ବାଣିଜ୍ୟ |

ପୁଣି କେନ୍ଦ୍ର ବିରୋଧରେ ମୁହଁ ଖୋଲିଲେ ସୁବ୍ରମଣ୍ୟନ

ପୁଣି କେନ୍ଦ୍ର ବିରୋଧରେ ମୁହଁ ଖୋଲିଲେ ସୁବ୍ରମଣ୍ୟନ

ନୂଆଦିଲ୍ଲୀ,୧୦-୧୨:  ଜିଡିପି ବ୍ୟାକ୍‌ ସିରିଜ ଡାଟାକୁ ନେଇ ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ମୁହଁ ଖୋଲିଛନ୍ତି। ସଂଶୋଧିତ ଆର୍ଥିକ ଅଭିବୃଦ୍ଧି ତଥ୍ୟକୁ ନେଇ ବିବାଦ ଉପୁଜିଥିବା ବେଳେ ବିଶେଷଜ୍ଞଙ୍କ ଦ୍ୱାରା ଏହାର ସମୀକ୍ଷା ହେବା ଉଚିତ୍‌ ବୋଲି ସେ କହିଛନ୍ତି। କାରଣ ପରିସଂଖ୍ୟାନକୁ ନେଇ ସୃଷ୍ଟି ହୋଇଥିବା କୁହେଳିକା ଦୂର କରାଯିବା ସହ ବିଶ୍ୱାସ ଜନ୍ମାଇବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। 

ନୀତି ଆୟୋଗକୁ ପରୋକ୍ଷରେ ସମାଲୋଚନା କରି ସୁବ୍ରମଣ୍ୟନ କହିଛନ୍ତି ଯେ, ମୋଟ ଘରୋଇ ଉତ୍ପାଦ(ଜିଡିପି)ର ଗଣନା କରିବାର ବିଶେଷଜ୍ଞତା ନ ଥିବା ବ୍ୟକ୍ତିବିଶେଷ ଏହି ପ୍ରକ୍ରିୟାରେ ସାମିଲ ହେବାର ଆବଶ୍ୟକତା ନାହିଁ। ସେ କହିଛନ୍ତି ଯେ, ଜଣେ ଅର୍ଥନୀତିଜ୍ଞ ଭାବେ ସେ ମନେ କରନ୍ତି ଯେ, ନିକଟରେ ସରକାରଙ୍କ ଦ୍ୱାରା ଜାରି ବ୍ୟାକ୍‌ ଡାଟା ଜିଡିପିରେ କିଛି କୁହେଳିକା ରହିଯାଉଛି, ଯାହା ଦୂର କରାଯିବା ଉଚିତ୍‌। ବିଶେଷଜ୍ଞମାନଙ୍କ ଦ୍ୱାରା ଏହାର ଗଭୀର ଭାବେ ସମୀକ୍ଷା କରାଯିବା ଉଚିତ୍‌ ବୋଲି ତାଙ୍କର ମତ। 

All Right Reserved By

ବାଣିଜ୍ୟ |

ପୁଲଓ୍ବାମା ଶହୀଦଙ୍କ ମାତାପିତା ଙ୍କୁ  ନାଲ୍‌କୋର ସମ୍ବର୍ଦ୍ଧନା

ପୁଲଓ୍ବାମା ଶହୀଦଙ୍କ ମାତାପିତା ଙ୍କୁ ନାଲ୍‌କୋର ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୨-୩: ପୁଲଓ୍ବାମାରେ ଶହୀଦ ହୋଇଥିବା ବୀର ଜବାନଙ୍କୁ ନାଲ୍‌କୋ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। 

ରାଜ୍ୟପାଳଙ୍କୁ ଭେଟିଲେ ଏଏସ୍‌ବିଏମ୍‌ ପ୍ରତିଷ୍ଠାତା

ରାଜ୍ୟପାଳଙ୍କୁ ଭେଟିଲେ ଏଏସ୍‌ବିଏମ୍‌ ପ୍ରତିଷ୍ଠାତା

ଭୁବନେଶ୍ୱର,୨୨-୩: ଏସିଆନ୍‌ ସ୍କୁଲ ଅଫ୍‌ ବିଜନେସ ମ୍ୟାନେଜମେଣ୍ଟ(ଏଏସ୍‌ବିଏମ୍‌)ର ପ୍ରତିଷ୍ଠାତା ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ରାଜ୍ୟପାଳ ଗଣେଷି ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। 

ନୂଆ ରୂପରେ ସମ୍ବଲପୁର-ପୁରୀ ଇଣ୍ଟରସିଟି

ନୂଆ ରୂପରେ ସମ୍ବଲପୁର-ପୁରୀ ଇଣ୍ଟରସିଟି

ଭୁବନେଶ୍ୱର,୨୨-୩: ସମ୍ବଲପୁର-ପୁରୀ-ସମ୍ବଲପୁର ଏକ୍ସପ୍ରେସ ନୂଆ ରୂପରେ ବୁଧବାରଠାରୁ ଚଳାଚଳ ଶୁଭାରମ୍ଭ କରିଛି। ଏହି ଟ୍ରେନର ବଗିଗୁଡ଼ିକୁ ଉତ୍କୃଷ୍ଟ ମାନର ବଗିକୁ ଉନ୍ନୀତ କରାଯାଇଛି। 

ଓଡ଼ିଶା ବଜାରରେ ଲିଭଫାଷ୍ଟର ନୂଆ ପ୍ରଡକ୍ଟ

ଓଡ଼ିଶା ବଜାରରେ ଲିଭଫାଷ୍ଟର ନୂଆ ପ୍ରଡକ୍ଟ

ଭୁବନେଶ୍ୱର,୨୨-୩: ଲିଭଫାଷ୍ଟ ବ୍ୟାଟେରୀଜ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଏହାର ନୂଆ ପ୍ରଡକ୍ଟ ଓଡିଶା ବଜାରରେ ପ୍ରବେଶ କରିଛି। ଏହା ମଧ୍ୟରେ ୟୁପିଏସ୍‌, ବ୍ୟାଟେରୀ, ଷ୍ଟାବିଲାଇଜର, ସୋଲାର ପ୍ରଡକ୍ଟ ସାମିଲ ରହିଛି। 

ଆଇସିସି ପକ୍ଷରୁ ଜିଏସ୍‌ଟି କର୍ମଶାଳା

ଆଇସିସି ପକ୍ଷରୁ ଜିଏସ୍‌ଟି କର୍ମଶାଳା

ଭୁବନେଶ୍ୱର,୨୨-୩: ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ(ଆଇସିସି) ପକ୍ଷରୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି)ରେ ହୋଇଥିବା ବିଭିନ୍ନ ଶଂସୋଧନ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ମାର୍ଚ୍ଚ ୩୧ରେ ବିଦ୍ୟା ମନ୍ଦିର କ୍ଲାସେସ୍‌ର ଏନ୍‌ଏଟି

ମାର୍ଚ୍ଚ ୩୧ରେ ବିଦ୍ୟା ମନ୍ଦିର କ୍ଲାସେସ୍‌ର ଏନ୍‌ଏଟି

ଭୁବନେଶ୍ୱର,୨୨-୩: ଆଇଆଇଟି ଜେଇଇ କୋଚିଂ କ୍ଷେତ୍ରରେ ପ୍ରମୁଖ ପ୍ରତିଷ୍ଠାନ ବିଦ୍ୟା ମନ୍ଦିର କ୍ଲାସେସ୍‌ ପକ୍ଷରୁ ଏହାର ଜାତୀୟ ଆଡମିଶନ ଟେଷ୍ଟ(ଏନ୍‌ଏଟି) ମାର୍ଚ୍ଚ ୩୧ରେ ଅନୁଷ୍ଠିତ ହେଉଛି। ଅଷ୍ଟମ, ନବମ, ଦଶମ ଏବଂ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢୁଥିବା ଛାତ୍ରୀଛାତ୍ର ଏହି ପରିକ୍ଷାରେ ଭାଗ ନେଇ ପାରିବେ। 

ଏକ୍ସଆଇଏମ୍‌ବି-ପାଓ୍ବାର ଗ୍ରୀଡ ମଧ୍ୟରେ ଚୁକ୍ତି

ଏକ୍ସଆଇଏମ୍‌ବି-ପାଓ୍ବାର ଗ୍ରୀଡ ମଧ୍ୟରେ ଚୁକ୍ତି

ଭୁବନେଶ୍ୱର,୨୨-୩: ଜାଭିୟର ୟୁନିଭର୍ସିଟି, ଜାଭିୟର ଇନଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ(ଏକ୍ସଆଇଏମ୍‌ବି)ଏବଂ ପାଓ୍ବାରଗ୍ରୀଡ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।

ପାଞ୍ଚ ଦିନ ବାତିଲ ରହିବ କଳିଙ୍ଗ ଉତ୍କଳ ଏକ୍ସପ୍ରେସ

ପାଞ୍ଚ ଦିନ ବାତିଲ ରହିବ କଳିଙ୍ଗ ଉତ୍କଳ ଏକ୍ସପ୍ରେସ

ଭୁବନେଶ୍ୱର,୨୨-୩: କଳିଙ୍ଗ ଉତ୍କଳ ଏକ୍ସପ୍ରେସ ପାଞ୍ଚଦିନ ବାତିଲ ରହିବ। ଉତ୍ତର ରେଳପଥ, ଉତ୍ତର କେନ୍ଦ୍ରୀୟ ରେଳପଥ, ପଶ୍ଚିମ କେନ୍ଦ୍ରୀୟ ରେଳପଥର ବିଭିନ୍ନ ସ୍ଥାନରେ ନିରାପତ୍ତା ଜନିତ ଆଧୁନିକିକରଣ କାର୍ଯ୍ୟ ସହ ଭିତ୍ତିଭୂମି ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ଏହି ଟ୍ରେନକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ରହିଛି। 

ରକ୍ତ ପରୀକ୍ଷାରୁ ବି ଜାଣିହେବ ଅବସାଦ...

ରକ୍ତ ପରୀକ୍ଷାରୁ ବି ଜାଣିହେବ ଅବସାଦ...

ମାନସିକ ଅବସାଦ ସମ୍ପର୍କରେ ସୂଚନା ଏବେ ସହଜରେ ମିଳିପାରିବ। ଏହାଦ୍ୱାରା ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ଉପଲବ୍ଧ କରାଇବାରେ କୌଣସି ଅସୁବିଧା ରହିବ ନାହିଁ। 

ନୀରବଙ୍କ ୧୧କାର୍‌, ୧୭୩ ପେଣ୍ଟିଙ୍ଗ ବିକ୍ରି ହେବ;ସ୍ତ୍ରୀଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି

ନୀରବଙ୍କ ୧୧କାର୍‌, ୧୭୩ ପେଣ୍ଟିଙ୍ଗ ବିକ୍ରି ହେବ;ସ୍ତ୍ରୀଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି

ନୂଆଦିଲ୍ଲୀ,୨୧-୩: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ମହାଠକେଇ ମାମଲାରେ ଲଣ୍ଡନରେ ଗିରଫ ହୋଇଛନ୍ତି ହୀରା ବ୍ୟବସାୟୀ ନୀରବ ମୋଦି। ଅନ୍ୟପକ୍ଷରେ ଭାରତରେ ଥିବା ତାଙ୍କର ସମ୍ପତ୍ତି ବିକ୍ରି କରିବା ଲାଗି ଏବେ ଉଦ୍ୟମ ଆରମ୍ଭ ହୋଇଛି।

ଲଣ୍ଡନରେ ନୀରବ ମୋଦି ଗିରଫ

ଲଣ୍ଡନରେ ନୀରବ ମୋଦି ଗିରଫ

ଲଣ୍ଡନ,୨୧-୩: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରୁ ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କା ଠକିଥିବା ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ଦୀପକ ମୋଦିଙ୍କୁ ଲଣ୍ଡନରେ ଗିରଫ କରାଯାଇଛି। 

କମ୍ପାନୀଙ୍କୁ ବଞ୍ଚାଇବା ଲାଗି ଏସ୍‌ବିଆଇର ଉଦ୍ୟମ;ବଦଳିପାରେ ଜେଟ ଏୟାରଓ୍ବେଜ ପରିଚାଳନା

କମ୍ପାନୀଙ୍କୁ ବଞ୍ଚାଇବା ଲାଗି ଏସ୍‌ବିଆଇର ଉଦ୍ୟମ;ବଦଳିପାରେ ଜେଟ ଏୟାରଓ୍ବେଜ ପରିଚାଳନା

ନୂଆଦିଲ୍ଲୀ,୨୧-୩: ଋଣ ଭାରରେ ବୁଡି ରହିଥିବା ଜେଟ ଏୟାରଓ୍ବେଜ ବିମାନ କମ୍ପାନୀକୁ ବଞ୍ଚାଇବା ଲାଗି ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ନେତୃତ୍ୱାଧୀନ ବ୍ୟାଙ୍କଗୁଡ଼ିକ ଯଥା ସମ୍ଭବ ପ୍ରୟାସ ଜାରି ରଖିଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା