ବାଲେଶ୍ୱର

ଜିଲା ଲୋକକଳା ମହୋତ୍ସବ ଉଦ୍‌ଘାଟିତ

ଜିଲା ଲୋକକଳା ମହୋତ୍ସବ ଉଦ୍‌ଘାଟିତ

ଭଦ୍ରକ ଅଫିସ, ୧୦।୧୨ - ଭଦ୍ରକ ଜିଲା ସଂସ୍କୃତି ପରିଷଦ, ଓର୍‌ମାସ ଓ ଜିଲା ପ୍ରଶାସନର ମିଳିତ ସହଯୋଗରେ ନେହେରୁ ଷ୍ଟାଡିୟମ ପରିସରରେ ରବିବାର ଜିଲା ଲୋକକଳା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ‘ଭଦ୍ରାୟନୀ’ ଉଦ୍‌ଘାଟିତ ହୋଇଯାଇଛି। ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା। ଭଦ୍ରକର ସାହିତ୍ୟ ଓ ସଂସ୍କୃତି ରାଜ୍ୟରେ ନିଆରା। ଏ ମାଟିର ସଂଗ୍ରାମୀଙ୍କ ବଳିଦାନ ଦେଶପ୍ରେମର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଜିଲାର ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟିତ ବୋଲି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲ ବକ୍ତବ୍ୟ ରଖିଥିଲେ। ବିଧାୟକ ଯୁଗଳ କିଶୋର ପଟ୍ଟନାୟକ, ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ବ୍ଲକ ଅଧ୍ୟକ୍ଷ ରଘୁନାଥ ଧଳ, ପୂର୍ବତନ ନଗରପାଳ ମାନସ କୁମାର ମହାନ୍ତି ଓ ଜିଲା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଜିଲାର ଲୋକକଳା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ପ୍ରଶଂସା କରିଥିଲେ। ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଗଞ୍ଜାମ ଜିଲା ନରେନ୍ଦ୍ରପୁରର ରାଜେନ୍ଦ୍ର ପାତ୍ର ଓ ସାଥୀଙ୍କ ଯୋଡ଼ିଶଙ୍ଖ ଓ ରଣପା ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ପରେ ପୁରୀ ଜିଲା ବାଲିସାହିର ଶେଫାଳିକା ମହାନ୍ତି ଏବଂ ସାଥୀଙ୍କ ମାହାରୀ ଓ ଦେବଦାସୀ ନୃତ୍ୟ, ଚାନ୍ଦବାଲିର ଡାଇମଣ୍ଡ ଡ୍ୟାନ୍ସ ଗ୍ରୁପ୍‌ର ନୃତ୍ୟ ବିଚିତ୍ରାରେ ଝୁମିଥିଲେ ଦର୍ଶକ।

ଏହି ମହୋତ୍ସବ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ମେଳାରେ ସମୁଦାୟ ୨୧୦ଟି ଷ୍ଟଲ ସ୍ଥାନ ପାଇଥିବା ବେଳେ ପ୍ରଥମ ଦିନରେ କିଛି ଫାଙ୍କା ପଡ଼ିଥିବା ଦେଖିବାକୁ ମିଳିଥିଲା। ୨୦ ଖାଦ୍ୟ ଷ୍ଟଲ, ୮୦ଟି ବିଭିନ୍ନ ଜିଲାରୁ ଆସିଥିବା ସ୍ବୟଂସହାୟକ ଗୋଷ୍ଠୀର ଉତ୍ପାଦିତ ଦ୍ରବ୍ୟ ଷ୍ଟଲ, ୨୦ଟି ସରକାରୀ ପ୍ରଜ୍ଞାପନ ଷ୍ଟଲ, ୧୦ଟି ଜିଲା ଶିଳ୍ପକେନ୍ଦ୍ରର ଷ୍ଟଲ, ୨୦ଟି ସରକାରୀ ବ୍ୟବସାୟିକ ଷ୍ଟଲ ଏବଂ ୬୦ ବେସରକାରୀ ବ୍ୟବସାୟିକ ଷ୍ଟଲ ସ୍ଥାନ ପାଇଛି। 

All Right Reserved By

ବାଲେଶ୍ୱର

ନକଲି କାଗଜପତ୍ରରେ ରାତାରାତି ଧାନ ଚାଲାଣ:  ପୋଲିସ, ଯୋଗାଣ ବିଭାଗର ତଦନ୍ତ ଆରମ୍ଭ

ନକଲି କାଗଜପତ୍ରରେ ରାତାରାତି ଧାନ ଚାଲାଣ: ପୋଲିସ, ଯୋଗାଣ ବିଭାଗର ତଦନ୍ତ ଆରମ୍ଭ

ଭଦ୍ରକ ଅଫିସ,୨୩ା୧-ରାତାରାତି ନକଲି କାଗଜପତ୍ର ଧରି ଜିଲାରୁ ଅନ୍ୟ ଜିଲାକୁ ଟ୍ରକ ମାଧ୍ୟମରେ ଚାଲାଣ ହେଉଛି ଧାନ । ଯୋଗାଣ ବିଭାଗ ଓ ପୋଲିସକୁ ଚକମା ଦେଖାଇବା ପାଇଁ କମ୍ପ୍ୟୁଟର ମାଧ୍ୟମରେ ନକଲି ଟ୍ରାଞ୍ଜିଟ ପାଶ୍‌ ପ୍ରିଣ୍ଟ କରି ଧାନ ଚାଲାଣ କରାଯାଉଛି।

ବୋମାମାଡ଼ରେ ୪ ଆହତ, ୫ ଅଭିଯୁକ୍ତ ଗିରଫ

ଚାନ୍ଦବାଲି,୨୩ା୧(ଡି.ଏନ.ଏ.)-ଚାନ୍ଦବାଲି ଥାନା ଅନ୍ତର୍ଗତ ନାଲଗୁଣ୍ଡା ଗ୍ରାମ ପଞ୍ଚାୟତ ଇଟାଗୋଠ ଗାଁରେ ଗୋଷ୍ଠୀ ବିବାଦ କାରଣରୁ ସୋମବାର ବିଳମ୍ବିତ ରାତିରେ ବୋମାମାଡ ହୋଇଛି।

୮ ବର୍ଷ ହେଲା ହୋଇନି ପ୍ରାଣୀ ଗଣନା:  ପ୍ରାଣୀଙ୍କୁ ଅଣଦେଖା

୮ ବର୍ଷ ହେଲା ହୋଇନି ପ୍ରାଣୀ ଗଣନା: ପ୍ରାଣୀଙ୍କୁ ଅଣଦେଖା

ଭଦ୍ରକ ଅଫିସ, ୨୩।୧-(ବିଭୁପ୍ରସାଦ ବେହେରା)-ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଶତାଧିକ  ଯୋଜନା ପ୍ରଣୟନ କରିଛନ୍ତି। ଗର୍ଭଧାରଣ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ନାନା ଲୋଭନୀୟ ଯୋଜନା କାମ କରୁଛି। 

ନାରୀ ଶିକ୍ଷାର ମହତ୍ୱ, ମୌଳିକ ଅଧିକାର ଉପରେ ଗୁରୁତ୍ୱ

ନାରୀ ଶିକ୍ଷାର ମହତ୍ୱ, ମୌଳିକ ଅଧିକାର ଉପରେ ଗୁରୁତ୍ୱ

ଭଦ୍ରକ  ଅଫିସ,୨୩ା୧- ଅହମଦିୟା ମହିଳା ମୁସ୍‌ଲିମ୍‌ ସଂଗଠନ(ଲଜନା ଇମାୟୁଲା) ତରଫରୁ ଅହମଦିଆ ମୁସ୍‌ଲିମ୍‌ ମସ୍‌ଜିଦ୍‌ ପ୍ରାଙ୍ଗଣରେ ଏକ ଦିନିକିଆ  ମହିଳା ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। 

ଉଦ୍ଧାର ସମ୍ବର ମୃତ

ଉଦ୍ଧାର ସମ୍ବର ମୃତ

କପ୍ତିପଦା, ୨୩ା୧ (ଡ଼ି.ଏନ୍‌.ଏ): ମୟୂରଭଞ୍ଜ ଜିଲା କପ୍ତିପଦା ରେଞ୍ଜ ଅଧୀନ କଳମଗଡ଼ିଆ ପଞ୍ଚାୟତ ଅଫିସ ନିକଟରେ ମଙ୍ଗଳବାର ଏକ ସମ୍ବର ବୁଲୁଥିବା  ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ ।

‘ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବା ପାଇଁ କୋର୍ଟ ଗଲେ ଏମ୍‌ପି ’

‘ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବା ପାଇଁ କୋର୍ଟ ଗଲେ ଏମ୍‌ପି ’

ବାରିପଦା ଅଫିସ,୨୩ା୧- ଗତ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରିପଦା ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମୟୂରଭଞ୍ଜ ଏମପି ଇଂ ରାମଚନ୍ଦ୍ର ହାଁସଦାଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।  

ଶିମିଳିପାଳରୁ ଲୋପ ପାଉଛି  ଶିମିଳି

ଶିମିଳିପାଳରୁ ଲୋପ ପାଉଛି ଶିମିଳି

କପ୍ତିପଦା,୨୩ା୧(ଡି.ଏନ.ଏ)- ପୂର୍ବରୁ ଶିମିଳିପାଳରେ ଅଧିକ ସଂଖ୍ୟକ ଶିମିଳିଗଛ ଥିବାରୁ ଏହା ଶିମିଳିପାଳ ନାମରେ ନାମିତ ଥିବା  ପରିବେଶବିତ୍‌ କୁହନ୍ତି।

ଫେବୃୟାରୀ ୮ରୁ ‘ପରୀ’

ଫେବୃୟାରୀ ୮ରୁ ‘ପରୀ’

ବାଲେଶ୍ୱର ଅଫିସ,୨୩।୧-ଆସନ୍ତା ଫେବୃୟାରୀ ୮ରୁ ‘ପରୀ’ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ବାଲେଶ୍ୱର ନୃତ୍ୟ ସଙ୍ଗୀତ କଳାମନ୍ଦିର ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।

ବାଟବଣା ହୋଇଛି ‘ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା’:  ଅଭିଯୋଗ ଆଣିଲା ଭାଜପା

ବାଟବଣା ହୋଇଛି ‘ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା’: ଅଭିଯୋଗ ଆଣିଲା ଭାଜପା

ବାଲେଶ୍ୱର ଅଫିସ, ୨୩।୧-ରାଜ୍ୟ ସରକାରଙ୍କର ‘ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା’  ବାଟବଣା ହୋଇଛି। ଏଥିରେ ଚାଷୀମାନଙ୍କୁ ହଇରାଣ କରାଯାଉଛି ବୋଲି ବାଲେଶ୍ୱରର ଏକ ଘରୋଇ ହୋଟେଲ ପରିସରରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଭାଜପା ରାଜ୍ୟ ସମ୍ପାଦିକା ତଥା ମୁଖପାତ୍ର ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।  

ବସ୍ତା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୪ ଚୋରା ମଦ ବେପାରୀ ଗିରଫ

ବସ୍ତା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୪ ଚୋରା ମଦ ବେପାରୀ ଗିରଫ

ବସ୍ତା, ୨୨।୧(ସ୍ବ.ପ୍ର.)-ବସ୍ତା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨୬ ଲିଟର ମଦ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

ମଦ କାରବାର ବନ୍ଦ, ଜବରଦଖଲ ଉଚ୍ଛେଦ ଦାବି ତେଜିଲା: ଟାୟାର ଜାଳି ରାଜ୍ୟ ରାଜପଥ ଅବରୋଧ

ମଦ କାରବାର ବନ୍ଦ, ଜବରଦଖଲ ଉଚ୍ଛେଦ ଦାବି ତେଜିଲା: ଟାୟାର ଜାଳି ରାଜ୍ୟ ରାଜପଥ ଅବରୋଧ

ସଜନାଗଡ଼, ୨୨।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ପିଠାହତା ପଞ୍ଚାୟତ ଯାମୁନା ଛକର ଉଭୟ ପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ ଏବଂ ମଦ କାରବାର ବନ୍ଦ ଦାବିରେ ମଙ୍ଗଳବାର ସ୍ଥାନୀୟ ବାସିନ୍ଦା ରାସ୍ତାକୁ ଓହ୍ଲାଇଛନ୍ତି। 

‘ଆମକୁ ନିଯୁକ୍ତି ସୁଯୋଗ ମିଳୁ’

‘ଆମକୁ ନିଯୁକ୍ତି ସୁଯୋଗ ମିଳୁ’

ଯୋଡ଼ା,୨୨।୧(ଡି.ଏନ.ଏ.): ଅଖିଳ ଭାରତୀୟ କ୍ରାନ୍ତିକାରୀ ଆଦିବାସୀ ମହାସଭା ପକ୍ଷରୁ ମଙ୍ଗଳବାର ଯୋଡା ବିଡିଓଙ୍କୁ ୧୪ ଦଫା ସମ୍ବଳିତ ଦାବିପତ୍ର ଦିଆଯାଇଛି। ଯୋଡ଼ା ବ୍ଲକର କାରାଖେଣ୍ଡରା, ଉଲିବୁରୁ, ଦେଓଝର, ଅଁସେଇକଳା, କଣ୍ଡରା, ଠାକୁରାଣୀ ଗ୍ରାମର ଶତାଧିକ ମହିଳାପୁରୁଷ ୨୦ କି.ମି. ରାସ୍ତା ପାଦରେ ଚାଲି ଦାବିପତ୍ର ଦେବାକୁ ଯାଇଥିଲେ। କାରଖାନା ଓ ଖଣିରେ ବହୁଳ ମେଶିନ୍‌ ପ୍ରଚଳିତ ହେଉଛି।