ଖେଳ |

ହକି ବିଶ୍ୱକପ୍‌: ଭାରତ ସେମିଫାଇନାଲ ପ୍ରବେଶ ଦକ୍ଷତା ରଖିଛି:ଓଲ୍ଟମାନ୍ସ

ହକି ବିଶ୍ୱକପ୍‌:   ଭାରତ ସେମିଫାଇନାଲ ପ୍ରବେଶ ଦକ୍ଷତା ରଖିଛି:ଓଲ୍ଟମାନ୍ସ

ଭୁବନେଶ୍ୱର, ୧୦-୧୨(କ୍ରୀଡ଼ା ପ୍ରତିନିଧି)- ଚଳିତ ହକି ବିଶ୍ୱକପରେ ଭାରତ ଭଲ ଖେଳୁଛି। ଲିଗ୍‌ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ଓ କାନାଡ଼ାକୁ ହରାଇଥିବାବେଳେ ବେଲଜିୟମ ସହିତ ମ୍ୟାଚ ଡ୍ର ରଖିଛି। ଏହି ଦଳ କ୍ବାର୍ଟର ଫାଇନାଲରେ କାନାଡ଼ା-ନେଦରଲାଣ୍ଡ୍ସ କ୍ରସ୍‌ ଓଭର ମ୍ୟାଚର ବିଜେତାକୁ ଭେଟିବ। ନେଦରଲାଣ୍ଡ୍ସ ସହିତ ସମ୍ଭାବ୍ୟ ମୁକାବିଲା ଆଶା କରାଯାଉଛି। ପ୍ରଦର୍ଶନ ଦୃଷ୍ଟିରୁ ଦଳ ସେମିଫାଇନାଲ ପ୍ରବେଶ ଦକ୍ଷତା ରଖିଛି ବୋଲି କହିଛନ୍ତି ପୂର୍ବତନ ଭାରତୀୟ କୋଚ୍‌ ରୋଲାଣ୍ଟ ଓଲ୍ଟମାନ୍ସ। ଓଲ୍ଟମାନ୍ସ ବର୍ତ୍ତମାନ ମାଲେସିଆ ଦଳର କୋଚ୍‌ ଦାୟିତ୍ୱ ନିର୍ବାହ କରୁଛନ୍ତି। ସୁଯୋଗର ସଦ୍‌ବ୍ୟବହାର କରି ନ ପାରିବାରୁ ମାଲେସିଆକୁ ଶୀଘ୍ର ବିଦାୟ ନେବାକୁ ପଡ଼ିଛି। ତେବେ ଦଳର ଖେଳାଳିମାନେ ଏହି ପ୍ରତିଯୋଗିତାରୁ ଅନେକ କିଛି ଶିଖିବାକୁ ପାଇଛନ୍ତି ବୋଲି ଓଲ୍ଟମାନ୍ସ କହିଛନ୍ତି। ଖେଳାଳିଙ୍କ ସହିତ ଭାଷାଗତ ସମସ୍ୟା ଯୋଗୁ ତାଙ୍କୁ ଭାରତୀୟ ଦଳର କୋଚ୍‌ ପଦ ଛାଡ଼ିବାକୁ ପଡ଼ିଲା ବୋଲି କେତେକେ ଆଲୋଚନା କରୁଛନ୍ତି। ମାତ୍ର ତାହା ଠିକ୍‌ ନୁହେଁ ବୋଲି ଓଲ୍ଟମାନ୍ସ କହିଛନ୍ତି।

ନେଦରଲାଣ୍ଡ୍ସ-କାନାଡ଼ା ମ୍ୟାଚର ବିଜେତାକୁ ଭେଟିବ ଭାରତ

କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପର ପୁଲ୍‌ ପର୍ଯ୍ୟାୟ ରବିବାର ଶେଷ ହୋଇଛି। ୧୦ ଓ ୧୧ ତାରିଖରେ ୪ଟି କ୍ରସ୍‌ ଓଭର ମ୍ୟାଚ ପରେ ୧୨ ଓ ୧୩ ତାରିଖରେ କ୍ବାର୍ଟର ଫାଇନାଲ ଅନୁଷ୍ଠିତ ହେବ। ପୁଲ୍‌ ‘ସି’ ପଏଣ୍ଟ ଟେବୁଲର ଶୀର୍ଷସ୍ଥାନ ଦଖଲ କରିଥିବାରୁ ଭାରତ ସିଧାସଳଖ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି। ୧୩ ତାରିଖରେ ହେବାକୁଥିବା କ୍ବାର୍ଟର ଫାଇନାଲରେ ଭାରତ ୪ର୍ଥ କ୍ରସ୍‌ ଓଭର ମ୍ୟାଚର ବିଜେତାକୁ ଭେଟିବ। କ୍ରସ୍‌ ଓଭରରେ ୪ର୍ଥ ମ୍ୟାଚ ପୁଲ୍‌‘ସି’ର ୩ୟ ଦଳ କାନାଡ଼ା ଓ ପୁଲ୍‌‘ଡି’ର ୨ୟ ଦଳ ନେଦରଲାଣ୍ଡ୍ସ ମଧ୍ୟରେ ଅନୁଷ୍ଠିତ ହେବ। ତେଣୁ  କାନାଡ଼ା-ନେଦରଲାଣ୍ଡ୍ସ ମ୍ୟାଚର ବିଜେତା ସହିତ ଭାରତ କ୍ବାର୍ଟର ଫାଇନାଲ ଖେଳିିବ। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ ଏବଂ ସାମ୍ପ୍ରତିକ ପ୍ରଦର୍ଶନ ଦୃଷ୍ଟିରୁ କାନାଡ଼ା ଅପେକ୍ଷା ନେଦରଲାଣ୍ଡ, ଶକ୍ତିଶାଳୀ ଦଳ। ତେଣୁ ଭାରତ କ୍ବାର୍ଟର ଫାଇନାଲରେ ନେଦରଲାଣ୍ଡ୍ସକୁ ଭେଟିବା ସମ୍ଭାବନା ଅଧିକ ବୋଲି ଆଲୋଚନା ଜୋର୍‌ ଧରିଛି।  ପୁଲ୍‌ ପର୍ଯ୍ୟାୟରୁ ଏଲିମିନେଟ ହୋଇଥିବା ୪ ଦଳ ମଧ୍ୟରୁ ସ୍ପେନ ୧୩, ଆୟର୍ଲାଣ୍ଡ ୧୪, ମାଲେସିଆ ୧୫ ଓ ଦକ୍ଷିଣ ଆଫ୍ରିକା ସର୍ବନିମ୍ନ ୧୬ତମ ସ୍ଥାନରେ ରହିଛି।


All Right Reserved By

ଖେଳ |

ଅଷ୍ଟ୍ରିଆରେ ଅଛି ଧ୍ୟାନ ଚାନ୍ଦଙ୍କ ଷ୍ଟାଚ୍ୟୁ

ଅଷ୍ଟ୍ରିଆରେ ଅଛି ଧ୍ୟାନ ଚାନ୍ଦଙ୍କ ଷ୍ଟାଚ୍ୟୁ

ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ହେକି ଖଳାଳି ଭାବେ ମେଜର ଧ୍ୟାନ ଚାନ୍ଦ ଜଣାଶୁଣା। ଏହି କିମ୍ବଦନ୍ତୀ ଭାରତୀୟ ଖେଳାଳିଙ୍କୁ କେବଳ ଭାରତରେ ନୁହେଁ ବିଶ୍ୱର ବିଭିନ୍ନ ପ୍ରାନ୍ତରରେ ହକି ଗୁରୁ ଭାବେ ଗ୍ରହଣ କରାଯାଏ।

ଆଇସିସି ପୁରସ୍କାରରେ କୋହଲିଙ୍କ କ୍ଲିନ ସୁଇପ୍‌

ଆଇସିସି ପୁରସ୍କାରରେ କୋହଲିଙ୍କ କ୍ଲିନ ସୁଇପ୍‌

ଦୁବାଇ,୨୨।୧(ପି.ଟି.)- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଆଇସିସି ବାର୍ଷିକ ପୁରସ୍କାରରେ କ୍ଲିନ ସୁଇପ୍‌ କରିଛନ୍ତି।

ଆଇସିସି ଟେଷ୍ଟ, ଦିନିକିଆ ଅଧିନାୟକ କୋହଲି

ଆଇସିସି ଟେଷ୍ଟ, ଦିନିକିଆ ଅଧିନାୟକ କୋହଲି

ଦୁବାଇ,୨୨।୧(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ୨୦୧୮ ବର୍ଷର ଶ୍ରେଷ୍ଠ ଦିନିକିଆ ଓ ଟେଷ୍ଟ ଦଳ ଘୋଷଣା କରାଯାଇଛି। ଭାରତୀୟ ବ୍ୟାଟିଂ ବିଭାଗର ମେରୁଦଣ୍ଡ ବିରାଟ କୋହଲିଙ୍କୁ ଉଭୟ ଦଳର ଅଧିନାୟକ ଭାବେ ଚୟନ କରାଯାଇଛି।  

ଫ୍ରେଞ୍ଚ ଓପନରେ ଖେଳିବେ ଫେଡରର

ଫ୍ରେଞ୍ଚ ଓପନରେ ଖେଳିବେ ଫେଡରର

ମେଲବୋର୍ନ,୨୨।୧- କିମ୍ବଦନ୍ତୀ ପୁରୁଷ ସିଙ୍ଗଲ୍ସ ଖେଳାଳି ରୋଜର ଫେଡରର ଆଗାମୀ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନରେ ଖେଳିବେ।

କିଲିମାଞ୍ଜାରୋ ଆରୋହଣ ଅଭିଯାନରେ କୁଶ, ଲିପିକା

କିଲିମାଞ୍ଜାରୋ ଆରୋହଣ ଅଭିଯାନରେ କୁଶ, ଲିପିକା

ଭୁବନେଶ୍ୱର, ୨୨।୧(କ୍ରୀଡ଼ା ପ୍ରତିନିଧି)-ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରୋ (୫,୮୯୫ ମି/୧୯,୩୪୦ ଫୁଟ) ଆରୋହଣ କରିବେ ଓଡ଼ିଶାର ଦୁଇ ପର୍ବତାରୋହି ପ୍ରତିଭା କୁଶ ଆର୍ଲବ ଓ ଲିପିକା ସେଠ୍‌। ଏହି ଅଭିଯାନରେ କୋରାପୁଟ ଜିଲାର କୁଶ ଓ ବରଗଡ଼ର ଲିପିକା ସୋମବାର ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଛନ୍ତି। କୁଶ ଓ ଲିପିକାଙ୍କୁ ବିଦାୟ ଜଣାଇବା ପାଇଁ ଏଠାରେ ଏକ ଫ୍ଲାଗ୍‌ ଅଫ୍‌ ସେରିମନି ଆୟୋଜନ ହୋଇଥିଲା। 

ହକି ସିରିଜ ଫାଇନାଲ୍ସରେ ଭାରତ:  ଭୁବନେଶ୍ୱରରେ ପୁରୁଷ, ହିରୋସିମାରେ ମହିଳା ଦଳ ଖେଳିବ

ହକି ସିରିଜ ଫାଇନାଲ୍ସରେ ଭାରତ: ଭୁବନେଶ୍ୱରରେ ପୁରୁଷ, ହିରୋସିମାରେ ମହିଳା ଦଳ ଖେଳିବ

ଭୁବନେଶ୍ୱର, ୨୨।୧(କ୍ରୀଡ଼ା ପ୍ରତିନିଧି)-ଗତବର୍ଷ ହକି ବିଶ୍ୱକପ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ସମ୍ପନ୍ନ ହୋଇଥିବାବେଳେ ଚଳିତ ବର୍ଷ ଏଠାରେ ଅନୁଷ୍ଠିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫଆଇଏଚ୍‌) ସିରିଜ ଫାଇନାଲ୍ସ। ୨୦୧୯ରେ ହକି ସିରିଜ ଫାଇନାଲ୍ସର ମୋଟ ୩ଟି ଚରଣ ଅନୁଷ୍ଠିତ ହେବ। ପୁରୁଷ ବିଭାଗର ଦ୍ୱିତୀୟ ଚରଣ ଜୁନ ୬ରୁ ୧୬ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଖେଳାଯିବ। 

ଖେଳାଳିଙ୍କୁ ମୁଣ୍ଡନ ପାଇଁ କହିବା:  ତିନି ଜଣିଆ କମିଟି ତଦନ୍ତ କରିବ

ଖେଳାଳିଙ୍କୁ ମୁଣ୍ଡନ ପାଇଁ କହିବା: ତିନି ଜଣିଆ କମିଟି ତଦନ୍ତ କରିବ

କୋଲକାତା, ୨୨ା୧ (ପି.ଟି.)-ଏକ ମ୍ୟାଚ ହାରିବା ପରେ ରାଜ୍ୟ ୧୯ ବର୍ଷରୁ କମ୍‌ ଖେଳାଳିଙ୍କୁ ମୁଣ୍ଡନ ପାଇଁ କୁହାଯାଇଥିବା ଘଟଣାର ତଦନ୍ତ ପାଇଁ ଏକ ୩ ଜଣିଆ କମିଟି ଗଠନ କରାଯିବ। ବେଙ୍ଗଲ ହକି ଆସୋସିଏଶନ (ବିଏଚ୍‌ଏ) ସମ୍ପାଦକ ସପନ ବାନାର୍ଜୀ ସୋମବାର ସୂଚନା ଦେଇଛନ୍ତି। 

ଅଞ୍ଜଳି-କାଜଲଙ୍କ ଅର୍ଦ୍ଧଶତକ, ଓଡ଼ିଶା ବିଜୟୀ

ଅଞ୍ଜଳି-କାଜଲଙ୍କ ଅର୍ଦ୍ଧଶତକ, ଓଡ଼ିଶା ବିଜୟୀ

କଟକ ଅଫିସ,୨୨ା୧- ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ୨୩ ବର୍ଷରୁ କମ୍‌ ଟି-୨୦ ଟୁର୍ନାମେଣ୍ଟରେ ଓଡ଼ିଶା ୮୬ ରନରେ ଜମ୍ମୁ କଶ୍ମୀରକୁ ପରାସ୍ତ କରିଛି । ଟୁର୍ନାମେଣ୍ଟର ପ୍ରଥମ ୩ଟି ମ୍ୟାଚ ବିଜୟୀ ହେବା ପରେ ଗତ ମ୍ୟାଚ୍‌ରେ ଓଡ଼ିଶା  ୬ ଉଇକେଟରେ ବିଦର୍ଭଠାରୁ ପରାସ୍ତ ହୋଇଥିଲା। ଜମ୍ମୁ-କଶ୍ମୀର ବିପକ୍ଷ ମ୍ୟାଚ୍‌କୁ ସହଜରେ ଜିତି ଓଡ଼ିଶା ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଛି । 

ପାଣ୍ଡ୍ୟା-ରାହୁଲ ପ୍ରଭାବ: ବ୍ୟବହାରିକ ପରାମର୍ଶ କାର୍ଯ୍ୟକ୍ରମ

ପାଣ୍ଡ୍ୟା-ରାହୁଲ ପ୍ରଭାବ: ବ୍ୟବହାରିକ ପରାମର୍ଶ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, ୨୨ା୧ (ପି.ଟି.)-ମହିଳାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପରେ କ୍ରିକେଟର କେ.ଏଲ୍‌. ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଅଡୁଆରେ ପଡ଼ିଛନ୍ତି। ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନ ଘଟେ ସେଥିଲାଗି ପ୍ରଶାସକ କମିଟି (ସିଓଏ)  ଭାରତୀୟ ଟିମ୍‌ ପାଇଁ ବ୍ୟବହାରିକ ପରାମର୍ଶ କାର୍ଯ୍ୟକ୍ରମ ପ୍ରଚଳନ ଲାଗି ବିଚାର କରୁଛି। 

ଏପ୍ରିଲରେ ଓସିଏ ଘରୋଇ ଟୁର୍ନାମେଣ୍ଟ: ଦ୍ୱି-ଦିବସୀୟ ହେବ କଳାହାଣ୍ଡି କପ୍‌

ଏପ୍ରିଲରେ ଓସିଏ ଘରୋଇ ଟୁର୍ନାମେଣ୍ଟ: ଦ୍ୱି-ଦିବସୀୟ ହେବ କଳାହାଣ୍ଡି କପ୍‌

କଟକ ଅଫିସ, ୨୨ା୧-ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଆନୁକୂଲ୍ୟରେ ହେବାକୁ ଥିବା ଆଗାମୀ ଘରୋଇ ଟୁର୍ନାମେଣ୍ଟଗୁଡ଼ିକର ଖେଳ ସୂଚୀ ଘୋଷଣା କରାଯାଇଛି। ଆସନ୍ତା ଏପ୍ରିଲରୁ ୧୬ ବର୍ଷରୁ କମ୍‌ ବାଳକ ଆନ୍ତଃ ଜିଲା, ୧୯ ବର୍ଷରୁ କମ୍‌ ବାଳକ ଆନ୍ତଃ ଜିଲା, ଆନ୍ତଃ ଜିଲା ମହିଳା ଓ କଳାହାଣ୍ଡି କପ୍‌ ଆରମ୍ଭ ହେବ। 

ଶାମପୁର ପ୍ରିମିୟର ଲିଗ୍‌: କମାଣ୍ଡୋ ଏକାଦଶ ଚାମ୍ପିୟନ

ଶାମପୁର ପ୍ରିମିୟର ଲିଗ୍‌: କମାଣ୍ଡୋ ଏକାଦଶ ଚାମ୍ପିୟନ

ଫୁଲନଖରା,୨୨।୧- କଟକ ମହାନଗର ନିଗମ s୫୬ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ରଣଜିତ୍‌ ଖେଳପଡିଆରେ ଗତ ୩ ଦିନ ଧରି ଚାଲିଥିବା ଶାମପୁର ପ୍ରିମିୟର ଲିଗ୍‌ ଉଦ୍‌ଯାପିତ ହୋଇଯାଇଛି। ସୋମବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ କମାଣ୍ଡୋ ଏକାଦଶ ପ୍ରତିପକ୍ଷ ତେନଜର ଏକାଦଶକୁ ହରାଇ ଚାମ୍ପିୟନ ହୋଇଛି। ଟସ୍‌ ଜିତି କମାଣ୍ଡୋ ୧୦ ଓଭରରେ ୯୪ ରନ ସଂଗ୍ରହ କରିଥିଲା। 

ମହିଳା ଫୁଟବଲ: ହଂକଂକୁ ହରାଇଲା ଭାରତ

ମହିଳା ଫୁଟବଲ: ହଂକଂକୁ ହରାଇଲା ଭାରତ

ହଂକଂ, ୨୨।୧(ପି.ଟି.)- ହଂକଂ ଗସ୍ତରେ ଯାଇଥିବା ଭାରତୀୟ ମହିଳା ଫୁଟବଲ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ସୋମବାର ଅନୁଷ୍ଠିତ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ୫-୨ ଗୋଲରେ ହଂକଂକୁ ପରାସ୍ତ କରିଛି। ଭାରତ ପକ୍ଷରୁ ଡାଙ୍ଗମେଇ ଗ୍ରେସ୍‌ ଦୁଇଟି ଗୋଲ ଦେଇ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।