ଜୀବନଚର୍ଯ୍ୟା |

ପିଲାଙ୍କ ରୁମ୍‌ ସଜାଉଥିଲେ...

ପିଲାଙ୍କ ରୁମ୍‌ ସଜାଉଥିଲେ...
ପିଲାଙ୍କ ବେଡ୍‌ରୁମ୍‌ ସଜାଇବାବେଳେ ଅନେକେ ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି। କାରଣ ପ୍ରତ୍ୟେକ ପିଲାଙ୍କର ରୁଚି ଭିନ୍ନ। ପିଲାଙ୍କ ରୁମ୍‌ ସଜାଇବାବେଳେ କେଉଁ କେଉଁ କଥାକୁ ଧ୍ୟାନରେ ରଖିବେ ଜାଣନ୍ତୁ ସେ ସମ୍ପର୍କରେ ... ରଙ୍ଗବେରଙ୍ଗ ରଖନ୍ତୁ ପିଲାଙ୍କ ରୁମ୍‌କୁ ସବୁବେଳେ ସୁନ୍ଦର ଏବଂ ଆକର୍ଷଣୀୟ କରନ୍ତୁ। ଏହାକୁ ଖୁବ୍‌ ରଙ୍ଗବେରଙ୍ଗ କରି ସାଜସଜ୍ଜା କରନ୍ତୁ। ଏପରି କଲେ ପିଲାଙ୍କୁ ଖୁବ୍‌ ଭଲ ଲାଗିବ ଏବଂ ସେହି ରୁମ୍‌ରେ ସମୟ ବିତାଇବାକୁ ସେମାନେ ବେଶି ପସନ୍ଦ କରିବେ। ଡିଜାଇନ୍‌ ବେଡ୍‌ ଆଜିକାଲି ମାର୍କେଟରେ ପିଲାମାନଙ୍କ ପାଇଁ ବିଭିନ୍ନ ଡିଜାଇନ୍‌ର ବେଡ୍‌ ମିଳୁଛି। ଯଦି ଆପଣଙ୍କ ଘରେ ପିଲାଙ୍କ ରୁମ୍‌ଟି ଛୋଟ ତେବେ ସେହି ହିସାବରେ ବେଡ୍‌ କିଣନ୍ତୁ। ଯେପରିକି ଫିଟ୍‌ କରିବାରେ କୌଣସି ଅସୁବିଧା ହେବ ନାହିଁ। ମିନି ଆର୍ଟ ଗ୍ୟାଲେରି ପିଲାଙ୍କ ରୁମ୍‌କୁ ସଜାଇବାବେଳେ ସବୁଠାରୁ ଭଲ ଉପାୟ ହେଉଛି ସେଠାରେ ଆର୍ଟ ଗ୍ୟାଲେରି କରନ୍ତୁ। ଏହାଦ୍ୱାରା ପିଲାର କଳାରେ ରୁଚି ରହିବ। ଏଥିସହ ଉକ୍ତ ରୁମ୍‌ରେ ପିଲାଙ୍କର ଅନେକ ଫଟୋ ମଧ୍ୟ ଲଗାଇପାରିବେ । ଓ୍ବାଲ୍‌ପେପର ପିଲାଙ୍କ ରୁମ୍‌ରେ ଓ୍ବାଲ୍‌ପେପର ଲଗାଇ ମଧ୍ୟ ସଜାଇପାରିବେ। ଏହା ସବୁଠାରୁ ସହଜ ବିକଳ୍ପ ଯେଉଁଥିପାଇଁ ବେଶି ପରିଶ୍ରମ କରିବାକୁ ପଡିବ ନାହିଁ। ପିଲା ବୋର୍‌ ମଧ୍ୟ ହେବ ନାହିଁ। ୨ ରୁ ୩ ବର୍ଷ ପରେ ଆପଣ ଚାହିଁଲେ ଓ୍ବାଲ୍‌ପେପର ବଦଳାଇପାରିବେ। ଖେଳଣା ରଖିବା ସ୍ଥାନ ପିଲାର ରୁମ୍‌ ସଜାଇବାବେଳେ ତା’ର ଖେଳଣା ପ୍ରତି ବିଶେଷ ଧ୍ୟାନରଖନ୍ତୁ। ରୁମ୍‌ରେ ପର୍ଯ୍ୟାପ୍ତ ସ୍ଥାନ ରଖନ୍ତୁ। ସମସ୍ତ ଖେଳଣା ଏପରି ଭାବେ ସଜାଇ ରଖନ୍ତୁ ଯେପରିକି ସେଗୁଡିକ ସେମାନଙ୍କ ହାତ ପାହାନ୍ତାରେ ରହିବ। ତା’ସହ ପିଲାର ସାଙ୍ଗମାନେ ଆସି ଖେଳିଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ।
All Right Reserved By

ଜୀବନଚର୍ଯ୍ୟା |

ମେହେନ୍ଦି ରସମରେ ରୁହନ୍ତୁ ଷ୍ଟାଇଲିଶ

ମେହେନ୍ଦି ରସମରେ ରୁହନ୍ତୁ ଷ୍ଟାଇଲିଶ

ରିଙ୍ଗ୍‌ ସେରିମନିରୁ ଆରମ୍ଭକରି ବିବାହ ପର୍ଯ୍ୟନ୍ତ ପ୍ରତିଟି  ଛୋଟ ବଡ଼ ଜିନିଷ କିଣିବା ବେଳେ ଯୁବତୀମାନେ ବେଶ୍‌  ସଚେତନ ହୋଇଥାନ୍ତି। କିନ୍ତୁ ଏହି ବ୍ୟସ୍ତତା ଭିତରେ  ଯଦି ଆପଣ ମେହେନ୍ଦି ରସମ୍‌କୁ ଅଣଦେଖା କରନ୍ତି ତେବେ ବିବାହର ମସ୍ତିରେ କେଉଁଠି ନା କେଉଁଠି କମି ରହିଯିବ। ମେହେନ୍ଦି ରସମକୁ ଖାସ୍‌ କରିବା ପାଇଁ ଆପଣାନ୍ତୁ କିଛି ଟିପ୍ସ...

ଘରେ କରନ୍ତୁ ବ୍ୟାୟାମ

ଘରେ କରନ୍ତୁ ବ୍ୟାୟାମ

ସୁସ୍ଥ ଶରୀର ପାଇଁ ସନ୍ତୁଳିତ ଆହାର ସହ ବ୍ୟାୟାମ ବି ଜରୁରୀ। ଅନେକେ ଖାଦ୍ୟ ମାମଲାରେ ସତର୍କ ରହନ୍ତି। କିନ୍ତୁ ବ୍ୟାୟାମ ବେଳକୁ ବେପରୁଆ ହୋଇଯାଆନ୍ତି। ତେବେ ବ୍ୟାୟାମର ଥାଏ ବିଭିନ୍ନ ଉପକାରିତା। କିଛି ଶରୀରକୁ ସୁଗଠିତ କରେ ତ ଆଉ କିଛି ସୁସ୍ଥ ଓ ନିରୋଗ ରଖେ। ଜାଣନ୍ତୁ ବ୍ୟାୟମର ସେମିତି କିଛି 
ଉପକାରିତା ସମ୍ପର୍କରେ....

ଆଖି   ତଳ କଳା  ପଡ଼ିଥିଲେ...

ଆଖି ତଳ କଳା ପଡ଼ିଥିଲେ...

ଶରୀରରେ ଭିଟାମିନ୍‌ ବା ଅନ୍ୟ ପୋଷକ ତତ୍ତ୍ୱ କମ୍‌ ହେଲେ, ନିଦ ଠିକ୍‌ ଭାବେ ନ ହେଲେ, ଟେନ୍‌ସନରେ ରହିଲେ କିମ୍ବା ଆନୁବଂଶିକ କାରଣରୁ ବି ଆଖି ତଳ କଳା ପଡ଼ିଥାଏ। ତେବେ କିଛି ଘରୋଇ ଟିପ୍ସ ଆପଣାଇଲେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ...

ସାଇନସ୍‌ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ଆପଣାନ୍ତୁ  ଏହି ସହଜ ଉପାୟ...

ସାଇନସ୍‌ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ଆପଣାନ୍ତୁ ଏହି ସହଜ ଉପାୟ...

ସାଇନସ୍‌ରୁ ମୁକ୍ତି ପାଇବା ପାଇଁ ଆୟୁବେର୍ଦରେ ଅନେକ ପ୍ରକାର ପରାମର୍ଶ ଦିଆଯାଇଥାଏ। ଏହି ରୋଗରେ ୨୦ରୁ ୨୫ଟି ତୁଳସୀ ପତ୍ର ସକାଳେ ବାଟି ଏହାର ରସ ପିଇଲେ ମିଳିଥାଏ ସୁଫଳ।

ଉଷୁମ ଲେମ୍ବୁପାଣି : କିଛି କଥା

ଉଷୁମ ଲେମ୍ବୁପାଣି : କିଛି କଥା

ଉଷୁମ ଲେମ୍ବୁପାଣିରେ ଅନେକ ଉପକାରୀ ଗୁଣ ଭରି ରହିଛି। ଜାଣନ୍ତୁ ସେ ସମ୍ପର୍କରେ...

ସ୍ବାସ୍ଥ୍ୟୋପୋକାରୀ  ପିଆଜ

ସ୍ବାସ୍ଥ୍ୟୋପୋକାରୀ ପିଆଜ

ବିଶେଷ ଭାବରେ ଫାଷ୍ଟଫୁଡ ଜାତୀୟ ଖାଦ୍ୟ ପ୍ରସ୍ତୁତିରେ ପିଆଜର ଆବଶ୍ୟକତା ପଡିଥାଏ। ଅନେକ ଖାଦ୍ୟର  ସ୍ବାଦକୁ ଏହା ବଢ଼ାଇ ଦେଇଥାଏ। ଏଥିରେ ଅନେକ ସ୍ବାସ୍ଥ୍ୟପୋକାରୀ ଗୁଣ ଭରି ରହିଛି।  ସେ ସମ୍ପର୍କରେ ଟିପ୍ସ...

କରନ୍ତୁ ଏହି ୫ଟି କାମ, ଯଦି ଚାହାନ୍ତି କମାଇବାକୁ ଓଜନ

କରନ୍ତୁ ଏହି ୫ଟି କାମ, ଯଦି ଚାହାନ୍ତି କମାଇବାକୁ ଓଜନ

ଆଧୁନିକ ଜୀବନଶୈଳୀ ଓ ଖାଦ୍ୟ ପଦାର୍ଥ ତଥା ଜଙ୍କ୍‌ଫୁଡ୍‌ ଖାଇବା ଦ୍ୱାରା ଅନେକ ବ୍ୟକ୍ତି ମେଦବହୁଳତାର ଶିକାର ହୋଇଥାନ୍ତି। ଏହି  ସବୁ ସମସ୍ୟା ବିଶେଷକରି ଯୁବପିଢିଙ୍କଠାରେ ଅଧିକ ମାତ୍ରାରେ ଦେଖାଯାଇଥାଏ। ଏହି ସମସ୍ୟା ଠାରୁ ମୁକ୍ତି ପାଇବା ନିମନ୍ତେ ଅନେକ ଚେଷ୍ଟାକରି ମଧ୍ୟ କୌଣସି ସୁଫଳ ମିଳି ନ ଥାଏ। ଯଦି ଆପଣ ଏହି ସମସ୍ୟା ନେଇ ଚିନ୍ତିତ ଅଛନ୍ତି, ତେବେ ସକାଳୁ ଉଠି ଏହି ୫ଟି କାମ କରି ଦେଖନ୍ତୁ ଯାହା ଆପଣକୁ ଦେବ ଏପରି ସମସ୍ୟାରୁ ମୁକ୍ତି।

ମ୍ୟାଲେରିଆ ସଂକ୍ରମଣରୁ ରକ୍ଷା ପାଇବାର ସହଜ ଉପାୟ

ମ୍ୟାଲେରିଆ ସଂକ୍ରମଣରୁ ରକ୍ଷା ପାଇବାର ସହଜ ଉପାୟ

ମ୍ୟାଲେରିଆ ସଂକ୍ରମଣଜନିତ ସମସ୍ୟାରୁ ରକ୍ଷା ପାଇବାର ସହଜ ଉପାୟ ହାତ ପାଅନ୍ତାରେ ରହିଛି। ଏଭଳି ଏକ ଉପାୟ ସଦ୍ୟତମ ଗବେଷଣାରୁ ଜଣାପଡିଛି।

ଫ୍ରଏଡାୟ ଧାରାରେ ମାନସିକ ସ୍ବାସ୍ଥ୍ୟ

ଫ୍ରଏଡାୟ ଧାରାରେ ମାନସିକ ସ୍ବାସ୍ଥ୍ୟ

ଆମତ୍ୀୟତାକୁ ସୃଜନଶୀଳ ଓ ଘୃଣାଭାବକୁ ଧ୍ୱଂସାମତ୍କ ଶକ୍ତି ଭାବରେ ଫ୍ରଏଡ ବର୍ଣ୍ଣନା କରିଛନ୍ତି । ଆମ ଦୈନନ୍ଦିନ ଜୀବନ ସଂଗ୍ରାମ ପାଇଁ ଉଭୟ ସୃଜନଶୀଳ ଓ ଧ୍ୱଂସାମତ୍କ ଶକ୍ତିର ସମନ୍ବୟ ଆବଶ୍ୟକ । ଚାକିରି, ବ୍ୟବସାୟ ବା ଅନ୍ୟ କୌଣସି ବୃତ୍ତି ଅଥବା କୌଣସି ସାମାଜିକ ସମସ୍ୟାର ସମାଧାନ ପାଇଁ ଆମେ ଯେଉଁ ଉସତ୍ାହ ଓ ଆକ୍ରମଣାମତ୍କ ପଦକ୍ଷେପ ନେଉ, ତାହା ସୃଜନଶୀଳ ଶକ୍ତିର ପ୍ରଭାବ । ଏକ ଶକ୍ତିର ସଦ୍‌ବିନିଯୋଗ ନ ହୋଇ ଅବାସ୍ତବ ବ୍ୟବହାର ହେଲେ, ଏହା ମାନସିକ ସ୍ବାସ୍ଥ୍ୟ ଉପରେ କୁ-ପ୍ରଭାବ ପକାଏ।

ବିଭିନ୍ନ ରୋଗରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଏହି ରସ...

ବିଭିନ୍ନ ରୋଗରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଏହି ରସ...

ପ୍ରତିଦିନ ସକାଳେ ଗାଧୋଇ ସାରି ଚାମୁଚେ ତୁଳସୀ ରସ ପିଇଲେ ମିଳିଥାଏ ଅନେକ ଉପକାର। 

ହୃଦ୍‌ଜନିତ ଆଶଙ୍କା ଦୂର କରେ ଦୁଗ୍ଧଜାତୀୟ ଖାଦ୍ୟ

ହୃଦ୍‌ଜନିତ ଆଶଙ୍କା ଦୂର କରେ ଦୁଗ୍ଧଜାତୀୟ ଖାଦ୍ୟ

ହୃଦ୍‌ରୋଗଜନିତ ସମସ୍ୟାଠାରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛନ୍ତି କି ? ଯଦି ହଁ, ତେବେ ଏହାର ଉପାୟ ହାତ ପାଆନ୍ତାରେ ରହିଛି। ଯଦି ଜଣେ ବ୍ୟକ୍ତି ନିୟମିତ ଦୁଗ୍ଧଜନିତ ଖାଦ୍ୟ ଖାଆନ୍ତି ତେବେ ତାହା ହୃତପିଣ୍ଡ (ହାର୍ଟ)କୁ ସୁସ୍ଥ ରଖିଥାଏ। 

ଯୁବାବସ୍ଥାରେ ହୃଦ୍‌ରୋଗ

ଯୁବାବସ୍ଥାରେ ହୃଦ୍‌ରୋଗ

ହୃଦ୍‌ରୋଗ ଏଭଳି ଏକ ମାରାତ୍ମକ ରୋଗ ଯାହା ଦେଖେନି ବୟସ। ଏହି ରୋଗରେ ଆକ୍ରାନ୍ତ ହେଲେ ଅସମୟରେ ରୋଗୀ ଟାଣି ହୋଇଯାଏ ମୃତ୍ୟୁମୁଖକୁ। ତେବେ ଯୁବାବସ୍ଥାରେ ବଢୁଥିବା ହୃଦ୍‌ରୋଗ ସମସ୍ୟାକୁ ଏଡାଇବାକୁ ହେଲେ ଜୀବନଶୈଳୀରେ ପରିବର୍ତ୍ତନ ସହ କେତୋଟି ଦିଗପ୍ରତି ବିଶେଷ ଯତ୍ନଶୀଳ ହେବା ଆବଶ୍ୟକ...