ରାଜ୍ୟ |

ନାଚ, ଖେଳକୁଦରେ ଉଛୁଳିପଡ଼ିଲା ଜନପଥ: ଶୀତୁଆ ସକାଳରେ ଏକାଠି ହେଲେ ରାଜଧାନୀବାସୀ

ନାଚ, ଖେଳକୁଦରେ ଉଛୁଳିପଡ଼ିଲା ଜନପଥ: ଶୀତୁଆ ସକାଳରେ ଏକାଠି ହେଲେ ରାଜଧାନୀବାସୀ

ଭୁବନେଶ୍ୱର,୧୦ା୧୨(ବ୍ୟୁରୋ)- କଳିଙ୍ଗ ଷ୍ଟାଡିୟମରେ ଚାଲୁଥିବା ହକି ବିଶ୍ୱକପ୍‌ ପାଇଁ ରାଜଧାନୀରେ ଏକ ପ୍ରକାର ଉତ୍ସବ ଲାଗି ରହିଛି।  ଭୁବନେଶ୍ୱରରେ ଡଟ୍‌ ଫେଷ୍ଟ, ଫୁଡ୍‌ ଫେଷ୍ଟ୍‌ଠାରୁ ଆରମ୍ଭ କରି ପଥ ଉତ୍ସବ ଆଦି ଏକାଧିକ କାର୍ଯ୍ୟକ୍ରମ ଚାଲିଥିବାବେଳେ ପୁରୀରେ ମଡ୍‌ ଫେଷ୍ଟ୍‌ର ଆୟୋଜନ କରାଯାଇଥିଲା। ହେଲେ ରବିବାର ସକାଳେ ଅନୁଷ୍ଠିତ ପଥ ଉତ୍ସବ ଭିନ୍ନ ଆକର୍ଷଣ ପାଲଟିଛି। ଶୀତୁଆ ସକାଳରେ ଏକାଠି ହୋଇଥିଲେ ରାଜଧାନୀବାସୀ ଓ ରାଜଧାନୀକୁ ଆସିଥିବା ଅତିଥି। ଉଛୁଳି ପଡିଥିଲା ଜନପଥ।  ନାଚ ଗୀତ ଓ ଖେଳକୁଦରେ ଦୁଲୁକି ଉଠିଥିଲା ମାଷ୍ଟରକ୍ୟାଣ୍ଟିନ ଛକରୁ ରାମମନ୍ଦିର ପର୍ଯ୍ୟନ୍ତ ରାସ୍ତା। ଗତ ରବିବାରଠାରୁ ଏଥର କିନ୍ତୁ ଗହଳି ବଢିଥିଲା। ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ଉତ୍ତର ବିଧାୟକ ପ୍ରିୟଦର୍ଶୀ ମଶ୍ର, ମେୟର ଅନନ୍ତ ନାରାୟଣ ଜେନା ଓ ଅନ୍ୟମାନେ ପଥ ଉତ୍ସବରେ ସାମିଲ୍‌ ହୋଇ ଲୋକଙ୍କୁ ଉତ୍ସାହିତ କରିଥିଲେ।

ଆକର୍ଷଣ ସାଜିଲା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌

ପଥ ଉତ୍ସବ ମଞ୍ଚରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ ତା’ର ଜଲ୍‌ଓ୍ବା ଦେଖାଇଥିଲା। କୃଷ୍ଣ ବେଶରେ କଳାକାରଙ୍କ କଳା ପ୍ରଦର୍ଶନ ଆକର୍ଷଣ ସାଜିଥିଲା। ଦର୍ଶକମାନେ ଦୀର୍ଘ ସମୟଧରି ଛିଡା ହୋଇ ଏହାକୁ ଉପଭୋଗ କରିଥିଲେ। ସେହିଭଳି ମଞ୍ଚରେ ସମ୍ବଲପୁରୀ ଓ ଅନ୍ୟ ଗୀତ ମଞ୍ଚତଳେ ଥିବା ଯୁବତୀଯୁବକଙ୍କୁ ବେଶ୍‌ ନଚାଇଥିଲା। କଣ୍ଠଶିଳ୍ପୀ ରୋଜାଲିନ୍‌ ସାହୁଙ୍କ ସୁମଧୁର ଗୀତ ସହ ନୂଆ ଓ ପୁରୁଣା ଗୀତ ଲୋକଙ୍କ ମନକୁ ଛୁଇଁଥିଲା।

ପାରମ୍ପାରିକ ଚରଖା

ଖଦୀ ଓ କୁଟୀର ଶିଳ୍ପର ପ୍ରଚାର ପ୍ରସାର ତଥା ଏଥିପ୍ରତି ଲୋକଙ୍କ ଉତ୍ସାହ ବୃଦ୍ଧି ପାଇଁ ପଥ ଉତ୍ସବରେ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା। ଖଦି ଓ  କୁଟୀର ଶିଳ୍ପ ନିଗମ ପକ୍ଷରୁ  ଷ୍ଟଲ୍‌ ଖୋଲାଯାଇ ଚରଖା, ପାରମ୍ପାରିକ ବୁଣାବୁଣି ମେଶିନ, ମାଟି ତିଆରି ଚକ ଓ ତେଲ ପ୍ରସ୍ତୁତ ଯନ୍ତ୍ର ଆଦି ପ୍ରଦର୍ଶିତ ହୋଇଥିଲା।

ରଙ୍ଗୋଲିରେ୧୬ଟି ଦେଶର ଜାତୀୟ ପତାକା

ପଥ ଉତ୍ସବର ଅନ୍ୟତମ ଆକର୍ଷଣ ଥିଲା ରଙ୍ଗୋଲି। ଶିଳ୍ପୀମାନେ ରଙ୍ଗୋଲିରେ ପୁରୁଷ ହକି ବିଶ୍ୱକପ୍‌ରେ ଭାଗ ନେଇଥିବା ୧୬ଟି ଦେଶର ଜାତୀୟ ପତାକାକୁ ଅତି ନିଖୁଣ ଭାବେ ପ୍ରଦର୍ଶିତ କରିଥିଲେ। ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ରଙ୍ଗୋଲିରେ ନିଆରା ଭାବେ ତିଆରି କରିଥିଲେ ନିର୍ମଳ କୃତି ବିକାଶ ଟ୍ରଷ୍ଟର କଳାକାରମାନେ।

ରାସ୍ତାରେ ହକି, ମୋ ସାଇକେଲ କ୍ରେଜ୍‌

ପଥ ଉତ୍ସବରେ ଦେଖିବାକୁ ମିଳିଥିଲା ହକି ବିଶ୍ୱକପ୍‌ର କ୍ରେଜ୍‌। ସବୁ ବର୍ଗର ଲୋକେ ହକି ଷ୍ଟିକ୍‌ ଓ ବଲ୍‌ ଧରି ଜନପଥରେ ଖେଳର ମଜା ନେଇଥିଲେ। ଏହାସହ କଳିଙ୍ଗ ଷ୍ଟାଡିୟମର କ୍ରୀଡା  ବିଭାଗର ଛାତ୍ରମାନେ ଫୁଟବଲ ଓ ହକି ଖେଳିଥିଲେ। ଆଉ କେହି ସ୍କେଟିଂ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ  ସରକାରଙ୍କ ମୋ ସାଇକେଲ ଯୋଜନା ପ୍ରତି ଯୁବପିଢୀଙ୍କୁ ଆକର୍ଷିତ କରିବା ପାଇଁ ପଥ ଉତ୍ସବରେ ସାଇକେଲର ବ୍ୟବସ୍ଥା କରାଯାଇଥିଲା। ଯୁବତୀଯୁବକ ଓ ପିଲାମାନେ ଉକ୍ତ ସାଇକେଲରେ ବିଭିନ୍ନ କୌଶଳ ଦେଖାଇଥିଲେ।

ବନ୍ୟ ଜନ୍ତୁ ବେଶରେ ସଚେତନତା

ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ପାଇଁ କେତେଜଣ ଯୁବକ ଲୋକଙ୍କୁ ସଚେତନ କରାଇଥିଲେ। ସେମାନେ ଭାଲୁ, ବାଘ, ଚଢେଇ ଆାଦି ଅନେକ ବେଶରେ ସଜେଇ ହୋଇ ଗାଡି ଚଳାଇବା ସମୟରେ ମୋବାଇଲ୍‌ ବ୍ୟବହାର ନ କରିବା ଓ ହେଲମେଟ ପିନ୍ଧି ଗାଡି ଚାଳନା କରିବା ପାଇଁ ସଚେତନା କରୁଥିଲେ। ଲୋକେମାନେ ସେମାନଙ୍କ ସହ ସେଲ୍‌ଫି ମଧ୍ୟ ନେଇଥିଲେ।

ଖବରକାଗଜରେ କଳାକୃତି

ବର୍ଜ୍ୟବସ୍ତୁ ଓ ପୁରୁଣା ଖବରକାଗଜରେ ପ୍ରସ୍ତୁତ କଳାକୃତି ପଥ ଉତ୍ସବରେ ପ୍ରଦର୍ଶନ କରାଯାଇଥିଲା। ଅଦରକାରୀ ନ ଭାବି କିପରି ଏସବୁ ଜିନିଷକୁ ବ୍ୟବହାର କରି ମୂଲ୍ୟଯୁକ୍ତ ତଥା ଆକର୍ଷଣୀୟ କରାଯାଇପାରିବ ତାହାର ବାର୍ତ୍ତା ଦିଆଯାଇଥିଲା।  ଲୋକମାନେ ଏହି କଳା ସାମଗ୍ରୀ ଦେଖିବା ସହ ତିଆରି ସମ୍ପର୍କରେ ପଚାରି ବୁଝୁଥିବା ଦେଖିବାକୁ ମିଳିଥିଲା।

All Right Reserved By

ରାଜ୍ୟ |

ଜି.ଉଦୟଗିରି ନିର୍ବାଚନମଣ୍ଡଳୀ ଲାଗି ପ୍ରାର୍ଥୀ ଘୋଷଣା: ଭାଜପାରୁ ଲଢ଼ିବେ ଅର୍ଚ୍ଚନା, ବିଜେଡିରୁ ସାଲୁଗା

ଜି.ଉଦୟଗିରି ନିର୍ବାଚନମଣ୍ଡଳୀ ଲାଗି ପ୍ରାର୍ଥୀ ଘୋଷଣା: ଭାଜପାରୁ ଲଢ଼ିବେ ଅର୍ଚ୍ଚନା, ବିଜେଡିରୁ ସାଲୁଗା

ଦାରିଙ୍ଗବାଡ଼ି,୨୨।୩(ଡି.ଏନ୍‌.ଏ): କନ୍ଧମାଳ ଜିଲା ଜି.ଉଦୟଗିରି ନିର୍ବାଚନମଣ୍ଡଳୀର ସାଧାରଣ ନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥିନୀ ଅର୍ଚ୍ଚନା ପ୍ରଧାନଙ୍କୁ  ଗୁରୁବାର  ଭାଜପା ପକ୍ଷରୁ ଟିକେଟ୍‌ ମିଳିଛି। ଏ ନେଇ ଅର୍ଚ୍ଚନା ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ବରିଷ୍ଠ ନେତା ଓ ସହଯୋଗୀମାନଙ୍କୁ ସାଧୁବାଦ ଜଣାଇଛନ୍ତି । 

ପୁରୀ ଷ୍ଟେଶନରେ ଅଗ୍ନିକାଣ୍ଡ: ତପସ୍ବିନୀ ଏକ୍ସପ୍ରେସର ୩ ବଗିରେ ଲାଗିଲା ନିଆଁ

ପୁରୀ ଷ୍ଟେଶନରେ ଅଗ୍ନିକାଣ୍ଡ: ତପସ୍ବିନୀ ଏକ୍ସପ୍ରେସର ୩ ବଗିରେ ଲାଗିଲା ନିଆଁ

ପୁରୀ ଅଫିସ, ୨୨।୩ : ପୁରୀ ସହରରେ ହୋଲିର ମାହୋଲ ଚାଲିଥିବାବେଳେ ରେଳଷ୍ଟେଶନରେ ଏକ ଅଭାବନୀୟ ଘଟଣା ଘଟିଛି। ୪ ନଂ ପ୍ଲାଟଫର୍ମରେ ରହିଥିବା ତପସ୍ବିନୀ ଏକ୍ସପ୍ରେସ ବଗି ନଂ(୩,୪ ଏବଂ ୫)ରେ କୌଣସି କାରଣରୁ ଅପରାହ୍ନ ୧ଟାରେ ନିଆଁ ଲାଗିଥିଲା।

 ଶତାଧିକ ଲିଟର ଦେଶୀ ମଦ, ତାଡ଼ି ଜବତ: ୪ ଗିରଫ

ଶତାଧିକ ଲିଟର ଦେଶୀ ମଦ, ତାଡ଼ି ଜବତ: ୪ ଗିରଫ

ଦାରିଙ୍ଗବାଡ଼ି,୨୨।୩(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅବକାରୀ ବିଭାଗ ପକ୍ଷରୁ   ଗୁରୁବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ  ୫୫ ଲିଟର ଦେଶୀ ମଦ, ୧୨୦ ଲିଟର ଖଜୁରି  ଓ ସଲପ ତାଡ଼ି ଜବତ କରାଯାଇଛି।

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାରକୁ ରୋକିବା ପାଇଁ ପ୍ରୟାସ:    ଏସ୍‌ଏସ୍‌ଟି ଟିମ୍‌ର ସ୍ଥିତି ଅନୁଧ୍ୟାନ

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାରକୁ ରୋକିବା ପାଇଁ ପ୍ରୟାସ: ଏସ୍‌ଏସ୍‌ଟି ଟିମ୍‌ର ସ୍ଥିତି ଅନୁଧ୍ୟାନ

ଦାରିଙ୍ଗବାଡ଼ି,୨୨।୩(ଡି.ଏନ୍‌.ଏ): ଚଳିତ ସାଧାରଣ ନିର୍ବାଚନକୁ ଅବାଧ ଓ ମୁକ୍ତ କରିବା ପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ  ପ୍ରୟାସ ଆରମ୍ଭ ହୋଇଛି । ଭୋଟରଙ୍କୁ ପ୍ରାର୍ଥୀ ଏବଂ ବିଭିନ୍ନ ଦଳ ପକ୍ଷରୁ ପ୍ରଭାବିତ କରିବା ଆଶଙ୍କା କରାଯାଇ ପ୍ରଶାସନ ପକ୍ଷରୁ ଦୁଇଟି ଟିମ୍‌ ଗଠନ କରାଯାଇଛି।

୯୯ ଆସନ ଲାଗି ଭାଜପାର ପ୍ରାର୍ଥୀ ତାଲିକା ଘୋଷଣା: ଜାଣନ୍ତୁ କେଉଁ ବିଧାନସଭା ଆସନରୁ କିଏ ଲଢ଼ିବେ...

୯୯ ଆସନ ଲାଗି ଭାଜପାର ପ୍ରାର୍ଥୀ ତାଲିକା ଘୋଷଣା: ଜାଣନ୍ତୁ କେଉଁ ବିଧାନସଭା ଆସନରୁ କିଏ ଲଢ଼ିବେ...

ଭୁବନେଶ୍ୱର,୨୨।୩(ବ୍ୟୁରୋ): ବିଜେଡି ଓ କଂଗ୍ରେସ ପରେ ଗୁରୁବାର ଭାଜପା ପକ୍ଷରୁ ୨୦୧୯ ସାଧାରଣ ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟରେ ୯୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଆସନ୍ତୁ ଜାଣିବା କେଉଁଠୁ କିଏ ଲଢ଼ିବେ.. 

 ଆଗକୁ ନିର୍ବାଚନ: ଭଞ୍ଜନଗରରେ ୪ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢ଼େଇ

ଆଗକୁ ନିର୍ବାଚନ: ଭଞ୍ଜନଗରରେ ୪ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢ଼େଇ

ଭଞ୍ଜନଗର,୨୨।୩(ଡି.ଏନ୍‌.ଏ.): ଭାଜପା ପକ୍ଷରୁ ଗୁରୁବାର ବିଳମ୍ବିତ ରାତିରେ ୯୯ ବିଧାୟକଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ସେଥିମଧ୍ୟରୁ ଗଞ୍ଜାମ ଜିଲା ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରଦ୍ୟୁମ୍ନ ନାୟକଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି । 

 ଷଷ୍ଠଥର ପାଇଁ ଭଞ୍ଜନଗରରୁ ଲଢ଼ିବେ  ବିକ୍ରମ ଆରୁଖ: ଟିକେଟ ପାଇବା ପରେ ସମର୍ଥକଙ୍କ ବାଇକ୍‌ ରାଲି

ଷଷ୍ଠଥର ପାଇଁ ଭଞ୍ଜନଗରରୁ ଲଢ଼ିବେ ବିକ୍ରମ ଆରୁଖ: ଟିକେଟ ପାଇବା ପରେ ସମର୍ଥକଙ୍କ ବାଇକ୍‌ ରାଲି

ଭଞ୍ଜନଗର,୨୨।୩(ଡି.ଏନ୍‌.ଏ): ଷଷ୍ଠଥର ପାଇଁ ବିଜେଡି ବିଧାୟକ ଭାବେ ଭଞ୍ଜନଗର ନିର୍ବାଚନମଣ୍ଡଳୀରୁ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରତିଦ୍ୱନ୍ଦ୍ୱିତା କରିବେ। 

ଏକାମ୍ର ଆସନରେ ବାବୁ ସିଂଙ୍କୁ ଟିକେଟ ମିଳିବାକୁ ବିରୋଧ: ଧାରଣାରେ ବସିଲେ ଅମୀୟଙ୍କ ସମର୍ଥକ

ଏକାମ୍ର ଆସନରେ ବାବୁ ସିଂଙ୍କୁ ଟିକେଟ ମିଳିବାକୁ ବିରୋଧ: ଧାରଣାରେ ବସିଲେ ଅମୀୟଙ୍କ ସମର୍ଥକ

ଭୁବନେଶ୍ୱର,  ୨୨।୩ (ବ୍ୟୁରୋ) : ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ଦଳରେ ବିଦ୍ରୋହ ଦେଖାଦେଇଛି।

 ଗାଈ ଫସଲ ଖାଇବାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ: ୪ ଗୁରୁତର

ଗାଈ ଫସଲ ଖାଇବାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ: ୪ ଗୁରୁତର

ଭଞ୍ଜନଗର,୨୨।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଶାର୍ଦ୍ଦୂଳରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଈ ଫସଲ ଖାଇବାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ୪ ଜଣ ଗୁରୁତର ହୋଇଛନ୍ତି। 

୯୯ରୁ ୯

୯୯ରୁ ୯

ଭୁବନେଶ୍ୱର,୨୨।୩(ବ୍ୟୁରୋ): ୨୦୧୯ ବିଧାନସଭା ନିର୍ବାଚନ ଲାଗି  ଓଡ଼ିଶାର ୧୪୭ ଆସନ ମଧ୍ୟରୁ ୯୯ଟି ପାଇଁ ଭାଜପା ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। 

ବୃଦ୍ଧଙ୍କୁ ନିର୍ମମ ହତ୍ୟା

ବୃଦ୍ଧଙ୍କୁ ନିର୍ମମ ହତ୍ୟା

ସରଣ୍ଡା,୨୨।୩(ଡି.ଏନ୍‌.ଏ): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ  ଚକୁଳିଫାର୍ମ ସତୀଯୋର ନିକଟରେ ଜନୈକ ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଜଣକ ହେଲେ ଚକୁଳିଫାର୍ମ ନୂଆଁଖଇରପାଲିର ପି. ସତ୍ୟପ୍ରସାଦ ଚୌଧୁରୀ(୫୫) ବୋଲି ଜଣାପଡ଼ିଛି। 

ଆସ୍କା ବିଧାନସଭା ଆସନ ଝୁଲାଇ ରଖିଲା ଭାଜପା

ଆସ୍କା ବିଧାନସଭା ଆସନ ଝୁଲାଇ ରଖିଲା ଭାଜପା

ଭୁବନେଶ୍ୱର,୨୨।୩:  ଭାଜପା ପକ୍ଷରୁ ଗୁରୁବାର ଓଡ଼ିଶା ବିଧାନସଭାର ୧୪୭ଟି ଆସନ ମଧ୍ୟରୁ ୯୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ତେବେ ଏହି ତାଲିକାରେ ଆସ୍କା ଆସନ ବାଦ୍‌ ପଡ଼ିଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା