ଅନ୍ତର୍ଜାତୀୟ |

କଥା ରଖିଲେ ଇମ୍ରାନ୍‌: ଖୋଲିଲା ରାଷ୍ଟ୍ରପତି ଭବନ

କଥା ରଖିଲେ ଇମ୍ରାନ୍‌: ଖୋଲିଲା ରାଷ୍ଟ୍ରପତି ଭବନ

ଇସ୍‌ଲାମାବାଦ,୯।୧୨: ପାକିସ୍ତାନ ସରକାର କଡା ସୁରକ୍ଷା ମଧ୍ୟରେ ଶନିବାର ଆଲିସାନ୍‌ ରାଷ୍ଟ୍ରପତି ଭବନକୁ ସାଧାରଣ ଜନତାଙ୍କ ପାଇଁ ଖୋଲିଦେଇଛନ୍ତି। ରାଜଧାନୀର ଅତ୍ୟନ୍ତ ସୁରକ୍ଷା ବଳୟ ବା ରେଡ୍‌ ଜୋନ୍‌ କନଷ୍ଟିଚ୍ୟୁଏଶନ ଏଭେନ୍ୟୁରେ ଥିବା ମାରଗଲ୍ଲା ହିଲ୍ସଠାରେ ଏହା ଅବସ୍ଥିତ। ରାଷ୍ଟ୍ରପତି ଭବନକୁ ଆଧୁନିକ ପିରାମିଡ ବାସ୍ତୁକଳା ମାଧ୍ୟମରେ ଅତ୍ୟନ୍ତ ଆକର୍ଷଣୀୟ ଢଙ୍ଗରେ ଦର୍ଶାଯାଇଛି। ଏହାର ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ବାସଭବନ ଥିବା ବେଳେ ଅନ୍ୟପଟେ ରହିଛି ସଂସଦ ଭବନ। ରାଷ୍ଟ୍ରପତି ଭବନର ପ୍ରବକ୍ତା ତାହିର ଖୁସନୁଦଙ୍କ ସୂଚନା ଅନୁଯାୟୀ ଜଣେ ବ୍ୟକ୍ତି ନିଜର ପରିଚୟ ପତ୍ର ଦେଖାଇ ଭିତରକୁ ପ୍ରବେଶ କରିପାରିବେ। ଏହା ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବ। ସୂଚନାଯୋଗ୍ୟ, ଇମ୍ରାନ ଖାଁଙ୍କ ଦଳ ତେହେରିକ-ଇ-ଇନଶାଫ୍‌ ନିର୍ବାଚନ ପୂର୍ବରୁ ଦେଶର ପ୍ରମୂଖସ୍ଥଳକୁ ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ଖୋଲିବ ବୋଲି କଥା ଦେଇଥିଲା। ଏହି କଥାକୁ ଏବେ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ଇମ୍ରାନ୍‌। ଏହାପୂର୍ବରୁ ରାଜ୍ୟପାଳଙ୍କ ବାସଭବନକୁ ମଧ୍ୟ ସାଧାରଣ ଜନତାଙ୍କ ପାଇଁ ଖୋଲି ଦିଆଯାଇଥିଲା। 

All Right Reserved By

ଅନ୍ତର୍ଜାତୀୟ |

ସୋମାଲିଆରେ ଆମେରିକା ବାୟୁସେନାର ବୋମାମାଡ଼: ୫୦ରୁ ଅଧିକ ଆତଙ୍କବାଦୀ ନିହତ

ସୋମାଲିଆରେ ଆମେରିକା ବାୟୁସେନାର ବୋମାମାଡ଼: ୫୦ରୁ ଅଧିକ ଆତଙ୍କବାଦୀ ନିହତ

ଓ୍ବାଶିଂଟନ,୨୦।୧: ସୋମାଲିଆରେ ଆମେରିକା ବାୟୁସେନା ବୋମାମାଡ଼ରେ ୫୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନେ ଅଲ୍‌-କାଇଦା ଆତଙ୍କବାଦୀ ସଂଗଠନର ସହଯୋଗୀ ସଂସ୍ଥା ଅଲ୍‌-ସବାବ୍‌ର ସଦସ୍ୟ ବୋଲି କୁହାଯାଉଛି। 

ଫେବୃୟାରୀରେ ଉନ୍‌ଙ୍କୁ ଭେଟିବେ ଟ୍ରମ୍ପ୍‌

ଫେବୃୟାରୀରେ ଉନ୍‌ଙ୍କୁ ଭେଟିବେ ଟ୍ରମ୍ପ୍‌

ଓ୍ବାଶିଂଟନ, ୨୦-୧(ପି.ଟି.): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆସନ୍ତା ଫେବୃୟାରୀରେ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌-ଉନ୍‌ଙ୍କୁ ଭେଟିବେ।

ସିରିଆରେ ଆକ୍ରମଣ:୪ ଶିଶୁଙ୍କ ସମେତ ୬  ମୃତ

ସିରିଆରେ ଆକ୍ରମଣ:୪ ଶିଶୁଙ୍କ ସମେତ ୬ ମୃତ

ବେରୁଟ,୨୦-୧: ସିରିଆରେ ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ (ଆଇଏସ୍‌) ଆତଙ୍କବାଦୀ ଗ୍ରୁପ୍‌ଙ୍କ ଉପରେ ଆମେରିକା ପକ୍ଷରୁ ହୋଇଥିବା ବିମାନ ଆକ୍ରମଣରେ ୧୦ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ୪ ଶିଶୁଙ୍କ ସମେତ ୬ ସାଧାରଣ ନାଗରିକଙ୍କ ଜୀବନ ଯାଇଛି। 

ଜଳିଲା ତେଲ ପାଇପ୍‌ଲାଇନ : ୨୧ ମୃତ

ଜଳିଲା ତେଲ ପାଇପ୍‌ଲାଇନ : ୨୧ ମୃତ

ମେକ୍କିକୋ, ୨୦-୧:ସେଣ୍ଟ୍ରାଲ୍‌ ମେକ୍ସିକୋରେ ତେଲ ଚୋରି ନେଇ ଚଢ଼ାଉ ଅଭିଯାନ ଜାରି ରହିଥିବାବେଳେ ଏକ ବେଆଇନ ତେଲ ପାଇପ୍‌ଲାଇନ ଜଳିଯାଇଛି। ଏଥିରେ ୨୧ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୧ ଗୁରୁତର ଆହତ ହୋଇଛନ୍ତି। 

କର୍ମଚାରୀଙ୍କୁ ପିଜା ବାଣ୍ଟିଲେ ବୁଶ୍‌

କର୍ମଚାରୀଙ୍କୁ ପିଜା ବାଣ୍ଟିଲେ ବୁଶ୍‌

ଓ୍ବାସିଂଟନ୍‌, ୧୯।୧: ଆମେରିକାର ଗୁଇନ୍ଦା ବିଭାଗ କର୍ମଚାରୀଙ୍କୁ ପିଜା ବାଣ୍ଟିଛନ୍ତି ଦେଶର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ୍‌। 

ବର୍ଗର ପାଇଁ ଲାଇନ୍‌ରେ ଠିଆ ହେଲେ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି

ବର୍ଗର ପାଇଁ ଲାଇନ୍‌ରେ ଠିଆ ହେଲେ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି

ଓ୍ବାସିଂଟନ୍‌, ୧୯।୧: ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ବିଲ ଗେଟସ ବର୍ଗର ପାଇଁ ଲାଇନରେ ଛିଡା ହୋଇଛନ୍ତି। କଥାଟା ସହଜରେ ହଜମ ହେଉ ନ ଥିଲେ ମଧ୍ୟ ସତ।

ଜାପାନ ସାଗର ଉପରେ ପରସ୍ପର ସହ ଧକ୍କା ହେଲେ ୨ ଯୁଦ୍ଧ ବିମାନ

ଜାପାନ ସାଗର ଉପରେ ପରସ୍ପର ସହ ଧକ୍କା ହେଲେ ୨ ଯୁଦ୍ଧ ବିମାନ

ମସ୍କୋ,୧୯।୧: ଜାପାନ ସାଗର ଉପରେ ଶୁକ୍ରବାର ରୁଷର ୨ଟି ସୁଖୋଇ ଏସ୍‌ୟୁ-୩୪ ବୋମା ବର୍ଷି ବିମାନ ପରସ୍ପର ମଧ୍ୟରେ ଧକ୍କା ହୋଇଛନ୍ତି। ଯୁଦ୍ଧାଭ୍ୟାସ କରିବା ସମୟରେ ଭୂଲ୍‌ ବଶତଃ ବିମାନ ଦୁଇଟି ପରସ୍ପର ସହ ଧକ୍କା ହୋଇଥିବା ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ। 

ଟ୍ରେନ୍‌ ବିଳମ୍ବ ହେଲେ ବୁଣୁଥିଲେ ସ୍କାର୍ଫ: ବିକ୍ରିହେଲା ୬ଲକ୍ଷରେ

ଟ୍ରେନ୍‌ ବିଳମ୍ବ ହେଲେ ବୁଣୁଥିଲେ ସ୍କାର୍ଫ: ବିକ୍ରିହେଲା ୬ଲକ୍ଷରେ

ଲଣ୍ଡନ,୧୯।୧: ଟ୍ରେନ୍‌ରେ ଯାତାୟତ କରୁଥିବା ଲୋକେ ବିଳମ୍ବକୁ ସାମ୍ନା କରିବା ଏକ ସାଧାରଣ ଘଟଣା। ହେଲେ ଏହି ସମୟକୁ ଦେଖି ଜର୍ମାନୀର ଜଣେ ମହିଳା ସ୍କାର୍ଫ ବୁଣିବା କାମ କରୁଥିଲେ। 

ପତ୍ନୀଙ୍କ ଜନ୍ମଦିନରେ ୨୯ ବର୍ଷ ତଳର ଫଟୋ ଶେୟାର କଲେ ଓବାମା

ପତ୍ନୀଙ୍କ ଜନ୍ମଦିନରେ ୨୯ ବର୍ଷ ତଳର ଫଟୋ ଶେୟାର କଲେ ଓବାମା

ଓ୍ବାଶିଂଟନ,୧୮।୧: ଆମେରିକାର ପୂର୍ବତନ ଫାଷ୍ଟ ଲେଡି ମିଶେଲ ଓବାମାଙ୍କର ଗୁରୁବାର ଜନ୍ମଦିନ ଥିଲା। ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ନିକଟକୁ ଆସିଥିଲା ଅନେକ ଶୁଭେଚ୍ଛା ବାର୍ତ୍ତା। 

ଅପସ୍କ୍ରିଟିଂ ବ୍ରିଟେନରେ ଅପରାଧ

ଅପସ୍କ୍ରିଟିଂ ବ୍ରିଟେନରେ ଅପରାଧ

ଲଣ୍ଡନ,୧୮।୧: ବ୍ରିଟେନରେ ଏବେ ଅପସ୍କ୍ରିଟିଂକୁ ଆଇନତଃ ଅପରାଧ ବୋଲି ଘୋଷଣା କରାଯାଇଛି। ଗୁରୁବାର ବ୍ରିଟେନର ହାଉସ୍‌ ଅଫ୍‌ ଲର୍ଡସରେ ଅପସ୍କ୍ରିଟିଂକୁ ନେଇ ବିଲ୍‌ ପାସ୍‌ କରାଯାଇଛି।

ସ୍ମାର୍ଟ ଫୋନ୍‌ ମାନିଆ: ପାସ୍‌ଓ୍ବାର୍ଡ ନ କହିବାରୁ ସ୍ବାମୀଙ୍କୁ ପେଟ୍ରୋଲରେ ଜୀବନ୍ତ ଜଳାଇଲେ ମହିଳା

ସ୍ମାର୍ଟ ଫୋନ୍‌ ମାନିଆ: ପାସ୍‌ଓ୍ବାର୍ଡ ନ କହିବାରୁ ସ୍ବାମୀଙ୍କୁ ପେଟ୍ରୋଲରେ ଜୀବନ୍ତ ଜଳାଇଲେ ମହିଳା

ଜାକର୍ତ୍ତା,୧୮।୧: ଏବେ ଲୋକଙ୍କ ମଧ୍ୟରେ ସ୍ମାର୍ଟ ଫୋନ୍‌ ମାନିଆ ବଢ଼ିବାରେ ଲାଗିଛି। ସ୍ମାର୍ଟଫୋନ୍‌ ପାଇଁ ଘଟୁଛି ଅନକ ଅଭାବନୀୟ ଘଟଣା। ଇଣ୍ଡୋନେସିଆରେ ଇହ୍ଲାନ ଅୟାନୀ ନାମକ ଜଣେ ୨୫ ବର୍ଷ ବୟସ୍କା ମହିଳା ତାଙ୍କ ସ୍ବାମୀ ଡେଡି ପୁରନାମାଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଛନ୍ତି। 

୭୭.୩ କୋଟି ଇମେଲ୍‌, ୨.୧ କୋଟି ପାସ୍‌ଓ୍ବର୍ଡ ହ୍ୟାକ୍‌

୭୭.୩ କୋଟି ଇମେଲ୍‌, ୨.୧ କୋଟି ପାସ୍‌ଓ୍ବର୍ଡ ହ୍ୟାକ୍‌

ସାନଫ୍ରାନ୍ସିସକୋ,୧୭-୧: ଚଳିତ ବର୍ଷ ଆରମ୍ଭରେ ସବୁଠାରୁ ବଡ଼ ଡାଟା ଲିକ୍‌ ସାମ୍ନାକୁ ଆସିଛି। ଗବେଷକ ଟ୍ରୟ ହଣ୍ଟ ଡାଟା ଲିକ୍‌ ସମ୍ପର୍କରେ ଜାଣି ପାରି ନିଜର ଓ୍ବେବସାଇଟ ଟ୍ରୟହଣ୍ଟ ଡଟ୍‌ କମ୍‌ରେ ଏହାକୁ ଉଲ୍ଲେଖ କରିଛନ୍ତି। ପ୍ରାୟ ୭୭ କୋଟି ୩୦ ଲକ୍ଷ ଇମେଲ୍‌ ଆଇଡି ଓ ୨କୋଟି ୧୦ ଲକ୍ଷ ପାସଓ୍ବର୍ଡ ହ୍ୟାକ୍‌ ହୋଇଯାଇଛି ବୋଲି ସେ ଦର୍ଶାଇଛନ୍ତି। ଗବେଷକ ଟ୍ରୟ ହଣ୍ଟ ଏହାକୁ କଲେକ୍ସନ #୧ ଭାବେ ଉପସ୍ଥାପନ କରିଛନ୍ତି।