ବାଲେଶ୍ୱର

ଥମୁନି ନିର୍ଯାତନା: ବଳି ପଡୁଛି ମାନବାଧିକାର

ଥମୁନି ନିର୍ଯାତନା: ବଳି ପଡୁଛି ମାନବାଧିକାର

ବାରିପଦା ଅଫିସ,୧୦।୧୨- ପ୍ରତିବର୍ଷ  ଡିସେମ୍ବର ୧୦ ତାରିଖକୁ ଆନ୍ତର୍ଜାତିକ ମାନବାଧିକାର ଦିବସ ଭାବେ ପାଳନ କରାଯାଉଛି। ଲୋକଙ୍କୁ ସଚେତନ କରାଇ ମାନବାଧିକାରକୁ ସୁଦୃଢ଼ କରିବା ଏହି ଦିବସ ପାଳନର ଲକ୍ଷ୍ୟ । ସରକାରୀ ଭାବେ ଏହି ଦିବସ ପାଳନ କରାଯାଉ ନ ଥିଲେ ମଧ୍ୟ କେବଳ ବେସରକାରୀ ସଂସ୍ଥାମାନେ ଏହାକୁ ପାଳନ କରି ଆସୁଛନ୍ତି । ବିଭିନ୍ନ କ୍ଷେତ୍ରରେ ମାନବାଧିକାର ଉଲ୍ଲଂଘନ ଭଳି ଅଭିଯୋଗ ହେଉଥିଲେ ମଧ୍ୟ କାହାରି ଉପରେ ଏହାର କିଛି ପ୍ରଭାବ ପଡୁ ନାହିଁ ।  ସମାଜର ତଳସ୍ତରରେ ବସବାସ କରୁଥିବା ଅବହେଳିତ ଲୋକେ ଅଧିକମାତ୍ରାରେ ଶୋଷଣ ଓ ନିର୍ଯାତନାର ଶିକାର  ହେଉଥିବା ଦେଖିବାକୁ ମିଳୁଛି।  

ମୟୂରଭଞ୍ଜ ଜିଲାରେ ବିଭିନ୍ନ ସମୟରେ  ଶିଶୁ ନିର୍ଯାତନା, ସ୍ବାସ୍ଥ୍ୟସେବାରେ ଶୋଷଣ, ଅନାହାର ମୃତ୍ୟୁ,  ମାନସିକ ବିକାରଗ୍ରସ୍ତ ଓ ମହିଳାଙ୍କୁ ନିର୍ଯାତନା ଦିଆଯିବା ଘଟଣା ପଦାକୁ ଆସୁଛି।  ଜେଲ ଓ ଥାନା ହାଜତରେ ଗିରଫ କିମ୍ବା ଅଟକ ବ୍ୟକ୍ତିଙ୍କୁ ନିର୍ଯାତନା ଦିଆଯିବା ଉଦ୍‌ବେଗର କାରଣ  ହେଉଛି।   ବାରିପଦା ଟାଉନ ଥାନାରୋ ବହୁ ଚର୍ଚ୍ଚିତ ଚନ୍ଦନ ଦାସ ହାଜତ ମୃତ୍ୟୁ ମାମଲାରେ ରାଜ୍ୟ ମାନବାଧିକାର କମିଶନ ହସ୍ତକ୍ଷେପ କରିବା ପରେ ଚନ୍ଦନଙ୍କ ପରିବାରକୁ ପୋଲିସ ୱେଲଫେୟାର ଫଣ୍ଡରୁ କ୍ଷତିପୂରଣ ପ୍ରଦାନ କରାଯାଇଥିଲା।  ହେଲେ ଚନ୍ଦନଙ୍କ ମାନଧିକାର କ୍ଷୁର୍ଣ କରିଥିବା ଅଧିକାରୀଙ୍କୁ ଏଯାଏ ଦଣ୍ଡ ମିଳିି ନ ଥିବା ତାଙ୍କ ପରିବାର ଅଭିଯୋଗ କରି ଆସୁଛନ୍ତି। । ସେହିପରି  ରାସ୍ତା କଡରେ ଏଣେ ତେଣେ ଘୁରିବୁଲୁଥିବା ମାନସିକ ବିକାରଗ୍ରସ୍ତଙ୍କ କାହାଣୀ ଅବର୍ଣ୍ଣନୀୟ। କେନ୍ଦ୍ର  ଓ ରାଜ୍ୟ ସରକାର ଏଥିପାଇଁ ନିର୍ଦ୍ଦିଷ୍ଟ ଯୋଜନା କରି ନ ଥିବାରୁ ସେମାନେ ଅଭିଶପ୍ତ ଜୀବନ ବିତାଉଛନ୍ତି ା ଏକ ବେସରକାରୀ ସଂସ୍ଥାର ସର୍ଭେ ଅନୁଯାୟୀ ଜିଲାରେ ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା ପ୍ରାୟ ୭୪୮ ହେବ ।   ବାରିପଦା ସହରରେ ୭୪ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ବୁଲୁଥିବା କୁହାଯାଉଛି। ଏମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧିକ । ୩୦ ପ୍ରତିଶତ ମାନସିକ ବିକାରଗ୍ରସ୍ତଙ୍କ ବୟସ ୪୦ ବର୍ଷ ମଧ୍ୟରେ ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ସରକାରଙ୍କ ଉଦାସୀନତା କାରଣରୁ ମାନସିକ ରୋଗୀମାନେ ମାନବାଧିକାରରୁ ବଞ୍ଚିତ ।  କେତେକ ସ୍ବେଚ୍ଛାସେବୀ ଉଦ୍ଧାର କରିବାକୁ ପ୍ରସ୍ତୁତ ଥିଲେ ମଧ୍ୟ ସରକାରୀ ଭାବେ ଥଇଥାନ ବ୍ୟବସ୍ଥା ନ ଥିବାରୁ କେହି ଆଗଭର ହେଉ ନ ଥିବା ଜଣେ ଜିଲାସ୍ତରୀୟ ଅଧିକାରୀ କହିଛନ୍ତି ।

ମୟୂରଭଞ୍ଜ ଜିଲାରେ ଶିଶୁ ଶ୍ରମିକ ପ୍ରଥା ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। ପୂର୍ବରୁ ‘ମଁୁ ବି ପଢ଼ିବି ’ ଯୋଜନାରେ ଜିଲା ପ୍ରଶାସନ ବିଭିନ୍ନ ହୋଟେଲ, ଢାବା, ଗ୍ୟାରେଜରୁ ୪୫୧ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ଥଇଥାନ କରିଥିଲା। ଏବେ  ଯଥା ପୂର୍ବଂ ତଥା ଅବସ୍ଥା। ବର୍ତ୍ତମାନ  ଜିଲାରେ ୨ ହଜାରରୁ ଊର୍ଦ୍ଧ୍ୱ ଶିଶୁ ଶ୍ରମିକ ବିପଦଜନକ ସ୍ଥାନରେ କାର୍ଯ୍ୟ କରୁଥିବା ବେସରକାରୀ ସଂସ୍ଥା ସର୍ଭେ ରିପୋର୍ଟରୁ ଜଣାପଡିଛି।  କେବଳ ବାରିପଦା ସହିରରେ ୩ ଶହରୁ ଊର୍ଦ୍ଧ୍ୱ ଶିଶୁ ଶ୍ରମିକ ରହିଛନ୍ତି।   ଏ ସମ୍ପର୍କରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ବିନ୍ଧାଣୀଙ୍କୁ ପଚାରିବାରୁ କହିଛନ୍ତି, ପ୍ରଶାସନ ପକ୍ଷରୁ ମାନବାଧିକାର ଦିବସ କେବେ ପାଳନ କରାଯାଏ ନାହିଁ । କିନ୍ତୁ ମାନବାଧିକାର ସୁରକ୍ଷା ସହ ନିର୍ଯାତିତ ଶିଶୁ ଓ ମହିଳାଙ୍କ ସୁରକ୍ଷା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି  ସେ କହିଛନ୍ତି। 

All Right Reserved By

ବାଲେଶ୍ୱର

ଅଦିନିଆ ବର୍ଷାରେ କୋବି ଫସଲ କ୍ଷତିଗ୍ରସ୍ତ

ଅଦିନିଆ ବର୍ଷାରେ କୋବି ଫସଲ କ୍ଷତିଗ୍ରସ୍ତ

ଚମ୍ପୁଆ, ୧୯।୩ (ଡି.ଏନ.ଏ.)-ତିନିଦିନ ଧରି ଚମ୍ପୁଆ ଅଞ୍ଚଳରେ ଲାଗିରହିଥିବା ବର୍ଷା ଫଳରେ ପନିପରିବା ଚାଷୀମାନେ ବହୁ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି। ବିଶେଷ ଭାବେ ପରିବା ଚାଷୀଙ୍କ ଉପରେ ଏହାର ପ୍ରଭାବ ପ୍ରବଳ ମାତ୍ରାରେ ପଡିଛି। 

‘ସମୟାନୁବର୍ତ୍ତିତା ଦେଇଛି ଜୀବିକା ’: ୬ ମାସ ଚାଷ, ୪ ମାସ ଲସି ବେପାର

‘ସମୟାନୁବର୍ତ୍ତିତା ଦେଇଛି ଜୀବିକା ’: ୬ ମାସ ଚାଷ, ୪ ମାସ ଲସି ବେପାର

ଭଦ୍ରକ ଅଫିସ, ୧୯।୩- ସମୟର ସଦୁପଯୋଗ କଲେ କାହା ପେଟ ଅପୋଷା ରହିବ ନାହିଁ ା ଏକଥା କହିଛନ୍ତି  ଅନନ୍ତ କୁଅଁର(୫୦)। ପେଶାରେ ସେ ଜଣେ ଚାଷୀ। ଘର ତିହିଡି ବ୍ଳକ ବୁଡଙ୍ଗ ଗାଁରେ। ବର୍ଷା ଦିନେ ବିଲରେ ହଳ କରି ଚାଷ କରି ଫସଲ ଉତ୍ପାଦନ କରିଥାନ୍ତି। ଗାଁରେ ଜଳସେଚନ ବ୍ୟବସ୍ଥା ନ ଥିବାରୁ ଖରାଦିନ ଆସିଲେ କୌଣସି ଫସଲ କରି ପାରି ନ ଥାନ୍ତି।  

ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟରେ  ଛାତ୍ର ଅଶାନ୍ତି: ୨୪ ଘଣ୍ଟା ମଧ୍ୟରେ କୁଳସଚିବଙ୍କ ବଦଳି ଦାବି, ଥାନାରେ ଅଭିଯୋଗ

ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟରେ ଛାତ୍ର ଅଶାନ୍ତି: ୨୪ ଘଣ୍ଟା ମଧ୍ୟରେ କୁଳସଚିବଙ୍କ ବଦଳି ଦାବି, ଥାନାରେ ଅଭିଯୋଗ

ବାରିପଦା ଅଫିସ,୧୯।୩- ବାରିପଦା ତକତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟରେ ମଙ୍ଗଳବାର ଛାତ୍ର ଅଶାନ୍ତି ଦେଖା ଦେଇଛି। କୁଳସଚିବ ପ୍ରମୋଦ କୁମାର ଶତପଥୀ ଛାତ୍ରୀଛାତ୍ରଙ୍କୁ ଦୁର୍ବ୍ୟବାର କରିବା ଅଭିଯୋଗ ହୋଇଛି। ଛାତ୍ରୀଛାତ୍ରମାନେ ଘଟଣା ସମ୍ପର୍କରେ କୁଳପତି ପ୍ରଦୀପ କୁମାର ଚାନ୍ଦଙ୍କୁ ଅବଗତ କରାଇବା ସହିତ ୨୪ ଘଣ୍ଟା ମଧ୍ୟରେ କୁଳସଚିବଙ୍କ ବଳଦି ଦାବି କରିଛନ୍ତି। 

ପଞ୍ଚଲିଙ୍ଗେଶ୍ୱର ପୀଠରେ ଯୁବକଙ୍କୁ ହତ୍ୟା ଘଟଣା:  ଅଭିଯୁକ୍ତ ଗିରଫ

ପଞ୍ଚଲିଙ୍ଗେଶ୍ୱର ପୀଠରେ ଯୁବକଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତ ଗିରଫ

ସଜନାଗଡ଼, ୧୯।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ଗତ ଫେବୃୟାରୀ ୮ତାରିଖରେ ଜଣେ ଅଜଣା ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାର ଦେଢ଼ମାସ ପରେ ନୀଳଗିରି ପୋଲିସ୍‌ ହତ୍ୟାକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ, ସ୍ତ୍ରୀ ଗୁରୁତର

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ, ସ୍ତ୍ରୀ ଗୁରୁତର

କେନ୍ଦୁଝର,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅନ୍ତର୍ଗତ ବାଂଶପାଳ ବ୍ଲକ କାଞ୍ଜିପାଣି ନିକଟ ୪୯ନଂ ଜାତୀୟ ରାଜପଥରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ବାଇକ୍‌କୁ ଏକ ଟ୍ରକ ଧକ୍କା ଦେବାରୁ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି।

ଜାତୀୟ ରାଜପଥରେ ଜଳିଗଲା ସ୍କୁଲ ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ୧୧ ଛାତ୍ରୀଛାତ୍ର

ଜାତୀୟ ରାଜପଥରେ ଜଳିଗଲା ସ୍କୁଲ ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ୧୧ ଛାତ୍ରୀଛାତ୍ର

ପାଟଣା,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଦେଇ ଯାଇଥିବା ୨୨୦ ନଂ. ଜାତୀୟ ରାଜପଥର ପାଟଣା-କରଞ୍ଜିଆ ରାସ୍ତାର ଧାନବେଣୀ ନିକଟରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏକ ସ୍କୁଲ ଟାଟା ମ୍ୟାଜିକ୍‌ ଗାଡ଼ିରେ ନିଆଁ ଲାଗିଯିବାରୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଛି। ଏଥିରୁ ଛାତ୍ରୀଛାତ୍ର ଅଳ୍ପକେ ବର୍ତ୍ତିଯାଇଛନ୍ତି। 

କେନ୍ଦୁଝରର  ବିଭିନ୍ନ ସ୍ଥାନରେ ଚଢ଼ାଉ,ଗଞ୍ଜେଇ, ମଦ ଜବତ:  ୨ ଗିରଫ

କେନ୍ଦୁଝରର ବିଭିନ୍ନ ସ୍ଥାନରେ ଚଢ଼ାଉ,ଗଞ୍ଜେଇ, ମଦ ଜବତ: ୨ ଗିରଫ

କେନ୍ଦୁଝର,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଅଙ୍ଗିକଳା ଗ୍ରାମରେ ମଙ୍ଗଳବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏଥିରେ ଗ୍ରାମର ରୟା ନାୟକଙ୍କ ଘରୁ  ୩  କିଲୋ ୧ ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି ।

 ୪ ଶହ ଲିଟର ମଦ ସହ ବୋଲେରୋ ଜବତ: ୨ ଗିରଫ

୪ ଶହ ଲିଟର ମଦ ସହ ବୋଲେରୋ ଜବତ: ୨ ଗିରଫ

ଭଦ୍ରକ ଅଫିସ,୧୯।୩: ଭଦ୍ରକ ଜିଲା ଜାତୀୟ ରାଜପଥ ରାଣୀତାଲ ନିକଟରୁ ମଙ୍ଗଳବାର ଏକ ମଦଭର୍ତ୍ତି  ବୋଲେରୋ ଜବତ କରାଯାଇଛି।

ନକଲି  ଜର୍ଦ୍ଦା  କାରଖାନରେ ଚଢ଼ାଉ : ଲକ୍ଷାଧିକ  ଟଙ୍କାର  ଜର୍ଦ୍ଦା , ଯନ୍ତ୍ରାଂଶ  ଜବତ

ନକଲି ଜର୍ଦ୍ଦା କାରଖାନରେ ଚଢ଼ାଉ : ଲକ୍ଷାଧିକ ଟଙ୍କାର ଜର୍ଦ୍ଦା , ଯନ୍ତ୍ରାଂଶ ଜବତ

ଭଦ୍ରକ ଅଫିସ,୧୯।୩: ଭଦ୍ରକ ଜିଲା  ପୁରୁଣା ବଜାର ପୋଲିସ ସୋମବାର  ବିଳମ୍ବିତ  ରାତିରେ ଏକ ନକଲି ଜର୍ଦ୍ଦା କାରଖାନା ଠାବ କରିଛି l ଥାନାଧିକାରୀ ପ୍ରଜ୍ଞା ମହାନ୍ତିଙ୍କ ନେତୃତ୍ୱରେ ଛଡ଼ାକମହଲା  ସୁଲତାନନଗରରେ ବହୁଦିନ ଧରି  ଚାଲିଥିବା ଏହି  ନକଲି ଜର୍ଦ୍ଦା କାରଖାନା ଉପରେ  ଚଢ଼ାଉ କରାଯାଇଥିଲା।

ବିଷାକ୍ତ ଛତୁ ଖାଇ ୩ଗୁରୁତର

ବିଷାକ୍ତ ଛତୁ ଖାଇ ୩ଗୁରୁତର

ପାଟଣା,୧୯।୩(ସ୍ବ,ପ୍ର,): କେନ୍ଦୁଝର ଜିଲା ପାଟଣା ବ୍ଲକ ମିରିଖୋଜି ବିଶ୍ୱାଳ ସାହିରେ ସୋମବାର ସାରେ ବିଷାକ୍ତ ଛତୁ ଖାଇ ଏକ ପରିବାରର ୩ଜଣ ଗୁରୁତର ହୋଇଛନ୍ତି। 

ରୂପସା ଝୋଟ କାରଖାନାରେ ଲକ୍‌ଆଉଟ୍‌

ରୂପସା ଝୋଟ କାରଖାନାରେ ଲକ୍‌ଆଉଟ୍‌

ରୂପସା,୧୯।୩(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ରୂପ୍‌ସାସ୍ଥିତ ଝୋଟ କାରଖାନାରେ କର୍ତ୍ତୃପକ୍ଷ ମଙ୍ଗଳବାର ଲକ୍‌ ଆଉଟ୍‌ ଘୋଷଣା କରିଛନ୍ତି। ଫଳରେ ଶ୍ରମିକ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ କାରଖାନା ଚାଲୁ ହେବା ପାଇଁ ଶ୍ରମିକ ସଂଘ ପକ୍ଷରୁ ଦାବି ହୋଇଛି। ଏ ସମ୍ପର୍କରେ ସଂଘର କର୍ମକର୍ତ୍ତା ବାଲେଶ୍ୱର ଜିଲାପାଳ ଓ ଶ୍ରମ କାର୍ଯ୍ୟାଳୟରେ ଅବଗତ କରାଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଗତ ଫେବୃୟାରୀ ୨୨ ତାରିଖରେ ମିଲ୍‌ମାଲିକ, ସଂଘ ସଭାପତି ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଶ୍ରମିକଙ୍କ ବର୍ଦ୍ଧିତ ମଜୁରୀ ପ୍ରଦାନ ସମ୍ପର୍କରେ ଆଲୋଚନା ହୋଇଥିଲା।

ନୀଳଗିରିକୁ ପଶିଲେ ୨୮ରୁ ଊର୍ଦ୍ଧ୍ୱ ଝାଡ଼ଖଣ୍ଡୀ ହାତୀ,  ଲୋକେ ଆତଙ୍କିତ

ନୀଳଗିରିକୁ ପଶିଲେ ୨୮ରୁ ଊର୍ଦ୍ଧ୍ୱ ଝାଡ଼ଖଣ୍ଡୀ ହାତୀ, ଲୋକେ ଆତଙ୍କିତ

ସଜନାଗଡ଼,୧୯।୩(ଡି.ଏନ୍‌.ଏ): ଝାଡ଼ଖଣ୍ଡ ଜଙ୍ଗଲରୁ ନିୟମିତ ଭାବେ ୨୦୧୦ ମସିହାରୁ ହାତୀପଲ ନୀଳଗିରି ବନାଞ୍ଚଳକୁ ଚାଲି ଆସୁଥିବା ବେଳେ ଗତରାତିରେ ଦଳଦଳ ହୋଇ  ମୟୂରଭଞ୍ଜ, ନଡ଼ୁପର, ବାଲେଶ୍ୱରର ନୀଳଗିରି ରେଞ୍ଜ ଅଧୀନ ପୁନ୍ଦାଳ, କାଠପାଳି, ଦୁର୍ଗାଦେବୀ, ପାଟଣା, ଅଯୋଧ୍ୟା ରାସ୍ତା ଦେଇ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ସୋମବାର ବିଳମ୍ବିତ ରାତିରେ ପ୍ରବେଶ କରିଛନ୍ତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା