ବାଲେଶ୍ୱର

ଜାତୀୟ ରାଜପଥରେ ୧୦୦ ଫୁଟ ଫାଟ: ବିପଦ ଆଶଙ୍କା ସତ୍ତ୍ୱେ ତାଳିପକା କାମ

ଜାତୀୟ ରାଜପଥରେ ୧୦୦ ଫୁଟ ଫାଟ:  ବିପଦ ଆଶଙ୍କା ସତ୍ତ୍ୱେ ତାଳିପକା କାମ

ଆରଡି, ୧୦।୧୨ (ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ବୋଡକ ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ବୈତରଣୀ ନଦୀପାର୍ଶ୍ୱକୁ ଢଳି ୧୦୦ ଫୁଟ ଲମ୍ବର ଫାଟ ହେବା ପରେ ପ୍ରଶାସନ ଏବେ ତାଳିପକା କାମ ଆରମ୍ଭ କରିଛି। ସ୍ଥାୟୀ ନିର୍ମାଣ ବା ମରାମତି କାମ ନ କରି ଫାଟରେ କେବଳ ମୋରମ ଦେଇ ବନ୍ଦ କରିଦିଆଯାଇଛି। ଏନେଇ ସ୍ଥାନୀୟ ଅଞ୍ଚଳବାସୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେମାନେ ଜାତୀୟ ରାଜପଥର ସ୍ଥାୟିତ୍ୱ ଓ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି। 

ଜାତୀୟ ରାଜପଥରେ ଫାଟ ସୃଷ୍ଟି ହେବା ସମ୍ପର୍କରେ ଗତ ୫ ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଏହାପରେ ବିଭାଗୀୟ ଅଧିକାରୀ ତତ୍ପର ହୋଇପଡ଼ିଥିଲେ। ରାଜପଥର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କୁହାଯାଇଥିଲା। କିନ୍ତୁ ଶୁକ୍ରବାର ରାତିରେ ଉକ୍ତ ଫାଟ ସ୍ଥାନରେ ମୋରମ ପକାଯାଇ କାମଚଳା ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏ ସମ୍ପର୍କରେ ବିଭାଗୀୟ ଉପଖଣ୍ଡ ଅଧିକାରୀ ସୁମିତ ସାହୁଙ୍କୁ ପଚାରିବାରୁ କହିଛନ୍ତି, ସୋମବାରରୁ ସ୍ଥାୟୀ ମରାମତି କାମ ହେବ। ଅସ୍ଥାୟୀ ଭାବେ ଫାଟ ପୋତିବା ପାଇଁ ଏଠାରେ ମୋରମ ପକାଯାଇଛି। ହେଲେ ଅଞ୍ଚଳବାସୀ ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି। ବିଭିନ୍ନ ସମୟରେ ନଦୀପାର୍ଶ୍ୱ ରାଜପଥ ଦବିଯାଇ ଫାଟ ସୃଷ୍ଟି ହେଉଥିବାରୁ ଯାତାୟାତ ବିପଦସଙ୍କୁଳ ହୋଇପଡ଼ିଛି। ଏହାର ସ୍ଥାୟୀ ମରାମତି ନ ହେଲେ ରାଜପଥ ନଦୀଗର୍ଭକୁ ଚାଲିଯିବ ବୋଲି ଲୋକେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଉଲ୍ଲେଖନୀୟ ଯେ, କୁଆଖିଆରୁ ସାତଭାୟା ପର୍ଯ୍ୟନ୍ତ ନିର୍ମିତ ହେବାକୁ ଥିବା ୨୦ ନମ୍ବର ଜାତୀୟ ରାଜପଥ ଗତ ଅଗଷ୍ଟ ମାସ ବନ୍ୟାରେ ବୁଡି ଯାଇଥିଲା। ବୋଡ଼କ ନିକଟରେ ପ୍ରଥମେ ୩୦ ଫୁଟ ଓ ପରେ ୭୦ ଫୁଟ ଲମ୍ବର ଫାଟ ସୃଷ୍ଟି ହୋଇଥିଲା। ଏଥିଲାଗି ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ଓ ଯାଜପୁର ଜିଲାର ମା’ ବିରଜାଙ୍କ ଶକ୍ତିପୀଠ ମଧ୍ୟରେ ୨ ମାସ ଧରି ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିଲା। କଟକ, ଭୁବନେଶ୍ୱରକୁ ମଧ୍ୟ ବସ୍‌ ଓ ଅନ୍ୟ ସ୍ଥାନକୁ ଭାରିଯାନ ଚଳାଚଳ ବ୍ୟାହତ ହୋଇଥିଲା। ପୁନର୍ବାର ଏଭଳି ସ୍ଥିତି ଦେଖାଦେବାରୁ ବିଭାଗୀୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମରାମତି କାମ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି ଜଣାଇଛନ୍ତି। 


All Right Reserved By

ବାଲେଶ୍ୱର

ନକଲି କାଗଜପତ୍ରରେ ରାତାରାତି ଧାନ ଚାଲାଣ:  ପୋଲିସ, ଯୋଗାଣ ବିଭାଗର ତଦନ୍ତ ଆରମ୍ଭ

ନକଲି କାଗଜପତ୍ରରେ ରାତାରାତି ଧାନ ଚାଲାଣ: ପୋଲିସ, ଯୋଗାଣ ବିଭାଗର ତଦନ୍ତ ଆରମ୍ଭ

ଭଦ୍ରକ ଅଫିସ,୨୩ା୧-ରାତାରାତି ନକଲି କାଗଜପତ୍ର ଧରି ଜିଲାରୁ ଅନ୍ୟ ଜିଲାକୁ ଟ୍ରକ ମାଧ୍ୟମରେ ଚାଲାଣ ହେଉଛି ଧାନ । ଯୋଗାଣ ବିଭାଗ ଓ ପୋଲିସକୁ ଚକମା ଦେଖାଇବା ପାଇଁ କମ୍ପ୍ୟୁଟର ମାଧ୍ୟମରେ ନକଲି ଟ୍ରାଞ୍ଜିଟ ପାଶ୍‌ ପ୍ରିଣ୍ଟ କରି ଧାନ ଚାଲାଣ କରାଯାଉଛି।

ବୋମାମାଡ଼ରେ ୪ ଆହତ, ୫ ଅଭିଯୁକ୍ତ ଗିରଫ

ଚାନ୍ଦବାଲି,୨୩ା୧(ଡି.ଏନ.ଏ.)-ଚାନ୍ଦବାଲି ଥାନା ଅନ୍ତର୍ଗତ ନାଲଗୁଣ୍ଡା ଗ୍ରାମ ପଞ୍ଚାୟତ ଇଟାଗୋଠ ଗାଁରେ ଗୋଷ୍ଠୀ ବିବାଦ କାରଣରୁ ସୋମବାର ବିଳମ୍ବିତ ରାତିରେ ବୋମାମାଡ ହୋଇଛି।

୮ ବର୍ଷ ହେଲା ହୋଇନି ପ୍ରାଣୀ ଗଣନା:  ପ୍ରାଣୀଙ୍କୁ ଅଣଦେଖା

୮ ବର୍ଷ ହେଲା ହୋଇନି ପ୍ରାଣୀ ଗଣନା: ପ୍ରାଣୀଙ୍କୁ ଅଣଦେଖା

ଭଦ୍ରକ ଅଫିସ, ୨୩।୧-(ବିଭୁପ୍ରସାଦ ବେହେରା)-ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଶତାଧିକ  ଯୋଜନା ପ୍ରଣୟନ କରିଛନ୍ତି। ଗର୍ଭଧାରଣ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ନାନା ଲୋଭନୀୟ ଯୋଜନା କାମ କରୁଛି। 

ନାରୀ ଶିକ୍ଷାର ମହତ୍ୱ, ମୌଳିକ ଅଧିକାର ଉପରେ ଗୁରୁତ୍ୱ

ନାରୀ ଶିକ୍ଷାର ମହତ୍ୱ, ମୌଳିକ ଅଧିକାର ଉପରେ ଗୁରୁତ୍ୱ

ଭଦ୍ରକ  ଅଫିସ,୨୩ା୧- ଅହମଦିୟା ମହିଳା ମୁସ୍‌ଲିମ୍‌ ସଂଗଠନ(ଲଜନା ଇମାୟୁଲା) ତରଫରୁ ଅହମଦିଆ ମୁସ୍‌ଲିମ୍‌ ମସ୍‌ଜିଦ୍‌ ପ୍ରାଙ୍ଗଣରେ ଏକ ଦିନିକିଆ  ମହିଳା ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। 

ଉଦ୍ଧାର ସମ୍ବର ମୃତ

ଉଦ୍ଧାର ସମ୍ବର ମୃତ

କପ୍ତିପଦା, ୨୩ା୧ (ଡ଼ି.ଏନ୍‌.ଏ): ମୟୂରଭଞ୍ଜ ଜିଲା କପ୍ତିପଦା ରେଞ୍ଜ ଅଧୀନ କଳମଗଡ଼ିଆ ପଞ୍ଚାୟତ ଅଫିସ ନିକଟରେ ମଙ୍ଗଳବାର ଏକ ସମ୍ବର ବୁଲୁଥିବା  ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ ।

‘ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବା ପାଇଁ କୋର୍ଟ ଗଲେ ଏମ୍‌ପି ’

‘ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବା ପାଇଁ କୋର୍ଟ ଗଲେ ଏମ୍‌ପି ’

ବାରିପଦା ଅଫିସ,୨୩ା୧- ଗତ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରିପଦା ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମୟୂରଭଞ୍ଜ ଏମପି ଇଂ ରାମଚନ୍ଦ୍ର ହାଁସଦାଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।  

ଶିମିଳିପାଳରୁ ଲୋପ ପାଉଛି  ଶିମିଳି

ଶିମିଳିପାଳରୁ ଲୋପ ପାଉଛି ଶିମିଳି

କପ୍ତିପଦା,୨୩ା୧(ଡି.ଏନ.ଏ)- ପୂର୍ବରୁ ଶିମିଳିପାଳରେ ଅଧିକ ସଂଖ୍ୟକ ଶିମିଳିଗଛ ଥିବାରୁ ଏହା ଶିମିଳିପାଳ ନାମରେ ନାମିତ ଥିବା  ପରିବେଶବିତ୍‌ କୁହନ୍ତି।

ଫେବୃୟାରୀ ୮ରୁ ‘ପରୀ’

ଫେବୃୟାରୀ ୮ରୁ ‘ପରୀ’

ବାଲେଶ୍ୱର ଅଫିସ,୨୩।୧-ଆସନ୍ତା ଫେବୃୟାରୀ ୮ରୁ ‘ପରୀ’ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ବାଲେଶ୍ୱର ନୃତ୍ୟ ସଙ୍ଗୀତ କଳାମନ୍ଦିର ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।

ବାଟବଣା ହୋଇଛି ‘ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା’:  ଅଭିଯୋଗ ଆଣିଲା ଭାଜପା

ବାଟବଣା ହୋଇଛି ‘ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା’: ଅଭିଯୋଗ ଆଣିଲା ଭାଜପା

ବାଲେଶ୍ୱର ଅଫିସ, ୨୩।୧-ରାଜ୍ୟ ସରକାରଙ୍କର ‘ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା’  ବାଟବଣା ହୋଇଛି। ଏଥିରେ ଚାଷୀମାନଙ୍କୁ ହଇରାଣ କରାଯାଉଛି ବୋଲି ବାଲେଶ୍ୱରର ଏକ ଘରୋଇ ହୋଟେଲ ପରିସରରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଭାଜପା ରାଜ୍ୟ ସମ୍ପାଦିକା ତଥା ମୁଖପାତ୍ର ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।  

ବସ୍ତା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୪ ଚୋରା ମଦ ବେପାରୀ ଗିରଫ

ବସ୍ତା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୪ ଚୋରା ମଦ ବେପାରୀ ଗିରଫ

ବସ୍ତା, ୨୨।୧(ସ୍ବ.ପ୍ର.)-ବସ୍ତା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨୬ ଲିଟର ମଦ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

ମଦ କାରବାର ବନ୍ଦ, ଜବରଦଖଲ ଉଚ୍ଛେଦ ଦାବି ତେଜିଲା: ଟାୟାର ଜାଳି ରାଜ୍ୟ ରାଜପଥ ଅବରୋଧ

ମଦ କାରବାର ବନ୍ଦ, ଜବରଦଖଲ ଉଚ୍ଛେଦ ଦାବି ତେଜିଲା: ଟାୟାର ଜାଳି ରାଜ୍ୟ ରାଜପଥ ଅବରୋଧ

ସଜନାଗଡ଼, ୨୨।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ପିଠାହତା ପଞ୍ଚାୟତ ଯାମୁନା ଛକର ଉଭୟ ପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ ଏବଂ ମଦ କାରବାର ବନ୍ଦ ଦାବିରେ ମଙ୍ଗଳବାର ସ୍ଥାନୀୟ ବାସିନ୍ଦା ରାସ୍ତାକୁ ଓହ୍ଲାଇଛନ୍ତି। 

‘ଆମକୁ ନିଯୁକ୍ତି ସୁଯୋଗ ମିଳୁ’

‘ଆମକୁ ନିଯୁକ୍ତି ସୁଯୋଗ ମିଳୁ’

ଯୋଡ଼ା,୨୨।୧(ଡି.ଏନ.ଏ.): ଅଖିଳ ଭାରତୀୟ କ୍ରାନ୍ତିକାରୀ ଆଦିବାସୀ ମହାସଭା ପକ୍ଷରୁ ମଙ୍ଗଳବାର ଯୋଡା ବିଡିଓଙ୍କୁ ୧୪ ଦଫା ସମ୍ବଳିତ ଦାବିପତ୍ର ଦିଆଯାଇଛି। ଯୋଡ଼ା ବ୍ଲକର କାରାଖେଣ୍ଡରା, ଉଲିବୁରୁ, ଦେଓଝର, ଅଁସେଇକଳା, କଣ୍ଡରା, ଠାକୁରାଣୀ ଗ୍ରାମର ଶତାଧିକ ମହିଳାପୁରୁଷ ୨୦ କି.ମି. ରାସ୍ତା ପାଦରେ ଚାଲି ଦାବିପତ୍ର ଦେବାକୁ ଯାଇଥିଲେ। କାରଖାନା ଓ ଖଣିରେ ବହୁଳ ମେଶିନ୍‌ ପ୍ରଚଳିତ ହେଉଛି।