ବାଲେଶ୍ୱର

ସମସ୍ୟାରେ ବରହମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଦାବି ପୂରଣ ନ ହେଲେ ୧୭ରେ ରାସ୍ତାରୋକୋ ଆନ୍ଦୋଳନ

ସମସ୍ୟାରେ ବରହମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଦାବି ପୂରଣ ନ ହେଲେ ୧୭ରେ ରାସ୍ତାରୋକୋ ଆନ୍ଦୋଳନ

ସଜନାଗଡ଼, ୯।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକରେ ଥିବା ଏକମାତ୍ର ବରହମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ଗତ ୨୦୦୮ ମସିହାରୁ ସ୍ବୀକୃତିପ୍ରାପ୍ତ ଏହି ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ବ୍ଲକର ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ କାର୍ଯ୍ୟରତ। ବରହମପୁର ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୧୨ରୁ ଊର୍ଦ୍ଧ୍ୱ ପଞ୍ଚାୟତବାସୀ ଓ ମୟୂରଭଞ୍ଜ ଜିଲାର ଅନ୍ୟୁନ ୧୦ଗୋଟି ପଞ୍ଚାୟତର ଅଧିବାସୀ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି। ସରକାରଙ୍କ ନିୟମ ଅନୁଯାୟୀ ଏଠାରେ ୪ଜଣ ବିଶେଷଜ୍ଞ ଡାକ୍ତରଙ୍କ ସହିତ ୨ଜଣ ଡାକ୍ତର ରହିବା କଥା। ହେଲେ ଜଣେ ଫାର୍ମାସିଷ୍ଟ ଓ ଆୟୁଷ ଡାକ୍ତରଙ୍କ ଦ୍ୱାରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଚାଳିତ ହେଉଛି। ଫଳରେ ଲୋକେ ସ୍ବାସ୍ଥ୍ୟସେବା ନ ପାଇ ମୃତ୍ୟୁମୁଖରେ ପଡୁଛନ୍ତି। ଏହି ପରିପ୍ରେକ୍ଷୀରେ ‘ବଣସୀମା ଆଞ୍ଚଳିକ ବିକାଶ ପରିଷଦ’ ସଭାପତି ସୁଧରଞ୍ଜନ ଦାସ, ଉପସଭାପତି ଅକ୍ଷୟ କୁମାର ବେହେରା, କୋଷାଧ୍ୟକ୍ଷ ଉପେନ୍ଦ୍ର ଦାସ, ସୁରେଶ ଶଙ୍ଖୁଆ, ଅମରେନ୍ଦ୍ର ନାୟକ, ଯଶୋଦା ନାୟକ, ଶଶୀଧର ମହାପାତ୍ର ପ୍ରମୁଖ ସ୍ବାସ୍ଥ୍ୟସେବା ଦିଗରେ ସୁଧାର ଆଣିବା ଲାଗି ଅଣ୍ଟା ଭିଡିଛନ୍ତି। ଏନେଇ ଆନ୍ଦୋଳନ କରାଯିବା ଲାଗି ଚେତାବନୀ ଦେବା ସହ ପ୍ରଶାସନିକ ଅଧିକାରୀଙ୍କୁ ଦରଖାସ୍ତ ପ୍ରଦାନ ଲାଗି ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୧୬ ତାରିଖ ମଧ୍ୟରେ ଏ ଦିଗରେ ଦୃଷ୍ଟି ଦିଆ ନ ଗଲେ ଦଳଗତ ନିର୍ବିଶେଷରେ ୧୭ତାରିଖ ଭୋର ୫ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୧୯ ନଂ. ରାଜ୍ୟ ରାଜପଥ ଶେରଗଡ଼-ଉଦଳା ରାସ୍ତାର ଗୋହିରା ଛକଠାରେ ଏକ ବିରାଟ ଶାନ୍ତିପୂଣ୍ଣର୍ର୍ ରାସ୍ତାରୋକୋ କରାଯିବ ବୋଲି ଚେତାବନୀ ଦିଆଯାଇଛି। 


All Right Reserved By

ବାଲେଶ୍ୱର

ଅଦିନିଆ ବର୍ଷାରେ କୋବି ଫସଲ କ୍ଷତିଗ୍ରସ୍ତ

ଅଦିନିଆ ବର୍ଷାରେ କୋବି ଫସଲ କ୍ଷତିଗ୍ରସ୍ତ

ଚମ୍ପୁଆ, ୧୯।୩ (ଡି.ଏନ.ଏ.)-ତିନିଦିନ ଧରି ଚମ୍ପୁଆ ଅଞ୍ଚଳରେ ଲାଗିରହିଥିବା ବର୍ଷା ଫଳରେ ପନିପରିବା ଚାଷୀମାନେ ବହୁ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି। ବିଶେଷ ଭାବେ ପରିବା ଚାଷୀଙ୍କ ଉପରେ ଏହାର ପ୍ରଭାବ ପ୍ରବଳ ମାତ୍ରାରେ ପଡିଛି। 

‘ସମୟାନୁବର୍ତ୍ତିତା ଦେଇଛି ଜୀବିକା ’: ୬ ମାସ ଚାଷ, ୪ ମାସ ଲସି ବେପାର

‘ସମୟାନୁବର୍ତ୍ତିତା ଦେଇଛି ଜୀବିକା ’: ୬ ମାସ ଚାଷ, ୪ ମାସ ଲସି ବେପାର

ଭଦ୍ରକ ଅଫିସ, ୧୯।୩- ସମୟର ସଦୁପଯୋଗ କଲେ କାହା ପେଟ ଅପୋଷା ରହିବ ନାହିଁ ା ଏକଥା କହିଛନ୍ତି  ଅନନ୍ତ କୁଅଁର(୫୦)। ପେଶାରେ ସେ ଜଣେ ଚାଷୀ। ଘର ତିହିଡି ବ୍ଳକ ବୁଡଙ୍ଗ ଗାଁରେ। ବର୍ଷା ଦିନେ ବିଲରେ ହଳ କରି ଚାଷ କରି ଫସଲ ଉତ୍ପାଦନ କରିଥାନ୍ତି। ଗାଁରେ ଜଳସେଚନ ବ୍ୟବସ୍ଥା ନ ଥିବାରୁ ଖରାଦିନ ଆସିଲେ କୌଣସି ଫସଲ କରି ପାରି ନ ଥାନ୍ତି।  

ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟରେ  ଛାତ୍ର ଅଶାନ୍ତି: ୨୪ ଘଣ୍ଟା ମଧ୍ୟରେ କୁଳସଚିବଙ୍କ ବଦଳି ଦାବି, ଥାନାରେ ଅଭିଯୋଗ

ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟରେ ଛାତ୍ର ଅଶାନ୍ତି: ୨୪ ଘଣ୍ଟା ମଧ୍ୟରେ କୁଳସଚିବଙ୍କ ବଦଳି ଦାବି, ଥାନାରେ ଅଭିଯୋଗ

ବାରିପଦା ଅଫିସ,୧୯।୩- ବାରିପଦା ତକତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟରେ ମଙ୍ଗଳବାର ଛାତ୍ର ଅଶାନ୍ତି ଦେଖା ଦେଇଛି। କୁଳସଚିବ ପ୍ରମୋଦ କୁମାର ଶତପଥୀ ଛାତ୍ରୀଛାତ୍ରଙ୍କୁ ଦୁର୍ବ୍ୟବାର କରିବା ଅଭିଯୋଗ ହୋଇଛି। ଛାତ୍ରୀଛାତ୍ରମାନେ ଘଟଣା ସମ୍ପର୍କରେ କୁଳପତି ପ୍ରଦୀପ କୁମାର ଚାନ୍ଦଙ୍କୁ ଅବଗତ କରାଇବା ସହିତ ୨୪ ଘଣ୍ଟା ମଧ୍ୟରେ କୁଳସଚିବଙ୍କ ବଳଦି ଦାବି କରିଛନ୍ତି। 

ପଞ୍ଚଲିଙ୍ଗେଶ୍ୱର ପୀଠରେ ଯୁବକଙ୍କୁ ହତ୍ୟା ଘଟଣା:  ଅଭିଯୁକ୍ତ ଗିରଫ

ପଞ୍ଚଲିଙ୍ଗେଶ୍ୱର ପୀଠରେ ଯୁବକଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତ ଗିରଫ

ସଜନାଗଡ଼, ୧୯।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ଗତ ଫେବୃୟାରୀ ୮ତାରିଖରେ ଜଣେ ଅଜଣା ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାର ଦେଢ଼ମାସ ପରେ ନୀଳଗିରି ପୋଲିସ୍‌ ହତ୍ୟାକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ, ସ୍ତ୍ରୀ ଗୁରୁତର

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ, ସ୍ତ୍ରୀ ଗୁରୁତର

କେନ୍ଦୁଝର,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅନ୍ତର୍ଗତ ବାଂଶପାଳ ବ୍ଲକ କାଞ୍ଜିପାଣି ନିକଟ ୪୯ନଂ ଜାତୀୟ ରାଜପଥରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ବାଇକ୍‌କୁ ଏକ ଟ୍ରକ ଧକ୍କା ଦେବାରୁ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି।

ଜାତୀୟ ରାଜପଥରେ ଜଳିଗଲା ସ୍କୁଲ ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ୧୧ ଛାତ୍ରୀଛାତ୍ର

ଜାତୀୟ ରାଜପଥରେ ଜଳିଗଲା ସ୍କୁଲ ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ୧୧ ଛାତ୍ରୀଛାତ୍ର

ପାଟଣା,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଦେଇ ଯାଇଥିବା ୨୨୦ ନଂ. ଜାତୀୟ ରାଜପଥର ପାଟଣା-କରଞ୍ଜିଆ ରାସ୍ତାର ଧାନବେଣୀ ନିକଟରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏକ ସ୍କୁଲ ଟାଟା ମ୍ୟାଜିକ୍‌ ଗାଡ଼ିରେ ନିଆଁ ଲାଗିଯିବାରୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଛି। ଏଥିରୁ ଛାତ୍ରୀଛାତ୍ର ଅଳ୍ପକେ ବର୍ତ୍ତିଯାଇଛନ୍ତି। 

କେନ୍ଦୁଝରର  ବିଭିନ୍ନ ସ୍ଥାନରେ ଚଢ଼ାଉ,ଗଞ୍ଜେଇ, ମଦ ଜବତ:  ୨ ଗିରଫ

କେନ୍ଦୁଝରର ବିଭିନ୍ନ ସ୍ଥାନରେ ଚଢ଼ାଉ,ଗଞ୍ଜେଇ, ମଦ ଜବତ: ୨ ଗିରଫ

କେନ୍ଦୁଝର,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଅଙ୍ଗିକଳା ଗ୍ରାମରେ ମଙ୍ଗଳବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏଥିରେ ଗ୍ରାମର ରୟା ନାୟକଙ୍କ ଘରୁ  ୩  କିଲୋ ୧ ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି ।

 ୪ ଶହ ଲିଟର ମଦ ସହ ବୋଲେରୋ ଜବତ: ୨ ଗିରଫ

୪ ଶହ ଲିଟର ମଦ ସହ ବୋଲେରୋ ଜବତ: ୨ ଗିରଫ

ଭଦ୍ରକ ଅଫିସ,୧୯।୩: ଭଦ୍ରକ ଜିଲା ଜାତୀୟ ରାଜପଥ ରାଣୀତାଲ ନିକଟରୁ ମଙ୍ଗଳବାର ଏକ ମଦଭର୍ତ୍ତି  ବୋଲେରୋ ଜବତ କରାଯାଇଛି।

ନକଲି  ଜର୍ଦ୍ଦା  କାରଖାନରେ ଚଢ଼ାଉ : ଲକ୍ଷାଧିକ  ଟଙ୍କାର  ଜର୍ଦ୍ଦା , ଯନ୍ତ୍ରାଂଶ  ଜବତ

ନକଲି ଜର୍ଦ୍ଦା କାରଖାନରେ ଚଢ଼ାଉ : ଲକ୍ଷାଧିକ ଟଙ୍କାର ଜର୍ଦ୍ଦା , ଯନ୍ତ୍ରାଂଶ ଜବତ

ଭଦ୍ରକ ଅଫିସ,୧୯।୩: ଭଦ୍ରକ ଜିଲା  ପୁରୁଣା ବଜାର ପୋଲିସ ସୋମବାର  ବିଳମ୍ବିତ  ରାତିରେ ଏକ ନକଲି ଜର୍ଦ୍ଦା କାରଖାନା ଠାବ କରିଛି l ଥାନାଧିକାରୀ ପ୍ରଜ୍ଞା ମହାନ୍ତିଙ୍କ ନେତୃତ୍ୱରେ ଛଡ଼ାକମହଲା  ସୁଲତାନନଗରରେ ବହୁଦିନ ଧରି  ଚାଲିଥିବା ଏହି  ନକଲି ଜର୍ଦ୍ଦା କାରଖାନା ଉପରେ  ଚଢ଼ାଉ କରାଯାଇଥିଲା।

ବିଷାକ୍ତ ଛତୁ ଖାଇ ୩ଗୁରୁତର

ବିଷାକ୍ତ ଛତୁ ଖାଇ ୩ଗୁରୁତର

ପାଟଣା,୧୯।୩(ସ୍ବ,ପ୍ର,): କେନ୍ଦୁଝର ଜିଲା ପାଟଣା ବ୍ଲକ ମିରିଖୋଜି ବିଶ୍ୱାଳ ସାହିରେ ସୋମବାର ସାରେ ବିଷାକ୍ତ ଛତୁ ଖାଇ ଏକ ପରିବାରର ୩ଜଣ ଗୁରୁତର ହୋଇଛନ୍ତି। 

ରୂପସା ଝୋଟ କାରଖାନାରେ ଲକ୍‌ଆଉଟ୍‌

ରୂପସା ଝୋଟ କାରଖାନାରେ ଲକ୍‌ଆଉଟ୍‌

ରୂପସା,୧୯।୩(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ରୂପ୍‌ସାସ୍ଥିତ ଝୋଟ କାରଖାନାରେ କର୍ତ୍ତୃପକ୍ଷ ମଙ୍ଗଳବାର ଲକ୍‌ ଆଉଟ୍‌ ଘୋଷଣା କରିଛନ୍ତି। ଫଳରେ ଶ୍ରମିକ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ କାରଖାନା ଚାଲୁ ହେବା ପାଇଁ ଶ୍ରମିକ ସଂଘ ପକ୍ଷରୁ ଦାବି ହୋଇଛି। ଏ ସମ୍ପର୍କରେ ସଂଘର କର୍ମକର୍ତ୍ତା ବାଲେଶ୍ୱର ଜିଲାପାଳ ଓ ଶ୍ରମ କାର୍ଯ୍ୟାଳୟରେ ଅବଗତ କରାଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଗତ ଫେବୃୟାରୀ ୨୨ ତାରିଖରେ ମିଲ୍‌ମାଲିକ, ସଂଘ ସଭାପତି ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଶ୍ରମିକଙ୍କ ବର୍ଦ୍ଧିତ ମଜୁରୀ ପ୍ରଦାନ ସମ୍ପର୍କରେ ଆଲୋଚନା ହୋଇଥିଲା।

ନୀଳଗିରିକୁ ପଶିଲେ ୨୮ରୁ ଊର୍ଦ୍ଧ୍ୱ ଝାଡ଼ଖଣ୍ଡୀ ହାତୀ,  ଲୋକେ ଆତଙ୍କିତ

ନୀଳଗିରିକୁ ପଶିଲେ ୨୮ରୁ ଊର୍ଦ୍ଧ୍ୱ ଝାଡ଼ଖଣ୍ଡୀ ହାତୀ, ଲୋକେ ଆତଙ୍କିତ

ସଜନାଗଡ଼,୧୯।୩(ଡି.ଏନ୍‌.ଏ): ଝାଡ଼ଖଣ୍ଡ ଜଙ୍ଗଲରୁ ନିୟମିତ ଭାବେ ୨୦୧୦ ମସିହାରୁ ହାତୀପଲ ନୀଳଗିରି ବନାଞ୍ଚଳକୁ ଚାଲି ଆସୁଥିବା ବେଳେ ଗତରାତିରେ ଦଳଦଳ ହୋଇ  ମୟୂରଭଞ୍ଜ, ନଡ଼ୁପର, ବାଲେଶ୍ୱରର ନୀଳଗିରି ରେଞ୍ଜ ଅଧୀନ ପୁନ୍ଦାଳ, କାଠପାଳି, ଦୁର୍ଗାଦେବୀ, ପାଟଣା, ଅଯୋଧ୍ୟା ରାସ୍ତା ଦେଇ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ସୋମବାର ବିଳମ୍ବିତ ରାତିରେ ପ୍ରବେଶ କରିଛନ୍ତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା