ତମାନର ଆଧୁନିକ ଚିକିସତ୍ା ବିଜ୍ଞାନର ଅବିଭକ୍ତ ତଥା ଅତ୍ୟାବଶ୍ୟକ ପଦ୍ଧତି ହେଉଛି ଅକ୍ୟୁପେସନାଲ୍‌ ଥେରାପି । ସ୍ବଧ୍ୟାୟ, ଆବଶ୍ୟକ କାର୍ଯ୍ୟ ତଥା କ୍ରୀଡ଼ା ସାହାଯ୍ୟରେ ଶାରୀରିକ ତଥା ମାନସିକ ସ୍ତରରେ ପ୍ରୋସତ୍ାହନ ତଥା ଉନ୍ନତି, ଅସାମର୍ଥ୍ୟତା ଦୂରୀକରଣ, ସ୍ବୟଂ ଚଳପ୍ରଚଳତାର କ୍ଷମତା ହାସଲ, ଅକ୍ୟୁପେସନାଲ୍‌ ଥେରାପିର ମୁଖ୍ୟ ଲକ୍ଷ୍ୟ ।


ବର୍ତ୍ତମାନର ଆଧୁନିକ ଚିକିସତ୍ା ବିଜ୍ଞାନର ଅବିଭକ୍ତ ତଥା ଅତ୍ୟାବଶ୍ୟକ ପଦ୍ଧତି ହେଉଛି ଅକ୍ୟୁପେସନାଲ୍‌ ଥେରାପି । ସ୍ବଧ୍ୟାୟ, ଆବଶ୍ୟକ କାର୍ଯ୍ୟ ତଥା କ୍ରୀଡା ସାହାଯ୍ୟରେ ଶାରୀରିକ ତଥା ମାନସିକ ସ୍ତରରେ ପ୍ରୋସତ୍ାହନ ତଥା ଉନ୍ନତି, ଅସାମର୍ଥ୍ୟତା ଦୂରୀକରଣ, ସ୍ବୟଂ ଚଳପ୍ରଚଳର କ୍ଷମତା ହାସଲ ଆକ୍ୟୁପେସନାଲ୍‌ ଥେରାପିର ମୁଖ୍ୟ ଲକ୍ଷ୍ୟ ।

ଅକ୍ୟୁପେସନାଲ ଥେରାପି ପୁରାତନ ଯୁଗର ଅସାଧ୍ୟ ରୋଗ ନିରାକରଣ କରିବାରେ ସଫଳ ହୋଇ ଆସିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଖ୍ରୀଷ୍ଟପୂର୍ବ ୧୦୦ରେ ଗ୍ରୀକ୍‌ ବୈଜ୍ଞାନିକ ଆସକ୍ଲେ ପିଆଡେସ୍‌ (Ascle Piades) ବିଭିନ୍ନ ପ୍ରକାର ଡାକ୍ତର ସ୍ନାନ ପ୍ରଣାଳୀ (Therapeutic Bath), ମସାଜ୍‌ (massage), ବ୍ୟାୟାମ୍‌ ଓ ମ୍ୟୁଜିକ୍‌ ଥେରାପି ମାଧ୍ୟମରେ ବିଭିନ୍ନ ପ୍ରକାର ମାନସିକ ରୋଗ ଦୂର କରିପାରୁଥିଲେ। ସେହିପରି ରୋମାନ୍‌ ଡାକ୍ତର ତଥା ଦାର୍ଶନିକ ସେଲ୍‌ସସ୍‌ (celsus) ମ୍ୟୁଜିକ୍‌ ଥେରାପି, ଭ୍ରମଣ ଚିକିସତ୍ା, ବ୍ୟାୟାମ ଓ ଆଜନ୍ମ ମୂକ ରୋଗୀ ମାନଙ୍କୁ କଥୋପକପନର ବିଭିନ୍ନ ପ୍ରଣାଳୀ ଦ୍ୱାରା ଆରୋଗ୍ୟ କରିପାରୁଥିଲେ। ଆକ୍ୟୁପେସନାଲ୍‌ ଥେରାପି ସମ୍ଭବତଃ ଅଠର ଶହ ଶତାବ୍ଦୀରେ ଚିକିସତ୍ାଳୟଧୀନ ହୋଇପାରିଥିଲା । ଏହାକୁ ସମ୍ଭବ କରିପାରିଥିଲେ ଫିଲିପ୍ପି ପିନେଲ୍‌ (Philippe Pinel) ଏବଂ ଜିହାନ୍‌ ଖ୍ରୀଷ୍ଟାନ୍‌ ରେଲ୍‌ (Jihann christian Reil)। ବିଶ୍ୱଯୁଦ୍ଧ ଦ୍ୱାରା ଭୟାବହ ଶାରୀରିକ ତଥା ମାନସିକ କ୍ଷତି ଅକ୍ୟୁପେସନାଲ ଥେରାପିର ଆବଶ୍ୟକ ଲୋଡିଥିଲେ । ମୂଳତଃ, ୟୁରୋପରେ ସଂପୂର୍ଣ୍ଣ ରୂପେ ପ୍ରଭାବ ବିସ୍ତାର କରିବା ପରେ ଯୁକ୍ତରାଷ୍ଟ୍ର ଓ ପରେ ପରେ ସମଗ୍ର ବିଶ୍ୱରେ ଅକ୍ୟୁପେସନାଲ୍‌ ଥେରାପି ନିଜ କାୟା ବିସ୍ତାର କରିବାରେ ସଫଳ ହୋଇପାରିଛି । 

ଦାର୍ଶନିକ ଦୃଷ୍ଟିକୋଣରୁ ଦେଖିବା ଦ୍ୱାରା ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେବା ଯେ ଅକ୍ୟୁପେସନାଲ ଥେରାପି କଳ୍ପନା ଦ୍ୱାରା ବିଭିନ୍ନ ରୋଗର ଭିନ୍ନ ଭିନ୍ନ ସମାଧାନ ପ୍ରଣାଳୀ ଆବିଷ୍କାର କରିବା (Romanticism), ବାସ୍ତବବାଦ ଉପରେ ବିଶେଷ ଦୃଷ୍ଟି ଦେଇ ଅସାଧ୍ୟ ରୋଗରୁ ଲୋକମାନଙ୍କୁ ମୁକ୍ତି ପ୍ରଦାନ କରିପାରୁଛି । ଏହାବ୍ୟତୀତ ଅକ୍ୟୁପେସନାଲ ଥେରାପି ସ୍ବାସ୍ଥ୍ୟ ଉପରେ ଏକ ଯୁକ୍ତାମତ୍କ ପ୍ରଭାବ ପକାଏ। ଅକ୍ୟୁପେସନାଲ ଥେରାପି ରୋଗୀକୁ ଏକ ଠିକ୍‌ ପ୍ରଣାଳୀ ଦ୍ୱାରା ବ୍ୟାୟାମ ଅଭ୍ୟାସ ଓ ସମୟର ଠିକ୍‌ ବିନିଯୋଗ କିପରି ହୋଇପାରିବ ତାହା ଶିଖାଏ ଏବଂ ସ୍ବାସ୍ଥ୍ୟ, ସଂସ୍କୃତି ଓ ବ୍ୟକ୍ତିଗତ ଉନ୍ନତି ପାଇଁ ସଦାସର୍ବଦା ପ୍ରଚେଷ୍ଟା କରିଥାଏ । ଅତଏବ ଅକ୍ୟୁପେସନାଲ ଥେରାପି ଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ମାନସିକ ତଥା ଶାରୀରିକ ବିକଳାଙ୍ଗତାରୁ ମୁକ୍ତି ପାଇବା ଅନିବାର୍ଯ୍ୟ ଅଟେ ।

ଅକ୍ୟୁପେସନାଲ ଥେରାପିଷ୍ଟ ସମସ୍ତ ବୟସ ତଥା ଲିଙ୍ଗ କ୍ଷେତ୍ରରେ ଉନ୍ନତ ସେବା ପ୍ରଦାନ କରିଥାନ୍ତି ା ଏହିମାନେ ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନରେ କାର୍ଯ୍ୟରତ । 

Autism, Cerebral Palsy ବା ମସ୍ତିଷ୍କ କ୍ରମବିକାଶରେ ଅକ୍ଷମତା, Spinal cord ବା ମେରୁଦଣ୍ଡ ଆଘାତ, ଅସ୍ଥି ଏବଂ ସ୍ନାୟୁ ସମନ୍ଧୀୟ ଚିିକିସତ୍ା, Learning disorder ବା ଶିକ୍ଷାଜନିତ ଅକ୍ଷମତା, ପୋଲିଓ ମସ୍ତିଷ୍କ ସମନ୍ଧୀୟ ରୋଗ, ମସ୍ତିଷ୍କ ଆଘାତ (Head injury), ବାର୍ଦ୍ଧକ୍ୟ ଜନିତ ଦୁର୍ବଳତା, ଷ୍ଟ୍ରୋକ (stroke) ଆଦି ଚିକିସତ୍ାରେ ଆକ୍ୟୁପେସନାଲ ଥେରାପି ସଞ୍ଜିବନୀ-ରୂପେ କାର୍ଯ୍ୟରତ ।

ଅକ୍ୟୁପେସନାଲ ଥେରାପି ଦ୍ୱାରା ମେରୁଦଣ୍ଡ ଆଘାତଜନିତ ରୋଗର ଚିକିସତ୍ା ଯଥାକ୍ରମେ ତିନୋଟି ପ୍ରକ୍ରିୟାରେ କରାଯାଏ। (୧) ପ୍ରତିକାରକ (remedial), (୨) compensation (ବିଭିନ୍ନ କୌଶଳ ଦ୍ୱାରା କ୍ଷତିପୂରଣ) ଏବଂ madification (ରୂପାନ୍ତରଣ)। ପ୍ରଥମତଃ ମେରୁଦଣ୍ଡ ଆଘାତ ଦ୍ୱାରା ରୋଗୀଟି ନିଜର ଦୈନନ୍ଦିନ ଜୀବନର ସମସ୍ତ କାର୍ଯ୍ୟ କିପରି ସୁରୁଖୁରୁରେ କରିପାରିବ ସେଥିପ୍ରତି ଧ୍ୟାନ ଦିଆଯାଏ। ଯଦି ରୋଗୀଟିଏ ପ୍ରଥମ ପ୍ରକ୍ରିୟାରେ ଅସଫଳ ହେଲା  ତେବେ ବିଭିନ୍ନ କୌଶଳ ଏବଂ ସହକାରୀ ଯନ୍ତ୍ରପାତି ଦ୍ୱାରା ଦୈନନ୍ଦିନ ଜୀବନର ସମସ୍ତ କାର୍ଯ୍ୟ କିପରି ଉନ୍ନତ ମାନରେ କରିପାରିବେ ସେଥିପାଇଁ ସାହାଯ୍ୟରତ ରହିଥାନ୍ତି   ଅକ୍ୟୁପେସନାଲ ଥେରାପିଷ୍ଟ ା ମସ୍ତିଷ୍କ (stroke) ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିବିଶେଷଙ୍କ ଚିକିସତ୍ା ଅକ୍ୟୁପେସନାଲ ଥେରାପି ଦ୍ୱାରା ଅତିଶୀଘ୍ର (ପକ୍ଷାଘାତ ହେବାର ଦୁଇ ସପ୍ତାହ ମଧ୍ୟରେ) ଆରମ୍ଭ କରାଯାଇଥାଏ। ପକ୍ଷାଘାତ ଦ୍ୱାରା ପ୍ରଭାବିତ ହୋଇଥିବା ଅଙ୍ଗପ୍ରତ୍ୟଙ୍ଗର ଗତିବିଧିକୁ ପୁନର୍ଗଠନ କରିବାରେ ଅକ୍ୟୁପେସନାଲ ଥେରାପି ଅତ୍ୟନ୍ତ ସାହାଯ୍ୟକାରୀ ଯାହା ବିଭିନ୍ନ କାର୍ଯ୍ୟକଳାପ (Activity) ଦ୍ୱାରା ସମ୍ଭବପର, ଏହା ସହ ସ୍ନାୟୁକୁ ପୁନର୍ଜୀବିତ କରିବାରେ ମଧ୍ୟ ଏହା ସାହାଯ୍ୟକାରୀ । ପକ୍ଷାଘାତ ରୋଗୀକୁ ଏକ ଉତ୍ତମ ସ୍ବାସ୍ଥ୍ୟ ଦ୍ୱାରା ନିଜ ପୁନର୍ଜୀବନକୁ ଫେରିପାଇବାରେ ଆକ୍ୟୁପେସନାଲ ଥେରାପି ଅତ୍ୟନ୍ତ ସାହାଯ୍ୟ କରିଥାଏ ।

ସମସ୍ତେ ଜାଣନ୍ତି ମାନସିକ ରୋଗଗ୍ରସ୍ତ ହୋଇଥିବା ବ୍ୟକ୍ତିବିଶେଷ ସୁସ୍ଥ ହେବା ପାଇଁ ଏକ ଉତ୍ତମ ପରିବେଶର ନିତାନ୍ତ ଆବଶ୍ୟକ ହୋଇଥାଏ । ଏମିତି ଏକ ପରିବେଶ ଯେଉଁଠାରେ ସେ ନିଜକୁ ସୁରକ୍ଷିତ ଓ ସ୍ନେହବହୁଳ ଅନୁଭବ କରିପାରୁଥାଏ। ଅକ୍ୟୁପେସନାଲ ଥେରାପିଷ୍ଟ ବିଭିନ୍ନ କାର୍ଯ୍ୟକଳାପ ଦ୍ୱାରା ମାନସିକ ଦୁର୍ବଳତାରୁ ରୋଗୀଙ୍କୁ ମୁକ୍ତି ପ୍ରଦାନ କରନ୍ତି ଏବଂ ତତ୍‌ ସହିତ ଏକ ନୂତନ ଜୀବନର ଆଶା ମଧ୍ୟ ପ୍ରେରଣ କରିଥାନ୍ତି ।

ଅକ୍ୟୁପେସନାଲ ଥେରାପିରେ ଭିନ୍ନକ୍ଷମ ଶିଶୁଙ୍କୁ ବିଶେଷ ଧ୍ୟାନ ଦିଆଯାଏ । ଅନ୍ୟ ଡାକ୍ତରୀ ବୃତ୍ତି ଅପେକ୍ଷା ଅକ୍ୟୁପେସନାଲ ଥେରାପିର ଅବଦାନ ଏଥିପ୍ରତି ଅତୁଳନୀୟା ସାମାଜିକ, ବ୍ୟକ୍ତିଗତ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଯେଉଁ ଶିଶୁମାନେ ଦୁର୍ବଳଥାନ୍ତି ସେମାନଙ୍କ ଅସୁବିଧାର ମୂଳକାରଣର ଅନୁସନ୍ଧାନ କରି ତାହାର ଚିକିସତ୍ା କରିଥାନ୍ତି ଅକ୍ୟୁପେସନାଲ ଥେରାପିଷ୍ଟ। ଏହି ଶିଶୁମାନେ ନିଜ ଦୈନନ୍ଦିନ ଜୀବନର ଅତ୍ୟାବଶ୍ୟକ କାର୍ଯ୍ୟକଳାପରେ ସନ୍ତୁଳନ ହରାଇବସିଥାନ୍ତି, ଯଥା ବସିବା, ଖାଇବା, ଦୌଡିବା ଇତ୍ୟାଦି ା    ଅକ୍ୟୁପେସନାଲ ଥେରାପିଷ୍ଟମାନେ ଉକ୍ତ ରୋଗଥିବା ଶିଶୁମାନଙ୍କୁ ୪ରୁ ୬ ମାସ ବୟସ ମଧ୍ୟରେ ନିଦାନ ଓ ଚିକିସତ୍ା ଦ୍ୱାରା ଏକ ନୂତନ ଜୀବନ ଦାନ କରି ବଞ୍ଚତ୍ବାର ମୁଖ୍ୟସ୍ରୋତକୁ ଫେରାଇ ଆଣିବାରେ ସଫଳ ହୋଇଥାନ୍ତି। 

ଡା. ଅନୁରୂପା ସେନାପତି 

-ବିଭାଗୀୟ ମୁଖ୍ୟ, ଅକ୍ୟୁପେସନାଲ ଥେରାପି, ନିଟାର, ଫୁଲନଖରା, କଟକ

ମୋ : ୯୪୩୭୬୩୧୪୯୧

All Right Reserved By

ଜୀବନଚର୍ଯ୍ୟା |

କଫ ସମସ୍ୟାରୁ ଉପଶମ ପାଇଁ..

କଫ ସମସ୍ୟାରୁ ଉପଶମ ପାଇଁ..

ଅତ୍ୟଧିକ ଥଣ୍ଡା ହେଲେ ଛାତିରେ କଫ ଜମିବା ଆଶଙ୍କା ଅଧିକ ଥାଏ। ଏହା ଦ୍ୱାରା ଶ୍ୱାସକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ। ଏପରି ସମସ୍ୟାରୁ ଉପଶମ ପାଇବାର କେତେକ ଘରୋଇ ଉପାୟ ରହିଛି। ଏଗୁଡିକୁ ଆପଣେଇପାରନ୍ତି... 

ସ୍ବାସ୍ଥ୍ୟ  ସୂଚନା

ସ୍ବାସ୍ଥ୍ୟ ସୂଚନା

କେତେକେ ଡାକ୍ତରଙ୍କ ପରାମର୍ଶକୁ ଠିକ୍‌ ଭାବରେ ପାଳନ କରି ନ ଥାନ୍ତି। ରୋଗରୁ ଆରୋଗ୍ୟ ମିଳିବା ମାତ୍ରେ ଔଷଧ ଖାଇବା ବନ୍ଦ କରିଦେବା, ଡାକ୍ତର ସୂଚିତ କରିଥିବା ପରୀକ୍ଷା ନ କରିବା ନିଜର ବୋକାମି ବ୍ୟତୀତ ଆଉ କିଛି ନୁହେଁ। କାରଣ ରୋଗୀର ଅବସ୍ଥାକୁ ଦେଖି ଜଣେ ଡାକ୍ତର କେତେଦିନ ଔଷଧ ଖାଇବ, ଆରୋଗ୍ୟ ଲାଭ କରିବା ପରେ ମଧ୍ୟ କି କି ପରୀକ୍ଷା କରାଇବାକୁ ପଡ଼ିବ ସେ ସମ୍ପର୍କରେ ପ୍ରେସ୍‌କ୍ରିପ୍‌ସନରେ ଉଲ୍ଲେଖ କରିଥାଆନ୍ତି। ତାହାକୁ ଅନୁସରଣ କରନ୍ତୁ।

ସକାରାତ୍ମକ ଚିନ୍ତାଧାରା ବଢ଼ାଇବାର ସହଜ ଉପାୟ

ସକାରାତ୍ମକ ଚିନ୍ତାଧାରା ବଢ଼ାଇବାର ସହଜ ଉପାୟ

ମନପସନ୍ଦର ସଙ୍ଗୀତ ଭାରାକ୍ରାନ୍ତ ମନକୁ ଅନେକାଂଶରେ ହାଲ୍‌କା କରିଥାଏ। ସେଥିପାଇଁ ଅନେକେ ମନପସନ୍ଦର ସଙ୍ଗୀତ ଶୁଣିବାକୁ ଉଚିତ ମଣିଥାଆନ୍ତି। ହେଲେ ଏପରି ଅଭ୍ୟାସ ସଂପୃକ୍ତ ବ୍ୟକ୍ତିଙ୍କର ସକାରାତ୍ମକ ଚିନ୍ତାଧାରାକୁ ବଢ଼ାଇବାରେ ଅନୋକାଂଶରେ ସହାୟକ ହୋଇଥାଏ। 

ସହଜରେ ଠାବ ହେବ ରେଟିନାଲ ସେଲ୍‌

ସହଜରେ ଠାବ ହେବ ରେଟିନାଲ ସେଲ୍‌

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଦିନକୁ ଦିନ ନୂଆ ଜିନିଷ ଉଦ୍ଭାବନ ଚାଲୁ ରହିଛି। ନିକଟରେ ଲଣ୍ଡନ ୟୁନିଭର୍ସିଟିର ଚକ୍ଷୁ ବିଶେଷଜ୍ଞମାନେ ଏକ ନୂଆ ଡିଭାଇସ୍‌ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି। ଏହାଦ୍ୱାରା ଦୃଷ୍ଟିଶକ୍ତିଜନିତ ସମସ୍ୟାର କେତେକାଂଶରେ ସମାଧାନ କରାଯାଇପାରିବ।

ଆଜ୍‌ମା: ସତର୍କତା

ଆଜ୍‌ମା: ସତର୍କତା

ଆଜ୍‌ମା ଏକ ଶ୍ୱାସଜନିତ ସମସ୍ୟା। ଏହାଦ୍ୱାରା ଆକ୍ରାନ୍ତ ହେଲେ ବ୍ୟକ୍ତି ଜଣକ ସହଜରେ ନିଃଶ୍ୱାସ ନେଇପାରନ୍ତି ନାହିଁ। ଫଳରେ ଏହାର ତୁରନ୍ତ ଚିକିତ୍ସା କରାଇବାକୁ ପଡିଥାଏ। ବେଳେବେଳେ ରୋଗୀର ଅବସ୍ଥା ଦେଖି ତାକୁ ଆସିୟୁରେ ଆଡ୍‌ମିଶନ କରାଯାଇ ଚିକିତ୍ସା କରାଯାଏ। ଆଜ୍‌ମାରୁ ଉପଶମ ପାଇବା ପାଇଁ କେତେକ ଔଷଧ ଧୀରେ ଧୀରେ କାମ କରେ ଏବଂ କେତେକରୁ ଶୀଘ୍ର ଫଳ ମିଳିଥାଏ। 

ନିମ୍ନତାପ ଚିକିତ୍ସା

ନିମ୍ନତାପ ଚିକିତ୍ସା

ରୋଗୀଠାରେ ରୋଗାକ୍ରାନ୍ତ ସ୍ଥାନର ତାପମାତ୍ରାକୁ ଯଥେଷ୍ଟ କମେଇଦେଇ ଜଟିଳ ଅପରେସନ ସବୁ କରିପାରୁଛନ୍ତି ଓ ଅପରେସନ ସରିଗଲାପରେ ତାପମାତ୍ରାକୁ ପୁନର୍ବାର ଉଷୁମ ଅବସ୍ଥାକୁ ନେଇଆସୁଛନ୍ତି।

ଅଶୁଂଘାତରୁ ରକ୍ଷା ଲାଗି ଆପଣାନ୍ତୁ ଏହି ସହଜ ଉପାୟ...

ଅଶୁଂଘାତରୁ ରକ୍ଷା ଲାଗି ଆପଣାନ୍ତୁ ଏହି ସହଜ ଉପାୟ...

ଖରାଦିନେ ପ୍ରବଳ ଖରାତାପ ଯୋଗୁ କେତେକଙ୍କୁ ଅଶୁଂଘାତ ହୋଇଥାଏ। ତେବେ ଏଥିରୁ ରକ୍ଷା ପାଇବା ଲାଗି ରହିଛି କେତେକ ସହଜ ଘରୋଇ ଉପାୟ। ଏହାକୁ ଆପଣାଇଲେ ଏହି ସମସ୍ୟାରୁ ସହଜରେ ମୁକ୍ତି ମିଳିଥାଏ। 

କାକୁଡ଼ିରେ ରହିଛି ଅନେକ ସ୍ବାସ୍ଥ୍ୟପଯୋଗୀ ଗୁଣ, ଖରାଦିନେ ନିତ୍ୟ ସେବନ କରନ୍ତୁ..

କାକୁଡ଼ିରେ ରହିଛି ଅନେକ ସ୍ବାସ୍ଥ୍ୟପଯୋଗୀ ଗୁଣ, ଖରାଦିନେ ନିତ୍ୟ ସେବନ କରନ୍ତୁ..

ଖରାଦିନେ ସମସ୍ତେ କାକୁଡ଼ି ଖାଇବାକୁ ପସନ୍ଦ କରନ୍ତି। ଏହା ଖାଇବାକୁ କେବଳ ଭଲ ଲାଗି ନ ଥାଏ ବରଂ ଏହାର ଅନେକ ସ୍ବାସ୍ଥ୍ୟ ଉପଯୋଗୀ ଗୁଣ ଥାଏ। କାକୁଡ଼ିରେ ଭିଟାମିନ-କେ, ସି, ମାଙ୍ଗାନିଜ ଏବଂ ବିଟା-କ୍ୟାରୋଟିନ ଭଳି ପୋଷକ ତତ୍ତ୍ୱ ରହିିଛି।

ଯେଉଁଠି ଲୋକଙ୍କଠୁ ବେଶି ସାଇକେଲ

ଯେଉଁଠି ଲୋକଙ୍କଠୁ ବେଶି ସାଇକେଲ

ଦିନକୁ ଦିନ ବଢିବାକୁ ଲାଗିଛି ପ୍ରଦୂଷଣ। ବଢୁଛି ସମସ୍ୟା। ଏହି ମନୁଷ୍ୟକୃତ ସମସ୍ୟାର ସମାଧାନ ବି ମଣିଷ ହାତରେ ହିଁ ଅଛି। ଯଦି ସମସ୍ତେ ଯାନବାହନର ବ୍ୟବହାରକୁ ତ୍ୟାଗ କରି ପୁଣିଥରେ ଫେରିଯିବେ ସାଇକେଲକୁ ତେବେ ଅନେକାଂଶରେ ଏହି ସମସ୍ୟାର ସମାଧାନ ହୋଇପାରିବ। 

ମାନସିକ ଚାପ ଦୂରେଇବା ଲାଗି...

ମାନସିକ ଚାପ ଦୂରେଇବା ଲାଗି...

ଅବସାଦ ବା ମାନସିକ ଚାପ ହେତୁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ତେଣୁ ନିତିଦିନ ଜୀବନରେ ମାନସିକ ଚାପଠାରୁ ଦୂରେଇ ରହିବା ନିତାନ୍ତ ଆବଶ୍ୟକ। ତେବେ କିଭଳି ଭାବରେ ଏହି ସମସ୍ୟାଠାରୁ ନିଜକୁ ଦୂରେଇ ରଖିପାରିବେ ସେ ସମ୍ପର୍କରେ.......

ଜୁଟ୍‌ ଫୁଟ୍‌ଓ୍ବେର୍‌

ଜୁଟ୍‌ ଫୁଟ୍‌ଓ୍ବେର୍‌

ଜୁଟ୍‌ର ଫୁଟ୍‌ଓ୍ବେର୍‌ ପାଦରେ ପିନ୍ଧିଲେ ବେଶ୍‌ ଆରାମଦାୟକ ଲାଗେ। କାରଣ ଏହା ପର୍ଯ୍ୟାବରଣ ଅନୁକୂଳ ହେବା ସଙ୍ଗେସଙ୍ଗେ ଶତ ପ୍ରତିଶତ ପ୍ରାକୃତିକ ଉପାୟରେ ତିଆରି ହୋଇଥାଏ। ଅନ୍ୟଦିନ ତୁଳନାରେ ଖରାଦିନେ ଏହି ଫୁଟ୍‌ଓ୍ବେର୍‌ ଭଲ ଲାଷ୍ଟିଂ କରିଥାଏ...

ମଳକଣ୍ଟକ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାକପ୍‌...

ମଳକଣ୍ଟକ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାକପ୍‌...

ପରିବର୍ତ୍ତିତ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ମଳକଣ୍ଟକ ସମସ୍ୟା ଦେଖାଦେଇଥାଏ।


Model This Week

ରଶ୍ମି
Why Dharitri