ରାଜ୍ୟ |

ବିଶ୍ୱହିନ୍ଦୁ ପରିଷଦ ସଂକଳ୍ପ ସମାବେଶ: ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ସଂକଳ୍ପ ନେଲେ ୧ଲକ୍ଷରୁ ଊର୍ଦ୍ଧ୍ୱ ରାମ ଭକ୍ତ

ବିଶ୍ୱହିନ୍ଦୁ ପରିଷଦ ସଂକଳ୍ପ ସମାବେଶ: ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ସଂକଳ୍ପ ନେଲେ ୧ଲକ୍ଷରୁ ଊର୍ଦ୍ଧ୍ୱ ରାମ ଭକ୍ତ

ଭୁବନେଶ୍ୱର, ୯।୧୨(ବ୍ୟୁରୋ)-ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କର ଜନ୍ମସ୍ଥାନରେ ଭବ୍ୟ ମନ୍ଦିର ନିର୍ମାଣ କରିବା ପାଇଁ ତନ ମନ ଧନ ପୂର୍ବକ କାର୍ଯ୍ୟ କରିବାକୁ ୧ଲକ୍ଷରୁ ଊର୍ଦ୍ଧ୍ୱ ରାମ ଭକ୍ତ ରବିବାର ଭୁବନେଶ୍ୱରଠାରେ ସଂକଳ୍ପ ନେଇଛନ୍ତି। ରାମ ମନ୍ଦିର ନିର୍ମାଣ ପାଇଁ ବିଶ୍ୱହିନ୍ଦୁ ପରିଷଦ ତରଫରୁ ଭୁବନେଶ୍ୱରର ଲୋଏର ପିଏମ୍‌ଜି ଠାରେ ଅନୁଷ୍ଠିତ ଏହି ସଂକଳ୍ପ ସମାବେଶରେ ମନ୍ଦିର ନିର୍ମାଣ ଦୃଷ୍ଟିରୁ କେନ୍ଦ୍ର ସରକାର ସଂସଦରେ ଆଇନ୍‌ ଆଣନ୍ତୁ। ଏହା ହିଁ ଏକମାତ୍ର ପନ୍ଥା ବୋଲି  ସମାବେଶରେ ଉପସ୍ଥିତ ସାଧୁସନ୍ଥ ତଥା ବକ୍ତାମାନେ ଦାବି କରିଥିଲେ। 

                  ବିଶ୍ୱହିନ୍ଦୁ ପରିଷଦ, ଓଡିଶା ପୂର୍ବ ପ୍ରାନ୍ତର କାର୍ଯ୍ୟକାରୀ ଅଧ୍ୟକ୍ଷ ଡ.ନଗେନ କୁମାର ଦେବତାଙ୍କ ଅଧ୍ୟକ୍ଷତାରେ ଏବଂ ପୁରୀ ବିଭାଗ ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟଙ୍କ ସଂଯୋଜନାରେ ଏହି ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ  ବିଶ୍ୱହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳୀ ସଦସ୍ୟ ତଥା ଗୋସେବା ଆୟୋଗର ଅଧ୍ୟକ୍ଷ ମହାମଣ୍ଡଳେଶ୍ୱର ପରମ ପୂଜ୍ୟ ସ୍ବାମୀ ଅଖିଳେଶ୍ୱରାନନ୍ଦ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆର୍ଶୀବଚନ ପ୍ରଦାନ କରି କହିଲେ ଯେ, ଜନ ସାଧାରଣଙ୍କ ସୁରକ୍ଷା ଦେବା ନିର୍ବାଚିତ ସରକାରଙ୍କର କର୍ତବ୍ୟ। କିନ୍ତୁ ହଜାର ହଜାର ହିନ୍ଦୁଙ୍କ ଭାବାବେଗକୁ ଯେପରି ପଦାଘାତ କରାଯାଇଛି ତତ୍‌ ସହିତ ନ୍ୟାୟାଳୟ ପାଖରୁ  ଉଚିତ୍‌ ନ୍ୟାୟ ପାଉଛୁ ନା ସରକାର ଦାବିକୁ କର୍ଣ୍ଣପାତ କରୁଛନ୍ତି ଏହା ହିଁ ଆଜି ଦିନର ବିଡମ୍ବନା। ତେଣୁ ଜନ ସଚେତନତା ମାଧ୍ୟମରେ କେନ୍ଦ୍ର ସରକାର ବିହିତ ପଦକ୍ଷେପ ନେଇ ରାମଲାଲାଙ୍କ ଭ୍ଯଯ ମନ୍ଦିର ନିର୍ମାଣରେ ସହଯୋଗ କରନ୍ତୁ। କେନ୍ଦ୍ରର ମୋଦି ସରକାର ଦୀର୍ଘଦିନ ହେଲା ହିନ୍ଦୁ ସମାଜର ଏହି ଦାବିକୁ ଉପେକ୍ଷା କରି ଆସିଥିଲେ ମଧ୍ୟ ବର୍ତ୍ତମାନ ପ୍ରକୃଷ୍ଟ ସମୟ ଆସିଛି ଜନମତକୁ ସମ୍ମାନ ଦେବାର। ଯଦି ଜନ ଗଣଙ୍କର ମତକୁ ଠିକ୍‌ ଭାବରେ ପରିଚାଳିତ କରା ନ ଯାଏ ଓ ରାମଲାଲାଙ୍କର ଭବ୍ୟ ମନ୍ଦିର ନିର୍ମାଣ ନ ହୁଏ ତେବେ ଆଗାମୀ ଦିନରେ ସରକାର ଜନ ଆକ୍ରୋଶର ସାମ୍ନା କରିବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ସେ କହିଥିଲେ।  ଅନ୍ୟମାନଙ୍କ ମଧ୍ୟରେ କ୍ରିୟାଯୋଗ ଆଶ୍ରମ ଭୁବନେଶ୍ୱର ସ୍ବାମୀ ଶଙ୍କରାନନ୍ଦ ଗିରି, ପରିଷଦର ପ୍ରାନ୍ତ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଶରତ ଚନ୍ଦ୍ର ଷଡ଼ଙ୍ଗୀ, ଭାରତୀୟ କିଶାନ ସଂଘର ରାଷ୍ଟ୍ରୀୟ ସମ୍ପାଦକ ମୋହିନୀ ମୋହନ ମିଶ୍ର, ପରିଷଦର ପ୍ରାନ୍ତ ଉପାଧ୍ୟକ୍ଷା ଟାଇଫନ ଦାଶନ୍‌, ଆରଏସ୍‌ଏସ୍‌ ମହାନଗର ସଂଘଚାଳକ ଡ.ବସନ୍ତ ପତି, ଆରଏସ୍‌ଏସ୍‌ ଓଡ଼ିଶା ପୂର୍ବପ୍ରାନ୍ତ ସହପ୍ରାନ୍ତ ପ୍ରଚାର ପ୍ରମୁଖ ଶାରଦା ପ୍ରସାଦ ଶତପଥୀ, ହିନ୍ଦୁ ଜାଗରଣ ସାମ୍ମୁଖ୍ୟ ଓଡ଼ିଶା ପୂର୍ବ ପ୍ରାନ୍ତର ଅଧ୍ୟକ୍ଷ ଅଜିତ୍‌ ପଟ୍ଟନାୟକନ୍‌, ଭାରତ ସ୍ବାଭିମାନ ଟ୍ରଷ୍ଟ ପତଞ୍ଜଳିର ସୁଧାଂଶୁ ଅଧିକାରୀ, ତେରାପନ୍ଥ ଜୈନ ସମାଜ ଅଖିଳ ଭାରତୀୟ ସମିତି ସଦସ୍ୟ ପ୍ରକାଶ ବେତାଲା ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। 

All Right Reserved By

ରାଜ୍ୟ |

ଜି.ଉଦୟଗିରି ନିର୍ବାଚନମଣ୍ଡଳୀ ଲାଗି ପ୍ରାର୍ଥୀ ଘୋଷଣା: ଭାଜପାରୁ ଲଢ଼ିବେ ଅର୍ଚ୍ଚନା, ବିଜେଡିରୁ ସାଲୁଗା

ଜି.ଉଦୟଗିରି ନିର୍ବାଚନମଣ୍ଡଳୀ ଲାଗି ପ୍ରାର୍ଥୀ ଘୋଷଣା: ଭାଜପାରୁ ଲଢ଼ିବେ ଅର୍ଚ୍ଚନା, ବିଜେଡିରୁ ସାଲୁଗା

ଦାରିଙ୍ଗବାଡ଼ି,୨୨।୩(ଡି.ଏନ୍‌.ଏ): କନ୍ଧମାଳ ଜିଲା ଜି.ଉଦୟଗିରି ନିର୍ବାଚନମଣ୍ଡଳୀର ସାଧାରଣ ନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥିନୀ ଅର୍ଚ୍ଚନା ପ୍ରଧାନଙ୍କୁ  ଗୁରୁବାର  ଭାଜପା ପକ୍ଷରୁ ଟିକେଟ୍‌ ମିଳିଛି। ଏ ନେଇ ଅର୍ଚ୍ଚନା ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ବରିଷ୍ଠ ନେତା ଓ ସହଯୋଗୀମାନଙ୍କୁ ସାଧୁବାଦ ଜଣାଇଛନ୍ତି । 

ପୁରୀ ଷ୍ଟେଶନରେ ଅଗ୍ନିକାଣ୍ଡ: ତପସ୍ବିନୀ ଏକ୍ସପ୍ରେସର ୩ ବଗିରେ ଲାଗିଲା ନିଆଁ

ପୁରୀ ଷ୍ଟେଶନରେ ଅଗ୍ନିକାଣ୍ଡ: ତପସ୍ବିନୀ ଏକ୍ସପ୍ରେସର ୩ ବଗିରେ ଲାଗିଲା ନିଆଁ

ପୁରୀ ଅଫିସ, ୨୨।୩ : ପୁରୀ ସହରରେ ହୋଲିର ମାହୋଲ ଚାଲିଥିବାବେଳେ ରେଳଷ୍ଟେଶନରେ ଏକ ଅଭାବନୀୟ ଘଟଣା ଘଟିଛି। ୪ ନଂ ପ୍ଲାଟଫର୍ମରେ ରହିଥିବା ତପସ୍ବିନୀ ଏକ୍ସପ୍ରେସ ବଗି ନଂ(୩,୪ ଏବଂ ୫)ରେ କୌଣସି କାରଣରୁ ଅପରାହ୍ନ ୧ଟାରେ ନିଆଁ ଲାଗିଥିଲା।

 ଶତାଧିକ ଲିଟର ଦେଶୀ ମଦ, ତାଡ଼ି ଜବତ: ୪ ଗିରଫ

ଶତାଧିକ ଲିଟର ଦେଶୀ ମଦ, ତାଡ଼ି ଜବତ: ୪ ଗିରଫ

ଦାରିଙ୍ଗବାଡ଼ି,୨୨।୩(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅବକାରୀ ବିଭାଗ ପକ୍ଷରୁ   ଗୁରୁବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ  ୫୫ ଲିଟର ଦେଶୀ ମଦ, ୧୨୦ ଲିଟର ଖଜୁରି  ଓ ସଲପ ତାଡ଼ି ଜବତ କରାଯାଇଛି।

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାରକୁ ରୋକିବା ପାଇଁ ପ୍ରୟାସ:    ଏସ୍‌ଏସ୍‌ଟି ଟିମ୍‌ର ସ୍ଥିତି ଅନୁଧ୍ୟାନ

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାରକୁ ରୋକିବା ପାଇଁ ପ୍ରୟାସ: ଏସ୍‌ଏସ୍‌ଟି ଟିମ୍‌ର ସ୍ଥିତି ଅନୁଧ୍ୟାନ

ଦାରିଙ୍ଗବାଡ଼ି,୨୨।୩(ଡି.ଏନ୍‌.ଏ): ଚଳିତ ସାଧାରଣ ନିର୍ବାଚନକୁ ଅବାଧ ଓ ମୁକ୍ତ କରିବା ପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ  ପ୍ରୟାସ ଆରମ୍ଭ ହୋଇଛି । ଭୋଟରଙ୍କୁ ପ୍ରାର୍ଥୀ ଏବଂ ବିଭିନ୍ନ ଦଳ ପକ୍ଷରୁ ପ୍ରଭାବିତ କରିବା ଆଶଙ୍କା କରାଯାଇ ପ୍ରଶାସନ ପକ୍ଷରୁ ଦୁଇଟି ଟିମ୍‌ ଗଠନ କରାଯାଇଛି।

୯୯ ଆସନ ଲାଗି ଭାଜପାର ପ୍ରାର୍ଥୀ ତାଲିକା ଘୋଷଣା: ଜାଣନ୍ତୁ କେଉଁ ବିଧାନସଭା ଆସନରୁ କିଏ ଲଢ଼ିବେ...

୯୯ ଆସନ ଲାଗି ଭାଜପାର ପ୍ରାର୍ଥୀ ତାଲିକା ଘୋଷଣା: ଜାଣନ୍ତୁ କେଉଁ ବିଧାନସଭା ଆସନରୁ କିଏ ଲଢ଼ିବେ...

ଭୁବନେଶ୍ୱର,୨୨।୩(ବ୍ୟୁରୋ): ବିଜେଡି ଓ କଂଗ୍ରେସ ପରେ ଗୁରୁବାର ଭାଜପା ପକ୍ଷରୁ ୨୦୧୯ ସାଧାରଣ ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟରେ ୯୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଆସନ୍ତୁ ଜାଣିବା କେଉଁଠୁ କିଏ ଲଢ଼ିବେ.. 

 ଆଗକୁ ନିର୍ବାଚନ: ଭଞ୍ଜନଗରରେ ୪ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢ଼େଇ

ଆଗକୁ ନିର୍ବାଚନ: ଭଞ୍ଜନଗରରେ ୪ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢ଼େଇ

ଭଞ୍ଜନଗର,୨୨।୩(ଡି.ଏନ୍‌.ଏ.): ଭାଜପା ପକ୍ଷରୁ ଗୁରୁବାର ବିଳମ୍ବିତ ରାତିରେ ୯୯ ବିଧାୟକଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ସେଥିମଧ୍ୟରୁ ଗଞ୍ଜାମ ଜିଲା ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରଦ୍ୟୁମ୍ନ ନାୟକଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି । 

 ଷଷ୍ଠଥର ପାଇଁ ଭଞ୍ଜନଗରରୁ ଲଢ଼ିବେ  ବିକ୍ରମ ଆରୁଖ: ଟିକେଟ ପାଇବା ପରେ ସମର୍ଥକଙ୍କ ବାଇକ୍‌ ରାଲି

ଷଷ୍ଠଥର ପାଇଁ ଭଞ୍ଜନଗରରୁ ଲଢ଼ିବେ ବିକ୍ରମ ଆରୁଖ: ଟିକେଟ ପାଇବା ପରେ ସମର୍ଥକଙ୍କ ବାଇକ୍‌ ରାଲି

ଭଞ୍ଜନଗର,୨୨।୩(ଡି.ଏନ୍‌.ଏ): ଷଷ୍ଠଥର ପାଇଁ ବିଜେଡି ବିଧାୟକ ଭାବେ ଭଞ୍ଜନଗର ନିର୍ବାଚନମଣ୍ଡଳୀରୁ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରତିଦ୍ୱନ୍ଦ୍ୱିତା କରିବେ। 

ଏକାମ୍ର ଆସନରେ ବାବୁ ସିଂଙ୍କୁ ଟିକେଟ ମିଳିବାକୁ ବିରୋଧ: ଧାରଣାରେ ବସିଲେ ଅମୀୟଙ୍କ ସମର୍ଥକ

ଏକାମ୍ର ଆସନରେ ବାବୁ ସିଂଙ୍କୁ ଟିକେଟ ମିଳିବାକୁ ବିରୋଧ: ଧାରଣାରେ ବସିଲେ ଅମୀୟଙ୍କ ସମର୍ଥକ

ଭୁବନେଶ୍ୱର,  ୨୨।୩ (ବ୍ୟୁରୋ) : ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ଦଳରେ ବିଦ୍ରୋହ ଦେଖାଦେଇଛି।

 ଗାଈ ଫସଲ ଖାଇବାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ: ୪ ଗୁରୁତର

ଗାଈ ଫସଲ ଖାଇବାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ: ୪ ଗୁରୁତର

ଭଞ୍ଜନଗର,୨୨।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଶାର୍ଦ୍ଦୂଳରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଈ ଫସଲ ଖାଇବାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ୪ ଜଣ ଗୁରୁତର ହୋଇଛନ୍ତି। 

୯୯ରୁ ୯

୯୯ରୁ ୯

ଭୁବନେଶ୍ୱର,୨୨।୩(ବ୍ୟୁରୋ): ୨୦୧୯ ବିଧାନସଭା ନିର୍ବାଚନ ଲାଗି  ଓଡ଼ିଶାର ୧୪୭ ଆସନ ମଧ୍ୟରୁ ୯୯ଟି ପାଇଁ ଭାଜପା ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। 

ବୃଦ୍ଧଙ୍କୁ ନିର୍ମମ ହତ୍ୟା

ବୃଦ୍ଧଙ୍କୁ ନିର୍ମମ ହତ୍ୟା

ସରଣ୍ଡା,୨୨।୩(ଡି.ଏନ୍‌.ଏ): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ  ଚକୁଳିଫାର୍ମ ସତୀଯୋର ନିକଟରେ ଜନୈକ ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଜଣକ ହେଲେ ଚକୁଳିଫାର୍ମ ନୂଆଁଖଇରପାଲିର ପି. ସତ୍ୟପ୍ରସାଦ ଚୌଧୁରୀ(୫୫) ବୋଲି ଜଣାପଡ଼ିଛି। 

ଆସ୍କା ବିଧାନସଭା ଆସନ ଝୁଲାଇ ରଖିଲା ଭାଜପା

ଆସ୍କା ବିଧାନସଭା ଆସନ ଝୁଲାଇ ରଖିଲା ଭାଜପା

ଭୁବନେଶ୍ୱର,୨୨।୩:  ଭାଜପା ପକ୍ଷରୁ ଗୁରୁବାର ଓଡ଼ିଶା ବିଧାନସଭାର ୧୪୭ଟି ଆସନ ମଧ୍ୟରୁ ୯୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ତେବେ ଏହି ତାଲିକାରେ ଆସ୍କା ଆସନ ବାଦ୍‌ ପଡ଼ିଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା