ଖେଳ |

ହକି ବିଶ୍ୱକପ: ଇଂଲଣ୍ଡ- ନ୍ୟୁଜିଲାଣ୍ଡ ମୁକାବିଲା

ହକି ବିଶ୍ୱକପ: ଇଂଲଣ୍ଡ- ନ୍ୟୁଜିଲାଣ୍ଡ ମୁକାବିଲା

ଭୁବନେଶ୍ୱର, ୧୦।୧୨(ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ହକି ବିଶ୍ୱକପ୍‌ର ଚତୁର୍ଦ୍ଦଶ ସଂସ୍କରଣର କ୍ରସ୍‌ ଓଭର ମ୍ୟାଚ୍‌ ସୋମବାରଠାରୁ ଆରମ୍ଭ ହେବ। କ୍ରସ୍‌ ଓଭର ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ  ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ। ନ୍ୟୁଜିଲାଣ୍ଡ ପୁଲ୍‌ ଏ’ର ତୃତୀୟ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ପୁଲ ବି’ର ଦ୍ୱିତୀୟ ସ୍ଥାନରେ ରହିଛି। କ୍ରସ୍‌ ଓଭରର  ବିଜୟୀ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବ। 

ନ୍ୟୁଜିଲାଣ୍ଡ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ନବମ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ସପ୍ତମ ସ୍ଥାନରେ ରହିଛି। ପୁଲ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ ତା’ର ପ୍ରଥମ ମ୍ୟାଚ୍‌ରେ ୨-୧ ଗୋଲରେ ଫ୍ରାନ୍ସକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲା। କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୦-୩ ଗୋଲରେ ଅଲିମ୍ପିକ୍ସ ଚାମ୍ପିୟନ ଆର୍ଜେଣ୍ଟିନାଠାରୁ ପରାସ୍ତ ହୋଇଥିଲା। ତେବେ ସ୍ପେନ ବିପକ୍ଷ ତୃତୀୟ ମ୍ୟାଚ୍‌କୁ ନ୍ୟୁଜିଲାଣ୍ଡ ୨-୨ ଗୋଲରେ ଅମୀମାଂସିତ ରଖିଥିଲା। ୩ଟି ମ୍ୟାଚ୍‌ ଖେଳି ନ୍ୟୁଜିଲାଣ୍ଡ ଗୋଟିଏ ବିଜୟ, ଗୋଟିଏ ପରାଜୟ ଓ ଗୋଟିଏ ଡ୍ର ସହ ୪ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହି କ୍ରସ୍‌ ଓଭର ଖେଳିବାକୁ ଯୋଗ୍ୟତା ହାସଲ କରିଥିଲା। 

ଅପରପକ୍ଷରେ ଇଂଲଣ୍ଡ ପୁଲ୍‌ ବି’ରେ ୩ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ଗୋଟିଏ ପରାଜୟ ଓ ଗୋଟିଏ ଡ୍ର ସହ ୪ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ଚାଇନା ବିପକ୍ଷ ପ୍ରଥମ ମ୍ୟାଚ୍‌କୁ ଇଂଲଣ୍ଡ ୨-୨ ଗୋଲରେ ଡ୍ର ରଖିଥିଲା। ଏହାପରେ ଦ୍ୱିତୀୟ ମ୍ୟାଚ୍‌ରେ ଇଂଲଣ୍ଡ ୦-୩ ଗୋଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ତେବେ ତୃତୀୟ ମ୍ୟାଚ୍‌ରେ ଇଂଲଣ୍ଡ ଦମ୍‌ଦାର ପ୍ରଦର୍ଶନ କରି ୪-୨ ଗୋଲରେ ଆୟର୍ଲାଣ୍ଡକୁ ହରାଇଥିଲା। 

କ୍ରସ୍‌ ଓଭର ମ୍ୟାଚ୍‌ ନକ୍‌ଆଉଟ୍‌ ହୋଇଥିବାରୁ ଉଭୟ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ କର ବା ମର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ତେଣୁ ଉଭୟ ଦଳ ଏହି ମୁକାବିଲାରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ। ୨୦୧୩ ପରଠାରୁ ଉଭୟ ଦଳ ପରସ୍ପରକୁ ୪ଟି ମ୍ୟାଚ୍‌ରେ ଭେଟିଛନ୍ତି। ଏଥିରେ ଉଭୟ ଦଳ ଦୁଇଟି ଲେଖାଏ ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି। ତେଣୁ ଦକ୍ଷତା, ସାମର୍ଥ୍ୟ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଉଭୟ ଦଳ ପ୍ରାୟ ସମାନ ସ୍ଥିତିରେ ରହିଛନ୍ତି। ଫଳରେ ଏହି ମ୍ୟାଚ୍‌ରେ କଡ଼ା ସଂଘର୍ଷ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ଏହି କ୍ରସ୍‌ ଓଭର ମ୍ୟାଚ୍‌ର ବିଜୟୀ ଦଳ କ୍ୱାର୍ଟର ଫାଇନାଲରେ ଆର୍ଜେଣ୍ଟିନାକୁ ଭେଟିବ। 

ନ୍ୟୁଜିଲାଣ୍ଡ ଦଳ: ବ୍ଲେୟାର ଟାରେଣ୍ଟ (ଅଧିନାୟକ), ରିଚାର୍ଡ ଜୋଏସ (ଗୋଲ କିପର), ଜର୍ଜ ଏନେରସନ (ଗୋଲକିପର), କୋରି ବେନେଟ, ଡେନ ଲେଟ୍‌, ନିକ ରୋସ, ମାର୍କସ ଚାଇଲ୍ସ, ଜାରେଡ ନାଞ୍ଚିଆ, ଏଇଡାନ ସାରିକାୟା, ନିକ୍‌ ଉଡ୍ସ, କେନ୍‌ ରସେଲ, ଅରୁନ ପାଞ୍ଚିଆ, ଶିଆ ମ୍ୟାକଆଲିସେ, ଷ୍ଟିଫାନ ଜେନିସ୍‌, ଡୋମିନିକ ନ୍ୟୁମ୍ୟାନ, ହୁଗୋ ଇନଗ୍ଲିସ୍‌, ଜର୍ଜ ମୁଇର ଓ ହେଡେନ ଫିଲିପ୍ସ।

କୋଚ- ଡାରେନ ସ୍ମିଥ୍‌।

ଇଂଲଣ୍ଡ ଦଳ: ଫିଲ ରୋପେର (ଅଧିନାୟକ), ଜର୍ଜ ପିନେର (ଗୋଲକିପର), ହାରୀ ଗିବ୍‌ସନ (ଗୋଲକିପର), ଆଡାମ ଡିକ୍ସନ, ଲିଆମ ସାନଫୋର୍ଡ, ମାର୍କ ଗ୍ଲେଗହର୍ନ, ଜ୍ୟାକ ଓ୍ବାଲେର, ମାଇକେଲ ହୋଆର, ଲୁକ୍‌ ଟେଲର, ହାରୀ ମାର୍ଟିନ, ଡେଭିଡ ଆମ୍ସ, ଇଆନ ସ୍ଲୋଆନ, ବେରୀ ମିଡଲଟନ, ଜ୍ୟାକ ଓ୍ବାଲାସ, ଜେମ୍ସ ଗଲ, ଡେଭିଡ କଣ୍ଡନ, ଓ୍ବିଲ କଲନାନ ଓ ଲଆମ ଅନ୍‌ସେଲ।

କୋଚ୍‌- ଡ୍ୟାନି କେରୀ।

All Right Reserved By

ଖେଳ |

ଭାଜପାରେ ଯୋଗଦେଲେ ଗିୌତମ

ଭାଜପାରେ ଯୋଗଦେଲେ ଗିୌତମ

ନୂଆଦିଲ୍ଲୀ,୨୨।୩(ପିଟି)- ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଗୌତମ ଗମ୍ଭୀର ଶୁକ୍ରବାର ଭାଜପାରେ ଯୋଗଦେଇଛନ୍ତି। 

ପାକିସ୍ତାନରେ ହେବ ନାହିଁ ଆଇପିଏଲ ପ୍ରସାରଣ

ପାକିସ୍ତାନରେ ହେବ ନାହିଁ ଆଇପିଏଲ ପ୍ରସାରଣ

ନୂଆଦିଲ୍ଲୀ,୨୨।୩(ପିଟି)- ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ପ୍ରସାରଣକୁ ଭାରତରେ ବ୍ୟାନ କରାଯିବା ପରେ ପାକିସ୍ତାନ ଆଇପିଏଲର ୧୨ତମ ସଂସ୍କରଣର ପ୍ରସାରଣକୁ ବ୍ୟାନ କରିଛି। 

କ୍ରିକେଟ ପଡ଼ିଆ ଛାଡି  ରାଜନୀତିରେ ଯୋଗ ଦେଲେ ଗୌତମ ଗମ୍ଭୀର: ଭାଜପାରେ  ସାମିଲ

କ୍ରିକେଟ ପଡ଼ିଆ ଛାଡି ରାଜନୀତିରେ ଯୋଗ ଦେଲେ ଗୌତମ ଗମ୍ଭୀର: ଭାଜପାରେ ସାମିଲ

ନୂଆଦିଲ୍ଲୀ, ୨୨।୩: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର କ୍ରିକେଟ ପଡ଼ିଆ ଛାଡି ରାଜନୀତିରେ ଯୋଗଦେଇଛନ୍ତି। ସେ ଭାଜପାରେ ଶୁକ୍ରବାର ସାମିଲ୍‌ ହୋଇଛନ୍ତି। 

ଡେନମାର୍କ ବ୍ୟାଡ୍‌ମିଣ୍ଟନ ଖେଳାଳି ବାସନ୍ଦ

ଡେନମାର୍କ ବ୍ୟାଡ୍‌ମିଣ୍ଟନ ଖେଳାଳି ବାସନ୍ଦ

ଲଣ୍ଡନ, ୨୧।୩(ପିଟି)- ଡେନମାର୍କ ବ୍ୟାଡ୍‌ମିଣ୍ଟନ ଖେଳାଳି  ଜୋଆଚିମ ପରସନଙ୍କୁ ଦେଢ଼ ବର୍ଷ ପାଇଁ ବାସନ୍ଦ କରାଯାଇଛି। ବେଟିଂ ସହ ଜଡ଼ିତ ହୋଇ ସେ ସ୍ପୋଟର୍‌ସ ଅଫ୍‌ କଣ୍ଡକ୍ଟ ଭଙ୍ଗ କରିଛନ୍ତି। 

ସ୍ପେଶାଲ ଅଲିମ୍ପିକ୍ସରେ ଭାରତକୁ ୩୬୮ ପଦକ

ସ୍ପେଶାଲ ଅଲିମ୍ପିକ୍ସରେ ଭାରତକୁ ୩୬୮ ପଦକ

ନୂଆଦିଲ୍ଲୀ,୨୧।୩(ପିଟି)- ୟୁଏଇର ଆବୁଧାବିଠାରେ ଚାଲିଥିବା ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସରେ ଭାରତ ୮୫ ସ୍ବର୍ଣ୍ଣ ସହ ମୋଟ ୩୬୮ ପଦକ ସହ ଅଭିଯାନ ଶେଷ କରିଛି।

ପାକିସ୍ତାନ ଖେଳାଳିଙ୍କ ନାମରେ ରହିଛି ଆଇପିଏଲ ରେକର୍ଡ

ପାକିସ୍ତାନ ଖେଳାଳିଙ୍କ ନାମରେ ରହିଛି ଆଇପିଏଲ ରେକର୍ଡ

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ପ୍ରଥମ ସଂସ୍କରଣ ପରେ ପାକିସ୍ତାନ ଖେଳାଳିଙ୍କୁ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆଯାଉନାହିଁ। 

ମିଃ. ଆଇପିଏଲ ରାଇନା

ମିଃ. ଆଇପିଏଲ ରାଇନା

ଭାରତୀୟ ବାମହାତୀ ଷ୍ଟାଇଲିଶ ବ୍ୟାଟ୍ସମ୍ୟାନ ସୁରେଶ ରାଇନା କେତେକ ସ୍ବତନ୍ତ୍ର କାରଣ ଯୋଗୁ ମିଃ. ଆଇପିଏଲ ଭାବେ ପରିଚିତ।

ମ୍ୟାଚ୍‌ ପିଛା କେତେ କମାନ୍ତି ଚିୟରଲିଡର୍‌...

ମ୍ୟାଚ୍‌ ପିଛା କେତେ କମାନ୍ତି ଚିୟରଲିଡର୍‌...

ଜାତୀୟ ଖେଳ ‘ହକି’ ହେଲେ ମଧ୍ୟ ଭାରତରେ କ୍ରିକେଟକୁ ନେଇ ରହିଛି ଭିନ୍ନ କ୍ରେଜ୍‌। ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଏହି ଖେଳକୁ ପସନ୍ଦ କରିଥାନ୍ତି। ଏହାକୁ ନେଇ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସୃଷ୍ଟି। ଏଥିରେ ଦର୍ଶକମାନେ ଖେଳାଳିଙ୍କ ଧୁଆଁଧାର ବ୍ୟାଟିଂ, ବୋଲିଂ ସହ ଚିୟରଲିଡର୍ସମାନଙ୍କ ନୃତ୍ୟକୁ ଉପଭୋଗ କରିଥାନ୍ତି।

ମିଆମୀ ମାଷ୍ଟର୍ସ ଓପନର ମୁଖ୍ୟ ପର୍ଯ୍ୟାୟରେ ପ୍ରଜନେଶ

ମିଆମୀ ମାଷ୍ଟର୍ସ ଓପନର ମୁଖ୍ୟ ପର୍ଯ୍ୟାୟରେ ପ୍ରଜନେଶ

ମିଆମି,୨୧।୩(ପିଟି)- ଦେଶର ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ମାର୍ଷ୍ଟ ଓପନର ମୁଖ୍ୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେ ଜେୟ କ୍ଲାର୍କଙ୍କୁ ସିଧାସଳଖ ସେଟ୍‌ରେ ହରାଇ ଦେଇଛନ୍ତି। ପ୍ରଜନେଶ

ଦୀନେଶ କାର୍ତ୍ତିକଙ୍କ ଛାଡ଼ପତ୍ରର କାରଣ ମୁରଲୀ ବିଜୟ

ଦୀନେଶ କାର୍ତ୍ତିକଙ୍କ ଛାଡ଼ପତ୍ରର କାରଣ ମୁରଲୀ ବିଜୟ

ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ଓ ବ୍ୟାଟ୍ସମ୍ୟାନ ମୁରଲୀ ବିଜୟ ତାମିଲନାଡୁ ପକ୍ଷରୁ ରଣଜୀ ଖେଳିବା ପରେ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। 

କ୍ରିକେଟର ଏହି କ୍ରେଜି ଫ୍ୟାନଙ୍କୁ ଦେଖି ଖେଳାଳି ବି ଆଶ୍ଚର୍ଯ୍ୟ..

କ୍ରିକେଟର ଏହି କ୍ରେଜି ଫ୍ୟାନଙ୍କୁ ଦେଖି ଖେଳାଳି ବି ଆଶ୍ଚର୍ଯ୍ୟ..

ଆଇପିଏଲ ମହାସମର ଆରମ୍ଭ ହେବାକୁ ଆଉ କିଛିଦିନ ବାକି ଥିବାବେଳେ ତା’ପୂର୍ବରୁ ପ୍ରଶଂସକଙ୍କ ଉତ୍କଣ୍ଠା ଧିରେ ଧିରେ ବଢିବାରେ ଲାଗିଛି। 

ଟିକେଟ୍‌ ବିକ୍ରିରୁ ମିଳିବାକୁ ଥିବା ଅର୍ଥ ପୁଲଓ୍ବାମା ଶହୀଦଙ୍କୁ ଦେବ ସିଏସ୍‌କେ

ଟିକେଟ୍‌ ବିକ୍ରିରୁ ମିଳିବାକୁ ଥିବା ଅର୍ଥ ପୁଲଓ୍ବାମା ଶହୀଦଙ୍କୁ ଦେବ ସିଏସ୍‌କେ

 ଚେନ୍ନାଇ, ୨୧।୩(ପିଟି)- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ପ୍ରଥମ ଆଇପିଏଲ ମ୍ୟାଚ୍‌ର ଟିକେଟ୍‌ ବିକ୍ରିରୁ ଆୟ ହେବାକୁଥିବା ଅର୍ଥ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ଯବାନଙ୍କ ପରିବାରକୁ ଦିଆଯିବ। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା