ଖେଳ |

ଫ୍ରାନ୍ସ- ଚାଇନା କ୍ରସ ଓଭର ମୁକାବିଲା

ଫ୍ରାନ୍ସ- ଚାଇନା କ୍ରସ ଓଭର ମୁକାବିଲା

ଭୁବନେଶ୍ୱର, ୧୦।୧୨ (ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ବିଶ୍ୱକପ୍‌ରେ କ୍ରସ ଓଭର ପର୍ଯ୍ୟାୟର ଦ୍ୱିତୀୟ ମୁକାବିଲାରେ ଫ୍ରାନ୍ସ ଓ ଚାଇନା ପରସ୍ପରକୁ ଭେଟିବେ। ଫ୍ରାନ୍ସ ପୁଲ୍‌ ଏ’ର ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଚାଇନା ପୁଲ୍‌ ବି’ର ତୃତୀୟ ସ୍ଥାନ ଅଧିକାର କରିଛି। ବିଶ୍ୱକପ୍‌ରେ ଫ୍ରାନ୍ସ ସବୁଠାରୁ ନିମ୍ନ ର଼୍ୟାଙ୍କ୍‌ର ଦଳ ସାବ୍ୟସ୍ତ ହୋଇଛି। ଆନ୍ତର୍ଜାତିକ ହକି ଫେଡେରେଶନ (ଏଫ୍‌ଆଇଏଚ୍‌ ) ର଼୍ୟାଙ୍କିଙ୍ଗ୍‌ରେ ଫ୍ରାନ୍ସ ୨୦ତମ ସ୍ଥାନରେ ରହିଥିବା ବେଳେ ଚାଇନା ୩ଟି ସ୍ଥାନ ଉପରକୁ ରହି ୧୭ତମ ସ୍ଥାନରେ ରହିଛି। 

ପୁଲ୍‌ ପର୍ଯ୍ୟାୟରେ ଫ୍ରାନ୍ସ ୩ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ଗୋଟିଏ ପରାଜୟ ଓ ଗୋଟିଏ ଡ୍ର ସହ ୪ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲା। ଫ୍ରାନ୍ସ ପ୍ରଥମ ମ୍ୟାଚ୍‌ରେ ୨-୧ ଗୋଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା। ଏହା ପରେ ସ୍ପେନ୍‌ ବିପକ୍ଷ ମ୍ୟାଚ୍‌କୁ ଫ୍ରାନ୍ସ ୧-୧ ଗୋଲରେ ଅମୀମାଂସିତ ରଖିଥିଲା। ତେବେ ତୃତୀୟ ମ୍ୟାଚ୍‌ରେ ଫ୍ରାନ୍ସ ଦମ୍‌ଦାର ପ୍ରଦର୍ଶନ କରି ୫-୩ ଗୋଲରେ ଅଲିମ୍ପିକ୍ସ ଚାମ୍ପିୟନ ଆର୍ଜେଣ୍ଟିନାକୁ ହରାଇ ବିପର୍ଯ୍ୟୟ ଘଟାଇବା ସହ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନକୁ ଉଠିଥିଲା। 

ଅପରପକ୍ଷରେ ଚାଇନା ପୁଲ୍‌ ବି’ରେ ୩ଟି ମ୍ୟାଚ୍‌ ଖେଳି ଦୁଇଟି ଡ୍ର ଓ ଗୋଟିଏ ପରାଜୟ ସହ ୨ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଥିଲା। ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌କୁ ଚାଇନା ୨-୨ ଗୋଲରେ ଅମୀମାଂସିତ ରଖିଥିଲା। ସେହିପରି  ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌କୁ ମଧ୍ୟ ଚାଇନା ୧-୧ ଗୋଲରେ ଡ୍ର ରଖିଥିଲା। ତେବେ ତୃତୀୟ ମ୍ୟାଚ୍‌ରେ ଚାଇନା ୦-୧୧ ଗୋଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ବିଶ୍ୱକପ୍‌ରେ ପଦାର୍ପଣ କରିଥିଲେ ମଧ୍ୟ ଚାଇନା ଦମ୍‌ ଦେଖାଇବାପରେ ସଫଳ ହୋଇଛି। ଫଳରେ ଦ୍ୱିତୀୟ କ୍ରସ୍‌ ଓଭର ମ୍ୟାଚ୍‌ରେ ଚାଇନା ଫ୍ରାନ୍ସକୁ ଚକ୍‌ମା ଦେଇ କ୍ୱାର୍ଟର ଫାଇନାଲ ଉଠିବା ଲକ୍ଷ୍ୟରେ ରହିଛି। ଦୁଇ ଅଣ୍ଡର ଡଗ୍‌ ଦଳ ମଧ୍ୟରେ କ୍ରସ୍‌ ଓଭର ଲଢେଇ ହେବ। ତେବେ ଫ୍ରାନ୍ସ ଦଳର ଆତ୍ମବିଶ୍ୱାସ ବେଶ୍‌ ଦୃଢ ରହିଛି। ରେକର୍ଡ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଚାଇନା ଆଗରେ ରହିବ।  ଏହି ମ୍ୟାଚ୍‌ର ବିଜୟୀ ଦଳ କ୍ୱାର୍ଟର ଫାଇନାଲକୁ ଉଠିବ ଓ କ୍ୱାର୍ଟରରେ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆକୁ ଭେଟିବ। ୨୦୧୩ ପରେ ଉଭୟ ଦଳ ପରସ୍ପରକୁ ୩ଥର ଭେଟିଛନ୍ତି। ଏଥିରେ ଚାଇନା ଦୁଇଥର ବିଜୟୀ ହୋଇଥିବା ବେଳେ ଫ୍ରାନ୍ସ ଥରେ ବାଜି ମାରିଛି। 


ଫ୍ରାନ୍ସ ଦଳ: ଭିକ୍ଟର ଚାର୍ଲେଟ (ଅଧିନାୟକ), ଆର୍ଥଣ ଥଏଫ୍ରି (ଗୋଲକିପର), ପିଟଣ ଭାନ ଷ୍ଟ୍ରାଟେନ, ଟମ୍‌ ଜେନେଷ୍ଟେଟ୍‌, ହୁଗୋ ଜେନେଷ୍ଟେଟ, ବ୍ଲେଇସ୍‌ ରୋଗେଉ, ଭିକ୍ଟର ଲୋକଉଡ୍‌, ଚାଲର୍‌ସ ମାସନ, ନିକୋଲାସ ଡୁମୋଣ୍ଟ, ଗାସପାର୍ଡ ବାଉମଗାର୍ଟେନ, ଫ୍ରାଙ୍କୋଇସ୍‌ ଗୋଏଟ, କ୍ରିଷ୍ଟୋଫୋରୋ ପିଟର୍ସ- ଡେଉଜ୍‌, ଜିନ ବାପ୍ଟାଇଜ୍‌ ଫର୍ଗୁଜ୍‌, ଏଟିଏନ୍‌ ଟିନେଭେଜ୍‌, ଅରିଷ୍ଟାଇଡ୍‌ କୋଇସ୍‌ନ, ମାକ୍ସିମିଲେନ ବ୍ରନିକି, ଟିମୋଥି କ୍ଲେମେଣ୍ଟ ଓ  କରେଣ୍ଟିନ ସାଉନିଏର (ଗୋଲକିପର)

କୋଚ୍‌- ଡେଲମି ଜେରୋଏନ।

ଚାଇନା ଦଳ: ଡୁ ଚେନ୍‌ (ଅଧିନାୟକ), ଗୁଓ ଜିଓପିଙ୍ଗ୍‌, ଆଓ ଝିଓ୍ବେଇ (ଗୋଲକିପର), ଗୁଆନ କ୍ୱାଙ୍ଗ୍‌, ଆଓ ସୁଓଝୁ, ଇ ଓ୍ବେନହୁଇ, ଅଓ ୟାଙ୍ଗ୍‌, ମେଙ୍ଗ ଡିହାଓ, ସୁ ଜୁନ, ମେଙ୍ଗ ନାନ୍‌, ସୁ ଓ୍ବେନ ଲିନ୍‌, ସୁ ଲିଜିଂ, ଡୁ ତଲାକେ, ଗୁଓ ଜିକ୍ସଆଙ୍ଗ, ଇ ଓ୍ବେନଲଙ୍ଗ, ଓ୍ବାଙ୍ଗ୍‌ କାଇୟୁ (ଗୋଲକିପର), ଆଓ ଓ୍ବେଇବାଓ ଓ ଗୁ ଜିନ୍‌। 

କୋଚ୍‌- କିମ୍‌ ସାଙ୍ଗ ରିଉଲ।

All Right Reserved By

ଖେଳ |

ଭାଜପାରେ ଯୋଗଦେଲେ ଗିୌତମ

ଭାଜପାରେ ଯୋଗଦେଲେ ଗିୌତମ

ନୂଆଦିଲ୍ଲୀ,୨୨।୩(ପିଟି)- ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଗୌତମ ଗମ୍ଭୀର ଶୁକ୍ରବାର ଭାଜପାରେ ଯୋଗଦେଇଛନ୍ତି। 

ପାକିସ୍ତାନରେ ହେବ ନାହିଁ ଆଇପିଏଲ ପ୍ରସାରଣ

ପାକିସ୍ତାନରେ ହେବ ନାହିଁ ଆଇପିଏଲ ପ୍ରସାରଣ

ନୂଆଦିଲ୍ଲୀ,୨୨।୩(ପିଟି)- ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ପ୍ରସାରଣକୁ ଭାରତରେ ବ୍ୟାନ କରାଯିବା ପରେ ପାକିସ୍ତାନ ଆଇପିଏଲର ୧୨ତମ ସଂସ୍କରଣର ପ୍ରସାରଣକୁ ବ୍ୟାନ କରିଛି। 

କ୍ରିକେଟ ପଡ଼ିଆ ଛାଡି  ରାଜନୀତିରେ ଯୋଗ ଦେଲେ ଗୌତମ ଗମ୍ଭୀର: ଭାଜପାରେ  ସାମିଲ

କ୍ରିକେଟ ପଡ଼ିଆ ଛାଡି ରାଜନୀତିରେ ଯୋଗ ଦେଲେ ଗୌତମ ଗମ୍ଭୀର: ଭାଜପାରେ ସାମିଲ

ନୂଆଦିଲ୍ଲୀ, ୨୨।୩: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର କ୍ରିକେଟ ପଡ଼ିଆ ଛାଡି ରାଜନୀତିରେ ଯୋଗଦେଇଛନ୍ତି। ସେ ଭାଜପାରେ ଶୁକ୍ରବାର ସାମିଲ୍‌ ହୋଇଛନ୍ତି। 

ଡେନମାର୍କ ବ୍ୟାଡ୍‌ମିଣ୍ଟନ ଖେଳାଳି ବାସନ୍ଦ

ଡେନମାର୍କ ବ୍ୟାଡ୍‌ମିଣ୍ଟନ ଖେଳାଳି ବାସନ୍ଦ

ଲଣ୍ଡନ, ୨୧।୩(ପିଟି)- ଡେନମାର୍କ ବ୍ୟାଡ୍‌ମିଣ୍ଟନ ଖେଳାଳି  ଜୋଆଚିମ ପରସନଙ୍କୁ ଦେଢ଼ ବର୍ଷ ପାଇଁ ବାସନ୍ଦ କରାଯାଇଛି। ବେଟିଂ ସହ ଜଡ଼ିତ ହୋଇ ସେ ସ୍ପୋଟର୍‌ସ ଅଫ୍‌ କଣ୍ଡକ୍ଟ ଭଙ୍ଗ କରିଛନ୍ତି। 

ସ୍ପେଶାଲ ଅଲିମ୍ପିକ୍ସରେ ଭାରତକୁ ୩୬୮ ପଦକ

ସ୍ପେଶାଲ ଅଲିମ୍ପିକ୍ସରେ ଭାରତକୁ ୩୬୮ ପଦକ

ନୂଆଦିଲ୍ଲୀ,୨୧।୩(ପିଟି)- ୟୁଏଇର ଆବୁଧାବିଠାରେ ଚାଲିଥିବା ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସରେ ଭାରତ ୮୫ ସ୍ବର୍ଣ୍ଣ ସହ ମୋଟ ୩୬୮ ପଦକ ସହ ଅଭିଯାନ ଶେଷ କରିଛି।

ପାକିସ୍ତାନ ଖେଳାଳିଙ୍କ ନାମରେ ରହିଛି ଆଇପିଏଲ ରେକର୍ଡ

ପାକିସ୍ତାନ ଖେଳାଳିଙ୍କ ନାମରେ ରହିଛି ଆଇପିଏଲ ରେକର୍ଡ

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ପ୍ରଥମ ସଂସ୍କରଣ ପରେ ପାକିସ୍ତାନ ଖେଳାଳିଙ୍କୁ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆଯାଉନାହିଁ। 

ମିଃ. ଆଇପିଏଲ ରାଇନା

ମିଃ. ଆଇପିଏଲ ରାଇନା

ଭାରତୀୟ ବାମହାତୀ ଷ୍ଟାଇଲିଶ ବ୍ୟାଟ୍ସମ୍ୟାନ ସୁରେଶ ରାଇନା କେତେକ ସ୍ବତନ୍ତ୍ର କାରଣ ଯୋଗୁ ମିଃ. ଆଇପିଏଲ ଭାବେ ପରିଚିତ।

ମ୍ୟାଚ୍‌ ପିଛା କେତେ କମାନ୍ତି ଚିୟରଲିଡର୍‌...

ମ୍ୟାଚ୍‌ ପିଛା କେତେ କମାନ୍ତି ଚିୟରଲିଡର୍‌...

ଜାତୀୟ ଖେଳ ‘ହକି’ ହେଲେ ମଧ୍ୟ ଭାରତରେ କ୍ରିକେଟକୁ ନେଇ ରହିଛି ଭିନ୍ନ କ୍ରେଜ୍‌। ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଏହି ଖେଳକୁ ପସନ୍ଦ କରିଥାନ୍ତି। ଏହାକୁ ନେଇ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସୃଷ୍ଟି। ଏଥିରେ ଦର୍ଶକମାନେ ଖେଳାଳିଙ୍କ ଧୁଆଁଧାର ବ୍ୟାଟିଂ, ବୋଲିଂ ସହ ଚିୟରଲିଡର୍ସମାନଙ୍କ ନୃତ୍ୟକୁ ଉପଭୋଗ କରିଥାନ୍ତି।

ମିଆମୀ ମାଷ୍ଟର୍ସ ଓପନର ମୁଖ୍ୟ ପର୍ଯ୍ୟାୟରେ ପ୍ରଜନେଶ

ମିଆମୀ ମାଷ୍ଟର୍ସ ଓପନର ମୁଖ୍ୟ ପର୍ଯ୍ୟାୟରେ ପ୍ରଜନେଶ

ମିଆମି,୨୧।୩(ପିଟି)- ଦେଶର ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ମାର୍ଷ୍ଟ ଓପନର ମୁଖ୍ୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେ ଜେୟ କ୍ଲାର୍କଙ୍କୁ ସିଧାସଳଖ ସେଟ୍‌ରେ ହରାଇ ଦେଇଛନ୍ତି। ପ୍ରଜନେଶ

ଦୀନେଶ କାର୍ତ୍ତିକଙ୍କ ଛାଡ଼ପତ୍ରର କାରଣ ମୁରଲୀ ବିଜୟ

ଦୀନେଶ କାର୍ତ୍ତିକଙ୍କ ଛାଡ଼ପତ୍ରର କାରଣ ମୁରଲୀ ବିଜୟ

ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ଓ ବ୍ୟାଟ୍ସମ୍ୟାନ ମୁରଲୀ ବିଜୟ ତାମିଲନାଡୁ ପକ୍ଷରୁ ରଣଜୀ ଖେଳିବା ପରେ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। 

କ୍ରିକେଟର ଏହି କ୍ରେଜି ଫ୍ୟାନଙ୍କୁ ଦେଖି ଖେଳାଳି ବି ଆଶ୍ଚର୍ଯ୍ୟ..

କ୍ରିକେଟର ଏହି କ୍ରେଜି ଫ୍ୟାନଙ୍କୁ ଦେଖି ଖେଳାଳି ବି ଆଶ୍ଚର୍ଯ୍ୟ..

ଆଇପିଏଲ ମହାସମର ଆରମ୍ଭ ହେବାକୁ ଆଉ କିଛିଦିନ ବାକି ଥିବାବେଳେ ତା’ପୂର୍ବରୁ ପ୍ରଶଂସକଙ୍କ ଉତ୍କଣ୍ଠା ଧିରେ ଧିରେ ବଢିବାରେ ଲାଗିଛି। 

ଟିକେଟ୍‌ ବିକ୍ରିରୁ ମିଳିବାକୁ ଥିବା ଅର୍ଥ ପୁଲଓ୍ବାମା ଶହୀଦଙ୍କୁ ଦେବ ସିଏସ୍‌କେ

ଟିକେଟ୍‌ ବିକ୍ରିରୁ ମିଳିବାକୁ ଥିବା ଅର୍ଥ ପୁଲଓ୍ବାମା ଶହୀଦଙ୍କୁ ଦେବ ସିଏସ୍‌କେ

 ଚେନ୍ନାଇ, ୨୧।୩(ପିଟି)- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ପ୍ରଥମ ଆଇପିଏଲ ମ୍ୟାଚ୍‌ର ଟିକେଟ୍‌ ବିକ୍ରିରୁ ଆୟ ହେବାକୁଥିବା ଅର୍ଥ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ଯବାନଙ୍କ ପରିବାରକୁ ଦିଆଯିବ। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା