ସମ୍ପାଦକୀୟ |

ପିଲାଙ୍କ ବସ୍ତାନି ବୋଝ

ପିଲାଙ୍କ ବସ୍ତାନି ବୋଝ

ଝରଣା ପଣ୍ଡା

ପିଲାଙ୍କ ସ୍କୁଲ ବ୍ୟାଗ୍‌ ନିଜ ଓଜନଠାରୁ ଅଧିକ ହୋଇଯାଉଥିବାରୁ ନିକଟରେ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ନୂଆକରି ସ୍କୁଲ ଯାଉଥିବା ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଅତ୍ୟଧିକ ହୋମ୍‌ୱାର୍କ ଦେଇ ଚାପଗ୍ରସ୍ତ କରାଯାଉଛି। ତେଣୁ ଏ ଦିଗରେ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ପରେ କେନ୍ଦ୍ର ସରକାର ତପତ୍ର ହୋଇଛନ୍ତି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଖୁବ୍‌ଶୀଘ୍ର ଏ ନେଇ ନିୟମାବଳୀ ପ୍ରସ୍ତୁତ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ହୋମ୍‌ୱାର୍କ ବନ୍ଦ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ସ୍କୁଲ ବ୍ୟାଗ୍‌ର ଓଜନ ୧.୫ କେଜିରୁ ଊର୍ଦ୍ଧ୍ୱ ହେବା ଅନୁଚିତ ବୋଲି କହିବା ସହ ତୃତୀୟରୁ ପଞ୍ଚମ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ସ୍କୁଲ ବ୍ୟାଗ୍‌ର ଓଜନ ୨ରୁ ୩ କେଜି, ଷଷ୍ଠରୁ ସପ୍ତମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ବ୍ୟାଗ୍‌ ଓଜନ ୪କେଜି, ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ବ୍ୟାଗ୍‌ ଓଜନ ୪.୫ କେଜି ଓ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ସ୍କୁଲ ବ୍ୟାଗ୍‌ ଓଜନ ୫ କେଜି ହେବା ଉଚିତ ବୋଲି ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଜାରି କରିଛି। କେବଳ ସେତିକି ନୁହେଁ, ବିଷୟବସ୍ତୁ କ୍ଷେତ୍ରରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଛାତ୍ରମାନଙ୍କୁ ଭାଷା ଓ ଗଣିତ ଛଡ଼ା ଅନ୍ୟ କୌଣସି ବିଷୟ ଦିଆଯିବ ନାହିଁ ବୋଲି କୁହାଯାଇଛି। ଏନେଇ ତାମିଲନାଡୁ ହାଇକୋର୍ଟ ଏହିପରି ବସ୍ତାନିର ବୋଝକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ନିର୍ଦ୍ଦେଶାବଳୀ ଜାରି କରିଥିଲେ। 

ରାଜ୍ୟରେ ବସ୍ତାନିର ବୋଝ ବଢ଼ି ଚାଲିଥିଲା ବେଳେ ପାଠର ମାନ କମି କମି ଯାଉଛି। ସମସ୍ତ ପ୍ରକାର ସରକାରୀ ଯୋଜନା ଶିକ୍ଷା ବିଭାଗରେ ବାଟବଣା ହୋଇଯାଉଛି। ଶିକ୍ଷାର ମୂଳଦୁଆ ପ୍ରାଥମିକ ଶିକ୍ଷା ଭୁଶୁଡ଼ି ପଡ଼ିଛି। ସର୍ବଶିକ୍ଷା ଅଭିଯାନ ନାଁରେ କୋଟି କୋଟି ଟଙ୍କା ପ୍ରତିବର୍ଷ ରାଜ୍ୟକୁ ଆସୁଛି। ମାତ୍ର କେଉଁଠି ୫୦ ପିଲାଙ୍କୁ ଜଣେ ଶିକ୍ଷକ ତ କେଉଁଠି ଛାତରୁ ପାଣି ଗଳୁଛି ଏବଂ କେଉଁଠି ମଧ୍ୟାହ୍ନଭୋଜନରେ ଝିଟିପିଟି, ମୂଷା ପଡ଼ିଲେଣି। ତେବେ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକେ ଏହିସବୁ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇବାକୁ ବାଧ୍ୟ ହେଉଥିଲା ବେଳେ କିଛି ମାତ୍ରାରେ ସ୍ବଚ୍ଛଳ ପିତା ନିଜ ସନ୍ତାନକୁ ଘରୋଇ ଇଂଲିଶ ମିଡ଼ିୟମ୍‌ ସ୍କୁଲରେ ପଢ଼ାଇବାକୁ ଉଚିତ ମଣୁଛନ୍ତି। ଏହାର ଫାଇଦା ନେବାକୁ ଘରୋଇ ସ୍କୁଲ୍‌ ହାତଛଡ଼ା କରୁନାହାନ୍ତି। ବିପୁଳ ପରିମାଣର ଅର୍ଥରାଶି ଅଭିଭାବକଙ୍କଠାରୁ ଟାଣି ନେଉଛନ୍ତି। ଏଥିସହିତ ଷ୍ଟାଣ୍ଡାର୍ଡ ୱାନ୍‌ରୁ ପିଲାଙ୍କ ଉପରେ ବସ୍ତାନି ବୋଝ ଲଦି ଦିଆଯାଉଛି। ପିଲା ଯେତେ ଛୋଟ ମାଆବାପାଙ୍କୁ ସେତେ ପରିଶ୍ରମ କରିବାକୁ ପଡ଼ୁଛି। ହୋମ୍‌ୱାର୍କ ନାଆଁରେ ମାତାପିତା ନିଜେ ପିଲାର ଖାତାରେ ପାଠ କଷିବା ସାଧାରଣ ଘଟଣା ହୋଇଥିବା ବେଳେ ଛୋଟ ଛୋଟ ପିଲାଙ୍କ ବସ୍ତାନିର ବୋଝ ଏବେ ଚିନ୍ତାର କାରଣ ପାଲଟିଛି। ଏବେ ଆମ ରାଜ୍ୟ ତଥା ସାରା ଦେଶରେ ଇଂଲିଶ ମିଡ଼ିୟମ୍‌ ସ୍କୁଲ ଛତୁ ଫୁଟିଲା ପରି ଖୋଲିବାରେ ଲାଗିଛି। ସରକାରୀ ସ୍କୁଲରୁ ମୁହଁ ଫେରାଇ ମାଆବାପା ଘରୋଇ ଇଂଲିଶ ମିଡ଼ିୟମ୍‌ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇବା ଏକ ବାଧ୍ୟବାଧକତା ତଥା ଷ୍ଟାଟସ୍‌ ସିମ୍ବଲରେ ପରିଣତ ହେଲାଣି। ସରକାରୀ ସ୍କୁଲର ବିଭିନ୍ନ ଅବ୍ୟବସ୍ଥା ମଧ୍ୟ ଏହାର ଅନ୍ୟ ଏକ କାରଣ। ୪ରୁ ୫ ବର୍ଷ ପିଲାର ସ୍କୁଲ ବ୍ୟାଗ୍‌ ୧୦ରୁ ୧୫ କିଲୋଗ୍ରାମ୍‌ ହେଉଥିବାରୁ କୋମଳ ଶିଶୁଟି ଏହି ବ୍ୟାଗ୍‌ଟିକୁ କାନ୍ଧରେ ପକାଇ ସ୍କୁଲକୁ ଗଲାବେଳେ ତା’ର ମେରୁଦଣ୍ଡ ଉପରେ ଗଭୀର ପ୍ରଭାବ ପଡ଼ୁଥିବ। ଅଧିକାଂଶ ପିଲା ସ୍କୁଲ ଗଲା ପରେ ସେମାନଙ୍କ ସ୍ବାସ୍ଥ୍ୟ ଦୁର୍ବଳ ହୋଇଯାଏ।  ଏ ସମ୍ପର୍କରେ ଏକଦା ପ୍ରଖ୍ୟାତ ଲେଖକ ତଥା ସାଂସଦ ଆର୍‌.କେ. ନାରାୟଣନ୍‌ ରାଜ୍ୟସଭାରେ କହିଥିଲେ ଯେ, ବସ୍ତାନି ବୋଝ ଶିଶୁଙ୍କ ମେରୁଦଣ୍ଡକୁ ବଙ୍କା କରିଦେବ। ଶିକ୍ଷା ପ୍ରଣାଳୀର ପାଠ୍ୟଖସଡ଼ା ପ୍ରସ୍ତୁତ କରୁଥିବା ଶିକ୍ଷାବିତ୍‌ମାନେ ଏ ସମ୍ପର୍କରେ ଗଭୀର ଭାବେ ଅନୁଧ୍ୟାନ କରିବା ଆବଶ୍ୟକ।

ଅନ୍ୟପକ୍ଷରେ ସରକାରୀ ସ୍କୁଲରେ ଅଷ୍ଟମ ଶ୍ରେଣୀର ପିଲାଙ୍କୁ ତୃତୀୟ ଶ୍ରେଣୀ ପ୍ରଶ୍ନର ଉତ୍ତର ଆସୁନାହିଁ। ଶିକ୍ଷକ ଭାବେ ନିଯୁକ୍ତି ପାଉଥିବା ବ୍ୟକ୍ତିଙ୍କୁ ଶିକ୍ଷାଦାନ ସହିତ ମଧ୍ୟାହ୍ନଭୋଜନ, ଜନଗଣନା, ନିର୍ବାଚନ ପରିଚାଳନା ଭଳି ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମରେ ନିୟୋଜିତ କରାଯାଉଛି। ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଶିକ୍ଷା ପାଇଁ କେନ୍ଦ୍ରଠାରୁ ରାଜ୍ୟ ପର୍ଯ୍ୟନ୍ତ ବଜେଟରେ ଶହ ଶହ କୋଟି ଟଙ୍କା ମଞ୍ଜୁର କରାଯାଉଛି। ତଥାପି ସରକାରୀ ସ୍କୁଲ ସବୁ ବନ୍ଦ ହେବାକୁ ବସିଲାଣି। ପରୀକ୍ଷାବିହୀନ ମାଗଣା ଶିକ୍ଷାବ୍ୟବସ୍ଥା ଫଳରେ ପିଲାଟିଏ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଯେନତେନ ପ୍ରକାରେଣ ଆସିଯାଉଛି। ଯଦି ଭାଗ୍ୟବଶତଃ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଗଲା, +୨ରେ ବିଫଳ ହେଉଛି। ବର୍ଷର ୩୬୫ ଦିନ ମଧ୍ୟରୁ ବିଧାନସଭା ଅଧିବେଶନଗୁଡ଼ିକରେ ଶିକ୍ଷକମାନେ ବିଭିନ୍ନ ଦାବି ନେଇ ଭୁବନେଶ୍ୱରରେ ଡେରା ପକାଇବା ଏକ ସାଧାରଣ ଘଟଣା ହୋଇଗଲାଣି। ଏଥିପାଇଁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିଲେ ମଧ୍ୟ ସରକାର ଆଖି ବୁଜି ଦେଉଛନ୍ତି। ଭାରତରେ ଗୁଣାତ୍ମକ ଶିକ୍ଷାର ମାନ ଆହୁରି ବିପର୍ଯ୍ୟସ୍ତ। କେଉଁଠି ସ୍କୁଲ ଘର ନାହିଁ ତ କେଉଁଠି କାନ୍ଥ ପଡ଼ି ଛାତ୍ରୀଛାତ୍ର ମୃତ୍ୟୁବରଣ କଲେଣି। ଶିକ୍ଷାବର୍ଷ ସରିବାକୁ ବସିଥିଲା ବେଳେ ପାଠ୍ୟପୁସ୍ତକ ମିଳିନାହିଁ। ଶିକ୍ଷା ପାଇଁ ହେଉଥିବା ଯୋଜନାଗୁଡ଼ିକରେ କେଉଁଠି ଫାଙ୍କ ରହିଯାଉଛି, ଯୋଜନା ପାଇଁ ଆସୁଥିବା ଅର୍ଥ ଠିକ୍‌ ଭାବରେ ବିନିଯୋଗ ହେଉଛି କି ନାହିଁ ତାହା ଦେଖିବା ସହ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ କଠୋର ଦଣ୍ଡବିଧାନ କରାଯିବା ଆବଶ୍ୟକ। ସରକାର ଯେତେଶୀଘ୍ର ଏ ଦିଗରେ ଚେତିବେ, ସେତେ ମଙ୍ଗଳ ହେବ।

ବିଜୁ ପଟ୍ଟନାୟକ ଛକ, କଟକ, ମୋ:୬୭୧୨୩୦୨୩୦୦

All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ ଚୋକ୍‌ସିଙ୍କ ପଥ

ସମ୍ପାଦକୀୟ/ ଚୋକ୍‌ସିଙ୍କ ପଥ

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ସ୍କାମ୍‌ ପ୍ରାୟ ବର୍ଷେ ପୂରଣ କରିବାକୁ ଯାଉଛି। ଇତିମଧ୍ୟରେ ଏହାର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକ୍‌ସିଙ୍କୁ ଭାରତ ପ୍ରତ୍ୟର୍ପଣ କରାଯାଇପାରିଲା ନାହିଁ। ଚୋକ୍‌ସି ଆଣ୍ଟିଗୁଆ ନାଗରିକତ୍ୱ ଗ୍ରହଣ କରିସାରିଥିବାରୁ ୨୦୧୯ ଜାନୁୟାରୀ ୨୧ରେ ଭାରତୀୟ ପାସ୍‌ପୋର୍ଟ ସମର୍ପଣ କରିଦେଇଛନ୍ତି। ଭାରତୀୟ ବୈଦେଶିକ ନୀତି ଅନୁଯାୟୀ, ଯେତେବେଳେ ଜଣେ ନାଗରିକ ଅନ୍ୟ ଦେଶର ..

ଆଚାରରେ ସକାରାତ୍ମକତା ପ୍ରକାଶର ସୁଯୋଗ

ଆଚାରରେ ସକାରାତ୍ମକତା ପ୍ରକାଶର ସୁଯୋଗ

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ

୨୦୧୯ ବର୍ଷର ଶେଷ ‘ମନ୍‌ କି ବାତ୍‌’ରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ନକାରାତ୍ମକତାର ପ୍ରସାର କରିବା ଅତି ସହଜ କିନ୍ତୁ ଲୋକେ ସକାରାତ୍ମକତାର ପ୍ରସାର ପାଇଁ ଆଗେଇ ଆସିବା ଦରକାର। ପ୍ରଧାନମନ୍ତ୍ରୀଙ୍କ ଭଳି ନେତୃସ୍ଥାନୀୟ ବ୍ୟକ୍ତି ଏଭଳି ସକାରାତ୍ମକତାର ବିଚାର ଦେବା ଅନେକ ଆଶା ଉଦ୍ରେକ କରାଏ। ଏହି ନିର୍ବାଚନୀ ଋତୁରେ ପ୍ରଧାନମନ୍ତ୍ରୀ ‘ମନ୍‌ କି ବାତ୍‌’ରେ ରଖିଥିବା ବିଚାରକୁ ନିଜ ଆଚାରରେ ପରିଣତ କରିପାରିଲେ ତାହା ସକାରାତ୍ମକତାର ଉଦାହରଣ ସୃଷ୍ଟିକରିବ। ନିଜ ବିଚାରକୁ ଆଚାରରେ ପରିଣତ କରି ବିରୋଧୀଙ୍କୁ ଟାହିଟାପରା କରିବାର ପ୍ରବୃତ୍ତିରୁ ନିଜକୁ ଦୂରେଇ ବା ବିରୋ..

ସଶସ୍ତ୍ର ମୁକ୍ତି ସଂଗ୍ରାମର ମହାନାୟକ

ସଶସ୍ତ୍ର ମୁକ୍ତି ସଂଗ୍ରାମର ମହାନାୟକ

ଡ. ପ୍ରଫୁଲ୍ଲ କୁମାର ସାହୁ

ଉଚ୍ଚଶିକ୍ଷିତ ଭାରତୀୟଙ୍କ ପକ୍ଷରେ ଯେତେବେଳେ ଆଇସିଏସ୍‌ ଚାକିରି ଥିଲା ଶ୍ରେଷ୍ଠ ସଫଳତା, ସେତେବେଳେ ସୁଭାଷ ବୋଷ ଥିଲେ ପ୍ରଥମ ଭାରତୀୟ, ଯିଏ ଆଇସିଏସ୍‌ ପରୀକ୍ଷାରେ ସଫଳତା ଅର୍ଜନ କରି ମଧ୍ୟ ତାହାକୁ ପାଦରେ ଏଡ଼େଇ ଦେଇ କେମ୍ବ୍ରିଜ୍‌ରୁ ସ୍ବଦେଶ ଫେରି ଆସିଥିଲେ ଦେଶମାତୃକାକୁ ସ୍ବାଧୀନ କରିବାର ଦୃଢ଼ ସଂକଳ୍ପ ନେଇ। ସିଧାସଳଖ ବମ୍ବେରେ ମହାମତ୍ା ଗାନ୍ଧୀଙ୍କୁ ସାକ୍ଷାତ କରି (୨୦ଜୁଲାଇ ୧୯୨୧) ସେ କଂଗ୍ରେସରେ ଯୋଗଦେଲେ ଏବଂ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିଭିନ୍ନ ରାଜ୍ୟରେ ବିବାହକୁ ନେଇ ରହିଛି ଭିନ୍ନ ଭିନ୍ନ ପରମ୍ପରା। ବିବାହ ବେଳେ କନ୍ୟା ଓ ବର ଅଗ୍ନିକୁ ସାକ୍ଷୀ ରଖି ସାରା ଜୀବନ ଲାଗି ସାଥୀ ହୋଇଥାଆନ୍ତି। ତେବେ ରାଜସ୍ଥାନର ଶ୍ରୀମାଲୀ ସମ୍ପ୍ରଦାୟରେ ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳେ। ବିଭାଘର ବେଳେ ବର କନ୍ୟାକୁ କୋଳରେ ଧରି ଅଗ୍ନି ଚାରିପାଖରେ ସାତଥର ପ୍ରଦକ୍ଷିଣ କରିଥାଆନ୍ତି। ପୁରାଣରେ ଉଲ୍ଲେଖ ରହିଛି ପ୍ରଭୁ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ବିବାହ କରିବା ସମୟରେ ବିଘ୍ନ ..

ସମ୍ପାଦକୀୟ/କୃଷି ଆଗ

ସମ୍ପାଦକୀୟ/କୃଷି ଆଗ

ଆଜିର ସ୍ଥିତି ଦେଖିଲେ ୨୦୧୪ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଦୌ ପୂରଣ କରିନାହାନ୍ତି। ଉଚ୍ଚାଙ୍ଗ ସ୍ବରରେ ‘ସମସ୍ତଙ୍କୁ ସାଙ୍ଗରେ ନେଇ ବିକାଶ’ କଥା କହୁଥିଲେ ମଧ୍ୟ ତା’ର ଫଳ ଶୂନ ହୋଇଛି। ବିଶେଷକରି ସାମାଜିକ ଓ ଅର୍ଥନୈତିକ ଦିଗରୁ ତାଙ୍କ ଶାସନ ସମୟରେ ଦେଶର ଅଧିକ କ୍ଷତି ଘଟିଛି। ଅସହିଷ୍ଣୁତା, ମିଛିମିଛିକା ଦେଶପ୍ରେମ ଓ ବିଭାଜନ ରାଜନୀତି ସାମାଜିକ ବାତାବରଣକୁ ଘୋର ପ୍ରଭାବିତ କରିଛି। ଏକ ଉତ୍ତମ ଶାସନ ଜରିଆରେ ଭାରତୀୟ ଅର୍ଥନୀତିକୁ ନୂଆ ଦିଗ ଦେଖାଇଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ ତା’ର ସୁଫଳ ଲୋକେ ପାଇପାରିନାହାନ୍ତି। ଏହା ଜଣାଶୁଣା ଯେ, ମୋଦିଙ୍କ ଶାସନ ସମୟରେ କର୍ପୋରେଟ ପ୍ରୀତି ବଢ଼ିଛି..

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

ସହଦେବ ସାହୁ

ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା (ଏଫ୍‌ଏଓ) ସହିତ କାର୍ଯ୍ୟ କରୁଥିବା କ୍ଷୁଧା ଓ କୁପୁଷ୍ଟି ବିରୋଧୀ ଅନ୍ତର୍ଜାତୀୟ ସଂଗୋଷ୍ଠୀ (ଇଣ୍ଟରନ୍ୟାଶନାଲ ଆଲାଏନ୍ସ ଏଗେଁଷ୍ଟ ହଙ୍ଗର ଆଣ୍ଡ ମାଲନ୍ୟୁଟ୍ରିଶନ୍‌) କୃଷି କ୍ଷେତ୍ରରେ ଭାରତର ଅଭୂତପୂର୍ବ ବିକାଶକୁ ପ୍ରଶଂସା କରିଛି। ୧୯୫୦-୫୧ରେ ଭାରତରେ ଖାଦ୍ୟଶସ୍ୟ ଉପତ୍ାଦନ ପରିମାଣ ୫ କୋଟି ଟନ୍‌ ଥିବାବେଳେ ୨୦୧୬-୧୭ରେ ୨୭ କୋଟି ୨୦ ଲକ୍ଷ ଟନ୍‌ ହୋଇଛି, ପ୍ରାୟ ୫ଗୁଣ। ଲୋକସଂଖ୍ୟା ବଢ଼ିଛି ୪ ଗୁଣ। ତେଣୁ ଖାଦ୍ୟ-ଅଭାବୀ ପରିସ୍ଥିତିକୁ ପଛରେ ପକାଇ ଭାରତ ଏକ ଖାଦ୍ୟ ରପ୍ତାନିକାରୀ ରାଷ୍ଟ୍ର ହୋଇଗଲାଣି। ତଥାପି ଭାରତରେ କ୍ଷୁଧା ଓ କୁପୁଷ୍ଟି କାରଣରୁ ଏକଚତୁର୍ଥାଂଶ ଲୋକ କାର୍ଯ୍ୟକ୍ଷମ ହୋଇପାରୁ ନାହା..

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ବ୍ରହ୍ମାନନ୍ଦ ପଣ୍ଡା

ଆଜିକାଲି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏଭଳି ଅଧୋଗତି ହୋଇଛି ଯେ, ପ୍ରାୟ ୬୦% ମାଧ୍ୟମିକ ଛାତ୍ରୀଛାତ୍ର ଦରଖାସ୍ତଟିଏ ଲେଖିବାକୁ ବା ସାଧାରଣ ହିସାବଟିଏ କରିବାକୁ ଅସମର୍ଥ। ଭାରତର ୭୫% ଯାନ୍ତ୍ରିକ ଓ କାରିଗରି ଶିକ୍ଷାପ୍ରାପ୍ତ ସ୍ନାତକ ଚାକିରି ପାଇବାକୁ ଅଯୋଗ୍ୟ ବୋଲି ନିକଟ ଅତୀତରେ ପ୍ରକାଶ ପାଇଥିବା ତଥ୍ୟ ସାରା ଭାରତରେ ଆଲୋଡ଼ନ ସୃଷ୍ଟି କରିଥିଲା। ଖାଲି ସେତିକି ନୁହେଁ ଛାତ୍ରସମାଜର ଆଜି ନୈତିକ ସ୍ଖଳନ ଘଟିଛି। ଭାରତୀୟ ସଂସ୍କୃତିର ଅବକ୍ଷୟ ହେଉଛି। ମାନବିକ ମୂଲ୍ୟବୋଧ ଲୋପ ପାଉଛି। ଆଜିର ଶିକ୍ଷା ବ୍ୟୟବହୁଳ ଏବଂ ଚାକିରିସର୍ବସ୍ବ ହୋଇଛି। ଜ୍ଞାନ ଓ ଗବେଷଣା ଅର୍ଥସର୍ବସ୍ବ ହୋଇଛି। ସମାଜସେବା ପ୍ରଚାରସର୍ବସ୍ବ ହୋଇଛି। ଯଦି ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ର ପିଅନ ..

ଏଇ ଭାରତରେ

ଏଇ ଭାରତରେ

କାହିଁ କେଉଁ ଆଦିମ କାଳରୁ କୁକୁର ହେଉଛି ମଣିଷର ସାଥୀ। ଏହି ପ୍ରାଣୀ ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ଭୃତ୍ୟ ଭାବରେ କାର୍ଯ୍ୟ କରେ। ଏପରି କି ମାଲିକର ଲୁଣ ଖାଇବାରୁ ତା’ର ଗୁଣ ଗାଏ। ମାଲିକର ଜୀବନ ବଞ୍ଚାଇବାକୁ ଯାଇ ଦରକାର ପଡ଼ିଲେ ନିଜ ଜୀବନ ହାରିଦିଏ। ଏପରି ଏକ ଘଟଣା ଘଟିଛି ଜୟପୁରରେ। ରାଜସ୍ଥାନର ଜୟପୁରରେ ବାସ କରୁଥିବା ପୂର୍ବତନ ରଣଜୀ ଖେଳାଳି ସଞ୍ଜୀବ ଓହଲାନ୍‌ଙ୍କ ବାସଭବନରେ ନିଆଁ ଲାଗିଯାଇଥିଲା। ତଳ ମହଲାରେ ତାଙ୍କ ସ୍ତ୍ରୀ, ପୁଅ ଓ ଚାକରକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ନିଆଁ ଲାଗିବା ଯୋଗୁ ସଞ୍ଜୀବ..

ମୋଦି: ସବୁଥିରେ ଆଙ୍ଗୁଠି

ମୋଦି: ସବୁଥିରେ ଆଙ୍ଗୁଠି

ସ।ଧାରଣ ନିର୍ବାଚନ ଯେତେ ନିକଟତର ହେଉଛି, ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଲାଣି। ଜାନୁୟାରୀ ୧୯ରେ କୋଲକାତାରେ  ବିରୋଧୀଙ୍କ ରାଲିର କଳେବର ଦେଖିଲେ ମହାଗଠବନ୍ଧନ ଶକ୍ତିଶାଳୀ ହେଉଥିବା ମନେହେଉଛି। 

ସବୁଜ ପରିବହନ ବ୍ୟବସ୍ଥା

ସବୁଜ ପରିବହନ ବ୍ୟବସ୍ଥା

 ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ଏକ ରିପୋର୍ଟରୁ ଜଣାଯାଏ ଯେ, ଭାରତରେ ଅଧିକାଂଶ ସହର ବାୟୁ ପ୍ରଦୂଷଣ ଦ୍ୱାରା ଆକ୍ରାନ୍ତ। ଏପରି କି ପୃଥିବୀର ସବୁଠାରୁ ଅଧିକ ପନ୍ଦରଟି ସହର ମଧ୍ୟରେ ଭାରତର ଚଉଦଟି ସହର ଅଛି। ସବୁଠାରୁ ପ୍ରଦୂଷିତ ସହର ହେଉଛି କାନପୁର। 

ବାସିପାଣିରେ ପଚରା

ବାସିପାଣିରେ ପଚରା

ହଇରେ ମୋତେ କ’ଣ ଆଉ ବାସିପାଣିରେ ପଚାରୁନୁ? ଚିହ୍ନା ଲୋକଟିଏ, ଆପଣାର ମଣିଷଟିଏ ଆମକୁ ପୂର୍ବାପେକ୍ଷା ହତାଦର କରିବାର ଅନୁଭବ କଲେ ଆମେ ଏ ରୂଢିଟିର ପ୍ରୟୋଗ କରିଥାଉ! ଏଠାରେ ବାସିପାଣିକୁ ନିକୃଷ୍ଟ ଅର୍ଥରେ ବ୍ୟବହାର କରାଯାଇଛି। ନଚେତ୍‌ ଆମେ କହୁଥାନ୍ତେ- ହଇରେ ମୋତେ କ’ଣ ଆଉ ସଜପାଣିରେ ପଚାରୁନୁ? ନଚେତ୍‌ କହିଥାନ୍ତେ- କିରେ ମୋତେ କ’ଣ ଆଉ ମଦପାଣିରେ ପଚାରୁନୁ? ମାନେ ବାସିପାଣିଟି ପଚାରିବା ବା ବନ୍ଧୁ ଚର୍ଚ୍ଚା କରିବା ଯୋଗ୍ୟ ନୁହେଁ।

ଏଇ ଭାରତରେ

ଏଇ ଭାରତରେ

ଭଲ ପାଇବାର ହୃଦୟଟିଏ ଥିଲେ କେତେକ ପୁରୁଷ ଓ ମହିଳା ଅତିକ୍ରାନ୍ତ ବୟସରେ ବି ଭଲପାଇ ବସନ୍ତି। ତେବେ ଭଲ ପାଇବା ପାଇଁ ଜଣେ ବିବାହିତା ମହିଳା ଏକ ଅଭିନବ ପନ୍ଥା ଆପଣାଇଥିଲେ।