ଜାତୀୟ |

କେନ୍ଦ୍ରମନ୍ତ୍ରୀ ରାମଦାସ ଅଠଓ୍ବାଲେଙ୍କୁ ଚାପୁଡା ମାରିଲେ ଯୁବକ: ଭିଡିଓ ଭାଇରାଲ

କେନ୍ଦ୍ରମନ୍ତ୍ରୀ ରାମଦାସ ଅଠଓ୍ବାଲେଙ୍କୁ ଚାପୁଡା ମାରିଲେ ଯୁବକ: ଭିଡିଓ ଭାଇରାଲ

ମୁମ୍ବାଇ,୯।୧୨: କେନ୍ଦ୍ରମନ୍ତ୍ରୀ ତଥା ରିପବ୍ଲିକାନ ପାର୍ଟି ଅଫ୍‌ ଇଣ୍ଡିଆର ମୁଖ୍ୟ ରାମଦାସ ଅଠଓ୍ବାଲେଙ୍କୁ ଜଣେ ଯୁବକ ଏକ ଶକ୍ତ ଚାପୁଡା ମାରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ମୁମ୍ବାଇର ସଟେଠାଣେ ଅମ୍ବରନାଥ ନଗରପାଳିକା ଅଞ୍ଚଳରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅଠଓ୍ବାଲେ ସେଠାରେ ପହଞ୍ଚିଥିଲେ। ଏହି ସମୟରେ ଜଣେ ଯୁବକ ସର୍ବସମ୍ମୁଖରେ ତାଙ୍କୁ ଚାପୁଡା ମାରିଥିଲା। ସଙ୍ଗେସଙ୍ଗେ ଅଠାଓ୍ବାବଲେଙ୍କ ସମର୍ଥକ ଉକ୍ତ ଯୁବକଙ୍କୁ କାବୁ କରିନେବା ସହ ତାଙ୍କୁ ଖୁବ୍‌ ମାଡ ମାରିଥିଲେ। ପ୍ରବିନ ଗୋସାଭି ନାମକ ଏହି ଯୁବକଙ୍କୁ ପୋଲିସ ଗିରଫ କରିଛି। ସେ ଅଠାଓ୍ବାବଲେଙ୍କ ଦଳର ଜଣେ ସଦସ୍ୟ ବୋଲି ଜଣାପଡିଛି । ହେଲେ ମାଡପିଟ ପରେ ସେ ଗୁରୁତର  ହୋଇପଡିବାରୁ ତାଙ୍କ୍‌ୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହେଲେ ମନ୍ତ୍ରୀଙ୍କୁ ମାଡ ମାରିବା ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯାହାକୁ ନେଇ ଚର୍ଚ୍ଚା ଯୋର ଧରିଛି। ରବିବାର ଅଠାଓ୍ବାବଲେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କୁ ଭେଟିବା ସହ ୍‌ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା କରିଛନ୍ତି। 

All Right Reserved By

ଜାତୀୟ |

ବାୟୁସେନାର ଶକ୍ତି ବୃଦ୍ଧି କରିବ ଚିନୁକ ସିଏଚ-୪୭ ହେଲିକପ୍ଟର

ବାୟୁସେନାର ଶକ୍ତି ବୃଦ୍ଧି କରିବ ଚିନୁକ ସିଏଚ-୪୭ ହେଲିକପ୍ଟର

ଚଣ୍ଡିଗଡ଼,୨୫।୩: ବୃଦ୍ଧି  ପାଇଛି  ଭାରତୀୟ ବାୟୁ ସେନାର ଶକ୍ତି। ସୋମବାର ଆମେରିକାର ଅତ୍ୟାଧୁନିକ ଚିନୁକ ସିଏଚ-୪୭ ହେଲିକପ୍ଟରକୁ ଭାରତୀୟ ବାୟୁସେନାରେ ସାମିଲ କରାଯାଇଛି।

ରାମପୁର ଆସନରୁ ଆଜମ୍‌ଙ୍କୁ ଟକ୍କର ଦେବେ ଜୟାପ୍ରଦା

ରାମପୁର ଆସନରୁ ଆଜମ୍‌ଙ୍କୁ ଟକ୍କର ଦେବେ ଜୟାପ୍ରଦା

ଲକ୍ଷ୍ନୌ,୨୫।୩: ବଲିଉଡ୍‌ ଅଭିନେତ୍ରୀ ଜୟାପ୍ରଦା ଶେଷରେ ପଦ୍ମ ପୋଖରିକୁ ଲମ୍ଫ ଦେଇଛନ୍ତି। ପୂର୍ବରୁ ଏହା ଅଲୋଚନା ହେଉଥିବା ବେଳେ ଏବେ ଏଥିରେ ପଡିଛି ପୂର୍ଣ୍ଣଚ୍ଛେଦ। 

କ୍ଷମତାକୁ ଆସିଲେ ଗରିବ ପରିବାରଙ୍କୁ ବର୍ଷକୁ ମିଳିବ ୭୨ହଜାର ଟଙ୍କା

କ୍ଷମତାକୁ ଆସିଲେ ଗରିବ ପରିବାରଙ୍କୁ ବର୍ଷକୁ ମିଳିବ ୭୨ହଜାର ଟଙ୍କା

ନୂଆଦିଲ୍ଲୀ.୨୫।୩: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ମାଷ୍ଟରଷ୍ଟ୍ରୋକ। ସୋମବାର ଏକ ଖବରଦାତା ସମ୍ମିଳନୀରେ ରାହୁଲ ଗାନ୍ଧୀ ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କୁ ପ୍ରତିଶୃତି ଦେଇଛନ୍ତି। 

ଦାଉଦଙ୍କ ସହଯୋଗୀ ମୃତ

ଦାଉଦଙ୍କ ସହଯୋଗୀ ମୃତ

ମୁମ୍ବାଇ,୨୫।୩: ଅଣ୍ଡର ଓ୍ବାର୍ଲଡ ଡନ୍‌ ଦାଉଦ ଇବ୍ରାହିମଙ୍କ ମୁଖ୍ୟ ସହଯୋଗୀ କୁହାଯାଉଥିବା ଶକିଲ ଅହମ୍ମଦ ଶେଖଙ୍କର ସୋମବାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୁମ୍ବାଇ ସ୍ଥିତ ଜସଲୋକ ହସ୍ପିଟାଲରେ ସୋମବାର ତାଙ୍କର ମୃତ୍ୟୁ ହୋଇଛି। 

କଂଗ୍ରେସ ଲୋକ ସଭା ନିର୍ବାଚନ ଜିତିଲେ ପାକିସ୍ତାନରେ ପାଳନ ହେବ ଦୀପାବଳି: ବିଜୟ ରୂପାନୀ

କଂଗ୍ରେସ ଲୋକ ସଭା ନିର୍ବାଚନ ଜିତିଲେ ପାକିସ୍ତାନରେ ପାଳନ ହେବ ଦୀପାବଳି: ବିଜୟ ରୂପାନୀ

ଅହମ୍ମଦାବାଦ,୨୫।୩: ଲୋକ ସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାୟ ସବୁ ଦଳ ନିଜ ପ୍ରଚାରରେ ଲାଗିପଡ଼ିଛନ୍ତି। ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ନେତାମାନେ ସେମାନଙ୍କ ଢଙ୍ଗରେ ପ୍ରଚାର ଚଳାଇଛନ୍ତି। 

୯୦ କୋଟି ଭୋଟରଙ୍କ ପାଇଁ ୨୬ ଲକ୍ଷ ସ୍ୟାହି ବୋତଲ ପ୍ରସ୍ତୁତ: ଜାଣନ୍ତୁ ନିର୍ବାଚନୀ ସ୍ୟାହି ପଛର କାହାଣୀ

୯୦ କୋଟି ଭୋଟରଙ୍କ ପାଇଁ ୨୬ ଲକ୍ଷ ସ୍ୟାହି ବୋତଲ ପ୍ରସ୍ତୁତ: ଜାଣନ୍ତୁ ନିର୍ବାଚନୀ ସ୍ୟାହି ପଛର କାହାଣୀ

ମହୀଶୂର, ୨୫।୩: ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଚାଲିଛି ଜୋର୍‌ଦାର ପ୍ରସ୍ତୁତି। ଭାରତୀୟ ନିର୍ବାଚନ ଆୟୋଗ ନିର୍ବାଚନ ପାଇଁ ଆବଶ୍ୟକ ସମସ୍ତ ଜିନିଷ ଯୋଗାଡ କରିବାରେ ଲାଗିପଡିଛନ୍ତି।

ପ୍ରାର୍ଥି ପତ୍ର ଦାଖଲ ପୂର୍ବରୁ ପୂଜାର୍ଚ୍ଚନା କଲେ ହେମା

ପ୍ରାର୍ଥି ପତ୍ର ଦାଖଲ ପୂର୍ବରୁ ପୂଜାର୍ଚ୍ଚନା କଲେ ହେମା

ମଥୁରା,୨୫।୩: ପାଖେଇ ଆସିଲା ନିର୍ବାଚନ। ଆରମ୍ଭ ହୋଇଯାଇଛି ପ୍ରାର୍ଥି ପତ୍ର ଦାଖଲ ପର୍ବ। ଏଥର ଭାଜପା ପକ୍ଷରୁ ଉତ୍ତର ପ୍ରଦେଶର ମଥୁରା ନିର୍ବାଚନମଣ୍ଡଳୀରୁ ଲୋକ ସଭା ପାଇଁ ଟିକେଟ ହାତେଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ହେମାମାଳିନୀ। 

ମୋଦିଙ୍କୁ ଚୌକିଦାର ଟୋପି ପିନ୍ଧାଇବାକୁ ଚାହୁଁଛନ୍ତି ଏହି ନେତା

ମୋଦିଙ୍କୁ ଚୌକିଦାର ଟୋପି ପିନ୍ଧାଇବାକୁ ଚାହୁଁଛନ୍ତି ଏହି ନେତା

ହାଇଦ୍ରାବାଦ, ୨୫।୩: ସାରା ଦେଶରେ ଏବେ ଚାଲିଛି ନିର୍ବାଚନୀ ହାଓ୍ବା। କେଉଁଠି ଦଳ ପରିବର୍ତ୍ତନ କଲେଣି ତ ଆଉ କେଉଁଠି ବିବାଦିତ ବୟାନ ଦେଇ ଚର୍ଚ୍ଚା ସାଉଁଠିବାରେ ବ୍ୟସ୍ତ ଅଛନ୍ତି ନେତା। 

ଟିକେଟ ନ ମିଳିବା ଯେତିକି କଷ୍ଟ ଦେଇନି ଅଧିକ କଷ୍ଟ ଦେଇଛି ଭାଜପାର ବ୍ୟବହାର: ଆଡଭାନୀ

ଟିକେଟ ନ ମିଳିବା ଯେତିକି କଷ୍ଟ ଦେଇନି ଅଧିକ କଷ୍ଟ ଦେଇଛି ଭାଜପାର ବ୍ୟବହାର: ଆଡଭାନୀ

ନୂଆଦିଲ୍ଲୀ,୨୫।୩: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଏଥର ଲୋକ ସଭା ପାଇଁ ଟିକେଟ ମିଳିବ ବୋଲି ଆଶା କରାଯାଉଥିଲା।

 ଏନ୍‌ସି ନେତାଙ୍କ ପାକିସ୍ତାନ ପ୍ରେମ

ଏନ୍‌ସି ନେତାଙ୍କ ପାକିସ୍ତାନ ପ୍ରେମ

ଶ୍ରୀନଗର/ଇସ୍‌ଲାମବାଦ,୨୫।୩: ଲୋକ ସଭା ନିର୍ବାଚନ ଯେତେ ପାଖକୁ ଆସୁଛି ନେତାଙ୍କ ମଧ୍ୟରେ ରାଜନୈତିକ ବୟାନବାଜି ସେତିକି ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ଜମ୍ମୁ-କଶ୍ମୀର ନ୍ୟାସନାଲ କନଫରେନ୍ସ ଦଳର ନେତା ଅକବର ଲୋନ ପାକିସ୍ତାନକୁ ନେଇ ଦେଇଥିବା ବୟାନ ସାମ୍‌ନାକୁ ଆସିଛି। 

ଚା’ ପ୍ରସ୍ତୁତ କରିବାକୁ ମନା କରିବାରୁ ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ଚା’ ପ୍ରସ୍ତୁତ କରିବାକୁ ମନା କରିବାରୁ ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ପୁନେ, ୨୫।୩: ମହାରାଷ୍ଟ କୋହ୍ଲାପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଚା’ ପ୍ରସ୍ତୁତ କରିବାକୁ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ।

ନିର୍ବାଚନ ପ୍ରଚାର ପାଇଁ ଟ୍ରେନ୍‌ରେ ଯାତ୍ରା କରିବେ ପ୍ରିୟଙ୍କା

ନିର୍ବାଚନ ପ୍ରଚାର ପାଇଁ ଟ୍ରେନ୍‌ରେ ଯାତ୍ରା କରିବେ ପ୍ରିୟଙ୍କା

ନୂଆଦିଲ୍ଲୀ,୨୫।୩: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ। ଜନତାଙ୍କ ନିକଟତର ହେବାକୁ ସେ ଆପଣାଉଛନ୍ତି ନୂଆ ଉପାୟ। ନିକଟରେ ନୌକା ଯାତ୍ରା କରି ଜନତାଙ୍କ ନିକଟତର ହୋଇଥିବା ପ୍ରିୟଙ୍କା ଏବେ ଟ୍ରେନ୍‌ରେ ଯାତ୍ରା କରିବେ ବୋଲି ସୂଚନା ମିଳିଛି।


Model This Week

ରଶ୍ମି
Why Dharitri