ଖେଳ |

ରଣଜୀ ଟ୍ରଫି: ଝାଡ଼ଖଣ୍ଡଠାରୁ ୨ ରନରେ ହାରିଲା ଓଡ଼ିଶା

ରଣଜୀ ଟ୍ରଫି: ଝାଡ଼ଖଣ୍ଡଠାରୁ ୨ ରନରେ ହାରିଲା ଓଡ଼ିଶା

କଟକ ଅଫିସ, ୧୦।୧୨- ରାଞ୍ଚିସ୍ଥିତ ଜେଏସ୍‌ସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ରଣଜୀ ଟ୍ରଫି ଏଲିଟ ଗ୍ରୁପ୍‌-ସି’ର ଏକ ମ୍ୟାଚ୍‌ରେ ଓଡ଼ିଶା ସଂଘର୍ଷକରି ଘରୋଇ ଝାଡ଼ଖଣ୍ଡଠାରୁ ମାତ୍ର ୨ ରନ୍‌ରେ ପରାସ୍ତ ହୋଇଛି। ୨୬୦ ରନର ଟାର୍ଗେଟ୍‌କୁ ପିଛା କରି ବିପ୍ଳବ ସାମନ୍ତରାୟଙ୍କ ନେତୃତ୍ୱାଧୀନ ଓଡ଼ିଶା ରବିବାର ଅନ୍ତିମ ତଥା ୪ର୍ଥ ଦିବସରେ ୨୫୭ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଓଡ଼ିଶା ଏକଦା ୧୫୪ ରନ୍‌ରେ ୮ଟି ଉଇକେଟ ହରାଇ ପରାଜୟ ଦିଗକୁ ଅଗ୍ରସର ହେଉଥିଲା। କିନ୍ତୁ ମଧ୍ୟକ୍ରମରେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଶୁଭ୍ରାଂଶୁ ସେନାପତି ଅପରାଜିତ ଦେଢ଼ଶତକୀୟ ଇନିଂସ ଖେଳିଥିଲେ ମଧ୍ୟ ଦଳକୁ ବିଜୟ ସ୍ବାଦ ଚଖାଇ ପାରି ନ ଥିଲେ। ୨୧ ବର୍ଷୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନ ଶୁଭ୍ରାଂଶୁ ୩୨୧ବଲ ଖେଳି ୧୨ ଚୌକା ଓ ୬ ଛକା ସହାୟତାରେ ୧୫୭ ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ବସନ୍ତ ମହାନ୍ତି ୩୮ବଲରୁ ୪ ଓ ଧୀରାଜ ସିଂ ୪୩ ବଲରୁ ୭ ରନ୍‌ ଗୁରୁତ୍ୱପୂର୍ଣ୍ଣ ବ୍ୟାଟିଂ କରିଥିଲେ। ଶୁଭ୍ରାଂଶୁ ଅନ୍ତିମ ଦୁଇ ଉଇକେଟ ଭାଗିଦାରୀରେ ବସନ୍ତ ଓ ଧୀରାଜଙ୍କ ସହ ୧୦୩ ରନ୍‌ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ। ୧୦ମ ଉଇକେଟ୍‌ରେ ଧୀରାଜଙ୍କୁ ସାଥୀ କରି ଶୁଭ୍ରାଂଶୁ ୬୪ ରନ ଭାଗୀଦାରି କରିଥିଲେ ମଧ୍ୟ ତାହା ବୃଥା ଯାଇଥିଲା। ବିଜୟ ପାଇଁ ଓଡ଼ିଶାକୁ ୩ ରନ ଆବଶ୍ୟକ ହେଉଥିବାବେଳେ ଧୀରାଜଙ୍କୁ କ୍ଲିନ ବୋଲ୍ଡ କରି ଅନ୍ତର୍ଜାତୀୟ ତାରକା ବରୁଣ ଆରୋନ ଝାଡ଼ଖଣ୍ଡକୁ ସ୍ମରଣୀୟ ବିଜୟୀ କରାଇଥିଲେ। ଶୁଭ୍ରାଂଶୁ ଓ ଅନୁରାଗ ଷଡ଼ଙ୍ଗୀ(୪୧ରନ୍‌)ଙ୍କୁ ବାଦ୍‌ ଦେଇ ଓଡ଼ିଶାର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଶାନୁରୂପ ପ୍ରଦର୍ଶନ କରି ପାରି ନ ଥିଲେ। ଅଧିନାୟକ ବିପ୍ଳବ ୨୩, ସୁଜିତ୍‌ ଲେଙ୍କା ୨, ଅଭିଷେକ ରାଉତ ୩, ସୂର୍ଯ୍ୟକାନ୍ତ ପ୍ରଧାନ ୫ ଓ ରାଜେଶ ମହାନ୍ତି ଖାତା ଖୋଲି ପାରି ନ ଥିଲେ। ବିଜୟୀ ଝାଡ଼ଖଣ୍ଡ ଦଳର ଅନୁକୂଳ ରାୟ ୪ଟି ଉଇକେଟ୍‌ ନେଇଥିଲେ।

  ମ୍ୟାଚ୍‌ରେ ଝାଡ଼ଖଣ୍ଡ ପ୍ରଥମେ ବ୍ୟାଟିଂ କରି ୧୭୨ ରନ୍‌ କରିଥିଲା। ଜବାବରେ ଓଡ଼ିଶା ପ୍ରଥମ ଇନିଂସ୍‌ରେ ୨୦୧ ରନ୍‌ କରିଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ଝାଡ଼ଖଣ୍ଡ ୨୮୮ରେ ଅଲ୍‌ଆଉଟ୍‌ ହୋଇଥିଲା।ଏହି ପରାଜୟ ସହ ଓଡ଼ିଶା ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରୁ ୬ଷ୍ଠ ସ୍ଥାନକୁ ଖସିଯାଇଛି। ଚଳିତ ସିଜନରେ ଓଡ଼ିଶା ୫ ମ୍ୟାଚ୍‌ରୁ ୨ ବିଜୟ, ୨ଟି ପରାଜୟ ଓ ଗୋଟିଏ ଡ୍ର ବଳରେ ଦଳ ୧୩ ପଏଣ୍ଟ ପାଇଛି। 


All Right Reserved By

ଖେଳ |

ଅଷ୍ଟ୍ରିଆରେ ଅଛି ଧ୍ୟାନ ଚାନ୍ଦଙ୍କ ଷ୍ଟାଚ୍ୟୁ

ଅଷ୍ଟ୍ରିଆରେ ଅଛି ଧ୍ୟାନ ଚାନ୍ଦଙ୍କ ଷ୍ଟାଚ୍ୟୁ

ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ହେକି ଖଳାଳି ଭାବେ ମେଜର ଧ୍ୟାନ ଚାନ୍ଦ ଜଣାଶୁଣା। ଏହି କିମ୍ବଦନ୍ତୀ ଭାରତୀୟ ଖେଳାଳିଙ୍କୁ କେବଳ ଭାରତରେ ନୁହେଁ ବିଶ୍ୱର ବିଭିନ୍ନ ପ୍ରାନ୍ତରରେ ହକି ଗୁରୁ ଭାବେ ଗ୍ରହଣ କରାଯାଏ।

ଆଇସିସି ପୁରସ୍କାରରେ କୋହଲିଙ୍କ କ୍ଲିନ ସୁଇପ୍‌

ଆଇସିସି ପୁରସ୍କାରରେ କୋହଲିଙ୍କ କ୍ଲିନ ସୁଇପ୍‌

ଦୁବାଇ,୨୨।୧(ପି.ଟି.)- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଆଇସିସି ବାର୍ଷିକ ପୁରସ୍କାରରେ କ୍ଲିନ ସୁଇପ୍‌ କରିଛନ୍ତି।

ଆଇସିସି ଟେଷ୍ଟ, ଦିନିକିଆ ଅଧିନାୟକ କୋହଲି

ଆଇସିସି ଟେଷ୍ଟ, ଦିନିକିଆ ଅଧିନାୟକ କୋହଲି

ଦୁବାଇ,୨୨।୧(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ୨୦୧୮ ବର୍ଷର ଶ୍ରେଷ୍ଠ ଦିନିକିଆ ଓ ଟେଷ୍ଟ ଦଳ ଘୋଷଣା କରାଯାଇଛି। ଭାରତୀୟ ବ୍ୟାଟିଂ ବିଭାଗର ମେରୁଦଣ୍ଡ ବିରାଟ କୋହଲିଙ୍କୁ ଉଭୟ ଦଳର ଅଧିନାୟକ ଭାବେ ଚୟନ କରାଯାଇଛି।  

ଫ୍ରେଞ୍ଚ ଓପନରେ ଖେଳିବେ ଫେଡରର

ଫ୍ରେଞ୍ଚ ଓପନରେ ଖେଳିବେ ଫେଡରର

ମେଲବୋର୍ନ,୨୨।୧- କିମ୍ବଦନ୍ତୀ ପୁରୁଷ ସିଙ୍ଗଲ୍ସ ଖେଳାଳି ରୋଜର ଫେଡରର ଆଗାମୀ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନରେ ଖେଳିବେ।

କିଲିମାଞ୍ଜାରୋ ଆରୋହଣ ଅଭିଯାନରେ କୁଶ, ଲିପିକା

କିଲିମାଞ୍ଜାରୋ ଆରୋହଣ ଅଭିଯାନରେ କୁଶ, ଲିପିକା

ଭୁବନେଶ୍ୱର, ୨୨।୧(କ୍ରୀଡ଼ା ପ୍ରତିନିଧି)-ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରୋ (୫,୮୯୫ ମି/୧୯,୩୪୦ ଫୁଟ) ଆରୋହଣ କରିବେ ଓଡ଼ିଶାର ଦୁଇ ପର୍ବତାରୋହି ପ୍ରତିଭା କୁଶ ଆର୍ଲବ ଓ ଲିପିକା ସେଠ୍‌। ଏହି ଅଭିଯାନରେ କୋରାପୁଟ ଜିଲାର କୁଶ ଓ ବରଗଡ଼ର ଲିପିକା ସୋମବାର ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଛନ୍ତି। କୁଶ ଓ ଲିପିକାଙ୍କୁ ବିଦାୟ ଜଣାଇବା ପାଇଁ ଏଠାରେ ଏକ ଫ୍ଲାଗ୍‌ ଅଫ୍‌ ସେରିମନି ଆୟୋଜନ ହୋଇଥିଲା। 

ହକି ସିରିଜ ଫାଇନାଲ୍ସରେ ଭାରତ:  ଭୁବନେଶ୍ୱରରେ ପୁରୁଷ, ହିରୋସିମାରେ ମହିଳା ଦଳ ଖେଳିବ

ହକି ସିରିଜ ଫାଇନାଲ୍ସରେ ଭାରତ: ଭୁବନେଶ୍ୱରରେ ପୁରୁଷ, ହିରୋସିମାରେ ମହିଳା ଦଳ ଖେଳିବ

ଭୁବନେଶ୍ୱର, ୨୨।୧(କ୍ରୀଡ଼ା ପ୍ରତିନିଧି)-ଗତବର୍ଷ ହକି ବିଶ୍ୱକପ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ସମ୍ପନ୍ନ ହୋଇଥିବାବେଳେ ଚଳିତ ବର୍ଷ ଏଠାରେ ଅନୁଷ୍ଠିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫଆଇଏଚ୍‌) ସିରିଜ ଫାଇନାଲ୍ସ। ୨୦୧୯ରେ ହକି ସିରିଜ ଫାଇନାଲ୍ସର ମୋଟ ୩ଟି ଚରଣ ଅନୁଷ୍ଠିତ ହେବ। ପୁରୁଷ ବିଭାଗର ଦ୍ୱିତୀୟ ଚରଣ ଜୁନ ୬ରୁ ୧୬ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଖେଳାଯିବ। 

ଖେଳାଳିଙ୍କୁ ମୁଣ୍ଡନ ପାଇଁ କହିବା:  ତିନି ଜଣିଆ କମିଟି ତଦନ୍ତ କରିବ

ଖେଳାଳିଙ୍କୁ ମୁଣ୍ଡନ ପାଇଁ କହିବା: ତିନି ଜଣିଆ କମିଟି ତଦନ୍ତ କରିବ

କୋଲକାତା, ୨୨ା୧ (ପି.ଟି.)-ଏକ ମ୍ୟାଚ ହାରିବା ପରେ ରାଜ୍ୟ ୧୯ ବର୍ଷରୁ କମ୍‌ ଖେଳାଳିଙ୍କୁ ମୁଣ୍ଡନ ପାଇଁ କୁହାଯାଇଥିବା ଘଟଣାର ତଦନ୍ତ ପାଇଁ ଏକ ୩ ଜଣିଆ କମିଟି ଗଠନ କରାଯିବ। ବେଙ୍ଗଲ ହକି ଆସୋସିଏଶନ (ବିଏଚ୍‌ଏ) ସମ୍ପାଦକ ସପନ ବାନାର୍ଜୀ ସୋମବାର ସୂଚନା ଦେଇଛନ୍ତି। 

ଅଞ୍ଜଳି-କାଜଲଙ୍କ ଅର୍ଦ୍ଧଶତକ, ଓଡ଼ିଶା ବିଜୟୀ

ଅଞ୍ଜଳି-କାଜଲଙ୍କ ଅର୍ଦ୍ଧଶତକ, ଓଡ଼ିଶା ବିଜୟୀ

କଟକ ଅଫିସ,୨୨ା୧- ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ୨୩ ବର୍ଷରୁ କମ୍‌ ଟି-୨୦ ଟୁର୍ନାମେଣ୍ଟରେ ଓଡ଼ିଶା ୮୬ ରନରେ ଜମ୍ମୁ କଶ୍ମୀରକୁ ପରାସ୍ତ କରିଛି । ଟୁର୍ନାମେଣ୍ଟର ପ୍ରଥମ ୩ଟି ମ୍ୟାଚ ବିଜୟୀ ହେବା ପରେ ଗତ ମ୍ୟାଚ୍‌ରେ ଓଡ଼ିଶା  ୬ ଉଇକେଟରେ ବିଦର୍ଭଠାରୁ ପରାସ୍ତ ହୋଇଥିଲା। ଜମ୍ମୁ-କଶ୍ମୀର ବିପକ୍ଷ ମ୍ୟାଚ୍‌କୁ ସହଜରେ ଜିତି ଓଡ଼ିଶା ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଛି । 

ପାଣ୍ଡ୍ୟା-ରାହୁଲ ପ୍ରଭାବ: ବ୍ୟବହାରିକ ପରାମର୍ଶ କାର୍ଯ୍ୟକ୍ରମ

ପାଣ୍ଡ୍ୟା-ରାହୁଲ ପ୍ରଭାବ: ବ୍ୟବହାରିକ ପରାମର୍ଶ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, ୨୨ା୧ (ପି.ଟି.)-ମହିଳାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପରେ କ୍ରିକେଟର କେ.ଏଲ୍‌. ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଅଡୁଆରେ ପଡ଼ିଛନ୍ତି। ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନ ଘଟେ ସେଥିଲାଗି ପ୍ରଶାସକ କମିଟି (ସିଓଏ)  ଭାରତୀୟ ଟିମ୍‌ ପାଇଁ ବ୍ୟବହାରିକ ପରାମର୍ଶ କାର୍ଯ୍ୟକ୍ରମ ପ୍ରଚଳନ ଲାଗି ବିଚାର କରୁଛି। 

ଏପ୍ରିଲରେ ଓସିଏ ଘରୋଇ ଟୁର୍ନାମେଣ୍ଟ: ଦ୍ୱି-ଦିବସୀୟ ହେବ କଳାହାଣ୍ଡି କପ୍‌

ଏପ୍ରିଲରେ ଓସିଏ ଘରୋଇ ଟୁର୍ନାମେଣ୍ଟ: ଦ୍ୱି-ଦିବସୀୟ ହେବ କଳାହାଣ୍ଡି କପ୍‌

କଟକ ଅଫିସ, ୨୨ା୧-ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଆନୁକୂଲ୍ୟରେ ହେବାକୁ ଥିବା ଆଗାମୀ ଘରୋଇ ଟୁର୍ନାମେଣ୍ଟଗୁଡ଼ିକର ଖେଳ ସୂଚୀ ଘୋଷଣା କରାଯାଇଛି। ଆସନ୍ତା ଏପ୍ରିଲରୁ ୧୬ ବର୍ଷରୁ କମ୍‌ ବାଳକ ଆନ୍ତଃ ଜିଲା, ୧୯ ବର୍ଷରୁ କମ୍‌ ବାଳକ ଆନ୍ତଃ ଜିଲା, ଆନ୍ତଃ ଜିଲା ମହିଳା ଓ କଳାହାଣ୍ଡି କପ୍‌ ଆରମ୍ଭ ହେବ। 

ଶାମପୁର ପ୍ରିମିୟର ଲିଗ୍‌: କମାଣ୍ଡୋ ଏକାଦଶ ଚାମ୍ପିୟନ

ଶାମପୁର ପ୍ରିମିୟର ଲିଗ୍‌: କମାଣ୍ଡୋ ଏକାଦଶ ଚାମ୍ପିୟନ

ଫୁଲନଖରା,୨୨।୧- କଟକ ମହାନଗର ନିଗମ s୫୬ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ରଣଜିତ୍‌ ଖେଳପଡିଆରେ ଗତ ୩ ଦିନ ଧରି ଚାଲିଥିବା ଶାମପୁର ପ୍ରିମିୟର ଲିଗ୍‌ ଉଦ୍‌ଯାପିତ ହୋଇଯାଇଛି। ସୋମବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ କମାଣ୍ଡୋ ଏକାଦଶ ପ୍ରତିପକ୍ଷ ତେନଜର ଏକାଦଶକୁ ହରାଇ ଚାମ୍ପିୟନ ହୋଇଛି। ଟସ୍‌ ଜିତି କମାଣ୍ଡୋ ୧୦ ଓଭରରେ ୯୪ ରନ ସଂଗ୍ରହ କରିଥିଲା। 

ମହିଳା ଫୁଟବଲ: ହଂକଂକୁ ହରାଇଲା ଭାରତ

ମହିଳା ଫୁଟବଲ: ହଂକଂକୁ ହରାଇଲା ଭାରତ

ହଂକଂ, ୨୨।୧(ପି.ଟି.)- ହଂକଂ ଗସ୍ତରେ ଯାଇଥିବା ଭାରତୀୟ ମହିଳା ଫୁଟବଲ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ସୋମବାର ଅନୁଷ୍ଠିତ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ୫-୨ ଗୋଲରେ ହଂକଂକୁ ପରାସ୍ତ କରିଛି। ଭାରତ ପକ୍ଷରୁ ଡାଙ୍ଗମେଇ ଗ୍ରେସ୍‌ ଦୁଇଟି ଗୋଲ ଦେଇ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।