ରାଜ୍ୟ | ବାଲେଶ୍ୱର

ନକଲି ୨ ହଜାର ଟଙ୍କିଆ ନୋଟ ଜବତ ଘଟଣା: ଜେଲ୍‌ ଗଲେ ଯୁବକ

ନକଲି ୨ ହଜାର ଟଙ୍କିଆ ନୋଟ ଜବତ ଘଟଣା: ଜେଲ୍‌ ଗଲେ ଯୁବକ

ଜଳେଶ୍ୱର, ୯ା୧୨(ଡି.ଏନ.ଏ.)-ନକଲି ୨ ହଜାର ଟଙ୍କିଆ ନୋଟ ବ୍ୟବହାର କରୁଥିବା ଅଭିଯୋଗରେ ଜଳେଶ୍ୱର ପୋଲିସ ଅଟକ ରଖିଥିବା ଅମଜଦ୍‌ ଖାନ୍‌ (୨୩) ନାମକ ଯୁବକଙ୍କୁ ପଚରାଉଚୁରା ପରେ ରବିବାର ଗିରଫ କରିଛି। ତାଙ୍କ ବିରୋଧରେ ଆଇପିସିର ଧାରା ୪୮୯ (ବି)(ସି) ଅନୁଯାୟୀ ଏକ ମାମଲା(ନଂ.୩୪୯/୨୦୧୮) ରୁଜୁ କରାଯାଇ  କୋର୍ଟଚାଲାଣ କରାଯାଇଛି। କୋର୍ଟରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅମଜଦ୍‌ଙ୍କ ଘର ଜଳେଶ୍ୱର ସହର ଝାଡ଼େଶ୍ୱରପୁର ଗ୍ରାମରେ। ଅମଜଦ୍‌ଙ୍କଠାରୁ ଜବତ ହୋଇଥିବା ନକଲି ୨ହଜାର ଟଙ୍କିଆ ଚିରାନୋଟ୍‌କୁ ଯାଞ୍ଚ ନିମନ୍ତେ ପଶ୍ଚିମବଙ୍ଗ ରାଜ୍ୟ ଖଡ଼ଗପୁର ନିକଟସ୍ଥ ଶାଳବଣି ଅଞ୍ଚଳରେ ଅବସ୍ଥିତ ଟଙ୍କା ଛପା କାରଖାନାରେ କାର୍ଯ୍ୟରତ ଥିବା ଏକ ବିଶେଷଜ୍ଞ ଟିମ୍‌ ନିକଟକୁ ସୋମବାର ପଠାଯିବ ବୋଲି ଆଇଆଇସି ପ୍ରଦୀପ କୁମାର ମାଝି ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଶନିବାର ସନ୍ଧ୍ୟାରେ ଅଭିଯୁକ୍ତ ଜଣକ ସହରର ଷ୍ଟେଶନବଜାରସ୍ଥିତ ଏକ ଗୁପ୍‌ଚୁପ୍‌ ଦୋକାନୀଙ୍କୁ ଉକ୍ତ ନକଲି ନୋଟ୍‌ ଦେବା ପରେ ସମ୍ପୂର୍ଣ୍ଣ ଘଟଣା ପଦାକୁ ଆସିଥିଲା।

All Right Reserved By

ରାଜ୍ୟ | ବାଲେଶ୍ୱର

ଜି.ଉଦୟଗିରି ନିର୍ବାଚନମଣ୍ଡଳୀ ଲାଗି ପ୍ରାର୍ଥୀ ଘୋଷଣା: ଭାଜପାରୁ ଲଢ଼ିବେ ଅର୍ଚ୍ଚନା, ବିଜେଡିରୁ ସାଲୁଗା

ଜି.ଉଦୟଗିରି ନିର୍ବାଚନମଣ୍ଡଳୀ ଲାଗି ପ୍ରାର୍ଥୀ ଘୋଷଣା: ଭାଜପାରୁ ଲଢ଼ିବେ ଅର୍ଚ୍ଚନା, ବିଜେଡିରୁ ସାଲୁଗା

ଦାରିଙ୍ଗବାଡ଼ି,୨୨।୩(ଡି.ଏନ୍‌.ଏ): କନ୍ଧମାଳ ଜିଲା ଜି.ଉଦୟଗିରି ନିର୍ବାଚନମଣ୍ଡଳୀର ସାଧାରଣ ନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥିନୀ ଅର୍ଚ୍ଚନା ପ୍ରଧାନଙ୍କୁ  ଗୁରୁବାର  ଭାଜପା ପକ୍ଷରୁ ଟିକେଟ୍‌ ମିଳିଛି। ଏ ନେଇ ଅର୍ଚ୍ଚନା ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ବରିଷ୍ଠ ନେତା ଓ ସହଯୋଗୀମାନଙ୍କୁ ସାଧୁବାଦ ଜଣାଇଛନ୍ତି । 

ପୁରୀ ଷ୍ଟେଶନରେ ଅଗ୍ନିକାଣ୍ଡ: ତପସ୍ବିନୀ ଏକ୍ସପ୍ରେସର ୩ ବଗିରେ ଲାଗିଲା ନିଆଁ

ପୁରୀ ଷ୍ଟେଶନରେ ଅଗ୍ନିକାଣ୍ଡ: ତପସ୍ବିନୀ ଏକ୍ସପ୍ରେସର ୩ ବଗିରେ ଲାଗିଲା ନିଆଁ

ପୁରୀ ଅଫିସ, ୨୨।୩ : ପୁରୀ ସହରରେ ହୋଲିର ମାହୋଲ ଚାଲିଥିବାବେଳେ ରେଳଷ୍ଟେଶନରେ ଏକ ଅଭାବନୀୟ ଘଟଣା ଘଟିଛି। ୪ ନଂ ପ୍ଲାଟଫର୍ମରେ ରହିଥିବା ତପସ୍ବିନୀ ଏକ୍ସପ୍ରେସ ବଗି ନଂ(୩,୪ ଏବଂ ୫)ରେ କୌଣସି କାରଣରୁ ଅପରାହ୍ନ ୧ଟାରେ ନିଆଁ ଲାଗିଥିଲା।

 ଶତାଧିକ ଲିଟର ଦେଶୀ ମଦ, ତାଡ଼ି ଜବତ: ୪ ଗିରଫ

ଶତାଧିକ ଲିଟର ଦେଶୀ ମଦ, ତାଡ଼ି ଜବତ: ୪ ଗିରଫ

ଦାରିଙ୍ଗବାଡ଼ି,୨୨।୩(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅବକାରୀ ବିଭାଗ ପକ୍ଷରୁ   ଗୁରୁବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ  ୫୫ ଲିଟର ଦେଶୀ ମଦ, ୧୨୦ ଲିଟର ଖଜୁରି  ଓ ସଲପ ତାଡ଼ି ଜବତ କରାଯାଇଛି।

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାରକୁ ରୋକିବା ପାଇଁ ପ୍ରୟାସ:    ଏସ୍‌ଏସ୍‌ଟି ଟିମ୍‌ର ସ୍ଥିତି ଅନୁଧ୍ୟାନ

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାରକୁ ରୋକିବା ପାଇଁ ପ୍ରୟାସ: ଏସ୍‌ଏସ୍‌ଟି ଟିମ୍‌ର ସ୍ଥିତି ଅନୁଧ୍ୟାନ

ଦାରିଙ୍ଗବାଡ଼ି,୨୨।୩(ଡି.ଏନ୍‌.ଏ): ଚଳିତ ସାଧାରଣ ନିର୍ବାଚନକୁ ଅବାଧ ଓ ମୁକ୍ତ କରିବା ପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ  ପ୍ରୟାସ ଆରମ୍ଭ ହୋଇଛି । ଭୋଟରଙ୍କୁ ପ୍ରାର୍ଥୀ ଏବଂ ବିଭିନ୍ନ ଦଳ ପକ୍ଷରୁ ପ୍ରଭାବିତ କରିବା ଆଶଙ୍କା କରାଯାଇ ପ୍ରଶାସନ ପକ୍ଷରୁ ଦୁଇଟି ଟିମ୍‌ ଗଠନ କରାଯାଇଛି।

୯୯ ଆସନ ଲାଗି ଭାଜପାର ପ୍ରାର୍ଥୀ ତାଲିକା ଘୋଷଣା: ଜାଣନ୍ତୁ କେଉଁ ବିଧାନସଭା ଆସନରୁ କିଏ ଲଢ଼ିବେ...

୯୯ ଆସନ ଲାଗି ଭାଜପାର ପ୍ରାର୍ଥୀ ତାଲିକା ଘୋଷଣା: ଜାଣନ୍ତୁ କେଉଁ ବିଧାନସଭା ଆସନରୁ କିଏ ଲଢ଼ିବେ...

ଭୁବନେଶ୍ୱର,୨୨।୩(ବ୍ୟୁରୋ): ବିଜେଡି ଓ କଂଗ୍ରେସ ପରେ ଗୁରୁବାର ଭାଜପା ପକ୍ଷରୁ ୨୦୧୯ ସାଧାରଣ ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟରେ ୯୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଆସନ୍ତୁ ଜାଣିବା କେଉଁଠୁ କିଏ ଲଢ଼ିବେ.. 

 ଆଗକୁ ନିର୍ବାଚନ: ଭଞ୍ଜନଗରରେ ୪ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢ଼େଇ

ଆଗକୁ ନିର୍ବାଚନ: ଭଞ୍ଜନଗରରେ ୪ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢ଼େଇ

ଭଞ୍ଜନଗର,୨୨।୩(ଡି.ଏନ୍‌.ଏ.): ଭାଜପା ପକ୍ଷରୁ ଗୁରୁବାର ବିଳମ୍ବିତ ରାତିରେ ୯୯ ବିଧାୟକଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ସେଥିମଧ୍ୟରୁ ଗଞ୍ଜାମ ଜିଲା ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରଦ୍ୟୁମ୍ନ ନାୟକଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି । 

 ଷଷ୍ଠଥର ପାଇଁ ଭଞ୍ଜନଗରରୁ ଲଢ଼ିବେ  ବିକ୍ରମ ଆରୁଖ: ଟିକେଟ ପାଇବା ପରେ ସମର୍ଥକଙ୍କ ବାଇକ୍‌ ରାଲି

ଷଷ୍ଠଥର ପାଇଁ ଭଞ୍ଜନଗରରୁ ଲଢ଼ିବେ ବିକ୍ରମ ଆରୁଖ: ଟିକେଟ ପାଇବା ପରେ ସମର୍ଥକଙ୍କ ବାଇକ୍‌ ରାଲି

ଭଞ୍ଜନଗର,୨୨।୩(ଡି.ଏନ୍‌.ଏ): ଷଷ୍ଠଥର ପାଇଁ ବିଜେଡି ବିଧାୟକ ଭାବେ ଭଞ୍ଜନଗର ନିର୍ବାଚନମଣ୍ଡଳୀରୁ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରତିଦ୍ୱନ୍ଦ୍ୱିତା କରିବେ। 

ଏକାମ୍ର ଆସନରେ ବାବୁ ସିଂଙ୍କୁ ଟିକେଟ ମିଳିବାକୁ ବିରୋଧ: ଧାରଣାରେ ବସିଲେ ଅମୀୟଙ୍କ ସମର୍ଥକ

ଏକାମ୍ର ଆସନରେ ବାବୁ ସିଂଙ୍କୁ ଟିକେଟ ମିଳିବାକୁ ବିରୋଧ: ଧାରଣାରେ ବସିଲେ ଅମୀୟଙ୍କ ସମର୍ଥକ

ଭୁବନେଶ୍ୱର,  ୨୨।୩ (ବ୍ୟୁରୋ) : ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ଦଳରେ ବିଦ୍ରୋହ ଦେଖାଦେଇଛି।

 ଗାଈ ଫସଲ ଖାଇବାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ: ୪ ଗୁରୁତର

ଗାଈ ଫସଲ ଖାଇବାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ: ୪ ଗୁରୁତର

ଭଞ୍ଜନଗର,୨୨।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଶାର୍ଦ୍ଦୂଳରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଈ ଫସଲ ଖାଇବାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ୪ ଜଣ ଗୁରୁତର ହୋଇଛନ୍ତି। 

୯୯ରୁ ୯

୯୯ରୁ ୯

ଭୁବନେଶ୍ୱର,୨୨।୩(ବ୍ୟୁରୋ): ୨୦୧୯ ବିଧାନସଭା ନିର୍ବାଚନ ଲାଗି  ଓଡ଼ିଶାର ୧୪୭ ଆସନ ମଧ୍ୟରୁ ୯୯ଟି ପାଇଁ ଭାଜପା ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। 

ବୃଦ୍ଧଙ୍କୁ ନିର୍ମମ ହତ୍ୟା

ବୃଦ୍ଧଙ୍କୁ ନିର୍ମମ ହତ୍ୟା

ସରଣ୍ଡା,୨୨।୩(ଡି.ଏନ୍‌.ଏ): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ  ଚକୁଳିଫାର୍ମ ସତୀଯୋର ନିକଟରେ ଜନୈକ ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଜଣକ ହେଲେ ଚକୁଳିଫାର୍ମ ନୂଆଁଖଇରପାଲିର ପି. ସତ୍ୟପ୍ରସାଦ ଚୌଧୁରୀ(୫୫) ବୋଲି ଜଣାପଡ଼ିଛି। 

ଆସ୍କା ବିଧାନସଭା ଆସନ ଝୁଲାଇ ରଖିଲା ଭାଜପା

ଆସ୍କା ବିଧାନସଭା ଆସନ ଝୁଲାଇ ରଖିଲା ଭାଜପା

ଭୁବନେଶ୍ୱର,୨୨।୩:  ଭାଜପା ପକ୍ଷରୁ ଗୁରୁବାର ଓଡ଼ିଶା ବିଧାନସଭାର ୧୪୭ଟି ଆସନ ମଧ୍ୟରୁ ୯୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ତେବେ ଏହି ତାଲିକାରେ ଆସ୍କା ଆସନ ବାଦ୍‌ ପଡ଼ିଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା