ଜାତୀୟ |

ଇଣ୍ଡିଆଜ୍‌ ନେକ୍ସଟ ଟପ୍‌ ମଡେଲ ସିଜିନ୍‌-୪ର ବିଜେତା ହେଲେ ଉର୍ବି

ଇଣ୍ଡିଆଜ୍‌ ନେକ୍ସଟ ଟପ୍‌ ମଡେଲ ସିଜିନ୍‌-୪ର ବିଜେତା ହେଲେ ଉର୍ବି

ମୁମ୍ବାଇ,୧୦।୧୨: ଟେଲିଭିଜନ ରିୟଲିଟି ଶୋ’ ଇଣ୍ଡିଆଜ୍‌ ନେକ୍ସଟ ଟପ୍‌ ମଡେଲ ସିଜିନ-୪ର ବିଜେତା ହୋଇଛନ୍ତି ମୁମ୍ବାଇର ଉର୍ବି ସେଟ୍ଟି। ଏଥିପାଇଁ ତାଙ୍କୁ ଭାୟାକମ୍‌ ୧୮ ଓ ଏକ୍ସିଡ ଏଣ୍ଟରଟେନ୍‌ମେଣ୍ଟ ପକ୍ଷରୁ ମିଳିଛି ଏକ ବର୍ଷର କଣ୍ଟ୍ରାକ୍ଟ। ଏହାସହ ହଂକଂର ଡ୍ରିମ କ୍ରୁଜ ପାଇଁ ୫ ରାତି ରହଣି ଓ ଗୋଲଡେନ୍‌ ଜିମ୍‌ର ବ୍ଲାକ କାର୍ଡ। ଏହି ସଫଳତା ପାଇଁ ସେ ପିତାମାତା ତଥା ଶୋ’ର ଆୟୋଜକଙ୍କୁ ଶ୍ରେୟ ଦେଇଛନ୍ତି। ଏହା ବ୍ୟତୀତ ଏହି ଶୋ’ ମାଧ୍ୟମରେ ସେ ଅନେକ କିଛି ଶିଖିଥିବା ମଧ୍ୟ କହିଛନ୍ତି। 

All Right Reserved By

ଜାତୀୟ |

ଭାରତୀୟ ବାୟୁସେନା ବିମାନର ଟାୟାର ଫାଟିବାରୁ ବିମାନ ସେବା ବାଧାପ୍ରାପ୍ତ

ଭାରତୀୟ ବାୟୁସେନା ବିମାନର ଟାୟାର ଫାଟିବାରୁ ବିମାନ ସେବା ବାଧାପ୍ରାପ୍ତ

ପୁଣେ,୧୮।୩: ମହାରାଷ୍ଟ୍ରର ଲୋହେଗାଁ ବିମାନ ବନ୍ଦରରେ ସୋମବାର ଏକ ଭାରତୀୟ ବାୟୁସେନା ବିମାନର ଟାୟାର ଫାଟିଯିବା ଫଳରେ ଅନ୍ୟ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। 

କାନ୍ଦି ପକାଇଲେ ସ୍ମୃତି

କାନ୍ଦି ପକାଇଲେ ସ୍ମୃତି

ପଣଜୀ,୧୮।୩: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ଶେଷ ଦର୍ଶନ କରିବା ସମୟରେ ନିଜକୁ ସମ୍ଭାଳି ପାରିଲେନି ଭାଜପା ନେତ୍ରୀ ସ୍ମୃତି ଇରାନୀ। ଆଖି ତାଙ୍କର ଅମାନିଆ ହୋଇ ଝରାଇ ଦେଲା କେଇଟୋପା ଲୁହ। 

ଶେଷ ଟୁଇଟରେ କ’ଣ ଲେଖିଥିଲେ ପାରିକର

ଶେଷ ଟୁଇଟରେ କ’ଣ ଲେଖିଥିଲେ ପାରିକର

ପଣଜୀ,୧୮।୩: ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଗୋଆର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିବା ମନୋହର ପାରିକରଙ୍କ ପରଲୋକରେ ସମଗ୍ର ଗୋଆରେ ଶୋକର ଛାୟା ଖେଳିଯାଇଛି। ଆଇଆଇଟିଆନ୍‌ ଇଞ୍ଜିନିୟର ପାରିକରଙ୍କର ରାଜନୀତିରେ ରହିଛି ଏକ ସ୍ବତନ୍ତ୍ର ସ୍ଥାନ।

୯ବର୍ଷ ଧରି ପିଏମ୍‌ ମୋଦିଙ୍କ ଉପରେ ଗବେଷଣା କରୁଥିଲେ ମେହୁଲ ଚୋକସି

୯ବର୍ଷ ଧରି ପିଏମ୍‌ ମୋଦିଙ୍କ ଉପରେ ଗବେଷଣା କରୁଥିଲେ ମେହୁଲ ଚୋକସି

ନୂଆଦିଲ୍ଲୀ, ୧୮।୩: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମେହୁଲ ଚୋକସି ପିଏଚ୍‌ଡି କରିଛନ୍ତି।

ପ୍ରିୟଙ୍କାଙ୍କ ପ୍ରତି ଅପମାନ ଜନକ ଶବ୍ଦ ପ୍ରୟୋଗ କଲେ ମହେଶ

ପ୍ରିୟଙ୍କାଙ୍କ ପ୍ରତି ଅପମାନ ଜନକ ଶବ୍ଦ ପ୍ରୟୋଗ କଲେ ମହେଶ

ଲକ୍ଷ୍ନୌ,୧୮।୩: ସର୍ବଦା କିଛି ନା କିଛି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା ପୁଣି ଥରେ ଆସିଛନ୍ତି ଚର୍ଚ୍ଚାକୁ। ଏଥର ସେ କଂଗ୍ରେସ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଅପମାନ ଦେଲାଭଳି ଶବ୍ଦ ବ୍ୟବହାର କରିଥିବାରୁ ହୋଇଛନ୍ତି ଚର୍ଚ୍ଚିତ।

୬୭ ବର୍ଷରେ ପ୍ରତି ଭୋଟ ଖର୍ଚ୍ଚ ୬୦ ପଇସାରୁ ବଢ଼ିଛି ୫୫ ଟଙ୍କା: ବୃଦ୍ଧି ପାଇଛି ୯ ହଜାର ୬୭ ପ୍ରତିଶତ

୬୭ ବର୍ଷରେ ପ୍ରତି ଭୋଟ ଖର୍ଚ୍ଚ ୬୦ ପଇସାରୁ ବଢ଼ିଛି ୫୫ ଟଙ୍କା: ବୃଦ୍ଧି ପାଇଛି ୯ ହଜାର ୬୭ ପ୍ରତିଶତ

ନୂଆଦିଲ୍ଲୀ,୧୮।୩: ଭାରତରେ ନିର୍ବାଚନ ଖର୍ଚ୍ଚ ଧୀରେଧୀରେ ବଢ଼ିବାରେ ଲାଗିଛି। ୧୯୫୨ ପ୍ରଥମ ଲୋକସଭା ନିର୍ବାଚନରେ ପ୍ରତି ଭୋଟରଙ୍କ ଭୋଟ ପାଇଁ ବାଲଟ ପେପରଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟ ପାଇଁ ୬୦ ପଇସା ଖର୍ଚ୍ଚ ହେଉଥିବାବେଳେ ଏବେ ୨୦୧୯ ନିର୍ବାଚନରେ ଏହା ୫୫ ଟଙ୍କାରେ ପହଞ୍ଚିଛି। 

ଅପର୍ଣ୍ଣାଙ୍କୁ କାହିଁକି ମିଳିଲା ନାହିଁ ଟିକେଟ

ଅପର୍ଣ୍ଣାଙ୍କୁ କାହିଁକି ମିଳିଲା ନାହିଁ ଟିକେଟ

ଲକ୍ଷ୍ନୌ,୧୮।୩: ଲୋକ ସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି(ଏସ୍‌ପି)ର ଚତୁର୍ଥ ତାଲିକାରେ ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବଙ୍କ ନାଁ ନ ଆସିବା ପଛରେ କାରଣ କ’ଣ ରହିଛି ତାହା ଏପର୍ଯ୍ୟନ୍ତ ପ୍ରଶ୍ନବାଚୀ ହୋଇ ରହିଗଲା।

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ଜଣେ ଯବାନ ଶହୀଦ୍‌

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ଜଣେ ଯବାନ ଶହୀଦ୍‌

ଶ୍ରୀନଗର,୧୮।୩ : ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ସୋମବାର ପାକିସ୍ତାନ ପୁଣି ଅସ୍ତ୍ର ବିରତି ଉଲ୍ଲଂଘନ କରିଛି। ରାଜୌରୀ ଜିଲା ସୁନ୍ଦରବାଣି ସେକ୍ଟରରେ ଭୋର୍‌ ୫ଟା ୩୦ରୁ ଭାରତୀୟ ପୋଷ୍ଟଗୁଡ଼ିକୁ ଲକ୍ଷ୍ୟ କରି ପାକିସ୍ତାନ ପକ୍ଷରୁ ମୋର୍ଟାର ସେଲିଂ ମାଡ଼ କରାଯାଇଥିଲା। 

ଗଙ୍ଗା ମା’ଙ୍କ ଆଶୀର୍ବାଦ ନେଇ ନିର୍ବାଚନ ପ୍ରଚାରରେ ବାହାରିଲେ ପ୍ରିୟଙ୍କା

ଗଙ୍ଗା ମା’ଙ୍କ ଆଶୀର୍ବାଦ ନେଇ ନିର୍ବାଚନ ପ୍ରଚାରରେ ବାହାରିଲେ ପ୍ରିୟଙ୍କା

ଲକ୍ଷ୍ନୌ,୧୮।୩: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ସୋମବାର ଉତ୍ତର ପ୍ରଦେଶ ଗସ୍ତ କରିଛନ୍ତି। ପ୍ରଥମେ ସେ ଗଙ୍ଗା ନଦୀରେ ପୂଜାର୍ଚ୍ଚନା କରିବା ସହ ହନୁମାନ ମନ୍ଦିର ଦର୍ଶନ କରି ପ୍ରୟାଗରାଜ ଗସ୍ତ କରିଛନ୍ତି। 

କିଛି ସମୟ ବାଲାକୋଟରେ ରହିଥିଲେ ଲାହୋରରେ ଉଡ଼ିଥାନ୍ତା ତ୍ରିରଙ୍ଗା: ଭାଜପା ନେତା

କିଛି ସମୟ ବାଲାକୋଟରେ ରହିଥିଲେ ଲାହୋରରେ ଉଡ଼ିଥାନ୍ତା ତ୍ରିରଙ୍ଗା: ଭାଜପା ନେତା

ଲକ୍ଷ୍ନୌ,୧୮।୩: ଲୋକସଭା ନିର୍ବାଚନରେ ପାକିସ୍ତାନର ବାଲାକୋଟରେ ଭାରତୀୟ ବାୟୁସେନା କରିଥିବା ଏୟାର ଷ୍ଟ୍ରାଇକ୍‌କୁ ବଡ଼ ପ୍ରସଙ୍ଗ କରାଯାଇଛି। 

କ୍ଷୀର ଏଟିଏମ୍‌: ଗ୍ରାହକଙ୍କୁ ମିଳିବ ୨୪ ଘଣ୍ଟା ସେବା

କ୍ଷୀର ଏଟିଏମ୍‌: ଗ୍ରାହକଙ୍କୁ ମିଳିବ ୨୪ ଘଣ୍ଟା ସେବା

ଅହମ୍ମଦାବାଦ୍‌, ୧୮।୩: ଗୁଜରାଟ ହିମ୍ମତନଗର ଜିଲାରେ ଗ୍ରାହକଙ୍କ ସୁବିଧା ପାଇଁ ସ୍ଥାନ କରାଯାଇଛି କ୍ଷୀର ଏଟିଏମ୍‌। ଏଥିରୁ ଗ୍ରାହକ ୨୪ ଘଣ୍ଟା କ୍ଷୀର ପାଇପାରିବେ। 

ଆଣ୍ଠେଇ ଆଣ୍ଠେଇ ଚାଲି ମାତା ଦନ୍ତେଶ୍ୱରୀଙ୍କ ନିକଟରେ ଚାକିରି ପାଇଁ ପୂଜା କଲେ ଅସ୍ଥାୟୀ ସ୍ବାସ୍ଥ୍ୟକର୍ମୀ

ଆଣ୍ଠେଇ ଆଣ୍ଠେଇ ଚାଲି ମାତା ଦନ୍ତେଶ୍ୱରୀଙ୍କ ନିକଟରେ ଚାକିରି ପାଇଁ ପୂଜା କଲେ ଅସ୍ଥାୟୀ ସ୍ବାସ୍ଥ୍ୟକର୍ମୀ

ଦନ୍ତଓ୍ବାଡା,୧୮।୩: ମଣିଷ ସମସ୍ତ ଚେଷ୍ଟା କରି କାର୍ଯ୍ୟରେ ଅସଫଳ ହେଲେ ନେଇଥାଏ ଠାକୁରଙ୍କ ଶରଣ। ଏହାର ଏକ ଉଦାହରଣ ଦେଖିବାକୁ ମିିଳିଛି ଛତିଶଗଡ଼ ଦନ୍ତଓ୍ବାଡା ସ୍ଥିତ ଦନ୍ତେଶ୍ୱରୀ ମନ୍ଦିରରେ। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା