ଖେଳ |

ହକି ବିଶ୍ୱକପ୍‌: କ୍ରସ୍‌ ଓଭର ଖେଳିବେ ନେଦରଲାଣ୍ଡ୍ସ, ପାକିସ୍ତାନ

ହକି ବିଶ୍ୱକପ୍‌:  କ୍ରସ୍‌ ଓଭର ଖେଳିବେ ନେଦରଲାଣ୍ଡ୍ସ, ପାକିସ୍ତାନ

ଭୁବନେଶ୍ୱର, ୯।୧୨(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପର ରବିବାର ଅନୁଷ୍ଠିତ ଅନ୍ତିମ ୨ଟି ଲିଗ୍‌ ମ୍ୟାଚରେ ଜର୍ମାନୀ ଓ ନେଦରଲାଣ୍ଡ୍ସ ବିଜୟୀ ହୋଇଛନ୍ତି। ଜର୍ମାନୀ ୫-୩ ଗୋଲରେ ମାଲେସିଆକୁ ହରାଇଥିବାବେଳେ ନେଦରଲାଣ୍ଡ୍ସ ୫-୧ ଗୋଲରେ ପାକିସ୍ତାନକୁ ପରାସ୍ତ କରିଛି। ଫଳରେ ଜର୍ମାନୀ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି। ରବିବାର ଶେଷ ମ୍ୟାଚରେ ନେଦରଲାଣ୍ଡ୍ସ ପକ୍ଷରୁ ଥିଏରୀ ବ୍ରିଙ୍କ୍‌ମ୍ୟାନ ୭ମ(ଫିଲ୍ଡ ଗୋଲ), ଭାଲେଣ୍ଟିନ ଭର୍ଗା ୨୭(ଫିଲ୍ଡ), ବବ୍‌ ଡି ଭୋଗ୍‌ଦ୍‌ ୩୭(ଫିଲ୍ଡ),  ଜୋରିଟ କ୍ରୁନ ୪୭(ପେନାଲ୍ଟି କର୍ନର) ଓ ମିଙ୍କ୍‌ ଭାନ୍‌ ଡର୍‌ ୱିର୍ଡେନ  ୫୯(ପେନାଲ୍ଟି କର୍ନର) ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିବାବେଳେ ପାକିସ୍ତାନ ପକ୍ଷରୁ ଉମର ବଟ୍ଟ ୯ମ(ପେନାଲ୍ଟି କର୍ନର) ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିଲେ। ଭାରତୀୟ ହକି ଦଳର ପୂର୍ବତନ ଖେଳାଳି ଯୁଗରାଜ ସିଂ ଖେଳାଳିଙ୍କ ସହ ପରିଚିତ ହୋଇ ମ୍ୟାଚର ଶୁଭାରମ୍ଭ କରିଥିବାବେଳେ ଶେଷରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ସୁଦାମ ମାରାଣ୍ଡି ଅତିଥିଭାବେ ଯୋଗଦେଇ ନେଦରଲାଣ୍ଡ୍ସର ସେଭ୍‌ ଭାନ୍‌ ଆସ୍‌ଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ଆକାରରେ ଭାନ୍‌ ଆସ୍‌ଙ୍କୁ ୫୦,୦୦୦ଟଙ୍କାର ଚେକ୍‌ ପ୍ରଦାନ କରାଯାଇଥିଲା।
ପୁଲ୍‌‘ଡି’ର ଶେଷ ୨ଟି ମ୍ୟାଚ ସହ ଦଳଗୁଡ଼ିକର ସ୍ଥିତି ସ୍ପଷ୍ଟ ହୋଇ ଯାଇଛି। ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା ଓ ଭାରତ ସହ ଜର୍ମାନୀ ସିଧାସଳଖ କ୍ବାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି। ପୁଲ୍‌ ‘ଡି’ର ଦ୍ୱିତୀୟ ଓ ତୃତୀୟ ସ୍ଥାନୀୟ ଦଳ ନେଦରଲାଣ୍ଡ୍ସ ଓ ପାକିସ୍ତାନ କ୍ରସ୍‌ ଓଭର ଖେଳିବାକୁ ଯୋଗ୍ୟତା ପାଇଛନ୍ତି। ଜର୍ମାନୀ ୩ ମ୍ୟାଚରୁ ୩ ବିଜୟ ସହ ୯ ପଏଣ୍ଟ ପାଇ ଏହି ଗ୍ରୁପ୍‌ରୁ ଅପ୍ରତିଦ୍ୱନ୍ଦ୍ୱୀ ଭାବେ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି। ନେଦରଲାଣ୍ଡ୍ସ ୩ ମ୍ୟାଚରୁ ୨ ବିଜୟ ଓ ୧ ପରାଜୟ ସହ ୬ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଲିଗ୍‌ ଶେଷରେ ପାକିସ୍ତାନ ଓ ମାଲେସିଆ ସମାନ ୧ ପଏଣ୍ଟ ଲେଖାଏ ପାଇଛନ୍ତି। ତେବେ ଗୋଲ ବ୍ୟବଧାନରେ ମାଲେସିଆକୁ ପଛରେ ପକାଇ ପାକିସ୍ତାନ କ୍ରସ୍‌ ଓଭରରେ ପ୍ରବେଶ କରିଛି। ମାଲେସିଆ ୩ଟି ମ୍ୟାଚ ଖେଳି ଗୋଟିଏ ଡ୍ର ରଖିଥିବାବେଳେ ୨ଟିରେ ପରାଜିତ ହୋଇଛି। ଏହି ଦଳ ମାତ୍ର ୪ଟି ଗୋଲ ଦେଇଥିବାବେଳେ ୧୩ଟି ବରଣ କରିଛି। ଏହାର ଗୋଲ ବ୍ୟବଧାନ-୯ ରହିଛି। ଅନ୍ୟପକ୍ଷରେ ପାକିସ୍ତାନ ମଧ୍ୟ ୩ଟି ମ୍ୟାଚ ଖେଳିି ଗୋଟିଏ ଡ୍ର ରଖିଥିବାବେଳେ ୨ଟିରେ ପରାଜିତ ହୋଇଛି। ଏହି ଦଳ ୨ ଗୋଲ ଦେଇଥିବାବେଳେ ୭ ଗୋଲ ବରଣ କରିଛି। ଏହାର ଗୋଲ ବ୍ୟବଧାନ -୫ ରହିଛି। ଫଳରେ ସ୍ପେନ, ଆୟର୍ଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ସହିତ ମାଲେସିଆ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେଇଛି। ସୋମବାର କ୍ରସ୍‌ ଓଭରର ୨ଟି ମ୍ୟାଚରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଏବଂ ଫ୍ରାନ୍ସ-ଚାଇନା ମଧ୍ୟରେ ମୁକାବିଲା ହେବ।

All Right Reserved By

ଖେଳ |

ବିସିସିଆଇକୁ କ୍ଷତିପୂରଣ ଦେଲା ପାକିସ୍ତାନ କ୍ରିକେଟ ବୋର୍ଡ

ବିସିସିଆଇକୁ କ୍ଷତିପୂରଣ ଦେଲା ପାକିସ୍ତାନ କ୍ରିକେଟ ବୋର୍ଡ

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଡିସ୍‌ପୁଟ୍‌ ରିଜୋଲ୍ୟୁଶନ କମିଟିରେ ଏହାର କ୍ଷତିପୂରଣ ମାମଲା ହାରିଯିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)କୁ ପ୍ରାୟ ୧.୬ନିୟୁତ ଆମେରିକୀୟ ଡଲାର ପ୍ରଦାନ  କରିବାକୁ ହୋଇଛି।

ଇଣ୍ଡିଆନ ଓ୍ବେଲ୍ସ: କର୍ବରଙ୍କୁ ହରାଇ ବାଏଙ୍କା ଚାମ୍ପିୟନ

ଇଣ୍ଡିଆନ ଓ୍ବେଲ୍ସ: କର୍ବରଙ୍କୁ ହରାଇ ବାଏଙ୍କା ଚାମ୍ପିୟନ

ଇଣ୍ଡିଆନ ଓ୍ବେଲ୍ସ (ୟୁଏସ୍‌), ୧୮।୩(ଏଏଫ୍‌ପି)- କାନାଡାର ଯୁବ ଟେନିସ ଖେଳାଳି ବାଏଙ୍କା ଆଣ୍ଡ୍ରେସ୍କୁ ଇଣ୍ଡିଆନ ଓ୍ବେଲ୍ସ ମହିଳା ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ୧୮ ବର୍ଷୀୟା ଏହି କାନାଡା ତାରକା ଫାଇନାଲ ମ୍ୟାଚ୍‌ରେ ଓ୍ବିମ୍ବେଲଡନ ଚାମ୍ପିୟନ ଆଞ୍ଜେଲିକ କର୍ବରଙ୍କୁ ୬-୪, ୩-୬, ୬-୪ ସେଟ୍‌ରେ ପରାସ୍ତ କରି ଏହି ସଫଳତା ପାଇଛନ୍ତି।

ଅଭ୍ୟାସ ମ୍ୟାଚ୍‌ରେ ଓ୍ବାର୍ନରଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ଅଭ୍ୟାସ ମ୍ୟାଚ୍‌ରେ ଓ୍ବାର୍ନରଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ହାଇଦ୍ରାବାଦ,୧୮।୩- ଅଷ୍ଟ୍ରେଲିଆର ପୂର୍ବତନ ଉପ ଅଧିନାୟକ ଡେଭିଡ୍‌ ଓ୍ବାର୍ନର ଅଭ୍ୟାସ ମ୍ୟାଚରେ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। 

ନାଡା ସହ କାର୍ଯ୍ୟ କରିବ ବିସିସିଆଇ

ନାଡା ସହ କାର୍ଯ୍ୟ କରିବ ବିସିସିଆଇ

ମୁମ୍ବାଇ,୧୮।୩(ପିଟି)- ଜାତୀୟ ଆଣ୍ଟିଂ ଡୋପିଂ ସଂସ୍ଥା (ନାଡା) ସହ କାର୍ଯ୍ୟ କରିବା ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତା’ର ସ୍ବଭାବରେ ପରିବର୍ତ୍ତନ ଆଣିଛି।

ପ୍ରଜନେଶଙ୍କ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌

ପ୍ରଜନେଶଙ୍କ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌

ନୂଆଦିଲ୍ଲୀ,୧୮।୩(ପିଟି)- ଇଣ୍ଡିଆନ୍‌ ଓ୍ବେଲ୍ସରେ ଭଲ ପ୍ରଦର୍ଶନ ପରେ ଭାରତୀୟ ପୁରୁଷ ଟେନିସ୍‌ ସଙ୍ଗଲ୍ସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ କ୍ୟାରିୟରର ଶ୍ରେଷ୍ଠ ୮୪ତମ ର଼୍ୟାଙ୍କିଙ୍ଗ୍‌ ପାଇଛନ୍ତି। 

 ଇତିହାସ ରଚିଲା ଆଫଗାନିସ୍ତାନ

ଇତିହାସ ରଚିଲା ଆଫଗାନିସ୍ତାନ

ଡେରାଡୁନ,୧୮।୩- ଟେଷ୍ଟ କ୍ରିକେଟରେ ନୂଆ କରି ସାମିଲ ହୋଇଥିବା ଆଫଗାନିସ୍ତାନ ତା’ର ପ୍ରଥମ ବିଜୟ ହାସଲ କରିବା ସହ ଇତିହାସ ସୃଷ୍ଟି କରିଛି।

ପ୍ରଥମ ଟେଷ୍ଟ ଜିତିବାରେ ଆଫଗାନିସ୍ତାନଠାରୁ ବହୁ ପଛରେ ଭାରତ

ପ୍ରଥମ ଟେଷ୍ଟ ଜିତିବାରେ ଆଫଗାନିସ୍ତାନଠାରୁ ବହୁ ପଛରେ ଭାରତ

ଡେରାଡୁନ,୧୮।୩- ଏଠାରେ ଖେଳାଯାଇଥିବା ଆୟର୍ଲାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌କୁ ଆଫଗାନିସ୍ତାନ ଦଳ ଜିତି ନେଇଛି। କ୍ରିକେଟର ଲମ୍ବା ଫର୍ମାଟରେ ଆଫଗାନିସ୍ତାନର ଏହା ପ୍ରଥମ ବିଜୟ। ଦଳ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ଏହି ସଫଳତା ପାଇଛି। 

 ପୁଣି ପ୍ରଶଂସକଙ୍କୁ ଦୌଡ଼ାଇଲେ ଧୋନୀ

ପୁଣି ପ୍ରଶଂସକଙ୍କୁ ଦୌଡ଼ାଇଲେ ଧୋନୀ

ଚେନ୍ନାଇ,୧୮।୩- ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଝଲକ୍‌ ପାଇବା ପାଇଁ ପ୍ରଶଂସକମାନେ ଷ୍ଟାଡିୟମ୍‌ର ସୁରକ୍ଷା ବଳୟ ଭଙ୍ଗ କରିବା କିଛି ନୂଆ ଘଟଣା ନୁହେଁ। 

 ବିଜ୍ଞାପନ ଶୁଟିଂରେ ଅନୁଷ୍କାଙ୍କୁ ପ୍ରଥମେ ଭେଟିଥିଲେ ବିରାଟ

ବିଜ୍ଞାପନ ଶୁଟିଂରେ ଅନୁଷ୍କାଙ୍କୁ ପ୍ରଥମେ ଭେଟିଥିଲେ ବିରାଟ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍‌ର ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରେମ ବିବାହ ସମ୍ପର୍କରେ କାହାକୁ ବା ଜଣା ନାହିଁ। ହେଲେ ଜାଣନ୍ତି କି ଏହି ଯୋଡ଼ି କେଉଁଠାରେ ପ୍ରଥମେ ପରସ୍ପରକୁ ଭେଟିଥିଲେ।

ସ୍ଥାନ ବଜାୟ ରଖିଲେ କୋହଲି, ବୁମରା

ସ୍ଥାନ ବଜାୟ ରଖିଲେ କୋହଲି, ବୁମରା

ଦୁବାଇ,୧୮।୩(ପିଟି)- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ପେସର ଯଶପ୍ରୀତ ବୁମରା ଆଇସିସି ଦିନିକିଆ ଖେଳାଳି ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। 

ଭାରତ ହାତରୁ ଗଲା  ଜୁନିୟର ଏସିଆନ୍‌ ରେସଲିଂ ଚାମ୍ପିୟନଶିପ୍‌

ଭାରତ ହାତରୁ ଗଲା ଜୁନିୟର ଏସିଆନ୍‌ ରେସଲିଂ ଚାମ୍ପିୟନଶିପ୍‌

ନୂଆଦିଲ୍ଲୀ,୧୮ା୩(ପିଟି)- ପାକିସ୍ତାନ ସହ ତିକ୍ତତା ଯୋଗୁ ଭାରତକୁ ଜୁନିୟର ଏସିଆନ ରେସଲିଂ ଚାମ୍ପିୟନଶିପ ଆୟୋଜନ ଅଧିକାର ହାତ ଛଡ଼ା କରିବାକୁ ପଡ଼ିଛି। ବିଶ୍ୱ ରେସଲିଂ ସଂସ୍ଥା ୟୁଡବ୍ଲ୍ୟୁଡବ୍ଲ୍ୟୁ ଏହି ଚାମ୍ପିୟନଶିପ ଆୟୋଜନ ଅଧିକାର ଭାରତଠାରୁ ପ୍ରତ୍ୟାହାର କରିନେଇଛି। 

୧୯ ବର୍ଷରୁ କମ୍‌ ପାକିସ୍ତାନ ଦଳର କୋଚ୍‌ ହେବେ ୟୁନୁସ ଖାଁ

୧୯ ବର୍ଷରୁ କମ୍‌ ପାକିସ୍ତାନ ଦଳର କୋଚ୍‌ ହେବେ ୟୁନୁସ ଖାଁ

କରାଚୀ,୧୮ା୩(ପିଟି)- ବିସିସିଆଇର ପଦାଙ୍କ ଅନୁସରଣ କରିବାକୁ ଯାଉଛି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)। ରାହୁଲ ଡ୍ରାଭିଡ୍‌ଙ୍କ ନେତୃତ୍ୱରେ ୧୯ ବର୍ଷରୁ କମ୍‌ ଭାରତୀୟ ଦଳ ଉଲ୍ଲେଖନୀୟ ସଫଳତା ପାଇବା ପରେ ପିସିବି ପୂର୍ବତନ ଅଧିନାୟକ ୟୁନୁସ ଖାଁଙ୍କୁ ସମାନ ଦାୟିତ୍ୱ ଦେବାକୁ ଯାଉଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା