ସମ୍ବଲପୁର

କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଏସ୍‌ଆଇ ମନୋଜଙ୍କ କାର ଦୁର୍ଘଟଣାରେ ମୃତ୍ୟୁ: ରହସ୍ୟ, ସନ୍ଦେହଜନକ ହେଉଛି ଘଟଣା

କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଏସ୍‌ଆଇ ମନୋଜଙ୍କ କାର ଦୁର୍ଘଟଣାରେ ମୃତ୍ୟୁ: ରହସ୍ୟ, ସନ୍ଦେହଜନକ ହେଉଛି ଘଟଣା

କୁଆଁରମୁଣ୍ଡା, ୯।୧୨ (ଡି.ଏନ.ଏ.)

ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଏସ୍‌ଆଇ ମନୋଜ ନାଏକଙ୍କ ଦୁର୍ଘଟଣାଜନିତ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ରାଉରକେଲା ବିଶ୍ରା ଛକ ନିକଟରେ ଏକ କାର୍‌ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ମନୋଜଙ୍କ କାର ବିଶ୍ରା ଛକ ଡିଭାଇଡରରେ ଦୁର୍ଘଟଣାଗ୍ରସ୍ତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଘଟଣାକୁ ନେଇ ରାଉରକେଲା ସମେତ କୁଆଁରମୁଣ୍ଡା ଅଞ୍ଚଳରେ ଭିନ୍ନଭିନ୍ନ ଆଲୋଚନା ହେଉଛି। ବିଶେଷକରି ଦୁର୍ଘଟଣାସ୍ଥଳକୁ ଯେକେହି ଦେଖୁଛନ୍ତି, ସେଥିରେ କାର୍‌ ଚାଳକଙ୍କ ହଠାତ୍‌ ମୃତ୍ୟୁହେବ ନାହିଁ ବୋଲି ସନ୍ଦେହ କରୁଛନ୍ତି। ଏହା ସହ କାରଟି ଯଦି ସମ୍ମୁଖରେ ଥିବା ଡିଭାଇଡରରେ ପିଟି ହେଲା, ତେବେ ଛାତି ଓ ପେଟରେ ଜୋର ଆଘାତ ଲାଗିବ। ମାତ୍ର ତାଙ୍କ ମୁଣ୍ଡର ପଛ ପଟେ ଆଘାତ ଲାଗିଥିବା ନେଇ ଆଲୋଚନା ହେଉଛି। ଏହିସବୁ ଦୃଷ୍ଟିକୋଣକୁ ନେଇ ଏହା ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ଲୋକେ ସନ୍ଦେହ ପ୍ରକଟ କରୁଛନ୍ତି। ସୂଚନାଥାଉକି, ରାଉରକେଲା ଓ ସୁନ୍ଦରଗଡ଼ ପୋଲିସ ଜିଲାରେ ଦୀର୍ଘ ବର୍ଷ ଚାକିରି କରିବା ସମୟରେ ମନୋଜ ବହୁ ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଏହା ସହ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପିଏଲ୍‌ଏଫ୍‌ଆଇ ସଙ୍ଗଠନର ଏକାଧିକ ଏରିଆ କମାଣ୍ଡରଙ୍କୁ ଅତି ଚତୁରତାର ସହ ଧରିବାରେ ମନୋଜ ସକ୍ଷମ ହୋଇପାରିଥିଲେ। ପୋଲିସ ବିଭାଗରେ ତାଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କଠାରୁ ସେ ମଧ୍ୟ ପୁରସ୍କାର ପାଇଥିଲେ। ତେଣୁ ଏହି ଦକ୍ଷ ପୋଲିସ ଏସଆଇଙ୍କ ମୃତ୍ୟୁକୁ କାର ଦୁର୍ଘଟଣାଜନିତ ମୃତ୍ୟୁ ବୋଲି କହିବା ସାଧାରଣରେ ସନ୍ଦେହ ସୃଷ୍ଟି କରିବା ସହ ଏହି ଘଟଣାର ତଦନ୍ତକୁ ପୋଲିସ ବିଭାଗର ଉଚ୍ଚ ଅଧିକାରୀ ଅଧିକ ତ୍ୱରାନ୍ବିତ କରିବାର ଯଥେଷ୍ଟ ଆବଶ୍ୟକତା ରହୁଛି। ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନାରେ ଥିବାବେଳେ ମନୋଜଙ୍କ  ଏକାଧିକ ମାଫିଆମାନଙ୍କ ବେଆଇନ କାର୍ଯ୍ୟକଳାପରେ ମଧ୍ୟ ପୂର୍ଣ୍ଣଛେଦ ପକାଇ ଦେଇଥିଲେ। ସେଥିପାଇଁ ରାଉରକେଲା ଅଞ୍ଚଳରେ ଅପରାଧିମାନେ ମନୋଜଙ୍କୁ ଟାର୍ଗେଟରେ ରଖିଥିଲେ ବୋଲି ଅନୁମାନ କରାଯାଉଛି। ନିକଟରେ ମଧ୍ୟ କୁଆଁରମୁଣ୍ଡାର ଟିପିଏସଏଲ କାରଖାନାରେ ଡକାୟତି ଘଟଣାରେ ଜଡିତ ୨୦ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତଙ୍କ ମଧ୍ୟରୁ ରାଉରକେଲା ଅଞ୍ଚଳର କେତେକ ସଂଶ୍ଳଷ୍ଟ ଥିବା ନେଇ ମନୋଜ ସୁରାକ ପାଇ ତଦନ୍ତ କରୁଥିଲେ। ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଅପରାଧିମାନେ ଭିନ୍ନଭିନ୍ନ ଷଡ଼ଯନ୍ତ୍ର କରିଥିବା ସମ୍ଭାବନାକୁ ମଧ୍ୟ ଏଡାଇ ହେବ ନାହିଁ। ଏହି ପରିସ୍ଥିତିରେ କୁଆଁରମୁଣ୍ଡାରୁ ରାଉରକେଲା ଯିବା ପୂର୍ବରୁ ମନୋଜ କେଉଁମାନଙ୍କ ସହ ମିଳାମିଶା କରିଥିଲେ ସେ ସବୁ ତଦନ୍ତ ପରିସରଭୁକ୍ତ ହେବା ସହ ତାଙ୍କ ଫୋନ୍‌ ରେକର୍ଡ ମଧ୍ୟ ଯାଞ୍ଚ ହେବା ଆବଶ୍ୟକ। ଏହା ସହ କୁଆଁରମୁଣ୍ଡାରୁ କାରରେ ରାଉରକେଲା ଯିବା ସମୟରେ ବାଟରେ ଲାଗିଥିବା ବିଭିନ୍ନ ସର୍ଭେଲାନ୍ସ କ୍ୟାମେରାଗୁଡିକର ଫୁଟେଜଗୁଡିକୁ ଯାଞ୍ଚ କରାଯିବା ପାଇଁ କୁଆଁରମୁଣ୍ଡା ବଜାର ସମେତ ବିଭିନ୍ନ ସ୍ଥାନରେ ଲୋକେ ଆଲୋଚନା କରୁଛନ୍ତି। ତେବେ ଘଟଣାର ବିଭିନ୍ନ ଦିଗକୁ ନେଇ ଆମେ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବୁ ବୋଲି ବୀରମିତ୍ରପୁର ଆଇଆଇସି ଆନନ୍ଦ ଚନ୍ଦ୍ର ମାଝି ସୂଚନା ଦେଇଛନ୍ତି। ତେବେ ସେ ଯାହା ହେଉନା କାହିଁକି ସାଧାରଣରେ ଏହି ଆଲୋଚନା ପର୍ଯ୍ୟାଲୋଚନା ସହ ପୋଲିସ କିଭଳି ଘଟଣାର ତଦନ୍ତକୁ ତ୍ୱରାନ୍ବିତ କରୁଛି ତାହା ଦେଖିବାକୁ ବାକି ରହିଲା।

All Right Reserved By

ସମ୍ବଲପୁର

ବଲାଙ୍ଗୀରରେ ହୋଲି ଉତ୍ସବ

ବଲାଙ୍ଗୀରରେ ହୋଲି ଉତ୍ସବ

ବଲାଙ୍ଗୀର ଅଫିସ,୨୨।୩: ଉତ୍ସାହ, ଉଦ୍ଦୀପନାର ସହ ବଲାଙ୍ଗୀର ସହରରେ ହୋଲି ଉତ୍ସବ ପାଳନ କରାଯାଇଛି। ସକାଳ ୮ଟାରୁ ବିଭିନ୍ନ ପଡ଼ାର ପିଲାଠୁ ବଡ଼ଯାଏ ପରସ୍ପର ଦେହରେ ରଙ୍ଗ ଲଗାଇ ହୋଲିର ଅଭିନନ୍ଦନ ଜଣାଇଥିଲେ।

ବୃଦ୍ଧଙ୍କୁ ନିର୍ମମ ହତ୍ୟା

ବୃଦ୍ଧଙ୍କୁ ନିର୍ମମ ହତ୍ୟା

ସରଣ୍ଡା,୨୨।୩(ଡି.ଏନ୍‌.ଏ): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ  ଚକୁଳିଫାର୍ମ ସତୀଯୋର ନିକଟରେ ଜନୈକ ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଜଣକ ହେଲେ ଚକୁଳିଫାର୍ମ ନୂଆଁଖଇରପାଲିର ପି. ସତ୍ୟପ୍ରସାଦ ଚୌଧୁରୀ(୫୫) ବୋଲି ଜଣାପଡ଼ିଛି। 

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ୫ ଅଟକ

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ୫ ଅଟକ

ବଲାଙ୍ଗୀର ଅଫିସ,୨୧।୩ : ବଲାଙ୍ଗୀର ମାଲଗୋଦାମପଡ଼ାରୁ ଚାଲାଣ ହେଉଥିବା ବିପୁଳ ପରିମାଣର ବେଆଇନ କଫ୍‌ ସିରପ୍‌କୁ ଗୁରୁବାର ବଲାଙ୍ଗୀର ପୋଲିସ ଜବତ କରିବା ସହ ଏହି ମାମଲାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରିରଖିଛି।

ନାମାଙ୍କନ ଦାଖଲ କଲେ ମନ୍ତ୍ରୀ ସୁଶାନ୍ତ ସିଂ

ନାମାଙ୍କନ ଦାଖଲ କଲେ ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ଼, ଅଫିସ ୨୧ା୩ : ବରଗଡ଼ ଜିଲା ଭଟ୍‌ଲି ବିଧାନସଭା ଆସନ ପାଇଁ ଗୁରୁବାର ବିଜେଡି ପ୍ରାର୍ଥୀ ତଥା ଶ୍ରମ ଓ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଆବାସ ଯୋଜନାରୁ ବଁଚିତ ଭିନ୍ନକ୍ଷମ ଧୁବା

ଆବାସ ଯୋଜନାରୁ ବଁଚିତ ଭିନ୍ନକ୍ଷମ ଧୁବା

ଲୋଇସିଂହା,୨୧।୩ (ଡି.ଏନ.ଏ)  ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଖଲିଆପାଲି ଗାଁର ଧୁବା ଝାଙ୍କର(୬୫)। ମାଏକିନା ଆରପାରକେ ଚାଲିଯାଇଥିଲା ବେଲେ ଧୁବା ପୁଓ ବହ ପାସେ ରହୁଛନ୍‌। ପରିବାରଟା ନିହାତି ଗରିବ୍‌ ହେଇଥିଲା ବେଲେ ସରକାରୀ ଯୋଜ୍‌ନାରେ ଘରଖଁଡ଼େ ପାଏବାର ଲାଗି କେଭ୍‌ଠାନୁ ଚାହିଁ ରହିଛନ୍‌। 

୯ ମାସ ହେଲା ଅନ୍ଧାରରେ ପେଣ୍ଡ୍ରାବନ୍ଦବାସିନ୍ଦା:  ଜିଲାପାଳଙ୍କୁ ଫେରାଦ ହେଲେ;  ବିଜୁଳୀ ନ ହେଲେ ଭୋଟ ଦେବୁନାହିଁ

୯ ମାସ ହେଲା ଅନ୍ଧାରରେ ପେଣ୍ଡ୍ରାବନ୍ଦବାସିନ୍ଦା: ଜିଲାପାଳଙ୍କୁ ଫେରାଦ ହେଲେ; ବିଜୁଳୀ ନ ହେଲେ ଭୋଟ ଦେବୁନାହିଁ

ନୂଆପଡା ଅଫିସ,୨୧ା୩: ସରକାର ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ନିର୍ମାଣ କରି ଜିଲା ତଥା ପଡୋଶୀ ବଲାଙ୍ଗୀର ଜିଲାବାସୀଙ୍କୁ ଜଳ ସେଚନର ସୁବିଧା ଯୋଗାଇଦେବାକୁ ଯୋଜନା କଲେ। 

ପାନୀୟ ଜଳଯୋଗାଣ ଦାବିରେ ମହିଳା ଜିଲାପାଳଙ୍କ ଦ୍ୱାରସ୍ଥ

ପାନୀୟ ଜଳଯୋଗାଣ ଦାବିରେ ମହିଳା ଜିଲାପାଳଙ୍କ ଦ୍ୱାରସ୍ଥ

ଦେବଗଡ଼,୨୧।୩(ସ୍ବ.ପ୍ର.) -ବାରକୋଟ ବ୍ଲକ କାଉଁସିବାହାଳ ପଞ୍ଚାୟତ ମାଝିଚାକୁଣ୍ଡାପାଳ ଗ୍ରାମରେ ଗଭୀର ନଳକୂଅ ଖୋଳା ଯାଇଛି। ବର୍ଷେ ହେଲା ଏକ ପାଣି ଟାଙ୍କି ମଧ୍ୟ ନିର୍ମାଣ ସରିଛି। ହେଲେ ବିଭାଗୀୟ ଅବହେଳା ଯୋଗୁ ସମ୍ପୃକ୍ତ ଗ୍ରାମବାସୀ ପିଇବା ପାଣି ପାଇଁ ଡହଳବିକଳ ହେଉଥିବା ଜଣାପଡିଛି। 

ବିଶ୍ୱ ଘରଚଟିଆ ଦିବସ ପାଳିତ : ଛାତ୍ରୀ ଛାତ୍ରଙ୍କ ସଚେତନତା ଶୋଭାଯାତ୍ରା, ସଭା

ବିଶ୍ୱ ଘରଚଟିଆ ଦିବସ ପାଳିତ : ଛାତ୍ରୀ ଛାତ୍ରଙ୍କ ସଚେତନତା ଶୋଭାଯାତ୍ରା, ସଭା

ସୁନ୍ଦରଗଡ଼, ୨୧।୩ (ଡି.ଏନ୍‌.ଏ) -ସୁନ୍ଦରଗଡ଼ରେ ବିଶ୍ୱ ଘରଚଟିଆ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବୁଧବାର ସୁନ୍ଦରଗଡ ପବ୍ଲିକ ସ୍କୁଲ, ବନବିଭାଗ ଓ ଏନ୍‌ଟିପିସିର ମିଳିତ ଆନୁକୂଲ୍ୟରେ ସ୍କାଉଟ ତଥା ବିଭିନ୍ନ ଛାତ୍ରୀଛାତ୍ରଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। 

ପ୍ଲାଷ୍ଟିକ୍‌ ସାମାନ ଲାଗି ମାଡ଼ଖାଉଛେ ବେଉସା:  ଜୀବ୍‌କା ହରଉଛନ୍‌ ବାଉଁଶ କାରିଗର

ପ୍ଲାଷ୍ଟିକ୍‌ ସାମାନ ଲାଗି ମାଡ଼ଖାଉଛେ ବେଉସା: ଜୀବ୍‌କା ହରଉଛନ୍‌ ବାଉଁଶ କାରିଗର

ଲାଠୋର, ୨୧ା୩ (ଡି.ଏନ.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଁଝର ପଁଚେତ୍‌ର ଝଲିଆଲିଟି ଗାଁରେ ୯ ଘର ବାଉଁଶ କାରିଗର ପରିବାର ରହୁଛନ୍‌। ସେମାନେ ବାଉଁଶରେ ଭୁଗା, ଟୁପା, ଟୁପଲି, ଚଂଘରା, ଡଲା, କୁଲା, ଘରି ତିଆରି ବିକାଭଂଗା କରବାର ସଂଗେ ନିଜର ଜୀବନ୍‌ ଜୀବ୍‌କା ଚଲଉଛନ୍‌। 

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧ,୨୦।୩(ସ୍ବ.ପ୍ର): ସାରା ରାଜ୍ୟରେ ଟିକେଟ ବଣ୍ଟନ ନେଇ କସରତ ଚାଲିଥିବା ବେଳେ ବୌଦ୍ଧରେ କଂଗ୍ରେସର ଟିକେଟ ବଣ୍ଟନ ନେଇ କର୍ମୀ ଓ ନେତାଙ୍କ ଅସନ୍ତେ।ଷ ବୃଦ୍ଧି ପାଇଛି । 

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ରାଉରକେଲା ଅଫିସ,୨୦।୩: ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକେଟ ଆଶାୟୀ ଯୁବନେତା ପ୍ରଶାନ୍ତ ସେଠୀ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। 

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

ସୋନପୁର,୨୦।୩(ନି.ପ୍ର.): ସୋନପୁର ଥାନା ଏସ୍‌ କଳାପଥର ଡାକ ପିଅନ ଶତୃଘ୍ନ ଷାଣ୍ଢ(୫୫)ଙ୍କୁ ବୁଧବାର ଭୋର ସମୟରେ କେହି ନିର୍ମମ ଭାବେ ହତ୍ୟା କରିଛନ୍ତି ।   ନିକଟସ୍ଥ ଅର୍ଜୁନପୁର ଜଙ୍ଗଲରୁ ତାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା