ମେଟ୍ରୋ |

ନାବାଳିକାଙ୍କୁ ଅସଦାଚରଣ: ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା ଅଫିସ,୯।୧୨: ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଖୋର୍ଦ୍ଧା ଟାଉନ ଥାନା ପୋଲିସ ରବିବାର ଜଣଙ୍କୁ ଗିରଫ କରିି କୋର୍ଟ ଚାଲାଣ କରିଛି । ସେ ହେଲେ ପଶ୍ଚିମବଙ୍ଗ ବଡଚିଲ୍‌ ଥାନା ମେଦିନାପୁର ଗାଁର  ହନୁଆର ସେଖ୍‌(୨୭)। ଜାମିନ ନାମଞ୍ଜୁର ହେବାରୁ ହନୁଆରଙ୍କୁ ଖୋର୍ଦ୍ଧା ଜେଲକୁ  ପଠାଇ ଦିଆଯାଇଛି ।

ପ୍ରକାଶ ଯେ, ହନୁଆର ଶେଖ ଖୋର୍ଦ୍ଧା ଟାଉନ ଥାନାର ନବୀନାବାଗ ଅଞ୍ଚଳରେ ଭଡାରେ ରହୁଥିଲେ । ଅସଦାଚରଣର ଶିକାର ହୋଇଥିବା ୧୩ ବର୍ଷ ନାବାଳିକାଙ୍କ ପରିବାର ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଅନୁରୂପ ଭଡାରେ ରହୁଥିଲେ । ହନୁଆର ପ୍ରାୟ ୨ମାସ ହେଲା ସଂପୃକ୍ତ ନାବାଳିକାଙ୍କୁ ହଇରାଣ କରୁଥିଲେ । ଗତ ୫ ତାରିଖ ଅପରାହ୍ନରେ ଏକୁଟିଆର ସୁଯୋଗ ନେଇ ନାବାଳିକାଙ୍କୁ ସେ ଅସଦାଚରଣ କରିଥିଲେ । ଏନେଇ ଟାଉନ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା।

All Right Reserved By

ମେଟ୍ରୋ |

ନିୟନ୍ତ୍ରଣ ବାହାରେ ରସୁଲଗଡ଼- କଳ୍ପନା ଟ୍ରାଫିକ ସମସ୍ୟା  ଦୁର୍ଦ୍ଦଶା ବଢ଼ାଉଛି ବମିଖାଲ ଓଭରବ୍ରିଜ:   ହଟୁନି ବେଆଇନ ଅଟୋ ପାର୍କିଂ

ନିୟନ୍ତ୍ରଣ ବାହାରେ ରସୁଲଗଡ଼- କଳ୍ପନା ଟ୍ରାଫିକ ସମସ୍ୟା ଦୁର୍ଦ୍ଦଶା ବଢ଼ାଉଛି ବମିଖାଲ ଓଭରବ୍ରିଜ: ହଟୁନି ବେଆଇନ ଅଟୋ ପାର୍କିଂ

ଭୁବନେଶ୍ୱର,୧୮ା୩ (ବ୍ୟୁରୋ)- ରାଜଧାନୀରେ ବଢୁଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଓଭରବ୍ରିଜ ନିର୍ମାଣ କରାଯାଉଥିବା ବେଳେ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଉଛି। ରସୁଲଗଡ଼-କଳ୍ପନା ଛକ କଟକ ରୋଡରେ ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ଓଭରବ୍ରିଜ ନିର୍ମାଣ ହୋଇଛି।

ରତ୍ନଭଣ୍ଡାର ଖୋଲିବା ଦାବିରେ ବିକ୍ଷୋଭ

ରତ୍ନଭଣ୍ଡାର ଖୋଲିବା ଦାବିରେ ବିକ୍ଷୋଭ

ପୁରୀ ଅଫିସ,୧୮ା୩: ରତ୍ନଭଣ୍ଡାର ଖୋଲିବା ଦାବିରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସୋମବାର ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

ପାଟ୍ରୋଲିଂ ବେଳେ ଧରାପଡିଲେ  ୧୦ ବାଇକ୍‌ ଜବତ: ୨ ଗିରଫ

ପାଟ୍ରୋଲିଂ ବେଳେ ଧରାପଡିଲେ ୧୦ ବାଇକ୍‌ ଜବତ: ୨ ଗିରଫ

କଟକ ଅଫିସ, ୧୮।୩- ରାତିରେ ପାଟ୍ରୋଲିଂ ବେଳେ ଚୌଦ୍ୱାର ପୋଲିସ ହାତରେ ଧରାପଡିଛନ୍ତି ବାଇକ ଚୋର ଗ୍ୟାଙ୍ଗ୍‌ର ୨ ଜଣ ସଦସ୍ୟ। ସେମାନେ ହେଲେ କେନ୍ଦ୍ରାପଡା ଜିଲା ପାଟକୁରା ଥାନା ଅନ୍ତର୍ଗତ ଗାରଡପୁର ଅଞ୍ଚଳର ପ୍ରଦୀପ ସାହୁ ଓରଫ୍‌ ବାବୁଲି(୩୫) ଏବଂ ଟାଙ୍ଗୀ ଥାନା ଅନ୍ତର୍ଗତ ନରପଡା ଅଞ୍ଚଳର ଇନାମ ଖଁା(୨୬)। 

ପୁରୀ ପୋଲିସର ଅପରାଧ ଦମନ ଅଭିଯାନ: ଚାଲିଛି ଅପରାଧିଙ୍କ ତାଲିକା ପ୍ରସ୍ତୁତି

ପୁରୀ ପୋଲିସର ଅପରାଧ ଦମନ ଅଭିଯାନ: ଚାଲିଛି ଅପରାଧିଙ୍କ ତାଲିକା ପ୍ରସ୍ତୁତି

ପୁରୀ ଅଫିସ, ୧୮ା୩ : ଆଗକୁ ରହିଛି ସାଧାରଣ ନିର୍ବାଚନ। ନିର୍ବାଚନକୁ କିଭଳି ଭାବେ ଶୃଙ୍ଖଳିତ ଏବଂ ଅପରାଧ ମୁକ୍ତ କରାଯିବ ସେ ନେଇ ଜିଲା ପ୍ରଶାସନ ଏବଂ ପୋଲିସ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ। ସମ୍ବେଦନଶୀଳ ଅଞ୍ଚଳ ଗୁଡିକର ତାଲିକା ପ୍ରସ୍ତୁତି ହେବା ସହ ଜିଲାର ସମସ୍ତ ଥାନା ଅଞ୍ଚଳରେ ରହିଥିବା ଅପରାଧି ମାନଙ୍କ ତାଲିକା ପ୍ରସ୍ତୁତି ଚାଲିଛି।

ଖୋର୍ଦ୍ଧାରେ ହାତୀ ଉପଦ୍ରବ: ଉଜାଡ଼ିଲେ ଫସଲ

ଖୋର୍ଦ୍ଧାରେ ହାତୀ ଉପଦ୍ରବ: ଉଜାଡ଼ିଲେ ଫସଲ

ଖୋର୍ଦ୍ଧା ଅଫିସ,୧୮।୩: ଖୋର୍ଦ୍ଧା ରେଞ୍ଜ ଗୋଡ଼ା ଗାଁରେ ୧ ମାସ ଧରି ହାତୀ ଆତଙ୍କ ଦେଖିବାକୁ ମିଳୁଛି। ରବିବାର ବିଳମ୍ବିତ ରାତିରେ ହାତୀ  ଗ୍ରାମର ମାଧବ ପାଇକରାୟଙ୍କର କଦଳୀ ବଗିଚାରେ ପଶି କଦଳୀ  ଗଛ ଭଙ୍ଗାରୁଜା କରିଛି । 

ପ୍ରଫୁଲ୍ଲ ଘଡ଼ାଇଙ୍କ ଉପରୁ ଉଠିଲା ବହିଷ୍କାର ଆଦେଶ

ପ୍ରଫୁଲ୍ଲ ଘଡ଼ାଇଙ୍କ ଉପରୁ ଉଠିଲା ବହିଷ୍କାର ଆଦେଶ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ସୋମବାର ପୂର୍ବତନ ମନ୍ତ୍ରୀ ତଥା ସୁକିନ୍ଦାର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ଉପରୁ ବହିଷ୍କାର ଆଦେଶକୁ ପ୍ରତ୍ୟାହାର କରିଛନ୍ତି। ଏ ସମ୍ପର୍କରେ ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି।

ପ୍ରକାଶ ପାଇଲା ବିଜେଡି ପ୍ରାର୍ଥୀ ତାଲିକା: ହିଞ୍ଜିଳି ଓ ବିଜେପୁରରୁ ଲଢ଼ିବେ ନବୀନ

ପ୍ରକାଶ ପାଇଲା ବିଜେଡି ପ୍ରାର୍ଥୀ ତାଲିକା: ହିଞ୍ଜିଳି ଓ ବିଜେପୁରରୁ ଲଢ଼ିବେ ନବୀନ

ଭୁବନେଶ୍ୱର, ୧୮।୩(ବ୍ୟୁରୋ): ପ୍ରଥମ ଦୁଇଟି ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ ତା’ର ପ୍ରାର୍ଥୀମାନଙ୍କ ତାଲିକା ଘୋଷଣା କରିଛି। ସୋମବାର ଅପରାହ୍ନରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତାଲିକା ଘୋଷଣା କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ସହିତ ବରଗଡ଼ ଜିଲାର ବିଜେପୁରରୁ ବି ନିର୍ମାଚନ ଲଢ଼ିବେ।

ସିଂହଦ୍ୱାରରେ ଜଗନ୍ନାଥ ସେନାର ବିକ୍ଷୋଭ

ସିଂହଦ୍ୱାରରେ ଜଗନ୍ନାଥ ସେନାର ବିକ୍ଷୋଭ

ପୁରୀ ଅଫିସ,୧୮ା୩: ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସୋମବାର ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ବିଜେଡି ଛାଡ଼ିଲେ ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ

ବିଜେଡି ଛାଡ଼ିଲେ ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ

ଭୁବନେଶ୍ୱର, ୧୮।୩(ବ୍ୟୁରୋ): ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ ପୁଣି ଜଣେ ରାଜନେତା ଦଳ ଛାଡ଼ିଛନ୍ତି । ଗୁଣପୁର ବିଜେଡି ବିଧାୟକ ତ୍ରିନାଥ ଗମାଙ୍ଗ ସୋମବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। 

ଓଏସ୍‌ଡିଏର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁବ୍ରତ ବାଗ୍‌ଚୀ

ଓଏସ୍‌ଡିଏର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁବ୍ରତ ବାଗ୍‌ଚୀ

ଭୁବନେଶ୍ୱର ୧୮।୩(ବ୍ୟୁରୋ): ଓଡ଼ିଶା ଦକ୍ଷତା ବିକାଶ ପରିଷଦ(ଓଏସ୍‌ଡିଏ)ର ଅଧ୍ୟକ୍ଷ ପଦରୁ ସୁବ୍ରତ୍‌ ବାଗ୍‌ଚୀ ଇସ୍ତଫା ଦେଇଛନ୍ତି। ନିଜ ଇସ୍ତଫା ସମ୍ପର୍କରେ ସୂଚନା ଦେବା ପାଇଁ ରବିବାର ସନ୍ଧ୍ୟାରେ ସେ ନବୀନ ନିବାସ ଯାଇଥିଲେ।

ନିର୍ବାଚନ ୨୦୧୯: ପ୍ରକାଶ  ପାଇଲା ପ୍ରଥମ ପର୍ଯ୍ୟାୟ ବିଜ୍ଞପ୍ତି

ନିର୍ବାଚନ ୨୦୧୯: ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ବିଜ୍ଞପ୍ତି

ଭୁବନେଶ୍ୱର,୧୮।୩(ବ୍ୟୁରୋ)- ସାଧାରଣ ନିର୍ବାଚନ-୨୦୧୯ର ପ୍ରଥମ ପର୍ଯ୍ୟାୟ ପାଇଁ ସୋମବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। 

ଝଡ଼ତୋଫାନ ସହ କୁଆପଥର ବର୍ଷା: ୨୧ ତାରିଖ ଯାଏ ଲାଗିରହିବ କାଳବୈଶାଖୀ

ଝଡ଼ତୋଫାନ ସହ କୁଆପଥର ବର୍ଷା: ୨୧ ତାରିଖ ଯାଏ ଲାଗିରହିବ କାଳବୈଶାଖୀ

ଭୁବନେଶ୍ୱର,୧୮।୩(ବ୍ୟୁରୋ) : ରାଜ୍ୟର ବିଭିନ୍ନ ସ୍ଥାନରେ ରବିବାର କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ବାଲେଶ୍ୱରରେ ସନ୍ଧ୍ୟାରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ପ୍ରବଳ ବେଗରେ ପବନ ବହିଥିଲା। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା