ଜୀବନଚର୍ଯ୍ୟା |

ସୌନ୍ଦର୍ଯ୍ୟ: ତ୍ୱଚା ପାଇଁ କ୍ଲିନ୍‌ଜର

ସୌନ୍ଦର୍ଯ୍ୟ: ତ୍ୱଚା ପାଇଁ କ୍ଲିନ୍‌ଜର

ସୁସ୍ଥ ଓ ସୁନ୍ଦର ତ୍ୱଚା ପାଇଁ ସମୟ ଅନ୍ତରାଳରେ କ୍ଲିନ୍‌ଜିଂ, ସ୍କ୍ରବିଂ, ମସାଜ୍‌ କରିବାକୁ ପଡ଼େ। କ୍ଲିନ୍‌ଜରର ବ୍ୟବହାର କେବଳ ତ୍ୱଚାକୁ ପରିଷ୍କାର ରଖି ନ ଥାଏ ବରଂ ଚମକ ମଧ୍ୟ ଆଣିଥାଏ। ଆଜିକାଲି ବଜାରରେ ମିଳୁଥିବା କ୍ଲିନ୍‌ଜର ବଦଳରେ ଆପଣ ଘରୋଇ ଉପାୟରେ ମଧ୍ୟ ଏହାକୁ ପ୍ରସ୍ତୁତ କରିପାରିବେ। ଜାଣନ୍ତୁ ସେ ସମ୍ପର୍କରେ ଟିପ୍ସ ....
-ଅଧା କପ୍‌ କାବୁଲି ଚଣା ପାଉଡରରେ ଏକ ଚାମଚ ହଳଦୀଗୁଣ୍ଡ ଏବଂ ଅଧା କପ୍‌ କ୍ଷୀର ମିଶାନ୍ତୁ। ଏହି ପ୍ୟାକ୍‌କୁ ମୁହଁ ଓ ବେକରେ ଲଗାଇ ୨ ମିନିଟ୍‌ ପରେ ଧୋଇଦିଅନ୍ତୁ। ଅଏଲି ଏବଂ କମ୍ବିନେଶନ୍‌ ତ୍ୱଚା(ତ୍ୱଚାର କିଛି ଅଂଶ ଅଏଲି ହେବାବେଳେ କିଛି ଅଂଶ ଡ୍ରାଏ ହୋଇଥିବ) ପାଇଁ ଏହା ଉତ୍ତମ କ୍ଲିନ୍‌ଜର ଭାବେ କାମ କରିଥାଏ।
- ଅଧା କପ୍‌ ଦହି ଏବଂ ଅଧା କପ୍‌ ମହୁର ମିଶ୍ରଣକୁ ମୁହଁ ଓ ବେକରେ ଲଗାଇ ୧୫ ମିନିଟ୍‌ ପରେ ହାଲ୍‌କା ମସାଜ୍‌ କରି ଧୋଇଦିଅନ୍ତୁ। କିଛିଦିନ ଏପରି କରନ୍ତୁ ଫରକ୍‌ ଜାଣିପାରିବେ।
- ପାଚିଯାଇଥିବା ସପୁରି ଖଣ୍ଡକୁ ଭଲ ଭାବେ ଗ୍ରାଇଣ୍ଡିଂ କରି ଏହାର ରସକୁ ମୁହଁ ଓ ବେକରେ ଲଗାନ୍ତୁ। ତାହା ଶୁଖିଯିବା ପରେ ନଖଉଷୁମ ପାଣିରେ ମୁହଁକୁ ଧୋଇଦିଅନ୍ତୁ। ଏହା ତ୍ୱଚାରୁ ମୃତ କୋଷିକା ଦୂର କରିବା ସହ ଆଣ୍ଟି ଏଜିଂର କାମ କରିଥାଏ।
- ବେସନରେ ଅଳ୍ପ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ପ୍ରଥମେ ମୁହଁରେ ଲେମ୍ବୁ ରସ କିମ୍ବା କ୍ଷୀର ଲଗାଇ କିଛି ସମୟ ପରେ ଧୋଇ ବେସନର ପେଷ୍ଟ୍‌କୁ ମୁହଁ ଓ ବେକରେ ଲଗାନ୍ତୁ। ଶୁଖିଯିବା ପରେ ହାତରେ ଧୀରେ ଧୀରେ ରଗଡି ଧୋଇ ଦିଅନ୍ତୁ। ଏହା ତ୍ୱଚାରୁ ମୃତ କୋଷ ଦୂର କରିବା ସହ ଲୋମଛିଦ୍ରକୁ ଖୋଲିଦିଏ।
- ଅଙ୍ଗୁରକୁ ପେଷ୍ଟ କରି ସେଥିରେ ଲେମ୍ବୁ ରସ ଏବଂ ଅଣ୍ଡାର ଧଳାଅଂଶ ଭଲଭାବେ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୨୦ ମିନିଟ୍‌ ପରେ ଉଷୁମ ପାଣିରେ ଧୋଇଦିଅନ୍ତୁ। ଅଏଲି ତ୍ୱଚା ପାଇଁ ଏହା ବେଶ୍‌ ଉପକାରୀ।
- ୧/୪ କପ୍‌ ବନ୍ଧାକୋବି ରସରେ ୧/୪ କପ୍‌ ନଡ଼ିଆ କ୍ଷୀର ଏବଂ ଅଧା ଚାମଚ ବାଦାମ ତେଲ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁ ଓ ବେକରେ ଲଗାଇ ଶୁଖିଯିବା ପରେ ଉଷୁମ ପାଣିରେ ଧୋଇଦିଅନ୍ତୁ। ପରେ ଥଣ୍ଡା ପାଣିରେ ମୁହଁକୁ ଆଉଥରେ ଧୋଇଦିଅନ୍ତୁ। କିଛିଦିନ ଏପରି କଲେ ତ୍ୱଚାରେ ଚମକ ଆସିଥାଏ।

All Right Reserved By

ଜୀବନଚର୍ଯ୍ୟା |

ବିବାହ ପରେ ଅଲଗା ରୁହନ୍ତି ବରକନ୍ୟା

ବିବାହ ପରେ ଅଲଗା ରୁହନ୍ତି ବରକନ୍ୟା

ବିବାହକୁ ନେଇ ଭାରତର ବିଭିନ୍ନ ଅଞ୍ଚଳରେ ରହିଛି ଭିନ୍ନ ଭିନ୍ନ ପରମ୍ପରା। ସାଧାରଣତଃ ବିବାହର ୪ ଦିନ ପରେ ଚତୁର୍ଥୀ ରାତିରେ ବରକନ୍ୟାଙ୍କ ହୋଇଥାଏ ମିଳନ। ତେବେ ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ ଚତୁର୍ଥୀ ରାତିରେ ବରକନ୍ୟା ଅଲଗା ଅଲଗା ଘରେ ଶୋଇଥାନ୍ତି ।

ସୁଖ ଶାନ୍ତି ପାଇଁ ଗୁରୁବାର ଆପଣେଇ ପାରିବେ ଏହି ଉପାୟ...

ସୁଖ ଶାନ୍ତି ପାଇଁ ଗୁରୁବାର ଆପଣେଇ ପାରିବେ ଏହି ଉପାୟ...

ଗୁରୁବାର ଦେବଗୁରୁ ବୃହସ୍ପତିଙ୍କର ବିଶେଷ ପୂଜା କରାଯାଇଥାଏ। ବୃହସ୍ପତିଙ୍କୁ ଭାଗ୍ୟ ଓ ଧର୍ମର ପ୍ରତୀକ ବୋଲି କୁହାଯାଏ। କୁଣ୍ଡଳୀରେ ବୃହସ୍ପତିର ସ୍ଥିତିର ପ୍ରଭାବ ଦାମ୍ପତ୍ୟ ଜୀବନ ଉପରେ ମଧ୍ୟ ପଡ଼ିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଳେଖ ଅଛି।

ସଂକ୍ରାମକ ରୋଗର ବାହକ ବି’ ହୋଇଥାଏ ଟଙ୍କା

ସଂକ୍ରାମକ ରୋଗର ବାହକ ବି’ ହୋଇଥାଏ ଟଙ୍କା

ସଂକ୍ରାମକ ରୋଗ ବିଭିନ୍ନ ବାହକ ଦ୍ୱାରା ସଂକ୍ରମିତ ହୋଇାଥାଏ। ସାଧାରଣତଃ ଜଳ, ବାୟୁ, ଖାଦ୍ୟ, ସ୍ପର୍ଶ ଦ୍ୱାରା ରୋଗ ସଂକ୍ରମିତ ହୋଇଥାଏ । ତେବେ ଜଣେ ରୋଗୀର ସଂସ୍ପର୍ଶରେ ଏହିସବୁ ଉପାଦାନଗୁଡ଼ିକ ଆସିଲେ ବ୍ୟକ୍ତି ଦେହରୁ ଜୀବାଣୁଗୁଡ଼ିକ ବାହକର ଦେହକୁ ସ୍ଥାନାନ୍ତରିତ ହୁଏ ।

ସକାଳେ ଖାଆନ୍ତୁ ୨ଟି ଖଜୁରୀ, ମିଳିବ ଏସବୁ ଫାଇଦା

ସକାଳେ ଖାଆନ୍ତୁ ୨ଟି ଖଜୁରୀ, ମିଳିବ ଏସବୁ ଫାଇଦା

ପ୍ରତିଦିନ ସକାଳେ ଅଭ୍ୟାସ କରି ୨ଟି ଖଜୁରୀ କୋଳି ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏହାର ଅନେକ ଔଷଧୀୟ ଗୁଣ ରହିଛି।

ମୃତ୍ୟୁପରେ ମୁହଁରେ ରଖାଯାଏ ଗଙ୍ଗାପାଣି ଓ ତୁଳସୀ, କାରଣ ଜାଣନ୍ତୁ...

ମୃତ୍ୟୁପରେ ମୁହଁରେ ରଖାଯାଏ ଗଙ୍ଗାପାଣି ଓ ତୁଳସୀ, କାରଣ ଜାଣନ୍ତୁ...

ମୃତ୍ୟୁକୁ ଜୀବନର ଏକ ମାତ୍ର ସତ୍ୟଭାବେ ଗ୍ରହଣ କରାଯାଇଥାଏ। ଏନେଇ ବିଭିନ୍ନ ଶାସ୍ତ୍ରରେ ଉଲ୍ଳେଖ ଅଛି। ଭାରତୀୟ ପରମ୍ପରାରେ ମୃତ୍ୟୁପରେ ମୁହଁରେ ଗଙ୍ଗାପାଣି ଓ ତୁଳସୀ ରଖାଯାଏ। ଏହାଦ୍ୱାରା ମୃତକଙ୍କ ଆତ୍ମାକୁ ଶାନ୍ତି ମିଳେ ଓ ପ୍ରେତଲୋକରେ ସେ ତୃଷାର୍ତ୍ତ ରୁହନ୍ତି ନାହିଁ ବୋଲି ବିଶ୍ୱାସ ରହିଛି।

ବିବାହରେ କାହିଁକି ହୁଏ ହଳଦୀ ଲଗାଇବା ପରମ୍ପରା

ବିବାହରେ କାହିଁକି ହୁଏ ହଳଦୀ ଲଗାଇବା ପରମ୍ପରା

ବିବାହ ପୂର୍ବରୁ ହଳଦୀ ଲଗାଇବା ପରମ୍ପରାର ବିଶେଷ ମହତ୍ତ୍ୱ ରହିଥାଏ। ଏହା ବିନା ବିବାହ ସମ୍ପୂର୍ଣ୍ଣ ହୋଇପାରି ନ ଥାଏ। ହଳଦୀ, ଚନ୍ଦନ, ବେସନ ଓ କିଛି ସୁଗନ୍ଧିତ ତେଲକୁ ମିଶାଇ ପ୍ରସ୍ତୁତ କରାଯାଉଥିବା ଏହି ମିଶ୍ରଣ ବିବାହ ପୂର୍ବରୁ ବରକନ୍ୟାଙ୍କ ଦେହରେ ଲଗାଯାଇଥାଏ।

ଏଭଳି ଭୟଠାରୁ ଦୂରେଇ ରହିବା ପାଇଁ...

ଏଭଳି ଭୟଠାରୁ ଦୂରେଇ ରହିବା ପାଇଁ...

କୌଣସି ସ୍ଥାନ, ବସ୍ତୁ, କାର୍ଯ୍ୟ ଓ ପରିସ୍ଥିତି ପ୍ରତି ଅହେତୁକ ଭୟକୁ ଫୋବିୟା କୁହାଯାଏ। କେତେକ ଲୋକ ଭିଡ଼ ଭିତରକୁ ଯିବାକୁ, ଉଚ୍ଚ ସ୍ଥାନକୁ ଯିବାକୁ, ଘରୁ ରାସ୍ତାକୁ ଯିବାକୁ ଭୟ କରନ୍ତି।

ଅବସାଦ ବି’ ଦୂରକରେ ମାଛ

ଅବସାଦ ବି’ ଦୂରକରେ ମାଛ

ସପ୍ତାହରେ ୩ ଦିନ ମାଛ ଖାଇଲେ ମିଳିଥାଏ ଅନେକ ଉପକାର। ମାଛରେ ପ୍ରଚୁର ପରିମାରରେ ଓମେଗା-୩ ଫ୍ୟାଟି ଏସିଡ୍‌ ରହିଥାଏ।

ବର୍ଷାଦିନେ ପିଅନ୍ତୁ ଚା’ ବଢିବ ରୋଗ ପ୍ରତିରୋଧକ ଶକ୍ତି

ବର୍ଷାଦିନେ ପିଅନ୍ତୁ ଚା’ ବଢିବ ରୋଗ ପ୍ରତିରୋଧକ ଶକ୍ତି

ବର୍ଷାଦିନ ଆରମ୍ଭ ହେଲେ ଥଣ୍ଡା, ସର୍ଦ୍ଦି, କାଶ ଓ ଜ୍ୱର ହୋଇଥାଏ। ହେଲେ ଏହି ସମୟରେ ଚା’ ପିଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ ମତ ଦେଇଥାଆନ୍ତି। ହେଲେ ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ଚା’ ପିଇବା ଉଚିତ୍‌।

ବର୍ଷାରେ କେଶ ଓଦା ହୋଇଥିଲେ...

ବର୍ଷାରେ କେଶ ଓଦା ହୋଇଥିଲେ...

ବର୍ଷାରେ ଓଦା ହେବାକୁ ତ ଭଲ ଲାଗେ। ହେଲେ ଏହାର କୁପ୍ରଭାବ ପଡ଼ିଥାଏ କେଶ ଉପରେ। କେଶ ଝଡ଼ିବାଠୁ ଆରମ୍ଭ କରି ଅନେକ ସମସ୍ୟା ଦେଖାଦିଏ। ତେଣୁ ଏହିଦିନେ କେଶକୁ ସୁସ୍ଥ ରଖିବା ଲାଗି ଆପଣାନ୍ତୁ ନିମ୍ନୋକ୍ତ କିଛି ଟିପ୍ସ...

ବିବାହ ପାଇଁ ଟ୍ରେଣ୍ଡି କଲର

ବିବାହ ପାଇଁ ଟ୍ରେଣ୍ଡି କଲର

ବିବାହ ସମୟରେ ଅଧିକାଂଶ ମହିଳା ଲାଲ୍‌ ରଙ୍ଗକୁ ପସନ୍ଦ କରିଥା’ନ୍ତି। ଆପଣ ଚାହିଁଲେ ଏହା ବଦଳରେ ଅନ୍ୟ କିଛି ରଙ୍ଗକୁ ବି ବ୍ରାଇଡାଲ୍‌ କଲର ଭାବେ ବାଛିପାରିବେ। ଜାଣନ୍ତୁ ସେ ସମ୍ପର୍କରେ...

ବର୍ଷାଦିନେ ଶିଶୁଙ୍କ ଯତ୍ନ

ବର୍ଷାଦିନେ ଶିଶୁଙ୍କ ଯତ୍ନ

ପ୍ରବଳ ଖରା ପରେ ବର୍ଷାଋତୁର ଆଗମନକୁ ସମସ୍ତେ ଅପେକ୍ଷା କରି ରହିଥା’ନ୍ତି । ଜଳଦାନ କରିବା ସହ ବିଭିନ୍ନ ସଂକ୍ରାମକ ରୋଗ ସଙ୍ଗରେ ନେଇ ଆସିଥାଏ ଏହି ଋତୁ । ଏହି ସଂକ୍ରାମକ ରୋଗଗୁଡ଼ିକରେ ସାଧାରଣତଃ ଶିଶୁମାନେ ଅଧିକ ପ୍ରଭାବିତ ହୁଅନ୍ତି।

Model This Week

ରୂପେଶ