ଅପରାଧ | ବ୍ରହ୍ମପୁର

ଫେରିବାଲାଙ୍କୁ ମରଣାନ୍ତକ ଆକ୍ରମଣ

ଫେରିବାଲାଙ୍କୁ ମରଣାନ୍ତକ ଆକ୍ରମଣ

କ.ନୂଆଗଁ।,୯।୧୨(ଡି.ଏନ୍‌.ଏ.)- କନ୍ଧମାଳ ଜିଲା କ.ନୂଆଗଁ। ଥାନା ନିକଟରେ ଚାଲିଥିବା ସାପ୍ତାହିକ ହାଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଶୀତବସ୍ତ୍ର ବ୍ୟବସାୟ କରୁଥିବା ଜଣେ ଫେରିବାଲାକୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଟାଙ୍ଗିଆରେ ହାଣିବାରୁ ସେ ଗୁରୁତର ହୋଇଛନ୍ତି। ଯୁବକ ଜଣକ ହେଲେ ଉତ୍ତରପ୍ରଦେଶ କାନପୁରର ପବନ ସିଂ।  ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ.ନୂଆଗଁା ଥାନାର ୨ଜଣ କର୍ମଚାରୀ ବାଲିଗୁଡା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତ କରିଛନ୍ତି। ପବନ ଶୀତବସ୍ତ୍ର ବିକ୍ରି କରୁଥିବାବେଳେ ଅପରାହ୍ନ ପ୍ରାୟ ୪ଟାବେଳେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଆସି ହଠାତ୍‌ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଏନେଇ ଆଇଆଇସି ଚାନ୍ଦମଣି ସିଂଙ୍କୁ ପଚାରିବାରୁ ଏନେଇ ଥାନାରେ କୌଣସି ଏତଲା ହୋଇନାହିଁ। ଫେରିବାଲା ଜଣକ ଉତ୍ତରପ୍ରଦେଶର ହୋଇଥିବାରୁ ତାଙ୍କୁ ଥାନା କର୍ମଚାରୀ ବାଲିଗୁଡା ଚିକିତ୍ସା ପାଇଁ ନେଇଛନ୍ତି। ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି।

All Right Reserved By

ଅପରାଧ | ବ୍ରହ୍ମପୁର

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା : ଅଭିଯୁକ୍ତ ଗିରଫ

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା : ଅଭିଯୁକ୍ତ ଗିରଫ

ଭବାନୀପାଟଣା / ନର୍ଲା, ୧୯।୧ (ଡି.ଏନ୍‌.ଏ.): ନର୍ଲା ନବୋଦୟ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା ଜଣାପଡିବା ପରେ ତନାଘନା ଆରମ୍ଭ ହୋଇଥିଲା। ଶନିବାର ଧର୍ମଗଡ଼ ଥାନାରେ ପୀଡ଼ିତାଙ୍କ ମା’ଙ୍କ ଏତଲା ପରେ ଅଭିଯୁକ୍ତଙ୍କୁ ପୋକ୍ସୋ ଆକ୍ଟରେ ଗିରଫ କରାଯାଇଛି।

୨୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

୨୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

ଭୁବନେଶ୍ୱର, ୧୯।୧(ବ୍ୟୁରୋ): ଭୁବନେଶ୍ୱର ଖଣ୍ଡଗିରି ଛକ ନିକଟରୁ ଖଣ୍ଡଗିରି ଥାନା ପୋଲିସ ଓ କ୍ୟୁଏଟି ମିଳିତ ଭାବେ ଚଢ଼ାଉକରି ୨ ବ୍ରାଉନ୍‌ ସୁଗାର ବ୍ୟବସାୟୀଙ୍କୁ ଶନିବାର ସକାଳେ ଗିରଫ କରିଛି। ସେମାନଙ୍କ ପରିଚୟ ଏଯାବତ୍‌ ମିଳିପାରି ନାହିଁ। ତେବେ ସେମାନଙ୍କ ନିକଟରୁ ୨୦ ଗ୍ରାମର ବ୍ରାଉନ୍‌ସୁଗାର ଓ ଏକ କାର ଜବତ କରାଯାଇଛି। 

ବ୍ଲେଡରେ ମହିଳାଙ୍କୁ ଆକ୍ରମଣ, ହତ୍ୟା ଉଦ୍ୟମ

ବ୍ଲେଡରେ ମହିଳାଙ୍କୁ ଆକ୍ରମଣ, ହତ୍ୟା ଉଦ୍ୟମ

ବାଲେଶ୍ୱର ଅଫିସ,୧୯।୧: ସୋର ଥାନା ଅଞ୍ଚଳରେ ଶୁକ୍ରବାର ରାତି ୧୧ଟା ୩୦ରେ ଜନୈକ ମହିଳା ଶୌଚ ପାଇଁ ଯାଇଥିଲେ। ୨ ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି ସେଠାରେ ପହଞ୍ଚି ମହିଳାଙ୍କୁ ଟଣାଓଟରା କରିଥିଲେ। ତାଙ୍କୁ କୌଣସି ଏକ ତରଳ ପଦାର୍ଥ ପିଆଇବାକୁ ଚେଷ୍ଟା କରିବା ସହ ବ୍ଲେଡରେ ଆକ୍ରମଣମଧ୍ୟ କରିଥିଲେ। 

ବେତଡ଼ା ବଜାର ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

ବେତଡ଼ା ବଜାର ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

ବାସୁଦେବପୁର, ୧୯।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ବେତଡ଼ା ବଜାରରେ ଥିବା ଗୋଦାବରୀ ଜୁଏଲର୍ସ ଦୋକାନରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ଦୋକନ କାନ୍ଥକୁ ତାଡ଼ି ଭିତରେ ପଶି ପ୍ରାୟ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଚୋରିକରି ନେଇଛନ୍ତି। 

ଓଡ଼ଗାଁରେ ଯୁବକଙ୍କ ଆକ୍ରମଣରେ ୨ ମୃତ,୨ ଗୁରୁତର ମାମଲା: ଉନ୍ମତ୍ତ ଯୁବକ ଜେଲ ଗଲେ

ଓଡ଼ଗାଁରେ ଯୁବକଙ୍କ ଆକ୍ରମଣରେ ୨ ମୃତ,୨ ଗୁରୁତର ମାମଲା: ଉନ୍ମତ୍ତ ଯୁବକ ଜେଲ ଗଲେ

ଓଡ଼ଗାଁ,୧୯।୧(ସ୍ବ.ପ୍ର.)-ଓଡ଼ଗାଁ ଥାନା ଅଞ୍ଚଳରେ ଯୁବକଙ୍କ ଉନ୍ମତ୍ତ କାଣ୍ଡରେ ୨ଜଣଙ୍କ ମୃତ୍ୟୁ ଘଟିବା ଓ ୨ଗୁରୁତର ହେବା ଘଟଣାରେ ପୋଲିସ ହେପାଜତରେ ଥିବା ଆକ୍ରମଣକାରୀ ଯୁବକଙ୍କୁ ଶୁକ୍ରବାର ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ।

ଠିକା ସଂସ୍ଥା ସାମଗ୍ରୀ ଚୋରି, ଅଭିଯୁକ୍ତ ଗିରଫ

ଠିକା ସଂସ୍ଥା ସାମଗ୍ରୀ ଚୋରି, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୮ା୧(ବ୍ୟୁରୋ)- ଖାରବେଳନଗର ଥାନା ଅଞ୍ଚଳରେ ଏକ ଠିକାସଂସ୍ଥାର କାମ ଚାଲିଥିବା ବେଳେ ଇଲେକ୍ଟ୍ରି କେବୁଲ ଏବଂ ଯନ୍ତ୍ରପାତି ଚୋରି କରିନେଇଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। 

ନିଅଁ।ରେ ପୋଡ଼ି ମହିଳାଙ୍କ ମୃତ୍ୟୁ ଘଟଣା: ଡାକ୍ତରଖାନା ନେବାରେ ଅବହେଳା କରିଥିବାରୁ ସ୍ବାମୀ ଗିରଫ

ନିଅଁ।ରେ ପୋଡ଼ି ମହିଳାଙ୍କ ମୃତ୍ୟୁ ଘଟଣା: ଡାକ୍ତରଖାନା ନେବାରେ ଅବହେଳା କରିଥିବାରୁ ସ୍ବାମୀ ଗିରଫ

ଭୁବନେଶ୍ୱର, ୧୮।୧(ବ୍ୟୁରୋ)- ଚନ୍ଦ୍ରଶେଖରପୁର ଥାନା ବିରୁବାସା ବସ୍ତିରେ କୁକୁଡ଼ା ପୋଡ଼ୁଥିବାବେଳେ ମାନି ପ୍ରଧାନ ନାମ୍ନୀ ମହିଳା ନିଅଁାରେ ପୋଡ଼ିଯାଇ ପ୍ରାଣ ହରାଇଥିଲେ।

ନକଲି ମସଲା  କାରଖାନା ଠାବ ଘଟଣା: ଜଣେ ଗିରଫ, ମାନ ପରୀକ୍ଷା ପାଇଁ ଲାବୋରେଟୋରୀ ପଠାଗଲା ମସଲା

ନକଲି ମସଲା କାରଖାନା ଠାବ ଘଟଣା: ଜଣେ ଗିରଫ, ମାନ ପରୀକ୍ଷା ପାଇଁ ଲାବୋରେଟୋରୀ ପଠାଗଲା ମସଲା

ଜୟପୁର, ୧୮।୧(ନି.ପ୍ର.)-ନକଲି ମସଲା କାରଖାନାରେ ଗୁରୁବାର ଜୟପୁର ଟାଉନ ପୋଲିସ ଚଢ଼ାଉ କରି ବିଭିନ୍ନ ବ୍ରାଣ୍ଡର ଜରି ପ୍ୟାକେଟ ଏବଂ ମସଲା ଜବତ କରିଥିବାବେଳେ ଶୁକ୍ରବାର ଏଥିରେ ସମ୍ପୃକ୍ତି ଥିବା ଅଭିଯୋଗରେ ବ୍ରହ୍ମପୁରର ହରିହର ପାତ୍ରଙ୍କୁ ଗିରଫ କରିଛି। 

ନାବାଳିକା ଅପହରଣ ମାମଲା: ଦୋଷୀଙ୍କୁ ୧୦ ବର୍ଷ ଜେଲ୍‌

ନାବାଳିକା ଅପହରଣ ମାମଲା: ଦୋଷୀଙ୍କୁ ୧୦ ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ,୧୮।୧-ଏକ ନାବାଳିକା ଅପହରଣ ମାମଲାର ବିଚାର କରି ବାଲେଶ୍ୱର ଅତିରିକ୍ତ ଦୌରାଜଜ୍‌ କମ୍‌ ପୋକ୍ସୋ ସ୍ପେଶାଲ ଜଜ୍‌ ଅଜନ୍ତା ଷଡ଼ଙ୍ଗୀ ଶୁକ୍ରବାର ଜିଲାରେ ପ୍ରଥମଥର ପାଇଁ ବାଲ୍ୟ ବିବାହ ନିରୋଧ ଆଇନ୍‌ ଅନୁଯାୟୀ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ନାବାଳିକାଙ୍କୁ ବଳାତ୍କାର ମାମଲା: ଜେଲ୍‌ ଗଲେ ସମ୍ପର୍କୀୟ ମାମୁ

ନାବାଳିକାଙ୍କୁ ବଳାତ୍କାର ମାମଲା: ଜେଲ୍‌ ଗଲେ ସମ୍ପର୍କୀୟ ମାମୁ

ରୂପ୍‌ସା,୧୮।୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରାଇସୁଆଁ ପଞ୍ଚାୟତ କଳମା ଗାଁରେ ମକର ମେଳା ଉପଲକ୍ଷେ ଅନୁଷ୍ଠିତ ଯାତ୍ରା ଦେଖିବାକୁ ଆସିଥିବା ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଅଭିଯୁକ୍ତ ସମ୍ପର୍କୀୟ ମାମୁ ହାଉଡ଼ା ସିଂଙ୍କୁ ବସ୍ତା ଥାନା ପୋଲିସ ଗିରଫ କରିଛି। 

୩ ହଜାର ଲାଞ୍ଚ ନେବା ମହଙ୍ଗା ପଡ଼ିଲା: ଭିଜିଲାନ୍ସ ଜାଲରେ ଦର୍ପନାରାୟଣପୁର ଫାଣ୍ଡି ଅଧିକାରୀ

୩ ହଜାର ଲାଞ୍ଚ ନେବା ମହଙ୍ଗା ପଡ଼ିଲା: ଭିଜିଲାନ୍ସ ଜାଲରେ ଦର୍ପନାରାୟଣପୁର ଫାଣ୍ଡି ଅଧିକାରୀ

ରଣପୁର,୧୮।୧(ସ୍ବ.ପ୍ର.):  ନୟାଗଡ଼ ଜିଲା ରଣପୁର ଥାନା ଅଧୀନରେ କାର୍ଯ୍ୟ କରୁଥିବା ଦର୍ପନାରାୟଣପୁର ଫାଣ୍ଡି ଅଧିକାରୀ ବାଳକୃଷ୍ଣ ଦାସଙ୍କୁ ଶୁକ୍ରବାର ଲାଞ୍ଚ ନେଉଥିବା ବେଳେ  ଭୁବନେଶ୍ୱର  ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସର ୬ ଜଣିଆ ଟିମ୍‌ ତାଙ୍କୁ ଗିରଫ କରିଛନ୍ତି।

ଚକୋଲେଟ ଦେବାକୁ ଡାକିନେଇ  ୭ ବର୍ଷର ନାବାଳିକାକୁ ବଳାତ୍କାର ଉଦ୍ୟମ କଲେ ଦାଦା

ଚକୋଲେଟ ଦେବାକୁ ଡାକିନେଇ ୭ ବର୍ଷର ନାବାଳିକାକୁ ବଳାତ୍କାର ଉଦ୍ୟମ କଲେ ଦାଦା

ଛେଣ୍ଡିପଦା,୧୮।୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା  ଅଞ୍ଚଳରେ ଜଣେ ୭ବର୍ଷର ନାବାଳିକାକୁ ବଳାତ୍କାର ଉଦ୍ୟମ କରାଯାଇଥିବା ନେଇ ଗୁରୁବାର ଥାନାରେ ଅଭିଯୋଗ ହୋଇଛି।