ସମ୍ପାଦକୀୟ |

ଭୂଲୁଣ୍ଠିତ ମାନବାଧିକାର

ଭୂଲୁଣ୍ଠିତ ମାନବାଧିକାର

ପ୍ରଦୀପ୍ତ ନାୟକ

ଆଜି ତମାମ ବିଶ୍ୱରେ ୭୦ତମ ମାନବାଧିକାର ଦିବସ ପାଳନ ହେଉଛି। ୧୯୪୮ ଡିସେମ୍ବର ୧୦ ତାରିଖ ଆଜିର ଦିନରେ ଜାତିସଂଘ ବିଶ୍ୱବାସୀଙ୍କ କଲ୍ୟାଣ ନିମନ୍ତେ ଅର୍ପଣ କରିଥିଲା ଐତିହାସିକ ସାର୍ବଜନୀନ ବିଶ୍ୱ ମାନବାଧିକାର ଘୋଷଣାପତ୍ର। ଲକ୍ଷ୍ୟ ଥିଲା ଭ୍ରାତୃତ୍ୱ, ଶାନ୍ତି, ପ୍ରଗତି ଓ ସ୍ବତନ୍ତ୍ରତା ଏବଂ ମାନବ ପ୍ରତି ଅମାନବୀୟ ବ୍ୟବହାରର ପରିସମାପ୍ତି। ଆମ ଦେଶ ଏଥିରେ ପୂର୍ଣ୍ଣ ସହମତି ଜଣାଇ ତଦନୁଯାୟୀ ନୂତନ ଭାବରେ ପ୍ରଣୟନ କରାଯାଇଥିବା ସମ୍ବିଧାନରେ ଏହା ସ୍ଥାନିତ କରିଥିଲା। ସମଗ୍ର ବିଶ୍ୱରେ ମାନବ କଲ୍ୟାଣ ନିମନ୍ତେ ସଚେତନତାର ବାର୍ତ୍ତା ପ୍ରଚାର କରିବା ସହିତ ମାନବାଧିକାରର ମୁଖ୍ୟ କଥାବସ୍ତୁ ଉପରେ ବିଚାର ଆଲୋଚନା କରିବା ଏହି ଦିବସ ପାଳନର ଲକ୍ଷ୍ୟ।

ସମାଜର ପ୍ରତ୍ୟେକ ବ୍ୟକ୍ତି ଦେଶର ସମ୍ପଦ। ମଣିଷକୁ ସେମାନଙ୍କ ଅଧିକାରରୁ ବଞ୍ଚତ୍ତ କରିବା ଅର୍ଥ ସେମାନଙ୍କ ମାନବିକ ମୂଲ୍ୟବୋଧକୁ ହନନ କରିବା। ଦଙ୍ଗା, ହଙ୍ଗାମା, ଗୋଷ୍ଠୀ ଯୁଦ୍ଧ ଓ ଦେଶ ଦେଶ ମଧ୍ୟରେ ଯୁଦ୍ଧ ହେଲେ ସମସ୍ତ ଆଇନକାନୁନ ନୀରବ ହୋଇଯାଏ। ଶିକ୍ଷାଦୀକ୍ଷା ଜଣେ ବ୍ୟକ୍ତିକୁ ଶୋଷିତ ହେବାରୁ ନିବୃତ୍ତ କରେ। ଲୋକମାନେ ଏକାଠି ହେଲେ ସମସ୍ତ ପ୍ରକାର ଅନ୍ୟାୟ, ଦୁର୍ନୀତି, ଶୋଷଣ ଓ କଷଣର ପ୍ରତିବାଦ କରିପାରିବେ ଏବଂ ସୁରକ୍ଷିତ ରହିପାରିବେ। ଏକାଠି ହେଲେ ଭବିଷ୍ୟତ ବଂଶଧର ଆମ ଶିଶୁମାନଙ୍କର ସୁରକ୍ଷା ଓ ଉନ୍ନତି ହୋଇପାରିବ। ଦେଖାଯାଉଛି ବିଜ୍ଞାନ ଓ ସମାଜ ଯେତେ ଆଗଉଛି ସେତେ ମଣିଷର ଅଧିକାର ଉଲ୍ଲଂଘନ ହେଉଛି। ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରିବା ପାଇଁ ଲୋକ ଯେତେ ସଂଗଠିତ ହେଉଛନ୍ତି, ନୂଆ ନୂଆ ଢାଞ୍ଚାରେ ସେମାନଙ୍କ ଉପରେ ଆକ୍ରମଣ ହେଉଛି। ସମାଜତାନ୍ତ୍ରିକ ଦୃଷ୍ଟିରୁ ଚିନ୍ତା କଲେ ଏପରି ଅବଶ୍ୟ ହୁଏ। 

ଅତୀତ ଇତିହାସକୁ ରୋମନ୍ଥନ କଲେ ଦେଖାଯାଏ, ୧୨୧୨ ଖ୍ରୀଷ୍ଟାବ୍ଦର ବ୍ରିଟେନର ମାଗ୍ନାକାର୍ଟା, ଫରାସୀ ରାଷ୍ଟ୍ର ବିପ୍ଳବ, ୧୯୧୭ ମସିହାର ରୁଷ୍‌ ବିପ୍ଳବ ହେଉ କିମ୍ବା ଭାରତର ସ୍ବାଧୀନତା ସଂଗ୍ରାମ ଇତ୍ୟାଦି ପ୍ରତ୍ୟେକ ସ୍ଥାନରେ ପ୍ରତ୍ୟେକଟି ସ୍ତରରେ ଲୋକମାନେ ଏକଜୁଟ ହୋଇ ଅଧିକାର ହାସଲ ପାଇଁ ଲଢ଼େଇ କରିଛନ୍ତି। ଫଳରେ ସମାଜରେ ପରିବର୍ତ୍ତନ ଆସିଛି, ଜନତାର ବିଜୟ ହୋଇଛି, ଶାସନରେ ଢାଞ୍ଚାଗତ ପରିବର୍ତ୍ତନ ହୋଇଛି। କିଛି ନୂଆ ନୀତିଗତ ବ୍ୟବସ୍ଥା ଆସିଛି। ଦେଖାଯାଉଛି ଲୋକମାନଙ୍କୁ ଜାତି, ଧର୍ମ, ଆଞ୍ଚଳିକତା ନାମରେ ଓ ଲିଙ୍ଗଗତ ପ୍ରଭେଦ ସୃଷ୍ଟି କରାଯାଇ ଶାସକଶ୍ରେଣୀ ତା’ର ରାଜନୈତିକ ଫାଇଦା ହାସଲ କରିବାରେ ସଫଳ ହେଉଛି। ଗତ କିଛିବର୍ଷ ଧରି ଆମ ଦେଶରେ ଏହା ଅତିମାତ୍ରାରେ ଘଟିଚାଲିଛି। ଅନୁସୂଚିତ ଜନଜାତି ଓ ଦଳିତବର୍ଗର ଲୋକମାନଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଛି। ସରକାରୀ ତଥ୍ୟକୁ ଆଧାର କରି ଆମ୍ନେଷ୍ଟି ଇଣ୍ଟରନ୍ୟାଶନାଲ ନାମକ ଏକ ମାନବାଧିକାର ସଂସ୍ଥା ପ୍ରକାଶ କରିଛି ଯେ, କେବଳ ୨୦୧୬ରେ ଦଳିତମାନଙ୍କ ଉପରେ ୪୦,୦୦୦ ହିଂସା ତମାମ ଦେଶରେ ସଂଗଠିତ ହୋଇଛି। 

ସର୍ବୋଚ୍ଚ ନ୍ୟାୟାଳୟଙ୍କ ବାରଣ ସତ୍ତ୍ୱେ ଏବେ ଦଳିତମାନେ ହାତରେ ପାଇଖାନା ଓ ସ୍ବେରେଜ ଟାଙ୍କି ସଫା କରୁଛନ୍ତି। ଏହା ଆମ ଦେଶରେ ସମ୍ପୂର୍ଣ୍ଣ ବେଆଇନ କାର୍ଯ୍ୟ। କିନ୍ତୁ କେନ୍ଦ୍ର ସରକାରୀ ସଂସ୍ଥା ସ୍ବେରେଜ ବୋର୍ଡ ସେମାନଙ୍କୁ ଶାରୀରିକ ଭାବେ ଖଟାଉଛନ୍ତି। ଇତିମଧ୍ୟରେ ୯୦ଜଣ ଦଳିତ ସ୍ବେରେଜ ଟାଙ୍କି ସଫା କରିବା ସମୟରେ ମୃତ୍ୟୁବରଣ କରିଛନ୍ତି। ଆଦିବାସୀଙ୍କ ଉପରେ ସେହି ୨୦୧୬ ମସିହାରେ ୬୫,୦୦୦ ହିଂସା ହୋଇଛି। ଦେଶର ଆଇନ ଅନୁସାରେ ସେମାନଙ୍କୁ ଜଙ୍ଗଲ ଜମିପଟ୍ଟା ପ୍ରଦାନ କରାଯାଉନାହିଁ। ତଥାକଥିତ ବିକାଶ ନାମରେ ଖଣି, ଖାଦାନ, କାରଖାନା, ଜଳଭଣ୍ଡାର ନିର୍ମାଣ ନିମନ୍ତେ ଆଦିବାସୀଙ୍କୁ ଭିଟାମାଟିରୁ ଉତ୍‌ଖାତ କରାଯାଉଛି। ସେମାନେ ଆନ୍ଦୋଳନ କଲେ ନକ୍ସଲ ଆଖ୍ୟା ଦେଇ ପୋଲିସ ଲଗାଇ ମାରି ଦିଆଯାଉଛି କିମ୍ବା ମିଥ୍ୟା ମକଦ୍ଦମାରେ ଫସାଇ ଜେଲ ପଠାଇ ଦିଆଯାଉଛି। ସେମାନଙ୍କୁ ଯିଏ ସମର୍ଥନ କଲା ସେ ଦେଶଦ୍ରୋହୀ ନାମରେ ଚିତ୍ରିତ ହୋଇ କାଠଗଡ଼ାରେ ଛିଡ଼ା ହେଉଛି। ମୁକ୍ତ ମତବ୍ୟକ୍ତ ପାଇଁ ଥିବା ମୌଳିକ ଅଧିକାରକୁ ଖର୍ବ କରାଯାଉଛି। ସରକାରଙ୍କ ମୁସଲମାନ ବିରୋଧୀ ହିଂସା ଓ ଏନ୍‌କାଉଣ୍ଟର ହତ୍ୟା ବିରୋଧରେ କଲମ ଚାଳନା କରିଥିବାରୁ ହିନ୍ଦୁ ସନାତନ ସେନାର କର୍ମୀମାନେ କର୍ନାଟକରେ ଗୌରୀ ଲଙ୍କେଶଙ୍କୁ ଗୁଳିକରି ହତ୍ୟା କଲେ। ତ୍ରିପୁରାର ବଙ୍ଗଳା ଦୈନିକ ଖବରକାଗଜ ‘ଦେଶେର କଥା’ର ଛାପା ଓ ପ୍ରସାରଣକୁ ବେଆଇନ ଭାବରେ ବନ୍ଦ କରିଦିଆଯାଇଥିଲା। ପରେ ତ୍ରିପୁରା ଉଚ୍ଚ ନ୍ୟାୟାଳୟ ଉକ୍ତ ବେଆଇନ ଲଗାମକୁ ଖାରଜ କରିଦେଇଥିଲେ। ଶାନ୍ତୁନ ଭୌମିକ ଓ ସୁଦୀପ ଦତ୍ତ ଭୌମିକ ନାମକ ୨ଜଣ ସାମ୍ବାଦିକଙ୍କୁ ଅଗରତାଲାରେ ମାରିଦିଆଯାଇଛି। ଜମ୍ମୁ-କଶ୍ମୀରରେ ଫଟୋ ସାମ୍ବାଦିକ ୟୁସୁଫ୍‌ଙ୍କୁ ଗିରଫ କରାଯାଇଛି। ବରବରା ରାଓ, ସୁଧା ଭରଦ୍ୱାଜ, ଗୌତମ ନେହେଲଖା ପ୍ରମୁଖ ୫ଜଣ ପ୍ରତିଷ୍ଠିତ ବୁଦ୍ଧିଜୀବୀଙ୍କୁ ମହାରାଷ୍ଟ୍ରର ପୁଣେ ପୋଲିସ ଗିରଫ କରିଛି। ମଧ୍ୟପ୍ରଦେଶରେ ୨୦ଜଣ ମାନବାଧିକାର କର୍ମୀଙ୍କୁ ରାଷ୍ଟ୍ରଦ୍ରୋହ ଅପରାଧରେ ଗିରଫ କରାଯାଇଛି। ଫ୍ରାନ୍ସର ଜଣେ ଟିଭି ସିରିଏଲ ନିର୍ମାତାଙ୍କୁ ଜମ୍ମୁ-କଶ୍ମୀରରେ ୩ ଦିନ ଅଟକ ରଖାଯାଇଥିଲା। ଲକ୍ଷ୍ନୌରେ ସରକାରଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରିଥିଲେ ବୋଲି ୩୧ଜଣ ଦଳିତ କର୍ମୀଙ୍କୁ ଗିରଫ କରାଯାଇଥିଲା। ବିଭିନ୍ନ ଲୋକ ସପକ୍ଷବାଦୀ ପୁସ୍ତକକୁ ଉତ୍ତରପ୍ରଦେଶ ସରକାର ବେଆଇନ ଘୋଷଣା କରିଛନ୍ତି। ଜଣେ ମନ୍ତ୍ରୀଙ୍କୁ ବିରୋଧ କରିଥିବାରୁ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ୨୮ଜଣ ଛାତ୍ରଙ୍କୁ ୨୦ ଦିନ ଜେଲ ଭୋଗିବାକୁ ପଡ଼ିଛି। ଯୌନଶୋଷଣ ବିରୋଧରେ ସ୍ବର ଉତ୍ତୋଳନ କରିବାରୁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କ ଉପରେ ପୋଲିସ ଲାଠି ପ୍ରହାର କରିଛି। ମାନବାଧିକାର ସଙ୍ଗଠନଗୁଡ଼ିକର ବିଦେଶୀ ପାଣ୍ଠି ସଂଗ୍ରହ, ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଦିଆଯାଇ ହଜାର ହଜାର ମାନବାଧିକାର କର୍ମୀଙ୍କ ପାଟି ବନ୍ଦ କରିଦିଆଯାଇଛି।

୨୦୧୬ ମସିହାରେ ଶିଶୁମାନଙ୍କ ଉପରେ ୧,୦୬,୦୦୦ ହିଂସା ଓ ଯୌନ ନିର୍ଯାତନା ଘଟିଥିବାର ସରକାରୀ ସୂତ୍ରରୁ ଜଣାପଡ଼ିଛି। ଶିଶୁମୃତ୍ୟୁ, ଶିଶୁବିକ୍ରି ଓ ଚାଲାଣ ଏବଂ ଶିଶୁ ଶ୍ରମିକ ପ୍ରଥା ବନ୍ଦ ହେବା ତ ଦୂରର କଥା, ଦିନକୁ ଦିନ ବୃଦ୍ଧି ପାଉଛି। ଶତକଡ଼ା ୩୬ ଭାଗ ୫ ବର୍ଷରୁ କମ୍‌ ଶିଶୁ ପୁଷ୍ଟିହୀନତାର ଶିକାର ହୋଇଛନ୍ତି। ୧୫ ଭାଗରୁ ଅଧିକ ଶିଶୁ ସ୍କୁଲ୍‌ ମାଟି ମାଡ଼ିପାରି ନାହାନ୍ତି। ଲକ୍ଷ ଲକ୍ଷ ଶିଶୁ ଅଧାରୁ ପାଠପଢ଼ାରେ ଡୋରି ବାନ୍ଧୁଛନ୍ତି।

ସେହି ୨୦୧୬ରେ ତମାମ ଭାରତ ବର୍ଷରେ ମହିଳାଙ୍କ ପ୍ରତି ୩,୩୮,୦୦୦ ହିଂସା ଘଟିଥିବା ଜଣାପଡ଼ିଛି। ଯୌନ ନିର୍ଯାତନା ଓ ପାରିବାରିକ ହିଂସା ବୃଦ୍ଧି ପାଇଛି ବୋଲି ଜାତୀୟ ଅପରାଧ ସୂଚକାଙ୍କରୁ ଜଣାପଡ଼ିଛି। ୮୯୪ଜଣ ମହିଳା ଜେଲ ଗୃହରେ ଓ ୭୪ଜଣ ଥାନା ହାଜତରେ ମୃତ୍ୟୁବରଣ କରିଥିବା ଆମ୍ନେଷ୍ଟି ଇଣ୍ଟରନ୍ୟାଶନାଲ ରିପୋର୍ଟରୁ ଜଣାପଡ଼ିଛି। କେରଳର ସାବରୀମାଳା ମନ୍ଦିରକୁ ସମସ୍ତ ବୟସର ମହିଳାଙ୍କ ପ୍ରବେଶ ଅଧିକାର ଓ ପୂଜାର୍ଚ୍ଚନା ନିମନ୍ତେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ଐତିହାସିକ ରାୟକୁ କାର୍ଯ୍ୟକାରୀ କରାଇ ଦିଆଯାଉନାହିଁ। ନିରାପତ୍ତା ବାହିନୀ ଓ ପୋଲିସର ସାଧାରଣ ନାଗରିକଙ୍କ ଉପରେ ଅତ୍ୟାଚାର ପ୍ରତିଦିନ ଗଣମାଧ୍ୟମରେ ଦେଖିବାକୁ ମିଳୁଛି। ଆଇନର ରକ୍ଷକ ହୋଇ ଭକ୍ଷକ ସାଜିଥିବା ଏହି ନିରାପତ୍ତା ବାହିନୀର କର୍ମଚାରୀମାନେ ସବୁଠାରୁ ବଡ଼ ମାନବାଧିକାର ଉଲ୍ଲଂଘନକାରୀ ବୋଲି ଜନମାନସରେ ସାବ୍ୟସ୍ତ ହୋଇଛନ୍ତି। ସରକାରୀ ପ୍ରାୟୋଜିତ ବିଭିନ୍ନ ଜନବିରୋଧୀ କାର୍ଯ୍ୟକୁ ସାକାର କରିବା ଦିଗରେ ଏମାନଙ୍କର ବଳିଷ୍ଠ ଯୋଗଦାନ ଥାଏ। ଭାରତୀୟ ପୋଲିସ ସବୁଠାରୁ ଦୁର୍ନୀତିଖୋର ବୋଲି ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲ ପ୍ରକାଶ କରିଥିଲା। ଏଭଳି ପରିସ୍ଥିତିରେ ଦେଶରେ ମାନବାଧିକାରର ସ୍ଥିତି ଯେ ଭୂଲୁଣ୍ଠିତ ହେଉଛି, ତାହା ସ୍ପଷ୍ଟ ଅନୁମେୟ। ତେଣୁ ପୃଥିବୀରେ ବୃହତ୍ତମ ଗଣତନ୍ତ୍ର ରାଷ୍ଟ୍ର ବୋଲି ଏ ଦେଶର ନେତା, ଜନତା ଓ ଅଧିକର୍ତ୍ତା କହିବା କେତେଦୂର ଠିକ୍‌, ତାହା ଜନସାଧାରଣ ବିଚାର କରନ୍ତୁ।

ଟିକରପଡ଼ା, କାକଟପୁର, ପୁରୀ, ମୋ-୯୪୩୭୦୫୩୩୨୯


All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..

ଆତଙ୍କର ସିଧା ପ୍ରସାରଣ

ଆତଙ୍କର ସିଧା ପ୍ରସାରଣ

ଆତଙ୍କବାଦ କାର୍ଯ୍ୟକଳାପକୁ ବର୍ଣ୍ଣଭିତ୍ତିକ ଘୃଣା ପୁନଶ୍ଚ ଖୋରାକ ଯୋଗାଇଲାଣି। ୧୫ ମାର୍ଚ୍ଚ ୨୦୧୯ରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହରର ଦୁଇଟି ମସ୍‌ଜିଦ୍‌ରେ ଘଟିଥିବା ଗଣହତ୍ୟା ଏହାର ସଦ୍ୟ ଦୃଷ୍ଟାନ୍ତ। ଏଥିରେ ୫ଜଣ ଭାରତୀୟଙ୍କ ସମେତ ପ୍ରାୟ ୫୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଏହି ଅପରାଧ ଭିଆଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ କାଣ୍ଡ ସୋସିଆଲ ମିଡିଆରେ ଲାଇଭ୍‌ ଷ୍ଟ୍ରିମିଂ କରିଥିଲେ । 

ପାନପିକର କାହାଣୀ

ପାନପିକର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା

ରାସ୍ତାରେ ଯାଉ ଯାଉ ଆମ ଆଗରେ ଚାଲୁଥିବା ଲୋକଟି ହଠାତ୍‌ ପାନପିକ ଲଣ୍ଡାଏ ଛାଡିଦେବା ଏବଂ ତହିଁରୁ କିଛି ପବନରେ ଉଡିଆସି ଆମ ଦେହ ବା ମୁହଁରେ ପଡିବା ଏକ ବିରଳ ଅନୁଭୂତି ନୁହେଁ। 

ଖୋଇଲେ ମନ ପୂରେ

ଖୋଇଲେ ମନ ପୂରେ

ଅଲେଖ ଚନ୍ଦ୍ର ମିଶ୍ର

କୃଷ୍ଣସୁଦାମା ଚରିତ କିଏ ବା ନ ଜାଣେ? ଯାହା ସୁଦାମାଙ୍କୁ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତିଦେଇ ସକଳ ଐଶ୍ୱର୍ଯ୍ୟର ଅଧିକାରୀ କରିଥିଲା, ସ୍ଥୂଳ ଦୃଷ୍ଟିରେ ତାହା ଥିଲା ମୁଠାଏ ଖୁଦଭଜା। କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ତାହା ଥିଲା ସୁଦାମାଙ୍କର କୃତକର୍ମର ପ୍ରାୟଶ୍ଚିତ୍ତ ଏବଂ ଋଣ ପରିଶୋଧର ନିଦର୍ଶନ। 

ଏଇ ଭାରତରେ

ଏଇ ଭାରତରେ

ବିଦେଶ ଭ୍ରମଣରେ ଯିବା ପାଇଁ ଅଧିକାଂଶ ବ୍ୟକ୍ତି ଆଗ୍ରହ ପ୍ରକାଶ କରିଥାଆନ୍ତି। ତେବେ ସେଥିପାଇଁ ଆବଶ୍ୟକ ହୋଇଥାଏ ଟଙ୍କା। ଇଚ୍ଛାଥିଲେ ମଧ୍ୟ ଅର୍ଥ ଅଭାବରେ ବିଦେଶ ଭ୍ରମଣ ଆଶା ସାକାର ହୋଇପାରେ ନାହିଁ। ତେଣୁ ଅଳ୍ପ ଅଳ୍ପ ଟଙ୍କା ସଞ୍ଚୟ କରି ଅଧିକ ପୁଞ୍ଜି କଲେ ଯାଇ ବିଦେଶ ଭ୍ରମଣ ସମ୍ଭବ ହୋଇପାରିବ। ବିଦେଶ ଭ୍ରମଣକୁ ସାକାର ରୂପ ଦେଇପାରିଛନ୍ତି କେରଳର ଏକ ଦମ୍ପତି।

ଆପ୍ରବାସୀଙ୍କ ପ୍ରତି ଘୃଣା

ଆପ୍ରବାସୀଙ୍କ ପ୍ରତି ଘୃଣା

ଆକାର ପଟେଲ

ନ୍ୟୁଜିଲାଣ୍ଡ ଗଣହତ୍ୟା ଖବର ଶୁକ୍ରବାର ସକାଳେ ରେଡିଓରୁ ଜାଣିଲି। ଶନିବାର ସକାଳେ ଖବରକାଗଜରୁ ପଢ଼ିଲି ଯେ ଆକ୍ରମଣ ପରେ ୯ ଜଣ ଭାରତୀୟ ମଧ୍ୟ ନିଖୋଜ ଅଛନ୍ତି। ସେମାନେ ଅହମଦାବାଦ ଓ ହାଇଦ୍ରାବାଦର ଲୋକ। ସବୁଦିନ ସକାଳେ ମୁଁ ବିବିସି ରେଡିଓରୁ ଖବର ଶୁଣେ। ଗୁଳିକାଣ୍ଡ ଖବର ପ୍ରସାରଣ ପରେ କମେଣ୍ଟାରୀ (ବ୍ୟାଖ୍ୟାନ) ଅନ୍ୟ କାହାଣୀ ଆଡ଼କୁ ଗତି କରିଥିଲା। 

ଅଷ୍ଟ୍ରେଲିଆକୁ ଆସିଥିବା ପ୍ରଥମ ପିଆନୋ ମରାମତି ପାଇଁ ଇଂଲଣ୍ଡ ପଠାଯାଇଥିଲା। କାରଣ ଏହା ସେ..

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଚିତ୍ର-ଚରିତ୍ର/ ନିରଞ୍ଜନ ପାଢ଼ୀ

ସାମ୍ପ୍ରତିକ ଜନଜୀବନରେ ପ୍ରତିନିୟତ ଅନେକ ଘଟଣା ଆମ ଆଖିରେ ପଡୁଛି। ଘୃଣା, ଈର୍ଷା, ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା, ଜନ୍ମଦାତା ମାତାପିତାଙ୍କୁ ନିର୍ଯାତନା- ଏସବୁ ଘଟଣାର ଦୃଷ୍ଟାନ୍ତ ଆଦୌ ଦୁର୍ଲଭ ନୁହେଁ। ଅପରପକ୍ଷେ ଏହାର ବିପରୀତ ଦୃଷ୍ଟାନ୍ତଗୁଡ଼ିକ ଅତ୍ୟନ୍ତ ଦୁର୍ଲଭ ହୋଇ ଲୋକଲୋଚନରୁ ଦୂରେଇ ଗଲେଣି। ଦାରିଦ୍ର୍ୟର ଦାରୁଣ ଦୁର୍ଭାଗ୍ୟକୁ ସାଥିରେ ଧରି ମୁଣ୍ଡ ପୋତି କାନ୍ଦୁଥିବା ଲୋକଟିକୁ ଦେଖି ହସି ହସି ଚାଲିଯାଉଥିବା ଲୋକମାନଙ୍କ ଦୃଷ୍ଟାନ୍ତ ଅତ୍ୟନ୍ତ ସୁଲଭ ହୋଇଥିଲାବେଳେ,..

 ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ବିଶ୍ୱ ସୀମାଶୁଳ୍କ ସଙ୍ଗଠନ (ଡବ୍ଲ୍ୟୁସିଓ) ବେଲ୍‌ଜିୟମ୍‌ର ବ୍ରସେଲ୍ସଠାରେ  ଅବସ୍ଥିତ। ଏହି ଅନ୍ତର୍ଜାତୀୟ ସଙ୍ଗଠନରେ ୧୮୨ ସଦସ୍ୟ ରାଷ୍ଟ୍ର ଅଛନ୍ତି। ସୀମାଶୁଳ୍କ ଆଦାୟ, ଯୋଗାଣ ଶୃଙ୍ଖଳ ସୁରକ୍ଷା, ଅନ୍ତର୍ଜାତୀୟ ବାଣିଜ୍ୟ ସୁବିଧା, ସୀମାଶୁଳ୍କ ପ୍ରବର୍ତ୍ତନ କାର୍ଯ୍ୟଧାରା, ବୌଦ୍ଧିକ ସମ୍ପତ୍ତି ଅଧିକାର (ଆଇପିଆର୍‌), ଡ୍ରଗ୍ସ ଏନ୍‌ଫୋର୍ସମେଣ୍ଟ, ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଭଳି ବହୁ ବାଣିଜି୍ୟକ ପ୍ରସଙ୍ଗ ଉପରେ ଡବ୍ଲ୍ୟୁସିଓ କାର୍ଯ୍ୟ କରିଆସୁଛି। ବିଶ୍ୱ ସ୍ତରରେ ସୀମାଶୁଳ୍କ ସମ୍ବନ୍ଧୀୟ ବିବାଦ ସମାଧାନରେ ଏହାର ଭୂମି..

ଏଇ ଭାରତରେ

ଏଇ ଭାରତରେ

ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀ ଉତ୍ତମ ଆଚରଣ କରନ୍ତି। କିନ୍ତୁ କଲେଜ ମାଟି ମାଡ଼ିବା ବେଳକୁ ଅଧିକାଂଶ ଛାତ୍ରୀଛାତ୍ର ବିପଥଗାମୀ ହେଉଥିବା ଦେଖିବାକୁ ମିଳୁଛି। ଗୋଆ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ରେ ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଛି, ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଠାରେ ଶିକ୍ଷା ନେଉଥିବା ଛାତ୍ରୀମାନେ ଛାତ୍ରଙ୍କ ଅପେକ୍ଷା ଅଧିକ ମାତ୍ରାରେ ନିଶାସେବ..


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା