ଉପକୂଳ ଓଡିଶା

ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ : କେରଳ ପୋଲିସ ଟିମ୍‌ ଚାମ୍ପିୟନ

ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ : କେରଳ ପୋଲିସ ଟିମ୍‌ ଚାମ୍ପିୟନ

ନୟାଗଡ଼ ଅଫିସ,୧୦ା୧୨- ଶେଷରେ କେରଳ ପୋଲିସ ଟିମ୍‌ ହୋଇଛି ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ନୟାଗଡ଼ କପ୍‌ ୨୦୧୮ର ଚାମ୍ପିୟନ୍‌। ୭ଟି ଦଳକୁ ପଛରେ ପକାଇ ଏହି ଟିମ୍‌ ହାସଲ କରିଛି ଚାମ୍ପିୟନ୍‌ ଟ୍ରଫି। ଅନ୍ୟପକ୍ଷରେ ସାଇ ହଷ୍ଟେଲ କଟକ ଦଳ ରନର୍ସଅପରେ ସନ୍ତୁଷ୍ଟ ହୋଇଛି। ଚାମ୍ପିୟନ୍‌ ଦଳକୁ ଟ୍ରଫି ସହ ଘରୋଇ ବସ୍‌ ମାଲିକ ସଂଘ ତରଫରୁ ୩୦ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା। ସେହିପରି ରନର୍ସଅପ ଦଳକୁ କପ୍‌ ସହିତ ଆଶିଷ ଅଗ୍ରୱାଲଙ୍କ ଦ୍ୱାରା ୨୦ହଜାର ଟଙ୍କା ଚେକ୍‌ ଦିଆଯାଇଥିଲା। ସ୍ଥାନୀୟ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଭୟ ଦଳର ଖେଳାଳିମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ସେହିଭଳି କୋଚ୍‌ ପ୍ରଶାନ୍ତ ପାଣିଗ୍ରାହୀଙ୍କୁ ଶ୍ରେଷ୍ଠ କୋଚ୍‌, କେରଳର ୧୯ ନମ୍ବର ଜର୍ସି, କଟକର ୧୬ ନମ୍ବର ଜର୍ସି ଓ ଦୁଇ ଦଳର ଗୋଲ୍‌କିପରଙ୍କୁ ପୁରସ୍କୃତ କରାଯାଇଥିଲା। 

   ୭୮୬ ୟୁଥ୍‌ କ୍ଲବ ସିନ୍ଦୂରିଆ ଓ ଜିଲା ଆଥ୍‌ଲେଟିକ ଆସୋସିଏଶନ ମିଳିତ ଆନୁକୂଲ୍ୟରେ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟର ରବିବାର ଫାଇନାଲ୍‌ ମ୍ୟାଚ୍‌ କେରଳ ପୋଲିସ ଓ ସାଇ ହଷ୍ଟେଲ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖେଳର ପ୍ରଥମାର୍ଦ୍ଧରେ କେରଳ ଦଳର ୮ ନମ୍ବର ଜସିର୍ର୍ ଅଭିଜିତ୍‌ ବିପକ୍ଷ ଦଳକୁ ପ୍ରଥମ ଗୋଲ ଦେଇଥିଲେ। ଏହା ପରେ ନିର୍ଦ୍ଧାରିତ ସମୟ ଶେଷ ପର୍ଯ୍ୟନ୍ତ ଆଉ କୌଣସି ଗୋଲ୍‌ ସ୍କୋର ହୋଇପାରି ନ ଥିଲା। ଫଳରେ କେରଳ ଦଳ ୧-୦ ଗୋଲ୍‌ରେ ବିଜୟୀ ହୋଇ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର, ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ, ରଣପୁର ବିଧାୟକ ରବି ନାରାୟଣ ମହାପାତ୍ର, ରଣପୁରର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଡା. ଦେବାଶିଷ ମାରାଣ୍ଡି, ଏସ୍‌ପି ଶଶିଭୂଷଣ ଶତପଥୀ, ଅତିରିକ୍ତ ଜିଲାପାଳ ପ୍ରସନ୍ନ କୁମାର ଦାଶ, ଉପଜିଲାପାଳ ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଶେଖ୍‌ ଅବଦୁଲ୍‌ ଖାଲିକ, ଆଶୁତୋଷ ମିଶ୍ର, ରାମକୃଷ୍ଣ ରଥ ପ୍ରମୁଖ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ରାଜୁ ମହାନ୍ତି, ଶେଷଦେବ ବେହେରା, ଜ୍ୟୋତିରଞ୍ଜନ ସ୍ବାଇଁ ଓ ସୁଦୀପ୍ତ ଦାଶ ପ୍ରମୁଖ ରେଫରି ଭାବେ ଖେଳ ପରିଚାଳନା କରିଥିଲେ। ଖେଳ ଆରମ୍ଭ ପୂର୍ବରୁ ନୟାଗଡ଼ ବ୍ଲକର ୧୪ ଗୋଟି ବିଦ୍ୟାଳୟ ଓ ମହାବିଦ୍ୟାଳୟର ୧୨୦୦ ଛାତ୍ରୀଛାତ୍ରଙ୍କୁ ନେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପଡ଼ିଆ ମଧ୍ୟରେ ସମସ୍ତ ଛାତ୍ରୀଛାତ୍ର ଦଳ ଦଳ ହୋଇ ତ୍ରିରଙ୍ଗା ପତାକା ଧରି ଦେଶାତ୍ମବୋଧକ ସଙ୍ଗୀତରେ ନୃତ୍ୟ କରିଥିଲେ। ଛାତ୍ରୀଛାତ୍ରଙ୍କ ଏହି କାର୍ଯ୍ୟକ୍ରମ ଟୁର୍ନାମେଣ୍ଟର ଆକର୍ଷଣ ସାଜିଥିଲା।

All Right Reserved By

ଉପକୂଳ ଓଡିଶା

ପାରା, ସୁନା ଗହଣା ଚୋରି ୨ ଗିରଫ

ପାରା, ସୁନା ଗହଣା ଚୋରି ୨ ଗିରଫ

ମାର୍ଶାଘାଇ, ୧୮।୧ (ଡି.ଏନ୍‌.ଏ.): ମାର୍ଶାଘାଇ ଥାନା ଶିଳିପୁର ଗ୍ରାମର ପବିତ୍ର ମୋହନ ସାହୁଙ୍କ ଘରୁ କବାଟ ଭାଙ୍ଗି ସୁନା ଅଳଙ୍କାର ଓ ୪୦ଟି ପାରା ଚୋରି ଅଭିଯୋଗରେ ପୋଲିସ ଶୁକ୍ରବାର ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଆଠବାଟିଆ ଗ୍ରାମର ପ୍ରଭାତ ବେହେରା(୨୭) ଓ ସିପୁନି ନାୟକ(୨୦)।

୩ ହଜାର ଲାଞ୍ଚ ନେବା ମହଙ୍ଗା ପଡ଼ିଲା: ଭିଜିଲାନ୍ସ ଜାଲରେ ଦର୍ପନାରାୟଣପୁର ଫାଣ୍ଡି ଅଧିକାରୀ

୩ ହଜାର ଲାଞ୍ଚ ନେବା ମହଙ୍ଗା ପଡ଼ିଲା: ଭିଜିଲାନ୍ସ ଜାଲରେ ଦର୍ପନାରାୟଣପୁର ଫାଣ୍ଡି ଅଧିକାରୀ

ରଣପୁର,୧୮।୧(ସ୍ବ.ପ୍ର.):  ନୟାଗଡ଼ ଜିଲା ରଣପୁର ଥାନା ଅଧୀନରେ କାର୍ଯ୍ୟ କରୁଥିବା ଦର୍ପନାରାୟଣପୁର ଫାଣ୍ଡି ଅଧିକାରୀ ବାଳକୃଷ୍ଣ ଦାସଙ୍କୁ ଶୁକ୍ରବାର ଲାଞ୍ଚ ନେଉଥିବା ବେଳେ  ଭୁବନେଶ୍ୱର  ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସର ୬ ଜଣିଆ ଟିମ୍‌ ତାଙ୍କୁ ଗିରଫ କରିଛନ୍ତି।

ବିଦ୍ୟାଳୟ ମିଶ୍ରଣରେ ଜଗତ୍‌ସିଂହପୁର ପଛୁଆ, ଶିକ୍ଷା ଅପେକ୍ଷା ଥଇଥାନକୁ ଗୁରୁତ୍ୱ

ବିଦ୍ୟାଳୟ ମିଶ୍ରଣରେ ଜଗତ୍‌ସିଂହପୁର ପଛୁଆ, ଶିକ୍ଷା ଅପେକ୍ଷା ଥଇଥାନକୁ ଗୁରୁତ୍ୱ

ପାରାଦୀପ,୧୮ା୧(ସ୍ବ.ପ୍ର.): ବିକଶିତ ଓ ବିକାଶଶୀଳ ରାଷ୍ଟ୍ରାର ପ୍ରଥମ ପାହାଚ ହେଉଛି ଶିକ୍ଷା। ଶିକ୍ଷା ବ୍ୟବସ୍ଥା ସ୍ବଚ୍ଛ ଓ ସୁଦୃଢ ହେଲେ ବିକାଶର ଦ୍ୱାର ଉନ୍ମୁକ୍ତ ହୁଏ। କିନ୍ତୁ ଆମ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବହୁ ପଛରେ ପଡ଼ିଛି। ଶିକ୍ଷାର ଉନ୍ନତି ତ ଦୂରର କଥା, ବିଭିନ୍ନ କ୍ଷେତ୍ରରେ ହେଉଥିବା ଦୁର୍ନୀତି ଯୋଜନା ଫଳପ୍ରଦ ହେବାକୁ ଦେଉନାହିଁ। 

ଅର୍ଦ୍ଧନିର୍ମିତ ପୋଲରେ ବାଉଁଶ ଚାର

ଅର୍ଦ୍ଧନିର୍ମିତ ପୋଲରେ ବାଉଁଶ ଚାର

ନାଉଗଁା,୧୮ା୧(ସ୍ବ.ପ୍ର.): ନାଉଗଁା ବ୍ଲକରେ ପ୍ରବାହିତ ଗୋବରୀ ନଦୀରେ ଏକାଧିକ ପୋଲ ନିର୍ମିତ ହୋଇଛି। ତେବେ ସେସବୁ ଅର୍ଦ୍ଧନିର୍ମିତ ଅବସ୍ଥାରେ ଥିବାରୁ ଲୋକଙ୍କ କାମରେ ଲାଗିପାରୁନାହିଁ। କେଉଁଠି ପୋଲର ବାଡା ନାହିଁ ତ ଆଉ କେଉଁଠି ସଂଯୋଗୀକରଣ ରାସ୍ତା ହୋଇନି। ସେହିପରି କେତେକ କୋଲ କେବଳ ପିଲରରେ ସୀମିତ ରହିଛି। ତେଣୁ କେତେକ ସ୍ଥାନରେ ଲୋକେ ଅର୍ଦ୍ଧନିର୍ମିତ ପୋଲ ଉପରେ ବାଉଁଶ ପକାଇ ଯାତାୟାତ କରୁଛନ୍ତି।

ଭତ୍ତା ଟଙ୍କା ଆଣିବାକୁ ମା’ଙ୍କ ସହ ୩ କି.ମି. ଚାଲିଚାଲି ଯାଉଛନ୍ତି ଦିବ୍ୟାଙ୍ଗ

ଭତ୍ତା ଟଙ୍କା ଆଣିବାକୁ ମା’ଙ୍କ ସହ ୩ କି.ମି. ଚାଲିଚାଲି ଯାଉଛନ୍ତି ଦିବ୍ୟାଙ୍ଗ

ନୟାଗଡ଼ ଅଫିସ,୧୮।୧-ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଭତ୍ତା ଟଙ୍କା ଆଣିବାକୁ ଯାଇ ଦିବ୍ୟାଙ୍ଗମାନେ ହଇରାଣ ହେଉଥିବା ଦେଖିବାକୁ ମିଳୁଛି। ଅନୁରୂପ ଭାବେ ବୃଦ୍ଧାବୃଦ୍ଧ ମଧ୍ୟ ହଇରାଣ ହେଉଛନ୍ତି। ଚାଲିବାକୁ ସକ୍ଷମ ନ ଥିବା ବ୍ୟକ୍ତିମାନେ ଘରଠାରୁ ୩/୪କିମି ଦୂର ପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ପାଇଁ ଯାଉଥିବାରୁ ଏପରି ସମସ୍ୟା ଉପୁଜୁଛି।

ନଦୀକୂଳ ଡମ୍ପିଂ ପ୍ୟାକିଂ ଖସୁଛି: ଦୀର୍ଘଦିନର ଦାବି ପରେ କାର୍ଯ୍ୟ ଆରମ୍ଭ

ଖଣ୍ଡପଡା,୧୮।୧(ସ୍ବ.ପ୍ର.)- ମହାନଦୀ ଦକ୍ଷିଣପାର୍ଶ୍ୱ ମାଳବନ୍ଧର ସୁରକ୍ଷା ପାଇଁ ଦୀର୍ଘବର୍ଷ ପୂର୍ବେ ନିର୍ମାଣ କରାଯାଇଥିବା ପଥର ପ୍ୟାକିଂ ଓ ଡମ୍ପିଂ ବନ୍ୟା ସମୟରେ ଭୁଷୁଡି ପଡୁଥିବା ପରିଲକ୍ଷିତ ହୋଇଥାଏ। ଏ ସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି। 

ମୋଷ୍ଟ ଓ୍ବାଣ୍ଟେଡ୍‌ ଆଲୋକ ଗିରଫ : ୨୨ ଆପରାଧିକ ମାମଲାରେ ସମ୍ପୃକ୍ତ

ମୋଷ୍ଟ ଓ୍ବାଣ୍ଟେଡ୍‌ ଆଲୋକ ଗିରଫ : ୨୨ ଆପରାଧିକ ମାମଲାରେ ସମ୍ପୃକ୍ତ

ଓଡ଼ଗାଁ,୧୮।୧(ସ୍ବ.ପ୍ର.)-ନୟାଗଡ଼ ସମେତ ଖୋର୍ଦ୍ଧା ଓ ଗଞ୍ଜାମ ଜିଲାର ବିଭିନ୍ନ ଥାନାରେ ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ ଥିବା ଆଲୋକ ସାହୁ(୨୨)ଙ୍କୁ ଓଡଗଁା ଥାନା ପୋଲିସ ବୁଧବାର ଗିରଫ କରିଛି । ଆଲୋକଙ୍କ ଘର ଏହି ଥାନା ଅନ୍ତର୍ଗତ ରଙ୍ଗଣୀପାଟଣା ଗ୍ରାମରେ ହୋଇଥିବା ବେଳେ ସେ ମାତ୍ର ୨୨ ବର୍ଷ ବୟସରେ ୨୨ ଆପରାଧିକ ମାମଲାରେ ସମ୍ପୃକ୍ତ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। 

ବିଶ୍ୱନାଥ ଦେବ କ୍ରିକେଟ: ଧାନଚାଙ୍ଗଡ଼ା ସେମିରେ

ଭାପୁର,୧୭ା୧(ଡି.ଏନ.ଏ.)-ଭାପୁର ବ୍ଲକ ବାଉଁଶବାଟୀ ଗ୍ରାମର ବିଶ୍ୱନାଥ ଦେବ କ୍ରିକେଟ କ୍ଲବ୍‌ ଆନୁକୂଲ୍ୟରେ ୫ମ ଟି-୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଆୟୋଜିତ ହେଉଛି।  ଗୁରୁବାର ଖେଳରେ ଧାନଚାଙ୍ଗଡ଼ା ଦଳ ୨ ରନ୍‌ରେ ଚକ୍ରଧର ପ୍ରସାଦକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି।

 ୨ ବିଦେଶୀ ମୃତ ପକ୍ଷୀ ଜବତ, ଜଣେ ଗିରଫ

୨ ବିଦେଶୀ ମୃତ ପକ୍ଷୀ ଜବତ, ଜଣେ ଗିରଫ

ଟାଙ୍ଗୀ(ଖୋର୍ଦ୍ଧା),୧୭ା୧(ଡି.ଏନ.ଏ.)-ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ଗୁରୁବାର ଭୋର ସମୟରେ ଚିଲିକା ଉପକୂଳ ଅଭିମାନପୁର ରିଂ ବନ୍ଧ ଅଞ୍ଚଳରୁ ୨ ବିଦେଶୀ ମୃତ ପକ୍ଷୀ ଜବତ କରିଛନ୍ତି।

ପାଗଳ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ : ଠେଙ୍ଗା, ପଥର ମାଡରେ ଦୁଇ ମୃତ, ଦୁଇ ଗୁରୁତର

ପାଗଳ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ : ଠେଙ୍ଗା, ପଥର ମାଡରେ ଦୁଇ ମୃତ, ଦୁଇ ଗୁରୁତର

ଓଡ଼ଗାଁ, ୧୭।୧ (ସ୍ବ.ପ୍ର.)-ନୟାଗଡ଼ ଜିଲା ଓଡ଼ଗାଁ ବଜାରରେ ପାଗଳର ଠେଙ୍ଗା, ପଥର ମାଡରେ ଦୁଇଜଣଙ୍କ ମୃତ୍ୟୁ ହୋଇବେଳେ ଦୁଇଜଣ ଗୁରତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ନୟାଗଡ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ା 

ଚିଲିକାରେ ଡଲ୍‌ଫିନ୍‌ ଗଣନା ଆଜି

ଚିଲିକାରେ ଡଲ୍‌ଫିନ୍‌ ଗଣନା ଆଜି

ବାଲୁଗାଁ/ବ୍ରହ୍ମଗିରି,୧୭ା୧(ଡି.ଏନ.ଏ.): ବାଲୁଗଁା ବନ୍ୟପ୍ରାଣୀ ଡିଭିଜନ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୂଲ୍ୟରେ ଚିଲିକାରେ ବିରଳ ଇରାୱାଡ଼ି ପ୍ରଜାତିର ଡଲ୍‌ଫିନ୍‌ ଗଣନା କାର୍ଯ୍ୟ ଗୁରୁବାର କରାଯିବ। 

ନଦୀକୂଳ ଡମ୍ପିଂ ପ୍ୟାକିଂ ଖସୁଛି, କଣ୍ଟିଲୋ ପାଇଁ ବିପଦ ସୃଷ୍ଟି କରିବ:ଦୀର୍ଘଦିନର ଦାବି ପରେ କାର୍ଯ୍ୟ ଆରମ୍ଭ

ନଦୀକୂଳ ଡମ୍ପିଂ ପ୍ୟାକିଂ ଖସୁଛି, କଣ୍ଟିଲୋ ପାଇଁ ବିପଦ ସୃଷ୍ଟି କରିବ:ଦୀର୍ଘଦିନର ଦାବି ପରେ କାର୍ଯ୍ୟ ଆରମ୍ଭ

ଖଣ୍ଡପଡା,୧୭ା୧(ସ୍ବ.ପ୍ର.)- ମହାନଦୀ ଦକ୍ଷିଣପାର୍ଶ୍ୱ ମାଳବନ୍ଧର ସୁରକ୍ଷା ପାଇଁ ଦୀର୍ଘବର୍ଷ ପୂର୍ବେ ନିର୍ମାଣ କରାଯାଇଥିବା ପଥର ପ୍ୟାକିଂ ଓ ଡମ୍ପିଂ ବନ୍ୟା ସମୟରେ ଭୁଷୁଡି ପଡୁଥିବା ପରିଲକ୍ଷିତ ହୋଇଥାଏ। ଏ ସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି ା