ଅନଗୁଳ-ଢେଙ୍କାନାଳ

ଜିଲାସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ: ବାଳକରେ ଭୁବନ, ବାଳିକାରେ ସଦର ବ୍ଲକ ଚାମ୍ପିୟନ

ଜିଲାସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ: ବାଳକରେ ଭୁବନ, ବାଳିକାରେ ସଦର ବ୍ଲକ  ଚାମ୍ପିୟନ

ଢେଙ୍କାନାଳ ଅଫିସ,  ୯।୧୨-ଢେଙ୍କାନାଳ ଜିଲା କାନପୁରାସ୍ଥିତ ପଞ୍ଚାୟତିରାଜ ହାଇସ୍କୁଲ ଖେଳପଡ଼ିଆରେ ୨ଦିନ ଧରି ଚାଲିଥିବା ଜିଲାସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ବାଳକ ବିଭାଗରେ ଭୁବନ ଚାମ୍ପିୟନ, କାମାକ୍ଷାନଗର ରନର୍ସଅପ୍‌ ଏବଂ ବାଳିକା ବିଭାଗରେ ସଦର ବ୍ଲକ ଚାମ୍ପିୟନ, ଗଁଦିଆ ରନର୍ସଅପ୍‌ ହୋଇଛି। ଉଭୟ ବିଭାଗରୁ ୧୧ ଜଣ ଲେଖାଏଁ ପ୍ରତିଯୋଗୀ ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି। ଆସନ୍ତା ୧୩ରୁ ୧୬ ତାରିଖ ଯାଏ କନ୍ଧମାଳରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସେମାନେ ଅଂଶଗ୍ରହଣ କରିବେ।

ପ୍ରଧାନଶିକ୍ଷକ ଶ୍ରୀରାମ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲା କ୍ରୀଡ଼ା ଅଧିକାରୀ ପ୍ରଦୀପ୍ତ ମହାନ୍ତି,  ମୁଖ୍ୟବକ୍ତା ୟେଶୁ ଦାସ, ସମ୍ମାନିତ ଅତିଥି   ଅନ୍ତର୍ଜାତୀୟ କିକ୍‌ବକ୍ସର କୀର୍ତ୍ତିରାଣୀ ସାହୁ, ନାଟ୍ୟକାର ଦୀନେଶ ଦାସ, ପ୍ରଧାନ ଶିକ୍ଷକ ଲୋକନାଥ ଷଡ଼ଙ୍ଗୀ, କୌଳାସ ଚନ୍ଦ୍ର ପୃଷ୍ଟି, ପ୍ରିୟବ୍ରତ ପଣ୍ଡା, ଆଭାସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ଶିକ୍ଷା ଅଧିକାରୀ ସୁଧାନନ୍ଦ ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାରିରୀକ ଶିକ୍ଷା ନିରୀକ୍ଷିକା ସୌଦାମିନୀ ଦାସ, ଶିକ୍ଷକ ନିରଞ୍ଜନ ସାହୁ, କ୍ରୀଡ଼ା ଶିକ୍ଷକ ବିପିନ ସାହୁ, କ୍ରୀଡ଼ା ଶିକ୍ଷୟିତ୍ରୀ ବାନାର୍ଜୀ ମହାନ୍ତିଙ୍କ ସମେତ ବିଭିନ୍ନ ସ୍କୁଲର କ୍ରୀଡ଼ା ଶିକ୍ଷକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

All Right Reserved By

ଅନଗୁଳ-ଢେଙ୍କାନାଳ

 କଂଗ୍ରେସ ଆଶାୟୀ ପ୍ରାର୍ଥୀଙ୍କ   ଫେସବୁକ୍‌ ଆକାଉଣ୍ଟ ହ୍ୟାକ ଅଭିଯୋଗ

କଂଗ୍ରେସ ଆଶାୟୀ ପ୍ରାର୍ଥୀଙ୍କ ଫେସବୁକ୍‌ ଆକାଉଣ୍ଟ ହ୍ୟାକ ଅଭିଯୋଗ

ପରଜଙ୍ଗ,୧୮ା୩(ଡି.ଏନ.ଏ)- ଢେଙ୍କାନାଳ ଜିଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ଆଶାୟୀ ବିଧାୟକ ପ୍ରାର୍ଥୀ ସନ୍ତୋଷ ରାଉତଙ୍କ ଫେସବୁକ୍‌ ଆକାଉଣ୍ଟକୁ କେହି ଦୃର୍ବୃତ୍ତ ହ୍ୟାକ କରିଥିବା ସୋମବାର ପରଜଙ୍ଗ ଥାନାରେ ଅଭିଯୋଗ ହୋଇଛି। 

୫୩ ନଂ ରାଜପଥ ପାଲଟିଛି ମରଣଯନ୍ତା

୫୩ ନଂ ରାଜପଥ ପାଲଟିଛି ମରଣଯନ୍ତା

କଣିହାଁ,୧୮ା୩(ଡି.ଏନ.ଏ)- ଅନୁଗୁଳ ଜିଲା କଣିହାଁ ବ୍ଲକ ଦେଇ ଯାଇଥିବା ୫୩ ନଂ. ରାଜପଥ କଣିହାଁ ହାଟ ପଡ଼ିଆ ନିକଟ ରାସ୍ତା ଉପରେ ଖାଲଖମା ସୃଷ୍ଟି ହୋଇଛି।

ଜଳଖିଆ ଦୋକାନୀଙ୍କୁ  ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ  କୋର୍ଟ ଚାଲାଣ

ଜଳଖିଆ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ କୋର୍ଟ ଚାଲାଣ

ଭୁବନ,୧୮।୩(ଡି.ଏନ୍‌.ଏ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ଗୁଜୁରିହାଟରେ ଜଳଖିଆ ଦୋକାନୀ ପ୍ରଫୁଲ୍ଲ ପୃଷ୍ଟି (୩୬)ଙ୍କୁ ରବିବାର ବିଳମ୍ବିତ ରାତିରେ  ମରଣାନ୍ତକ ଆକ୍ରମଣ ହୋଇଥିଲା। 

 ଦୋକାନୀକୁ ମରଣାତ୍ମକ ଆକ୍ରମଣ, ୨ କୋର୍ଟ ଚାଲାଣ

ଦୋକାନୀକୁ ମରଣାତ୍ମକ ଆକ୍ରମଣ, ୨ କୋର୍ଟ ଚାଲାଣ

ଭୁବନ,୧୮।୩(ଡି.ଏନ.ଏ)- ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଗୁଜୁରିହାଟରେ  ଜଳଖିଆ ଦୋକାନୀ ପ୍ରଫୁଲ୍ଲ ପୃଷ୍ଟି (୩୬)ଙ୍କୁ ଆକ୍ରମଣ ଘଟଣାରେ ସୋମବାର  ପୋଲିସ  ନିରଞ୍ଜନ ମହାପାତ୍ର (୪୯)ଓ ତାଙ୍କ ପୁଅ ଆକାଶ ମହାପାତ୍ର (୧୯)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। 

 ”ହକ୍‌ ମାଗୁଛି ଓଡିଶା“ ପ୍ରଥପ୍ରାନ୍ତ ସଭା ଅନୁଷ୍ଠିତ: କେନ୍ଦ୍ର ବିରୋଧରେ ବର୍ଷିଲେ ଛାତ୍ର ଓ ଯୁବ ବିଜେଡି ନେତା

”ହକ୍‌ ମାଗୁଛି ଓଡିଶା“ ପ୍ରଥପ୍ରାନ୍ତ ସଭା ଅନୁଷ୍ଠିତ: କେନ୍ଦ୍ର ବିରୋଧରେ ବର୍ଷିଲେ ଛାତ୍ର ଓ ଯୁବ ବିଜେଡି ନେତା

ପରଜଙ୍ଗ,୧୮।୩(ଡି.ଏନ.ଏ.): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ୧ନଂ ଜୋନର କୋଆଳୁ ପଞ୍ଚାୟତ ପରମହଂସ ପୁର ଛକ ନିକଟରେ ସୋମବାର ପରଜଙ୍ଗ ବ୍ଲକ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ”ହକ୍‌ ମାଗୁଛି ଓଡିଶା“ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଛି। 

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପରିବା ନଷ୍ଟ

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପରିବା ନଷ୍ଟ

ବଅଁରପାଳ,୧୮।୩(ଡି.ଏନ.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ସନ୍ତ୍ରୀ ଛକଠାରେ ଥିବା ଏକ ପରିବା ଦୋକାନରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି।

ଓକିଲ ସଂଘ ନିର୍ବାଚନ ପାଇଁ  ନାମାଙ୍କନପତ୍ର ଦାଖଲ

ଓକିଲ ସଂଘ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ

ଅନୁଗୁଳ ଅଫିସ୍‌ ୧୮।୩: ଅନୁଗୁଳ କୋର୍ଟ କାର୍ଯ୍ୟାଳୟରେ ଥିବା ନିର୍ବାଚନୀ କକ୍ଷରେ  ସୋମବାର ଓକିଲ ସଂଘର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଛି। 

ତାପମାତ୍ରା କମାଇବ ବାୟୋ ଆଜବେଷ୍ଟସ୍‌: ଶ୍ରୀୟଙ୍କାଙ୍କ ପ୍ରକଳ୍ପକୁ ରାଷ୍ଟ୍ରପତିଙ୍କ ପ୍ରଶଂସା

ତାପମାତ୍ରା କମାଇବ ବାୟୋ ଆଜବେଷ୍ଟସ୍‌: ଶ୍ରୀୟଙ୍କାଙ୍କ ପ୍ରକଳ୍ପକୁ ରାଷ୍ଟ୍ରପତିଙ୍କ ପ୍ରଶଂସା

ଢେଙ୍କାନାଳ ଅଫିସ, ୧୮।୩: ଗୁଜରାଟ ଗାନ୍ଧୀନଗରସ୍ଥିତ ନ୍ୟାଶନାଲ ଇନୋଭେଶନ ଫାଉଣ୍ଡେଶନ ସେଣ୍ଟରରେ ଆୟୋଜିତ ବିଜ୍ଞାନ ପ୍ରଦର୍ଶନୀ ‘ଫାଇନ୍‌ ଫେଷ୍ଟିଭାଲ ଅଫ୍‌ ଇନୋଭେଶନ ଆଣ୍ଡ ଇଣ୍ଟରପ୍ରିନ୍ୟୁଅରଶିପ୍‌’ରେ ପ୍ରକଳ୍ପ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଖଲିବୋରେଇସ୍ଥିତ ଉତ୍କଳ ଭାରତୀ ବିଦ୍ୟାପୀଠର ୧୦ମ ଶ୍ରେଣୀ ଛାତ୍ରୀ ଶ୍ରୀୟଙ୍କା ସାମଲ।

ଶିଳ୍ପାନୁଷ୍ଠାନ ଉପରେ ପ୍ରଶାସନର କର୍ତ୍ତୃତ୍ୱ ନାହିଁ: ହାତଟେକା ପାଣିକୁ ଚାହିଁ ବସିଛନ୍ତି  ଶିଳ୍ପ ପ୍ରଭାବିତ

ଶିଳ୍ପାନୁଷ୍ଠାନ ଉପରେ ପ୍ରଶାସନର କର୍ତ୍ତୃତ୍ୱ ନାହିଁ: ହାତଟେକା ପାଣିକୁ ଚାହିଁ ବସିଛନ୍ତି ଶିଳ୍ପ ପ୍ରଭାବିତ

ତାଳଚେର, ୧୮ା୩(ନି.ପ୍ର.)- ଖରାର ତେଜ ବଢିବା ସହ ଖଣି ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡିକରେ ଉତ୍କଟ ହେଲାଣି ପାଣି ସମସ୍ୟା। ଅନୁଗୋଳ ଜିଲା ତାଳଚେରରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲାଣି।

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ: ପୌର କର୍ମଚାରୀଙ୍କୁ ଡେପୁଟେଶନରେ ପଠାଇଲେ

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ: ପୌର କର୍ମଚାରୀଙ୍କୁ ଡେପୁଟେଶନରେ ପଠାଇଲେ

ଅନୁଗୋଳ ଅଫିସ, ୧୮।୩: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ହେଁ ଅନୁଗୋଳ ପୌରପାଳିକାରେ ଏହାର ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। 

ନିର୍ମାଣ ଶେଷ, କାର୍ଯ୍ୟକ୍ଷମ ହେଉନି

ନିର୍ମାଣ ଶେଷ, କାର୍ଯ୍ୟକ୍ଷମ ହେଉନି

ତାଳଚେର,୧୮ା୩(ନି.ପ୍ର.) କଣିହାଁ ବ୍ଲକ ବଡହୀରା ଗ୍ରାମରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଗତ ଡିସେମ୍ବରରୁ ଶେଷ ହୋଇଥିଲେ ହେଁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ। 

କଂଗ୍ରେସମୁହାଁ ନବୀନ ନନ୍ଦ: ଦଳରେ ବିଦ୍ରୋହ ସ୍ବର

କଂଗ୍ରେସମୁହାଁ ନବୀନ ନନ୍ଦ: ଦଳରେ ବିଦ୍ରୋହ ସ୍ବର

ଢେଙ୍କାନାଳ ଅଫିସ, ୧୮ା୩: ପୂର୍ବତନ ବିଧାୟକ ନବୀନ ନନ୍ଦ କଂଗ୍ରେସ ଟିକେଟରୁ ନିର୍ବାଚନରେ ଲଢିବେ ବୋଲି ଚର୍ଚ୍ଚା ଜୋର ଧରିଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା