ଅପରାଧ | ଅନଗୁଳ-ଢେଙ୍କାନାଳ

ବ୍ୟାଙ୍କ ଡକାୟତିର ଚାଲିଛି ଖୋଳତାଡ଼: ମାଷ୍ଟରମାଇଣ୍ଡଙ୍କୁ ମାରାଥନ ଜେରା

ବ୍ୟାଙ୍କ ଡକାୟତିର ଚାଲିଛି ଖୋଳତାଡ଼: ମାଷ୍ଟରମାଇଣ୍ଡଙ୍କୁ ମାରାଥନ ଜେରା

ଅନୁଗୋଳ ଅଫିସ, ୧୦।୧୨- ଅନୁଗୋଳ ସ୍ଥିତ ଆନ୍ଧ୍ର ଓ ଇଣ୍ଡିଆନ ବ୍ୟାଙ୍କ ଡକାୟତି ଘଟଣାର ମାଷ୍ଟର ମାଇଣ୍ଡ ଥିବା ମାଧବ ରବି ଦାସଙ୍କୁ ଅନୁଗୋଳ ପୋଲିସ ଗୟାରୁ ରିମାଣ୍ଡରେ ଆଣି ଶନିବାର ବିଳମ୍ବିତ ରାତିରେ ଅନୁଗୋଳରେ ପହଞ୍ଚତ୍ବା ପରେ ମାରାଥନ ଜେରା ଆରମ୍ଭ କରିଛି। ଏକ ଅଜ୍ଞାତ ସ୍ଥାନରେ ରଖି ଅନୁଗୋଳ ପୋଲିସ ରବିବାର ଦିନତମାମ ପଚରା ଉଚରା କରିଛି। ଖୋଦ୍‌ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ସମେତ ଏସ୍‌ଡିପିଓ ହରିହର ପାଣି ମାଧବଙ୍କୁ ଜେରା କରୁଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। 

ସକାଳେ ପାଲିସ ୩ ଘଣ୍ଟା କାଳ ଜେରା କରିଥିବା ବେଳେ ସନ୍ଧ୍ୟାରେ ମଧ୍ୟ ପଚରାଉଚରା କରାଯାଇଛି। ବିଶେଷକରି ମାଧବ ଅନୁଗୋଳ କେବେ ଆସିଥିଲେ, କେଉଁଠି ରହିଥିଲେ ଏବଂ କିପରି ବ୍ୟାଙ୍କ ଡକାୟତି ଯୋଜନା କରିଥିଲେ ତାହା ଜାଣିବାକୁ ପୋଲିସ ଘନ ଘନ ପ୍ରଶ୍ନ କରିଥିବା ସୂଚନା ମିଳିଛି। ସେହିପରି ବ୍ୟାଙ୍କ ଲୁଟିବା ପରେ କେଉଁ ଆଡ଼େ ଯାଇଥିଲେ, ସେ ସମ୍ପର୍କରେ ପୋଲିସ ଜାଣିବାକୁ ଚାହିଁଛି। ସବୁଠାରୁ ବଡ଼ କଥା ହେଉଛି, ଦୁଇଟି ବ୍ୟାଙ୍କରୁ ଡକାୟତି ହୋଇଥିବା ସୁନା କେଉଁଠି ରଖାଯାଇଛି, ତାହା ଜାଣିବା ପାଇଁ ପୋଲିସ ଅଧିକ ଗୁରୁତ୍ୱ ଦେଉଛି। ପୂରା ଗ୍ୟାଙ୍ଗକୁ କିପରି ଅପରେଟ୍‌ କରୁଥିଲେ ସେ ସମ୍ପର୍କରେ ପୋଲିସ ତଥ୍ୟ ପାଇସାରିଥିବା ବେଳେ ମାଧବଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରାଯାଇଛି। ଆକାଉଣ୍ଟ ସମ୍ପର୍କରେ ଅଧିକ ଖୋଳତାଡ଼ କରିବାକୁ ଇଡିକୁ ଚିଠି ଲେଖାଯିବ। ସେହିପରି ସୋମବାର ତାଙ୍କୁ କୋର୍ଟରେ ହାଜର ସହ ୭ ଦିନିଆ ରିମାଣ୍ଡ ଆବେଦନ କରାଯିବ। ପରେ ବ୍ୟାଙ୍କ କର୍ମଚାରୀଙ୍କୁ ନେଇ ଟିଆଇ ପରେଡ ହେବ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାରରେ ୫୬ରୁ ଊର୍ଦ୍ଧ୍ୱ ବ୍ୟାଙ୍କ ଡକାୟତିରେ ମାଧବଙ୍କ ସମ୍ପୃକ୍ତି ରହିଛି। ତାଙ୍କ ନାମରେ ହତ୍ୟା ଓ ବଳାତ୍କାର ଭଳି ସଙ୍ଗୀନ ଅଭିଯୋଗ ଥିବା ବେଳେ ମାଓବାଦୀ କାର୍ଯ୍ୟକଳାପରେ ମଧ୍ୟ ସେ ସାମିଲ ଥିବା ପୋଲିସ କହିଛି। ଏହି ଡକାୟତି ଘଟଣାରେ ପୂର୍ବରୁ ଅନୁଗୋଳ ପୋଲିସ ଅଭିଯୁକ୍ତ ରାଜେଶ ଦାସ, ଓମ୍‌ ପ୍ରକାଶ ଦାସଙ୍କ ସହ ମାଧବଙ୍କ ସମ୍ପର୍କୀୟ ଯୋଗେନ୍ଦ୍ର ଦାସଙ୍କୁ ଗିରଫ କରିସାରିଛି। ମାଧବଙ୍କଠାରୁ ତଥ୍ୟ ଆଦାୟ ହେଉଥିବାରୁ ଡକାୟତି ହୋଇଥିବା ଟଙ୍କା ଓ ସୁନା ଉଦ୍ଧାର କରିବାରେ ସଫଳତା ମିଳିବ ବୋଲି ପୋଲିସ ଆଶାବାଦୀ ରହିଛି। ଜେରାରୁ ଯାହା ଜଣାପଡ଼ିଛି, ମାଧବ ବ୍ୟାଙ୍କରୁ ଲୁଟିଥିବା ସୁନା ଝାଡ଼ଖଣ୍ଡରେ ବିକ୍ରି କରିଛନ୍ତି। ୨୦୦୭ରେ କେନ୍ଦୁଝରରେ ହୋଇଥିବା ବ୍ୟାଙ୍କ ଡାକୟତି ଓ ୨୦୧୬ରେ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ରେ କେତେକ ଡକାୟତିରେ ତାଙ୍କର ସମ୍ପୃକ୍ତି ରହିଛି। କେତେଜଣ ସ୍ଥାନୀୟ ଲୋକଙ୍କ ସହଯୋଗରେ ହିଁ ମାଷ୍ଟରମାଇଣ୍ଡ ମାଧବ ବିଭିନ୍ନ ସ୍ଥାନରେ ବ୍ୟାଙ୍କ ଡକାୟତିରେ ସଫଳ ହୋଇଥିବା ଅନୁଗୋଳ ପୋଲିସ ଜାଣିବାକୁ ପାଇଛି।

All Right Reserved By

ଅପରାଧ | ଅନଗୁଳ-ଢେଙ୍କାନାଳ

ବିଦେଶୀ ମଦ ଜବତ: ଜଣେ ଗିରଫ

ବିଦେଶୀ ମଦ ଜବତ: ଜଣେ ଗିରଫ

ଭଦ୍ରକ ଅଫିସ, ୨୩।୩:  ଭଦ୍ରକ ସଦର  ଅବକାରୀ ଟିମ ଶନିବାର ଚଢ଼ାଉ କରି ରାଣୀତାଲ ଅନ୍ତର୍ଗତ ଚୁଡ଼ଙ୍ଗପୁର ନିକଟରୁ ବ୍ୟାପକ ବିଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି।

ହୋଲିରେ ଚୋରା ମଦ ବିକ୍ରିକୁ ନେଇ ତାତିଲେ ମହିଳା, ଏରବଙ୍ଗ ହାଟ ବଜାରରେ ଭାଙ୍ଗିଲେ ୩ ମଦ ଦୋକାନ

ହୋଲିରେ ଚୋରା ମଦ ବିକ୍ରିକୁ ନେଇ ତାତିଲେ ମହିଳା, ଏରବଙ୍ଗ ହାଟ ବଜାରରେ ଭାଙ୍ଗିଲେ ୩ ମଦ ଦୋକାନ

ଗୋପ,୨୨।୩(ଡି.ଏନ୍‌.ଏ.): ଗୋପ ପୋଲିସ ହୋଲିପର୍ବକୁ ଶାନ୍ତିଶୃଙ୍ଖଳାରେ କରିବା ଲାଗି ଥାନା ଅଧୀନରେ ଥିବା କେତେକ ଚୋରା ମଦ ବେପାରୀଙ୍କ ସହ ପ୍ରାୟ ୧୦୦ ରୁ ଅଧିକ ଦେଶୀବିଦେଶୀ ମଦ ବୋତଲ ଜବତ କରିଛି। 

ହୋଲି ଖେଳରୁ ମହାଭାରତ: ଜୟପୁରରେ ଗୋଷ୍ଠୀସଂଘର୍ଷ, ୩୦ ଆହତ

ହୋଲି ଖେଳରୁ ମହାଭାରତ: ଜୟପୁରରେ ଗୋଷ୍ଠୀସଂଘର୍ଷ, ୩୦ ଆହତ

ଜୟପୁର, ୨୨।୩(ନି.ପ୍ର.)-ହୋଲି ଖେଳକୁ ନେଇ ଜୟପୁର ବାପୁଜୀ ନଗର ଓ ଡେପୁଗୁଡ଼ା ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହେଇଥିବା ନେଇ ସୂଚନା ମିଳିଛି। ଉଭୟ ସାହିର ଲୋକେ ପରସ୍ପରକୁ ଠେଙ୍ଗା ବାଡିରେ ଆକ୍ରମଣ କରିବା ସହ ଢେଲା ମାଡ଼ କରିଛନ୍ତି। ଏଥିରେ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି।

ଚୋରା ବନ୍ଧୁକ କାରବାର ଘଟଣାରେ ୭ ଅଟକ

ଚୋରା ବନ୍ଧୁକ କାରବାର ଘଟଣାରେ ୭ ଅଟକ

ପୁରୁଣା ଭୁବନେଶ୍ୱର,୨୨।୩(ଡି.ଏନ୍‌.ଏ.): ଗୁରୁବାର ବିଳମ୍ବିତ ରାତିରେ ଧଉଳି ଥାନା ଅଞ୍ଚଳରେ ଚୋରା ବନ୍ଧୁକ କାରବାର କରିବା  ଘଟଣାରେ ପୋଲିସ ୭ଜଣଙ୍କୁ ଅଟକ ରଖିଛି। 

 ଶତାଧିକ ଲିଟର ଦେଶୀ ମଦ, ତାଡ଼ି ଜବତ: ୪ ଗିରଫ

ଶତାଧିକ ଲିଟର ଦେଶୀ ମଦ, ତାଡ଼ି ଜବତ: ୪ ଗିରଫ

ଦାରିଙ୍ଗବାଡ଼ି,୨୨।୩(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅବକାରୀ ବିଭାଗ ପକ୍ଷରୁ   ଗୁରୁବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ  ୫୫ ଲିଟର ଦେଶୀ ମଦ, ୧୨୦ ଲିଟର ଖଜୁରି  ଓ ସଲପ ତାଡ଼ି ଜବତ କରାଯାଇଛି।

ବୃଦ୍ଧଙ୍କୁ ନିର୍ମମ ହତ୍ୟା

ବୃଦ୍ଧଙ୍କୁ ନିର୍ମମ ହତ୍ୟା

ସରଣ୍ଡା,୨୨।୩(ଡି.ଏନ୍‌.ଏ): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ  ଚକୁଳିଫାର୍ମ ସତୀଯୋର ନିକଟରେ ଜନୈକ ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଜଣକ ହେଲେ ଚକୁଳିଫାର୍ମ ନୂଆଁଖଇରପାଲିର ପି. ସତ୍ୟପ୍ରସାଦ ଚୌଧୁରୀ(୫୫) ବୋଲି ଜଣାପଡ଼ିଛି। 

୫ ବର୍ଷର ନାବାଳିକାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

୫ ବର୍ଷର ନାବାଳିକାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

କଟକ ଅଫିସ,୨୧।୩: କଟକ ଜିଲା ଜଗତପୁର ଅଞ୍ଚଳରେ ୫ ବର୍ଷର ଜଣେ ନାବାଳିକାକୁ ବୁଧବାର ବଳାତ୍କାର ହୋଇଥିବା ଅଭିଯୋଗ ହୋଇଥିଲା। ଘଟଣାରେ ୪୦ ବର୍ଷର ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। 

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼: ଜଣେ ମୃତ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼: ଜଣେ ମୃତ

ଝାରସୁଗୁଡା,୨୧।୩: ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅଞ୍ଚଳର ମଣ୍ଡଳିଆସ୍ଥିତ ଏକ ଜଳାଶୟ ନିକଟରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି  ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି। 

ମହିଳାଙ୍କୁ ଗଳାକାଟି ବଳାତ୍କାର ଅଭିଯୋଗ

ମହିଳାଙ୍କୁ ଗଳାକାଟି ବଳାତ୍କାର ଅଭିଯୋଗ

ଖୁଣ୍ଟୁଣୀ,୨୧।୩(ଡି.ଏନ୍‌.ଏ.): କଟକ ଜିଲା ଖୁଣ୍ଟୁଣୀ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଜଣେ ମହିଳାଙ୍କୁ ଗଳାକାଟି  ବଳାତ୍କାର କରାଯାଇଥିବା ଗୁରୁବାର ଖୁଣ୍ଟୁଣୀ ଥାନାରେ ଅଭିଯୋଗ ହୋଇଛି। 

ବଡ଼ଭାଈ ଆକ୍ରମଣରେ ସାନଭାଈ ମୃତ

ବଡ଼ଭାଈ ଆକ୍ରମଣରେ ସାନଭାଈ ମୃତ

ପାରାଦୀପ, ୨୧।୩ (ସ୍ବ.ପ୍ର.)- ପାରାଦୀପ ମଡେଲ ଥାନା ଅଧୀନ ନୂଆବଜାର ସାଇମନ୍ଦିର ନିକଟସ୍ଥ କଲୋନୀରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବଡ଼ଭାଈ ଆକ୍ରମଣରେ ସାନଭାଈର ମୃତ୍ୟୁବରଣ କରିଛି। ମୃତକ ଜଣକ ହେଲେ ସୁଦୀପ୍ତ ସ୍ବାଇଁ(୩୨)।

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ୫ ଅଟକ

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ୫ ଅଟକ

ବଲାଙ୍ଗୀର ଅଫିସ,୨୧।୩ : ବଲାଙ୍ଗୀର ମାଲଗୋଦାମପଡ଼ାରୁ ଚାଲାଣ ହେଉଥିବା ବିପୁଳ ପରିମାଣର ବେଆଇନ କଫ୍‌ ସିରପ୍‌କୁ ଗୁରୁବାର ବଲାଙ୍ଗୀର ପୋଲିସ ଜବତ କରିବା ସହ ଏହି ମାମଲାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରିରଖିଛି।

ଉପକାରାଗାରରୁ କଏଦୀ ଫେରାର ଘଟଣାକୁ ବର୍ଷେ, ହାତବାନ୍ଧି ବସିଛି ପୋଲିସ

ଉପକାରାଗାରରୁ କଏଦୀ ଫେରାର ଘଟଣାକୁ ବର୍ଷେ, ହାତବାନ୍ଧି ବସିଛି ପୋଲିସ

କେନ୍ଦ୍ରାପଡ଼ା ଅଫିସ, ୨୧।୩-କେନ୍ଦ୍ରାପଡ଼ା ଜିଲା ବାରିମୂଳସ୍ଥିତ ଉପକାରାଗାରରୁ ହତ୍ୟା ଅଭିଯୁକ୍ତ ନିକିରାଇ ଥାନା ମିର୍ଜାପୁର ଗ୍ରାମର ରଙ୍ଗାଧର ବିଶ୍ୱାଳ ୨୦୧୮ ମାର୍ଚ୍ଚ ୧୮ ତାରିଖରେ ପାଚେରି ଡେଇଁ ଫେରାର ହୋଇଯାଇଥିଲେ। ଇତିମଧ୍ୟରେ ଏହି ଘଟଣାକୁ ବର୍ଷେ ପୂରିଥିଲେ ହେଁ ରଙ୍ଗାଧରଙ୍କୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇନାହିଁ। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା