Dharitri News
ଜୀବନଚର୍ଯ୍ୟା |

ଯଦି ଦୁହେଁ କର୍ମଜୀବୀ

ଯଦି ଦୁହେଁ କର୍ମଜୀବୀ ପରିବାରର ଆର୍ଥିକ ଚାପକୁ ହାଲ୍‌କା କରିବା ପାଇଁ ଆଜିକାଲି ଅଧିକାଂଶ ପୁରୁଷ କର୍ମଜୀବୀ ମହିଳାଙ୍କୁ ଜୀବନସାଥୀ କରିବା ପାଇଁ ଅଧିକ ପସନ୍ଦ କରୁଛନ୍ତି। ତେବେ ଉଭୟ କାର୍ଯ୍ୟବ୍ୟସ୍ତ ରହିବା କାରଣରୁ ପରସ୍ପରକୁ ସମୟ ଦେବା କଷ୍ଟକର ହୋଇପଡେ। ତେବେ ପତିପତ୍ନୀ କର୍ମଜୀବୀ ହୋଇଥିଲେ ଛୋଟ ଛୋଟ କଥାକୁ ଧ୍ୟାନ ନ ଦେଇ ପରସ୍ପର ପ୍ରତି ବିଶ୍ୱାସ ରଖି କିପରି ପାରିବାରିକ ଜୀବନକୁ ସୁଖଦ କରିପାରିବେ ସେ ସମ୍ପର୍କରେ ... ସହଯୋଗ ଓ ଉତ୍ତମ ବୁଝାମଣା ଜରୁରୀ-  ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସହଯୋଗ ଓ ଉତ୍ତମ ବୁଝାମଣା ନିହାତି ଜରୁରୀ। କର୍ମଜୀବୀ ମହିଳାଙ୍କୁ ଉଭୟ ଘର ଓ ଅଫିସ୍‌ କାମ ସମ୍ଭାଳିବାକୁ ପଡିଥାଏ। ଘରେ ପିଲାକୁ ପାଠ ପଢାଇବା, ତା’ର ଡେଲି ରୁଟିନ୍‌ରେ ସାହାଯ୍ୟ କରିବାଠାରୁ ଆରମ୍ଭ କରି ରୋଷେଇ ଓ ଅନ୍ୟାନ୍ୟ କାମ କରିବାକୁ ପଡେ। ଯଦି ଏସବୁ କାମରେ ସ୍ବାମୀଙ୍କ ସହଯୋଗ ରହେ ତେବେ କୌଣସି କାମ ବୋଝ ସଦୃଶ ଲାଗିବ ନାହିଁ। କାର୍ଯ୍ୟର ବିଭାଜନ-  ଘର ଏବଂ ବାହାରର ଅନେକ କାମ ରହିଛି। ଏହି ପରିସ୍ଥିତିରେ ପରସ୍ପର ପରସ୍ପର ଉପରେ କାମ ଲଦିଦେଲେ ଚଳିବନି। ବରଂ ଯିଏ ଯେଉଁ କାର୍ଯ୍ୟରେ ଦକ୍ଷ ସେ ସେହି କାର୍ଯ୍ୟ ସମ୍ଭାଳିବାଟା ଠିକ୍‌ ହେବ। ଏଥିପାଇଁ ଉଭୟଙ୍କ ସହମତିରେ କାମର ବିଭାଜନ କରନ୍ତୁ। ଏଥିରେ ଆପଣଙ୍କ ପିଲାକୁ ବି ସାମିଲ କରନ୍ତୁ। ପିଲାର ବୟସ ଓ ରୁଚି ଅନୁଯାୟୀ ତାକୁ କାମ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ କାମ ଶୀଘ୍ର ଶେଷ ହୋଇପାରିବ ଏବଂ ସମୟ ମଧ୍ୟ ବଞ୍ଚିବ। ଏପରି କରି ବଳକା ସମୟ ପିଲା ସହ ଆପଣ ବିତାନ୍ତୁ। ଅଫିସ୍‌ କାମ ଘରକୁ ଆଣନ୍ତୁ ନାହିଁ - ଅଫିସ୍‌ କାମ ଅଫିସ୍‌ରେ ହିଁ ଶେଷ କରିବାକୁ ଉଭୟ ଚେଷ୍ଟା କରନ୍ତୁ। ଏହାଦ୍ୱାରା ଆପଣ ପରିବାର ପ୍ରତି କିଛି ସମୟ ଦେଇପାରିବେ। ଏହାକୁ ନେଇ ଯେପରି ଉଭୟ ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ା ନ ହୁଏ ସେଥିପ୍ରତି ସଚେତନ ରୁହନ୍ତୁ। ଟେକ୍‌ନିକ୍‌ର ସଦୁପଯୋଗ କରନ୍ତୁ-  ବର୍ତ୍ତମାନ ଟେକ୍‌ନିକ୍‌ର ଯୁଗ। ଇଲେକ୍ଟ୍ରି ବିଲ୍‌, ଟେଲିଫୋନ୍‌ ବିଲ୍‌ ଦେବା ଭଳି ଛୋଟ ବଡ଼ କାମ ଆଜିକାଲି ଅନ୍‌ଲାଇନ୍‌ରେ କରିବା ଖୁବ୍‌ ସହଜ। ଏଥିପାଇଁ ଆପଣ ଘରେ ବସି ଅନ୍‌ଲାଇନ୍‌ରେ ପେମେଣ୍ଟ କରି ସମୟ ବଞ୍ଚାଇପାରିବେ। ସୋସିଆଲ ସାଇଟ୍‌ରେ ଉଭୟ ଅଧିକ ସମୟ ନଷ୍ଟ ନ କରି ଏଥିପାଇଁ ଏକ ସମୟ ଧାର୍ଯ୍ୟ କରନ୍ତୁ। ବିଶ୍ୱାସ-  ପତିପତ୍ନୀ ସମ୍ପର୍କ ବିଶ୍ୱାସରେ ହିଁ ତିଷ୍ଠିଥାଏ। ବେଳେବେଳେ କୌଣସି ଅଫିସ୍‌ କାମରେ ପତ୍ନୀ କୌଣସି ପୁରୁଷ ସହଯୋଗୀଙ୍କ ସହ କଥା ହେଲେ ପତିଙ୍କ ମନରେ ସନ୍ଦେହ ସୃଷ୍ଟି ହୁଏ ବା ସ୍ବାମୀ କୌଣସି ମହିଳା ସହଯୋଗୀଙ୍କ ସହ କଥା ହେଲେ ସ୍ତ୍ରୀଙ୍କ ମନରେ ସନ୍ଦେହ ଜାତ ହୁଏ। ଏପରି ପରିସ୍ଥିତିରେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ବିଶ୍ୱାସ ମଜଭୁତ୍‌ ରହିବାଟା ନିହାତି ଜରୁରୀ। ଯଦି ସନ୍ଦେହ ହୁଏ, ତେବେ ଯଥାଶୀଘ୍ର ଏହାର ସମାଧାନ କରନ୍ତୁ। ଗର୍ବ କରନ୍ତୁ ନାହିଁ-  ପତିପତ୍ନୀଙ୍କ ମଧ୍ୟରେ ଅହଂ ଭାବ ରହିବା ଆଦୌ ଠିକ୍‌ ନୁହେଁ। ପରିସ୍ଥିତି ଯେପରି ବି ହେଉ ଆପଣ କୌଣସି କାରଣରୁ ଯେତେ ବି ରାଗିଥାଆନ୍ତୁନା କାହିଁକି ପରସ୍ପର ପ୍ରତି ସମ୍ମାନ ଦେବାରେ କେବେ ଊଣା କରନ୍ତୁ ନାହିଁ। ଆପଣ ପରିବାର ଲୋକଙ୍କ ସାମ୍ନାରେ ମଧ୍ୟ ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ। ଯେପରି କି ଆପଣଙ୍କ କୌଣସି ବ୍ୟବହାର ବା କଥାବାର୍ତ୍ତା ଯେପରି ସ୍ବାମୀଙ୍କ ମନରେ ଆଘାତ ନ ପହଞ୍ଚାଏ। କୌଣସି କଥାକୁ ନେଇ ଯଦି ଉଭୟଙ୍କ ମଧ୍ୟରେ ମତଭେଦ ବା ଯୁକ୍ତିତର୍କ ହୁଏ ତେବେ ଦୀର୍ଘ ସମୟ ରାଗିକରି ନ ରହି ବରଂ ରାତିରେ ଶୋଇବା ପୂର୍ବରୁ ଏହାର ଆପୋସ ବୁଝାମଣା କରି ସମାଧାନ କରନ୍ତୁ। ହଲିଡେ ଫନ୍‌-  ଛୁଟିଦିନରେ ପରସ୍ପର ଉପରେ କାମର ବୋଝ ନ ଲଦି ବରଂ ମିଶିକରି ଘର କାମ କରନ୍ତୁ। ଏହାଦ୍ୱାରା କାମ ଶୀଘ୍ର ଶେଷ ହୋଇଯିବ ଏବଂ ଆପଣଙ୍କ ପାଖରେ ଢେର୍‌ ସମୟ ବଳିବ। ଏହି ସମୟରେ ଆପଣ ପରିବାର ସହ ବାହାରକୁ ବୁଲିବାକୁ ଯାଇ ରିଲାକ୍ସ ପାଇପାରିବେ। ପରିବାର ସଦସ୍ୟଙ୍କୁ ସମ୍ମାନ ଦିଅନ୍ତୁ-  ପରସ୍ପରର ପରିବାର ଲୋକଙ୍କ ପ୍ରତି ସମ୍ମାନ ଦେବାକୁ ଭୁଲନ୍ତୁ ନାହିଁ। ପତିପତ୍ନୀଙ୍କ ମଧ୍ୟରୁ ଜଣେ ଅନ୍ୟଜଣଙ୍କ ପରିବାର ଲୋକଙ୍କୁ ଅସମ୍ମାନ କଲେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୁଏ। ଆର୍ଥିକ ସଚେତନତା-  ଆପଣଙ୍କ ଖର୍ଚ୍ଚ, ବେତନ ଆଦିର ସମ୍ପୂୂର୍ଣ୍ଣ ହିସାବ ରଖନ୍ତୁ। ଦରମାର କମ୍‌ ବେଶି ନେଇ ପରସ୍ପର ମଧ୍ୟରେ ତାନା ମାରନ୍ତୁ ନାହିଁ। ଘରଖର୍ଚ୍ଚ ଓ ସେଭିଂସ୍‌ ବିଷୟରେ ଉଭୟ ପରସ୍ପର ମଧ୍ୟରେ କଥାବାର୍ତ୍ତା କରି ନିଷ୍ପତ୍ତି ନିଅନ୍ତୁ। ଏମାନେ କ’ଣ କରନ୍ତି... ବର୍ତ୍ତମାନର ଦରଦାମ୍‌ ଅନୁଯାୟୀ ଖର୍ଚ୍ଚ ଯେପରି ବଢୁଛି ସେହି ଅନୁସାରେ ରୋଜଗାର ମଧ୍ୟ ଜରୁରୀ। ମୋ ଜବ୍‌କୁ ନେଇ ଆମ ମଧ୍ୟରେ କେବେ ବି ଝଗଡା ହୁଏନାହିଁ। ପରିବାର ଲୋକଙ୍କର ସପୋର୍ଟ ଏବଂ ସହଯୋଗ ପାଇଁ ଘରକାମରେ କୌଣସି ଅସୁବିଧା ହୁଏନାହିଁ। ପ୍ରତ୍ୟେକ କାମ ପ୍ଲାନିଂ କରି କଲେ ଖୁବ୍‌ କମ୍‌ ସମୟରେ ଆଉ ଠିକ୍‌ ଭାବେ ଶେଷ ହୋଇଥାଏ। ଏହାଦ୍ୱାରା ମାଇଣ୍ଡ୍‌ ଫ୍ରେସ୍‌ ଏବଂ ରିଲାକ୍ସ ରହେ। - ଲୋପାମୁଦ୍ରା ସାହୁ, କର୍ମଜୀବୀ, ଭୁବନେଶ୍ୱର କର୍ମଜୀବୀ ମହିଳାଙ୍କୁ ଉଭୟ ଅଫିସ୍‌ ଓ ଘରକାମ ସମ୍ଭାଳିବାକୁ ପଡିଥାଏ। ଉଭୟ କାମକୁ ସମାନ ଗୁରୁତ୍ୱ ଦେବା ମଧ୍ୟ ନିହାତି ଜରୁରୀ। ଏଥିପାଇଁ ମୁଁ ଅଫିସ୍‌ କାମ ଅଫିସ୍‌ରେ ହିଁ ଶେଷ କରିଥାଏ। ସେହିପରି ଘରକାମ ମଧ୍ୟ ଘରେ ଠିକ୍‌ ସମୟରେ ଶେଷ କରିଥାଏ। ଏହାଦ୍ୱାରା ଅଫିସ୍‌ରେ ଘରର ଟେନ୍‌ସନ୍‌ କି ଘରେ ଅଫିସ୍‌ର ଟେନ୍‌ସନ୍‌ ନ ଥାଏ। - ସୁଚିସ୍ମିତା ବେହେରା, କର୍ମଜୀବୀ, ଜଗତ୍‌ସିଂହପୁର

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ସ୍ୱପ୍ନା

ଜୀବନଚର୍ଯ୍ୟା |

ଖରାଦିନିଆ ସର୍ବତ

ଖରାଦିନିଆ ସର୍ବତ

ଦିନକୁ ଦିନ ପାରଦ ବଢିବାରେ ଲାଗିଛି। ଏହି ସମୟରେ ସୁସ୍ଥ ରହିବାକୁ ହେଲେ ଆମେ କିଛି ପାନୀୟ ନିତିଦିନ ପିଇଲେ ଗ୍ରୀଷ୍ମକୁ ଏକ ପ୍ରକାର ଦୂରେଇ ଦେଇ ପାରିବା।

ଟିପ୍ସ: କିପରି ଲଗାଇବେ ‘ମୁଲତାନୀ ମାଟି’

ଟିପ୍ସ: କିପରି ଲଗାଇବେ ‘ମୁଲତାନୀ ମାଟି’

ମୁଲତାନୀ ମାଟି ସବୁଠାରୁ ଶସ୍ତା ଓ ଲାଭଦାୟକ ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ ଭାବେ ପରିଚିତ। ଏହା ବଜାରରେ ଖୁବ୍‌ ସହଜରେ ମଧ୍ୟ ଉପଲବ୍ଧ ହୋଇଥାଏ। ଯଦି ଏହାକୁ ଠିକ୍‌ ଭାବେ ବ୍ୟବହାର କରାଯାଏ ତେବେ ଆପଣଙ୍କର ତ୍ୱଚା ଅଧିକ କୋମଳ ଓ ସୁନ୍ଦର ହୋଇପାରିବ। ଏପରି କିଛି ଉପାୟ ବିଷୟରେ ଆସନ୍ତୁ ଆଲୋଚନା କରିବା।

ମାଛ ଖାଇଲେ ବୃଦ୍ଧି ପାଏ ସ୍ମୃତିଶକ୍ତି

ମାଛ ଖାଇଲେ ବୃଦ୍ଧି ପାଏ ସ୍ମୃତିଶକ୍ତି

ପ୍ୟାରିସ୍‌: ଶିଶୁଙ୍କ ସ୍ମୃତିଶକ୍ତି ପାଇଁ ମାଛ ବିଶେଷ ଉପକାରୀ ବୋଲି ବୈଜ୍ଞାନିକ ଜାଣିପାରିଛନ୍ତି। ଖାଦ୍ୟରେ ସପ୍ତାହରେ ୨ କିମ୍ବା ୩ ଥର ମାଛ ଖାଉଥିବା ଶିଶୁଙ୍କ ସ୍ବୃତିଶକ୍ତି ପ୍ରଖର ହୋଇଥାଏ। ମାଛରେ ଥିବା ଓମେଗା-୩-ଏସ୍‌ ଫ୍ୟାଟି ଏସିଡ୍‌ ବୌଦ୍ଧିକ ବିକାଶରେ ସହାୟକ ହୋଇଥାଏ। ମାତ୍ର ସାଧାରଣତଃ ମାଛରେ କଣ୍ଟା ରହିଥିବାରୁ ଏହାକୁ ଖାଇବା ପାଇଁ ଶିଶୁ ଆଗ୍ରହ ପ୍ରକାଶ କରି ନ ଥାନ୍ତି। ଶିଶୁଙ୍କ ବୌଦ୍ଧିକ ବିକାଶରେ ମାଛ କିଭଳି ସହାୟକ ହୋଇଥାଏ ସେ ନେଇ ଗବେଷକ ୯ରୁ ୧୧ ବର୍ଷ ବୟସ୍କ ଅନେକ ପିଲାଙ୍କ ଉପରେ ଅନୁଧ୍ୟାନ କରିଥିଲେ।

ସବୁବେଳେ ଥକ୍କା ଲାଗୁଛି କି, କରନ୍ତୁ ନାହିଁ ଅଣଦେଖା

ସବୁବେଳେ ଥକ୍କା ଲାଗୁଛି କି, କରନ୍ତୁ ନାହିଁ ଅଣଦେଖା

କାମ କଲେ ଥକ୍କା ଲାଗିବା ସ୍ବାଭାବିକ। ଯଦି ଥକ୍କା ଲାଗିବା ଏକ ଅଭ୍ୟାସରେ ପରିଣତ ହୁଏ ଅର୍ଥାତ ସବୁବେଳେ ଥକ୍କା ଲାଗେ ତେବେ ଏହା ଏକ ବଡ ସମସ୍ୟା ହୋଇପାରେ। ଆପଣ ଏପରି ସମସ୍ୟା ଦେଇ ଗତି କରୁଥିଲେ ଅଣଦେଖା କରନ୍ତୁ ନାହିଁ। ଏପରି କିଛି କାରଣକୁ ନେଇ ବିଶେଷ ଆଲୋଚନା କରିବା

ଖରାଦିନେ ସ୍ବାସ୍ଥ୍ୟପଯୋଗୀ ଫଳ

ଖରାଦିନେ ସ୍ବାସ୍ଥ୍ୟପଯୋଗୀ ଫଳ

ଗ୍ରୀଷ୍ମ ଆସିଲେ ଗାଁରୁ ସହର ସବୁଠାରେ ମିଳେ ଭିନ୍ନ ଭିନ୍ନ ରକମର ଫଳ। ଏହିସବୁ ଫଳରେ ଥାଏ ପ୍ରଚୁର ପରିମାଣରେ ଜଳୀୟ ଅଂଶ। ଯାହା ଆମ ଶରୀର ପାଇଁ ନିତାନ୍ତ ଆବଶ୍ୟକ। ତେବେ କେଉଁସବୁ ଫଳ ଖରାଦିନେ ଆପଣଙ୍କ ଶରୀର ପାଇଁ ଲାଭଦାୟକ ତାହା ଜାଣି ରଖିବା ଜରୁରୀ।

ପ୍ରତିଦିନ ଏଭଳି ୫ ମିନିଟ ମୁହଁରେ ଲଗାନ୍ତୁ ଟମାଟୋ, ଫେରିବ ଚମକ

ପ୍ରତିଦିନ ଏଭଳି ୫ ମିନିଟ ମୁହଁରେ ଲଗାନ୍ତୁ ଟମାଟୋ, ଫେରିବ ଚମକ

କେବଳ ସ୍ବାସ୍ଥ୍ୟଗତ କାରଣକୁ ନେଇ ନୁହେଁ ବରଂ ସୌନ୍ଦର୍ଯ୍ୟ ପାଇଁ ଆମେ ଅନେକ ପ୍ରକାର ପନିପରିବା ଓ ଫଳର ବ୍ୟବହାର କରିଥାଉ। ଏଗୁଡିକୁ ସେବନ କରିବା ସହ ତ୍ୱଚାରେ ଲଗାଇବା ଦ୍ୱାରା ଅନେକ ଲାଭ ମିଳିଥାଏ। ଏହାଦ୍ୱାରା ତ୍ୱଚାରେ ଚମକ ଆସିବା ସହ ଏହାର ରୁକ୍ଷତା ଦୂର ହୋଇଥାଏ। ପ୍ରାକୃତିକ ହୋଇଥିବାରୁ ଏହାର କୌଣସି କୁପ୍ରଭାବ ମଧ୍ୟ ତ୍ୱଚା ଉପରେ ପଡି ନ ଥାଏ। ଏପରି ଏକ ପରିବା ହେଉଛି ଟମାଟୋ। ଏହାକୁ ମୁହଁରେ ଲଗାଇବା ଦ୍ୱାରା ଆପଣ ଆପଣଙ୍କର ଚେହେରା ଚମକାଇପାରିବେ। କିପରି ଆସନ୍ତୁ ଜାଣିବା

ଶିଶୁଙ୍କ ସ୍ମୃତିଶକ୍ତି ବୃଦ୍ଧି କରେ ବ୍ୟାୟାମ

ଶିଶୁଙ୍କ ସ୍ମୃତିଶକ୍ତି ବୃଦ୍ଧି କରେ ବ୍ୟାୟାମ

ଓ୍ବାଶିଂଟନ: ଶାରିରୀକ ବ୍ୟାୟାମ ପ୍ରତି ଶିଶୁଙ୍କୁ ଉତ୍ସାହିତ କରିବା ଉଚିତ୍‌। ଏହା ଦ୍ୱାରା ସେମାନଙ୍କର ସ୍ମୃତି ଶକ୍ତି ବୃଦ୍ଧି ହୋଇଥାଏ ବୋଲି ଗବେଷଣାରୁ ଜଣାପଡିଛି। ବ୍ୟାୟାମ ଶିଶୁଙ୍କ ଏକାଗ୍ରତା ଶକ୍ତି ବଢ଼ାଇଥାଏ। ଏନେଇ ଗବେଷକ ବ୍ୟାୟାମ ପରେ ୧୧ ହଜାର ଶିଶୁଙ୍କୁ ପାଠ ସମ୍ପର୍କିତ ପ୍ରଶ୍ନ କରିଥିଲେ। ଦେଖାଯାଇଥିଲା ସେମାନେ ପ୍ରାୟ ୯୦ ପ୍ରତିଶତ ପର୍ଯ୍ୟନ୍ତ ଠିକ୍‌ ଉତ୍ତର ଦେଇପାରିଛନ୍ତି।

ଖାଲିପେଟରେ ଖାଆନ୍ତୁ ନାହିଁ ଏଭଳି ଖାଦ୍ୟ

ଖାଲିପେଟରେ ଖାଆନ୍ତୁ ନାହିଁ ଏଭଳି ଖାଦ୍ୟ

ସୁସ୍ଥ ଶରୀର ପାଇଁ ଭୋଜନର ଆବଶ୍ୟକତା ରହିଛି। ଏଥିପାଇଁ ଠିକ୍‌ ସମୟରେ ଖାଦ୍ୟ ଗ୍ରହଣ କରିବା ନିହାତି ଆବଶ୍ୟକ। ଏପରିକି କେଉଁ ସମୟରେ କି ପ୍ରକାର ଖାଦ୍ୟ ଖାଉଛନ୍ତି, ସେଥିପାଇଁ ମଧ୍ୟ ସତର୍କ ରହିବା ଉଚିତ। ବିଶେଷକରି ଖାଲିପେଟରେ କିଛି ଖାଦ୍ୟ ଖାଉଥିଲେ ଯତ୍ନବାନ ରୁହନ୍ତୁ। ନଚେତ ଗ୍ୟାସ, ବଦହଜମୀ ପରି ସମସ୍ୟା ଦେଖାଦେଇପାରେ।

ଏକ ତୃତୀୟାଂଶ ମଧୁମେହ ରୋଗୀ ଔଷଧ ସେବନ ପ୍ରତି ବିମୁଖ

ଏକ ତୃତୀୟାଂଶ ମଧୁମେହ ରୋଗୀ ଔଷଧ ସେବନ ପ୍ରତି ବିମୁଖ

ଓ୍ବାଶିଂଟନ: ବିଶ୍ୱରେ ମଧୁମେହ ରୋଗ ଏହାର କାୟା ବିସ୍ତାର ଜାରି ରଖିଛି। ଗବେଷକମାନଙ୍କ ଦ୍ୱାରା ସମ୍ପନ୍ନ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ଏକ ତୃତୀୟାଂଶ ମଧୁମେହ ରୋଗୀ ଡାକ୍ତର ଦ୍ୱାରା ପରାମର୍ଶ ଦିଆଯାଇଥିବା ଔଷଧ ସେବନ କରି ନ ଥାନ୍ତି। ଟାଇପ୍‌-୨ ମଧୁମେହ ରୋଗୀଙ୍କୁ ଡାକ୍ତର ପ୍ରାୟତଃ ମେଟାଫର୍ମିନ୍‌,ଗ୍ଲାଇକ୍ଲାଜାଇଡ୍‌ ଓ ପିଓଗ୍ଲିଟାଜୋନ୍‌ ସଂରଚନା ଥିବା ଔଷଧ ସେବନ ପାଇଁ ପରାମର୍ଶ ଦେଇଥାନ୍ତି।

ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ତରଭୁଜ

ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ତରଭୁଜ

ତରଭୁଜରେ ରହିଛି ଅନେକ ଉପକାରୀ ଗୁଣ। ଖରାଦିନରେ ପ୍ରଚୁର ପରିମାଣରେ ମିଳୁଥିବା ଏହି ଫଳ ଆମକୁ ସୁସ୍ଥ ରଖିବାରେ ବେଶ୍‌ ସହାୟକ ହୋଇଥାଏ।

ସ୍ମାର୍ଟଫୋନ୍‌ ଯୋଗୁ ବଢ଼ୁଛି ଗର୍ଭପାତ ସମସ୍ୟା

ସ୍ମାର୍ଟଫୋନ୍‌ ଯୋଗୁ ବଢ଼ୁଛି ଗର୍ଭପାତ ସମସ୍ୟା

ଟୋକିଓ : ସ୍ମାର୍ଟଫୋନ୍‌ର ବହୁଳ ବ୍ୟବହାର ଯୋଗୁ ଗର୍ଭପାତ ସମସ୍ୟା ବଢ଼ୁଛି ବୋଲି ଗବେଷକ ସୂଚିତ କରିଛନ୍ତି। ସ୍ମାର୍ଟଫୋନ୍‌, ଲ୍ୟାପଟପ୍‌, ବ୍ଲୁଟୁଥ୍‌ ଆଦି ସୂଚନାପ୍ରଯୁକ୍ତି ଉତ୍ପାଦରୁ ବିକିରଣ ହେଉଥିବା ତରଙ୍ଗ ଗର୍ଭ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ।

ବୈବାହିକ ଜୀବନରେ ତ୍ୟାଗ ଗୁରୁତ୍ୱପୂର୍ଣ୍ଣ

ବୈବାହିକ ଜୀବନରେ ତ୍ୟାଗ ଗୁରୁତ୍ୱପୂର୍ଣ୍ଣ

ଓ୍ବାଶିଂଟନ: ବୈବାହିକ ଜୀବନର ସଫଳତା ପାଇଁ ପରସ୍ପର ତଥା ପରିବାର ସକାଶେ ତ୍ୟାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗହଣ କରିଥାଏ ବୋଲି ଗବେଷକ ସୂଚିତ କରିଛନ୍ତି। ଲଭ୍‌ ଗ୍ୟାରେଜ୍‌ ଓ ଆରେଞ୍ଜ୍‌ ମ୍ୟାରେଜ୍‌ ମଧ୍ୟରେ କେଉଁଟି ଅଧିକ ସଫଳ ରହିଥାଏ ସେ ନେଇ ଗବେଷକ ସର୍ଭେ କରିଥିଲେ।