ଖେଳ |

ମନ୍ଧାନା, ହରମନପ୍ରୀତଙ୍କ ଦ୍ରୁତତମ ଅର୍ଦ୍ଧଶତକ

ମନ୍ଧାନା, ହରମନପ୍ରୀତଙ୍କ ଦ୍ରୁତତମ ଅର୍ଦ୍ଧଶତକ

ନୂଆଦିଲ୍ଲୀ,୯।୧୨- ଭାରତୀୟ ମହିଳା ଟି୨୦ ଦଳର ଅଧିନାୟକ ହରମନପ୍ରୀତ କୌର ଓ ସ୍ମ୍ରିତି ମନ୍ଧାନାଙ୍କ ଦ୍ରୁତତମ ଅର୍ଦ୍ଧଶତକୀୟ ଇନିଂସ ସହ ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ବିଗ୍‌ ବାଶ ଲିଗ୍‌ରେ ଅଭିଯାନ ଆରମ୍ଭ କରିଛନ୍ତି। ମନ୍ଧାନାଙ୍କ ଇନିଂସ ଯୋଗୁ ହାବର୍ଟ ହରିକେନ୍ସ ୭୨ ରନ୍‌ର ବ୍ୟବଧାନରେ ମେଲବୋର୍ନ ଷ୍ଟାରର୍ସକୁ ହରାଇ ଦେଇଛି। ପ୍ରଥମେ ବ୍ୟାଟିଂ କରିଥିବା ହରିକେନ୍ସ ପକ୍ଷରୁ ଭାରତୀୟ ଦଳର ଉପଅଧିନାୟିକା ମନ୍ଧାନା ୪୧ ବଲରୁ ୬୯ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ତାଙ୍କ ଇନିଂସରେ ୧୩ ଚୌକା ସାମିଲ ଥିଲା। ସେ ୨୩ତମ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ, ଯାହାକି ମହିଳା ବିଗ୍‌ ବାଶ ଲିଗ୍‌ରେ ୩ୟ ଦ୍ରୁତତମ ଅର୍ଦ୍ଧଶତକ। ମନ୍ଧାନାଙ୍କ ଇନିଂସ ଯୋଗୁ ହରିକେନ୍ସ ଦଳ ଧାର୍ଯ୍ୟ ୨୦ ଓଭରରେ ୬ ଉଇକେଟ ହରାଇ ୧୯୬ ରନ୍‌ କରିଥିଲା। ଏହାପରେ ଇଂଲଣ୍ଡ ଅଧିନାୟିକା ହେଥର ନାଇଟ ୩ ଉଇକେଟ ନେବାରୁ ମେଲବୋର୍ନ ଦଳ ୧୨୪ ରନ୍‌ରେ ସୀମିତ ରହିଥିଲା। ଶନିବାର ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍‌ରେ ସିଡ୍‌ନୀ ଥଣ୍ଡର୍ସ ଦଳର ବିଜୟରେ ଭାରତୀୟ ଦଳର ଅଧିନାୟିକା ହରମନପ୍ରୀତ ମୁଖ୍ୟଭୂମିକା ଗ୍ରହଣ କରିଛନ୍ତି। ସେ ୨୬ ବଲରୁ ୬ ଚୌକା ଓ ୩ ଛକା ବଳରେ ବିସ୍ଫୋରକ ୫୬ ରନ୍‌ କରିଥିଲେ। ତାଙ୍କ ବ୍ୟତୀତ ରାକେଲ ପ୍ରିଷ୍ଟ ୪୯ ରନ୍‌ କରିଥିଲେ। ଏଥିଯୋଗୁ ସିଡ୍‌ନୀ ଥଣ୍ଡର୍ସ ଦଳ ଧାର୍ଯ୍ୟ ୨୦ ଓଭରରେ ୪ ଉଇକେଟ ହରାଇ ୧୯୨ ରନ୍‌ କରିଥିଲା। ଜବାବରେ ବ୍ରିସବେନ ହିଟ୍‌ ୧୬୪ ରନ୍‌ କରିବାକୁ ସକ୍ଷମ ହୋଇଥିଲେ।


All Right Reserved By

ଖେଳ |

‘ପାଣ୍ଡ୍ୟା,ରାହୁଲଙ୍କୁ ଖେଳିବାକୁ ଦିଆଯାଉ’

‘ପାଣ୍ଡ୍ୟା,ରାହୁଲଙ୍କୁ ଖେଳିବାକୁ ଦିଆଯାଉ’

ନୂଆଦିଲ୍ଲୀ,୨୦ା୧(ପି.ଟି.)-ତଦନ୍ତ କାର୍ଯ୍ୟ ଶେଷ ନ ହେବା ପର୍ଯ୍ୟନ୍ତ ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ୍‌. ରାହୁଲଙ୍କୁ ଖେଳିବା ଲାଗି ଅନୁମତି ଦେବାପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସି.କେ. ଖାନ୍ନା ପ୍ରଶାସକ କମିଟି (ସିଓଏ)କୁ ନିବେଦନ କରିଛନ୍ତି। 

ଦକ୍ଷିଣ ଆଫ୍ରିକାକୁ ହରାଇଲା ପାକିସ୍ତାନ

ଦକ୍ଷିଣ ଆଫ୍ରିକାକୁ ହରାଇଲା ପାକିସ୍ତାନ

ପୋର୍ଟ ଏଲିଜାବେଥ୍‌, ୨୦ା୧ (ଏଏଫ୍‌ପି)-ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚକୁ ପାକିସ୍ତାନ ୫ ଉଇକେଟରେ ଜିତିନେଇଛି। 

ୟୁଥ୍‌ ଗେମ୍ସ: ଫୁଟବଲରେ ରୌପ୍ୟ, ହକିରେ ଓଡ଼ିଶାକୁ ବ୍ରୋଞ୍ଜ

ୟୁଥ୍‌ ଗେମ୍ସ: ଫୁଟବଲରେ ରୌପ୍ୟ, ହକିରେ ଓଡ଼ିଶାକୁ ବ୍ରୋଞ୍ଜ

କଟକ ଅଫିସ,୨୦ା୧- ମହାରାଷ୍ଟ୍ରର ପୁଣେଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ ଗେମ୍ସର ୧୭ବର୍ଷରୁ କମ୍‌ ମହିଳା ଫୁଟବଲରେ ଓଡ଼ିଶା ରୌପ୍ୟ ଓ ହକିରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଛି ।

ଭାରତ ଏ’ର ନେତୃତ୍ୱ ନେବେ ରାହାନେ

ଭାରତ ଏ’ର ନେତୃତ୍ୱ ନେବେ ରାହାନେ

ନୂଆଦିଲ୍ଲୀ, ୨୦ା୧ (ପି.ଟି.)-ଜାନୁୟାରୀ ୨୩ରୁ ଆରମ୍ଭ ହେବାକୁଥିବା ଇଂଲଣ୍ଡ ଲାୟନ୍ସ ବିପକ୍ଷ ଘରୋଇ ସିରିଜର ପ୍ରଥମ ତିନୋଟି ମ୍ୟାଚ୍‌ ପାଇଁ ଅଜିଙ୍କ୍ୟ ରାହାନେଙ୍କୁ ଭାରତ ଏ’ କ୍ରିକେଟ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି।

ବୋର୍ଡ ଏକାଦଶ ଦଳରେ ରାଜେଶ

ବୋର୍ଡ ଏକାଦଶ ଦଳରେ ରାଜେଶ

କଟକ ଅଫିସ,୨୦ା୧- ପପୁ ରାୟଙ୍କ ପରେ ଆଉ ଜଣେ ଓଡ଼ିଆ ଯୁବ କ୍ରିକେଟ ପ୍ରତିଭା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବୋର୍ଡ ସଭାପତି ଏକାଦଶ ଦଳରେ ସ୍ଥାନ ପାଇଛନ୍ତି । ଭାରତ ଗସ୍ତରେ ଆସିଥିବା ଲଂଲଣ୍ଡ ଲାୟନ୍ସ ବିପକ୍ଷ ଏକ ୨ ଦିନିଆ ୱାର୍ମଅପ ମ୍ୟାଚ୍‌ ପାଇଁ ଡାହାଣହାତୀ ପେସ ବୋଲର ରାଜେଶ ମହାନ୍ତିଙ୍କୁ ଚୂଡ଼ାନ୍ତ ୧୫ଜଣିଆ ଦଳରେ ସାମିଲ କରାଯାଇଛି । 

ପ୍ରି-କ୍ୱାର୍ଟରରେ ସେରେନା-ହାଲେପ

ପ୍ରି-କ୍ୱାର୍ଟରରେ ସେରେନା-ହାଲେପ

ମେଲବୋର୍ନ,୨୦।୧(ଏଏଫ୍‌ପି)- ଆମେରିକାର ସେରେନା ଓ୍ବିଲିୟମ୍ସ ସିଜନର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ ଓପନ ଟେନିସର ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ ୩ୟ ରାଉଣ୍ଡ ମ୍ୟାଚ୍‌ରେ ଓ୍ବିଲିୟମ୍ସ ୬-୨, ୬-୧ ସେଟ୍‌ରେ ୟୁକ୍ରେନର ଡାୟାନା ୟଷ୍ଟ୍ରିମସ୍କାଙ୍କୁ ହରାଇ ଦେଇଛନ୍ତି। 

ଆନ୍ତଃସ୍କୁଲ ଫୁଟବଲ ପ୍ରତିଯୋଗିତା:ସେମିରେ କେନ୍ଦ୍ରୀୟ ବିଦ୍ୟାଳୟ, ଡିପିଏସ୍‌

ଆନ୍ତଃସ୍କୁଲ ଫୁଟବଲ ପ୍ରତିଯୋଗିତା:ସେମିରେ କେନ୍ଦ୍ରୀୟ ବିଦ୍ୟାଳୟ, ଡିପିଏସ୍‌

ଢେଙ୍କାନାଳ ଅଫିସ, ୧୯ା୧-ଢେଙ୍କାନାଳ ଷ୍ଟାଡିୟମରେ ଚାଲିଥିବା  ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ମେମୋରିଆଲ ଆନ୍ତଃସ୍କୁଲ ଫୁଟବଲ ପ୍ରତିଯୋଗିତା ଶନିବାର ଅନୁଷ୍ଠିତ ୨ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ବିଜୟୀ ହୋଇ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ  ଦିଲ୍ଲୀ ପବ୍ଲିକ ସ୍କୁଲ (ଡିପିଏସ୍‌) ସେମିଫାଇନାଲରେ ପ୍ରବେଶ କରିଛନ୍ତି।

‘ଛାତ୍ରୀଛାତ୍ର ସମାଜର କର୍ଣ୍ଣଧାର’

‘ଛାତ୍ରୀଛାତ୍ର ସମାଜର କର୍ଣ୍ଣଧାର’

ଭୁବନ, ୧୯।୧(ଡି.ଏନ.ଏ.)-ଭୁବନ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୯ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। 

ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ: ନାଇକେନସିରା ବିଜୟୀ

ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ: ନାଇକେନସିରା ବିଜୟୀ

ଦେଓଗାଁ, ୧୯ା୧(ଡି.ଏନ.ଏ.):ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଅନ୍ତର୍ଗତ ଶିରାବାହାଲରେ ଚାଲିଥିବା ଷଷ୍ଠବର୍ଷ ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟର ଶନିବାର ଥିଲା ତୃତୀୟ ଦିବସ ା ଏହି  ଦିବସରେ କୁଲିଆବାହାଲ ଓ ନାଇକେନସିରା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। 

ଜଗନ୍ନାଥ କଲେଜର ବାର୍ଷିକ କ୍ରୀଡା :  ସବିତା ବାଳିକା, ରମେଶ ବାଳକ ଚାମ୍ପିୟନ

ଜଗନ୍ନାଥ କଲେଜର ବାର୍ଷିକ କ୍ରୀଡା : ସବିତା ବାଳିକା, ରମେଶ ବାଳକ ଚାମ୍ପିୟନ

ଦେଓଗାଁ, ୧୯ା୧(ଡି.ଏନ.ଏ.):ବଲାଙ୍ଗୀର ଜିଲା ସଦର ବ୍ଲକ ସାହାଜବାହାଲ ଜଗନ୍ନାଥ ଡିଗ୍ରୀ କଲେଜର ବାର୍ଷିକ କ୍ରୀଡା ଶୁକ୍ରବାର  ଉଦଯାପିତ ହୋଇଯାଇଛି ା

ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌: କେନ୍ଦ୍ରାପଡ଼ା-ପୁରୀ ଫାଇନାଲ

ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌: କେନ୍ଦ୍ରାପଡ଼ା-ପୁରୀ ଫାଇନାଲ

ଭୁବନେଶ୍ୱର, ୧୯।୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୨ୟ ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଶନିବାର ଅନୁଷ୍ଠିତ ସେମିଫାଇନାଲରେ ସମ୍ବଲପୁର ଶୁଟର୍ସକୁ ହରାଇ କେନ୍ଦ୍ରାପଡ଼ା କଣ୍ଟେଣ୍ଡର୍ସ ଏବଂ ଅନୁଗୋଳ ଏସର୍ସକୁ ହରାଇ ପୁରୀ ଓ୍ବେଭର୍ସ ଫାଇନାଲରେ ପ୍ରବେଶ କରିଛି। 

ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ସିପକ୍‌ଟାକ୍ର: ଉତ୍କଳ ରନର୍ସଅପ୍‌

ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ସିପକ୍‌ଟାକ୍ର: ଉତ୍କଳ ରନର୍ସଅପ୍‌

ଭୁବନେଶ୍ୱର, ୧୯।୧(ସ୍ପୋଟର୍‌ସ ବ୍ୟୁରୋ)- ଉତ୍ତରପ୍ରଦେଶ ବରେଲିସ୍ଥିତ ଏମ୍‌.ଜେ.ପି. ରୋହିଲାଖଣ୍ଡ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ସିପକ୍‌ଟାକ୍ର ପ୍ରତିଯୋଗିତାର ଡବଲ୍ସ ଇଭେଣ୍ଟରେ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟ ରନର୍ସଅପ୍‌ ହୋଇଛି।