ମେଟ୍ରୋ |

କାଇପଦର ଅଗ୍ନିକାଣ୍ଡ: ୪ ବଖରା ଭସ୍ମୀଭୂତ

କାଇପଦର ଅଗ୍ନିକାଣ୍ଡ: ୪ ବଖରା ଭସ୍ମୀଭୂତ

ଖୋର୍ଦ୍ଧା ଅଫିସ,୧୦।୧୨: ଖୋର୍ଦ୍ଧା ତହସିଲ ଅନ୍ତର୍ଗତ କାଇପଦର ଗାଁ ମାଳିସାହିରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ ପରିବାରର ୪ ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି।

ପ୍ରକାଶ ଯେ ଗାଁର ଲୋକନାଥ ପରିଡ଼ାଙ୍କ ଓଡି୦୨ ଡବ୍ଲୁ୩୭୪୪  ନଂ. ବାଇକରେ ନିଆଁ ଲାଗିଥିଲା। ଏହି ବାଇକଟି ରବି ପରିଡ଼ାଙ୍କ ଘର ପାଖରେ ଥିବାରୁ ନିଆଁ ତାଙ୍କ ଘରକୁ ବ୍ୟାପି ଥିଲା। ଏଥିରେ ରବିଙ୍କ ୨, ଭାସ୍କରଙ୍କ ୧, ବିକାଶ ପରିଡ଼ାଙ୍କ ୧ ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଛି। ଭାସ୍କରଙ୍କ ଝିଅ ବାହାଘର ପାଇଁ ରହିଥିବା ବିଭିନ୍ନ ଆସବାବପତ୍ର ଜଳିଯାଇଛି। ଖବରପାଇ ଖୋର୍ଦ୍ଧା ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।


All Right Reserved By

ମେଟ୍ରୋ |

ଚୋରା ବନ୍ଧୁକ କାରବାର ଘଟଣାରେ ୭ ଅଟକ

ଚୋରା ବନ୍ଧୁକ କାରବାର ଘଟଣାରେ ୭ ଅଟକ

ପୁରୁଣା ଭୁବନେଶ୍ୱର,୨୨।୩(ଡି.ଏନ୍‌.ଏ.): ଗୁରୁବାର ବିଳମ୍ବିତ ରାତିରେ ଧଉଳି ଥାନା ଅଞ୍ଚଳରେ ଚୋରା ବନ୍ଧୁକ କାରବାର କରିବା  ଘଟଣାରେ ପୋଲିସ ୭ଜଣଙ୍କୁ ଅଟକ ରଖିଛି। 

ପୁରୀରେ ହୋଲି

ପୁରୀରେ ହୋଲି

ପୁରୀ ଅଫିସ, ୨୨।୩: ରଙ୍ଗର ପର୍ବ ହୋଲି ପୁରୀ ସହରର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ଶ୍ରୀକ୍ଷେତ୍ରର ସାହିଗଳିରେ ଉତ୍ସାହର ସହ ଏହାକୁ ପାଳନ କରାଯାଉଛି। ପରସ୍ପରକୁ ଅବିର, ଫଗୁ ଲଗାଇ ସମେସ୍ତ ହୋଲିର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି।

ପୁରୀ ଷ୍ଟେଶନରେ ଅଗ୍ନିକାଣ୍ଡ: ତପସ୍ବିନୀ ଏକ୍ସପ୍ରେସର ୩ ବଗିରେ ଲାଗିଲା ନିଆଁ

ପୁରୀ ଷ୍ଟେଶନରେ ଅଗ୍ନିକାଣ୍ଡ: ତପସ୍ବିନୀ ଏକ୍ସପ୍ରେସର ୩ ବଗିରେ ଲାଗିଲା ନିଆଁ

ପୁରୀ ଅଫିସ, ୨୨।୩ : ପୁରୀ ସହରରେ ହୋଲିର ମାହୋଲ ଚାଲିଥିବାବେଳେ ରେଳଷ୍ଟେଶନରେ ଏକ ଅଭାବନୀୟ ଘଟଣା ଘଟିଛି। ୪ ନଂ ପ୍ଲାଟଫର୍ମରେ ରହିଥିବା ତପସ୍ବିନୀ ଏକ୍ସପ୍ରେସ ବଗି ନଂ(୩,୪ ଏବଂ ୫)ରେ କୌଣସି କାରଣରୁ ଅପରାହ୍ନ ୧ଟାରେ ନିଆଁ ଲାଗିଥିଲା।

୯୯ ଆସନ ଲାଗି ଭାଜପାର ପ୍ରାର୍ଥୀ ତାଲିକା ଘୋଷଣା: ଜାଣନ୍ତୁ କେଉଁ ବିଧାନସଭା ଆସନରୁ କିଏ ଲଢ଼ିବେ...

୯୯ ଆସନ ଲାଗି ଭାଜପାର ପ୍ରାର୍ଥୀ ତାଲିକା ଘୋଷଣା: ଜାଣନ୍ତୁ କେଉଁ ବିଧାନସଭା ଆସନରୁ କିଏ ଲଢ଼ିବେ...

ଭୁବନେଶ୍ୱର,୨୨।୩(ବ୍ୟୁରୋ): ବିଜେଡି ଓ କଂଗ୍ରେସ ପରେ ଗୁରୁବାର ଭାଜପା ପକ୍ଷରୁ ୨୦୧୯ ସାଧାରଣ ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟରେ ୯୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଆସନ୍ତୁ ଜାଣିବା କେଉଁଠୁ କିଏ ଲଢ଼ିବେ.. 

ଏକାମ୍ର ଆସନରେ ବାବୁ ସିଂଙ୍କୁ ଟିକେଟ ମିଳିବାକୁ ବିରୋଧ: ଧାରଣାରେ ବସିଲେ ଅମୀୟଙ୍କ ସମର୍ଥକ

ଏକାମ୍ର ଆସନରେ ବାବୁ ସିଂଙ୍କୁ ଟିକେଟ ମିଳିବାକୁ ବିରୋଧ: ଧାରଣାରେ ବସିଲେ ଅମୀୟଙ୍କ ସମର୍ଥକ

ଭୁବନେଶ୍ୱର,  ୨୨।୩ (ବ୍ୟୁରୋ) : ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ଦଳରେ ବିଦ୍ରୋହ ଦେଖାଦେଇଛି।

୫ ବର୍ଷର ନାବାଳିକାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

୫ ବର୍ଷର ନାବାଳିକାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

କଟକ ଅଫିସ,୨୧।୩: କଟକ ଜିଲା ଜଗତପୁର ଅଞ୍ଚଳରେ ୫ ବର୍ଷର ଜଣେ ନାବାଳିକାକୁ ବୁଧବାର ବଳାତ୍କାର ହୋଇଥିବା ଅଭିଯୋଗ ହୋଇଥିଲା। ଘଟଣାରେ ୪୦ ବର୍ଷର ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। 

ସ୍ବାମୀଙ୍କ ଚିକିତ୍ସା ପାଇଁ ୩ ବର୍ଷର ଝିଅକୁ ବିକିଲେ ମା’

ସ୍ବାମୀଙ୍କ ଚିକିତ୍ସା ପାଇଁ ୩ ବର୍ଷର ଝିଅକୁ ବିକିଲେ ମା’

ଭୁବନେଶ୍ୱର,୨୧।୩(ବ୍ୟୁରୋ): ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ଗୁରୁବାର ସକାଳେ ଭିଡ଼ ଦେଖିବାକୁ ମିଳିଛି। ନୟାଗଡ଼ର ଜଣେ ମହିଳା ତାଙ୍କ ୩ ବର୍ଷର ଝିଅକୁ ଅନ୍ୟ ଜଣଙ୍କୁ ବିକୁଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ିଛନ୍ତି। 

ବିଜେଡି ଛାଡ଼ିଲେ ବାସନ୍ତୀ

ବିଜେଡି ଛାଡ଼ିଲେ ବାସନ୍ତୀ

ଭୁବନେଶ୍ୱର,୨୧।୩(ବ୍ୟୁରୋ):  ଗଜପତି ଜିଲା ମୋହନା ବିଧାୟିକା ବାସନ୍ତି ମଲ୍ଲିକ ଗୁରୁବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ଟିକେଟ ନ ମିଳିବାରୁ ସେ ଅସନ୍ତୁଷ୍ଟ ଥିଲେ। ଏଯାବତ୍‌ ୩ ଏମ୍‌ପି ଏବଂ ୫ ବିଧାୟକ ବିଜେଡି ଛାଡ଼ିଥିବା ଜଣାପଡ଼ିଛି। 

ଝୁଲଣ ମଣ୍ଡପରେ ଝୁଲିରେ ରାଧାକୃଷ୍ଣ, ଶୁଣିଲେ ନୂଆ ପାଞ୍ଜି

ଝୁଲଣ ମଣ୍ଡପରେ ଝୁଲିରେ ରାଧାକୃଷ୍ଣ, ଶୁଣିଲେ ନୂଆ ପାଞ୍ଜି

କାକଟପୁର,୨୧।୩(ଡି.ଏନ୍‌.ଏ.): ଫଗୁଦଶମୀଠାରୁ ଗାଁ ଗାଁ ବୁଲି ଚାଚେରୀ ଭୋଗ ଖାଇଥିବା ପ୍ରଭୁ ରାଧାକୃଷ୍ଣ ଗୁରୁବାର ଅପରାହ୍ନରେ ସ୍ବମନ୍ଦିରରେ ପହଞ୍ଚିଛନ୍ତି। ମନ୍ଦିର ପାଖରେ ଥିବା ଝୁଲଣ ମଣ୍ଡପ, ଦୋଳବେଦିରେ ସଜିତ ବିମାନରେ ରାଧାକୃଷ୍ଣଙ୍କୁ ଝୁଲାଇ ଦିଆଯାଇଛି।

ମହିଳାଙ୍କୁ ଗଳାକାଟି ବଳାତ୍କାର ଅଭିଯୋଗ

ମହିଳାଙ୍କୁ ଗଳାକାଟି ବଳାତ୍କାର ଅଭିଯୋଗ

ଖୁଣ୍ଟୁଣୀ,୨୧।୩(ଡି.ଏନ୍‌.ଏ.): କଟକ ଜିଲା ଖୁଣ୍ଟୁଣୀ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଜଣେ ମହିଳାଙ୍କୁ ଗଳାକାଟି  ବଳାତ୍କାର କରାଯାଇଥିବା ଗୁରୁବାର ଖୁଣ୍ଟୁଣୀ ଥାନାରେ ଅଭିଯୋଗ ହୋଇଛି। 

ଭାଜପାରେ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ

ଭାଜପାରେ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ

ଭୁବନେଶ୍ୱର, ୨୧।୩(ବ୍ୟୁରୋ): ଭାଜପାରେ ଯୋଗଦେଲେ ବିଜେଡି ଏମ୍‌ପି ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ। ଗୁରୁବାର ଭାଜପା କାର୍ଯ୍ୟାଳୟରେ ଆୟୋଜିତ  ମିଶ୍ରଣ ପର୍ବରେ ସେ ସାମିଲ ହୋଇଛନ୍ତି।  

ହାତ ଧରିବେ ପ୍ରତ୍ୟୁଷା

ହାତ ଧରିବେ ପ୍ରତ୍ୟୁଷା

ଭୁବନେଶ୍ୱର,୨୧।୩(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନକୁ ନେଇ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ଜଣଙ୍କ ପରେ ଜଣେ ନେତା ଦଳବଦଳ ନୀତି ଆପଣାଉଛନ୍ତି। ବିଶେଷକରି ରାଜ୍ୟର ପ୍ରମୁଖ ଦଳ ବିଜେଡିରୁ ଅଧିକାଂଶ ନେତା ଦଳ ଛାଡ଼ି ଭାଜପା ଓ କଂଗ୍ରେସ ମୁହାଁ ହେଉଛନ୍ତି। ଏହି କ୍ରମରେ ବୁଧବାର ବିଜେଡି ଛାଡ଼ିଥିଲେ କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ। ସେ ଏବେ କଂଗ୍ରେସରେ ଯୋଗଦେବେ ବୋଲି ଜଣାପଡ଼ିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗୁରୁବାର ଏହା ସ୍ପଷ୍ଟ କରିଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା