ସମ୍ପାଦକୀୟ |

ମିଛୁଆ ବନ ବିଭାଗ

ମିଛୁଆ ବନ ବିଭାଗ

ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ମହାବଳ ବାଘ ‘ମହାବୀର’ ମୃତ୍ୟୁ ଘଟଣା ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା। ନଭେମ୍ବର ୧୪ରେ ତା’ ମୃତଦେହ ମିଳିବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ପରେ ରିପୋର୍ଟରେ ବାଘ ବେକରେ ଘା’ ହୋଇ ସଂକ୍ରମଣ ଯୋଗୁ ମଲ୍ଟିପୁଲ ଅର୍ଗାନ୍‌ ଫେଲୁଅର ହୋଇଥିବା ଦର୍ଶାଯାଇଥିଲା। ଏପରି କି ବାଘ ପେଟରୁ ଝିଙ୍କ ପର ବାହାରିଥିବା କୁହାଯାଇଥିଲା। ଚାରିଆଡ଼େ ପ୍ରଚାର ହେଲା ଯେ ମହାବୀର ପେଟରୁ ଝିଙ୍କକାଠି ବାହାରିଥିବାରୁ ସେ ତାକୁ ମାରି ଖାଇବାରୁ ମୃତ୍ୟୁ ଘଟିଛି। ହେଲେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ) ପକ୍ଷରୁ କରାଯାଇଥିବା ତଦନ୍ତ ରିପୋର୍ଟ ପୂର୍ବର ବନ ବିଭାଗର ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଖଣ୍ଡନ କରିଛି।  ଡିସେମ୍ବର ୮ରେ ପ୍ରକାଶିତ ତଥ୍ୟରେ ବାଘ ବେକରେ ଫାଶ ପଡ଼ି  ସଂକ୍ରମଣ ହେବାରୁ ତା’ର ଜୀବନ ଯାଇଛି ବୋଲି ଏନ୍‌ଟିସିଏ କହିିଛି। ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ମତରେ ଝିଙ୍କ ପକ୍ଷୀର ପର ବାଘର କୌଣସି କ୍ଷତି ଘଟାଇପାରିବ ନାହିଁ। ଏଥିରୁ ବୁଝିବାକୁ ହେବ ଯେ, ବନ୍ୟପ୍ରାଣୀଙ୍କ ଉପରେ ସେଭଳି ଜ୍ଞାନ ନ ଥିବା ଜନସାଧାରଣଙ୍କୁ ବାଉଳା କରିବା ଲାଗି ବନ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରିପୋର୍ଟ ଦିଆଯାଉଛି। 

ଓଡ଼ିଶା ବନ୍ୟପ୍ରାଣୀ ସମିତିର ଏକ ସର୍ଭେରୁ ଜଣାଯାଇଛି ଯେ ମହାବୀର ଯେଉଁଠାରେ ମରିପଡ଼ିଥିଲା ସେହି ଅଞ୍ଚଳରେ ଶିକାରୀଙ୍କ ପ୍ରାଦୁର୍ଭାବ ରହିଛି। ଓଡ଼ିଶା ବନ ବିଭାଗ ଓ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ (ଡବ୍ଲ୍ୟୁଆଇଆଇ)ର ମିଳିତ ପ୍ରଚେଷ୍ଟାରେ ଦେଶର ପ୍ରଥମ ଇଣ୍ଟର ଷ୍ଟେଟ୍‌ ଟ୍ରାନ୍ସଲୋକେଶନ ବା ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ସାତକୋଶିଆରେ କରାଯାଇଥିଲା। ଉଦ୍ଦେଶ୍ୟ ଥିଲା ବାଘବଂଶ ବୃଦ୍ଧି କରିବା। ଚଳିତବର୍ଷ ଜୁନ୍‌ ୨୧ରେ ମଧ୍ୟପ୍ରଦେଶର କାହ୍ନା ଜାତୀୟ ପାର୍କରୁ ମହାବଳ ବାଘ ମହାବୀରକୁ ଅଣାଯିବା ପରେ ଜୁନ୍‌ ୨୮ରେ ବାନ୍ଧବଗଡ଼ରୁ ବାଘୁଣୀ ସୁନ୍ଦରୀକୁ ଅଣାଯାଇଥିଲା। ସୁନ୍ଦରୀ ମଣିଷ ଖାଇଥିବା ଅଭିଯୋଗ ହେବା ପରେ ତାକୁ ଏନ୍‌କ୍ଲୋଜରରେ ରଖାଯାଇଛି। ହେଲେ ମହାବୀର ଜୀବନ ଶିକାରୀ ଫାଶରେ ଯାଇଛି। ଫଳରେ ଇଣ୍ଟର ଷ୍ଟେଟ୍‌ ଟ୍ରାନ୍ସଲୋକେଶନ ପ୍ରକଳ୍ପ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏହାବ୍ୟତୀତ ଅନ୍ୟ ଏକ ବ୍ୟତିକ୍ରମ ମଧ୍ୟ ଘଟିଛି। ଜଙ୍ଗଲ ବିଭାଗ ତରଫରୁ କୁହାଯାଇଥିଲା ଯେ ସୁନ୍ଦରୀ ବ୍ୟତୀତ ପୂର୍ବରୁ ଅନ୍ୟ ଏକ ବାଘୁଣୀ ଏହି ସାତକୋଶିଆରେ ରହୁଛି। ଏହି ବାଘୁଣୀ ସହିତ ମହାବୀରର ମିଳନ ହୋଇଥିଲା ଏବଂ ବାଘୁଣୀର ଛୁଆ ଜନ୍ମ ହେବାର ଅଛି। ଆଶ୍ଚର୍ଯ୍ୟର କଥା ହେଉଛି ଯେ ସେହି ବାଘୁଣୀର କୌଣସି ଫଟୋ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ। କିନ୍ତୁ ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଉଛି ଯେ କ୍ୟାମେରାରେ ସେହି ବାଘୁଣୀ ଚିତ୍ର ରେକର୍ଡିଂ ହୋଇ ରହୁଛି ଓ ତା’ ଗତିବିଧି ଉପରେ ଲକ୍ଷ୍ୟ କରାଯାଉଛି। ଏହା ଆଦୌ ବିଶ୍ୱାସଯୋଗ୍ୟ ହେଉନାହିଁ। ଲୋକଙ୍କୁ ଅସତ୍ୟ ଚିତ୍ର ଦେଖାଇବା ପାଇଁ ବନ ବିଭାଗ କିଭଳି ମିଛ ଶବ ବ୍ୟବଚ୍ଛେଦ ରିପୋର୍ଟ ତିଆରି କରୁଛି ମହାବୀର ଘଟଣାରୁ ବୁଝାପଡ଼ୁଛି। ସେହି ଦୃଷ୍ଟିରୁ ଦେଖିଲେ ସାତକୋଶିଆର ସେହି ବାଘୁଣୀ ଥିବା ନେଇ ସନ୍ଦେହ ସୃଷ୍ଟି ହେଉଛି। ଅନ୍ୟ ଏକ ଘଟଣାରେ ନିକଟରେ ବରଗଡ଼ ଜିଲା ଦେବ୍ରିଗଡ଼ଠାରେ ବାଘକୁ ମାରି ପୋଡ଼ି ଦିଆଯାଇଥିବା ଘଟଣା ଚାରିଆଡ଼େ ଆଲୋଡ଼ନ ସୃଷ୍ଟି କରିଥିଲା। ଆଶ୍ଚର୍ଯ୍ୟ କଥା ଯେ, ବାଘ ଶିକାର ପୂର୍ବରୁ ଜଙ୍ଗଲରେ ଲାଗିଥିବା କ୍ୟାମେରା ଟ୍ରାପ୍‌କୁ କାଢ଼ିବା ପାଇଁ ସ୍ଥାନୀୟ ବନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ। ଏକ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଏ ସଂକ୍ରାନ୍ତ ମେସେଜ୍‌ ସେତେବେଳେ ଭାଇରାଲ ହୋଇଥିଲା।  

ପ୍ରଶାସନିକ ସ୍ତରରେ ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରା ନ ଯାଇ ନିଆଯାଉଥିବା ନିଷ୍ପତ୍ତିର ପରିଣତି ସର୍ବଦା ବିଫଳ ହୋଇଥାଏ। ଦେଶର ଅନ୍ୟାନ୍ୟ ବାଘ ସଂରକ୍ଷଣ ଅଞ୍ଚଳରେ ଏହାର ବଂଶବୃଦ୍ଧି ଲାଗି ବହୁବିଧ ପଦକ୍ଷେପ ନିଆଯାଉଛି। ବିଭିନ୍ନ ଉପାୟରେ ତଥ୍ୟ ବାହାର କରାଯାଇ ଶିକାରୀଙ୍କ ଉପରେ ନଜର ରଖାଯାଉଛି। ତତ୍‌ସହିତ ସବୁ ରାଜ୍ୟର ଜଙ୍ଗଲ ବିଭାଗ ନିକଟସ୍ଥ ଗ୍ରାମଗୁଡ଼ିକର ବାସିନ୍ଦାଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିଥାଆନ୍ତି। ଓଡ଼ିଶାରେ ସେଭଳି ସମ୍ପର୍କ ସ୍ଥାପନ କରିବାର ଉଦ୍ୟମ ପରିଲକ୍ଷିତ ହେଉନାହିଁ। ସାତକୋଶିଆ କଥା ଦେଖିଲେ ବନ ବିଭାଗ ଯେତେବେଳେ ବାଘ ବଂଶ ବୃଦ୍ଧି ଲାଗି ଏକ ଅଭିନବ ପ୍ରକଳ୍ପ କରିବାକୁ ଯୋଜନା କଲା, ସେତେବେଳେ ବିଭିନ୍ନ ଦିଗ ଯଥା ସେମାନଙ୍କ ପାଇଁ ପ୍ରଚୁର ଖାଦ୍ୟ ଅଛି କି ନାହିଁ, ଜଳବାୟୁ ସମ୍ବନ୍ଧୀୟ ଅଧ୍ୟୟନ, ସ୍ଥାନୀୟ ବାସିନ୍ଦାଙ୍କୁ ଅନ୍ୟତ୍ର ଥଇଥାନ କରିବା ସହ ଚଳପ୍ରଚଳ ଅଞ୍ଚଳରେ ଶିକାରୀଙ୍କ ଗତିବିଧିକୁ ଭଲ ଭାବେ ଅନୁଧ୍ୟାନ କରିବା ଦରକାର ଥିଲା।   

ଓଡ଼ିଶାରେ ବନ୍ୟପ୍ରାଣୀ ସଂରକ୍ଷଣ ଓ ସୁରକ୍ଷା ବିପର୍ଯ୍ୟସ୍ତ ହୋଇପଡ଼ିଥିବାର ଅନେକ ଦୃଷ୍ଟାନ୍ତ ଦେଖାଗଲାଣି। କେବଳ ବାଘ ନୁହେଁ, ହାତୀ ଭଳି ବିଶାଳକାୟ ଜୀବ ଏକସଙ୍ଗେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରାଣ ହରାଉଛନ୍ତି।  ଚଳିତ ବର୍ଷ ଅକ୍ଟୋବର ୨୭ରେ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କମଳାଙ୍ଗଠାରେ ଏହି କାରଣରୁ ୭ ହାତୀଙ୍କ ଜୀବନ ଯିବା ସଦ୍ୟ ଘଟଣା। ଉକ୍ତ ଘଟଣାରେ ବନ ବିଭାଗ ଓ ସେସୁ ପରସ୍ପର ଉପରେ ଯେଭଳି ଦୋଷ ଲଦାଲଦି ହୋଇଥିଲେ, ତାହା ସେତେବେଳେ ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି କରିଥିଲା। ଏବେ ବାଘ ମହାବୀର ମୃତ୍ୟୁ ଘଟଣାକୁ ନେଇ ଉପୁଜିଥିବା ପରିସ୍ଥିତି ବନ ବିଭାଗର ମିଛ ଉପରେ ଆଧାରିତ କାର୍ଯ୍ୟଶୈଳୀ ବାସ୍ତବରେ ଏକ ଚିନ୍ତାର ବିଷୟ ହୋଇପଡ଼ିଲାଣି। ପ୍ରବଳ ଅର୍ଥ ଅଣାଯାଇ କେବଳ ଲୋକଙ୍କୁ ଭଣ୍ଡେଇ   ସବୁ ଚଳୁ କରିବା ଯେମିତି ପାଲଟିଗଲାଣି ବନ ବିଭାଗର ଚରିତ୍ର।

All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ ଚୋକ୍‌ସିଙ୍କ ପଥ

ସମ୍ପାଦକୀୟ/ ଚୋକ୍‌ସିଙ୍କ ପଥ

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ସ୍କାମ୍‌ ପ୍ରାୟ ବର୍ଷେ ପୂରଣ କରିବାକୁ ଯାଉଛି। ଇତିମଧ୍ୟରେ ଏହାର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକ୍‌ସିଙ୍କୁ ଭାରତ ପ୍ରତ୍ୟର୍ପଣ କରାଯାଇପାରିଲା ନାହିଁ। ଚୋକ୍‌ସି ଆଣ୍ଟିଗୁଆ ନାଗରିକତ୍ୱ ଗ୍ରହଣ କରିସାରିଥିବାରୁ ୨୦୧୯ ଜାନୁୟାରୀ ୨୧ରେ ଭାରତୀୟ ପାସ୍‌ପୋର୍ଟ ସମର୍ପଣ କରିଦେଇଛନ୍ତି। ଭାରତୀୟ ବୈଦେଶିକ ନୀତି ଅନୁଯାୟୀ, ଯେତେବେଳେ ଜଣେ ନାଗରିକ ଅନ୍ୟ ଦେଶର ..

ଆଚାରରେ ସକାରାତ୍ମକତା ପ୍ରକାଶର ସୁଯୋଗ

ଆଚାରରେ ସକାରାତ୍ମକତା ପ୍ରକାଶର ସୁଯୋଗ

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ

୨୦୧୯ ବର୍ଷର ଶେଷ ‘ମନ୍‌ କି ବାତ୍‌’ରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ନକାରାତ୍ମକତାର ପ୍ରସାର କରିବା ଅତି ସହଜ କିନ୍ତୁ ଲୋକେ ସକାରାତ୍ମକତାର ପ୍ରସାର ପାଇଁ ଆଗେଇ ଆସିବା ଦରକାର। ପ୍ରଧାନମନ୍ତ୍ରୀଙ୍କ ଭଳି ନେତୃସ୍ଥାନୀୟ ବ୍ୟକ୍ତି ଏଭଳି ସକାରାତ୍ମକତାର ବିଚାର ଦେବା ଅନେକ ଆଶା ଉଦ୍ରେକ କରାଏ। ଏହି ନିର୍ବାଚନୀ ଋତୁରେ ପ୍ରଧାନମନ୍ତ୍ରୀ ‘ମନ୍‌ କି ବାତ୍‌’ରେ ରଖିଥିବା ବିଚାରକୁ ନିଜ ଆଚାରରେ ପରିଣତ କରିପାରିଲେ ତାହା ସକାରାତ୍ମକତାର ଉଦାହରଣ ସୃଷ୍ଟିକରିବ। ନିଜ ବିଚାରକୁ ଆଚାରରେ ପରିଣତ କରି ବିରୋଧୀଙ୍କୁ ଟାହିଟାପରା କରିବାର ପ୍ରବୃତ୍ତିରୁ ନିଜକୁ ଦୂରେଇ ବା ବିରୋ..

ସଶସ୍ତ୍ର ମୁକ୍ତି ସଂଗ୍ରାମର ମହାନାୟକ

ସଶସ୍ତ୍ର ମୁକ୍ତି ସଂଗ୍ରାମର ମହାନାୟକ

ଡ. ପ୍ରଫୁଲ୍ଲ କୁମାର ସାହୁ

ଉଚ୍ଚଶିକ୍ଷିତ ଭାରତୀୟଙ୍କ ପକ୍ଷରେ ଯେତେବେଳେ ଆଇସିଏସ୍‌ ଚାକିରି ଥିଲା ଶ୍ରେଷ୍ଠ ସଫଳତା, ସେତେବେଳେ ସୁଭାଷ ବୋଷ ଥିଲେ ପ୍ରଥମ ଭାରତୀୟ, ଯିଏ ଆଇସିଏସ୍‌ ପରୀକ୍ଷାରେ ସଫଳତା ଅର୍ଜନ କରି ମଧ୍ୟ ତାହାକୁ ପାଦରେ ଏଡ଼େଇ ଦେଇ କେମ୍ବ୍ରିଜ୍‌ରୁ ସ୍ବଦେଶ ଫେରି ଆସିଥିଲେ ଦେଶମାତୃକାକୁ ସ୍ବାଧୀନ କରିବାର ଦୃଢ଼ ସଂକଳ୍ପ ନେଇ। ସିଧାସଳଖ ବମ୍ବେରେ ମହାମତ୍ା ଗାନ୍ଧୀଙ୍କୁ ସାକ୍ଷାତ କରି (୨୦ଜୁଲାଇ ୧୯୨୧) ସେ କଂଗ୍ରେସରେ ଯୋଗଦେଲେ ଏବଂ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିଭିନ୍ନ ରାଜ୍ୟରେ ବିବାହକୁ ନେଇ ରହିଛି ଭିନ୍ନ ଭିନ୍ନ ପରମ୍ପରା। ବିବାହ ବେଳେ କନ୍ୟା ଓ ବର ଅଗ୍ନିକୁ ସାକ୍ଷୀ ରଖି ସାରା ଜୀବନ ଲାଗି ସାଥୀ ହୋଇଥାଆନ୍ତି। ତେବେ ରାଜସ୍ଥାନର ଶ୍ରୀମାଲୀ ସମ୍ପ୍ରଦାୟରେ ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳେ। ବିଭାଘର ବେଳେ ବର କନ୍ୟାକୁ କୋଳରେ ଧରି ଅଗ୍ନି ଚାରିପାଖରେ ସାତଥର ପ୍ରଦକ୍ଷିଣ କରିଥାଆନ୍ତି। ପୁରାଣରେ ଉଲ୍ଲେଖ ରହିଛି ପ୍ରଭୁ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ବିବାହ କରିବା ସମୟରେ ବିଘ୍ନ ..

ସମ୍ପାଦକୀୟ/କୃଷି ଆଗ

ସମ୍ପାଦକୀୟ/କୃଷି ଆଗ

ଆଜିର ସ୍ଥିତି ଦେଖିଲେ ୨୦୧୪ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଦୌ ପୂରଣ କରିନାହାନ୍ତି। ଉଚ୍ଚାଙ୍ଗ ସ୍ବରରେ ‘ସମସ୍ତଙ୍କୁ ସାଙ୍ଗରେ ନେଇ ବିକାଶ’ କଥା କହୁଥିଲେ ମଧ୍ୟ ତା’ର ଫଳ ଶୂନ ହୋଇଛି। ବିଶେଷକରି ସାମାଜିକ ଓ ଅର୍ଥନୈତିକ ଦିଗରୁ ତାଙ୍କ ଶାସନ ସମୟରେ ଦେଶର ଅଧିକ କ୍ଷତି ଘଟିଛି। ଅସହିଷ୍ଣୁତା, ମିଛିମିଛିକା ଦେଶପ୍ରେମ ଓ ବିଭାଜନ ରାଜନୀତି ସାମାଜିକ ବାତାବରଣକୁ ଘୋର ପ୍ରଭାବିତ କରିଛି। ଏକ ଉତ୍ତମ ଶାସନ ଜରିଆରେ ଭାରତୀୟ ଅର୍ଥନୀତିକୁ ନୂଆ ଦିଗ ଦେଖାଇଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ ତା’ର ସୁଫଳ ଲୋକେ ପାଇପାରିନାହାନ୍ତି। ଏହା ଜଣାଶୁଣା ଯେ, ମୋଦିଙ୍କ ଶାସନ ସମୟରେ କର୍ପୋରେଟ ପ୍ରୀତି ବଢ଼ିଛି..

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

ସହଦେବ ସାହୁ

ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା (ଏଫ୍‌ଏଓ) ସହିତ କାର୍ଯ୍ୟ କରୁଥିବା କ୍ଷୁଧା ଓ କୁପୁଷ୍ଟି ବିରୋଧୀ ଅନ୍ତର୍ଜାତୀୟ ସଂଗୋଷ୍ଠୀ (ଇଣ୍ଟରନ୍ୟାଶନାଲ ଆଲାଏନ୍ସ ଏଗେଁଷ୍ଟ ହଙ୍ଗର ଆଣ୍ଡ ମାଲନ୍ୟୁଟ୍ରିଶନ୍‌) କୃଷି କ୍ଷେତ୍ରରେ ଭାରତର ଅଭୂତପୂର୍ବ ବିକାଶକୁ ପ୍ରଶଂସା କରିଛି। ୧୯୫୦-୫୧ରେ ଭାରତରେ ଖାଦ୍ୟଶସ୍ୟ ଉପତ୍ାଦନ ପରିମାଣ ୫ କୋଟି ଟନ୍‌ ଥିବାବେଳେ ୨୦୧୬-୧୭ରେ ୨୭ କୋଟି ୨୦ ଲକ୍ଷ ଟନ୍‌ ହୋଇଛି, ପ୍ରାୟ ୫ଗୁଣ। ଲୋକସଂଖ୍ୟା ବଢ଼ିଛି ୪ ଗୁଣ। ତେଣୁ ଖାଦ୍ୟ-ଅଭାବୀ ପରିସ୍ଥିତିକୁ ପଛରେ ପକାଇ ଭାରତ ଏକ ଖାଦ୍ୟ ରପ୍ତାନିକାରୀ ରାଷ୍ଟ୍ର ହୋଇଗଲାଣି। ତଥାପି ଭାରତରେ କ୍ଷୁଧା ଓ କୁପୁଷ୍ଟି କାରଣରୁ ଏକଚତୁର୍ଥାଂଶ ଲୋକ କାର୍ଯ୍ୟକ୍ଷମ ହୋଇପାରୁ ନାହା..

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ବ୍ରହ୍ମାନନ୍ଦ ପଣ୍ଡା

ଆଜିକାଲି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏଭଳି ଅଧୋଗତି ହୋଇଛି ଯେ, ପ୍ରାୟ ୬୦% ମାଧ୍ୟମିକ ଛାତ୍ରୀଛାତ୍ର ଦରଖାସ୍ତଟିଏ ଲେଖିବାକୁ ବା ସାଧାରଣ ହିସାବଟିଏ କରିବାକୁ ଅସମର୍ଥ। ଭାରତର ୭୫% ଯାନ୍ତ୍ରିକ ଓ କାରିଗରି ଶିକ୍ଷାପ୍ରାପ୍ତ ସ୍ନାତକ ଚାକିରି ପାଇବାକୁ ଅଯୋଗ୍ୟ ବୋଲି ନିକଟ ଅତୀତରେ ପ୍ରକାଶ ପାଇଥିବା ତଥ୍ୟ ସାରା ଭାରତରେ ଆଲୋଡ଼ନ ସୃଷ୍ଟି କରିଥିଲା। ଖାଲି ସେତିକି ନୁହେଁ ଛାତ୍ରସମାଜର ଆଜି ନୈତିକ ସ୍ଖଳନ ଘଟିଛି। ଭାରତୀୟ ସଂସ୍କୃତିର ଅବକ୍ଷୟ ହେଉଛି। ମାନବିକ ମୂଲ୍ୟବୋଧ ଲୋପ ପାଉଛି। ଆଜିର ଶିକ୍ଷା ବ୍ୟୟବହୁଳ ଏବଂ ଚାକିରିସର୍ବସ୍ବ ହୋଇଛି। ଜ୍ଞାନ ଓ ଗବେଷଣା ଅର୍ଥସର୍ବସ୍ବ ହୋଇଛି। ସମାଜସେବା ପ୍ରଚାରସର୍ବସ୍ବ ହୋଇଛି। ଯଦି ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ର ପିଅନ ..

ଏଇ ଭାରତରେ

ଏଇ ଭାରତରେ

କାହିଁ କେଉଁ ଆଦିମ କାଳରୁ କୁକୁର ହେଉଛି ମଣିଷର ସାଥୀ। ଏହି ପ୍ରାଣୀ ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ଭୃତ୍ୟ ଭାବରେ କାର୍ଯ୍ୟ କରେ। ଏପରି କି ମାଲିକର ଲୁଣ ଖାଇବାରୁ ତା’ର ଗୁଣ ଗାଏ। ମାଲିକର ଜୀବନ ବଞ୍ଚାଇବାକୁ ଯାଇ ଦରକାର ପଡ଼ିଲେ ନିଜ ଜୀବନ ହାରିଦିଏ। ଏପରି ଏକ ଘଟଣା ଘଟିଛି ଜୟପୁରରେ। ରାଜସ୍ଥାନର ଜୟପୁରରେ ବାସ କରୁଥିବା ପୂର୍ବତନ ରଣଜୀ ଖେଳାଳି ସଞ୍ଜୀବ ଓହଲାନ୍‌ଙ୍କ ବାସଭବନରେ ନିଆଁ ଲାଗିଯାଇଥିଲା। ତଳ ମହଲାରେ ତାଙ୍କ ସ୍ତ୍ରୀ, ପୁଅ ଓ ଚାକରକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ନିଆଁ ଲାଗିବା ଯୋଗୁ ସଞ୍ଜୀବ..

ମୋଦି: ସବୁଥିରେ ଆଙ୍ଗୁଠି

ମୋଦି: ସବୁଥିରେ ଆଙ୍ଗୁଠି

ସ।ଧାରଣ ନିର୍ବାଚନ ଯେତେ ନିକଟତର ହେଉଛି, ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଲାଣି। ଜାନୁୟାରୀ ୧୯ରେ କୋଲକାତାରେ  ବିରୋଧୀଙ୍କ ରାଲିର କଳେବର ଦେଖିଲେ ମହାଗଠବନ୍ଧନ ଶକ୍ତିଶାଳୀ ହେଉଥିବା ମନେହେଉଛି। 

ସବୁଜ ପରିବହନ ବ୍ୟବସ୍ଥା

ସବୁଜ ପରିବହନ ବ୍ୟବସ୍ଥା

 ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ଏକ ରିପୋର୍ଟରୁ ଜଣାଯାଏ ଯେ, ଭାରତରେ ଅଧିକାଂଶ ସହର ବାୟୁ ପ୍ରଦୂଷଣ ଦ୍ୱାରା ଆକ୍ରାନ୍ତ। ଏପରି କି ପୃଥିବୀର ସବୁଠାରୁ ଅଧିକ ପନ୍ଦରଟି ସହର ମଧ୍ୟରେ ଭାରତର ଚଉଦଟି ସହର ଅଛି। ସବୁଠାରୁ ପ୍ରଦୂଷିତ ସହର ହେଉଛି କାନପୁର। 

ବାସିପାଣିରେ ପଚରା

ବାସିପାଣିରେ ପଚରା

ହଇରେ ମୋତେ କ’ଣ ଆଉ ବାସିପାଣିରେ ପଚାରୁନୁ? ଚିହ୍ନା ଲୋକଟିଏ, ଆପଣାର ମଣିଷଟିଏ ଆମକୁ ପୂର୍ବାପେକ୍ଷା ହତାଦର କରିବାର ଅନୁଭବ କଲେ ଆମେ ଏ ରୂଢିଟିର ପ୍ରୟୋଗ କରିଥାଉ! ଏଠାରେ ବାସିପାଣିକୁ ନିକୃଷ୍ଟ ଅର୍ଥରେ ବ୍ୟବହାର କରାଯାଇଛି। ନଚେତ୍‌ ଆମେ କହୁଥାନ୍ତେ- ହଇରେ ମୋତେ କ’ଣ ଆଉ ସଜପାଣିରେ ପଚାରୁନୁ? ନଚେତ୍‌ କହିଥାନ୍ତେ- କିରେ ମୋତେ କ’ଣ ଆଉ ମଦପାଣିରେ ପଚାରୁନୁ? ମାନେ ବାସିପାଣିଟି ପଚାରିବା ବା ବନ୍ଧୁ ଚର୍ଚ୍ଚା କରିବା ଯୋଗ୍ୟ ନୁହେଁ।

ଏଇ ଭାରତରେ

ଏଇ ଭାରତରେ

ଭଲ ପାଇବାର ହୃଦୟଟିଏ ଥିଲେ କେତେକ ପୁରୁଷ ଓ ମହିଳା ଅତିକ୍ରାନ୍ତ ବୟସରେ ବି ଭଲପାଇ ବସନ୍ତି। ତେବେ ଭଲ ପାଇବା ପାଇଁ ଜଣେ ବିବାହିତା ମହିଳା ଏକ ଅଭିନବ ପନ୍ଥା ଆପଣାଇଥିଲେ।