ବାଲେଶ୍ୱର

ସ୍ବାସ୍ଥ୍ୟକେନ୍ଦ୍ରର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ କ୍ୱାର୍ଟର୍ସ ଦେବା ନେଇ ଅସନ୍ତୋଷ

ତିହିଡ଼ି, ୯।୧୨ (ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ କ୍ୱାର୍ଟର୍ସ ଦେବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳର କେତେକ ବ୍ୟକ୍ତି ଏ ସମ୍ପର୍କରେ ଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ, ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ସଚିବ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତିହିଡ଼ି ସ୍ବାସ୍ଥ୍ୟକେନ୍ଦ୍ରରେ ଡ୍ୟୁଟି ନ କରି ଦରମା ନେଉଥିବା କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରାଯିବାକୁ ସେମାନେ ଦାବି ଜଣାଇଛନ୍ତି। ଅଭିଯୋଗ ହୋଇଛି ଯେ, ସ୍ବାସ୍ଥ୍ୟକେନ୍ଦ୍ରରେ ସରକାରୀ ଗାଡ଼ି ଥିବାବେଳେ ଜଣେ କର୍ମଚାରୀଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଥିଲା। କିଛିବର୍ଷ ହେଲା ଗାଡ଼ି ଅଚଳ ହେବା ପରେ ନଷ୍ଟ ହୋଇଯାଇଛି। ସେହି କର୍ମଚାରୀଙ୍କ ବଦଳି ପାଇଁ ପୂର୍ବତନ ମେଡିକାଲ ଅଫିସରର  ସିଡିଏମ୍‌ଓଙ୍କୁ ଜଣାଇଥିଲେ। ହେଲେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସେହି କର୍ମଚାରୀ ଜଣଙ୍କ ଦରମା ନେଉଥିବା ସହ ସରକାରୀ କ୍ୱାର୍ଟର୍ସ ନେଇ ରହୁଛନ୍ତି। ଭଦ୍ରକ ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ସପ୍ତାହରେ ଦୁଇଦିନ ଡ୍ୟୁଟି ଦିଆଯାଇଛି। ଅବଶିଷ୍ଟ ୫ ଦିନ ସେ ତିହିଡ଼ି ସ୍ବାସ୍ଥ୍ୟକେନ୍ଦ୍ରରେ ଡ୍ୟୁଟି କରିବାକୁ ନିର୍ଦ୍ଦେଶ ଥିଲେ ସେ କାର୍ଯ୍ୟ କରୁ ନ ଥିବା ପୁରୁଷୋତ୍ତମ ସେନାପତି, ଦିବାକର ମଲ୍ଲିକ, ବିଦ୍ୟାଧର ଦାସ, ପୀତାମ୍ବର ସେଠୀ, ବିଜୟ ମହାଳିକ, ଲକ୍ଷ୍ମୀଧର ବେହେରା ପ୍ରମୁଖ ଅଭିଯୋଗରେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ମେଡିକାଲ ଅଫିସର ଡା. ଶୁଭକାନ୍ତ ଓଝାଙ୍କୁ ପଚାରିବାରୁ ଭଦ୍ରକ ଓ ତିହିଡ଼ିରେ ସେ ଡ୍ୟୁଟି କରୁଥିବାରୁ ତାଙ୍କୁ କ୍ୱାର୍ଟର୍ସ ଯୋଗାଇ ଦିଆଯାଇଥିବା କହିଥିଲେ।

All Right Reserved By

ବାଲେଶ୍ୱର

ନକଲି କାଗଜପତ୍ରରେ ରାତାରାତି ଧାନ ଚାଲାଣ:  ପୋଲିସ, ଯୋଗାଣ ବିଭାଗର ତଦନ୍ତ ଆରମ୍ଭ

ନକଲି କାଗଜପତ୍ରରେ ରାତାରାତି ଧାନ ଚାଲାଣ: ପୋଲିସ, ଯୋଗାଣ ବିଭାଗର ତଦନ୍ତ ଆରମ୍ଭ

ଭଦ୍ରକ ଅଫିସ,୨୩ା୧-ରାତାରାତି ନକଲି କାଗଜପତ୍ର ଧରି ଜିଲାରୁ ଅନ୍ୟ ଜିଲାକୁ ଟ୍ରକ ମାଧ୍ୟମରେ ଚାଲାଣ ହେଉଛି ଧାନ । ଯୋଗାଣ ବିଭାଗ ଓ ପୋଲିସକୁ ଚକମା ଦେଖାଇବା ପାଇଁ କମ୍ପ୍ୟୁଟର ମାଧ୍ୟମରେ ନକଲି ଟ୍ରାଞ୍ଜିଟ ପାଶ୍‌ ପ୍ରିଣ୍ଟ କରି ଧାନ ଚାଲାଣ କରାଯାଉଛି।

ବୋମାମାଡ଼ରେ ୪ ଆହତ, ୫ ଅଭିଯୁକ୍ତ ଗିରଫ

ଚାନ୍ଦବାଲି,୨୩ା୧(ଡି.ଏନ.ଏ.)-ଚାନ୍ଦବାଲି ଥାନା ଅନ୍ତର୍ଗତ ନାଲଗୁଣ୍ଡା ଗ୍ରାମ ପଞ୍ଚାୟତ ଇଟାଗୋଠ ଗାଁରେ ଗୋଷ୍ଠୀ ବିବାଦ କାରଣରୁ ସୋମବାର ବିଳମ୍ବିତ ରାତିରେ ବୋମାମାଡ ହୋଇଛି।

୮ ବର୍ଷ ହେଲା ହୋଇନି ପ୍ରାଣୀ ଗଣନା:  ପ୍ରାଣୀଙ୍କୁ ଅଣଦେଖା

୮ ବର୍ଷ ହେଲା ହୋଇନି ପ୍ରାଣୀ ଗଣନା: ପ୍ରାଣୀଙ୍କୁ ଅଣଦେଖା

ଭଦ୍ରକ ଅଫିସ, ୨୩।୧-(ବିଭୁପ୍ରସାଦ ବେହେରା)-ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଶତାଧିକ  ଯୋଜନା ପ୍ରଣୟନ କରିଛନ୍ତି। ଗର୍ଭଧାରଣ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ନାନା ଲୋଭନୀୟ ଯୋଜନା କାମ କରୁଛି। 

ନାରୀ ଶିକ୍ଷାର ମହତ୍ୱ, ମୌଳିକ ଅଧିକାର ଉପରେ ଗୁରୁତ୍ୱ

ନାରୀ ଶିକ୍ଷାର ମହତ୍ୱ, ମୌଳିକ ଅଧିକାର ଉପରେ ଗୁରୁତ୍ୱ

ଭଦ୍ରକ  ଅଫିସ,୨୩ା୧- ଅହମଦିୟା ମହିଳା ମୁସ୍‌ଲିମ୍‌ ସଂଗଠନ(ଲଜନା ଇମାୟୁଲା) ତରଫରୁ ଅହମଦିଆ ମୁସ୍‌ଲିମ୍‌ ମସ୍‌ଜିଦ୍‌ ପ୍ରାଙ୍ଗଣରେ ଏକ ଦିନିକିଆ  ମହିଳା ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। 

ଉଦ୍ଧାର ସମ୍ବର ମୃତ

ଉଦ୍ଧାର ସମ୍ବର ମୃତ

କପ୍ତିପଦା, ୨୩ା୧ (ଡ଼ି.ଏନ୍‌.ଏ): ମୟୂରଭଞ୍ଜ ଜିଲା କପ୍ତିପଦା ରେଞ୍ଜ ଅଧୀନ କଳମଗଡ଼ିଆ ପଞ୍ଚାୟତ ଅଫିସ ନିକଟରେ ମଙ୍ଗଳବାର ଏକ ସମ୍ବର ବୁଲୁଥିବା  ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ ।

‘ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବା ପାଇଁ କୋର୍ଟ ଗଲେ ଏମ୍‌ପି ’

‘ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବା ପାଇଁ କୋର୍ଟ ଗଲେ ଏମ୍‌ପି ’

ବାରିପଦା ଅଫିସ,୨୩ା୧- ଗତ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରିପଦା ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମୟୂରଭଞ୍ଜ ଏମପି ଇଂ ରାମଚନ୍ଦ୍ର ହାଁସଦାଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।  

ଶିମିଳିପାଳରୁ ଲୋପ ପାଉଛି  ଶିମିଳି

ଶିମିଳିପାଳରୁ ଲୋପ ପାଉଛି ଶିମିଳି

କପ୍ତିପଦା,୨୩ା୧(ଡି.ଏନ.ଏ)- ପୂର୍ବରୁ ଶିମିଳିପାଳରେ ଅଧିକ ସଂଖ୍ୟକ ଶିମିଳିଗଛ ଥିବାରୁ ଏହା ଶିମିଳିପାଳ ନାମରେ ନାମିତ ଥିବା  ପରିବେଶବିତ୍‌ କୁହନ୍ତି।

ଫେବୃୟାରୀ ୮ରୁ ‘ପରୀ’

ଫେବୃୟାରୀ ୮ରୁ ‘ପରୀ’

ବାଲେଶ୍ୱର ଅଫିସ,୨୩।୧-ଆସନ୍ତା ଫେବୃୟାରୀ ୮ରୁ ‘ପରୀ’ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ବାଲେଶ୍ୱର ନୃତ୍ୟ ସଙ୍ଗୀତ କଳାମନ୍ଦିର ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।

ବାଟବଣା ହୋଇଛି ‘ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା’:  ଅଭିଯୋଗ ଆଣିଲା ଭାଜପା

ବାଟବଣା ହୋଇଛି ‘ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା’: ଅଭିଯୋଗ ଆଣିଲା ଭାଜପା

ବାଲେଶ୍ୱର ଅଫିସ, ୨୩।୧-ରାଜ୍ୟ ସରକାରଙ୍କର ‘ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା’  ବାଟବଣା ହୋଇଛି। ଏଥିରେ ଚାଷୀମାନଙ୍କୁ ହଇରାଣ କରାଯାଉଛି ବୋଲି ବାଲେଶ୍ୱରର ଏକ ଘରୋଇ ହୋଟେଲ ପରିସରରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଭାଜପା ରାଜ୍ୟ ସମ୍ପାଦିକା ତଥା ମୁଖପାତ୍ର ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।  

ବସ୍ତା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୪ ଚୋରା ମଦ ବେପାରୀ ଗିରଫ

ବସ୍ତା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୪ ଚୋରା ମଦ ବେପାରୀ ଗିରଫ

ବସ୍ତା, ୨୨।୧(ସ୍ବ.ପ୍ର.)-ବସ୍ତା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨୬ ଲିଟର ମଦ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

ମଦ କାରବାର ବନ୍ଦ, ଜବରଦଖଲ ଉଚ୍ଛେଦ ଦାବି ତେଜିଲା: ଟାୟାର ଜାଳି ରାଜ୍ୟ ରାଜପଥ ଅବରୋଧ

ମଦ କାରବାର ବନ୍ଦ, ଜବରଦଖଲ ଉଚ୍ଛେଦ ଦାବି ତେଜିଲା: ଟାୟାର ଜାଳି ରାଜ୍ୟ ରାଜପଥ ଅବରୋଧ

ସଜନାଗଡ଼, ୨୨।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ପିଠାହତା ପଞ୍ଚାୟତ ଯାମୁନା ଛକର ଉଭୟ ପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ ଏବଂ ମଦ କାରବାର ବନ୍ଦ ଦାବିରେ ମଙ୍ଗଳବାର ସ୍ଥାନୀୟ ବାସିନ୍ଦା ରାସ୍ତାକୁ ଓହ୍ଲାଇଛନ୍ତି। 

‘ଆମକୁ ନିଯୁକ୍ତି ସୁଯୋଗ ମିଳୁ’

‘ଆମକୁ ନିଯୁକ୍ତି ସୁଯୋଗ ମିଳୁ’

ଯୋଡ଼ା,୨୨।୧(ଡି.ଏନ.ଏ.): ଅଖିଳ ଭାରତୀୟ କ୍ରାନ୍ତିକାରୀ ଆଦିବାସୀ ମହାସଭା ପକ୍ଷରୁ ମଙ୍ଗଳବାର ଯୋଡା ବିଡିଓଙ୍କୁ ୧୪ ଦଫା ସମ୍ବଳିତ ଦାବିପତ୍ର ଦିଆଯାଇଛି। ଯୋଡ଼ା ବ୍ଲକର କାରାଖେଣ୍ଡରା, ଉଲିବୁରୁ, ଦେଓଝର, ଅଁସେଇକଳା, କଣ୍ଡରା, ଠାକୁରାଣୀ ଗ୍ରାମର ଶତାଧିକ ମହିଳାପୁରୁଷ ୨୦ କି.ମି. ରାସ୍ତା ପାଦରେ ଚାଲି ଦାବିପତ୍ର ଦେବାକୁ ଯାଇଥିଲେ। କାରଖାନା ଓ ଖଣିରେ ବହୁଳ ମେଶିନ୍‌ ପ୍ରଚଳିତ ହେଉଛି।