ଉପକୂଳ ଓଡିଶା

ଅଣତାଲିମପ୍ରାପ୍ତ ଶିକ୍ଷକଙ୍କ କର୍ମଶାଳା: ପ୍ରଯୁକ୍ତିବିଦ୍ୟାର ଜ୍ଞାନକୌଶଳ ଉପରେ ଗୁରୁତ୍ୱ

ଅଣତାଲିମପ୍ରାପ୍ତ ଶିକ୍ଷକଙ୍କ କର୍ମଶାଳା: ପ୍ରଯୁକ୍ତିବିଦ୍ୟାର ଜ୍ଞାନକୌଶଳ ଉପରେ ଗୁରୁତ୍ୱ

କେନ୍ଦ୍ରାପଡ଼ା ଅଫିସ, ୯।୧୨- କେନ୍ଦ୍ରାପଡା ସହରର ଗୋପସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟରେ ଚାଲିଥିବା ସ୍ବୟଂଶାସିତ ସଂସ୍ଥା ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟର ପ୍ରଶିକ୍ଷଣ କେନ୍ଦ୍ରରେ ଅଣତାଲିମ୍‌ପ୍ରାପ୍ତ କାର୍ଯ୍ୟରତ ଶିକ୍ଷକ କର୍ମଶାଳା ରବିବାରଠାରୁ ଆରମ୍ଭ ହୋଇଛି। ଭାରତ  ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେଉଥିବା ଏହି ୧୨ଦିନିଆ କର୍ମଶାଳାକୁ ଶିକ୍ଷାବିତ ନନ୍ଦ କିଶୋର ପରିଡା ଉଦ୍‌ଘାଟନ କରିଥିଲେ। ଡ. ହୀରାମଣି ବେହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଶିକ୍ଷାବିତ ପରିଡା, ଡିଆଇଇଟି ପ୍ରଶିକ୍ଷିକା ଅନୁସୂୟା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ନୂତନପିଢୀର ଶିକ୍ଷକମାନେ ଶ୍ରେଣୀ କକ୍ଷରେ ପ୍ରଯୁକ୍ତିବିଦ୍ୟାର ଜ୍ଞାନକୌଶଳ ଉପଯୋଗ କଲେ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି  ହୋଇପାରିବ ବୋଲି ଏହି ଅବସରରେ ଅତିଥିମାନେ  ମତବ୍ୟକ୍ତ କରିଥିଲେ। ଡ. ପ୍ରଭାକର ମଲ୍ଲିକ କର୍ମଶାଳା ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ପ୍ରାଧ୍ୟାପକ ଗୋଲୋଖ ଚନ୍ଦ୍ର ମହାଭୋଇ, ରବୀନ୍ଦ୍ରନାଥ ପରିଡା, ଇନ୍ଦୁମତୀ ସାହୁ, ଓ ଦୈତାରୀ ସାହୁ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ। 

All Right Reserved By

ଉପକୂଳ ଓଡିଶା

ଅଗ୍ନିକାଣ୍ଡରେ ଫାଟିଗଲା କୋଠାଘର

ଅଗ୍ନିକାଣ୍ଡରେ ଫାଟିଗଲା କୋଠାଘର

ଡେରାବିଶ,୧୮।୩ (ସ୍ବ.ପ୍ର.)-ଡେରାବିଶ ବ୍ଲକ ଅଧୀନ ରଘୁଦେଇପୁର ପଞ୍ଚାୟତ କଂସାରୀପାଟଣା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଏକ କୋଠାଘର ଫାଟି ଯାଇଛି। ଏଥିସହିତ ଏହି ଘରେ ଥିବା ନଗଦ ୧୫ ହଜାର ଟଙ୍କା ସହ ସମସ୍ତ ଆସବାବ ପତ୍ର ଜଳିଯାଇଛି। 

ଶୁଭୁନି ଘରଚଟିଆଙ୍କ କିଚିରିମିଚିରି

ଶୁଭୁନି ଘରଚଟିଆଙ୍କ କିଚିରିମିଚିରି

ଖଣ୍ଡପଡା,୧୮ା୩(ଅଜୟ କୁମାର ମହାରଣା)- ମଣିଷ ଓ ପଶୁପକ୍ଷୀଙ୍କ ସହାବସ୍ଥାନ ପ୍ରକୃତିର ନିଷ୍ପତ୍ତି। ମାତ୍ର ସ୍ରଷ୍ଟାଙ୍କ ଶ୍ରେଷ୍ଠ ଜୀବ ବୋଲାଉଥିବା ମଣିଷର କ୍ରୁରତାରେ ପଶୁପକ୍ଷୀଙ୍କ ଜୀବନ ଏବେ ବିପନ୍ନ ା ପୂର୍ବରୁ ପଶୁପକ୍ଷୀଙ୍କ ପାଇଁ ମଣିଷ ହୃଦୟରେ ଥିଲା ଜୀବେ ଦୟା ମନୋବୃତ୍ତି।

କେତକୀ ଫୁଲରେ ସଜାହେଲେ ଶ୍ରୀଲଚ୍ଛମନ ଜୀଉ

କେତକୀ ଫୁଲରେ ସଜାହେଲେ ଶ୍ରୀଲଚ୍ଛମନ ଜୀଉ

ଡେରାବିଶ, ୧୮।୩ (ସ୍ବ.ପ୍ର.)-ବିଭିନ୍ନ ପୂଜା, ପର୍ବରେ କେତକୀ ଫୁଲର ଆଦର ସବୁବେଳେ ରହିଆସିଛି। ଜାଗରରେ ଶିବଙ୍କୁ  ଏହି ଫୁଲ ଚଢ଼ାଇଲେ ମାନସିକ ପୁରଣ ହୁଏ ବୋଲି ବିଶ୍ୱାସ ଥିବା ବେଳେ ଫଗୁଣ ମାସ ଦୋଳରେ ବି ଏହି ଫୁଲ ବେଶ ଆବଶ୍ୟକ ପଡ଼ିଥାଏ। 

ସରକାରୀ ନିର୍ଦ୍ଦେଶ ମାନୁ ନାହାନ୍ତି ଶିକ୍ଷକ : ପରୀକ୍ଷା ସରିବା ମାତ୍ରେ ବିଦ୍ୟାଳୟରେ ତାଲା

ନାଉଗଁା,୧୮ା୩(ସ୍ବ.ପ୍ର.): ଦୀର୍ଘଦିନ ହେଲା ଜଗତସିଂହପୁର ଜିଲା ନାଉଗଁାରେ ସ୍ଥାୟୀ ବ୍ଲକ ଶିକ୍ଷା ଅଧିକାରୀ ନ ଥିବାରୁ ଶିକ୍ଷକମାନେ ମନଇଚ୍ଛା କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। 

ବେସରକାରୀ ଜମିରେ ସରକାରୀ ରାସ୍ତା ନିର୍ମାଣ, ଆର୍‌ଡି ଅଫିସ ସମ୍ମୁଖରେ ଧାରଣା

ବେସରକାରୀ ଜମିରେ ସରକାରୀ ରାସ୍ତା ନିର୍ମାଣ, ଆର୍‌ଡି ଅଫିସ ସମ୍ମୁଖରେ ଧାରଣା

ନିଶ୍ଚିନ୍ତକୋଇଲି, (ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଗ୍ରାମ୍ୟଉନ୍ନୟନ ବିଭାଗ ଅଧୀନରେ କଟକ-ଚାନ୍ଦବାଲି ରାସ୍ତାଠାରୁ ଗୋପପୁର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୨୫୮ ପ୍ୟାକେଜ ପ୍ରକଳ୍ପ ମଞ୍ଜୁରୀ ହୋଇଛି । ଏହି ପ୍ରକଳ୍ପ ପାଇଁ ୧କୋଟି ୮୬ଲକ୍ଷ ବ୍ୟୟବରାଦ କରାଯାଇଛି।

  ଗ୍ରୀନ୍‌ ଆର୍ଥ ପକ୍ଷରୁ ଘରଚଟିଆ ସଂରକ୍ଷଣ ଅଭିଯାନ: ପ୍ରଦୁଷିତ ଜଳବାୟୁ, ସାର, କୀଟନାଶକ ସାଜିଛି ସୁରକ୍ଷା ବାଧକ

ଗ୍ରୀନ୍‌ ଆର୍ଥ ପକ୍ଷରୁ ଘରଚଟିଆ ସଂରକ୍ଷଣ ଅଭିଯାନ: ପ୍ରଦୁଷିତ ଜଳବାୟୁ, ସାର, କୀଟନାଶକ ସାଜିଛି ସୁରକ୍ଷା ବାଧକ

ଖଣ୍ଡପଡ଼ା,୧୮ା୩(ସ୍ବ.ପ୍ର.): ଆଗାମୀ ୨୦ ତାରିଖରେ ବିଶ୍ୱ ଘରଚଟିଆ ଦିବସ ପାଳନ କରାଯିବ ା ଏହି ଅବସରରେ ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଶିଖରପୁର ପଞ୍ଚାୟତ ସଭାଗୃହରେ  ରବିବାର ‘ଗ୍ରୀନ ଆର୍ଥ’ ପକ୍ଷରୁ ଘରଚଟିଆ ସଂରକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ବିଭାଗୀୟ  ଅଧିକାରୀଙ୍କ ଅଣଦେଖା, ବର୍ଷକ ପରେ ସହାୟତା ରାଶି ପାଇନାହାନ୍ତି ମୁଗଚାଷୀ

ବିଭାଗୀୟ ଅଧିକାରୀଙ୍କ ଅଣଦେଖା, ବର୍ଷକ ପରେ ସହାୟତା ରାଶି ପାଇନାହାନ୍ତି ମୁଗଚାଷୀ

ପାଟକୁରା, ୧୭।୩ (ଡି.ଏନ.ଏ.)-ଗରଦପୁର ବ୍ଲକ ଅଧୀନ ବେଡାରୀ ପଞ୍ଚାୟତର ବେଡାରୀ, ସୋଲପାଟ, କୁଳତୁଠୀ, ହରିଦାସପୁର, ପରକଣା, ଶ୍ରୀଚନ୍ଦନପୁର ଓ ଦଳୁଆଣି ଗ୍ରାମରେ ଗତବର୍ଷ କୃଷି ବିଭାଗ ତରଫରୁ ମୁଗଚାଷ କରାଯାଇଥିଲା।

ବୁଥ୍‌ରେ ବ୍ୟବହାର ହେବ ସୋଲାର ଲାଇଟ୍‌

ବୁଥ୍‌ରେ ବ୍ୟବହାର ହେବ ସୋଲାର ଲାଇଟ୍‌

କେନ୍ଦ୍ରାପଡା ଅଫିସ୍‌, ୧୭।୩-କେନ୍ଦ୍ରାପଡା ଜିଲାର ୫ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥ୍‌ ସଂଖ୍ୟା ୧୪୩୮। ଆସନ୍ତା ଏପ୍ରିଲ ୨୦ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଜିଲାର ସମସ୍ତ ବୁଥ୍‌ରେ କିରୋସିନ ଲଣ୍ଠନ ପରିବର୍ତ୍ତେ ସୌରଚାଳିତ ଲଣ୍ଠନ ବ୍ୟବହାର କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛଇ। ଏଥିପାଇଁ ଟେଣ୍ଡର ମଧ୍ୟ ସରିଛି। 

ଧ୍ୟାନକୁଦ ପୀଠରେ ଲଉଡି ମହୋତ୍ସବ

ଧ୍ୟାନକୁଦ ପୀଠରେ ଲଉଡି ମହୋତ୍ସବ

ବିରିଡି,୧୭।୩(ଡି.ଏନ.ଏ): ବିରିଡ଼ି ବ୍ଲକ ଧ୍ୟାନକୁଦ ପୀଠରେ ଶନିବାର ପଞ୍ଚସଖା ଯାଦବ ସଂଘ ଆନୁକୂଲ୍ୟରେ ଚତୁଦର୍ଶ ବାର୍ଷିକ ଲଉଡ଼ି ମହୋତ୍ସବ ଏକ ଆଧ୍ୟାମତ୍ିକ ପରିବେଶରେ ଅନୁଷ୍ଠିତ ହୋଇଛି। ଦୋଳଦଶମୀ ତିଥିରେ ଧ୍ୟାନକୁଦ ଲଉଡ଼ି ସଂସ୍କୃତି କେନ୍ଦ୍ରଠାରେ ଅନୁଷ୍ଠିତ ଏହି ଲଉଡ଼ି ମହୋତ୍ସବରେ ବିଭିନ୍ନ ଅଞ୍ଚଳର ୯ ଦଳ ଭାଗ ନେଇ ଲଉଡି ପରିବେଷଣ କରିଥିଲେ। 

ଚାଚେରି ବୁଲି ଭୋଗ ଖାଇଲେ ଗୁପ୍ତେଶ୍ୱର ମହାଦେବ

ଚାଚେରି ବୁଲି ଭୋଗ ଖାଇଲେ ଗୁପ୍ତେଶ୍ୱର ମହାଦେବ

ଗଣିଆ,୧୭ା୩ (ଡି.ଏନ.ଏ.)- ଆରମ୍ଭ ହୋଇଯାଇଛି ରଙ୍ଗର ପର୍ବ ହୋଲି । ଗଣିଆ ବ୍ଲକ ଛାମୁଣ୍ଡିଆର ପଞ୍ଚୁପଲ୍ଲୀପ୍ରଗଣାସ୍ଥିତ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ମହାଦେବଙ୍କ ମନ୍ଦିରରେ  ଶନିବାର ଫଗୁ ଦଶମୀ ନୀତି ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଠାକୁରଙ୍କୁ ଏକ ସୁସଜ୍ଜିତ ବିମାନ ଯୋଗେ ଛାମୁଣ୍ଡିଆ ଅଞ୍ଚଳର ବିଭିନ୍ନ ଗ୍ରାମ ପରିକ୍ରମା କରାଯାଉଛି। 

କୋରେଇ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ କାଜଲ ନାୟକ

କୋରେଇ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ କାଜଲ ନାୟକ

ଯାଜପୁର ଅଫିସ, ୧୭।୩: ଆସନ୍ତା ନିର୍ବାଚନରେ ଯାଜପୁର ଜିଲା କୋରେଇ ନିର୍ବାଚନ ମଣ୍ଡଳୀରୁ କିନ୍ନର କାଜଲ ନାୟକ ନିର୍ବାଚନ ଲଢ଼ିବେ। ବହୁଜନ ସମାଜବାଦୀ ପାର୍ଟିରୁ କାଜଲ ଲଢ଼ିବେ ବୋଲି ଜଣାପଡ଼ିଛି। 

ବଧୂହତ୍ୟା ଅଭିଯୋଗ

ବଧୂହତ୍ୟା ଅଭିଯୋଗ

ରାଜନଗର,୧୭।୩(ଡି.ଏନ୍‌.ଏ): ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ଅନନ୍ତକେଶରୀ ଗ୍ରାମର ଲକ୍ଷ୍ମଣ ମୋଦିଙ୍କ ପତ୍ନୀ ସାବିତ୍ରୀ ମୋଦି (୩୬)ବିଷପାନ କରି ଆତ୍ମହତ୍ୟା କରିଛନ୍ତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା